ରାଷ୍ଟ୍ରପତିଙ୍କ ସଚିବାଳୟ
ସଂସଦର ଉଭୟ ସଦନକୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ
Posted On:
31 JAN 2023 12:23PM by PIB Bhubaneshwar
ମାନନୀୟ ସଦସ୍ୟଗଣ,
1. ସଂସଦର ଏହି ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ସମୟରେ ମୁଁ ହାର୍ଦ୍ଦିକ ଆନନ୍ଦ ଅନୁଭବ କରୁଛି । କିଛି ମାସ ପୂବେ ହିଁ ଦେଶ ନିଜ ସ୍ୱାଧୀନତାର 75 ବର୍ଷ ପୂରଣ କରି ସ୍ୱାଧୀନତାର ଅମୃତକାଳରେ ପ୍ରବେଶ କରିଛି । ସ୍ୱାଧୀନତାର ଏହି ଅମୃତକାଳରେ ହଜାର- ହଜାର ବର୍ଷର ଗୌରବଶାଳୀ ଅତୀତର ଗର୍ବ ଜଡ଼ିତ ହୋଇ ରହିଛି, ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରେରଣା ଯୋଡ଼ି ହୋଇ ରହିଛି ଏବଂ ଭାରତର ସ୍ୱର୍ଣ୍ଣିମ ଭବିଷ୍ୟତର ସଂକଳ୍ପ ଯୋଡ଼ି ହୋଇଛି ।
2. ଅମୃତକାଳର ଏହି 25 ବର୍ଷର କାଳଖଣ୍ଡ, ହେଉଛି ସ୍ୱାଧୀନତାର ସ୍ୱର୍ଣ୍ଣିମ ଶତାବ୍ଦୀର ଆଉ ବିକଶିତ ଭାରତ ନିର୍ମାଣର ସମୟ । ଏହି 25 ବର୍ଷ ଆମ ସମସ୍ତଙ୍କ ପାଇଁ ଆଉ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ କର୍ତବ୍ୟର ପରାକାଷ୍ଠା କରି ଦେଖାଇବାକୁ ଅଛି । ଏହା ହେଉଛି ଆମ ସାମ୍ନାରେ ଯୁଗ ନିର୍ମାଣର ସୁଯୋଗ, ଆଉ ଆମ୍ଭମାନଙ୍କୁ ଏହି ସୁଯୋଗ ପାଇଁ ଶତ ପ୍ରତିଶତ ସାମର୍ଥ୍ୟର ସହିତ ପ୍ରତ୍ୟେକ କ୍ଷଣ କାର୍ଯ୍ୟ କରିବାର ଅଛି ।
- ଆମକୁ 2047 ସୁଦ୍ଧା ଏକ ଏଭଳି ରାଷ୍ଟ୍ରର ନିର୍ମାଣ କରିବାର ଅଛି ଯାହା ଅତୀତର ଗୌରବ ସହିତ ଜଡ଼ିତ ହେଉ, ଏବଂ ଯେଉଁଥିରେ ଆଧୁନିକତାର ପ୍ରତ୍ୟେକ ସ୍ୱର୍ଣ୍ଣିମ ଅଧ୍ୟାୟ ହେଉ ।
- ଆମକୁ ଏଭଳି ଭାରତ ନିର୍ମାଣ କରିବାର ଅଛି, ଯାହା ଆତ୍ମନିର୍ଭର ହେଉ ଏବଂ ଯାହା ନିଜର ମାନବୀୟ ଦାୟିତ୍ୱକୁ ପୂରଣ କରିବା ପାଇଁ ମଧ୍ୟ ସମର୍ଥ ହେଉ ।
- ଏଭଳି ଭାରତ – ଯେଉଁଥିରେ ଗରିବ ରହି ନଥାଉ, ଯାହାର ମଧ୍ୟମବର୍ଗ ମଧ୍ୟ ବୈଭବ ଯୁକ୍ତ ହୁଅନ୍ତୁ ।
- . ଏଭଳି ଭାରତ – ଯାହାର ଯୁବଶକ୍ତି ଏବଂ ନାରୀଶକ୍ତି, ସମାଜ ଏବଂ ରାଷ୍ଟ୍ରକୁ ମାର୍ଗ ପ୍ରଦର୍ଶନ କରିବା ପାଇଁ ସବୁଠାରୁ ଆଗରେ ଠିଆ ହୁଅନ୍ତୁ, ଯାହାର ଯୁବକ ସମୟଠାରୁ ଦୁଇ ପାଦ ଆଗକୁ ଚାଲୁ ଥାଆନ୍ତୁ ।
- ଏଭଳି ଭାରତ – ଯାହାର ବିବିଧତା ଆହୁରି ଅଧିକ ଉଜ୍ଜ୍ୱଳ ହେଉ, ଯାହାର ଏକତା ଆହୁରି ଅଧିକ ଅଟଳ ରହୁ ।
3. 2047 ରେ ଦେଶ ଯେତେବେଳେ ଏହି ସତ୍ୟତାକୁ ଜୀବନ୍ତ କରିବ ସେତେବେଳେ ନିଶ୍ଚିତ ଭାବେ ସେହି ଭବ୍ୟ ନିର୍ମାଣର ମୂଳଦୁଆର ଅବଲୋକନ ଏବଂ ଆକଳନ ମଧ୍ୟ କରିବ । ସେତେବେଳେ ସ୍ୱାଧୀନତାର ଅମୃତକାଳର ଏହି ପ୍ରଥମ ସମୟକୁ ଏକ ଭିନ୍ନ ଆସ୍ଥାର ସହିତ ଦେଖାଯିବ । ଏଥିପାଇଁ ଆଜି ଅମୃତକାଳର ଏହି ସମୟ, ଏହି କାଳଖଣ୍ଡ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଛି ।
ମାନନୀୟ ସଦସ୍ୟଗଣ,
4. ମୋ ସରକାରକୁ, ଦେଶର ଲୋକମାନେ, ଯେତେବେଳେ ପ୍ରଥମ ଥର ସେବା କରିବାର ସୁଯୋଗ ଦେଲେ, ସେତେବେଳେ ‘ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ’(‘ସବକା ସାଥ, ସବକା ବିକାଶ’)ର ମନ୍ତ୍ର ସହିତ ଆମେ ଶୁଭାରମ୍ଭ କରିଥିଲୁ । ସମୟ ସହିତ ଏଥିରେ ‘ସମସ୍ତଙ୍କର ବିଶ୍ୱାସ’ ଏବଂ ‘ସମସ୍ତଙ୍କର ପ୍ରୟାସ’(‘ସବକା ବିଶ୍ୱାସ ଓ ସବକା ପ୍ରୟାସ’) ମଧ୍ୟ ଯୋଡ଼ି ହୋଇ ଯାଇଛି । ଏହି ମନ୍ତ୍ର ଆଜି ବିକଶିତ ଭାରତ ନିର୍ମାଣର ପ୍ରେରଣା ପାଲଟି ଯାଇଛି । ବିକାଶର ଏହି କର୍ତବ୍ୟ ପଥରେ ଚାଲି ମୋ ସରକାରଙ୍କୁ କିଛି ମାସ ମଧ୍ୟରେ ୯ ବର୍ଷ ପୂରଣ ହୋଇଯିବ ।
5. ମୋ ସରକାରର ପ୍ରାୟ ନଅ ବର୍ଷରେ ଭାରତର ଲୋକମାନେ ଅନେକ ସକାରାତ୍ମକ ପରିବର୍ତନ ପ୍ରଥମ ଥର ପାଇଁ ଦେଖିଛନ୍ତି । ସବୁଠାରୁ ବଡ଼ ପରିବର୍ତନ ଏହା ହୋଇଛି ଯେ ଆଜି ପ୍ରତ୍ୟେକ ଭାରତୀୟଙ୍କର ଆତ୍ମବିଶ୍ୱାସ ଶୀର୍ଷରେ ରହିଛି ଏବଂ ବିଶ୍ୱର ଭାରତକୁ ଦେଖିବାର ଦୃଷ୍ଟିଭଙ୍ଗୀ ବଦଳି ଯାଇଛି ।
- ଯେଉଁ ଭାରତ କେବେ ନିଜର ଅଧିକାଂଶ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ରହିଥିଲା, ସେ ଆଜି ବିଶ୍ୱର ସମସ୍ୟାଗୁଡ଼ିକର ସମାଧାନର ମାଧ୍ୟମ ପାଲଟି ଯାଇଛି ।
- ଯେଉଁ ମୌଳିକ ସୁବିଧାଗୁଡ଼ିକ ପାଇଁ ଦେଶର ଏକ ବଡ଼ ଜନସଂଖ୍ୟା ଦଶକ- ଦଶକ ପର୍ଯ୍ୟନ୍ତ ପ୍ରତୀକ୍ଷା କରିଥିଲେ, ସେଗୁଡ଼ିକ ସବୁ ଏହି ବର୍ଷମାନଙ୍କରେ ମିଳି ପାରିଛି ।
- ଯେଉଁ ଆଧୁନିକ ଭିତିଭୂିମ ପାଇଁ ଆମେ କେବେ ଇଚ୍ଛା ପ୍ରକାଶ କରୁଥିଲୁ, ସେଗୁଡ଼ିକ ଏହି ବର୍ଷଗୁଡ଼ିକ ମଧ୍ୟରେ ଆମ ଦେଶରେ ନିର୍ମାଣ ହେବା ଆରମ୍ଭ ହୋଇ ଯାଇଛି ।
- ଆଜି ଭାରତରେ ଏଭଳି ଏକ ଡିଜିଟାଲ ନେଟୱର୍କ ପ୍ରସ୍ତୁତ ହୋଇଛି, ଯାହାଠାରୁ ବିକଶିତ ଦେଶ ମଧ୍ୟ ପ୍ରେରଣା ନେଉଛନ୍ତି ।
- ବଡ଼- ବଡ଼ ଦୁର୍ନିତୀ, ସରକାରୀ ଯୋଜନାରେ ଭ୍ରଷ୍ଟାଚାରର ଯେଉଁ ସମସ୍ୟାଗୁଡ଼ିକ ଠାରୁ ଦେଶ ମୁକ୍ତି ଚାହୁଁଥିଲା, ସେହି ମୁକ୍ତି ଏବେ ଦେଶକୁ ମିଳୁଛି ।
- ସ୍ଥାଣୁ ନୀତିର ଚର୍ଚ୍ଚାରୁ ବାହାରକୁ ଆସି ଆଜି ଦେଶର ପରିଚୟ ଦ୍ରୁତ ବିକାଶ ଏବଂ ଦୂରଗାମୀ ଦୃଷ୍ଟି ଦ୍ୱାରା ନିଆଯାଇଥିବା ନିଷ୍ପତି ପାଇଁ ହୋଇ ପାରୁଛି ।
- ଏଥିପାଇଁ ଆମେ ବିଶ୍ୱର ୧୦ମ ଅର୍ଥବ୍ୟବସ୍ଥାରୁ ଆସି ପାଂଚ ନମ୍ବର ସ୍ଥାନରେ ପହଂଚି ଯାଇଛେ ।
ଏହା ହେଉଛି ସେହି ମୂଳଦୁଆ, ଯାହା ଆଗାମୀ 25 ବର୍ଷରେ ବିକଶିତ ଭାରତ ନିର୍ମାଣର ଆତ୍ମବିଶ୍ୱାସକୁ ସୁଦୃଢ଼ କରିଥାଏ ।
ମାନନୀୟ ସଦସ୍ୟଗଣ,
6. ଭଗବାନ ବସବେଶ୍ୱର କହିଥିଲେ – କାୟକବେ କୈଲାସ । ଅର୍ଥାତ କର୍ମ ହିଁ ହେଉଛି ପୂଜା, କର୍ମ ହିଁ ହେଉଛି ଶିବ । ତାଙ୍କ ଦ୍ୱାରା ପ୍ରଦର୍ଶୀତ ମାର୍ଗରେ ଚାଲି ମୋ ସରକାର ରାଷ୍ଟ୍ରନିର୍ମାଣର କର୍ତବ୍ୟକୁ ପୂରଣ କରିବାରେ ତତ୍ପରତାର ସହିତ ଲାଗି ପଡ଼ିଛନ୍ତି ।
- ଆଜି ଭାରତରେ, ଏକ ସ୍ଥିର, ନିର୍ଭୀକ, ନିର୍ଣ୍ଣାୟକ ଏବଂ ବଡ଼ ବଡ଼ ସ୍ୱପ୍ନ ପାଇଁ କାର୍ଯ୍ୟ କରୁଥିବା ଭଳି ସରକାର ରହିଛି ।
- ଆଜି ଭାରତରେ ସଚ୍ଚୋଟତାକୁ ସମ୍ମାନ କରୁଥିବା ସରକାର ରହିଛି ।
- ଆଜି ଭାରତରେ ଗରୀବମାନଙ୍କ ସ୍ଥାୟୀ ସମାଧାନ ଆଉ ସେମାନଙ୍କର ସ୍ଥାୟୀ ସଶକ୍ତିକରଣ ପାଇଁ କାର୍ଯ୍ୟ କରୁଥିବା ଭଳି ସରକାର ରହିଛି ।
- ଆଜି ଭାରତରେ ଅଦ୍ଭୁତପୂର୍ବ ଗତି ଏବଂ ମାତ୍ରାରେ କାର୍ଯ୍ୟ କରୁଥିବା ଭଳି ସରକାର ରହିଛି ।
- ଆଜି ଭାରତରେ ନବସୃଜନ ଏବଂ ଟେକ୍ନୋଲୋଜି ମାଧ୍ୟମରେ ଜନକଲ୍ୟାଣକୁ ସର୍ବୋପରି ରଖି କାର୍ଯ୍ୟ କରୁଥିବା ଭଳି ସରକାର ରହିଛି ।
- ଆଜି ଭାରତରେ ମହିଳାମାନଙ୍କ ସାମ୍ନାରୁ ସମସ୍ତ ପ୍ରତିବନ୍ଧକକୁ ଦୂର କରୁଥିବା ଭଳି ସରକାର ରହିଛି ।
- ଆଜି ଭାରତରେ ପ୍ରଗତିର ସହିତ ପ୍ରକୃତିର ମଧ୍ୟ ସଂରକ୍ଷଣ କରୁଥିବା ଭଳି ସରକାର ରହିଛି ।
- ଆଜି ଭାରତରେ ପରମ୍ପରାର ସଂରକ୍ଷଣ ସହିତ ଆଧୁନିକତାକୁ ପ୍ରୋତ୍ସାହନ ଦେବା ଭଳି ସରକାର ରହିଛି ।
- ଆଜି ଭାରତରେ ନିଜର ବୈଶ୍ୱିକ ଭୂମିକାକୁ ନେଇ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ୁଥିବା ଭଳି ସରକାର ରହିଛି ।
ମାନନୀୟ ସଦସ୍ୟଗଣ,
7. ମୁଁ ଆଜି ଏହି ଅଧିବେଶନ ମାଧ୍ୟମରେ, ଦେଶବାସୀଙ୍କ ପ୍ରତି ମୋର କୃତଜ୍ଞତା ଜ୍ଞାପନ କରୁଛି ଯେ ସେମାନେ କ୍ରମାଗତ ଭାବେ ଦୁଇଥର, ଗୋଟିଏ ସ୍ଥିର ସରକାରଙ୍କୁ ନିର୍ବାଚିତ କରିଛନ୍ତି। ମୋ ସରକାର ସଦା ସର୍ବଦା ଦେଶହିତକୁ ସର୍ବୋପରି ରଖିଛନ୍ତି, ନୀତି-ରଣନୀତିରେ ସମ୍ପୁର୍ଣ୍ଣ ପରିବର୍ତନ ପାଇଁ ଇଚ୍ଛାଶକ୍ତି ରହିଥିବା ଦର୍ଶାଇଛନ୍ତି । ସର୍ଜିକାଲ ଷ୍ଟ୍ରାଇକରୁ ନେଇ ଆତଙ୍କବାଦ ଉପରେ କଠୋର ପ୍ରହାର ପର୍ଯ୍ୟନ୍ତ, ଏଲଓସିରୁ ନେଇ ଏଲଏସି ପର୍ଯ୍ୟନ୍ତ ଦୁଃସାହସର କଡା ଜବାବ ଦେବା ପର୍ଯ୍ୟନ୍ତ, ଧାରା- ୩୭୦କୁ ହଟାଇବା ଠାରୁ ନେଇ ତିନି ତଲାକ ପର୍ଯ୍ୟନ୍ତ, ମୋ ସରକାରର ପରିଚୟ ଏକ ନିର୍ଣ୍ଣାୟକ ସରକାର ଭାବେ ରହିଛି ।
8. ସ୍ଥିର ଏବଂ ନିର୍ଣ୍ଣାୟକ ସରକାର ହେବାର ଲାଭ ଆମକୁ 100 ବର୍ଷର ସବୁଠାରୁ ବଡ଼ ବିପଦ ଏବଂ ତା’ପରେ ସୃଷ୍ଟି ହୋଇଥିବା ପରିସ୍ଥିତି ଗୁଡ଼ିକ ସହିତ ମୁକାବିଲା କରିବା ପାଇଁ ମିଳିପାରିଛି । ଆଜି ବିଶ୍ୱରେ ଯେଉଁଠି ରାଜନୈତିକ ଅସ୍ଥିରତା ରହିଛି, ସେହି ଦେଶ ଆଜି ଭୀଷଣ ସଙ୍କଟ ଦ୍ୱାରା ଘେରି ହୋଇ ରହିଛି । କିନ୍ତୁ ମୋ ସରକାର ରାଷ୍ଟ୍ରହିତରେ ଯାହା ମଧ୍ୟ ନିଷ୍ପତି ନେଇଛନ୍ତି ତାହା ଫଳରେ ଭାରତ ବିଶ୍ୱର ଅନ୍ୟ ମାନଙ୍କ ତୁଳନାରେ ବହୁତ ଉନ୍ନତ ସ୍ଥିତିରେ ରହିଛି ।
ମାନନୀୟ ସଦସ୍ୟଗଣ,
9. ମୋ ସରକାରଙ୍କର ସ୍ପଷ୍ଟ ମତ ହେଉଛି ଯେ ଭ୍ରଷ୍ଟାଚାର ହେଉଛି ଗଣତନ୍ତ୍ରର ଏବଂ ସାମାଜିକ ନ୍ୟାୟର ସବୁଠାରୁ ବଡ଼ ଶତ୍ରୁ । ଏଥିପାଇଁ ବିଗତ ବର୍ଷମାନଙ୍କ ଠାରୁ ଭ୍ରଷ୍ଟାଚାର ବିରୁଦ୍ଧରେ ନିରନ୍ତର ଭାବେ ଲଢ଼େଇ ଚାଲୁ ରହିଛି । ଆମେ ସୁନିଶ୍ଚିତ କରିଛୁ ଯେ ବ୍ୟବସ୍ଥାରେ ସଚ୍ଚୋଟଙ୍କର ସମ୍ମାନ ହେବ । ଭ୍ରଷ୍ଟାଚାରୀଙ୍କ ପାଇଁ ସମାଜରେ କୌଣସି ମଧ୍ୟ ପ୍ରକାରର ସହାନୁଭୂତି ନ ହେଉ, ଏଥିପାଇଁ ସାମାଜିକ ଚେତନା ମଧ୍ୟ ଦେଶରେ ବୃଦ୍ଧି ପାଉଛି ।
10. ବିଗତ ବର୍ଷମାନଙ୍କରେ ଭ୍ରଷ୍ଟାଚାର ମୁକ୍ତ ଇକୋ- ସିଷ୍ଟମ ପ୍ରତିଷ୍ଠା କରିବା ଦିଗରେ, ବେନାମୀ ସମ୍ପତି ଅଧିନିୟମକୁ କାର୍ଯ୍ୟକାରୀ କରାଗଲା । ଆର୍ଥିକ ଅପରାଧ କରି, ଫେରାର ହୋଇଥିବା ଅପରାଧୀମାନଙ୍କର ସମ୍ପତି ଜବତ କରିବା ପାଇଁ ପଳାତକ ଅର୍ଥନୈତିକ ଅପରାଧୀ ଅଧିନିୟମ(ଫ୍ୟୁଜିଟିଭ ଇକୋନୋମିକ୍ ଅଫେଣ୍ଡର୍ସ ଆକ୍ଟ) ପାରିତ କରାଗଲା । ସରକାରୀ କାର୍ଯ୍ୟଗୁଡ଼ିକରେ ପକ୍ଷପାତିତା ଏବଂ ଭ୍ରଷ୍ଟାଚାରର ଚଳନକୁ ମଧ୍ୟ ଶେଷ କରିବା ପାଇଁ ପ୍ରଭାବଶାଳୀ ବ୍ୟବସ୍ଥା ନିର୍ମାଣ କରା ଯାଇଛି । ଆଜି ସରକାରୀ କାର୍ଯ୍ୟଗୁଡ଼ିକରେ ଟେଣ୍ଡର ଏବଂ କ୍ରୟ ପାଇଁ ସରକାରୀ- ଇ- ମର୍କେଟ ପ୍ଲେସ୍ (ଜିଇଏମ) ଭଳି ବ୍ୟବସ୍ଥା ରହିଛି ଯେଉଁଥିରେ ଏ ପର୍ଯ୍ୟନ୍ତ ତିନି ଲକ୍ଷ କୋଟି ଟଙ୍କାରୁ ଅଧିକର କାରବାର ହୋଇଛି ।
11. ରାଷ୍ଟ୍ର ନିର୍ମାଣରେ ସଚ୍ଚୋଟତାର ସହିତ ଯୋଗଦାନ ଦେଉଥିବା ଲୋକମାନଙ୍କୁ ଆଜି ବିଶେଷ ସମ୍ମାନ ଦିଆ ଯାଉଛି । ଆୟକର ରିଟର୍ଣ୍ଣ ଫାଇଲ କରିବାରେ ଅନେକ ଜଟିଳତାକୁ ଶେଷ କରି ଦେଶବାସୀଙ୍କ ଜୀବନକୁ ସହଜ କରି ଦିଆଯାଇଛି । ସମ୍ମୁଖକୁ ନଆସି ଯାଞ୍ଜ ପ୍ରକ୍ରିୟାକୁ ପ୍ରୋତ୍ସାହନ ଦେବା ବଦଳରେ ବ୍ୟବସ୍ଥାରେ ପାରଦର୍ଶୀତା ଆସିଛି, ଏବଂ ତାକୁ ମଧ୍ୟ ଉତରଦାୟୀ କରାଯାଇଛି। ପୂର୍ବରୁ ଟିକସ ଫେରସ୍ତ ବା ରିଫଣ୍ଡ ପାଇଁ ଦୀର୍ଘ ସମୟ ଧରି ପ୍ରତୀକ୍ଷା କରିବାକୁ ପଡୁଥିଲା । ଆଜି ଆଇଟିଆର ଦାଖଲ କରିବାର କିଛି ଦିନ ମଧ୍ୟରେ ଫେରସ୍ତ ବା ରିଫଣ୍ଡ ମିଳିଯାଉଛି । ଆଜି ଜିଏସଟିରେ ପାରଦର୍ଶୀତାର ସହିତ କରଦାତାଙ୍କର ଗରିମା ମଧ୍ୟ ବୃଦ୍ଧି ସୁନିଶ୍ଚିତ ହେଉଛି ।
12 . ଜନଧନ- ଆଧାର- ମୋବାଇଲ ଦ୍ୱାରା ନକଲି ହିତାଧିକାରୀଙ୍କୁ ବିଦା କରିବାଠାରୁ ନେଇ (ୱାନ ନେସନ- ୱାନ ରାସନ) ଗୋଟିଏ ଦେଶ- ଗୋଟିଏ ରାସନ ପର୍ଯ୍ୟନ୍ତ, ଆମେ ଏକ ବହୁତ ବଡ଼ ସ୍ଥାୟୀ ସଂସ୍କାର ଆଣିଛୁ । ବିଗତ ବର୍ଷମାନଙ୍କରେ ଡିବିଟି ଭାବେ, ଡିଜିଟାଲ ଇଣ୍ଡିଆ ଭାବେ, ଏକ ସ୍ଥାୟୀ ଏବଂ ପାରଦର୍ଶୀ ବ୍ୟବସ୍ଥା ଦେଶ ପ୍ରସ୍ତୁତ କରିଛି । ଆଜି 300ରୁ ଅଧିକ ଯୋଜନା ଗୁଡିକର ଅର୍ଥ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ପହଂଚୁଛି । ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପାରଦର୍ଶୀତାର ସହିତ 27 ଲକ୍ଷ କୋଟିରୁ ଅଧିକ ଟଙ୍କା କୋଟି କୋଟି ଲୋକଙ୍କ ପାଖରେ ପହଂଚାଯାଇଛି । ବିଶ୍ୱ ବ୍ୟାଙ୍କର ରିପୋର୍ଟ କହୁଛି ଯେ ଏଭଳି ଯୋଜନା ଗୁଡିକ ଏବଂ ଏପରି ବ୍ୟବସ୍ଥାମାନ ଯୋଗୁଁ ହିଁ କରୋନା କାଳରେ ଭାରତ କୋଟି କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମା ରେଖା ତଳକୁ ଯିବାରୁ ବଂଚାଇ ପାରିଛି ।
13. ଯେତେବେଳେ ଭ୍ରଷ୍ଟାଚାରକୁ ରୋକାଯାଇଥାଏ ଏବଂ ଟିକସର ଗୋଟିଏ ଗୋଟିଏ ପଇସାର ସଦୁପଯୋଗ ହୋଇଥାଏ, ସେତେବେଳେ ଟିକସଦାତାଙ୍କୁ ମଧ୍ୟ ଗର୍ବ ହୋଇଥାଏ ।
ମାନନୀୟ ସଦସ୍ୟଗଣ,
14. ଆଜି ଦେଶର ସଚ୍ଚୋଟ କରଦାତା ଚାହୁଁଛି ଯେ ସରକାରମାନେ ସର୍ଟକଟ ରାଜନୀତିରୁ ଦୂରେଇ ଦୂରେଇ ରୁହନ୍ତୁ । ଏଭଳି ଯୋଜନାମାନ ପ୍ରସ୍ତୁତ ହେଉ, ଯାହା ସମସ୍ୟାଗୁଡିକର ସ୍ଥାୟୀ ସମାଧାନକୁ ପ୍ରୋତ୍ସାହିତ କରୁ, ଯାହାଦ୍ୱାରା ସାଧାରଣ ଜନତାର ସଶକ୍ତିକରଣ ହେଉ । ଏଥିପାଇଁ ମୋ ସରକାର ବର୍ତମାନର ଆହ୍ୱାନର ମୁକାବିଲା କରିବା ସହିତ ହିଁ ଦେଶବାସୀଙ୍କର ଦୀର୍ଘକାଳୀନ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଛି ।
15. ‘ଗରିବୀ ହଟାଓ’ ଏବେ କେବଳ ଏକ ସ୍ଳୋଗାନ ହୋଇ ରହିଯାଇ ନାହିଁ । ଏବେ ମୋ ସରକାରଙ୍କ ଦ୍ୱାରା ଗରିବଙ୍କ ଚିନ୍ତାଗୁଡିକର ସ୍ଥାୟୀ ସମାଧାନ କରି, ତାକୁ ସଶକ୍ତ କରିବାର କାର୍ଯ୍ୟ କରାଯାଉଛି ।
16. ଯେପରି, ଦାରିଦ୍ର୍ୟର ଏକ ବହୁତ ବଡ଼ କାରଣ ହେଉଛି ରୋଗ ବା ବେମାରୀ । ଗୁରୁତର ରୋଗ ଦ୍ୱାରା ଗରିବ ପରିବାରର ମନୋବଳ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥାଏ । ପଢୀ ପରେ ପିଢୀ ଋଣ ଭାରରେ ବୁଡ଼ି ରହିଥାଏ । ଗରିବଙ୍କୁ ଏହି ଚିନ୍ତାରୁ ମୁକ୍ତ କରିବା ପାଇଁ ରାଷ୍ଟ୍ର ବ୍ୟାପ ଆୟୂଷ୍ମାନ ଭାରତ ଯୋଜନା ଆରମ୍ଭ କରାଯାଇଛି । ଏହା ଅଧୀନରେ 50 କୋଟିରୁ ଅଧିକ ଦେଶବାସୀଙ୍କ ପାଇଁ ନିଶୁଳ୍କ ଚିକିତ୍ସା ସୁବିଧା ଦିଆଯାଇଛି । ଆୟୂଷ୍ମାନ ଭାରତ ଯୋଜନା ଦେଶର କୋଟି କୋଟି ଗରିବଙ୍କୁ ଆହୁରି ଗରିବ ହେବାରୁ ବଂଚାଇଛି, ସେମାନଙ୍କର 80 ହଜାର କୋଟି ଟଙ୍କା ଖର୍ଚ୍ଚ ହେବାରୁ ବଂଚାଇଛି । ଆଜି ସାରା ଦେଶରେ ପ୍ରାୟ ନଅ ହଜାର ଜନଔଷଧୀ କେନ୍ଦ୍ରଗୁଡିକରେ ବହୁତ କମ ଦରରେ ଔଷଧ ଉପଲବ୍ଧ କରାଯାଉଛି । ଏହାଦ୍ୱାରା ବିଗତ ବର୍ଷମାନଙ୍କରେ ଗରିବମାନଙ୍କର ପାଖାପାଖି 20 ହଜାର କୋଟି ଟଙ୍କା ସଂଚୟ ହୋଇଛି । ଅର୍ଥାତ କେବଳ ଆୟୂଷ୍ମାନ ଭାରତ ଏବଂ ଜନଔଷଧୀ ପରିଯୋଜନା ଦ୍ୱାରା ହିଁ ଦେଶବାସୀଙ୍କୁ ଏକ ଲକ୍ଷ କୋଟି ଟଙ୍କାର ସହାୟତା ମିଳିଛି ।
17. ମୁଁ ସାଧାରଣ ନାଗରିକଙ୍କ ଜୀବନ ସହିତ ଜଡିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଂସାଧନ, ଜଳର ଉଦାହରଣ ଆପଣ ସମସ୍ତଙ୍କ ସମ୍ମୁଖରେ ରଖିବାକୁ ଚାହିଁବି । ମୋ ସରକାର ‘ହର ଘର ଜଳ’ ବା ପ୍ରତ୍ୟେକ ଘରେ ପାଣି ପହଂଚାଇବା ପାଇଁ ‘ଜଳ ଜୀବନ ମିଶନ’ ଆରମ୍ଭ କଲେ । ତା’ ପୂର୍ବରୁ ସାତ ଦଶକରେ କେବଳ ଦେଶରେ ତିନି କୋଟି 25 ଲକ୍ଷ ଘର ପର୍ଯ୍ୟନ୍ତ ହିଁ ଜଳ ସଂଯୋଗ ପହଂଚିଥିଲା । କିନ୍ତୁ, ଜଳ ଜୀବନ ମିଶନ ଅଧୀନରେ ଏହି ତିନି ବର୍ଷରେ ପାଖାପାଖି 11 କୋଟି ପରିବାର ପାଇପ ଯୋଗେ ଜଳ ଯୋଗାଣ ସହିତ ଯୋଡି ହୋଇ ସାରିଛନ୍ତି । ଏହାର ସବୁଠାରୁ ଅଧିକ ଲାଭ ଗରିବ ପରିବାରକୁ ହିଁ ହେଉଛି, ତାଙ୍କ ଚିନ୍ତାର ସ୍ଥାୟୀ ସମାଧାନ ହେଉଛି ।
18. ବିଗତ ବର୍ଷମାନଙ୍କରେ ସରକାର ସାଢେ ତିନି କୋଟିରୁ ଅଧିକ ଗରିବ ପରିବାରଙ୍କୁ ପକ୍କା ଘର ତିଆରି କରି ଦେଇଛନ୍ତି । ଯେତେବେଳେ ଘର ମିଳିଥାଏ ସେତେବେଳେ ନୂତନ ଆତ୍ମବିଶ୍ୱାସ ଆସିଥାଏ । ଏହାଦ୍ୱାରା, ସେହି ପରିବାରର ବର୍ତମାନ ହିଁ ସୁଧୁରିଥାଏ, ସେହି ଘରେ ଯେଉଁ ସନ୍ତାନ ବଡ଼ ହୋଇଥାଏ ତାହାର ଆତ୍ମବିଶ୍ୱାସରେ ମଧ୍ୟ ବୃଦ୍ଧି ହୋଇଥାଏ । ସରକାର ଶୌଚାଳୟ, ବିଜୁଳି, ପାଣି, ଗ୍ୟାସ, ଏଭଳି ପ୍ରତ୍ୟେକ ମୌଳିକ ସୁବିଧାର ଚିନ୍ତାରୁ ଗରିବଙ୍କୁ ମୁକ୍ତ କରିବାର ପ୍ରୟାସ କରିଛନ୍ତି । ଏହାଦ୍ୱାରା ଦେଶର ଜନତାଙ୍କୁ ମଧ୍ୟ ଏହି ବିଶ୍ୱାସ ହୋଇଛି ଯେ ସରକାରୀ ଯୋଜନା ଏବଂ ସରକାରୀ ଲାଭ ବାସ୍ତବରେ ତୃଣମୂଳ ସ୍ତରରେ ପହଂଚୁଛି ଏବଂ ଭାରତ ଭଳି ବିଶାଳ ଦେଶରେ ମଧ୍ୟ ଶତ ପ୍ରତିଶତ ବ୍ୟାପକତା ଅର୍ଥାତ ପରିପୂର୍ଣ୍ଣତା ସମ୍ଭବ ହୋଇଛି ।
19. ଆମର ଗ୍ରନ୍ଥରେ ଲେଖା ହୋଇଛି-
ଅୟଂ ନିଜଃ ପରୋ ବେତି ଗଣନା ଲଘୁଚେତସାମ୍ ।
ଅର୍ଥାତ ଇଏ ହେଉଛନ୍ତି ନିଜର, ଇଏ ହେଉଛନ୍ତି ପରଲୋକ, ଏଭଳି ଚିନ୍ତାଧାରା ଠିକ୍ ନୁହେଁ । ମୋ ସରକାର ବିନା କୌଣସି ଭେଦଭାବରେ ପ୍ରତ୍ୟେକ ବର୍ଗ ପାଇଁ କାର୍ଯ୍ୟ କରିଛନ୍ତି । ବିଗତ କିଛି ବର୍ଷରେ ମୋ ସରକାରଙ୍କ ପ୍ରୟାସର ପରିଣାମ ହେଉଛି ଏହା ଯେ, ଅନେକ ମୌଳିକ ସୁବିଧାମାନ ଆଜି ହୁଏତ ଶତ ପ୍ରତିଶତ ଜନ ସଂଖ୍ୟା ପର୍ଯ୍ୟନ୍ତ ପହଂଚି ସାରିଛି ଅବା ପୁଣି ସେହି ଲକ୍ଷ୍ୟର ବହୁତ ନିକଟରେ ଅଛି ।
20. ମୋ ସରକାର ପ୍ରତ୍ୟେକ ଯୋଜନାରେ ଶତ ପ୍ରତିଶତ ପରିପୂର୍ଣ୍ଣତାର ସହିତ ହିଁ ଅନ୍ତୋଦୟ ପ୍ରତି ମଧ୍ୟ ସମ୍ପୂର୍ଣ୍ଣ ନିଷ୍ଠାର ସହିତ କାର୍ଯ୍ୟ କରୁଛନ୍ତି । ଆମର ପ୍ରୟାସ ରହିଛି ଯେ ଯୋଜନା ଗୁଡ଼ିକର ଲାଭ ସଠିକ୍ ଏବଂ ସମସ୍ତ ହିତାଧିକାରୀଙ୍କୁ ମିଳୁ, କେହି ମଧ୍ୟ ସରକାରଙ୍କ ଯୋଜନା ଗୁଡ଼ିକର ଲାଭରୁ ବଂଚିତ ନ ରୁହନ୍ତୁ ।
ମାନନୀୟ ସଦସ୍ୟଗଣ,
21. ଆମେ ଦେଖିଛୁ ଯେ କରୋନା ସମୟରେ ସାରା ବିଶ୍ୱରେ କିଭଳି ଭାବେ ଗରିବଙ୍କ ପାଇଁ ଗୁଜୁରାଣ ମେଂଟାଇବା କଷ୍ଟକର ହୋଇଗଲା । କିନ୍ତୁ ଭାରତ ସେହି ଦେଶ ମଧ୍ୟରୁ ହେଉଛି ଗୋଟିଏ ଯିଏ ଗରିବଙ୍କ ଜୀବନ ବଂଚାଇବାକୁ ସର୍ବୋଚ୍ଚ ପ୍ରାଥମିକତା ଦେଲା, ଏବଂ ପ୍ରୟାସ କଲା ଯେ, ଦେଶରେ କୌଣସି ଗରିବ ଭୋକରେ ନ ଶୁଅନ୍ତୁ । ମୁଁ ଖୁସି ଯେ ମୋ ସରକାର ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ନୂତନ ପରିସ୍ଥିତିଗୁଡ଼ିକ ଅନୁସାରେ ଆଗକୁ ମଧ୍ୟ ଚାଲୁ ରଖିବାକୁ ନିଷ୍ପତି ନେଇଛନ୍ତି । ଏହା ହେଉଛି ଏକ ସମ୍ବେଦନଶୀଳ ଏବଂ ଗରିବ ହିତୈଷୀ ସରକାରଙ୍କ ପରିଚୟ । ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ସରକାର ଗରିବଙ୍କୁ ନିଃଶୁଳ୍କ ଖାଦ୍ୟାନ୍ନ ପାଇଁ ସରକାର ପାଖାପାଖି ସାଢ଼େ ତିନି ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ସାରିଛନ୍ତି । ଆଜି ଏହି ଯୋଜନାର ପ୍ରଶଂସା ସମଗ୍ର ବିଶ୍ୱରେ ହେଉଛି । ଏହି ପ୍ରଶଂସାର ଏକ କାରଣ ଏହା ଯେ ଟେକ୍ନୋଲୋଜିର ସହାୟତାରେ ପ୍ରସ୍ତୁତ ହୋଇଥିବା ପାରଦର୍ଶୀ ବ୍ୟବସ୍ଥାରେ ସମସ୍ତ ପ୍ରକାରର ଖାଦ୍ୟାନ୍ନ ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ପହଂଚୁଛି ।
ମାନନୀୟ ସଦସ୍ୟଗଣ,
22. ଆମ ଦେଶରେ ଏଭଳି ଅନେକ ବର୍ଗ ତଥା ଏଭଳି ଅନେକ କ୍ଷେତ୍ର ଅଛି, ଯେଉଁମାନଙ୍କର ଆଶା ଏବଂ ଆବଶ୍ୟକତା ଉପରେ ସମୁଚିତ ଧ୍ୟାନ ଦେଇ ହିଁ ସମଗ୍ର ବିକାଶର ପରିକଳ୍ପନାଗୁଡିକୁ ପୂରଣ କରାଯାଇ ପାରିବ । ଏବେ ମୋ ସରକାର ଏଭଳି ପ୍ରତ୍ୟେକ ବଂଚିତ ବର୍ଗ ଏବଂ ବଂଚିତ କ୍ଷେତ୍ରକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରୁଛନ୍ତି ।
23. ମୋ ସରକାର ପ୍ରତ୍ୟେକ ସମାଜର ସେହି ଇଚ୍ଛାକୁ ପୂରଣ କରିଛନ୍ତି, ଯେଉଁମାନେ ଶତାବ୍ଦୀ ଶତାବ୍ଦୀ ଧରି ବଂଚିତ ରହିଥିଲେ । ଗରିବ, ଦଳିତ, ପଛୁଆବର୍ଗ, ଆଦିବାସୀ ଏମାନଙ୍କର ଇଚ୍ଛାଗୁଡ଼ିକୁ ପୂରଣ କରି ସେମାନଙ୍କୁ ସ୍ୱପ୍ନ ଦେଖିବାର ସାହସ ଦେଇଛନ୍ତି । କୌଣସି ମଧ୍ୟ କାର୍ଯ୍ୟ ଏବଂ କୌଣସି ମଧ୍ୟ ପ୍ରୟାସ ଛୋଟ ହୋଇ ନ ଥାଏ, ବରଂ ବିକାଶରେ ସମସ୍ତଙ୍କର ନିଜସ୍ୱ ଭୂମିକା ରହିଛି । ଏହି ଭାବନାର ସହିତ ବଂଚିତ ବର୍ଗ ଏବଂ ଅବିକଶିତ କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି ।
24. ରାସ୍ତାକଡ଼- ଠେଲା- ଫୁଟପାଥ୍ ରେ ବହୁ ସଂଖ୍ୟାରେ ଆମର କ୍ଷୁଦ୍ର ବ୍ୟବସାୟୀ, ନିଜର ବ୍ୟବସାୟ- କାରବାର ଏବଂ ଦୋକାନ ଖୋଲି ଥାଆନ୍ତି । ମୋ ସରକାର ବିକାଶରେ ଏହି ସାଥୀମାନଙ୍କର ଭୂମିକାକୁ ମଧ୍ୟ ପ୍ରଶଂସା କରିଛନ୍ତି । ଏଥିପାଇଁ ପ୍ରଥମ ଥର ଏମାନଙ୍କୁ ଆନୁଷ୍ଠାନିକ ଭାବେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହିତ ଯୋଡ଼ିଲେ ଏବଂ ପିଏମ ସ୍ୱନିଧି ମାଧ୍ୟମରେ ଶସ୍ତା ଏବଂ ବିନା ଗ୍ୟାରେଂଟିର ଋଣ ବ୍ୟବସ୍ଥା କଲେ । ଯୋଜନା ଅଧୀନରେ ରାସ୍ତାକଡ଼ ବ୍ୟବସାୟୀଙ୍କୁ ଡିଜିଟାଲ କାରବାର ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ଏପର୍ଯ୍ୟନ୍ତ ପ୍ରାୟ 40 ଲକ୍ଷ ସାଥୀମାନଙ୍କୁ ଏହା ମାଧ୍ୟମରେ ଋଣ ପ୍ରଦାନ କରାଯାଇଛି ।
25. ମୋ ସରକାରଙ୍କ ପ୍ରାଥମିକତାରେ ଦେଶର 11 କୋଟି କ୍ଷୁଦ୍ର ଚାଷୀ ମଧ୍ୟ ଅଛନ୍ତି । ଏହି କ୍ଷୁଦ୍ର ଚାଷୀ, ଦଶକ ଦଶକ ଧରି ସରକାରଙ୍କ ପ୍ରାଥମିକତାରୁ ବଂଚିତ ରହିଥିଲେ । ଏବେ ଏମାନଙ୍କୁ ସଶକ୍ତ ଓ ସମୃଦ୍ଧ କରିବା ପାଇଁ ପ୍ରତ୍ୟେକ ପ୍ରକାରର ପ୍ରୟାସ କରାଯାଉଛି । ପିଏମ କିଷାନ ସମ୍ମାନ ନିଧି ଅଧୀନରେ ଏହି କ୍ଷୁଦ୍ର ଚାଷୀଙ୍କୁ ଦୁଇ ଶହ ପଚିଶ ଲକ୍ଷ କୋଟି ଟଙ୍କାରୁ ଅଧିକ ସହାୟତା ଦିଆ ଯାଇଛି । ବିଶେଷ କଥା ଏହା ହେଉଛି ଯେ ଏହି ହିତାଧିକାରୀମାନଙ୍କ ମଧ୍ୟରୁ ପ୍ରାୟ ୩ କୋଟି ହିତାଧିକାରୀ ହେଉଛନ୍ତି ମହିଳା । ଏହାଦ୍ୱାରା ଏ ପର୍ଯ୍ୟନ୍ତ ପ୍ରାୟ 54 ହଜାର କୋଟି ଟଙ୍କା ମହିଳା କୃଷକମାନଙ୍କୁ ମିଳି ସାରିଛି । ସେହିଭଳି କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଫସଲ ବୀମା, ମୃତିକା ସ୍ୱାସ୍ଥ୍ୟ କାର୍ଡ, କିଷାନ କ୍ରେଡିଟ୍ କାର୍ଡ- କେସିସିର ବ୍ୟାପକତା ବୃଦ୍ଧି କରିବା ସହିତ ହିଁ ଆମ ସରକାର ପ୍ରଥମ ଥର ପାଇଁ ପଶୁପାଳକ ଏବଂ ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ କିଷାନ କ୍ରେଡିଟ କାର୍ଡର ସୁବିଧା ସହିତ ଯୋଡ଼ିଛନ୍ତି । କୃଷକମାନଙ୍କର ସାମର୍ଥ୍ୟକୁ ବୃଦ୍ଧି କରିବା ପାଇଁ ଏଫପିଓ ଅର୍ଥାତ କୃଷକ ଉତ୍ପାଦକ ସଂଘର ପ୍ରତିଷ୍ଠା ଠାରୁ ନେଇ ଫସଲର ଏମଏସପିରେ ବୃଦ୍ଧି କରି, ମୋ ସରକାର କ୍ଷୁଦ୍ର ଚାଷୀଙ୍କ ସହିତ ଦୃଢ଼ତାର ସହିତ ଠିଆ ହୋଇଛନ୍ତି ।
ମାନନୀୟ ସଦସ୍ୟଗଣ,
26. ମୋ ସରକାର ଅନୁସୂଚିତ ଜାତି, ଜନଜାତି ଏବଂ ଅନ୍ୟ ପଛୁଆବର୍ଗଙ୍କ ଆକାଂକ୍ଷାକୁ ଜାଗ୍ରତ କରିଛନ୍ତି । ଏମାନେ ହେଉଛନ୍ତି ସେହି ବର୍ଗ, ଯେଉଁମାନେ ବିକାଶର ଲାଭ ଠାରୁ ସବୁଠାରୁ ଅଧିକ ବଂଚିତ ଥିଲେ । ଏବେ ଯେତେବେଳେ ମୌଳିକ ସୁବିଧାମାନ ଏହି ବର୍ଗଙ୍କ ପର୍ଯ୍ୟନ୍ତ ପହଂଚୁଛି, ତେବେ ଏହି ଲୋକମାନେ ନୂତନ ସ୍ୱପ୍ନ ଦେଖିବାରେ ସକ୍ଷମ ହୋଇ ପାରୁଛନ୍ତି । ଅନୁସୂଚିତ ଜାତିର ସାମାଜିକ- ଆର୍ଥିକ ସଶକ୍ତିକରଣ ପାଇଁ ଡକ୍ଟର ଆମ୍ବେଦକର ଉତ୍ସବଧାମ, ଅମୃତଜଳ ଧାରା ଏବଂ ଯୁବ ଉଦ୍ୟମୀ ଯୋଜନା ଭଳି କାର୍ଯ୍ୟକ୍ରମ ଚାଲୁ ରହିଛି । ଆଦିବାସୀ ଗୌରବ ପାଇଁ ମୋ ସରକାର ଅଦ୍ଭୁତପୂର୍ବ ନିଷ୍ପତି ନେଇଛନ୍ତି । ପ୍ରଥମ ଥର ଦେଶ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରିବା ଆରମ୍ଭ କରିଛି । ନିକଟରେ ହିଁ ମାନଘର ଧାମରେ ସରକାର ଆଦିବାସୀ ବିପ୍ଳବୀଙ୍କୁ ପ୍ରଥମ ଥର ରାଷ୍ଟ୍ରୀୟ ସ୍ତରରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଆଜି 36 ହଜାରରୁ ଅଧିକ ଆଦିବାସୀବହୁଳ ଗ୍ରାମକୁ ‘ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନା’ ଅଧୀନରେ ବିକଶିତ କରାଯାଉଛି । ଆଜି ଦେଶରେ 400ରୁ ଅଧିକ ଏକଲବ୍ୟ ମଡେଲ ସ୍କୁଲ ଆଦିବାସୀ ଅଂଚଳରେ ଖୋଲାଯାଇଛି । ସାରା ଦେଶରେ ତିନି ହଜାରରୁ ଅଧିକ ବନ ଧନ ବିକାଶ କେନ୍ଦ୍ର ଜୀବିକାର ନୂତନ ସାଧନ ପାଲଟିଛି । ମୋ ସରକାର ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗଙ୍କୁ ସମ୍ବିଧାନିକ ମାନ୍ୟତା ଦେଇ ଓବିସିଙ୍କ କଲ୍ୟାଣ ପାଇଁ ଆମର ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଛନ୍ତି । ବଞ୍ଜାରା, ଯାଯାବର, ଅର୍ଦ୍ଧ-ଘୁମନ୍ତୁ ସମୁଦାୟ ପାଇଁ ପ୍ରଥମ ଥର ଲାଗି କଲ୍ୟାଣ ଏବଂ ବିକାଶ ବୋର୍ଡ ଗଠନ କରାଯାଇଛି ।
ମାନନୀୟ ସଦସ୍ୟଗଣ,
27. ଦେଶରେ 100ରୁ ଅଧିକ ଏଭଳି ଜିଲ୍ଲା ଥିଲେ, ଯେଉଁମାନେ ବିକାଶର ଅନେକ ମାନଦଣ୍ଡରେ ପଛରେ ରହି ଯାଇଥିଲେ । ସରକାର ଏହି ଜିଲ୍ଲାଗୁଡ଼ିକୁ ଆକାଂକ୍ଷୀ ଜିଲ୍ଲା, ଆସପିରେସନାଲ ଡିଷ୍ଟ୍ରିକ୍ଟ ଘୋଷଣା କରି, ଏମାନଙ୍କର ବିକାଶ ଉପରେ ଧ୍ୟାନ ଦେଲେ । ଆଜି ଏହି ଜିଲ୍ଲା ଦେଶର ଅନ୍ୟ ଜିଲ୍ଲାର ସମକକ୍ଷ ହେବା ଆଡ଼କୁ ଅଗ୍ରସର ହେଉଛନ୍ତି । ଆକାଂକ୍ଷୀ ଜିଲ୍ଲାର ସଫଳତାକୁ ଏବେ ମୋ ସରକାର ବ୍ଲକ ସ୍ତରରେ ଦୋହରାଇବା ପାଇଁ କାର୍ଯ୍ୟ କରୁଛନ୍ତି । ଆଉ ଏଥିପାଇଁ ଦେଶରେ 500 ବ୍ଲକକୁ ଆକାଂକ୍ଷୀ ବ୍ଲକ ରୂପେ ବିକଶିତ କରିବାର କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ଆକାଂକ୍ଷୀ ବ୍ଲକ, ସାମାଜିକ ନ୍ୟାୟର ଏକ ସଂସ୍ଥାଗତ ବ୍ୟବସ୍ଥା ଭାବେ ବିକଶିତ କରାଯାଉଛି ।
28. ଦେଶର ଜନଜାତୀୟ ଅଂଚଳ, ପାହାଡିଆ ଅଂଚଳ, ସାମୁଦ୍ରିକ କ୍ଷେତ୍ର ଏବଂ ସୀମାନ୍ତବର୍ତୀ ଅଂଚଳକୁ ମଧ୍ୟ ବିଗତ ଦଶକରେ ବିକାଶର ସୀମିତ ଲାଭ ହିଁ ମିଳି ପାରୁଥିଲା । ଉତର-ପୂର୍ବ ଏବଂ ଜମ୍ମୁ-କଶ୍ମୀରରେ ଦୁର୍ଗମ ପରିସ୍ଥିତି ସହିତ ଅଶାନ୍ତି ଏବଂ ଆତଙ୍କବାଦ ମଧ୍ୟ ବିକାଶ ସାମ୍ନାରେ ବହୁତ ବଡ଼ ଆହ୍ୱାନ ଥିଲା । ମୋ ସରକାର ସ୍ଥାୟୀ ଶାନ୍ତି ପାଇଁ ମଧ୍ୟ ଅନେକ ସଫଳ ପଦକ୍ଷେପ ନେଇଛନ୍ତି ଏବଂ ଭୌଗୋଳିକ ଆହ୍ୱାନକୁ ମଧ୍ୟ ଚ୍ୟାଲେଞ୍ଜ ଦେଇଛନ୍ତି । ଏହାର ପରିଣାମ ହେଉଛି ଯେ ଉତର-ପୂର୍ବ ଏବଂ ଆମର ସୀମାନ୍ତବର୍ତୀ କ୍ଷେତ୍ର, ବିକାଶର ଏକ ନୂତନ ଗତି ଅନୁଭବ କରୁଛନ୍ତି ।
29. ସୀମାନ୍ତବର୍ତୀ ଗାଁ ପର୍ଯ୍ୟନ୍ତ ଉନ୍ନତ ସୁବିଧାମାନ ପହଂଚାଇବା ପାଇଁ ମୋ ସରକାର ଜୀବନ୍ତ ଗ୍ରାମ କାର୍ଯ୍ୟକ୍ରମ ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ସୀମାନ୍ତବର୍ତୀ ଅଂଚଳରେ ଅଦ୍ଭୁତପୂର୍ବ ଭିତିଭୂମି ବିଗତ ବର୍ଷମାନଙ୍କରେ ପ୍ରସ୍ତୁତ କରାଯାଇଛି, ଏହାଦ୍ୱାରା ମଧ୍ୟ ଏହି ଅଂଚଳରେ ବିକାଶକୁ ଗତି ମିଳୁଛି । ବିଗତ କିଛି ଦଶକରେ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବହୁତ ବଡ଼ ବିପଦ ପାଲଟିଥିବା ବାମପନ୍ଥୀ ହିଂସା ମଧ୍ୟ ଏବେ ମାତ୍ର କିଛି ଜିଲ୍ଲା ପର୍ଯ୍ୟନ୍ତ ହିଁ ସୀମିତ ରହିଯାଇଛି ।
ମାନନୀୟ ସଦସ୍ୟଗଣ,
30. ମୋ ସରକାରଙ୍କର ଏକ ବହୁତ ବଡ଼ ଉପଲବ୍ଧି ହେଉଛି ମହିଳା ସଶକ୍ତିକରଣ । ଏହି ସନ୍ଦର୍ଭରେ ମୋତେ ‘ନାରୀ- ଶକ୍ତି’ ନାମକ ଏକ ପ୍ରେରଣାଦାୟୀ କବିତାର ସ୍ମରଣ ହେଉଛି । ଯାହାକୁ ଭାରତୀୟ ସାହିତ୍ୟର ଅମର ବିଭୂତି, ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ ଭାଷାର ସୁପ୍ରସିଦ୍ଧ ନାରୀକବି ‘ଉକ୍ରଳ ଭାରତୀ’ କୁନ୍ତଳା କୁମାରୀ ସାବତ ଲେଖିଥିଲେ । ଆଜିଠାରୁ ପ୍ରାୟ 100 ବର୍ଷ ପୂର୍ବେ ସେ ଏହି ଉଦଘୋଷ କରିଥିଲେ:
“ବସୁନ୍ଧରା- ତଳେ ଭାରତ-ରମଣୀ ନୁହେଁ ହୀନ ନୁହେଁ ଦୀନ
ଅମର କୀରତି କୋଟି ଯୁଗେ କେବେ ଜଗତୁ ନୋହିବ ଲୀନ ।”
ଅର୍ଥାତ ଭାରତର ନାରୀ ପୃଥିବୀ ଉପରେ କାହା ତୁଳନାରେ ମଧ୍ୟ ନା ହିଁ ହୀନ ନା ହିଁ ଦୀନ । ସମ୍ପୁର୍ଣ୍ଣ ଜଗତରେ ତାହାର ଅମର କିର୍ତୀ ଯୁଗ- ଯୁଗ ପର୍ଯ୍ୟନ୍ତ କେବେ ହେଲେ ମଧ୍ୟ ଲୁପ୍ତ ହେବ ନାହିଁ ଅର୍ଥାତ ସଦା ସର୍ବଦା ସ୍ଥିର ରହିବ ।
31.ମୋତେ ଏହା ଦେଖି ଗର୍ବ ହୋଇଥାଏ ଯେ ଆଜି ଆମର ଭଉଣୀ ଏବଂ ଝିଅମାନେ ଉକ୍ରଳ ଭାରତୀଙ୍କ ସ୍ୱପ୍ନର ଅନୁରୂପ ବିଶ୍ୱ ସ୍ତରରେ ନିଜର କୀର୍ତି ପତାକା ଉଡାଉଛନ୍ତି । ମୁଁ ଖୁସି ଯେ ମହିଳାମାନଙ୍କର ଏଭଳି ପ୍ରଗତି ପଛରେ ମୋ ସରକାରଙ୍କ ପ୍ରୟାସର ସମ୍ବଳ ରହିଛି ।
32. ମୋ ସରକାରଙ୍କ ଦ୍ୱାରା ଯେତେ ମଧ୍ୟ କଲ୍ୟାଣକାରୀ ଯୋଜନାମାନ ଆରମ୍ଭ କରାଯାଇଛି, ତାହାର କେନ୍ଦ୍ରରେ ମହିଳାମାନଙ୍କ ଜୀବନକୁ ସହଜ କରିବା, ମହିଳାମାନଙ୍କୁ ରୋଜଗାର- ସ୍ୱରୋଜଗାରର ନୂତନ ସୁଯୋଗ ଦେବା ଏବଂ ମହିଳା ସଶକ୍ତିକରଣ ରହିଛି । ମହିଳା ଉତଥାନ ନେଇ ଯେଉଁ ପୁରୁଣା ଅବଧାରଣା ଓ ପୁରୁଣା ମାନ୍ୟତା ଗୁଡିକୁ ମଧ୍ୟ ଭାଙ୍ଗିବାକୁ ପଡିଛି, ସେଥିରେ ମଧ୍ୟ ସରକାର ପଛଘୁଂଚା ଦେଇ ନାହାନ୍ତି ।
33. ‘ବେଟୀ ବଚାଓ, ବେଟୀ ପଢାଓ ଅଭିଯାନ’ର ସଫଳତା ଆଜି ଆମେ ଦେଖୁଛୁ । ସରକାରଙ୍କ ପ୍ରୟାସ ଦ୍ୱାରା ସମାଜରେ ଯେଉଁ ଚେତନା ଆସିଛି, ତାହାଦ୍ୱାରା ଝିଅମାନଙ୍କର ସଂଖ୍ୟାରେ ନିରନ୍ତର ବୃଦ୍ଧି ହେଉଛି । ଦେଶରେ ପ୍ରଥମ ଥର ପାଇଁ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କର ସଂଖ୍ୟା ଅଧିକ ହୋଇଛି ଏବଂ ମହିଳାମାନଙ୍କର ସ୍ୱାସ୍ଥ୍ୟରେ ମଧ୍ୟ ପୂର୍ବ ତୁଳନାରେ ଉନ୍ନତି ପରିଲକ୍ଷିତ ହୋଇଛି । ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ହେଉ ଅବା ପୁଣି ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ଏହାଦ୍ୱାରା ମାଆ ଏବଂ ପିଲା, ଉଭୟଙ୍କ ଜୀବନକୁ ବଂଚାଇବାରେ ଆମେ ସଫଳ ହେଉଛୁ । ଆୟୂଷ୍ମାନ ଭାରତ ଯୋଜନାର ମଧ୍ୟ ପ୍ରାୟ 50 ପ୍ରତିଶତ ହିତାଧିକାରୀ ହେଉଛନ୍ତି ମହିଳା ।
ମାନନୀୟ ସଦସ୍ୟଗଣ,
34. ମୋ ସରକାର ଝିଅମାନଙ୍କର ପାଠପଢ଼ାରୁ ନେଇ ସେମାନଙ୍କ କ୍ୟାରିୟର ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୂର କରିବାର ପ୍ରୟାସ କରୁଛନ୍ତି । ଦେଶର ସରକାରୀ ସ୍କୁଲଗୁଡ଼ିକରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟର ନିର୍ମାଣ ହେଉ, ଅବାପୁଣି ସାନିଟାରୀ ପ୍ୟାଡ୍ସ ସହିତ ଜଡ଼ିତ ଯୋଜନା, ଏହାଦ୍ୱାରା ଝିଅମାନଙ୍କର ଡ୍ରପ୍ ଆଉଟ୍ ବା ଅଧାରୁ ପାଠ ଛାଡିବା ସଂଖ୍ୟା ବହୁତ ହ୍ରାସ ପାଇଛି । ସ୍ୱଚ୍ଛ ଭାରତ ଅଭିଯାନ ଦ୍ୱାରା ମହିଳାମାନଙ୍କର ଗରିମା ବୃଦ୍ଧି ପାଇଛି, ଏହାଦ୍ୱାରା ଏକ ସୁରକ୍ଷିତ ବାତାବରଣ ମଧ୍ୟ ସେମାନଙ୍କୁ ମିଳିଛି । ସୁକନ୍ୟା ସମୃଦ୍ଧି ଯୋଜନା ଦ୍ୱାରା ସାରା ଦେଶର କୋଟି- କୋଟି ଝିଅମାନଙ୍କର ଉନ୍ନତ ଭବିଷ୍ୟତ ପାଇଁ ପ୍ରଥମ ଥର ସଂଚୟ ଖାତା ଖୋଲାଯାଇଛି । ପଦକ୍ଷେପ ନିଆଯାଇଛି ।
35. ମୋ ସରକାର ଏହା ମଧ୍ୟ ସୁନିଶ୍ଚିତ କରିଛନ୍ତି ଯେ କୌଣସି ମଧ୍ୟ କାମ, କୌଣସି ମଧ୍ୟ କାର୍ଯ୍ୟ କ୍ଷେତ୍ରରେ ମହିଳାମାନଙ୍କ ପାଇଁ କୌଣସି ପ୍ରତିବନ୍ଧକ ନ ରହୁ । ଏଥିପାଇଁ ଖଣିଖାଦାନରୁ ନେଇ ସେନାରେ ଅଗ୍ରୀମ ମୋର୍ଚ୍ଚା ପର୍ଯ୍ୟନ୍ତ, ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ନିଯୁକ୍ତିର ଦ୍ୱାର ଉନ୍ମୁକ୍ତ କରାଯାଇଛି । ସୈନିକ ସ୍କୁଲ ଠାରୁ ନେଇ ସେନା ତାଲିମ ସ୍କୁଲ (ମିଲିଟାରୀ ଟ୍ରେନିଂ ସ୍କୁଲ)ରେ, ଏବେ ଆମର ଝିଅମାନେ ପାଠପଢିବା ସହ ତାଲିମ ନେଉଛନ୍ତି । ଇଏ ହେଉଛନ୍ତି ମୋ ସରକାର ଯିଏ ମାତୃତ୍ୱ ଅବକାଶକୁ 12 ସପ୍ତାହରୁ ବୃଦ୍ଧି କରି 26ସପ୍ତାହ କରିଛନ୍ତି ।
36. ମୁଦ୍ରା ଯୋଜନାର ପ୍ରାୟ 70 ପ୍ରତିଶତ ହିତାଧିକାରୀ ହେଉଛନ୍ତି ଉଦ୍ୟମୀ । ଏକ ଅଧ୍ୟୟନ ଅନୁସାରେ ଏହି ଯୋଜନା ଦ୍ୱାରା, ମହିଳାମାନଙ୍କର ଆର୍ଥିକ ଶକ୍ତି ଏବଂ ସାମାଜିକ ନିଷ୍ପତି ନେବାରେ ସେମାନଙ୍କର ଭାଗିଦାରୀ ବୃଦ୍ଧି ପାଇଛି, ପିଏମ ଆବାସ ଯୋଜନା ଅଧୀନରେ ମିଳୁଥିବା ଘରର ପଞ୍ଜିକରଣ ମଧ୍ୟ ମହିଳାମାନଙ୍କ ନାମରେ ହେବା ଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଜନ- ଧନ- ଯୋଜନାରେ ପ୍ରଥମ ଥର ପାଇଁ ଦେଶରେ ବ୍ୟାଙ୍କିଙ୍ଗ ସୁବିଧାରେ ମହିଳା ଏବଂ ପୁରୁଷମାନଙ୍କ ମଧ୍ୟରେ ସମାନତା ଆାସି ଯାଇଛି । ବର୍ତମାନ ସମୟରେ ଦେଶରେ 80 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ କାର୍ଯ୍ୟ କରୁଛନ୍ତି । ଯେଉଁଥିରେ ପ୍ରାୟ ନଅ କୋଟି ମହିଳାମାନେ ସାମିଲ ହୋଇଛନ୍ତି । ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସରକାରଙ୍କ ଦ୍ୱାରା ଲକ୍ଷ- ଲକ୍ଷ କୋଟି ଟଙ୍କାର ସହାୟତା ଦିଆଯାଉଛି ।
ମାନନୀୟ ସଦସ୍ୟଗଣ,
37. ଆମର ଐତିହ୍ୟ ଆମକୁ ମୂଳ ସହିତ ଜଡାଇ ରଖିଥାଏ ଏବଂ ଆମର ବିକାଶ ଆକାଶକୁ ଛୁଇଁବାର ସାହସ ଦେଇଥାଏ । ଏଥିପାଇଁ ମୋ ସରକାର ଐତିହ୍ୟକୁ ସୁଦୃଢ କରିବା ଏବଂ ବିକାଶକୁ ପ୍ରଥମିକତା ଦେବାର ପଥ ବାଛିଛନ୍ତି ।
38. ଆଜି ଗୋଟିଏ ପଟେ ଦେଶରେ ଅଯୋଧ୍ୟା ଧାମର ନିର୍ମାଣ ହେଉଛି, ତେବେ ଅନ୍ୟ ପଟେ ଆଧୁନିକ ସଂସଦ ଭବନ ମଧ୍ୟ ନିର୍ମାଣ ହେଉଛି ।
39. ଗୋଟିଏ ପଟେ ଆମେ କେଦାରନାଥ ଧାମ, କାଶୀ ବିଶ୍ୱନାଥ ଧାମ ଏବଂ ମହାକାଳ ମହାଲୋକର ନିର୍ମାଣ କଲୁ, ତେବେ ଅନ୍ୟ ପକ୍ଷରେ ପ୍ରତ୍ୟେକ ଜିଲ୍ଲାରେ ଆମ ସରକାର ମେଡିକାଲ କଲେଜ ମଧ୍ୟ ପ୍ରତିଷ୍ଠା କରୁଛନ୍ତି ।
40. ଗୋଟିଏ ପଟେ ଆମେ ନିଜର ତୀର୍ଥ ଏବଂ ଏତିହାସିକ କୀର୍ତିରାଜୀର ବିକାଶ କରୁଛୁ ତେବେ ଅନ୍ୟପକ୍ଷରେ ଭାରତ ବିଶ୍ୱର ବୃହତ ମହାକାଶ ଶକ୍ତି ପାଲଟୁଛି । ଭାରତ ପ୍ରଥମ ଘରୋଇ ଉପଗ୍ରହ ମଧ୍ୟ ପ୍ରେରଣ କରିଛି ।
41. ଏକ ପକ୍ଷରେ ଆମେ ଆଦି ଶଙ୍କରାଚାର୍ଯ୍ୟ, ଭଗବାନ ବସବେଶ୍ୱର, ତିଋବଲ୍ଲୁର, ଗୁରୁ ନାନକ ଦେବଙ୍କ ଭଳି ସନ୍ଥମାନଙ୍କର ପ୍ରଦର୍ଶୀତ ମାର୍ଗରେ ଆଗକୁ ବଢୁଛୁ, ସେହିଭଳି ଅନ୍ୟ ପକ୍ଷରେ ଆଜି ଭାରତ ହାଇଟେକ ଜ୍ଞାନର ମଧ୍ୟ କେନ୍ଦ୍ର ପାଲଟିବାକୁ ଯାଉଛି ।
42. ଗୋଟଏ ପଟେ କାଶୀ-ତମିଲ ସଂଗମମ୍ ମାଧ୍ୟମରେ ଏକ ଭାରତ- ଶ୍ରେଷ୍ଠ ଭାରତର ଭାବନାକୁ ସୁଦୃଢ କରୁଛି, ସେହିପରି ଅନ୍ୟପଟେ ଏକ ରାଷ୍ଟ୍ର, ଏକ ରାସନ କାର୍ଡ ଭଳି ଆଧୁନିକ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ କରୁଛୁ । ଡିଜିଟାଲ ଇଣ୍ଡିଆ ଏବଂ 5-G ଭଳି ଟେକ୍ନୋଲୋଜିରେ ଭାରତର ସାମର୍ଥ୍ୟର ଦୃଢତାକୁ ଆଜି ସାରା ବିଶ୍ୱ ସ୍ୱୀକାର କରୁଛି ।
43. ଆଜି ଭାରତ ଯେତେବେଳେ ଯୋଗ ଏବଂ ଆୟୁର୍ବେଦ ଭଳି ନିଜର ପୁରାତନ ବିଦ୍ୟା ଗୁଡିକୁ ସାରା ବିଶ୍ୱରେ ପହଂଚାଉଛି, ସେହିଭଳି ଅନ୍ୟ ପକ୍ଷରେ(ଫାର୍ମାସୀ ଅଫ ଦ ୱାର୍ଲ୍ଡ ) ବିଶ୍ୱର ଫାର୍ମା କ୍ଷେତ୍ରର ନୂତନ ପରିଚୟକୁ ମଧ୍ୟ ସଶକ୍ତ କରୁଛି ।
44. ଆଜି ଭାରତ ଯେତେବେଳେ ପ୍ରାକୃତିକ କୃଷିକୁ, ମିଲେଟସ ଭଳି ନିଜର ପରମ୍ପରାଗତ ଫସଲକୁ ପ୍ରୋତ୍ସାହିତ କରୁଛି, ସେହିପରି ନାନୋ ୟୁରିଆ ଭଳି ଆଧୁନିକ ଟେକ୍ନୋଲୋଜିର ମଧ୍ୟ ବିକାଶ କରିଛି ।
45. ଚାଷବାଷ ପାଇଁ ଗୋଟିଏ ପଟେ ଯେଉଁଠି ଗ୍ରାମୀଣ ଭିତିଭୂମିକୁ ଆମେ ଉନ୍ନତ କରୁଛୁ, ସେହିପରି ଅନ୍ୟପକ୍ଷରେ ଡ୍ରୋନ ଟେକ୍ନୋଲୋଜି ଦ୍ୱାରା, ସୌର ଶକ୍ତି ଦ୍ୱାରା କୃଷକଙ୍କୁ ଶକ୍ତି ପ୍ରଦାନ କରୁଛୁ ।
46.ସହର ମାନଙ୍କରେ ଯେତେବେଳେ ସ୍ମାର୍ଟ ସୁବିଧା ଗୁଡିକର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି, ସେହିପରି ସ୍ୱାମିତ୍ୱ ଯୋଜନାରେ ପ୍ରଥମଥର ପାଇଁ ଗାଁରେ ଘର ଗୁଡିକର ଡ୍ରୋନରେ ମ୍ୟାପିଂ କରାଯାଉଛି ।
47. ଆଜାଦୀ କା ଅମୃତ ମହୋତ୍ସବରେ ଆଜି ଯେତେବେଳେ ପ୍ରତ୍ୟେକ ଜିଲ୍ଲାରେ 75 ଅମୃତ ସରୋବର ନିର୍ମାଣ କରାଯାଉଛି, ସେତେବେଳେ ମଧ୍ୟ ହଜାର- ହଜାର ଆଧୁନିକ ବନେ୍ଦ ଭାରତ ଟ୍ରେନର ଶୁଭାରମ୍ଭ ହେଉଛି ।
48. ଗୋଟିଏ ପଟେ ଆମର ବ୍ୟବସାୟର ପରମ୍ପରାଗତ ଶକ୍ତି ରହୁ, ନଦୀ ଜଳମାର୍ଗଗୁଡ଼ିକ ଏବଂ ବନ୍ଦରଗୁଡ଼ିକୁ ମଧ୍ୟ ଆଧୁନିକ କରାଯାଉଛି, ତେବେ ମଲ୍ଟି- ମୋଡେଲ ଯୋଗାଯୋଗ ଏବଂ ଲଜିଷ୍ଟିକ୍ ପାର୍କର ନେଟୱର୍କ ମଧ୍ୟ ପ୍ରସ୍ତୁତ ହେଉଛି ।
ମାନନୀୟ ସଦସ୍ୟଗଣ,
49. ଆଜାଦୀ କା ଅମୃତକାଳରେ ଦେଶ ପଂଚ ପ୍ରଣଗୁଡ଼ିକର ପ୍ରେରଣାରେ ଆଗକୁ ବଢ଼ୁଛି । ପରାଧୀନତାର ପ୍ରତ୍ୟେକ ଚିହ୍ନ, ପ୍ରତ୍ୟେକ ମାନସିକତାରୁ ମୁକ୍ତି ପ୍ରଦାନ କରିବା ପାଇଁ ମଧ୍ୟ ମୋ ସରକାର ନିରନ୍ତର ପ୍ରୟାସରତ ଅଛନ୍ତି ।
50. ଯାହା କେବେ ରାଜପଥ ଥିଲା, ତାହା ଏବେ କର୍ତବ୍ୟପଥ ହୋଇ ସାରିଛି ।
51. ଆଜି କର୍ତବ୍ୟପଥରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ପ୍ରତିମା ପ୍ରତ୍ୟେକ ଭାରତୀୟଙ୍କୁ ଗୌରବାନ୍ୱିତ କରୁଛି, ସେତେବେଳେ ଆଣ୍ଡାମାନ ନିକୋବରରେ ମଧ୍ୟ ନେତାଜୀ ଏବଂ ଆଜାଦ ହିନ୍ଦ୍ ଫୌଜର ଶୌର୍ଯ୍ୟକୁ ଆମେ ସମ୍ମାନ ଦେଇଛୁ । ଏବେ କିଛି ଦିନ ପୂର୍ବରୁ ମୋ ସରକାର ଆଣ୍ଡାମାନ ନିକୋବର ଦ୍ୱୀପ ସମୂହରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପରେ ନେତାଜୀଙ୍କୁ ସମର୍ପିତ ଭବ୍ୟ ସ୍ମାରକ ଏବଂ ସଂଗ୍ରହାଳୟର ଶିଳାନ୍ୟାସ ମଧ୍ୟ କରିଛନ୍ତି ।
52. ଭାରତୀୟ ସେନାର ପରମବୀର ଚକ୍ର ବିଜେତାମାନଙ୍କର ନାମରେ ଆଣ୍ଡାମାନ ନିକୋବରର 21 ଦ୍ୱୀପ ସମୂହର ନାମକରଣ ମଧ୍ୟ କରାଯାଇଛି ।
53. ଗୋଟିଏ ପଟେ ଜାତୀୟ ସମର ସ୍ମାରକୀ ଆଜି ରାଷ୍ଟ୍ରୀୟ ଶୌର୍ଯ୍ୟର ପ୍ରତୀକ ହୋଇ ଯାଇଛି, ସେଠାରେ ଅନ୍ୟପଟେ ଆମର ନୌସେନାକୁ ମଧ୍ୟ ଏବେ ଛତ୍ରପତ ବୀର ଶିବାଜୀ ମହାରାଜଙ୍କ ଦ୍ୱାରା ଦିଆ ଯାଇଥିବା ପ୍ରତୀକ ଚିହ୍ନ ମିଳିଛି ।
54. ଗୋଟିଏ ପଟେ ଯେତେବେଳେ ଭଗବାନ ବିର୍ସା ମୁଣ୍ଡାଙ୍କ ସହିତ ସମସ୍ତ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ସହିତ ଜଡ଼ିତ ସଂଗ୍ରହାଳୟ ନିର୍ମାଣ କରାଯାଉଛି, ସେହିପରି ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ପଂଚତୀର୍ଥ ନିର୍ମାଣ କରାଯାଇଛି । ସେହିଭଳି ଅନ୍ୟ ପକ୍ଷରେ ପ୍ରତ୍ୟେକ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନକୁ ଦର୍ଶାଉଥିବା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ମଧ୍ୟ ନିର୍ମାଣ କରାଯାଇଛି।
୫୫. ଦେଶରେ ପ୍ରଥମ ‘ବୀର ବାଳ ଦିବସ’କୁ ମଧ୍ୟ ସମ୍ପୂର୍ଣ୍ଣ ଗର୍ବ ଏବଂ ଶ୍ରଦ୍ଧାର ସହିତ ପାଳନ କରାଗଲା । ଇତିହାସର ପୀଡାକୁ ଏବଂ ତା’ସହିତ ଜଡ଼ିତ ଶିକ୍ଷାକୁ ଜାଗ୍ରତ କରି ରଖିବା ପାଇଁ ଦେଶରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ର ମଧ୍ୟ ମୋ ସରକାର ଆରମ୍ଭ କରିଛନ୍ତି ।
ମାନନୀୟ ସଦସ୍ୟଗଣ,
56. ମେଡ୍ ଇନ୍ ଇଣ୍ଡିଆ ଅଭିଯାନ ଏବଂ ଆତ୍ମନିର୍ଭର ଭାରତ ଅଭିଯାନର ସଫଳତାର ଲାଭ ଦେଶକୁ ମିଳିବା ଆରମ୍ଭ ହୋଇ ଯାଇଛି । ଆଜି ଭାରତରେ ବିନିର୍ମାଣ କ୍ଷେତ୍ରରେ ନିଜର ଦକ୍ଷତା ମଧ୍ୟ ବୃଦ୍ଧି ପାଇଛି ଆଉ ସାରା ବିଶ୍ୱର ବିନିର୍ମାଣ କମ୍ପାନୀଗୁଡ଼ିକ ମଧ୍ୟ ଭାରତ ଆସୁଛନ୍ତି ।
57. ଆଜି ଆମେ ଭାରତରେ ହିଁ ସେମି- କଣ୍ଡକ୍ଟର ଚିପ୍ ଠାରୁ ନେଇ ଉଡ଼ାଜାହାଜର ନିର୍ମାଣ ପର୍ଯ୍ୟନ୍ତ ପ୍ରୟାସ ଆରମ୍ଭ କରି ସାରିଛୁ । ଏଭଳି ପ୍ରୟାସ ଗୁଡ଼ିକର ପରିଣାମ ହେଉଛି ଯେ ଭାରତରେ ନିର୍ମିତ ସାମଗ୍ରୀର ରପ୍ତାନୀ କ୍ରମାଗତ ଭାବେ ବୃଦ୍ଧି ପାଉଛି । କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ଆମେ ବ୍ୟାପକ ମାତ୍ରାରେ ମୋବାଇଲ ଫୋନ୍ ଆମଦାନୀ କରୁଥିଲେ । ଆଜି ଭାରତ ବିଶ୍ୱରେ ମୋବାଇଲ ଫୋନର ଏକ ବଡ଼ ରପ୍ତାନୀକାରୀ ପାଲଟି ଯାଇଛି । ଦେଶରେ ଖେଳଣା ଆମଦାନୀରେ ମଧ୍ୟ 70 ପ୍ରତିଶତ ହ୍ରାସ ପାଇଛି, ଯେତେବେଳେ କି ରପ୍ତାନୀ 60 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ।
58. ମୋ ସରକାରଙ୍କ ନୂତନ ପଦକ୍ଷେପର ପରିଣାମ ସ୍ୱରୂପ ଆମର ପ୍ରତିରକ୍ଷା ରପ୍ତାନୀ ଛଅ ଗୁଣ ହୋଇ ଯାଇଛି । ମୁଁ ଗର୍ବିତ ଯେ ଆମର ସେନାରେ ଆଜି ଆଇଏନଏସ ବିକ୍ରାନ୍ତ ଭାବେ ପ୍ରଥମ ସ୍ୱଦେଶୀ ଯୁଦ୍ଧ ଜାହାଜ ପରିବହନକାରୀ ମଧ୍ୟ ସାମିଲ ହୋଇଛି । ଆମେ କେବଳ ବିନିର୍ମାଣର ନୂତନ କ୍ଷେତ୍ରରେ ମଧ୍ୟ ପ୍ରବେଶ କରି ନାହୁଁ ବରଂ ଖଦି ଏବଂ ଗ୍ରାମୋଦ୍ୟୋଗ ଭଳି ନିଜର ପାରମ୍ପରିକ କ୍ଷେତ୍ରରେ ମଧ୍ୟ ପ୍ରଶଂସନୀୟ କାର୍ଯ୍ୟ କରୁଛୁ । ଏହା ଆମ ସମସ୍ତଙ୍କ ପାଇଁ ଖୁସିର କଥା ଯେ ସ୍ୱାଧୀନତାର ଅମୃତ ମହୋତ୍ସବ ସମୟରେ ଦେଶରେ ଖଦି ଏବଂ ଗ୍ରାମୀଣ ଉଦ୍ୟୋଗର କାରବାର ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇ ସାରିଛି । ମୋ ସରକାରଙ୍କର ପ୍ରୟାସ ଦ୍ୱାରା ଖଦି ବିକ୍ରି ମଧ୍ୟ ଚାରି ଗୁଣ ବୃଦ୍ଧି ପାଇଛି ।
ମାନନୀୟ ସଦସ୍ୟଗଣ,
59. ମୋ ସରକାର ନବସୃଜନ ଏବଂ ଉଦ୍ୟମିତା ଉପରେ ନିରନ୍ତର ଅଦ୍ଭୁତପୂର୍ବ ଗୁରୁତ୍ୱ ଦେଇଛନ୍ତି । ଏହାଦ୍ୱାରା ବିଶ୍ୱର ସବୁଠାରୁ ଯୁବ ଜନସଂଖ୍ୟା ଥିବା ଆମ ଦେଶର ଶକ୍ତିର ସଦୁପଯୋଗ ହେଉଛି । ଆଜି ଆମର ଯୁବକମାନେ ନିଜର ନବସୃଜନର ଶକ୍ତି ସାରା ବିଶ୍ୱକୁ ଦେଖାଉଛନ୍ତି । 2015ରେ ଭାରତ ବୈଶ୍ୱିକ ନବସୃଜନ ସୂଚକାଙ୍କରେ 81ତମ ସ୍ଥାନରେ ଥିଲା । ଏବେ ଆମେ 40 ତମ ସ୍ଥାନରେ ପହଂଚି ଯାଇଛେ । 7 ବର୍ଷ ପୂର୍ବେ ଯେଉଁଠି ଭାରତରେ ମାତ୍ର କିଛି ଶହ ପଞ୍ଜିକୃତ ଷ୍ଟାର୍ଟ ଅପ୍ସ ହିଁ ଥିଲେ, ସେଠାରେ ଆଜି ଏହି ସଂଖ୍ୟା ପାଖାପାଖି 90 ହଜାରରେ ପହଂଚିଛି ।
60. ଆଜିର ଯୁଗରେ ଆମର ସେନାବାହିନୀ ମଧ୍ୟ ଯୁବଶକ୍ତିରେ ସମୃଦ୍ଧ ହେବା, ଯୁଦ୍ଧ ଶକ୍ତିରେ ନିପୁଣ ହେବା, ଟେକ୍ନୋଲୋଜିର ଶକ୍ତି ସହିତ ସଜ୍ଜିତ ହୋଇ ରହିବା, ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ସିଦ୍ଧାନ୍ତକୁ ଦୃଷ୍ଟିରେ ରଖି ଅଗ୍ନିବୀର ଯୋଜନା ଆରମ୍ଭ କରାଯାଇଛି । ଏହାଦ୍ୱାରା ଦେଶର ଯୁବଶକ୍ତିକୁ ସେନାବାହିନୀ ମାଧ୍ୟମରେ ରାଷ୍ଟ୍ରର ସେବା କରିବାର ଅଧିକତମ ସୁଯୋଗ ମିଳିବ ।
61. ମୋ ସରକାର ଦେଶର ଯୁବକମାନଙ୍କ ଶକ୍ତିକୁ କ୍ରୀଡ଼ା ମାଧ୍ୟମରେ ମଧ୍ୟ ଦେଶର ସମ୍ମାନ ସହିତ ଯୋଡ଼ି ହେଉଛି । ଆମର ଖେଳାଳୀମାନେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରୁ ନେଇ ଅଲିମ୍ପିକ୍ସ ଏବଂ ପାରା ଅଲିମ୍ପିକ୍ସରେ ଅଦ୍ଭୁତପୂର୍ବ ପ୍ରଦର୍ଶନ କରି ଏହା ପ୍ରମାଣିତ କରିଛନ୍ତି ଯେ ସେମାନଙ୍କର ପ୍ରତିଭା କାହାଠାରୁ କମ୍ ନୁହେଁ । ଦେଶର କୋଣ- ଅନୁକୋଣରେ ଏଭଳି ପ୍ରତିଭାମାନଙ୍କୁ ଖୋଜିବା, ସେମାନଙ୍କର ପ୍ରତିଭା ପ୍ରସ୍ଫୁଟିତ କରିବା ପାଇଁ ଖୋଲୋ ଇଣ୍ଡିଆ କ୍ରୀଡ଼ା, ଖେଲୋ ଇଣ୍ଡିଆ ସେଂଟରରୁ ନେଇ ଟପ୍ସ (TOPS) ଯୋଜନା ପର୍ଯ୍ୟନ୍ତ ଚାଲୁ ରହିଛି ।
62. ଆମ ସରକାର ଦିବ୍ୟାଙ୍ଗ କଲ୍ୟାଣକୁ ନେଇ ମଧ୍ୟ ସମ୍ପୁର୍ଣ୍ଣ ଭାବେ ସମ୍ବେଦନଶୀଳ ଅଛନ୍ତି । ଦେଶରେ ‘ଗୋଟିଏ ସାଙ୍କେତିକ ଭାଷା’ ଆଉ ସୁଗମ୍ୟ ଭାରତ ଅଭିଯାନ ଦ୍ୱାରା ଦିବ୍ୟାଙ୍ଗ ଯୁବକମାନଙ୍କୁ ବହୁତ ସହାୟତା ପ୍ରଦାନ କରିଛି ।
ମାନନୀୟ ସଦସ୍ୟଗଣ,
63. ବିଗତ ଦଶକମାନଙ୍କରେ ଆମେ ଭାରତରେ ଭିତିଭୂମିର ନିର୍ମାଣରେ ଦୁଇଟି ବଡ଼ ଆହ୍ୱାନ ଦେଖିଛୁ । ଏକ, ଭିତିଭୂମିର ବୃହତ ପ୍ରକଳ୍ପ ସଠିକ୍ ସମୟରେ ସମ୍ପୁର୍ଣ୍ଣ ହୋଇ ପାରୁ ନ ଥିଲା । ଦ୍ୱିତୀୟରେ, ଭିନ୍ନ- ଭିନ୍ନ ବିଭାଗ, ଭିନ୍ନ- ଭିନ୍ନ ସରକାର, ନିଜ- ନିଜର ସୁବିଧାରେ କାର୍ଯ୍ୟ କରୁଥିଲେ । ଏହାଦ୍ୱାରା ସରକାରୀ ସଂସାଧନ ଗୁଡ଼ିକର ଦୁରୁପଯୋଗ ମଧ୍ୟ ହେଉଥିଲା, ସମୟ ମଧ୍ୟ ଅଧିକ ଲାଗୁଥିଲା ଆଉ ସାଧାରଣ ଜନତାଙ୍କୁ ମଧ୍ୟ ଅସୁବିଧା ହେଉଥିଲା । ମୋ ସରକାର ପିଏମ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ଏହି ଆହ୍ୱାନଗୁଡ଼ିକ ସହିତ ଯୁଝିବା ପାଇଁ ଏକ ଦୃଢ଼ ପଦକ୍ଷେପ ଉଠାଇଛନ୍ତି । ପିଏମ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନକୁ ନେଇ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳଗୁଡ଼ିକ ମଧ୍ୟ ଉତ୍ସାହ ଦେଖାଇଛନ୍ତି । ଏହାଦ୍ୱାରା ଦେଶରେ ମଲ୍ଟି- ମୋଡେଲ ଯୋଗାଯୋଗର ମଧ୍ୟ ସମ୍ପ୍ରସାରଣ ହେବ ।
