ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉତ୍ତର ପୂର୍ବାଞ୍ଚଳକୁ ମାର୍ଚ୍ଚ ୨୧, ୨୦୨୩ରୁ ଭାରତ ଗୌରବ ଟ୍ରେନ ଶୁଭାରମ୍ଭ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା
ପୋଷ୍ଟ କରାଯିବା ଦିନାଙ୍କ:
06 MAR 2023 8:09PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପୂର୍ବାଞ୍ଚଳକୁ ମାର୍ଚ୍ଚ, ୨୧, ୨୦୨୩ରୁ ଭାରତ ଗୌରବ ଟ୍ରେନ ଶୁଭାରମ୍ଭ ସମ୍ପର୍କରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଉତ୍ତର ପୂର୍ବାଞ୍ଚଳ ଆବିଷ୍କାର ପାଇଁ ଆକର୍ଷଣୀୟ ସୁଯୋଗ ପ୍ରଦାନ କରୁଥିବା ଏହି ଯାତ୍ରା ଆନନ୍ଦଦାୟକ ଏବଂ ସ୍ମରଣୀୟ ହେବ ।
ଭାରତ ଗୌରବ ଡିଲକ୍ସ ଏସି ପର୍ଯ୍ୟଟକ ଟ୍ରେନ ମାଧ୍ୟମରେ ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକ ଭ୍ରମଣ ସୁଯୋଗ ଦେବା ପାଇଁ ଭାରତୀୟ ରେଳବାଇ ସ୍ୱତନ୍ତ୍ର ଭାବେ ଡିଜାଇନ ‘ନର୍ଥ ଇଷ୍ଟ ଡିସ୍କଭରି: ବିୟଣ୍ଡ ଗୁଆହାଟୀ’ ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ରେଳ ଯାତ୍ରା ମାର୍ଚ୍ଚ ୨୧,୨୦୨୩ରୁ ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଆରମ୍ଭ ହେବ ଏବଂ ୧୫ ଦିନର ଏହି ଯାତ୍ରାରେ ଆସାମର ଗୁଆହାଟୀ, ଶିବସାଗର, ଜୋରହାଟ ଏବଂ କାଜିରଙ୍ଗା, ତ୍ରିପୁରାର ଉନାକୋଟି, ଅଗରତାଲା ଏବଂ ଉଦୟପୁର, ନାଗାଲାଣ୍ଡର ଦିମାପୁର ଏବଂ କୋହିମା ଓ ମେଘାଳୟର ଶିଲଂ ଏବଂ ଚେରାପୁଞ୍ଜି ସାମିଲ ହେବ ।
ଭାରତ ଗୌରବ ଟ୍ରେନର ଶୁଭାରମ୍ଭ ସମ୍ପର୍କରେ କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀ ଜି କିଶନ ରେଡ୍ଡିଙ୍କ ଟ୍ୱିଟ ଶୃଙ୍ଖଳ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଉତ୍ତର ପୂର୍ବାଞ୍ଚଳ ଆବିଷ୍କାର ପାଇଁ ଆକର୍ଷଣୀୟ ସୁଯୋଗ ପ୍ରଦାନ କରୁଥିବା ଏହି ଯାତ୍ରା ଆନନ୍ଦଦାୟକ ଏବଂ ସ୍ମରଣୀୟ ହେବ ।”
SR
(ରିଲିଜ ଆଡି: 1906356)
ପରିଦର୍ଶକ କାଉଣ୍ଟର : 138
ଏହି ରିଲିଜ ପଢନ୍ତୁ :
Kannada
,
Assamese
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam