ଅର୍ଥ ମନ୍ତ୍ରଣାଳୟ

କେନ୍ଦ୍ର ବଜେଟ୍‌ ୨୦୨୩-୨୪ର ମୁଖ୍ୟାଂଶ

Posted On: 01 FEB 2023 1:35PM by PIB Bhubaneshwar

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୩-୨୪ ବର୍ଷ ପାଇଁ କେନ୍ଦ୍ର ସାଧାରଣ ବଜେଟ୍‌ ଉପସ୍ଥାପନ କରିଛନ୍ତି। ବଜେଟ୍‌ର ମୁଖ୍ୟାଂଶଗୁଡ଼ିକ ନିମ୍ନରେ ଦିଆଗଲା :

ଭାଗ କ

  • ଗତ ୯ ବର୍ଷ ମଧ୍ୟରେ ମୁଣ୍ଡପିଛା ଆୟ ପରିମାଣ ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇ ୧.୯୭ ଲକ୍ଷ ଟଙ୍କାରେ ପହଞ୍ଚିଛି।
  • ଭାରତୀୟ ଅର୍ଥବ୍ୟବସ୍ଥାର ଆକାର ବୃଦ୍ଧି ପାଇ ଗତ ନଅ ବର୍ଷ ମଧ୍ୟରେ ଏହା ବିଶ୍ବର ଦଶମରୁ ପଞ୍ଚମ ଅର୍ଥବ୍ୟବସ୍ଥାରେ ପରିଣତ ହୋଇପାରିଛି।
  • ଇପିଏଫଓ ସଦସ୍ୟତା ଦୁଇ ଗୁଣା ବୃଦ୍ଧି ପାଇ ୨୭ କୋଟିରେ ପହଞ୍ଚିଛି।
  • ୨୦୨୨ରେ ୟୁପିଆଇ ଜରିଆରେ ୧୨୬ ଲକ୍ଷ କୋଟି ଟଙ୍କାର ୭,୪୦୦ କୋଟି ଡିଜିଟାଲ ପେମେଣ୍ଟ କରାଯାଇଛି।
  • ସ୍ବଚ୍ଛ ଭାରତ ମିଶନ ଅଧୀନରେ ୧୧.୭ କୋଟି ପରିବାର ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି।
  • ଉଜ୍ଜ୍ବଳା ଯୋଜନା ଅଧୀନରେ ୯.୬ କୋଟି ଏଲପିଜି ସଂଯୋଗ ଯୋଗାଇ ଦିଆଯାଇଛି।
  • ୧୦୨ କୋଟି ଲୋକଙ୍କର ୨୨୦ କୋଟି ଡୋଜ୍‌ କୋଭିଡ ଟିକାକରଣ ହୋଇଛି।
  • ୪୭.୮ କୋଟି ପ୍ରଧାନମନ୍ତ୍ରୀ ଜନଧନ ବ୍ୟାଙ୍କ ଆକାଉଣ୍ଟ।
  • ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅଧୀନରେ ୪୪.୬ କୋଟି ଲୋକଙ୍କୁ ବୀମା ସୁରକ୍ଷା ଦିଆଯାଇଛି।
  • ପିଏମ କିସାନ ସମ୍ମାନ ନିଧି ଯୋଜନାରେ ୧୧.୪ କୋଟିରୁ ଅଧିକ ଚାଷୀଙ୍କୁ ୨.୨ ଲକ୍ଷ କୋଟି ଟଙ୍କାର ନଗଦ ଅର୍ଥରାଶି ହସ୍ତାନ୍ତର କରାଯାଇଛି।
  • ବଜେଟର ସାତଟି ପ୍ରାଥମିକତା ବା ‘ସପ୍ତର୍ଷି’ଗୁଡ଼ିକ ହେଲା ସମାବେଶୀ ବିକାଶ, ଅନ୍ତିମ ସୋପନରେ ପହଞ୍ଚିବା, ଭିତ୍ତିଭୂମି ଓ ନିବେଶ, ସମ୍ଭାବନାର ଉପଯୋଗ, ସବୁଜ ବିକାଶ, ଯୁବ ଶକ୍ତି ଏବଂ ଆର୍ଥିକ କ୍ଷେତ୍ର।
  • ଉଚ୍ଚ ମୂଲ୍ୟଯୁକ୍ତ ଉଦ୍ୟାନ କୃଷି ଫସଲ ପାଇଁ ରୋଗମୁକ୍ତ, ଗୁଣବତ୍ତାଯୁକ୍ତ ଚାରା ଉପକରଣର ଉପଲବ୍ଧତାକୁ ପ୍ରୋତ୍ସାହନ ଲାଗି ୨୨୦୦ କୋଟି ଟଙ୍କାର ବ୍ୟୟବରାଦ ସହିତ ଆତ୍ମନିର୍ଭର ସ୍ବଚ୍ଛ ଚାରା କାର୍ଯ୍ୟକ୍ରମ ଆରମ୍ଭ କରାଯିବ।
  • ୨୦୧୪ ପରଠାରୁ ନିର୍ମାଣ ହୋଇଥିବା ୧୫୭ଟି ମେଡ଼ିକାଲ କଲେଜ ପାଖରେ ୧୫୭ଟି ନୂଆ ନର୍ସିଂ କଲେଜ ପ୍ରତିଷ୍ଠା କରାଯିବ ।
  • ଦେଶରେ ଥିବା ୭୪୦ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ୩.୫ ଲକ୍ଷରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ପଢ଼ୁଛନ୍ତି, ଆଗାମୀ ତିନି ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଏସବୁ ସ୍କୁଲରେ ୩୮,୮୦୦ ଶିକ୍ଷକ ଏବଂ କର୍ମଚାରୀଙ୍କୁ ନିଯୁକ୍ତି ଦେବେ ।
  • ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟୟ ଅଟକଳ ପରିମାଣକୁ ୬୬% ବୃଦ୍ଧି କରାଯାଇ ୭୯,୦୦୦ କୋଟି ଟଙ୍କା କରି ଦିଆଯାଇଛି।
  • ରେଳବାଇ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଏହା ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ବ୍ୟୟବରାଦ ଏବଂ ୨୦୧୩-୧୪ ଆର୍ଥିକ ବର୍ଷରେ କରାଯାଇଥିବା ବ୍ୟୟବରାଦ ତୁଳନାରେ ନଅଗୁଣ ଅଧିକ।
  • ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି (ୟୁଆଇଡିଏଫ) ପ୍ରତିଷ୍ଠା କରାଯିବ । ପ୍ରାଥମିକ କ୍ଷେତ୍ର ଋଣ ଲଗାଣ ଅଭାବର ଉପଯୋଗ କରାଯାଇ ଏହାର ପ୍ରତିଷ୍ଠା କରାଯିବ ଏବଂ ଏହାକୁ ନେସନାଲ ଆବାସିକ ବ୍ୟାଙ୍କ ଦ୍ବାରା ପରିଚାଳନା କରାଯିବ। ଟିୟର ୨ ଏବଂ ଟିୟର ୩ ସହରରେ ସହରାଞ୍ଚଳ ଭିତ୍ତିଭୂମି ନିର୍ମାଣ କରିବା ଲାଗି ସରକାରୀ ଏଜେନ୍ସିଗୁଡ଼ିକ ଏହାକୁ ବ୍ୟବହାର କରିପାରିବେ।
  • ଏମଏସଏମଇ, ବଡ଼ ବ୍ୟବସାୟିକ ସଂସ୍ଥା ଏବଂ ଦାତବ୍ୟ ଟ୍ରଷ୍ଟର ବ୍ୟବହାର ପାଇଁ ଏଣ୍ଟିଟୀ ଡିଜିଲକର ପ୍ରତିଷ୍ଠା କରାଯିବ ଏବଂ ସେମାନେ ଏଥିରେ ଅନଲାଇନ ମାଧ୍ୟରେ ନିରାପଦ ଭାବେ କାଗଜପତ୍ର ଷ୍ଟୋର କରିପାରିବେ ଏବଂ ଶେୟାର କରିପାରିବେ।
  • ନୂଆ ସୁଯୋଗ, ବ୍ୟବସାୟିକ ମଡେଲ ଏବଂ ନିଯୁକ୍ତି ସମ୍ଭାବନାକୁ ସାକାର କରିବା ଲାଗି ୫ଜି ସେବା ଆଧାରିତ ଆପ୍ଲିକେସନ ବିକାଶ ପାଇଁ ୧୦୦ଟି ଲ୍ୟାବ ପ୍ରତିଷ୍ଠା କରାଯିବ।
  • ୧୦ ହଜାର କୋଟି ଟଙ୍କା ବ୍ୟୟରେ ଗୋବରଧନ (ଗାଲ୍ଭାନାଇଜିଂ ଅର୍ଗାନିକ ବାୟୋ-ଏଗ୍ରୋ ରିସୋର୍ସେସ ଧନ) ଯୋଜନାର ଅଧୀନରେ ୫୦୦ଟି ନୂଆ ‘ୱେଷ୍ଟ ଟୁ ୱେଲ୍ଥ’ ବା ବର୍ଜ୍ୟରୁ ଆବର୍ଜନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଏହା ଚକ୍ରାକାର ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବ । ପ୍ରାକୃତିକ ଓ ବାୟୋଗ୍ୟାସ ବିପଣନ କରୁଥିବା ସବୁ ସଂଗଠନ ପାଇଁ ୫ ପ୍ରତିଶତ କମ୍ପ୍ରେସଡ ବାୟୋଗ୍ୟାସ ବାଧ୍ୟତା ଲାଗୁ କରାଯିବ ।
  • ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରାକୃତିକ କୃଷିକୁ ଗ୍ରହଣ କରିବା ଲାଗି କେନ୍ଦ୍ର ସରକାର ଏକ କୋଟି ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବେ। ଏଥିପାଇଁ ୧୦ ହଜାର ବାୟୋ ଇନପୁଟ ରିସୋର୍ସ ସେଣ୍ଟର ପ୍ରତିଷ୍ଠା କରାଯିବ, ଯାହାକି ଏକ ଜାତୀୟ ସ୍ତରର ବିତରିତ ମାଇକ୍ରୋ ଫର୍ଟିଲାଇଜର ଏବଂ ପେଷ୍ଟିସାଇଡ୍‌ ଉତ୍ପାଦନ ନେଟୱର୍କ ସୃଷ୍ଟି କରାଯିବ ।
  • ଆସନ୍ତା ତିନି ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ ଯୁବକଙ୍କୁ କୌଶଳ ପ୍ରଶିକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୪.୦ ଆରମ୍ଭ କରାଯିବ । ଏଥିରେ ଇଣ୍ଡଷ୍ଟ୍ରୀ ୪.୦ ଭଳି ନୂଆ ପିଢ଼ିର ପାଠ୍ୟକ୍ରମ ଯଥା କୋଡିଂ, ଏଆଇ, ରୋବୋଟିକ୍ସ, ମେକ୍ରୋଟ୍ରୋନିକ୍ସ, ଆଇଓଟି, ଥ୍ରୀଡି ପ୍ରିଣ୍ଟିଂ, ଡ୍ରୋନ୍ସ ଏବଂ ସଫ୍ଟ ସ୍କିଲ୍ସ ଆଦି ଉପରେ ପ୍ରଶିକ୍ଷଣ ଦିଆଯିବ।
  • ଅନ୍ତର୍ଜାତୀୟ ସୁଯୋଗ ପାଇଁ ଯୁବକମାନଙ୍କୁ କୌଶଳ ପ୍ରଶିକ୍ଷଣ ଦେବା ଲାଗି ବିଭିନ୍ନ ରାଜ୍ୟରେ ୩୦ଟି ସ୍କିଲ ଇଣ୍ଡିଆ ଅନ୍ତର୍ଜାତୀୟ କେନ୍ଦ୍ର ପ୍ରତିଷ୍ଠା କରାଯିବ।
  • ୯ ହଜାର କୋଟି ଟଙ୍କାର କର୍ପସ ବିନିଯୋଗ ଜରିଆରେ ଏମଏସଏମଇ ପାଇଁ ୧ ଏପ୍ରିଲ ୨୦୨୩ ଠାରୁ ପରିବର୍ଦ୍ଧିତ ଋଣ ଗ୍ୟାରେଣ୍ଟୀ ଯୋଜନା ଲାଗୁ ହେବ। ଏହି ଯୋଜନା ଅତିରିକ୍ତ ବନ୍ଧକମୁକ୍ତ ଗ୍ୟାରେଣ୍ଟି ଆକାରରେ ୨ ଲକ୍ଷ କୋଟି ଟଙ୍କାର ଋଣ ସୁବିଧା ଯୋଗାଇ ଦେବ ଏବଂ ଋଣ ବାବଦ ଖର୍ଚ୍ଚକୁ ପ୍ରାୟ ୧ ପ୍ରତିଶତ ପର୍ଯ୍ୟନ୍ତ କମାଇବ।
  • କମ୍ପାନୀ ଆଇନ ଅଧୀନରେ କ୍ଷେତ୍ର ଅଧିକାରୀଙ୍କ ନିକଟରେ ଦାଖଲ କରାଯାଉଥିବା ବିଭିନ୍ନ ଫର୍ମର କେନ୍ଦ୍ରିକୃତ ପରିଚାଳନା ଜରିଆରେ କମ୍ପାନୀମାନଙ୍କୁ ଦ୍ରୁତ ଜବାବ ଦେବା ଲାଗି କେନ୍ଦ୍ରୀୟ ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ।
  • ସଞ୍ଚୟ ଯୋଜନାରେ ବରିଷ୍ଠ ନାଗରିକଙ୍କ ପାଇଁ ସର୍ବାଧିକ ଜମା ସୀମାକୁ ୧୫ ଲକ୍ଷ ଟଙ୍କାରୁ ୩୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।
  • ଧାର୍ଯ୍ୟ ବିତ୍ତୀୟ ନିଅଣ୍ଟ ପରିମାଣ ୨୦୨୫-୨୬ ସୁଦ୍ଧା ୪.୫%କୁ ହ୍ରାସ ପାଇବ।
  • ଗ୍ରାମାଞ୍ଚଳରେ ଯୁବ ଉଦ୍ୟୋଗୀଙ୍କ ଦ୍ବାରା କୃଷି ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରିବା ଲାଗି କୃଷି ତ୍ବରାନ୍ବିତକରଣ ପାଣ୍ଠି ପ୍ରତିଷ୍ଠା କରାଯିବ।
  • ଭାରତକୁ ‘ଶ୍ରୀ ଅନ୍ନ’ର ଏକ ବିଶ୍ବସ୍ତରୀୟ କେନ୍ଦ୍ରରେ ପରିଣତ କରିବା ଲାଗି, ହାଇଦ୍ରାବାଦସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମିଲେଟ୍‌ ରିସର୍ଚ୍ଚକୁ ଏକ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରାଯିବ ଏବଂ ଏଠାରୁ ଅନ୍ତର୍ଜାତୀୟ ସ୍ତରରେ ଶ୍ରେଷ୍ଠ ପଦ୍ଧତି, ଗବେଷଣା ଏବଂ ପ୍ରଯୁକ୍ତିକୁ ଶେୟାର କରାଯିବ।
  • ପଶୁପାଳନ, ଡାଏରୀ ଏବଂ ମତ୍ସ୍ୟପାଳନ କ୍ଷେତ୍ରକୁ ୨୦ ଲକ୍ଷ କୋଟି ଟଙ୍କାର କୃଷି ଋଣ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି।
  • ମତ୍ସ୍ୟଜୀବୀ, ମତ୍ସ୍ୟ ବ୍ୟବସାୟୀ ଏବଂ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ ସକ୍ଷମ କରିବା ଉଦ୍ଦେଶ୍ୟରେ, ତଥା ମୂଲ୍ୟ ଶୃଙ୍ଖଳାରେ ଦକ୍ଷତା ବୃଦ୍ଧି ଏବଂ ବଜାରକୁ ବିସ୍ତାର କରିବା ଲାଗି ୬ ହଜାର କୋଟି ଟଙ୍କାର ବ୍ୟୟବରାଦ ସହିତ ଏକ ନୂଆ ଉପଯୋଜନା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନାର ଶୁଭାରମ୍ଭ କରାଯିବ।
  • ଏଗ୍ରୀଟେକ ଉଦ୍ୟୋଗ ଏବଂ ଷ୍ଟାର୍ଟଅପ୍ସକୁ ପ୍ରୋତ୍ସାହନ ଦେବା ଲାଗି ଆବଶ୍ୟକ ସହଯୋଗ ପ୍ରଦାନ କରିବା ଏବଂ କୃଷି କୈନ୍ଦ୍ରିକ ସମାଧାନ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ କୃଷି ନିମନ୍ତେ ଡିଜିଟାଲ ଜନ-ଭିତ୍ତିଭୂମିକୁ ପ୍ରସ୍ତୁତ କରାଯିବ।
  • ସରକାର ୨୫୧୬ କୋଟି ଟଙ୍କାର ନିବେଶ ସହିତ ୬୩ ହଜାର ପ୍ରାଥମିକ କୃଷି ଋଣ ସମିତି (ପେକ୍ସ)ର କମ୍ପ୍ୟୁଟରୀକରଣ କାର୍ଯ୍ୟାରମ୍ଭ କରିଛନ୍ତି।
  • ବ୍ୟାପକ ବିକେନ୍ଦ୍ରିକୃତ ଭଣ୍ଡାରଣ କ୍ଷମତାକୁ ବଢ଼ାଇବାର ବ୍ୟବସ୍ଥା କରାଯାଇଛି, ଯାହାଫଳରେ ଚାଷୀଙ୍କୁ ନିଜ ଉତ୍ପାଦର ସୁରକ୍ଷିତ ଭଣ୍ଡାରଣ କରିବା ଏବଂ ଉଚିତ ସମୟରେ ସେଗୁଡ଼ିକର ବିକ୍ରି କରି ଲାଭକରୀ ମୂଲ୍ୟ ପାଇବାରେ ସହାୟତା ମିଳିବ।
  • ରକ୍ତି ଶିକୁଳି ବା ସିକଲ ସେଲ ଏନିମିୟା ରୋଗ ଉନ୍ମୁଳନ କାର୍ଯ୍ୟକ୍ରମ ଖୁବଶୀଘ୍ର ଆରମ୍ଭ ହେବ ।
  • ସହଭାଗୀ ଗବେଷଣା ଓ ନବସୃଜନକୁ ପ୍ରୋତ୍ସାହନ ଦେବା ଲାଗି ଚୟନିତ ଆଇସିଏମଆର ଗବେଷଣାଗାର ମାଧ୍ୟମରେ ମିଳିତ ସରକାରୀ ଓ ଘରୋଇ ଚିକିତ୍ସା ଗବେଷଣାକୁ ପ୍ରୋତ୍ସାହନ ଦିଆଯିବ।
  • ଔଷଧ ନିର୍ମାଣରେ ଗବେଷଣାକୁ ପ୍ରୋତ୍ସାହନ ଦେବା ଲାଗି ଏକ ନୂଆ କାର୍ଯକ୍ରମ ଆରମ୍ଭ କରାଯିବ।
  • ବିକାଶ ସମ୍ଭାବନା ଏବଂ ରୋଜଗାର ସୃଷ୍ଟି, ଘରୋଇ ନିବେଶରେ ବଢ଼ୁଥିବା ଭିଡ଼ ଏବଂ ବିଶ୍ବସ୍ତରୀୟ ସଂସ୍ଥାମାନଙ୍କ ସହିତ ପ୍ରତିଯୋଗିତା ଦେବା ଲାଗି ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ, ଯାହାକି ନିରନ୍ତର ଭାବେ ୩ ବର୍ଷରେ ୩୩ ପ୍ରତିଶତ ବଢ଼ିଛି।
  • ସ୍ବାସ୍ଥ୍ୟ, ପୁଷ୍ଟିସାଧନ, ଶିକ୍ଷା, କୃଷି, ଜଳ ସମ୍ପଦ, ଆର୍ଥିକ ସମାବେଶନ, କୌଶଳ ବିକାଶ ଏବଂ ମୌଳିକ ଭିତ୍ତିଭୂମି ଭଳି ଅନେକ କ୍ଷେତ୍ରରେ ସରକାରୀ ସେବାକୁ ବଢ଼ାଇବା ଲାଗି ୫୦୦ ବ୍ଲକକୁ ସାମିଲ କରି ଦେଶରେ ଆକାଂକ୍ଷୀ ବ୍ଲକ୍‌ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।
  • ଅନୁସୂଚିତ ଜନଜାତି ପାଇଁ ବିକାଶ କାର୍ଯ୍ୟ ଯୋଜନା ଅଧୀନରେ ଆସନ୍ତା ୩ ବର୍ଷ ମଦ୍ୟରେ ପ୍ରଧାନମନ୍ତ୍ରୀ ପିଭିଟିଜି ବିକାଶ ମିଶନକୁ ଲାଗୁ କରିବା ଲାଗି ୧୫ ହଜାର କୋଟି ଟଙ୍କାର ବ୍ୟୟବରାଦ।
  • ବନ୍ଦର, କୋଇଲା, ଇସ୍ପାତ, ସାର ଏବଂ ଖାଦ୍ୟଶସ୍ୟ କ୍ଷେତ୍ରରେ ୧୦୦ଟି ମହତ୍ବପୂର୍ଣ୍ଣ ପରିବହନ ଭିତ୍ତିଭୂମି ଯୋଜନା ପାଇଁ ୭୫ ହଜାର କୋଟି ଟଙ୍କାର ନିବେଶ ଯେଉଁଥିରେ ଘରୋଇ କ୍ଷେତ୍ରର ୧୫ ହଜାର କୋଟି ଟଙ୍କା ସାମିଲ ରହିଛି।
  • ଭିତ୍ତିଭୂମିରେ ଘରୋଇ ନିବେଶ ପାଇଁ ସୁଯୋଗ ବଢ଼ାଇବା ପାଇଁ ନୂତନ ଭିତ୍ତିଭୂମି ଅର୍ଥ ସଚିବାଳୟ ସ୍ଥାପିତ ହୋଇଛି ।
  • ଶିକ୍ଷକମାନଙ୍କର ପ୍ରଶିକ୍ଷଣ ଲାଗି ସର୍ବୋତ୍କୃଷ୍ଟ ସଂସ୍ଥାନ ରୂପରେ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ସଂସ୍ଥାନ ବିକଶିତ କରାଯିବ ।
  • ଭୂଗୋଳ, ଭାଷା ସାହିତ୍ୟ ସମେତ ଅନେକ କ୍ଷେତ୍ରରେ ଉତ୍କୃଷ୍ଟ ପୁସ୍ତକର ଉପଲବ୍ଧତା ବଢ଼ାଇବା ଲାଗି ଏକ ଜାତୀୟ ଡିଜିଟାଲ ଶିଶୁ ଏବଂ କିଶୋର ପୁସ୍ତକାଳୟ ପ୍ରତିଷ୍ଠା କରାଯିବ।
  • ନିରନ୍ତର ଲଘୁ ଜଳସେଚନ ଉପଲବ୍ଧ କରାଇବା ଏବଂ ପାନୀୟ ଜଳ ପାଇଁ ଟାଙ୍କି ଭରିବା ଲାଗି ଭଦ୍ର ପରିଯୋଜନା ଲାଗି କେନ୍ଦ୍ରୀୟ ସହାୟତା ରୂପରେ ୫୩୦୦ କୋଟି ଟଙ୍କା ଦିଆଯିବ।
  • ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ପୁରୁଣା ଅଭିଲେଖର ଡିଜିଟାଲକରଣ ପାଇଁ ଡିଜିଟାଲ ଏପିଗ୍ରେଫୀ ସଂଗ୍ରହାଳୟରେ ‘ଭାରତ ଶେୟର୍ଡ ରିପୋଜଟୀ ଅଫ୍‌ ଇନସ୍କ୍ରିପନ୍ସ’ର ପ୍ରତିଷ୍ଠା।
  • କେନ୍ଦ୍ରର ପ୍ରଭାବୀ ପୁଞ୍ଜିଗତ ବ୍ୟୟ ୧୩.୭ ଲକ୍ଷ କୋଟି ଟଙ୍କା।
  • ନିବେଶ ବଢ଼ାଇବା ଏବଂ ଅନୁକୂଳ ନୀତିଗତ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟ ସରକାରମାନଙ୍କୁ ୫୦ ବର୍ଷର ସୁଧମୁକ୍ତ ଋଣ ସୁବିଧାକୁ ଆଉ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଜାରି ରଖାଯିବ।
  • ଆମ ସହରକୁ ‘ଭବିଷ୍ୟତର ସ୍ଥାୟୀ ସହର’ରେ ପରିବର୍ତ୍ତନ କରିବା ଲାଗି ରାଜ୍ୟ ଏବଂ ସହରଗୁଡ଼ିକୁ ସହରାଞ୍ଚଳନ ନିୟୋଜନ ସୁଧାର ଏବଂ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ଦିଆଯିବ।
  • ସେପ୍ଟିକ ଟାଙ୍କି ଓ ନାଳରୁ ମଣିଷଙ୍କ ଦ୍ବାରା ମଳ ସଫା କରିବା କିମ୍ବା ସଫେଇ କାମକୁ ସମ୍ପୂର୍ଣ୍ଣ ଭାବେ ମେସିନଯୁକ୍ତ କରିବା ଲାଗି ସହରଗୁଡ଼ିକୁ ପ୍ରସ୍ତୁତ କରାଯିବ।
  • ଲକ୍ଷାଧିକ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କର କୌଶଳ ବଢ଼ାଇବା ଏବଂ ଜନ କୈନ୍ଦ୍ରିକ ସୁବିଧା ଉପଲବ୍ଧ କରିବା ଲାଗି ଯୋଗ୍ୟ କରିବା ଲାଗି ସମନ୍ବିତ ଅନଲାଇନ ପ୍ରଶିକ୍ଷଣ ମଞ୍ଚ ଆଇଗଟ୍‌ କର୍ମଯୋଗୀର ଶୁଭାରମ୍ଭ।
  • ବ୍ୟବସାୟିକ ସୁଗମତା ଲାଗି ୩୯ ହଜାର ଅନୁପାଳନକୁ ଉଚ୍ଛେଦ କରାଯାଇଛି ଏବଂ ୩୪ଶହରୁ ଅଧିକ ଆଇନଗତ ବ୍ୟବସ୍ଥାକୁ ଅପରାଧମୁକ୍ତ କରି ଦିଆଯାଇଛି।
  • ସରକାରଙ୍କ ବିଶ୍ବସନୀୟତା ବଢ଼ାଇବା ଦିଗରେ ୪୨ କେନ୍ଦ୍ରୀୟ ଆଇନରେ ସଂଶୋଧନ ନିମନ୍ତେ ଜନ ବିଶ୍ବାସ ବିଧେୟକ ଅଣାଯାଇଛି।
  • ‘ଭାରତରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନିର୍ମାଣ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ଭାରତ ପାଇଁ କାର୍ଯ୍ୟ କରିବା’ ଭିଜନକୁ ସାକାର କରିବା ଲାଗି ଦେଶର ଶୀର୍ଷ ଶିକ୍ଷାନୁଷ୍ଠାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ତିନୋଟି ଉତ୍କୃଷ୍ଟତା କେନ୍ଦ୍ର ପ୍ରତିଷ୍ଠା କରାଯିବ ।
  • ଷ୍ଟାର୍ଟ-ଅପ୍ସ ଏବଂ ଶିକ୍ଷବିତଙ୍କ ଦ୍ବାରା ନବସୃଜନ ଏବଂ ଗବେଷଣା ଆରମ୍ଭ କରିବା ଲାଗି ଜାତୀୟ ଡାଟା ଶାସନ ନୀତି ଅଣାଯିବ ।
  • ବ୍ୟକ୍ତିମାନଙ୍କ ଚିହ୍ନଟ ଓ ଠିକଣା ମିଳାଇବା ଏବଂ ଅପଡେଟ କରିବା ଲାଗି ୱାନ ଷ୍ଟପ ସମାଧାନ ବ୍ୟବସ୍ଥା କରାଯିବ, ଯେଉଁଥିରେ ଡିଜିଲକର ସେବା ଏବଂ ଆଧାରକୁ ଅସଲି ପରିଚୟ ରୂପରେ ପ୍ରୟୋଗ କରାଯିବ ।
  • ନିର୍ଦ୍ଦିଷ୍ଟ ସରକାରୀ ଏଜେନ୍ସିର ସମସ୍ତ ଡିଜିଟାଲ ବ୍ୟବସ୍ଥା ଲାଗି ସ୍ଥାୟୀ ଖାତା ସଂଖ୍ୟା (ପ୍ୟାନ)କୁ ସାଧାରଣ ପରିଚୟପତ୍ର ରୂପରେ ପ୍ରୟୋଗ କରାଯିବ । ଏହାଦ୍ବାରା ବ୍ୟବସାୟ ସହଜ ହେବ ।
  • କୋଭିଡ ଅବଧି ସମୟରେ ଏମଏସଏମଇ ନିଜର କଣ୍ଟ୍ରାକ୍ଟକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିଲେ, ତେଣୁ ନିଲାମୀ ଏବଂ ପରଫର୍ମାନ୍ସ ସିକ୍ୟୁରିଟୀ ଆକାରରେ ସେମାନଙ୍କ ଠାରୁ ଜବତ ହୋଇଥିବା ଅର୍ଥରାଶିର ୯୫ ପ୍ରତିଶତ ଭାଗ ସରକାର ଏବଂ ସରକାରୀ ସଂସ୍ଥାମାନେ ସେମାନଙ୍କୁ ଫେରାଇ ଦେବେ।
  • ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ବିକାଶ ଆବଶ୍ୟକତା ଲାଗି ଦୁର୍ଲଭ ସମ୍ବଳକୁ ଉନ୍ନତ ଢଙ୍ଗରେ ଆବଣ୍ଟିତ କରିବା ଲାଗି ‘ପରିଣାମ-ଆଧାରିତ’ ଅର୍ଥ ଯୋଗାଣ।
  • ନ୍ୟାୟ ପ୍ରଶାସନରେ ଦକ୍ଷତା ଆଣିବା ଲାଗି ୭ ହଜାର କୋଟି ଟଙ୍କାର ବ୍ୟୟବରାଦ ସହିତ ଇ-ନ୍ୟାୟାଳୟ ପ୍ରକଳ୍ପର ପର୍ଯ୍ୟାୟ-୩ ଆରମ୍ଭ କରାଯିବ ।
  • ଏଲଜିଡି ସିଡ୍ସ ଏବଂ ମେସିନଗୁଡ଼ିକର ସ୍ବଦେଶୀ ଉତ୍ପାଦନକୁ ପ୍ରୋତ୍ସାହିତ କରାଯିବ ଏବଂ ଆମଦାନୀ ଉପରେ ନିର୍ଭରଶୀତା ହ୍ରାସ ପାଇଁ ଗବେଷଣା ଓ ବିକାଶ ନିମନ୍ତେ ଅନୁଦାନ ଯୋଗାଇ ଦିଆଯିବ ।
  • ରାଷ୍ଟ୍ରୀୟ ସବୁଜ ହାଇଡ୍ରୋଜେନ ମିଶନ ସହାୟତାରେ ଅର୍ଥବ୍ୟବସ୍ଥାକୁ ନିମ୍ନ କାର୍ବନ ସଘନତା ବିଶିଷ୍ଟ ସ୍ଥିତିକୁ ନେଇ ଯିବା ଲାଗି ତଥା ଜୀବାଶ୍ମ ଇନ୍ଧନର ଆମଦାନୀ ଉପରେ ନିର୍ଭରତାକୁ କମ କରିବା ନିମନ୍ତେ ୨୦୩୦ ସୁଦ୍ଧା ୫ ଏମଏମଟି ବାର୍ଷିକ ହାଇଡ୍ରୋଜେନ ଉତ୍ପାଦନ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି ।
  • ଇନ୍ଧନ ପରିବର୍ତ୍ତନ ତଥା ନିଟ୍‌ ଜିରୋ ଲକ୍ଷ୍ୟ ହାସଲ ଏବଂ ଇନ୍ଧନ ସୁରକ୍ଷା ଦିଗରେ ପ୍ରାଥମିକତା ପ୍ରାପ୍ତ ପୁଞ୍ଜିଗତ ନିବେଶ ଲାଗି ୩୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
  • ଅର୍ଥବ୍ୟବସ୍ଥାକୁ ସହନଶୀଳ ବିକାଶ ମାର୍ଗକୁ ନେଇଯିବା ଲାଗି ବ୍ୟାଟେରୀ ଚାଳିତ ଇନ୍ଧନ ଭଣ୍ଡାରଣ ପ୍ରଣାଳୀକୁ ପ୍ରୋତ୍ସାହନ ଦିଆଯିବ।
  • ଲଦାଖରୁ ଅକ୍ଷୟ ଶକ୍ତି ଗ୍ରିଡ୍‌ ସଂଯୋଗ ଏବଂ ସ୍ଥାନାନ୍ତର ଲାଗି ୨୦ ହଜାର ୭୦୦ କୋଟି ଟଙ୍କାର ନିବେଶ କରାଯିବ ।
  • ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ରାସାୟନିକ ସାରର ସନ୍ତୁଳିତ ପ୍ରୟୋଗ ଏବଂ ଏହା ସ୍ଥାନରେ ବିକଳ୍ପ ଖତସାର ପ୍ରୟୋଗକୁ ପ୍ରୋତ୍ସାହନ ଦେବା ଲାଗି ‘ପୃଥିବୀ ମାତାର ପୁନରୁଦ୍ଧାର, ଏହା ପ୍ରତି ସଚେତନତା, ପୋଷଣ ଏବଂ ସୁଧାର ନିମନ୍ତେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ’ (ପିଏମ-ପ୍ରଣାମ) ଶୁଭାରମ୍ଭ କରାଯିବ ।
  • ମନରେଗା, ସିଏଏମପିଏ ପାଣ୍ଠି ଏବଂ ଅନ୍ୟ ଉତ୍ସ ମଧ୍ୟରେ ତାଳମେଳ ପ୍ରତିଷ୍ଠା ମାଧ୍ୟମରେ ତଟବର୍ତ୍ତୀ ସୀମା ସହିତ ଏବଂ ଲବଣାକ୍ତ ଭୂମି ଉପରେ, ଯେଉଁଠି ମଧ୍ୟ ବ୍ୟବହାର୍ଯ୍ୟ ହେବ, ହେନ୍ତାଳ ଚାରା ରୋପଣ କରିବା ଲାଗି ‘ତଟବର୍ତ୍ତୀ ପରିବେଶ ଏବଂ ଦୃଢ଼ ଆମଦାନୀ ଲାଗି ହେନ୍ତାଳ ପ୍ରୟାସ’, ବା ମିଷ୍ଟିର ଶୁଭାରମ୍ଭ କରାଯିବ।
  • ପରିବେଶ (ସଂରକ୍ଷଣ) ଆଇନ ଅଧୀନରେ ସବୁଜ ଋଣ କାର୍ଯ୍ୟକ୍ରମକୁ ବିଜ୍ଞପିତ କରାଯିବ, ଯାହାଫଳରେ ପରିବେଶର ଦୃଷ୍ଟିରୁ ଦୀର୍ଘସ୍ଥାୟୀ ଏବଂ ଉତ୍ତରଦାୟିତ୍ବପୂର୍ଣ୍ଣ କାର୍ଯ୍ୟ କରିବା ଲାଗି ପ୍ରୋତ୍ସାହନ ମିଳିପାରିବ।
  • ଆର୍ଦ୍ରଭୂମିର ସର୍ବୋତ୍ତମ ଉପଯୋଗକୁ ପ୍ରୋତ୍ସାହନ ଦେବା ଏବଂ ଜୈବ ବିବିଧତା, କାର୍ବନ, ଷ୍ଟକ, ପରିବେଶ ପର୍ଯ୍ୟଟନ ଅବସର ତଥା ସ୍ଥାନୀୟ ସମୁଦାୟଙ୍କ ପାଇଁ ରୋଜଗାରକୁ ବଢ଼ାଇବା ଲାଗି ଆସନ୍ତା ତିନି ବର୍ଷ ମଧ୍ୟରେ ଅମୃତ ଧରୋହର ଯୋଜନାକୁ କାର୍ଯ୍ୟକାରୀ କରାଯିବ ।
  • ଏକୀକୃତ ସ୍କିଲ ଇଣ୍ଡିଆ ଡିଜିଟାଲ ପ୍ଲାଟଫର୍ମର ଶୁଭାରମ୍ଭ କରି କୌଶଳ ବୃଦ୍ଧି ନିମନ୍ତେ ଚାହିଦା ଆଧାରିତ ଔପଚାରିକ କୌଶଳ ବିକାଶ ପାଇଁ ପଦକ୍ଷେପ ନିଆଯିବ । ଏମଏସଏମଇ ସହିତ ନିଯୁକ୍ତିଦାତାଙ୍କ ଯୋଡ଼ିବା ଏବଂ ଉଦ୍ୟମିତା ଯୋଜନାର ସୁଲଭତାକୁ ସୁଗମ କରିବା ଲାଗି ଡିଜିଟାଲ ବ୍ୟବସ୍ଥାକୁ ଆହୁରି ବିସ୍ତାର ପ୍ରଦାନ କରାଯିବ।
  • ଅଖିଳ ଭାରତୀୟ ରାଷ୍ଟ୍ରୀୟ ଆପ୍ରେଣ୍ଟିସ ପ୍ରୋତ୍ସାହନ ଯୋଜନା ଅଧୀନରେ ତିନି ବର୍ଷ ମଧ୍ୟରେ ୪୭ ଲକ୍ଷ ଯୁବକଯୁବତୀଙ୍କୁ ବୃତ୍ତିଗତ ସହାୟତା ପ୍ରଦାନ କରିବା ଲାଗି ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ଆରମ୍ଭ କରାଯିବ ।
  • ଅତିକମରେ ୫୦ଟି ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀକୁ ଚାଲେଞ୍ଜ ମୋଡରେ ଚୟନ କରାଯାଇ ଘରୋଇ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ପ୍ୟାକେଜ ଭାବେ ଏହାକୁ ବିକଶିତ କରାଯିବ ।
  • ‘ଦେଖୋ ଅପନା ଦେଶ’ ଯୋଜନା ମାଧ୍ୟମରେ କ୍ଷେତ୍ର ଆଧାରିତ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ବିକାଶକୁ ସମନ୍ବିତ କରାଯିବ ।
  • ଭାଇବ୍ରେଣ୍ଟ ଭିଲେଜ କାର୍ଯ୍ୟକ୍ରମ ଅଧୀନରେ ସୀମାବର୍ତ୍ତୀ ଗାଁରେ ପର୍ଯ୍ୟଟନର ମୌଳିକ ଭିତ୍ତିଭୂମି ବିକଶିତ କରାଯିବ ଏବଂ ପର୍ଯ୍ୟଟନ ସୁବିଧା ଦିଆଯିବ।
  • ରାଜ୍ୟମାନଙ୍କୁ ସେମାନଙ୍କର ନିଜର ଓଡିଓପି (ଏକ ଜିଲ୍ଲା ଏକ ଉତ୍ପାଦ), ଜିଆଇ ଉତ୍ପାଦ ଏବଂ ଅନ୍ୟ ହସ୍ତଶିଳ୍ପ ଉତ୍ପାଦକୁ ପ୍ରୋତ୍ସାହନ ଦେବା ଲାଗି ଏବଂ ସେମାନଙ୍କର ବିକ୍ରି ବଢ଼ାଇବା ଲାଗି ଗୋଟିଏ ୟୁନିଟୀ ମଲ୍‌  ପ୍ରତିଷ୍ଠା କରିବା ନିମନ୍ତେ ପ୍ରୋତ୍ସାହିତ କରାଯିବ।
  • ଆର୍ଥିକ ସହାୟକ ସୂଚନାର କେନ୍ଦ୍ରୀୟ ଭଣ୍ଡାର ଆକାରରେ କାମ କରିବା ଲାଗି ଏକ ଜାତୀୟ ଆର୍ଥିକ ସୂଚନା ରେଜିଷ୍ଟ୍ରୀ ପ୍ରତିଷ୍ଠା କରାଯିବ । ଏହାପରେ ଋଣର କୁଶଳ ପ୍ରବାହ ସମ୍ଭବ ହୋଇପାରିବ, ଆର୍ଥିକ ସମାବେଶକୁ ପ୍ରୋତ୍ସାହନ ମିଳିବ  ଏବଂ ଆର୍ଥିକ ସ୍ଥିରତା ବୃଦ୍ଧି ପାଇବ । ଏକ ନୂଆ ଆଇନଗତ ଢାଞ୍ଚା ଏହି କ୍ରେଡିଟ୍‌ ପବ୍ଲିକ୍‌ ଇନଫ୍ରାଷ୍ଟ୍ରକ୍ଚରକୁ ମଧ୍ୟ ବିନିୟମିତ କରିବ ଏବଂ ଏହାକୁ ଆରବିଆଇ ସହିତ ପରାମର୍ଶ କରି ଡିଜାଇନ କରାଯିବ ।
  • ସାଧାରଣ ଲୋକ ଏବଂ ବିନିୟାମକ ସଂସ୍ଥା ଠାରୁ ପରାମର୍ଶ ହାସଲ କରିବା ସହିତ ଆର୍ଥିକ କ୍ଷେତ୍ରର ବିନିୟାମକରୁ ବର୍ତ୍ତମାନର ବିନିୟମଗୁଡ଼ିକର ବ୍ୟାପକ ସମୀକ୍ଷା କରାଯିବ । ବିଭିନ୍ନ ବିନିୟମ ଅଧୀନରେ ଆବେଦନ ଉପରେ ନିଷ୍ପତ୍ତି ନେବାର ସମୟସୀମା ନିର୍ଦ୍ଧାରଣ କରାଯିବ।
  • ଜିଆଇଏଫଟି ଆଇଏଫଏସସିର ବ୍ୟବସାୟିକ ଗତିବିଧିକୁ ବଢ଼ାଇବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି।
  • ଦ୍ବୈତ ବିନିୟମକୁ ଏଡ଼ାଇବା ଲାଗି ଏସଇଜେଡ ଆଇନ ଅଧୀନରେ ଆଇଏଫଏସସିଏକୁ କ୍ଷମତା ପ୍ରଦାନ କରାଯିବ।
  • ଆଇଏଫଏସସିଏ, ଏସଇଜେଡ ପ୍ରାଧିକାରୀ, ଜିଏସଟିଏନ, ଆରବିଆଇ, ସେବୀ ଏବଂ ଆଇଆରଡିଏଆଇ ଠାରୁ ପଞ୍ଜୀକରଣ ଏବଂ ଅନୁମୋଦନ ଲାଗି ସିଙ୍ଗଲ ୱିଣ୍ଡୋ ଆଇଟି ପ୍ରଣାଳୀ ପ୍ରତିଷ୍ଠା କରାଯିବ।
  • ବିଦେଶୀ ବ୍ୟାଙ୍କର ଆଇଏଫଏସସି ବ୍ୟାଙ୍କିଙ୍ଗ ୟୁନିଟ୍‌ ଦ୍ବାରା ଅଧିଗ୍ରହଣ ଅର୍ଥ ବିନିଯୋଗ ଅନୁମତି ଦିଆଯିବ ।
  • ବ୍ୟବସାୟିକ ପୁନଃବିତ୍ତ ଯୋଗାଣ ନିମନ୍ତେ ଏକଜିମ ବ୍ୟାଙ୍କର ଏକ ସହାୟକ ସଂସ୍ଥା ପ୍ରତିଷ୍ଠା କରାଯିବ ।
  • ମଧ୍ୟସ୍ଥ, ଆନୁସଙ୍ଗିକ ସେବା ଏବଂ ଏସଇଜେଡ ଆଇନ ଅଧୀନରେ ଦ୍ବୈତ ବିନିୟାମକକୁ ଏଡ଼ାଇବା ଲାଗି ବୈଧାନିକ ବ୍ୟବସ୍ଥା ନିମନ୍ତେ ଆଇଏଫଏସସିଏ ଆଇନରେ ସଂଶୋଧନ କରାଯିବ।
  • ବିଦେଶୀ ମାନ୍ୟତାପ୍ରାପ୍ତ ଦସ୍ତବିଜକୁ ବୈଧ କଣ୍ଟ୍ରାକ୍ଟ ରୂପରେ ମାନ୍ୟତା ଦିଆଯିବ।
  • ବ୍ୟାଙ୍କ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଏବଂ ନିବେଶକ ସଂରକ୍ଷଣକୁ ବଢ଼ାଇବା ଲାଗି ବ୍ୟାଙ୍କିଙ୍ଗ ବିନିୟମନ ଆଇନ, ବ୍ୟାଙ୍କିଙ୍ଗ କମ୍ପାନୀ ଆଇନ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନରେ କେତେକ ସଂଶୋଧନ ପାଇଁ ପ୍ରସ୍ତାବ ରହିଛି।
  • ଡିଜିଟାଲ ନିରନ୍ତରତା ସମାଧା ଖୋଜୁଥିବା ଦେଶ ପାଇଁ ଜିଆଇଏଫଟି ଆଇଏଫଏସିରେ ସେମାନଙ୍କର ଡାଟା ଦୂତାବାସ ପ୍ରତିଷ୍ଠାକୁ ସୁଗମ କରାଯିବ।
  • ପ୍ରତିଭୂତି ବଜାରରେ କାର୍ଯ୍ୟ ସମ୍ପାଦନ ଏବଂ ପେସାଦାରଙ୍କ କ୍ଷମତା ନିର୍ମାଣ ନିମନ୍ତେ ଜାତୀୟ ପ୍ରତିଭୂତି ବଜାର ସଂସ୍ଥାନରେ ଶିକ୍ଷା ନିମନ୍ତେ ମାପଦଣ୍ଡ ଏବଂ ସ୍ତର ପ୍ରସ୍ତୁତ କରିବା, ବିନିୟମିତ କରିବା ଓ ବଜାୟ ରଖିବା ତଥା ପ୍ରସ୍ତୁତ କରିବା ନିମନ୍ତେ ସେବୀକୁ ସଶକ୍ତ କରାଯିବ।
  • ନିବେଶକ ଶିକ୍ଷା ଓ ସଂରକ୍ଷଣ ପାଣ୍ଠି ପ୍ରାଧିକରଣ ମାଧ୍ୟମରେ ନିବେଶକଙ୍କ ଦାବି ହୋଇନଥିବା ଶେୟାର ଏବଂ ପ୍ରଦାନ କରାଯାଇନଥିବା ଲାଭାଂଶକୁ ସହଜରେ ପୁଣି ଦାବି କରାଯାଇପାରିବ । ଏଥିପାଇଁ ଏକ ସମନ୍ବିତ ଆଇଟି ପୋର୍ଟାଲ ପ୍ରତିଷ୍ଠା କରାଯିବ।
  • ସ୍ବାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ଗୋଟିଏ ଏକକ ନୂଆ ଲଘୁ ସଞ୍ଚୟ ଯୋଜନା, ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଆରମ୍ଭ କରାଯିବ। ମହିଳା କିମ୍ବା କିଶୋରୀଙ୍କ ନାମରେ ଆଂଶିକ ଆହରଣ ବିକଳ୍ପ ସହିତ ଦୁଇ ବର୍ଷର ଅବଧି ଲାଗି ୭.୫ ପ୍ରତିଶତ ନିୟମିତ ସୁଧ ଦରରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ସୁବିଧା ପାଇଁ ପ୍ରସ୍ତାବ ଦିଆଯିବ।
  • ମାସିକ ଆୟ ଆକାଉଣ୍ଟ ଯୋଜନା ଲାଗି ସର୍ବାଧିକ ଜମାରାଶିର ସୀମାକୁ ଏକକ ଆକାଉଣ୍ଟ ଲାଗି ୪.୫ ଲକ୍ଷ ଟଙ୍କାରୁ ବଢ଼ାଇ ୯ ଲକ୍ଷ ଟଙ୍କା ଓ ଯୁଗ୍ମ ଆକାଉଣ୍ଟ ଲାଗି ୯ ଲକ୍ଷ ଟଙ୍କାରୁ ବଢ଼ାଇ ୧୫ ଲକ୍ଷ ଟଙ୍କା କରି ଦିଆଯାଇଛି।
  • ରାଜ୍ୟମାନଙ୍କ ପାଇଁ ସମ୍ପୂର୍ଣ୍ଣ ୫୦ ବର୍ଷୀୟ ଋଣକୁ ବର୍ଷ ୨୦୨୩-୨୪ ମଧ୍ୟରେ ପୁଞ୍ଜିଗତ ବ୍ୟୟ ଉପରେ ଖର୍ଚ୍ଚ କରାଯିବ, ଏଥିମଧ୍ୟରୁ ଅଧିକାଂଶ ଋଣ ବ୍ୟୟ ରାଜ୍ୟମାନଙ୍କ ବିବେକ ଉପରେ ନିର୍ଭର କରିବ, କିନ୍ତୁ ଏହି ଋଣର ଗୋଟିଏ ଭାଗ ସେମାନଙ୍କ ଦ୍ବାରା ବାସ୍ତବିକ ପୁଞ୍ଜି ବ୍ୟୟକୁ ବଢ଼ାଇବା ସର୍ତ୍ତରେ ଦିଆଯିବ ।
  • ରାଜ୍ୟମାନଙ୍କୁ ଜିଏସଡିପିର ୩.୫ ପ୍ରତିଶତର ରାଜକୋଷୀୟ ନିଅଣ୍ଟ ପାଇଁ ଅନୁମତି ମିଳିବ ଯାହାର ୦.୫ ପ୍ରତିଶତ ବିଦ୍ୟୁତ କ୍ଷେତ୍ରରେ ସୁଧାର ସହ ଯୋଡ଼ିଯିବ।

 

ସଂଶୋଧିତ ଆକଳନ ୨୦୨୨-୨୩:

  • ଋଣ ବ୍ୟତୀତ ମୋଟ୍‌ ପ୍ରାପ୍ତିର ସଂଶୋଧିତ ଆକଳନ ୨୪.୩ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ଏଥିମଧ୍ୟରୁ ନିଟ୍‌ ଟିକସ ପ୍ରାପ୍ତି ୨୦.୯ ଲକ୍ଷ କୋଟି ଟଙ୍କା ଅଟେ।
  • ମୋଟ୍‌ ବ୍ୟୟର ସଂଶୋଧିତ ଆକଳନ ୪୧.୯ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ଏଥିମଧ୍ୟରୁ ପୁଞ୍ଜିଗତ ବ୍ୟୟ ପାଖାପାଖି ୭.୩ ଲକ୍ଷ କୋଟି ଟଙ୍କା ଅଟେ।
  • ରାଜସ୍ବ ନିଅଣ୍ଟର ସଂଶୋଧିତ ଆକଳନ ଜିଡିପିର ୬.୪ ପ୍ରତିଶତ ଅଟେ ଯାହାକି ବଜେଟ୍‌ ଆକଳନ ଅନୁରୂପ ଅଟେ।

 

ବଜେଟ୍‌ ଆକଳନ ୨୦୨୩-୨୪

 

  • ବଜେଟ୍‌ ୨୦୨୩-୨୪ରେ ମୋଟ୍‌ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ : ୨୭.୨ ଲକ୍ଷ କୋଟି ଟଙ୍କା ଏବଂ ୪୫ ଲକ୍ଷ କୋଟି ଟଙ୍କା ହେବା ନେଇ ଆକଳନ କରାଯାଇଛି ।
  • ନିଟ୍‌ ଟିକସ ପ୍ରାପ୍ତି ୨୩.୩ ଲକ୍ଷ କୋଟି ଟଙ୍କା ରହିବା ନେଇ ଅନୁମାନ କରାଯାଇଛି।
  • ରାଜସ୍ବ ନିଅଣ୍ଟ ଜିଡିପିର ୫.୯ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି।
  • ୨୦୨୩-୨୪ ଆର୍ଥିକ ବର୍ଷରେ ରାଜସ୍ବ ନିଅଣ୍ଟର ଭରଣା କରିବା ଲାଗି ଡେଟେଡ୍‌ ସିକ୍ୟୁରିଟୀରୁ ଖୋଲା ବଜାର ଋଣ ସଂଗ୍ରହ ୧୧.୮ ଲକ୍ଷ କୋଟି ଟଙ୍କା ରହିବା ନେଇ ଆକଳନ କରାଯାଇଛି ।
  • ସକଳ ବଜାର ଋଣ ସଂଗ୍ରହ ୧୫.୪ ଲକ୍ଷ କୋଟି ଟଙ୍କା ରହିବା ନେଇ ଆକଳନ କରାଯାଇଛି।

 

ପ୍ରତ୍ୟକ୍ଷ ଟିକସ

· ପ୍ରତ୍ୟକ୍ଷ ଟିକସ ପ୍ରସ୍ତାବର ଉଦ୍ଦେଶ୍ୟ ହେଉଛି ଟିକସ ଢାଞ୍ଚାର ନିରନ୍ତରତା ଓ ସ୍ଥିରତା ବଜାୟ ରଖିବା, ଅନୁପାଳନ ବୋଝକୁ ହ୍ରାସ କରିବା ଲାଗି ବିଭିନ୍ନ ବ୍ୟବସ୍ଥାର ଅଧିକ ସରଳୀକରଣ ତଥା ସେଗୁଡ଼ିକୁ ଯୁକ୍ତିସଂଗତ କରିବା, ଉଦ୍ୟମିତା ଭାବନାକୁ ପ୍ରୋତ୍ସାହିତ କରିବା ଏବଂ ନାଗରିକମାନଙ୍କୁ ଟିକସ ରିହାତି ପ୍ରଦାନ କରିବା।

· ଆୟକର ବିଭାଗ ଅନୁପାଳନକୁ ସହଜ ଓ ବାଧାମୁକ୍ତ କରିବା ଲାଗି ଟିକସଦାତା ସେବାରେ ସୁଧାର ଆଣିବା ଲାଗି ନିରନ୍ତର ପ୍ରୟାସ କରି ଆସୁଛି।

· ଟିକସଦାତା ସେବାରେ ଆହୁରି ଅଧିକ ସୁଧାର ଆଣିବା ଲାଗି ଟିକସଦାତାଙ୍କ ସୁବିଧା ନିମନ୍ତେ ପରବର୍ତ୍ତୀ ପିଢ଼ିର ସାଧାରଣ ଆଇଟି ରିଟର୍ଣ୍ଣ ଫର୍ମ ଆଣିବା ଏବଂ ଏଥିସହିତ ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲାଗି ବିଭାଗ ଯୋଜନା ପ୍ରସ୍ତୁତ କରୁଛି ।

· ନୂଆ କର ବ୍ୟବସ୍ଥାରେ ବ୍ୟକ୍ତିଗତ ଆୟକରରେ ଛାଡ଼ ସୀମାକୁ ୫ ଲକ୍ଷ ଟଙ୍କାରୁ ବଢ଼ାଇ ୭ ଲକ୍ଷ ଟଙ୍କା କରି ଦିଆଯାଇଛି । ଏହିପରି ନୂଆ ଟିକସ ବ୍ୟବସ୍ଥାରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକମାନଙ୍କୁ କୌଣସି ଟିକସ ପରିଶୋଧ କରିବାକୁ ପଡ଼ିବ ନାହଁ।

· ନୂଆ ବ୍ୟକ୍ତିଗତ ଆୟକର ବ୍ୟବସ୍ଥାରେ ସ୍ଲାବ ସଂଖ୍ୟା ୬ରୁ ହ୍ରାସ କରି ୫ କରି ଦିଆଯାଇଛି ଏବଂ ଟିକସ ଛାଡ଼ ସୀମାକୁ ବଢ଼ାଇ ୩ ଲକ୍ଷ ଟଙ୍କା କରି ଦିଆଯାଇଛି । ଏହି ନୂଆ ଟିକସ ବ୍ୟବସ୍ଥାରେ ସବୁ ଟିକସଦାତାମାନଙ୍କୁ ବହୁତ ବଡ଼ ଆଶ୍ବସ୍ତି ମିଳିବ ।

 

ନୂଆ ଟିକସ ଦର

ମୋଟ ଆୟ (ଟଙ୍କାରେ)

ଦର (ପ୍ରତିଶତ)

୩,୦୦,୦୦୦ ପର୍ଯ୍ୟନ୍ତ

ଆଦୌ ନାହିଁ

୩,୦୦,୦୦୧ ଠାରୁ ୬,୦୦,୦୦୦ ପର୍ଯ୍ୟନ୍ତ

୬,୦୦,୦୦୧ ଠାରୁ ୯,୦୦,୦୦୦ ପର୍ଯ୍ୟନ୍ତ

୧୦

୯,୦୦,୦୦୧ ଠାରୁ ୧୨,୦୦,୦୦୦ ପର୍ଯ୍ୟନ୍ତ

୧୫

୧୨,୦୦,୦୦୧ ଠାରୁ ୧୫,୦୦,୦୦୦ ପର୍ଯ୍ୟନ୍ତ

୨୦

୧୫,୦୦,୦୦୦ରୁ ଅଧିକ

୩୦

 

  • ନୂଆ ଟିକସ ବ୍ୟବସ୍ଥାରେ ବେତନଭୋଗୀ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ମାନକ କାଟ ବା ଷ୍ଟାଣ୍ଡାର୍ଡ ଡିଡକ୍ସନର ଲାଭ ଦେବା ଏବଂ ପାରିବାରିକ ପେନସନରେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଡିଡକ୍ସନର ପ୍ରସ୍ତାବ ରହିଛି।
  • ନୂଆ ଟିକସ ବ୍ୟବସ୍ଥାରେ ଉଚ୍ଚ ପ୍ରଭାର ଦର ୩୭ ପ୍ରତିଶତରୁ କମାଇ ୨୫ ପ୍ରତିଶତ କରାଯିବା ଲାଗି ପ୍ରସ୍ତାବ ଦିଆଯାଇଛି ଫଳରେ ସର୍ବାଧିକ ବ୍ୟକ୍ତିଗତ ଆୟ ଟିକସ ଦରରେ ୩୯ ପ୍ରତିଶତ ପର୍ଯ୍ୟନ୍ତ ଡିଡକ୍ସନ ହେବ।
  • ଅଣସରକାରୀ ବେତନଭୋଗୀ କର୍ମଚାରୀଙ୍କ ଅବସରରେ ଛୁଟିର ନଗଦୀକରଣ ବା ଲିଭ୍ଏନକେଶମେଣ୍ଟ ଉପରେ ଟିକସ ଛାଡ଼ ସୀମାକୁ ବଢ଼ାଇ ୨୫ ଲକ୍ଷ ଟଙ୍କା କରି ଦିଆଯାଇଛି।
  • ନୂଆ ଟିକସ ବ୍ୟବସ୍ଥାକୁ ଏକ ଡିଫଲ୍ଟ ଟିକସ ବ୍ୟବସ୍ଥା କରାଯିବ, ତେବେ ନାଗରିକମାନଙ୍କୁ ପୁରୁଣା ଟିକସ ବ୍ୟବସ୍ଥାର ଲାଭ ନେବା ପାଇଁ ବିକଳ୍ପକୁ ଜାରି ରଖାଯିବ।
  • ଲଘୁ ଉଦ୍ୟୋଗ ଏବଂ କିଛି ପେସାଦାରଙ୍କ ପାଇଁ ବର୍ଦ୍ଧିତ ସୀମା ନିମନ୍ତେ ଆନୁମାନିକ କରାଧାନର ଲାଭ ନେବା ପାଇଁ ପ୍ରସ୍ତାବ ରଖାଯାଇଛି । ନିର୍ଦ୍ଦିଷ୍ଟ ଆର୍ଥିକ ବର୍ଷ ସମୟରେ ନଗଦରେ ଗ୍ରହଣ କରାଯାଇଥିବା ମୋଟ୍‌ ଅର୍ଥରାଶି ମାମଲାରେ ବର୍ଦ୍ଧିତ ସୀମା ଲାଗୁ ହେବ ଯାହାକି ମୋଟ୍‌ ସକଳ ପ୍ରାପ୍ତି/ଟର୍ଣ୍ଣଓଭରର ୫ ପ୍ରତିଶତରୁ ଅଧିକ ହୋଇନଥାଏ।
  • ଏମଏସଏମଇକୁ କରାଯାଇଥିବା ଅର୍ଥ ପରିଶୋଧ ଉପରେ ହୋଇଥିବା ବ୍ୟୟ ପାଇଁ ଡିଡକ୍ସନକୁ ସେହି ମାମଲାରେ ଅନୁମତି ମିଳିବ ଯେତେବେଳେ ନିର୍ଦ୍ଧାରିତ ସମୟରେ ପ୍ରାପ୍ତ ପରିଶୋଧରେ ଏମଏସଏମଇର ସହାୟତା କ୍ରମରେ ବାସ୍ତବିକ ରୂପରେ ପରିଶୋଧ କରାଯାଇଥିବ ।
  • ବର୍ତ୍ତମାନ ନୂଆ ଉତ୍ପାଦନ କମ୍ପାନୀଗୁଡ଼ିକୁ ଯେଉଁଭଳି ଲାଭ ମିଳୁଛି ଠିକ୍‌ ସେହିପରି ୩୧.୩.୨୦୨୪ ପର୍ଯ୍ୟନ୍ତ ଉତ୍ପାଦନ ଗତିବିଧି ଆରମ୍ଭ କରିଥିବା ନୂଆ ସମବାୟ ସଂସ୍ଥାଗୁଡ଼ିକୁ ୧୫ ପ୍ରତିଶତର କମ ଟିକସ ଦର ଲାଭ ମିଳିବ,
  • ୨୦୧୬-୧୭ ଆର୍ଥିକ ବର୍ଷ ପୂର୍ବ ଅବଧିରେ ବ୍ୟୟ ଆକାରରେ ଚିନି ଚାଷୀମାନଙ୍କୁ କରାଯାଇଥିବା ଅର୍ଥପଇଠ ନିମନ୍ତେ ଅର୍ଥରାଶି ଦାବି କରିବା ଲାଗି ଚିନି ସମବାୟସଂସ୍ଥାମାନଙ୍କୁ ସୁଯୋଗ ଦିଆଯିବ। ଏହା ସେମାନଙ୍କୁ ପ୍ରାୟ ୧୦ହଜାର କୋଟି ଟଙ୍କାର ଆଶ୍ବସ୍ତି ଦେବ ବୋଲି ଆଶା କରାଯାଉଛି।
  • ପ୍ରାଥମିକ କୃଷି ସମବାୟ ସମିତି (ପିଏସିଏସ) ଏବଂ ପ୍ରାଥମିକ ସମବାୟ କୃଷି ଗ୍ରାମୀଣ ବିକାଶ ବ୍ୟାଙ୍କ (ପିସିଏଆରଡିବି)କୁ ନଗଦ ଆକାରରେ ଦିଆଯାଇଥିବା ଜମାରାଶି ଏବଂ ଋଣ ନିମନ୍ତେ ସଦସ୍ୟ ପିଛା ୨ ଲକ୍ଷ ଟଙ୍କାର  ସର୍ବାଧିକ ସୀମା ପାଇଁ ପ୍ରସ୍ତାବ।
  • ସମବାୟ ସମିତିଗୁଡ଼ିକୁ ଟିଡିଏସ ଲାଗି ନଗଦ ଉଠାଣ ଉପରେ ୩ କୋଟି ଟଙ୍କାର ସର୍ବାଧିକ ସୀମା ପ୍ରଦାନ କରିବା ଲାଗି ପ୍ରସ୍ତାବ ରହିଛି।
  • ଆୟକର ଲାଭ ହାସଲ କରିବା ନିମନ୍ତେ ଷ୍ଟାର୍ଟଅପ୍‌ ପାଇଁ ନିଗମନ ବା ଇନକର୍ପୋରେସନ  ତାରିଖକୁ ୩୧.୦୩.୨୦୨୩ରୁ ବଢ଼ାଇ ୩୧.୦୩.୨୦୨୪ କରି ଦିଆଯାଇଛି।
  • ଷ୍ଟାର୍ଟଅପର ଶେୟାରହୋଲ୍ଡିଂରେ ପରିବର୍ତ୍ତନ ଉପରେ କ୍ଷତିକୁ ଆଗକୁ ବଢ଼ାଇବାର ଲାଭକୁ ନିଗମନର ସାତ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରିବା ଲାଗି ପ୍ରସ୍ତାବ ଦିଆଯାଇଛି।
  • ଟିକସ ରିହାତି ଏବଂ ଛାଡ଼କୁ ଉନ୍ନତ ଭାବେ ଲକ୍ଷ୍ୟ ଆଧାରିତ କରିବା ଲାଗି ଧାରା ୫୪ ଏବଂ ୫୪ ଏଚ ଅଧୀନରେ ଆବାସିକ ଗୃହରେ କରାଯାଇଥିବା ନିବେଶ ଉପରେ ପୁଞ୍ଜିଗତ ଲାଭରୁ ଛାଡ଼ ସୀମାକୁ ୧୦ କୋଟି ଟଙ୍କା କରିବାର ପ୍ରସ୍ତାବ ରହିଛି।
  • ତାରିଖ ୧ ଏପ୍ରିଲ, ୨୦୨୩ରେ କିମ୍ବା ଏହାପରେ ଜାରି ହୋଇଥିବା ଜୀବନ ବୀମା ପଲିସି (ୟୁଲିପକୁ ଛାଡ଼ି) ପାଇଁ ମୋଟ୍‌ ପ୍ରିମିୟମ ପରିମାଣ ଯଦି ୫ ଲକ୍ଷ ଟଙ୍କାରୁ ଅଧିକ ଅଟେ ତା’ହେଲେ କେବଳ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରିମିୟମ ଥିବା ପଲିସି ଉପରେ, ହେଉଥିବା ଆୟକୁ ରିହାତି ଦେବାର ପ୍ରସ୍ତାବ ରହିଛି । ବୀମାଭୁକ୍ତ ବ୍ୟକ୍ତିଙ୍କ ମୃତ୍ୟୁ କ୍ଷେତ୍ରରେ ମିଳିଥିବା ଅର୍ଥରାଶି ଉପରେ ପ୍ରଦାନ କରାଯାଇଥିବା ରିହାତି ଟିକସ ରିହାତି ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ।
  • କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ପ୍ରାଧିକରଣ, ବୋର୍ଡ ଏବଂ କମିଶନ ଯାହାର ଗଠନ ଆବାସିକ, ସହରାଞ୍ଚଳ ବିକାଶ, ସହର ଏବଂ ଗ୍ରାମାଞ୍ଚଳ ଏବଂ ନିୟାମକ କିମ୍ବା ନିୟନ୍ତ୍ରଣ ଏବଂ ବିକାଶ ଗତିବିଧି କିମ୍ବା ପ୍ରସଙ୍ଗ ପାଇଁ କରାଯାଇଛି ସେମାନଙ୍କ ଆୟ ଉପରେ ଆୟକର ରିହାତି ଦେବା ଲାଗି ପ୍ରସ୍ତାବ ରହିଛି ।
  • ଅନଲାଇନ ଗେମିଂ ସହ ଜଡ଼ିତ ଟିଡିଏସ ପାଇଁ ୧୦ ହଜାର ଟଙ୍କାର ସର୍ବନିମ୍ନ ସୀମାକୁ ଉଚ୍ଛେଦ କରାଯିବ ଏବଂ ଟିକସଦେୟତାକୁ ସ୍ପଷ୍ଟ କରାଯିବ। ଟିଡିଏସ ଏବଂ ନେଟ୍‌ ୱିନିଂର ଉଠାଣ ସମୟରେ କିମ୍ବା ଆର୍ଥିକ ବର୍ଷ ଶେଷରେ ଟିଡିଏସ ଏବଂ ଟିକସ ଦେୟତା ନିମନ୍ତେ ପ୍ରସ୍ତାବ ।
  • ସୁନାକୁ ଇଲେକ୍ଟ୍ରୋନିକ ଗୋଲ୍ଡ ରିସିପ୍ଟରେ କିମ୍ବା ଇଲେକ୍ଟ୍ରୋନିକ ଗୋଲ୍ଡକୁ ଗୋଲ୍ଡରେ ପରିବର୍ତ୍ତନ କରିବା ଉପରେ ଏହାକୁ ପୁଞ୍ଜିଗତ ଲାଭ ଆକାରରେ ଗ୍ରହଣ କରାଯିବ ନାହିଁ।
  • ଅଣ ପ୍ୟାନ ମାମଲାରେ ଇପିଏଫ ଆହରଣର ଟିକସଯୋଗ୍ୟ ଭାଗ ଉପରେ ଟିଡିଏସ ଦରକୁ ୩୦ ପ୍ରତିଶତରୁ ହ୍ରାସ କରି ୨୦ ପ୍ରତିଶତ କରି ଦିଆଯାଇଛି।
  • ମାର୍କେଟ୍‌ ଲିଙ୍କଡ୍‌ ଡିବେଞ୍ଚରରୁ ପ୍ରାପ୍ତ ଆୟ କରାଧାନ ଅନ୍ତର୍ଗତ ହେବ।
  • କମିଶନର ସ୍ତରରେ ଅପିଲ ବିଳମ୍ବ ସମସ୍ୟାର ସମାଧାନ ଲାଗି ଛୋଟ ଅପିଲର ନିଷ୍ପାଦନ ନିମନ୍ତେ ପ୍ରାୟ ୧୦୦ ଯୁଗ୍ମ କମିଶନରଙ୍କୁ ନିଯୁକ୍ତ କରାଯିବ।
  • ଆଇଏଫଏସସି, ଗିଫ୍ଟ ସିଟୀକୁ ପୁନଃଆବଣ୍ଟିତ କରାଯାଇଥିବା ପାଣ୍ଠି ଉପରେ ଟିକସ ଲାଭ ଅବଧିକୁ ୩୧.୦୩.୨୦୨୫ ପର୍ଯ୍ୟନ୍ତ ବଢ଼ାଇବା ଲାଗି ପ୍ରସ୍ତାବ ରହିଛି।
  • ଆୟକର ଆଇନର ଧାରା ୨୭୬ ଏକ ଅଧୀନରେ ୧ ଏପ୍ରିଲ ୨୦୨୩ ଠାରୁ ଅଣଅପରାଧିକରଣ।
  • ଆଇଡିବିଆଇ ବ୍ୟାଙ୍କ ସମେତ ରଣନୈତିକ ପୁଞ୍ଜି ପ୍ରତ୍ୟାହାର ମାମଲାରେ କ୍ଷତିକୁ ଆଗକୁ ବଢ଼ାଇବା ଲାଗି ପ୍ରସ୍ତାବ ରହିଛି।
  • ଅଗ୍ନିବୀର ପାଣ୍ଠିକୁ ଇଇଇ ମାନ୍ୟତା ପ୍ରଦାନ କରାଯିବ । ଅଗ୍ନିପଥ ଯୋଜନା ୨୦୨୨ରେ ପଞ୍ଜିକୃତ ଅଗ୍ନିବୀରମାନେ ପାଉଥିବା ଅଗ୍ନିବୀର କର୍ପସ ପାଣ୍ଠିକୁ ଟିକସ ଠାରୁ ମୁକ୍ତ ରଖାଯିବ । ସେବାନିଧି ଆକାଉଣ୍ଟରେ ଅଗ୍ନିବୀର କିମ୍ବା କେନ୍ଦ୍ର ସରକାରଙ୍କ ଦ୍ବାରା କରାଯାଉଥିବା ଅର୍ଥ ବିନିଯୋଗ ଉପରେ  ମୋଟ୍‌ ଆୟ ହିସାବରୁ ଅର୍ଥକାଟ ବା ଡିଡକ୍ସନ ନିମନ୍ତେ ବ୍ୟବସ୍ଥା କରାଯାଇଛି।

ପରୋକ୍ଷ ଟିକସ

 

  • ବୟନ ଏବଂ କୃଷି କ୍ଷେତ୍ରକୁ ଛାଡ଼ି ମୌଳିକ ସୀମା ଶୁଳ୍କ ଦର ସଂଖ୍ୟାକୁ ୨୧ରୁ କମାଇ ୧୩ କରି ଦିଆଯାଇଛି।
  • କିଛି ବସ୍ତୁର ମୂଳ ସୀମା ଶୁଳ୍କ, ଉପକର ଏବଂ ସରଚାର୍ଜରେ ସାଧାରଣ ପରିବର୍ତ୍ତନ ହୋଇଛି ଯେଉଁଥିରେ ଖେଳନା, ସାଇକେଲ, ଅଟୋମୋବାଇଲ ଏବଂ ନାଫଥା ସାମିଲ ରହିଛି।
  • ଜିଏସଟି ପରିଶୋଧ କରାଯାଇଥିବା ସମ୍ମିଳିତ କମ୍ପ୍ରେସଡ୍‌ ବାୟୋ ଗ୍ୟାସ ଉପରେ ଉତ୍ପାଦ ଶୁଳ୍କ ଛାଡ଼ କରିବା ଲାଗି ପ୍ରସ୍ତାବ ଦିଆଯାଇଛି ।
  • ବିଦ୍ୟୁତ ପରିଚାଳିତ ବାହନରେ ଲାଗିଥିବା ଲିଥିୟମ ଆୟନ ବ୍ୟାଟେରୀର ଉତ୍ପାଦନ କରୁଥିବା ମେସିନ/କ୍ୟାପିଟାଲ ଗୁଡ୍ସ ଉପରେ ସୀମା ଶୁଳ୍କକୁ ବଢ଼ାଇ ୩୧.୦୩.୨୦୨୪ କରି ଦିଆଯାଇଛି।
  • ସବୁଜ ପରିବହନକୁ ଆହୁରି ତ୍ବରାନ୍ବିତ କରିବା ଲାଗି ଇଲେକ୍ଟ୍ରିକ ବାହନ ପାଇଁ ଉପଯୁକ୍ତ ବ୍ୟାଟେରୀର ଲିଥିୟମ ଆୟନ ସେଲର ବିନିର୍ମାଣ ନିମନ୍ତେ ଆବଶ୍ୟକ ପୁଞ୍ଜିଗତ ବସ୍ତୁ ଏବଂ ମେସିନରୀର ଆମଦାନୀ ଉପରେ ସୀମା ଶୁଳ୍କ ରିହାତି ଦିଆଯିବ ।
  • ମୋବାଇଲ ଫୋନ ନିର୍ମାଣରେ ଘରୋଇ ମୂଲ୍ୟବର୍ଦ୍ଧନକୁ ଆହୁରି ବଢ଼ାଇବା ଲାଗି, କେତେକ ସରଞ୍ଜାମ ଏବଂ କ୍ୟାମେରା ଲେନ୍ସ ଭଳି ସାମଗ୍ରୀ ଆମଦାନୀ ଉପରେ ବେସିକ ସୀମା ଶୁଳ୍କରେ ରିହାତି ଦେବା ଏବଂ ଲିଥିୟନ-ଆୟାନ ବ୍ୟାଟେରୀ ସେଲ ଉପରେ ରିହାତି ଶୁଳ୍କୁ ଆଉ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ଲାଗି ପ୍ରସ୍ତାବ ରହିଛି ।
  • ଟିଭି ପ୍ୟାନେଲର ଓପନ ସେଲର ସରଞ୍ଜାମ ଉପରେ ବେସିକ ସୀମା ଶୁଳ୍କକୁ ହ୍ରାସ କରି ୨.୫ ପ୍ରତିଶତ କରିବା ଲାଗି ପ୍ରସ୍ତାବ ରହିଛି ।
  • ଇଲେକ୍ଟ୍ରିକ ରୋଷେଇ ଘର ଚିମନୀ ଉପରେ ବେସିକ ସୀମା ଶୁଳ୍କକୁ ୭.୫ ପ୍ରତିଶତରୁ ବଢ଼ାଇ ୧୫ ପ୍ରତିଶତ କରିବାର ପ୍ରସ୍ତାବ ରହିଛି ।
  • ଇଲେକ୍ଟ୍ରୋନିକ ରୋଷେଇ ଘର ଚିମନୀର ହିଟ୍‌ କଏଲ ଉପରେ ଆମଦାନୀ ଶୁଳ୍କକୁ ୨୦ ପ୍ରତିଶତରୁ ହ୍ରାସ କରି ୧୫ ପ୍ରତିଶତ କରିବା ଲାଗି ପ୍ରସ୍ତାବ ରହିଛି।
  • ରସାୟନ ଉଦ୍ୟୋଗରେ ଡିନେଚଇ ଇଥାଇଲ ଆଲକୋହଲ ଉପଯୋଗ କରାଯାଇଥାଏ। ଏଥିରେ ବେସିକ ସୀମା ଶୁଳ୍କ ଛାଡ଼ କରିବାକୁ ପ୍ରସ୍ତାବ ଦିଆଯାଇଛି।
  • ଘରୋଇ ଫ୍ଲୋରୋକେମିକାଲ୍ସ ଉଦ୍ୟୋଗରେ ପ୍ରତିଯୋଗିତାକୁ ବଜାୟ ରଖିବା ନିମନ୍ତେ ଏସିଡ ଗ୍ରେଡ୍‌ କ୍ଲୋରସପାର ଉପରେ ବେସିକ ସୀମା ଶୁଳ୍କୁ ୫ ପ୍ରତିଶତରୁ ହ୍ରାସ କରି ୨.୫ ପ୍ରତିଶତ କରାଯାଇଛି।
  • ଇପିକ୍ଲୋରୋହାଇଡ୍ରିନର ବିନିର୍ମାଣରେ ପ୍ରୟୋଗ ହେଉଥିବା କଞ୍ଚା ଗ୍ଲିସେରିନ୍‌ ଉପରେ ବେସିକ ସୀମା ଶୁଳ୍କୁ ୭.୫ ପ୍ରତିଶତରୁ ହ୍ରାସ କରି ୨.୫ ପ୍ରତିଶତ କରିବା ଲାଗି ପ୍ରସ୍ତାବ ରହିଚି।
  • ଶିମ୍ପ ଫିଡ୍‌ର ଘରୋଇ ଉତ୍ପାଦନ ଲାଗି ମୁଖ୍ୟ ଇନପୁଟ୍‌ ଉପରେ ଶୁଳ୍କ ହ୍ରାସ କରିବାର ପ୍ରସ୍ତାବ।
  • ପ୍ରୟୋଗଶାଳାରେ ନିର୍ମିତ ହୀରା (ଏଲଜିଡି)ର ଉତ୍ପାଦନରେ ଲାଗୁଥିବା ସିଡ୍‌ ଉପରେ ସୀମା ଶୁଳ୍କ ହ୍ରାସ କରିବା ଲାଗି ପ୍ରସ୍ତାବ।
  • ସୁନାର ଡୋରେ ଓ ବାର ଏବଂ ପ୍ଲାଟିନମ ଉପରେ ସୀମାଶୁଳ୍କ ବଢ଼ାଇବାକୁ ପ୍ରସ୍ତାବ।
  • ରୁପାର ଡୋରେ ଓ ବାର ଏବଂ ସରଞ୍ଜାମ ଉପରେ ସୀମାଶୁଳ୍କ ବୃଦ୍ଧି।
  • ସିଆରଜିଓ ଷ୍ଟିଲର ନିର୍ମାଣ ଲାଗି କଞ୍ଚା ମାଲ, ଲୁହା ସ୍କାର୍ପ ଏବଂ ନିକେଲ କ୍ୟାଥୋଡ ଉପରେ ବେସିକ ସୀମା ଶୁଳ୍କ ରିହାତି ଜାରି
  • କପର ସ୍କାର୍ପ ଉପରେ ୨.୫ ପ୍ରତିଶତର ରିହାତି ବିସିଡିକୁ ଜାରି ରଖାଯିବ।
  • ସମ୍ମିଶ୍ରିତ ରବର ଉପରେ ବେସିକ ସୀମା ଶୁଳ୍କକୁ ବଢ଼ାଇ, ଲେଟେକ୍ସକୁ ଛାଡ଼ି ଅନ୍ୟ ପ୍ରାକୃତିକ ରବର ସମାନ, ୧୦ ପ୍ରତିଶତରୁ ୨୫ ପ୍ରତିଶତ କିମ୍ବା କିଲୋଗ୍ରାମ ପ୍ରତି ୩୦ ଟଙ୍କା, ଯାହା ମଧ୍ୟ କମ ହୋଇଥିବ, ସେତିକି କରିବା ଲାଗି ପ୍ରସ୍ତାବ।
  • ନିର୍ଦ୍ଦିଷ୍ଟ ସିଗାରେଟ୍‌ ଉପରେ ଜାତୀୟ ବିପତ୍ତି ଆକସ୍ମିକତା ଶୁଳ୍କ (ଏନସିସିଡି)କୁ ତିନି ବର୍ଷ ପୂର୍ବରୁ ସଂଶୋଧିତ କରାଯାଇଥିଲା। ଏଥିରେ ପ୍ରାୟ ୧୬ ପ୍ରତିଶତ ବୃଦ୍ଧି କରିବା ଲାଗି ପ୍ରସ୍ତାବ ରହିଛି ।

 

ପରୋକ୍ଷ ଟିକସ ସଂଗ୍ରହରେ ସଂଶୋଧନ

 

  • ସମାଧାନ କମିଶନଙ୍କ ଦ୍ବାରା ଅନ୍ତିମ ଆଦେଶ ପାରିତ କରିବା ପାଇଁ ଆବେଦନ ଦାଖଲ କରିବାର ତାରିଖ ଠାରୁ ୯ ମାସର ଏକ ସମୟ ସୀମା ନିର୍ଦ୍ଧାରଣ କରିବା ନିମନ୍ତେ ସୀମା ଶୁଳ୍କ ଆଇନ ୧୯୬୨ରେ ସଂଶୋଧନ କରାଯିବ।
  • ଆଣ୍ଟି-ଡମ୍ପିଂ ଡ୍ୟୁଟି (ଏଡିଡି), କାଉଣ୍ଟରଭେଲିଂ ଡ୍ୟୁଟି (ସିଭିଡି) ଏବଂ ନିରାପତ୍ତା ପଦକ୍ଷେପ ସହ ଜଡ଼ିତ ବ୍ୟବସ୍ଥାର ଉଦ୍ଦେଶ୍ୟ ଏବଂ ସୁଯୋଗକୁ ସ୍ପଷ୍ଟ କରିବା ଲାଗି ସୀମା ଶୁଳ୍କ ଟାରିଫ ଆଇନରେ ସଂଶୋଧନ କରାଯିବ।
  • ସିଜିଏସଟି ଆଇନରେ ସଂଶୋଧନ କରାଯିବ।
  • ଜିଏସଟି ଅଧୀନରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ଲାଗି ଟିକସ ଅର୍ଥରାଶିର ସର୍ବନିମ୍ନ ସୀମାକୁ ୧ କୋଟିରୁ ବଢ଼ାଇ ୨ କୋଟି କରି ଦିଆଯିବ।
  • କମ୍ପାଉଣ୍ଡିଂ ଟିକସ ରାଶିର ବର୍ତ୍ତମାନର ୫୦ରୁ ୧୫୦ ପ୍ରତିଶତର ବର୍ତ୍ତମାନର ସୀମାକୁ ହ୍ରାସ କରି ୨୫ରୁ ୧୦୦ ପ୍ରତିଶତ କରି ଦିଆଯିବ।
  • କେତେକ ଅପରାଧର ନିରପରାଧୀକରଣ କରାଯିବ।
  • ସମ୍ପୃକ୍ତ ରିଟର୍ଣ୍ଣ ବିବରଣୀକୁ ଭରିବା ଲାଗି ନିର୍ଦ୍ଧାରିତ ତାରିଖ ଠାରୁ ସର୍ବନିମ୍ନ ତିନି ବର୍ଷର ଅବଧି ପାଇଁ ରିଟର୍ଣ୍ଣ ବିବରଣୀକୁ ଭରିବା ଉପରେ ପ୍ରତିବନ୍ଧ ଲାଗୁ କରାଯିବ।
  • ଇ-ବାଣିଜ୍ୟ ପରିଚାଳନା (ଇସିଓ) ମାଧ୍ୟମରେ ମାଲ୍‌ର ଆନ୍ତଃରାଜ୍ୟ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି ଅଣ-ପଞ୍ଜିକୃତ ଯୋଗାଣକାରୀ ଏବଂ ମିଶ୍ରିତ ଟିକସଦାତାଙ୍କୁ ସକ୍ଷମ କରାଯିବ।

 

*****

P.S.

 

*****

 



(Release ID: 1895623) Visitor Counter : 637