64. ମୋ ସରକାର ଭାରତକୁ ବିଶ୍ୱର ସବୁଠାରୁ ପ୍ରତିଦ୍ୱନ୍ଦିତାମୂଳକ ଲଜିଷ୍ଟିକ୍ କେନ୍ଦ୍ର ଭାବେ ନିର୍ମାଣ କରିବା ପାଇଁ ପ୍ରୟାସରତ । ଏଥିପାଇଁ ଗତ ବର୍ଷ ଦେଶରେ ଜାତୀୟ ଲଜିଷ୍ଟିକ୍ ନୀତି ଲାଗୁ କରାଯାଇଛି । ଏହି ନୀତି ଲାଗୁ ହେବା ଦ୍ୱାରା ଲଜିଷ୍ଟିକ୍ ଜନିତ ବ୍ୟୟ ବହୁତ ହ୍ରାସ ହେବ ।
65. ମୋ ସରକାର ଦେଶର ବିକାଶ ପାଇଁ ଯେଉଁ ଗତି ଏବଂ ସ୍କେଲରେ କାର୍ଯ୍ୟ କରୁଛନ୍ତି, ତାହା ହେଉଛି ଅଦ୍ଭୁତପୂର୍ବ, ହେଉଛି ଅତୁଳନୀୟ ।
- ମୋ ସରକାର ଆସିବା ପରେ ଭାରତରେ ଗରିବଙ୍କ ପାଇଁ ପ୍ରତ୍ୟେକ ଦିନ ହାରାହାରି ଆବାସ ଯୋଜନାର 11 ହଜାର ଘର ତିଆରି ହେଲା ।
- ଏହି ଅବଧିରେ ଭାରତରେ ପ୍ରତ୍ୟେକ ଦିନ ହାରାହାରି ଅଢ଼େଇ ଲକ୍ଷ ଲୋକ, ବ୍ରଡବ୍ୟାଣ୍ଡ ଯୋଗାଯୋଗ ସହିତ ଯୋଡ଼ି ହେଲେ ।
- ପ୍ରତ୍ୟେକ ଦିନ 55 ହଜାରରୁ ଅଧିକ ଗ୍ୟାସ ସଂଯୋଗ ଦିଆ ଗଲା ।
- ମୁଦ୍ରା ଯୋଜନା ମାଧ୍ୟମରେ ପ୍ରତ୍ୟେକ ଦିନ 700 କୋଟିରୁ ଅଧିକ ଟଙ୍କାର ଋଣ ଦିଆଗଲା।
- ବିଗତ ଆଠ- ନଅ ବର୍ଷରେ ଭାରତରେ ହାରାହାରି ପ୍ରତ୍ୟେକ ମାସରେ ଗୋଟିଏ ମେଡିକାଲ କଲେଜ ନିର୍ମାଣ କରାଯାଇଛି ।
- ଏହି ସମୟ ମଧ୍ୟରେ ଦେଶରେ ପ୍ରତ୍ୟେକ ଦିନ ଦୁଇଟି କଲେଜର ପ୍ରତିଷ୍ଠା ହୋଇଛି, ପ୍ରତ୍ୟେକ ସପ୍ତାହରେ ଗୋଟିଏ ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯାଇଛି ।
- କେବଳ ଦୁଇ ବର୍ଷ ମଧ୍ୟରେ ଭାରତ 220 କୋଟିରୁ ଅଧିକ ଟିକାର ଡୋଜ ମଧ୍ୟ ଦେଇଛି ।
66. ସାମାଜିକ ଭିତିଭୂମିର କଥା ଯଦି ଆମେ କହିବା ତେବେ ବର୍ଷ 2004 ରୁ 2014ମଧ୍ୟରେ ଯେଉଁଠାରେ ଦେଶରେ 145 ମେଡିକାଲ କଲେଜ ଖୋଲିଥିଲା, ସେହିଠାରେ ମୋ ସରକାରରେ 2014 ରୁ 2022 ପର୍ଯ୍ୟନ୍ତ 260 ରୁ ଅଧିକ ମେଡିକାଲ କଲେଜ ଖୋଲା ଯାଇ ସାରିଛି । ଡାକ୍ତରୀ ପାଠ ପଢ଼ୁଥିବା ଛାତ୍ରମାନଙ୍କ ପାଇଁ ସ୍ନାତକ ଏବଂ ସ୍ନାତକୋତର ଆସନର ସଂଖ୍ୟା ଏବେ ପୂର୍ବ ତୁଳନାରେ ଦେଶରେ ଦୁଇ ଗୁଣା ହୋଇ ସାରିଛି । 2014 ପୂର୍ବରୁ ଯେଉଁଠାରେ ଦେଶରେ ମୋଟ ପ୍ରାୟ ୭୨୫ ବିଶ୍ୱବିଦ୍ୟାଳୟ ଥିଲା, ସେହିଠାରେ ବିଗତ କେବଳ ଆଠ ବର୍ଷରେ 300ରୁ ଅଧିକ ନୂତନ ବିଶ୍ୱବିଦ୍ୟାଳୟ ନିର୍ମିତ ହୋଇଛି । ଏହି ସମୟ ମଧ୍ୟରେ ଦେଶରେ ପାଂଚ ହଜାରରୁ ଅଧିକ କଲେଜ ମଧ୍ୟ ଖୋଲା ଯାଇଛି ।
67. ଏହିଭଳି ଭାବେ ଫିଜିକାଲ ଭିତିଭୂମିରେ ଦେଶରେ କେତେଗୁଡ଼ିଏ ନୂତନ ରେକର୍ଡ ପ୍ରତିଷ୍ଠା ହୋଇଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ 2013-14 ପର୍ଯ୍ୟନ୍ତ ଦେଶରେ ପ୍ରାୟ ତିନି ଲକ୍ଷ ଏକାଅଶୀ ହଜାର କିଲୋମିଟର ସଡ଼କ ନିର୍ମାଣ କରାଯାଇଥିଲା । ଯେତେବେଳେ କି, 2021-22 ପର୍ଯ୍ୟନ୍ତ ଗ୍ରାମୀଣ ସଡ଼କ ଗୁଡ଼ିକର ଏହି ନେଟୱର୍କ ସାତ ଲକ୍ଷ କିଲୋମିଟରରୁ ମଧ୍ୟ ଅଧିକ ହୋଇ ଯାଇଛି । ଏ ପର୍ଯ୍ୟନ୍ତ ଦେଶର 99 ପ୍ରତିଶତରୁ ଅଧିକ ବସ୍ତିଗୁଡ଼ିକ ସଡ଼କ ପଥ ସହିତ ଯୋଡ଼ି ହୋଇ ସାରିଛି । ବିଶ୍ୱ ବ୍ୟାଙ୍କ ସମେତ ଅନେକ ସଂସ୍ଥାଗୁଡ଼ିକର ଅଧ୍ୟୟନ ଅନୁସାରେ ଗ୍ରାମୀଣ ସଡ଼କ ଦ୍ୱାରା ଗାଁରେ ରୋଜଗାର, ଚାଷବାସ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଉପରେ ବହୁତ ସକରାତ୍ମକ ପ୍ରଭାବ ପଡ଼ୁଛି ।
68. ଜାତୀୟ ରାଜପଥ ନେଟୱର୍କରେ ବିଗତ ଆଠ ବର୍ଷ ମଧ୍ୟରେ 55 ପ୍ରତିଶତରୁ ଅଧିକର ଅଭିବୃଦ୍ଧି ଘଟିଛି । ଖୁବ୍ ଶୀଘ୍ର ହିଁ ଭାରତମାଳା ପ୍ରକଳ୍ପ ମାଧ୍ୟମରେ ଦେଶର 550ରୁ ଅଧିକ ଜିଲ୍ଲା, ରାଜପଥ ସହିତ ଯୋଡ଼ି ହୋଇଯିବେ । ଅର୍ଥବ୍ୟବସ୍ଥାକୁ ଗତି ପ୍ରଦାନ କରିବା ଭଳି କରିଡର ଗୁଡ଼ିକର ସଂଖ୍ୟା 6ରୁ ବୃଦ୍ଧି ପାଇ 50 ହେବାକୁ ଯାଉଛି ।
69. ସେହିଭଳି ଭାବେ, ଦେଶର ବିମାନ କ୍ଷେତ୍ର ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ବର୍ଷ 2014 ପର୍ଯ୍ୟନ୍ତ ଯେଉଁଠାରେ ଦେଶରେ ବିମାନବନ୍ଦର ସଂଖ୍ୟା 74 ଥିଲା, ତାହା ଏବେ ବୃଦ୍ଧି ପାଇ 147 ହୋଇ ଯାଇଛି । ଆଜି ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଏଭିଏସନ୍ ବଜାର ହୋଇ ସାରିଛି । ଏଥିରେ ଉଡାଣ ଯୋଜନାର ବହୁତ ବଡ଼ ଭୂମିକା ରହିଛି । ଭାରତୀୟ ରେଳବାଇ ନିଜର ଆଧୁନିକ ଅବତାରରେ ସାମ୍ନାକୁ ଆସୁଛି ଆଉ ଦେଶର ରେଳବାଇ ମାନଚିତ୍ରରେ ଅନେକ ଦୁର୍ଗମ ଅଂଚଳ ମଧ୍ୟ ଯୋଡ଼ି ହେଉଛି । ବନେ୍ଦ ଭାରତ ଏକ୍ସପ୍ରେସ ରୂପରେ ଏକ ଆଧୁନିକ ଏବଂ ସେମି ହାଇସ୍ପିଡ଼ ଟ୍ରେନ ଭାରତୀୟ ରେଳର ଅଂଶ ବିଶେଷ ହୋଇ ସାରିଛି । ଜମ୍ମୁ- କଶ୍ମୀର ଏବଂ ଉତର- ପୂର୍ବର ଦୁର୍ଗମ ଅଂଚଳଗୁଡ଼ିକୁ ମଧ୍ୟ ରେଳବାଇ ସହିତ ଯୋଡା ଯାଉଛି । ଦେଶର ବଡ଼ ରେଳଷ୍ଟେସନକୁ ଆଧୁନିକ କରାଯାଉଛି । ଭାରତୀୟ ରେଳବାଇ ବିଜୁଳି ଦ୍ୱାରା ଚାଲୁଥିବା ବିଶ୍ୱର ସବୁଠାରୁ ବଡ଼ ରେଲୱେ ନେଟୱର୍କ ଭାବେ ପରିଚିତ ହେବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି । ଭାରତୀୟ ରେଳକୁ ସୁରକ୍ଷିତ କରିବା ପାଇଁ ସ୍ୱଦେଶୀ କୌଶଳ– କବଚର ମଧ୍ୟ ଆମେ ଦ୍ରୁତ ଗତିରେ ବିସ୍ତାର କରୁଛୁ ।
ମାନନୀୟ ସଦସ୍ୟଗଣ,
70. ଭାରତ ସେହି ଚିନ୍ତାଧାରାକୁ ପରିବର୍ତନ କରିଛି ଯାହାକୁ ପ୍ରଗତି ଏବଂ ପ୍ରକୃତିର ପରମ୍ପରା ବିରୋଧୀ ବୋଲି ମାନୁଥିଲେ । ମୋ ସରକାର ସବୁଜ ଅଭିବୃଦ୍ଧି ଉପରେ ଧ୍ୟାନ ଦେଉଛନ୍ତି ଆଉ ସମଗ୍ର ବିଶ୍ୱକୁ ମିଶନ ଲାଇଫ୍ ସହିତ ଯୋଡ଼ିବା ଉପରେ ଗୁରୁତ୍ୱ ଦେଉଛନ୍ତି । ସରକାର ବିଗତ ଆଠ ବର୍ଷରେ ସୌର ଶକ୍ତି କ୍ଷମତାକୁ ପ୍ରାୟ 20 ଗୁଣା ବୃଦ୍ଧି କରିଛନ୍ତି । ଆଜି ଭାରତ, ନବୀକରଣ ଯୋଗ୍ୟ ଶକ୍ତିର କ୍ଷମତାରେ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି । ଦେଶର ବିଜୁଳି ଉତ୍ପାଦନର 40ପ୍ରତିଶତ କ୍ଷମତା ଅଣ- ଫସିଲ ଇନ୍ଧନରୁ ସୃଷ୍ଟି କରିବାର ଲକ୍ଷ୍ୟକୁ ଦେଶ ନଅ ବର୍ଷ ପୂର୍ବରୁ ହିଁ ହାସଲ କରି ନେଇଛି । ଏହି ସଫଳତା ବର୍ଷ 2027 ପର୍ଯ୍ୟନ୍ତ ନେଟ୍ ଜିରୋର ଆମର ସଂକଳ୍ପକୁ ସଶକ୍ତ କରିବାକୁ ଯାଉଛି । ଦେଶରେ, ପେଟ୍ରୋଲରେ 20 ପ୍ରତିଶତ ଇଥେନଲ ମିଶ୍ରଣର ଲକ୍ଷ୍ୟ ଉପରେ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି ।
71. ସରକାର ନିକଟରେ ମିଶନ ହାଇଡ୍ରୋଜେନକୁ ମଧ୍ୟ ସ୍ୱୀକୃତି ଦେଇଛନ୍ତି । ଏହା ସବୁଜ ଶକ୍ତି କ୍ଷେତ୍ରରେ ଭାରତରେ ଲକ୍ଷ-ଲକ୍ଷ କୋଟି-କୋଟି ଟଙ୍କାର ନିବେଶକୁ ଆକର୍ଷିତ କରିବାକୁ ଯାଉଛି । ଏହାର ଫଳ ସ୍ୱରୂପ ସ୍ୱଚ୍ଛ- ଶକ୍ତିକୁ ନେଇ ମଧ୍ୟ, ଆଉ ଶକ୍ତି ସୁରକ୍ଷାକୁ ନେଇ ମଧ୍ୟ, ବିଦେଶମାନଙ୍କ ଉପରେ ଆମର ନିର୍ଭରଶୀଳତା କମ୍ ହେବ । ଦେଶର ସହର ଗୁଡ଼ିକରୁ ପ୍ରଦୂଷଣ କମ୍ କରିବା ମଧ୍ୟ ହେଉଛି ଆମର ବହୁତ ବଡ଼ ପ୍ରାଥମିକତା । ତେଣୁକରି ଇଲେକ୍ର୍ଟିକ୍ ମୋବିଲିଟି ପାଇଁ ବହୁତ ବ୍ୟାପକ ସ୍ତରରେ କାର୍ଯ୍ୟ ଚାଲୁ ରହିଛି । ଫେମ୍ (FAME) ଯୋଜନା ମାଧ୍ୟମରେ ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ସହର ଗୁଡ଼ିକରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସାତ ହଜାରରୁ ଅଧିକ ଇଲେକ୍ଟ୍ରିକ୍ ବସ୍ ସାଧାରଣ ପରବିହନରେ ଯୋଡା ଯାଉଛି । ବିଗତ ଆଠ ବର୍ଷରେ ଦେଶରେ ମେଟ୍ରୋ ନେଟୱର୍କରେ ତିନି ଗୁଣରୁ ଅଧିକ ବୃଦ୍ଧି ହୋଇଛି । ଆଜି 27 ସହରରେ ମେଟ୍ରୋ ଟ୍ରେନ ଉପରେ କାର୍ଯ୍ୟ ଚାଲୁ ରହିଛି । ଏହିଭଳି ଭାବେ ସମଗ୍ର ଦେଶରେ 100ରୁ ଅଧିକ ନୂତନ ଜଳପଥ ମଧ୍ୟ ବିକଶିତ କରାଯାଉଛି । ଏହି ନୂତନ ଜଳପଥ ଦେଶରେ ପରିବହନ କ୍ଷେତ୍ରର କାୟାକଳ୍ପ କରିବାରେ ସାହାଯ୍ୟ କରିବ ।
ମାନନୀୟ ସଦସ୍ୟଗଣ,
72. ଆଜିକାର ବିଶ୍ୱ ଅନେକ ଆହ୍ୱାନ ମଧ୍ୟ ଦେଇ ଗତି କରୁଛି । ଦଶକ- ଦଶକ ପୂର୍ବେ ନିର୍ମାଣ କରାଯାଇଥିବା ଅନ୍ତରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକର ପ୍ରାସଙ୍ଗିକତା ଏବଂ ପ୍ରଭାବ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ଏହି ପରିସ୍ଥିତିରେ ଭାରତ ଏହିଭଳି ଏକ ଦେଶ ଭାବେ ବିକଶିତ ହେଉଛି ଯାହା ଆଜିକାର ବିଭାଜିତ ବିଶ୍ୱକୁ କୌଣସି ନା କୌଣସି ରୂପରେ ଯୋଡ଼ି ରଖିଛି । ଭାରତ ଆଜି ସେହି ଦେଶମାନଙ୍କ ମଧ୍ୟରୁ ଅନ୍ୟତମ ଯିଏ (ଗ୍ଲୋବାଲ ସପ୍ଲାଇ ଚେନ୍) ବୈଶ୍ୱିକ ଯୋଗଣ ଶୃଙ୍ଖଳ ଉପରେ ବିଶ୍ୱାସକୁ ପୁଣିଥରେ ସଶକ୍ତ କରୁଛି । ତେଣୁ ଆଜି ବିଶ୍ୱ ଭାରତ ଆଡକୁ ଆଶା ଓ ସମ୍ଭାବନାର ଦୃଷ୍ଟିରେ ଚାହିଁଛି ।
73. ଚଳିତ ବର୍ଷ ଭାରତ G-20 ଭଳି ପ୍ରଭାବୀ ସମୂହର ନେତୃତ୍ୱ କରୁଛି । ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତର ମନ୍ତ୍ର ସହିତ ଭାରତର ସମ୍ପୂର୍ଣ୍ଣ ଚେଷ୍ଟା ରହିଛି ଯେ G-20ର ସଦସ୍ୟ ଦେଶଗୁଡ଼ିକ ସହିତ ମିଳିମିଶି ସମ୍ପ୍ରତି ବୈଶ୍ୱିକ ଆହ୍ୱାନ ଗୁଡ଼ିକର ସାମୁହିକ ସମାଧାନ ଖୋଜାଯାଉ। ମୋ ସରକାର ଏହାକୁ କେବଳ ଏକ କୁଟନୈତିକ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ରଖିବାକୁ ଚାହୁଁ ନାହାଁନ୍ତି । ବରଂ ଏହା ସାରା ଦେଶର ପ୍ରୟାସ ଫଳରେ, ଭାରତର ସାମର୍ଥ୍ୟ ଏବଂ ସଂସ୍କୃତିକୁ ପ୍ରଦର୍ଶନ କରିବାର ହେଉଛି ସୁଯୋଗ । ଏଥିପାଇଁ ସମଗ୍ର ଦେଶର ଡଜନ- ଡଜନ ସହରରେ ବର୍ଷସାରା G-20ର ବୈଠକମାନ ଆୟୋଜିତ କରା ଯାଉଛି ।
ମାନନୀୟ ସଦସ୍ୟଗଣ,
74. ଏହା ହେଉଛି ଭାରତର ବୈଶ୍ୱିକ ସମ୍ପର୍କର ଉନ୍ନତ ସମୟ । ଆମେ ବିଶ୍ୱର ବିଭିନ୍ନ ଦେଶଗୁଡ଼ିକ ସହିତ ନିଜର ସହଯୋଗ ଏବଂ ମିତ୍ରତାକୁ ସଶକ୍ତ କରିଛୁ । ଗୋଟିଏ ପଟେ ଚଳିତ ବର୍ଷ ଆମେ ଏସସିଓର ଅଧ୍ୟକ୍ଷତା କରୁଛୁ, ସେତେବେଳେ ସେହିଠାରେ ଅନ୍ୟପଟେ କ୍ୟୁୟୁଏଡିର ସଦସ୍ୟ ହୋଇଥିବା କାରଣରୁ, ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ କାର୍ଯ୍ୟ କରୁଛୁ ।
75. ଆମେ ଆମର ରାଷ୍ଟ୍ରୀୟ ହିତଗୁଡ଼ିକୁ ସର୍ବୋପରି ରଖି ନିଜର ଭୂମିକାର ବିସ୍ତାର କରିଛୁ । ଆଫଗାନିସ୍ତାନରେ ଭୂକମ୍ପ ହେଉ କିମ୍ବା ଶ୍ରୀଲଙ୍କାରେ ସଙ୍କଟ, ଆମେ ସର୍ବପ୍ରଥମେ ମାନବୀୟ ସହାୟତା ନେଇ ପହଂଚିଲୁ ।
76. ଭାରତକୁ ନେଇ ଆଜି ଯେଉଁ ସଦ୍ଭାବ ରହିଛି ତାହାର ଲାଭ ଆମକୁ ଆଫଗାନିସ୍ତାନ ଏବଂ ୟୁକ୍ରେନରେ ସୃଷ୍ଟି ହୋଇଥିବା ସଙ୍କଟ ସମୟରେ ମଧ୍ୟ ମିଳିଥିଲା । ସଙ୍କଟରେ ଫସି ରହିଥିବା ଆମର ନାଗରିକମାନଙ୍କୁ ଆମେ ଏହି ଦେଶମାନଙ୍କରୁ ସୁରକ୍ଷିତ ଭାବେ ନେଇ ଆସିଲୁ । ଏହି ସମୟ ମଧ୍ୟରେ ଭାରତ ଅନ୍ୟ କେତେକ ଦେଶର ନାଗରିକମାନଙ୍କୁ ସାହାଯ୍ୟ କରି ନିଜର ମାନବୀୟ ସ୍ୱରୂପ ପୁଣିଥରେ ବିଶ୍ୱ ସମ୍ମୁଖରେ ପ୍ରସ୍ତୁତ କଲା ।
ମାନନୀୟ ସଦସ୍ୟଗଣ,
77. ଭାରତ ଆତଙ୍କବାଦକୁ ନେଇ ଯେଉଁ କଡ଼ା ଆଭିମୁଖ୍ୟ ଆପଣାଇଛି ତାହାକୁ ମଧ୍ୟ ଆଜି ବିଶ୍ୱ ବୁଝି ହୃଦୟଙ୍ଗମ କରୁଛି । ତେଣୁ ଆତଙ୍କବାଦ ବରୋଧରେ ଭାରତର ସ୍ୱରକୁ ପ୍ରତ୍ୟେକ ମଂଚରେ ଗମ୍ଭୀରତାର ସହିତ ଶୁଣା ଯାଉଛି । ଗତ ବର୍ଷ ଅକ୍ଟୋବରରେ ଭାରତରେ ପ୍ରଥମ ଥର ୟୁଏନଏସସି ଆତଙ୍କବାଦ ମୁକାବିଲା କମିଟିର ଏକ ସ୍ୱତନ୍ତ୍ର ବୈଠକ ଆୟୋଜିତ କରାଗଲା । ଏଥିରେ ଭାରତ ଆତଙ୍କବାଦ ବିରୁଦ୍ଧରେ ନିଜର ଭୂମିକାକୁ ସ୍ପଷ୍ଟ କଲା । ସାଇବର ନିରାପତା ସହିତ ଜଡ଼ିତ ଚିନ୍ତାଗୁଡ଼ିକୁ ମଧ୍ୟ ମୋ ସରକାର ଗମ୍ଭୀରତାର ସହିତ ସମଗ୍ର ବିଶ୍ୱ ସାମ୍ନାରେ ରଖୁଛନ୍ତି ।
78. ମୋ ସରକାର ସ୍ପଷ୍ଟ ଭାବରେ ସ୍ୱୀକାର କରୁଛନ୍ତି ଯେ ସ୍ଥାୟୀ ଶାନ୍ତି ସେତେବେଳେ ସମ୍ଭବ, ଯେତେବେଳେ ଆମେ ରାଜନୈତିକ ଏବଂ ରଣନୀତିକ ରୂପରେ ସଶକ୍ତ ହେବା । ତେଣୁ ନିଜର ସୈନ୍ୟ ଶକ୍ତିର ଆଧୁନିକୀକରଣ ଉପରେ ଆମେ ନିରନ୍ତର ଭାବେ ଗୁରୁତ୍ୱ ଦେଉଛୁ ।
ମାନନୀୟ ସଦସ୍ୟଗଣ,
79. ଗଣତନ୍ତ୍ରର ଜନନୀ ରୂପରେ ଭାରତର ଅନନ୍ତ ଯାତ୍ରା ଅନନ୍ତ ଗୌରବ ସହିତ ଭରି ହୋଇ ରହିଛି । ଆମେ ଗଣତନ୍ତ୍ରକୁ ଏକ ମାନବୀୟ ସଂସ୍କାର ରୂପରେ ବିକଶିତ କରିଛୁ, ସମୃଦ୍ଧ କରିଛୁ । ଆମର ହଜାର- ହଜାର ବର୍ଷର ଅତୀତ ପରି ହିଁ, ଆଗାମୀ ଶତାବ୍ଦୀରେ ଭାରତ, ମାନବୀୟ ସଭ୍ୟତାର ଅବିରତ ଧାରା ଭାବେ ଅନବରତ ଗତିମାନ ରହିବ ।
- ଭାରତର ଗଣତନ୍ତ୍ର ସମୃଦ୍ଧ ଥିଲା, ସଶକ୍ତ ଥିଲା, ଆଉ ଆଗକୁ ମଧ୍ୟ ସଶକ୍ତ ରହିବ ।
- ଭାରତର ଜୀବନ୍ତତା ଅମର ଥିଲା, ଆଗକୁ ମଧ୍ୟ ଅମର ରହିବ ।
- ଭାରତର ଜ୍ଞାନ- ବିଜ୍ଞାନ ଏବଂ ଆଧ୍ୟାତ୍ମ ଶତାବ୍ଦୀ- ଶତାବ୍ଦୀ ଧରି ବିଶ୍ୱର ମାର୍ଗଦର୍ଶନ କରି ଚାଲି ଆସିଛି, ଆଉ ଆଗାମୀ ଶତାବ୍ଦୀରେ ମଧ୍ୟ ବିଶ୍ୱକୁ ଏହିଭଳି ଭାବେ ପଥ ପ୍ରଦର୍ଶନ କରିବ ।
- ଭାରତର ଆଦର୍ଶ ଏବଂ ମୂଲ୍ୟବୋଧ, ଅନ୍ଧକାରରେ ଭରି ରହିଥିବା ପରାଧୀନତାର ସମୟ ମଧ୍ୟରେ ଅକ୍ଷୁର୍ଣ୍ଣ ରହି ଆସିଛି, ଆଉ ଆଗକୁ ଯାଇ ମଧ୍ୟ ଅକ୍ଷୁର୍ଣ୍ଣ ରହିବ ।
80. ଗଣତନ୍ତ୍ରର କେନ୍ଦ୍ର, ଏହି ସଂସଦରେ ଆମର ଏହା ପ୍ରୟାସ ହେବା ଆବଶ୍ୟକ ଯେ ଆମେ କଷ୍ଟକର ଭଳି ପ୍ରତୀୟମାନ ହେଉଥିବା ଲକ୍ଷ୍ୟ ସ୍ଥିର କରିବା ଆଉ ତାହାକୁ ହାସଲ କରି ଦେଖାଇବା। ଯାହା ଆସନ୍ତାକାଲି ହେବାକୁ ଅଛି ତାହାକୁ ଆଜି ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରିବା । ଯାହାକୁ ଅନ୍ୟ କେହି ଆଗାମୀ ଦିନମାନଙ୍କରେ କରିବା ପାଇଁ ଚିନ୍ତା କରୁଛନ୍ତି ତାହାକୁ ଆମେ ଭାରତବାସୀ ପ୍ରଥମରେ କରି ଦେଖାଇଦେବା ।
81. ଆସନ୍ତୁ, ଆମର ଗଣତନ୍ତ୍ରକୁ ସମୃଦ୍ଧ କରି ଆମେ ସେହି ବେଦ- ବାକ୍ୟକୁ ଅଭ୍ୟସ୍ତ କରିବା ଯେଉଁଥିରେ କୁହାଯାଇଛି – ‘ସଙ୍ଗଚ୍ଛଧ୍ୱଂ ସମ୍ବଦଧ୍ୱଂ ସଂ ୱୋ ମନାଂସି ଜାନତାମ୍’ । ଅର୍ଥାତ୍, ଆମେ ସମସ୍ତେ ଏକା ସହିତ ପାଦରେ ପାଦ ମିଳାଇ ଚାଲିବା, ଆମର ସଂକଳ୍ପ ସ୍ୱରରେ ଏକତାର ପ୍ରବାହ ହେଉ ଆଉ ଆମ ଅନ୍ତଃକରଣ ଜଣେ ଅନ୍ୟ ଜଣଙ୍କ ସହିତ ଯୋଡ଼ି ହୋଇ ରହୁ ।
82. ଆସନ୍ତୁ, ଆମେ ରାଷ୍ଟ୍ରନିର୍ମାଣର ଏହି ମହାନ ଯଞ୍ଜରେ ନିଜର କର୍ତବ୍ୟ ପଥରେ ଅଗ୍ରସର ହୋଇ ସମ୍ବିଧାନର ଶପଥକୁ ପୂରଣ କରିବା ।
ଧନ୍ୟବାଦ !
ଜୟ ହିନ୍ଦ !
ଜୟ ଭାରତ !
*****
AH
(Release ID: 1896391)
Visitor Counter : 189
Read this release in:
English
,
Urdu
,
Hindi
,
Marathi
,
Manipuri
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam