ଅର୍ଥ ମନ୍ତ୍ରଣାଳୟ
ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ୨୦୨୨-୨୩ : ମୁଖ୍ୟାଂଶ
ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଧାର ମାର୍ଗରେ ଅଗ୍ରସର ହେଉଛି ଭାରତୀୟ ଅର୍ଥବ୍ୟବସ୍ଥା, ୨୦୨୩ ଆର୍ଥିକ ବର୍ଷରେ ମହାମାରୀ ପୂର୍ବ ବିକାଶ ହାର ହାସଲ କରିବା ଲାଗି ପ୍ରସ୍ତୁତ
ଖୁଚୁରା ମୁଦ୍ରାସ୍ଫିତୀ ନଭେମ୍ବର ୨୦୨୨ରେ ଆରବିଆଇର ନିର୍ଦ୍ଧାରିତ ଲକ୍ଷ୍ୟକୁ ଫେରିଲା
ଏପ୍ରିଲ-ନଭେମ୍ବର ୨୦୨୨ ଅବଧିରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ସୁଧାର
ନିଯୁକ୍ତି ସୁଯୋଗ ବୃଦ୍ଧି, ସହରାଞ୍ଚଳରେ ବେକାରୀ ହାର କମିଲା ଏବଂ କର୍ମଚାରୀ ଭବିଷ୍ୟନିଧିରେ ପଞ୍ଜୀକରଣ ସଂଖ୍ୟା ବଢ଼ିଲା
ସୁଯୋଗ, ଦକ୍ଷତା ଏବଂ ସହଜ ଜୀବନଧାରଣରେ ସୁଧାର ପାଇଁ ଜନ କଲ୍ୟାଣ ଦିଗରେ ପଦକ୍ଷେପ, ବିଶ୍ୱାସ ଆଧାରିତ ପ୍ରଶାସନ, କୃଷି ଉତ୍ପାଦକତା ବୃଦ୍ଧି ଏବଂ ବିକାଶ ସହଭାଗୀ ରୂପରେ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହନ ଲାଗି ସରକାରୀ ସଂସ୍କାରରେ ପ୍ରାଥମିକତା ଦିଆଯାଇଆସିଛି
ବିତ୍ତୀୟ ସ୍ୱଚ୍ଛତା କାରଣରୁ ଆର୍ଥିକ ସଂସ୍ଥାନ ଦ୍ୱାରା ଋଣ ଲଗାଣ ବୃଦ୍ଧି
ଋଣ ପରିଶୋଧରେ ବୃଦ୍ଧି, ଉନ୍ନତ ନିବେଶ ଚକ୍ର ଲାଗି ଘରୋଇ ପୁଞ୍ଜିରେ ବୃଦ୍ଧି
ଏପ୍ରିଲ ୨୦୨୨ ପର ଠାରୁ ଅନୁସୂଚିତ ବ୍ୟବସାୟିକ ବ୍ୟାଙ୍କ ଦ୍ୱାରା ଅଣ-ଖାଦ୍ୟ ଋଣ ଅଫଟେକରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି
ଏସସିବିଗୁଡ଼ିକର ସକଳ ଅଚଳ ପରିସମ୍ପତ୍ତି (ଜିଏନପିଏ) ଅନୁପାତ ସାତ ବର୍ଷ ମଧ୍ୟରେ ସର୍ବନିମ୍ନ ୫.୦ କୁ ଖସିଲା
ସାମାଜିକ କ୍ଷେତ୍ରରେ ପୁଞ୍ଜି ବ୍ୟୟ (କେନ୍ଦ୍ର ଓ ରାଜ୍ୟ ମିଶି) ୨୦୧୬ ଆର୍ଥିକ ବର୍ଷରେ ୯.୧ ଲକ୍ଷ କ
Posted On:
31 JAN 2023 1:59PM by PIB Bhubaneshwar
କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୨-୨୩ ବର୍ଷର ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଆଗତ କରିଛନ୍ତି। ସର୍ବେକ୍ଷଣ ରିପୋର୍ଟର ମୁଖ୍ୟାଂଶ ନିମ୍ନରେ ଦିଆଗଲା :
୨୦୨୨-୨୩ରେ ଅର୍ଥବ୍ୟବସ୍ଥାର ସ୍ଥିତି : ସୁଧାର ସମ୍ପୂର୍ଣ୍ଣ
ମହାମାରୀ ଜନିତ ଅବନତି, ରୁଷ-ୟୁକ୍ରେନ ଯୁଦ୍ଧର ପ୍ରତିକୂଳ ପ୍ରଭାବ ଏବଂ ଦରଦାମ ବୃଦ୍ଧିରୁ ମୁକୁଳିବା ପରେ ଭାରତୀୟ ଅର୍ଥବ୍ୟବସ୍ଥା ଏବେ ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ସୁଧାର ହାସଲ କରୁଥିବା ଦେଖିବାକୁ ମିଳୁଛି। ଦେଶର ଅର୍ଥବ୍ୟବସ୍ଥା ଚଳିତ ୨୦୨୩ ଆର୍ଥିକ ବର୍ଷରେ ମହାମାରୀ ପୂର୍ବ ବିକାଶ ପଥରେ ଅଗ୍ରସର ହେଉଛି।
ଭାରତରେ ଜିଡିପି ବିକାଶ ହାର ୨୦୨୪ ଆର୍ଥିକ ବର୍ଷରେ ମଧ୍ୟ ସୁଦୃଢ଼ ରହିବ ବୋଲି ଆଶା କରାଯାଉଛି । ୨୦୨୪ ଆର୍ଥିକ ବର୍ଷରେ ଦେଶରେ ଜିଡିବି ଅଭିବୃଦ୍ଧି ହାର ୬-୬.୮ ପ୍ରତିଶତ ମଧ୍ୟରେ ରହିବା ନେଇ ପୂର୍ବାନୁମାନ କରାଯାଇଛି।
୨୦୧୫ ଆର୍ଥିକ ବର୍ଷ ଠାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ଛଅ ମାସରେ ଘରୋଇ ଉପଯୋଗ ସର୍ବାଧିକ ରହିଛି ଏବଂ ଏହାଦ୍ୱାରା ଉତ୍ପାଦନ ସମ୍ବନ୍ଧୀୟ ଗତିବିଧିକୁ ବେଶ ପ୍ରୋତ୍ସାହନ ମିଳିଛି ଯାହାଫଳରେ ସବୁ କ୍ଷେତ୍ରରେ କ୍ଷମତାର ଉପଯୋଗ ବୃଦ୍ଧି ପାଇଛି।
କେନ୍ଦ୍ର ସରକାରଙ୍କ ପୁଞ୍ଜିଗତ ବ୍ୟୟ ଏବଂ ଏବେ କମ୍ପାନୀଗୁଡ଼ିକର ମଜବୁତ ବାଲାନ୍ସ ଶିଟର ନେତୃତ୍ୱରେ ଘରୋଇ ପୁଞ୍ଜି ବ୍ୟୟ ଚଳିତ ଆର୍ଥିକ ବର୍ଷ ସମୟରେ ଭାରତୀୟ ଅର୍ଥବ୍ୟବସ୍ଥାର ବିକାଶରେ ଯଥେଷ୍ଟ ସହାୟକ ସାବ୍ୟସ୍ତ ହୋଇଛି।
ଏମଏସଏମଇ କ୍ଷେତ୍ର ପାଇଁ ମୋଟ୍ ଋଣ ଯୋଗାଣ ବୃଦ୍ଧି ପାଇଛି, ଜାନୁଆରୀ-ନଭେମ୍ବର ୨୦୨୨ ସମୟରେ ଏହା ହାରାହାରୀ ୩୦.୬ ପ୍ରତିଶତରୁ ମଧ୍ୟ ଅଧିକ ରହିଥିଲା।
ଖୁଚୁରା ମୁଦ୍ରାସ୍ଫିତୀ ନଭେମ୍ବର ୨୦୨୨ରେ ହ୍ରାସ ପାଇ ପୁଣିଥରେ ଆରବିଆଇର ନିର୍ଦ୍ଧାରିତ ଲକ୍ଷ୍ୟ ପରିଧି ମଧ୍ୟକୁ ଆସିଯାଇଛି।
ଭାରତୀୟ ମୁଦ୍ରାର ପ୍ରଦର୍ଶନ ଏପ୍ରିଲ-ଡିସେମ୍ବର ୨୦୨୨ ସମୟରେ ଅନ୍ୟ ଉଦୀୟମାନ ବଜାର ଅର୍ଥବ୍ୟବସ୍ଥା ତୁଳନାରେ ଯଥେଷ୍ଟ ଉନ୍ନତ ରହିଥିଲା।
ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଏପ୍ରିଲ-ନଭେମ୍ବର ୨୦୨୨ ସମୟରେ ମଧ୍ୟ ଉନ୍ନତ ରହିଥିଲା।
ଦେଶରେ ସହରାଞ୍ଚଳ ବେକାରୀ ହାର ହ୍ରାସ ପାଉଛି ଏବଂ କର୍ମଚାରୀ ଭବିଷ୍ୟ ନିଧିରେ ଦ୍ରୁତ ଗତିରେ ପଞ୍ଜୀକରଣ ବୃଦ୍ଧି ପାଉଛି, ଏସବୁ ନିଯୁକ୍ତି ସୁଯୋଗ ସୃଷ୍ଟିର ସଙ୍କେତ ଦେଉଛି।
ସାର୍ବଜନୀନ ଡିଜିଟାଲ ପ୍ଲାଟଫର୍ମର ସମ୍ପ୍ରସାରଣ ଏବଂ ବିନିର୍ମାଣ କ୍ଷେତ୍ରରେ ଉତ୍ପାଦନ ବଢ଼ାଇବା ଲାଗି ପଦକ୍ଷେପ କାରଣରୁ ଆର୍ଥିକ ବିକାଶର ଗତି ତ୍ୱରାନ୍ୱିତ ହେବ।
ଭାରତରେ ମଧ୍ୟମକାଳୀନ ବିକାଶ ଆଉଟଲୁକ୍ : ଆଶା ଓ ଆକାଂକ୍ଷାରେ ପରିପୂର୍ଣ୍ଣ
ଭାରତୀୟ ଅର୍ଥବ୍ୟବସ୍ଥାରେ ବ୍ୟାପକ ଢାଞ୍ଚାଗତ ଓ ପ୍ରଶାସନିକ ସଂସ୍କାର ଲାଗୁ କରାଯାଇଛି ଯାହାଫଳରେ ୨୦୧୪ରୁ ୨୦୨୨ ମଧ୍ୟରେ ଏହାର ସାମଗ୍ରିକ ଦକ୍ଷତା ବଢ଼ିବା ଦ୍ୱାରା ଅର୍ଥବ୍ୟବସ୍ଥାର ମୌଳିକ ତତ୍ତ୍ୱ ମଜବୁତ ହୋଇଛି।
ଜୀବନ ଯାପନ ଏବଂ ବ୍ୟବସାୟିକ ସୁଗମତା ବଢ଼ାଇବା ଉପରେ ବିଶେଷ ଜୋର ଦିଆଯିବା ଫଳରେ ୨୦୧୪ ପରେ ଲାଗୁ କରାଯାଇଥିବା ସଂସ୍କାରଗୁଡ଼ିକ ସାର୍ବଜନୀନ ବସ୍ତୁ ପ୍ରସ୍ତୁତ କରିବା, ବିଶ୍ୱାସ ଆଧାରିତ ପ୍ରଶାସନକୁ ଆପଣାଇବା, ବିକାଶ ଲାଗି ଘରୋଇ କ୍ଷେତ୍ର ସହିତ ଭାଗିଦାରୀ କରିବା ଏବଂ କୃଷି ଉତ୍ପାଦକତା ବଢ଼ାଇବା ଉପରେ ଆଧାରିତ ଥିଲା।
ବର୍ଷ ୨୦୧୪-୨୨ ଅବଧିରେ ବାଲାନ୍ସ ଶିଟ୍ ଉପରେ ଚାପ ଦେଖିବାକୁ ମିଳିଥିଲା ଯାହାଫଳରେ ବିଗତ ବର୍ଷ ସମୟରେ ଋଣବୋଝ ବଢ଼ିବା ଏବଂ ୱାନ୍ ଅଫ୍ର ବୈଶ୍ବିକ ଧକ୍କା ଅନୁଭୂତ ହୋଇଥିଲା। ଏହି କାରଣରୁ ପ୍ରମୁଖ ବୃହତ ଆର୍ଥିକ ଅବୟବ ବା ଉପାଦାନ ଯଥା ଋଣ ବୃଦ୍ଧି, ପୁଞ୍ଜି ସୃଷ୍ଟି ଏବଂ ଏପରି ଆର୍ଥିକ ବିକାଶ ଏହି ଅବଧି ସମୟରେ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।
ଏଭଳି ସ୍ଥିତି ପ୍ରକୃତି ୧୯୯୮-୨୦୦୨ ଅବଧି ସହ ବେଶ ମେଳ ଖାଇଥାଏ, କାରଣ ଏହି ସମୟରେ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ପରିବର୍ତ୍ତନକାରୀ ସଂସ୍କାର ଫଳରେ ବିକାଶ ହାର ଅର୍ଥବ୍ୟବସ୍ଥାର ଅସ୍ଥାୟୀ ଧକ୍କା କାରଣରୁ ଧିମେଇ ଯାଇଥିଲା। ଯେତେବେଳେ ଏହି ଝଟକା ଦୁର୍ବଳ ହୋଇଯାଇଥିଲା, ସେତେବେଳେ ଲାଗୁ କରାଯାଇଥିବା ଢାଞ୍ଚାଗତ ସଂସ୍କାରର ବ୍ୟାପକ ଲାଭ ୨୦୦୩ ଠାରୁ ଦେଖିବାକୁ ମିଳିଥିଲା।
ଅନୁରୂପ ଭାବେ ୨୦୨୨ ପରେ ମହାମାରୀର ଜାଗତିକ ଝଟ୍କା ବା କ୍ଷତି ଯେତେବେଳେ ଦୁର୍ବଳ ହୋଇଯିବ ଏବଂ ଦରଦାମ ବୃଦ୍ଧି କମିଯିବ ସେତେବେଳେ ଭାରତୀୟ ଅର୍ଥବ୍ୟବସ୍ଥା ନିଶ୍ଚିତ ଭାବେ ପରବର୍ତ୍ତୀ ଦଶନ୍ଧିରେ ଯଥେଷ୍ଟ ଦ୍ରୁତ ଗତିରେ ବିକଶିତ ହେବ।
ବ୍ୟାଙ୍କିଙ୍ଗ, ଅଣ-ବ୍ୟାଙ୍କିଙ୍ଗ ଏବଂ କର୍ପୋରେଟ୍ କ୍ଷେତ୍ରର ଉନ୍ନତ ବାଲାନ୍ସ ଶିଟ୍ କାରଣରୁ ନୂଆ କରି ଏକ ଋଣ ଚକ୍ର ବିଧିବଦ୍ଧ ଭାବେ ଆରମ୍ଭ ହୋଇସାରିଛି, ଯାହାକି ବିଗତ ମାସ ସମୟରେ ବ୍ୟାଙ୍କ ଋଣରେ ଦେଖିବାକୁ ମିଳିଥିବା ଅଢ଼େଇ ଅଙ୍କର ବୃଦ୍ଧି ହାର ସହିତ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇଥାଏ।
ଏଥିସହିତ ଅପେକ୍ଷାକୃତ ଅଧିକ ଔପଚାରିକରଣ, ଆର୍ଥିକ ସମାବେଶନ ହାରରେ ବୃଦ୍ଧି ପାଉଥିବା ଦକ୍ଷତା ଏବଂ ଡିଜିଟାଲ ପ୍ରଯୁକ୍ତି ଆଧାରିତ ଆର୍ଥିକ ସଂସ୍କାର କାରଣରୁ ସୃଷ୍ଟି ହୋଇଥିବା ସୁଯୋଗ ମାଧ୍ୟମରେ ଭାରତୀୟ ଅର୍ଥବ୍ୟବସ୍ଥା ଲାଭାନ୍ୱିତ ହେବାରେ ଲାଗିଛି।
ତେଣୁ, ଆର୍ଥିକ ସର୍ଭେ ରିପୋର୍ଟର ଅଧ୍ୟାୟ ୨ରେ ଏହା ଦର୍ଶାଯାଇଛି ଯେ ମହାମାରୀ ପୂର୍ବ ବର୍ଷ ତୁଳନାରେ ଏବେ ଭାରତର ବିକାଶ ଆଉଟଲୁକ୍ରେ ଉନ୍ନତି ପରିଲକ୍ଷିତ ହେଉଛି ଏବଂ ଭାରତୀୟ ଅର୍ଥବ୍ୟବସ୍ଥା ଆଗାମୀ ବର୍ଷଗୁଡ଼ିକରେ ନିଜର ସମ୍ପୂର୍ଣ୍ଣ କ୍ଷମତା ସହିତ ବିକଶିତ ହେବା ଲାଗି ପ୍ରସ୍ତୁତ ରହିଛି।
ରାଜକୋଷୀୟ ଘଟଣାକ୍ରମ : ଦ୍ରୁତ ରାଜସ୍ୱ ବୃଦ୍ଧି
କେନ୍ଦ୍ର ସରକାରଙ୍କ ଆର୍ଥିକ ସ୍ଥିତି ୨୦୨୩ ଆର୍ଥିକ ବର୍ଷ ସମୟରେ ବେଶ ସୁଦୃଢ଼ ହୋଇଛି। ଆର୍ଥିକ ବୃଦ୍ଧି ବଢ଼ିବା, ପ୍ରତ୍ୟକ୍ଷ ଟିକସ ଏବଂ ଜିଏସଟି ରାଜସ୍ୱରେ ଦ୍ରୁତ ବୃଦ୍ଧି ଏବଂ ବଜେଟରେ ଯଥାର୍ଥବାଦୀ ଅନୁମାନ କାରଣରୁ ଏହା ସମ୍ଭବ ହୋଇପାରିଛି।
ଏପ୍ରିଲ-ନଭେମ୍ବର ୨୦୨୨ ସମୟରେ ସକଳ ଟିକସ ରାଜସ୍ୱ ୧୫.୫ ପ୍ରତିଶତର ବାର୍ଷିକ ବୃଦ୍ଧି ରେକର୍ଡ କରାଯାଇଛି ଯାହାକି ପ୍ରତ୍ୟକ୍ଷ ଟିକସ ଏବଂ ବସ୍ତୁ ଓ ସେବା କର (ଜିଏସଟି)ରେ ଭାରୀ ବୃଦ୍ଧି କାରଣରୁ ସମ୍ଭବ ହୋଇପାରିଛି।
ଚଳିତ ଆର୍ଥିକ ବର୍ଷର ପ୍ରଥମ ଆଠ ମାସ ସମୟରେ ପ୍ରତ୍ୟକ୍ଷ ଟିକସରେ ବୃଦ୍ଧି ବାସ୍ତବରେ ଏହାର ଦୀର୍ଘକାଳୀନ ହାରାହାରୀ ଠାରୁ ଢେର ଅଧିକ ରହିଛି।
ଜିଏସଟି ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାଜସ୍ୱ ଉତ୍ସ ପାଲଟିଯାଇଛି। ଏପ୍ରିଲ-ଡିସେମ୍ବର ୨୦୨୨ ସମୟରେ ସକଳ ଜିଏସଟି ସଂଗ୍ରହରେ ବାର୍ଷିକ ଆଧାରରେ ୨୪.୮ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି।
ଚଳିତ ଆର୍ଥିକ ବର୍ଷରେ ରାଜସ୍ୱ ବ୍ୟୟର ଆବଶ୍ୟକତା ଯଥେଷ୍ଟ ଅଧିକ ରହିବା ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁଞ୍ଜିଗତ ବ୍ୟୟ (କ୍ୟାପେକ୍ସ) ଉପରେ ନିରନ୍ତର ବିଶେଷ ଜୋର ଦିଆଯାଇ ଆସୁଛି। କେନ୍ଦ୍ର ସରକାରଙ୍କ ପୁଞ୍ଜିଗତ ବ୍ୟୟ ଜିଡିପିର ୧.୭ ପ୍ରତିଶତର ଦୀର୍ଘକାଳୀନ ବାର୍ଷିକ ହାରାହାରୀ (ଆର୍ଥିକ ବର୍ଷ ୨୦୦୯ ଠାରୁ ଆର୍ଥିକ ବର୍ଷ ୨୦୨୦ ପର୍ଯ୍ୟନ୍ତ) ଠାରୁ ନିରନ୍ତର ବୃଦ୍ଧି ପାଇ ୨୦୨୨ ଆର୍ଥିକ ବର୍ଷରେ ଜିଡିପିର ୨.୫ ପ୍ରତିଶତରେ ପହଞ୍ଚିଛି ।
କେନ୍ଦ୍ର ସରକାର ସୁଧ ମୁକ୍ତ ଋଣ ଏବଂ ବର୍ଦ୍ଧିତ ଋଣ ସୀମା ଜରିଆରେ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି, ଯାହାଫଳରେ ପୁଞ୍ଜିଗତ ବ୍ୟୟକୁ ପ୍ରାଥମିକତା ଦିଆଯାଇପାରିବ।
ଭିତ୍ତିଭୂମି କ୍ଷେତ୍ର ଯଥା ସଡ଼କ ଏବଂ ରାଜପଥ, ରେଳବାଇ, ଆବାସ ଓ ସହରାଞ୍ଚଳ ବ୍ୟାପାର ଉପରେ ବିଶେଷ ଜୋର ଦିଆଯିବା ଫଳରେ ପୁଞ୍ଜିଗତ ବ୍ୟୟରେ ବୃଦ୍ଧି ଦେଖିବାକୁ ମିଳିଛି । ଏହାର ବ୍ୟାପକ ସକାରାତ୍ମକ ନିହିତାର୍ଥ ଦେଶରେ ମଧ୍ୟମକାଳୀନ ଆର୍ଥିକ ବିକାଶ ଲାଗି ଉଦ୍ଦିଷ୍ଟ।
ସରକାରଙ୍କ ପୁଞ୍ଜିଗତ ବ୍ୟୟ ଆଧାରିତ ବିକାଶ ରଣନୀତି ଫଳରେ ଭାରତରେ ଅଭିବୃଦ୍ଧି ହାର ଏବଂ ସୁଧ ଦର ମଧ୍ୟରେ ବ୍ୟବଧାନକୁ ଧନାତ୍ମକ ରଖିବାରେ ସହାୟତା ମିଳିବ ଯାହାଫଳରେ ଆଗାମୀ ବର୍ଷଗୁଡ଼ିକରେ ଋଣ-ଜିଡିପି ଅନୁପାତକୁ ଏକ ପରିଧିରେ ରଖିବା ସମ୍ଭବ ହୋଇପାରିବ।
ମୌଦ୍ରିକ ପରିଚାଳନା ଏବଂ ଆର୍ଥିକ ମଧ୍ୟସ୍ଥତା : ଭଲ ବର୍ଷ ସାବ୍ୟସ୍ତ ହୋଇଛି
ଆରବିଆଇ ଏପ୍ରିଲ ୨୦୨୨ରେ ନିଜର ମୁଦ୍ରା ନୀତିକୁ କଠୋର କରିବା ଆରମ୍ଭ କରିଥିଲା ଏବଂ ସେବେଠାରୁ ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ରେପୋ ରେଟ୍ରେ ୨.୨୫ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି ଯାହାଫଳରେ ବଳକା ଲିକ୍ୟୁଡିଟୀ ହ୍ରାସ ପାଇଛି।
ବାଲାନ୍ସ ଶିଟକୁ ସୁଦୃଢ଼ କରିବା ଲାଗି ଆର୍ଥିକ ସଂସ୍ଥାନଗୁଡ଼ିକର ଋଣ ଲଗାଣରେ ବୃଦ୍ଧି ପରିଲକ୍ଷିତ ହୋଇଛି।
ଋଣ ଅଫଟେକରେ ବୃଦ୍ଧି ଆଗକୁ ମଧ୍ୟ ଜାରି ରହିବ ବୋଲି ଆଶା କରାଯାଉଛି ଏବଂ ଏହା ସହିତ ଘରୋଇ ପୁଞ୍ଜିଗତ ବ୍ୟୟ ବଢ଼ିବା ଫଳରେ ଲାଭଜନକ ନିବେଶ ଚକ୍ର ଆରମ୍ଭ ହେବ।
ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ (ଏସସିବି)ର ଅଣ ଖାଦ୍ୟ ଋଣ ପରିମାଣ ଏପ୍ରିଲ ୨୦୨୨ ଠାରୁ ଲଗାତାର ଦୁଇ ଅଙ୍କ ବିଶିଷ୍ଟ ହାରରେ ବଢ଼ୁଅଛି।
ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସି)ର ଋଣ ବିତରଣ ମଧ୍ୟ ବଢ଼ି ଚାଲିଛି।
ଏସସିବିର ସକଳ ଅଣ-ଅଚଳ ପରିସମ୍ପତ୍ତି (ଜିଏନପିଏ) ଅନୁପାତ ହ୍ରାସ ପାଇ ବିଗତ ସାତ ବର୍ଷର ସର୍ବନିମ୍ନ ସ୍ତର ୫.୦କୁ ଖସି ଆସିଛି।
ପୁଞ୍ଜି ବିପତ୍ତି ଭାରଯୁକ୍ତ ସମ୍ପତ୍ତି ଅନୁପାତ ବା କ୍ୟାପିଟାଲ-ଟୁ-ରିସ୍କ ୱେଟେଡ୍ ଆସେଟନ୍ସ ରେସିଓ (ସିଆରଏଆର) ଏବେ ସୁଦ୍ଧା ୧୬.୦ ସ୍ତରରେ ବଜାୟ ରହିଛି।
ଦେବାଳିଆ ଏବଂ ଦେବାଳିଆପଣ ସଂହିତା (ଆଇବିସି) ଜରିଆର ଏସସିବି ଲାଗି ସୁଧାର ହାର ଅନ୍ୟ ଚାନେଲ ତୁଳନାରେ ଆର୍ଥିକ ବର୍ଷ ୨୦୨୨ରେ ସର୍ବାଧିକ ରହିଥିଲା।
ମୂଲ୍ୟ ଏବଂ ଦରବୃଦ୍ଧି : ସଫଳତାପୂର୍ବକ ସନ୍ତୁଳନ ସ୍ଥାପନ
ଗୋଟିଏ ପଟେ ତିନିରୁ ଚାରି ଦଶନ୍ଧି ଦୀର୍ଘ ଅନ୍ତରାଳ ପରେ ବିକଶିତ ଦେଶରେ ଆକାଶଛୁଆଁ ଦରଦାମ୍ ବୃଦ୍ଧି ପୁଣିଥରେ ଦେଖିବାକୁ ମିଳିଛି, ଅନ୍ୟପଟେ ଭାରତରେ ଦରବୃଦ୍ଧି ନିର୍ଦ୍ଦିଷ୍ଟ ସୀମାରେ ଆବଦ୍ଧ ହୋଇ ରହିଛି।
ଦେଖିବାକୁ ଗଲେ ଭାରତରେ ଖୁଚୁରା ମୁଦ୍ରାସ୍ଫିତୀ ହାର ଏପ୍ରିଲ ୨୦୨୨ରେ ବୃଦ୍ଧି ପାଇ ୭.୮ ପ୍ରତିଶତର ଶୀର୍ଷ ସ୍ତରରେ ପହଞ୍ଚି ଯାଇଥିଲା ଯାହାକି ଆରବିଆଇର ୬ ପ୍ରତିଶତ ସର୍ବୋଚ୍ଚ ସୀମା ଠାରୁ ଅଧିକ ଥିଲା, କିନ୍ତୁ ଭାରତରେ ଲକ୍ଷ୍ୟ ଧାର୍ଯ୍ୟ ସୀମା ଠାରୁ ଅଧିକ ଥିବା ମୁଦ୍ରାସ୍ଫିତୀ ହାର ବିଶ୍ବର ଅନ୍ୟ ସ୍ଥାନଗୁଡ଼ିକ ତୁଳନାରେ ଦୁନିଆର ସର୍ବନିମ୍ନ ମୁଦ୍ରାସ୍ଫିତୀ ହାର ମଧ୍ୟରୁ ଅନ୍ୟତମ ରହିଥିଲା।
ସରକାର ମୂଲ୍ୟ ବୃଦ୍ଧିକୁ ଗୋଟିଏ ପରିଧି ମଧ୍ୟରେ ରଖିବା ଲାଗି ବହୁମୁଖ ରଣନୀତି ଆପଣାଇଥିଲେ:
ପେଟ୍ରୋଲ ଓ ଡିଜେଲ ରପ୍ତାନି ଶୁଳ୍କରେ ଏକାଧିକ ପର୍ଯ୍ୟାୟରେ ହ୍ରାସ କରାଯାଇଥିଲା।
ପ୍ରମୁଖ କଞ୍ଚା ମାଲ ଉପରେ ଆମଦାନୀ ଶୁଳ୍କକୁ କମାଇ ଶୂନ୍ୟ କରି ଦିଆଯାଇଥିଲା, ଅନ୍ୟପଟେ ଲୁହାପଥର ଏବଂ କନସେଣ୍ଟେଟ୍ସ ର ରପ୍ତାନି ଉପରେ ଦେୟ ଟିକସକୁ ୩୦ ପ୍ରତିଶତରୁ ବଢ଼ାଇ ୫୦ ପ୍ରତିଶତ କରି ଦିଆଯାଇଥିଲା।
କପା ଆମଦାନୀ ଉପରେ ଦେୟଯୋଗ୍ୟ ସୀମା ଶୁଳ୍କକୁ ୧୪ ଏପ୍ରିଲ ୨୦୨୨ ଠାରୁ ଆରମ୍ଭ କରି ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଛାଡ଼ କରି ଦିଆଯାଇଥିଲା।
ଏଚଏସ କୋଡ ୧୧୦୧ ଅଧୀନରେ ଗହମ ଉତ୍ପାଦର ରପ୍ତାନି ଉପରେ ଅଙ୍କୁଶ ଲାଗୁ କରାଯାଇଥିଲା ଏବଂ ଚାଉଳ ଉପରେ ରପ୍ତାନି ଶୁଳ୍କ ଲାଗୁ କରାଯାଇଥିଲା।
କଞ୍ଚା ଏବଂ ପରିଶୋଧିତ ପାମ ଅଏଲ, କଞ୍ଚା ସୋୟାବିନ ତେଲ ଏବଂ କଞ୍ଚା ସୂର୍ଯ୍ୟମୁଖୀ ତେଲ ଉପରେ ଦେୟ ମୌଳିକ ଶୁଳ୍କ ହ୍ରାସ କରାଯାଇଥିଲା।
ଆରବିଆଇ ଦ୍ୱାରା ଅଗ୍ରୀମ ଟିକସ ଉପରେ ଗାଇଡାନ୍ସ ଜାରି କରାଯାଇ ପ୍ରତ୍ୟାଶିତ ମୁଦ୍ରାସ୍ଫିତୀ ଆକଳନକୁ ନିୟନ୍ତ୍ରିତ କରି ରଖିବା ଏବଂ ଏହା ସହିତ ଉଚିତ ମୁଦ୍ରା ନୀତି ଆପଣାଇବା ଫଳରେ ଦେଶରେ ଦରଦାମ ବୃଦ୍ଧିକୁ ସଠିକ ମାର୍ଗରେ ରଖିବାର ସହାୟତା ମିଳିଥିଲା।
ବ୍ୟବସାୟୀ ଏବଂ ପରିବାର ଉଭୟଙ୍କ ପାଇଁ ଆଗାମୀ ବର୍ଷ ଲାଗି ମୁଦ୍ରାସ୍ଫିତୀ ଅନୁମାନ ଚଳିତ ଆର୍ଥିକ ବର୍ଷରେ କମ ହୋଇଯାଇଛି।
ସରକାରଙ୍କ ଦ୍ୱାରା ଆବାସିକ କ୍ଷେତ୍ରରେ ଠିକ ସମୟରେ ନୀତିଗତ ଉପାୟ କରାଯିବା ଏବଂ ଏହା ସହିତ ଆବାସ ଋଣ ଉପରେ ସୁଧ ଦରକୁ କମ ରଖାଯିବା ଫଳରେ ଆବାସ କ୍ଷେତ୍ରରେ ଚାହିଦା ବଢ଼ାଇବାରେ ଯଥେଷ୍ଟ ସହାୟତା ମିଳିଥିଲା ଏବଂ ଅଧିକ ସଂଖ୍ୟାରେ କ୍ରେତା ୨୦୨୩ ବର୍ଷ ସମୟରେ ଶସ୍ତା ଆବାସ ଆଡ଼କୁ ଆକର୍ଷିତ ହୋଇଥିଲେ।
ସଂଯୋଜିତ ଆବାସ ମୂଲ୍ୟ ସୂଚକାଙ୍କ ବା କମ୍ପୋଜିଟ୍ ହାଉସିଂ ପ୍ରାଇସ ଇଣ୍ଡାଇସେସ (ଏଚପିଆଇ)ର ଆକଳନ ଏବଂ ଆବାସ ମୂଲ୍ୟ ସୂଚକାଙ୍କ ସହ ଜଡ଼ିତ ବଜାର ମୂଲ୍ୟରେ ସାମଗ୍ରିକ ବୃଦ୍ଧି ହେବା, ପୁଣିଥରେ ଆବାସିକ କ୍ଷେତ୍ରର ଦ୍ରୁତ ବିକାଶର ସଙ୍କେତ ଦେଉଛି। ଏଚପିଆଇରେ ସ୍ଥିର ଠାରୁ ଆରମ୍ଭ କରି ମାମୁଲି ବୃଦ୍ଧି ହେବା ଫଳରେ ପରିସମ୍ପତ୍ତିର ମୂଲ୍ୟ ବଜାୟ ରହିବାର ଦୃଷ୍ଟିରୁ ଘର ମାଲିକ ଏବଂ ଆବାସ ଋଣ ପ୍ରଦାନକାରୀଙ୍କ ବିଶ୍ୱାସ ବୃଦ୍ଧି ପାଉଛି।
ଭାରତର ମୁଦ୍ରାସ୍ଫିତୀ ପରିଚାଳନା ବିଶେଷ ଉଲ୍ଲେଖନୀୟ ରହିଛି, ଯାହାକି ବିକଶିତ ଦେଶର ବର୍ତ୍ତମାନର ସ୍ଥିତିର ସମ୍ପୂର୍ଣ୍ଣ ବିପରୀତ ଅଟେ କାରଣ ସେମାନେ ଏବେ ସୁଦ୍ଧା ଦରଦାମ ବୃଦ୍ଧି ସହ ସଂଘର୍ଷ କରୁଛନ୍ତି।
ସାମାଜିକ ଭିତ୍ତିଭୂମି ଏବଂ ନିଯୁକ୍ତି: ବୃହତ ଆବରଣ
ସାମାଜିକ କ୍ଷେତ୍ରରେ ସରକାରୀ ବ୍ୟୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ।
ସ୍ୱାସ୍ଥ୍ୟ କ୍ଷେତ୍ରରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବଜେଟ୍ ଖର୍ଚ୍ଚ ୨୧ ଆର୍ଥିକ ବର୍ଷର ୧.୬% ତୁଳନାରେ ୨୩ ଆର୍ଥିକ ବର୍ଷ (ବିଇ) ରେ ଜିଡିପିର ୨.୧% ଏବଂ ୨୨ ଆର୍ଥିକ ବର୍ଷରେ (ବିଇ) ରେ ୨.୨% ଛୁଇଁଛି ।
ସାମାଜିକ କ୍ଷେତ୍ରର ବ୍ୟୟ ପରିମାଣ ୧୬ ଆର୍ଥିକ ବର୍ଷରେ ୯.୧ ଲକ୍ଷ କୋଟି ଟଙ୍କାରୁ ୨୩ ଆର୍ଥିକ ବର୍ଷରେ ୨୧.୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।
ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଉପରେ ୟୁଏନ୍ଡିପି ର ୨୦୨୨ ରିପୋର୍ଟର ଫଳାଫଳକୁ ସର୍ଭେରେ ଦର୍ଶାଯାଇଛି ଯେଉଁଥିରେ କୁହାଯାଇଛି ଯେ ୨୦୦୫-୦୬ ରୁ ୨୦୧୯-୨୦ ମଧ୍ୟରେ ଭାରତରେ ୪୧.୫ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି ।
ଆଙ୍କାକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଉତ୍ତମ ଶାସନ ପାଇଁ ଅପହଞ୍ଚ ତଥା ସମସ୍ୟା ବହୁଳ ଅଞ୍ଚଳରେ ଆଲୋକବର୍ତ୍ତିକା ଭାବେ ଉଭା ହୋଇଛି ।
ସଂଗଠିତ ଶ୍ରମିକମାନଙ୍କର ଏକ ଜାତୀୟ ଡାଟାବେସ୍ ସୃଷ୍ଟି ପାଇଁ ଇ-ଶ୍ରମ ପୋର୍ଟାଲ୍ ବିକଶିତ ହୋଇଛି, ଯାହା ଆଧାର ସହିତ ଯାଞ୍ଚ କରାଯାଇଥାଏ । ୩୧ ଡିସେମ୍ବର ୨୦୨୨ ସୁଦ୍ଧା, ଇ-ଶ୍ରମ ପୋର୍ଟାଲରେ ମୋଟ ୨୮.୫ କୋଟିରୁ ଅଧିକ ଅସଂଗଠିତ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି ।
ଜେଏଏମ୍ (ଜନ-ଧନ, ଆଧାର, ଏବଂ ମୋବାଇଲ୍) ତ୍ରିଶକ୍ତି, ଡିବିଟି ର ଶକ୍ତି ସହିତ ମିଳିତ ହୋଇ, ସମାଜର ନିମ୍ନ ବର୍ଗକୁ ଆନୁଷ୍ଠାନିକ ଆର୍ଥିକ ବ୍ୟବସ୍ଥାକୁ ଆଣି ଲୋକଙ୍କୁ ସଶକ୍ତିକରଣ କରି ସ୍ୱଚ୍ଛ ତଥା ଉତ୍ତରଦାୟୀ ଶାସନ ପଥରେ ପରିବର୍ତ୍ତନ ଆଣିଛି ।
କୋ-ୱିନ୍ ପ୍ଲାଟଫର୍ମର ବିକାଶ ଏବଂ ୨ ବିଲିୟନରୁ ଅଧିକ ଟିକା ପ୍ରଦାନର ସ୍ୱଚ୍ଛତା କ୍ଷେତ୍ରରେ ଆଧାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।
ଉଭୟ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ଶ୍ରମ ବଜାରରେ କୋଭିଡ ପୂର୍ବବର୍ତ୍ତୀ ସ୍ଥିତି ଫେରି ଆସିଛି ଏବଂ ୨୦୧୮-୧୯ ରେ ବେକାରୀ ହାର ୫.୮ ପ୍ରତିଶତରୁ ୨୦୨୦-୨୧ ରେ ୪.୨ ପ୍ରତିଶତକୁ ଖସି ଆସିଛି ।
୨୨ ଆର୍ଥିକ ବର୍ଷରେ ବିଦ୍ୟାଳୟରେ ମୋଟ ନାମଲେଖା ଅନୁପାତ (ଜିଇଆର) ରେ ଉନ୍ନତି ଏବଂ ଲିଙ୍ଗଗତ ସମାନତା ବୃଦ୍ଧି ପାଇଛି । ପ୍ରାଥମିକ ନାମଲେଖାରେ ଜିଇଆରରେ ୬ ରୁ ୧୦ ବର୍ଷ ବୟସର ଜନସଂଖ୍ୟାର କିଛି ପ୍ରତିଶତ ପ୍ରଥମ ରୁ ପଞ୍ଚମ ଶ୍ରେଣୀରେ ନାମ ଲେଖାଇଛନ୍ତି । ୨୨ ଆର୍ଥିକ ବର୍ଷରେ ପୁଅମାନଙ୍କ ଭଳି ଝିଅମାନଙ୍କ ନାମଲେଖା କ୍ଷେତ୍ରରେ ଉନ୍ନତି ହୋଇଛି ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାର ନେଇଥିବା ବହୁବିଧ ପଦକ୍ଷେପ ଯୋଗୁଁ, ସ୍ୱାସ୍ଥ୍ୟ ବାବଦୀୟ ଖର୍ଚ୍ଚ ୧୪ ଆର୍ଥିକ ବର୍ଷରେ ୬୪.୨% ରୁ ୧୯ ଆର୍ଥିକ ବର୍ଷରେ ୪୮.୨% କୁ ହ୍ରାସ ପାଇଛି ।
ଶିଶୁ ମୃତ୍ୟୁ ହାର (ଆଏମଆର), ପାଞ୍ଚ ରୁ କମ୍ ମୃତ୍ୟୁ ହାର (ୟୁ୫ଏମଆର) ଏବଂ ନବଜାତକ ମୃତ୍ୟୁ ହାର (ଏଏମଆର) ସ୍ଥିର ହ୍ରାସ ଦେଖାଇଛି ।
୦୬ ଜାନୁୟାରୀ, ୨୦୨୩ ସୁଦ୍ଧା ୨୨୦ କୋଟିରୁ ଅଧିକ କୋଭିଡ ଟିକା ଦିଆଯାଇଛି ।
ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୦୪ ଜାନୁୟାରୀ ୨୦୨୩ ସୁଦ୍ଧା ପ୍ରାୟ ୨୨ କୋଟି ହିତାଧିକାରୀଙ୍କୁ ଯାଞ୍ଚ କରାଯାଇଛି । ଆୟୁଷ୍ମାନ ଭାରତ ଅଧୀନରେ ସାରା ଦେଶରେ ୧.୫୪ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି ।
ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ: ଭବିଷ୍ୟତକୁ ସାମ୍ନା କରିବାକୁ ପ୍ରସ୍ତୁତ ହେଉଛି
୨୦୭୦ ସୁଦ୍ଧା ନିଟ୍ ଶୂନ ର୍ନିଗମନ ଲକ୍ଷ୍ୟ ହାସଲ କରିବାକୁ ଭାରତ ନେଟ୍ ଜିରୋ ପ୍ରତିଶ୍ରୁତି ଘୋଷଣା କରିଛି ।
୨୦୩୦ ପୂର୍ବରୁ ଭାରତ ଅଣ-ଜୀବାଶ୍ମ ଇନ୍ଧନରୁ ୪୦ ପ୍ରତିଶତ ସ୍ଥାପିତ ବୈଦ୍ୟୁତିକ କ୍ଷମତା ଲକ୍ଷ୍ୟ ହାସଲ କରିଛି ।
ଅଣ-ଜୀବାଶ୍ମ ଇନ୍ଧନରୁ ସମ୍ଭାବ୍ୟ ସ୍ଥାପିତ କ୍ଷମତା ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ରୁ ଅଧିକ ହେବ ଯାହା ଦ୍ୱାରା ୨୦୧୪-୧୫ ତୁଳନାରେ ୨୦୨୯-୩୦ ସୁଦ୍ଧା ହାରାହାରି ର୍ନିଗମନ ହାର ପ୍ରାୟ ୨୯% ହ୍ରାସ ପାଇବ ।
ଭାରତ ୨୦୦୫ ସ୍ତରରୁ ୨୦୩୦ ସୁଦ୍ଧା ଜିଡିପିର ନିର୍ଗମନ ତୀବ୍ରତାକୁ ୪୫% ହ୍ରାସ କରିବ ।
୨୦୩୦ ସୁଦ୍ଧା ପ୍ରାୟ ୫୦% ଏକତ୍ରିତ ବିଦ୍ୟୁତ ଶକ୍ତି ସ୍ଥାପିତ କ୍ଷମତା ଅଣ-ଜୀବାଶ୍ମ ଇନ୍ଧନ-ଆଧାରିତ ଶକ୍ତି ଉତ୍ସରୁ ଆସିବ ।
ଏକ ଜନ ଆନ୍ଦୋଳନ ଲାଇଫ୍- ପରିବେଶ ପାଇଁ ଜୀବନଶୈଳୀର ଶୁଭାରମ୍ଭ ।
ନଭେମ୍ବର ୨୦୨୨ ରେ ସୋଭେରେନ ଗ୍ରୀନ୍ ବଣ୍ଡ ଫ୍ରେମୱାର୍କ (ଏସଜିଆରବିଏସ୍) ଜାରି ହୋଇଛି ।
ଆରବିଆଇ ୪୦୦୦ କୋଟି ଟଙ୍କାର ସୋଭେରେନ ଗ୍ରୀନ୍ ବଣ୍ଡ (ଏସଜିଆରବି) ର ଦୁଇଟି ଅବଧିରେ ନିଲାମ କରିଛି ।
୨୦୪୭ ସୁଦ୍ଧା ଭାରତକୁ ଶକ୍ତି ସ୍ୱାଧୀନ କରିବାକୁ ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ୍ ।
୨୦୩୦ ସୁଦ୍ଧା ବାର୍ଷିକ ଅତି କମରେ ୫ ଏମଏମଟି (ମିଲିୟନ୍ ମେଟ୍ରିକ୍ ଟନ୍) ର ସବୁଜ ହାଇଡ୍ରୋଜେନ ଉତ୍ପାଦନ କ୍ଷମତା ବିକଶିତ ହେବ । ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ୍ ଅଧୀନରେ ୨୦୩୦ ସୁଦ୍ଧା ଜୀବାଶ୍ମ ଇନ୍ଧନ ଆମଦାନୀରେ ହ୍ରାସ ଏବଂ ୨୦୩୦ ସୁଦ୍ଧା ୬ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି । ପ୍ରାୟ ୧୨୫ ଜିଡବ୍ଲ୍ୟୁ ର ନବୀକରଣଯୋଗ୍ୟ ଶକ୍ତି କ୍ଷମତା ଯୋଗ ଏବଂ ୨୦୩୦ ସୁଦ୍ଧା ବାର୍ଷିକ ଜିଏଚଜି ର୍ନିଗମନରୁ ପ୍ରାୟ ୫୦ ଏମଏମଟି ହ୍ରାସ ।
ଜଳବାୟୁ ସମସ୍ୟାର ସମାଧାନ ତଥା ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ସିସି ଉପରେ ଏନଏପି ଅଧୀନରେ ଥିବା ଆଠଟି ମିଶନରେ ଅଗ୍ରଗତି ଉପରେ ସର୍ଭେ ଆଲୋକପାତ କରିଛି ।
ସୌର ଶକ୍ତି କ୍ଷମତା ସ୍ଥାପିତ ହୋଇଛି, ଜାତୀୟ ସୌର ମିଶନ ଅଧୀନରେ ଏକ ପ୍ରମୁଖ ମେଟ୍ରିକ୍ ଅକ୍ଟୋବର ୨୦୨୨ ସୁଦ୍ଧା ୬୧.୬ ଜିଡବ୍ଲ୍ୟୁ ରେ ଛିଡା ହୋଇଛି ।
ନବୀକରଣ ଯୋଗ୍ୟ ପାଇଁ ଭାରତ ଏକ ଅନୁକୂଳ ଗନ୍ତବ୍ୟସ୍ଥଳ ପାଲଟିଛି; ୭ ବର୍ଷରେ ବିନିଯୋଗ ୭୮.୧ ବିଲିୟନ ଆମେରିକୀୟ ଡ଼ଲାରରେ ପହଞ୍ଚିଛି ।
ସ୍ଥାୟୀ ବାସସ୍ଥାନ ଉପରେ ଜାତୀୟ ମିଶନ ଅଧୀନରେ ଅଗଷ୍ଟ ୨୦୨୨ ସୁଦ୍ଧା ୬୨.୮ ଲକ୍ଷ ବ୍ୟକ୍ତିଗତ ଘରୋଇ ଶୌଚାଳୟ ଏବଂ ୬.୨ ଲକ୍ଷ ଗୋଷ୍ଠି ଏବଂ ସର୍ବସାଧାରଣ ଶୌଚାଳୟ ନିର୍ମାଣ ହୋଇଛି ।
କୃଷି ଏବଂ ଖାଦ୍ୟ ପରିଚାଳନା
ବିଗତ ଅନେକ ବର୍ଷ ମଧ୍ୟରେ କୃଷି ଏବଂ ସହଯୋଗୀ କ୍ଷେତ୍ରର ପ୍ରଦର୍ଶନ ବଢି ଚାଲିଛି, ଯାହା ମଧ୍ୟରୁ ଅଧିକାଂଶ ଫସଲ ଏବଂ ପଶୁପାଳନ ଉତ୍ପାଦନ ବୃଦ୍ଧି ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ, ମୂଲ୍ୟ ସହାୟତା ମାଧ୍ୟମରେ କୃଷକମାନଙ୍କୁ ଲାଭ ପାଇବାର ନିଶ୍ଚିତ କରିବା, ଫସଲ ବିବିଧକରଣକୁ ପ୍ରୋତ୍ସାହନ, କୃଷକ-ଉତ୍ପାଦକ ସଂଗଠନ ଗଠନ ଏବଂ କୃଷି ଭିତ୍ତିଭୂମି ପାଣ୍ଠି ମାଧ୍ୟମରେ ଭିତ୍ତିଭୂମି ସୁବିଧାରେ ବିନିଯୋଗର ପ୍ରୋତ୍ସାହନ ମାଧ୍ୟମରେ ବଜାର ଭିତ୍ତିଭୂମିରେ ଉନ୍ନତି ଆଣିବା ଆଦି ରହିଛି ।
୨୦୨୦-୨୧ ରେ କୃଷି କ୍ଷେତ୍ରରେ ଘରୋଇ ବିନିଯୋଗ ୯.୩% କୁ ବୃଦ୍ଧି ପାଇଛି ।
ସମସ୍ତ ଫସଲ ପାଇଁ ଏମଏସପି ୨୦୧୮ ଠାରୁ ଭାରତର ଉତ୍ପାଦନର ହାରାହାରି ମୂଲ୍ୟର ୧.୫ ଗୁଣ ସ୍ଥିର ହୋଇଛି ।
କୃଷି କ୍ଷେତ୍ରକୁ ଅନୁଷ୍ଠାନିକ ଋଣ ପ୍ରଦାନ ନିୟମିତ ଭାବେ ବୃଦ୍ଧି ପାଇ ୨୦୨୧-୨୨ ମସିହାରେ ୧୮.୬ ଲକ୍ଷ କୋଟିରେ ପହଞ୍ଚିଛି ।
ଭାରତରେ ଖାଦ୍ୟଶସ୍ୟ ଉତ୍ପାଦନରେ କ୍ରମାଗତ ବୃଦ୍ଧି ଘଟିଛି ଏବଂ ୨୦୨୧-୨୨ ରେ ୩୧୫.୭ ନିୟୁତ ଟନରେ ପହଞ୍ଚିଛି ।
ଜାନୁଆରୀ ୧, ୨୦୨୩ ରୁ ଏକ ବର୍ଷ ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ପ୍ରାୟ ୮୧.୪ କୋଟି ହିତାଧିକାରୀଙ୍କୁ ମାଗଣା ଖାଦ୍ୟଶସ୍ୟ ପ୍ରଦାନ ।
ଏପ୍ରିଲ୍-ଜୁଲାଇ ୨୦୨୨-୨୩ ଦେୟ ଚକ୍ରରେ ପ୍ରାୟ ୧୧.୩ କୋଟି କୃଷକ ଏହି ଯୋଜନା ଅଧୀନରେ ରହିଥିଲେ ।
କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ଅମଳ ପରବର୍ତ୍ତୀ ସହାୟତା ଏବଂ ଗୋଷ୍ଠି ଫାର୍ମ ପାଇଁ ୧୩,୬୮୧ କୋଟି ଟଙ୍କା ମଞ୍ଜୁର ହୋଇଛି ।
ଜାତୀୟ କୃଷି ବଜାର (ଇ-ନାମ୍) ଯୋଜନା ଅଧୀନରେ ୧.୭୪ କୋଟି କୃଷକ ଏବଂ ୨.୩୯ ଲକ୍ଷ ବ୍ୟବସାୟୀଙ୍କ ସହିତ ଅନଲାଇନ୍, ପ୍ରତିଯୋଗୀ, ସ୍ୱଚ୍ଛ ଟେଣ୍ଡର ବ୍ୟବସ୍ଥା ।
ପରମ୍ପରାଗତ କୃଷି ବିକାଶ ଯୋଜନା (ପିକେଭିୱାଇ) ଅଧୀନରେ କୃଷକ ଉତ୍ପାଦକ ସଂଗଠନ (ଏଫ୍ପିଓ) ମାଧ୍ୟମରେ ଜୈବିକ ଚାଷକୁ ପ୍ରୋତ୍ସାହିତ କରାଯାଏ ।
ଆନ୍ତର୍ଜାତୀୟ ମିଲେଟ ବର୍ଷ ପ୍ରୋତ୍ସାହନ ମାଧ୍ୟମରେ ମିଲେଟକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଭାରତ ଆଗରେ ରହିଛି ।
ଶିଳ୍ପ: ସ୍ଥିର ପୁନରୁଦ୍ଧାର
ଶିଳ୍ପ କ୍ଷେତ୍ର ଦ୍ୱାରା ଓଭରଅଲ୍ ଗ୍ରସ ଭାଲ୍ୟୁ ଆଡେଡ (ଜିଭିଏ) (୨୨-୨୩ ଆର୍ଥିକ ବର୍ଷର ର ପ୍ରଥମାର୍ଦ୍ଧ ପାଇଁ) ୩.୭ ପ୍ରତିଶତ ବୃଦ୍ଧି ପାଇଛି, ଯାହା ଗତ ଦଶନ୍ଧିର ପ୍ରଥମାର୍ଦ୍ଧରେ ହାସଲ ହୋଇଥିବା ୨.୮ ପ୍ରତିଶତ ହାରାହାରି ଅଭିବୃଦ୍ଧିଠାରୁ ଅଧିକ ଅଟେ ।
ଘରୋଇ ଚୂଡାନ୍ତ ବ୍ୟବହାରିକ ଖର୍ଚ୍ଚରେ ଦୃତ ଅଭିବୃଦ୍ଧି, ବର୍ଷର ପ୍ରଥମାର୍ଦ୍ଧରେ ରପ୍ତାନି ଉତ୍ସାହ, ଜନସାଧାରଣଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ପୁଞ୍ଜି ବିନିଯୋଗର ଚାହିଦା ବୃଦ୍ଧି ଏବଂ ବ୍ୟାଙ୍କ ଏବଂ କର୍ପୋରେଟ୍ ବାଲାନ୍ସ ସିଟ୍ ଶିଳ୍ପ ଅଭିବୃଦ୍ଧି ପାଇଁ ଏକ ପରିବେଶ ସୃଷ୍ଟି କରିଛି ।
ଚାହିଦାରେ ଉତ୍ସାହ ପାଇଁ ଶିଳ୍ପର ଯୋଗାଣ ପ୍ରକ୍ରିୟା ଦୃଢ ହୋଇଛି
ଜୁଲାଇ ୨୦୨୧ ଠାରୁ ପିଏମ୍ଆଇ ଉତ୍ପାଦନ ସମ୍ପ୍ରସାରଣ ଜୋନରେ ୧୮ ମାସ ରହିଆସିଛି ଏବଂ ଶିଳ୍ପ ଉତ୍ପାଦନ ମାନଦଣ୍ଡ (ଆଇଆଇପି) ଏକ ସୁସ୍ଥ ଗତିରେ ବଢୁଛି ।
ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଗୁଡିକୁ ଋଣ ପ୍ରଦାନ ଜାନୁୟାରୀ ୨୦୨୨ ଠାରୁ ହାରାହାରି ୩୦% ବୃଦ୍ଧି ପାଇଛି ଏବଂ ଅକ୍ଟୋବର ୨୦୨୨ ଠାରୁ ବୃହତ ଶିଳ୍ପକୁ ଋଣ ପ୍ରଦାନ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଦେଖାଉଛି ।
ଇଲେକ୍ଟ୍ରୋନିକ୍ସ ରପ୍ତାନି ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି, ୧୯ ଆର୍ଥିକ ବର୍ଷରେ ୪.୪ ବିଲିୟନ ଡ଼ଲାରରୁ ୨୨ ଆର୍ଥିକ ବର୍ଷରେ ୧୧.୬ ବିଲିୟନ ଡ଼ଲାରରେ ପହଞ୍ଚିଛି ।
ମୋବାଇଲ ଫୋନ୍ ଉତ୍ପାଦନ ୧୫ ଆର୍ଥିକ ବର୍ଷରେ ୬ କୋଟି ୟୁନିଟରୁ ୨୧ ଆର୍ଥିକ ବର୍ଷରେ ୨୯ କୋଟି ୟୁନିଟକୁ ବୃଦ୍ଧି ପାଇବା ସହିତ ଭାରତ ଆର୍ନ୍ତଜାତୀୟ ସ୍ତରରେ ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଫୋନ୍ ଉତ୍ପାଦକ ହୋଇପାରିଛି ।
ଔଷଧ ଶିଳ୍ପରେ ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ (ଏଫ୍ଡିଆଇ) ପ୍ରବାହ ଚାରି ଗୁଣ ବୃଦ୍ଧି ପାଇଛି, ୧୯ ଆର୍ଥିକ ବର୍ଷରେ ୧୮୦ ମିଲିୟନ ଡ଼ଲାରରୁ ୨୨ ଆର୍ଥିକ ବର୍ଷରେ ୬୯୯ ମିଲିୟନ ଡ଼ଲାରରେ ପହଞ୍ଚିଛି ।
ଉତ୍ପାଦନ ଲିଙ୍କେଜ୍ ପ୍ରୋତ୍ସାହନ (ପିଏଲଆଇ) ଯୋଜନାଗୁଡିକ ୧୪ ଟି ଶ୍ରେଣୀରେ ଲାଗୁ ହୋଇଛି, ଯାହାର ଆନୁମାନିକ ସୀମା ଆସନ୍ତା ୫ ବର୍ଷ ମଧ୍ୟରେ ୪ ଲକ୍ଷ କୋଟି ହେବ, ଯାହାକି ଭାରତକୁ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଲଗାଇବ । ୨୨ ଆର୍ଥିକ ବର୍ଷରେ ପିଏଲଆଇ ସ୍କିମ୍ ଅଧୀନରେ ୪୭,୫୦୦ କୋଟିର ବିନିଯୋଗ ଦେଖିବାକୁ ମିଳିଛି, ଯାହା ସେହି ବର୍ଷ ପାଇଁ ଧାର୍ଯ୍ୟ ଲକ୍ଷ୍ୟର ୧୦୬% ଅଟେ । ପିଏଲଆଇ ଯୋଜନା ଯୋଗୁଁ ଉତ୍ପାଦନ / ବିକ୍ରୟ ୩.୮୫ ଲକ୍ଷ କୋଟି ଏବଂ ୩.୦ ଲକ୍ଷ ରୋଜଗାର ରୋଜଗାରର ରେକର୍ଡ ହୋଇଛି ।
ଜାନୁଆରୀ ୨୦୨୩ ସୁଦ୍ଧା ୩୯,୦୦୦ ରୁ ଅଧିକ ନିୟମ ହ୍ରାସ କରାଯାଇଛି ଏବଂ ୩୫୦୦ ରୁ ଅଧିକ ନିୟମକୁ ଅପରାଧୀ ତାଲିକାରୁ ବାଦ୍ ଦିଆଯାଇଛି ।
ସେବା: ଶକ୍ତିର ଉତ୍ସ
୨୨ଆର୍ଥିକ ବର୍ଷରେ ୮.୪% (ୱାଇଓୱାଇ) ତୁଳନାରେ ୨୩ ଆର୍ଥିକ ବର୍ଷରେ ସେବା କ୍ଷେତ୍ର ୯.୧% ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
ପିଏମଆଇ ସେବାଗୁଡିକରେ ଦୃଢ ବିସ୍ତାର, ସେବା କ୍ଷେତ୍ର କାର୍ଯ୍ୟକଳାପର ସୂଚକ, ଜୁଲାଇ ୨୦୨୨ ପରଠାରୁ ପାଳନ କରାଯାଇଥିଲା ।
୨୦୨୧ ରେ ସର୍ବାଧିକ ସେବା ରପ୍ତାନି କରୁଥିବା ଦଶଟି ଦେଶ ମଧ୍ୟରେ ଭାରତ ଥିଲା, ବିଶ୍ୱ ବାଣିଜ୍ୟିକ ସେବା ରପ୍ତାନିରେ ଏହାର ଅଂଶ ୨୦୧୫ ରେ ୩% ରୁ ୨୦୨୧ ରେ ୪% କୁ ବୃଦ୍ଧି ପାଇଥିଲା ।
କୋଭିଡ -୧୯ ମହାମାରୀ ସମୟରେ ଡିଜିଟାଲ ସମର୍ଥନ, କ୍ଲାଉଡ୍ ସେବା ଏବଂ ଭିତ୍ତିଭୂମି ଆଧୁନିକୀକରଣର ଅଧିକ ଚାହିଦା ଯୋଗୁଁ ଭୌଗୋଳିକ ଅନିଶ୍ଚିତତା ସତ୍ୱେ ଭାରତର ସେବା ରପ୍ତାନି ସ୍ଥିର ରହିଥିଲା ।
ଜୁଲାଇ ୨୦୨୨ ଠାରୁ ସେବା କ୍ଷେତ୍ରକୁ ଋଣ ପ୍ରଦାନ ୧୬% ରୁ ଅଧିକ ବୃଦ୍ଧି ପାଇଛି ।
୨୨ଆର୍ଥିକ ବର୍ଷରେ ସେବା କ୍ଷେତ୍ରରେ ୭.୧ ବିଲିୟନ ଆମେରିକୀୟ ଡଲାରର ଏଫ୍ଡିଆଇ ଇକ୍ୱିଟି ପ୍ରବାହ ।
୨୩ ଆର୍ଥିକ ବର୍ଷରେ ପ୍ରାକ୍-ମହାମାରୀ ସ୍ତରର ଅଭିବୃଦ୍ଧି ହାର ପୁନରୁଦ୍ଧାର ପାଇଁ ଯୋଗାଯୋଗ-ଗହନ ସେବାଗୁଡିକ ନିର୍ଦ୍ଧାରିତ ହୋଇଛି ।
ରିଅଲ୍ ଇଷ୍ଟେଟ୍ କ୍ଷେତ୍ରର ସ୍ଥାୟୀ ଅଭିବୃଦ୍ଧି ୨୦୨୧ ରୁ ୨୦୨୨ ମଧ୍ୟରେ ୫୦% ବୃଦ୍ଧି ସହିତ ଗୃହ ବିକ୍ରୟକୁ ପ୍ରାକ୍-ମହାମାରୀ ସ୍ତରକୁ ନେଇଯାଇଛି ।
ହୋଟେଲରେ ରହିବା ହାର ୨୦୨୧ ଏପ୍ରିଲରେ ୩୦-୩୨% ରୁ ନଭେମ୍ବର ୨୦୨୨ ରେ ୬୮-୭୦% କୁ ବୃଦ୍ଧି ହୋଇଛି ।
ପର୍ଯ୍ୟଟନ କ୍ଷେତ୍ରରେ ପୁନରୁଦ୍ଧାନର ଲକ୍ଷଣ ଦେଖାଉଛି, ୨୩ଆର୍ଥିକ ବର୍ଷରେ ଭାରତରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ମାସକୁ ମାସକୁ ମାସ ବଢିବା ସହିତ ର୍ନିଦ୍ଧାରିତ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଏବଂ କୋଭିଡ -୧୯ ନିୟମାବଳୀକୁ ସହଜ କରାଯାଇଛି ।
ଡିଜିଟାଲ୍ ପ୍ଲାଟଫର୍ମଗୁଡିକ ଭାରତର ଆର୍ଥିକ ସେବାକୁ ପରିବର୍ତ୍ତନ କରୁଛି
୨୦୨୫ ସୁଦ୍ଧା ଭାରତର ଇ-ବାଣିଜ୍ୟ ବଜାର ବାର୍ଷିକ ୧୮ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ।
ବାହ୍ୟ କ୍ଷେତ୍ର
୨୦୨୨ ଏପ୍ରିଲ୍-ଡିସେମ୍ବର ପାଇଁ ବାଣିଜ୍ୟ ରପ୍ତାନି ପରିମାଣ ୩୩୨.୮ ବିଲିୟନ ଆମେରିକୀୟ ଡଲାର ଥିଲା।
ଭାରତ ଏହାର ବଜାରକୁ ବିବିଧ କରି ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଏବଂ ସାଉଦି ଆରବକୁ ରପ୍ତାନି ବୃଦ୍ଧି କରିଛି ।
ଏହାର ବଜାର ଆକାର ବୃଦ୍ଧି ଏବଂ ଉନ୍ନତ ବଜାର ଅନୁପ୍ରବେଶ ନିଶ୍ଚିତ କରିବାକୁ, ୨୦୨୨ ମସିହାରେ, ୟୁଏଇ ସହିତ ସିଇପିଏ ଏବଂ ଅଷ୍ଟ୍ରେଲିଆ ସହିତ ଇସିଟିଏ କାର୍ଯ୍ୟକାରୀ ହୋଇଛି ।
୨୦୨୨ ମସିହାରେ ଭାରତ ୧୦୦ ବିଲିୟନ ଆମେରିକୀୟ ଡଲାର ଗ୍ରହଣ କରି ପ୍ରେରକଙ୍କ ଦ୍ୱାରା ଅର୍ଥ ପାଇଥିବା ବିଶ୍ୱର ସର୍ବ ବୃହତ ଗ୍ରହଣକାରୀ ଥିଲା । ସେବା ରପ୍ତାନି ପରେ ଅର୍ଥ ପେରକ ହେଉଛି ଦ୍ୱିତୀୟ ବୃହତ୍ ବାହ୍ୟ ଅର୍ଥ କାରବାର ।
ଡିସେମ୍ବର ୨୦୨୨ ସୁଦ୍ଧା, ଫରେକ୍ସ ରିଜର୍ଭଗୁଡିକ ୫୬୩ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି ଯାହା ୯.୩ ମାସ ଆମଦାନୀକୁ ଅନ୍ତର୍ଭୁକ୍ତ କରିଛି ।
ନଭେମ୍ବର ୨୦୨୨ ଶେଷ ସୁଦ୍ଧା ଭାରତ ହେଉଛି ଷଷ୍ଠ ବୃହତ୍ତମ ବୈଦେଶିକ ମୁଦ୍ରା ସଂରକ୍ଷଣ କରିଥିବା ରାଷ୍ଟ୍ର ।
ବିଦେଶୀ ଋଣର ବର୍ତ୍ତମାନର ଗଚ୍ଛିତ ପରିମାଣ ବୈଦେଶିକ ମୁଦ୍ରା ଭଣ୍ଡାରର ଆରାମଦାୟକ ସ୍ତର ଦ୍ୱାରା ଭଲ ଭାବରେ ସୁରକ୍ଷିତ ।
ଭାରତରେ ମୋଟ ଜାତୀୟ ଆୟ ତୁଳନାରେ ଋଣ ସ୍ତର ଅପେକ୍ଷାକୃତ କମ୍ ରହିଛି ଏବଂ ମୋଟ ଋଣ ପ୍ରତିଶତ ତୁଳନାରେ ସ୍ୱଳ୍ପ ମିଆଦୀ ଋଣ କମ୍ ରହିଛି ।
ଫିଜିକାଲ ଏବଂ ଡିଜିଟାଲ୍ ଭିତ୍ତିଭୂମି
ଭିତ୍ତିଭୂମି ବିକାଶ ପାଇଁ ସରକାରଙ୍କ ଲକ୍ଷ୍ୟ
ସରକାରୀ ଘରୋଇ ସହଭାଗିତା
୨୦୧୪-୧୫ ରୁ ୨୦୨୨-୨୩ ମଧ୍ୟରେ ଭିଜିଏଫ୍ ଯୋଜନା ଅନ୍ତର୍ଗତ ମୋଟ ୫୭,୮୭୦.୧ କୋଟିର ମୂଳଧନ ସହିତ ୫୬ ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ।
୨୩-୨୫ ଆର୍ଥିକ ବର୍ଷ ପାଇଁ ୧୫୦ କୋଟି ଟଙ୍କା ସହିତ ଆଇଆଇପିଡିଏଫ୍ ଯୋଜନା ୦୩ ନଭେମ୍ବର, ୨୦୨୨ ରେ ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ଆକାରରେ ଜାରି ହୋଇଛି ।
ଜାତୀୟ ଭିତ୍ତିଭୂମି ପାଇପଲାଇନ
୧୪୧.୪ ଲକ୍ଷ କୋଟି ଟଙ୍କାର ମୂଲ୍ୟର ୮୯,୧୫୧ ପ୍ରକଳ୍ପ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେଉଛି।
୫.୫ ଲକ୍ଷ କୋଟି ମୂଲ୍ୟର ୧୦୦୯ ଟି ପ୍ରକଳ୍ପ ସମାପ୍ତ ହୋଇଛି ।
ଏନଆଇପି ଏବଂ ପ୍ରୋଜେକ୍ଟ ମନିଟରିଂ ଗ୍ରୁପ୍ (ପିଏମ୍ଜି) ପୋର୍ଟାଲ୍ ଲିଙ୍କ୍ ପ୍ରକଳ୍ପଗୁଡିକ ପାଇଁ ଫାଷ୍ଟ-ଟ୍ରାକ୍ ଅନୁମୋଦନ / କ୍ଲିୟରାନ୍ସ ବ୍ୟବସ୍ଥା ।
ଜାତୀୟ ମୁଦ୍ରୀକରଣ ଧାରା
୯.୦ ଲକ୍ଷ କୋଟିର ଆନୁମାନିକ ବିନିଯୋଗ ସମ୍ଭାବନା
୨୨ ଆର୍ଥିକ ବର୍ଷରେ ଆଶା କରାଯାଉଥିବା ୦.୮ ଲକ୍ଷ କୋଟି ସ୍ଥାନରେ ୦.୯ ଲକ୍ଷ କୋଟି ମୁଦ୍ରୀକରଣ ଲକ୍ଷ୍ୟ ହାସଲ କରାଯାଇଛି ।
୨୩ ଆର୍ଥିକ ବର୍ଷରେ ଲକ୍ଷ୍ୟ ୧.୬ ଲକ୍ଷ କୋଟି (ସାମଗ୍ରିକ ଏନଏମପି ଲକ୍ଷ୍ୟର ୨୭ ପ୍ରତିଶତ) ବୋଲି ଧାର୍ଯ୍ୟ କରାଯାଇଛି ।
ଗତିଶକ୍ତି
ପ୍ରଧାନ ମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ମନ୍ତ୍ରଣାଳୟ / ବିଭାଗରେ ସମନ୍ୱିତ ଯୋଜନା ଏବଂ ମିଳିତ କାର୍ଯ୍ୟକାରିତା ପାଇଁ ବିସ୍ତୃତ ଡାଟାବେସ୍ ସୃଷ୍ଟି କରୁଛି ।
ଜନସାଧାରଣ ଏବଂ ସାମଗ୍ରୀର ସୁରୁଖୁରୁରେ ପରିବହନ ଲାଗି ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ଦୂର ଲାଗି ମତ ଦେବାବେଳେ ବହୁମୁଖୀ ଯୋଗାଯୋଗ ଏବଂ ଲଜିଷ୍ଟିକ୍ ଦକ୍ଷତାର ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇଛି ।
ବିଦ୍ୟୁତ କ୍ଷେତ୍ର ଏବଂ ଅକ୍ଷୟଶକ୍ତି
୩୦ ସେପ୍ଟେମ୍ବର ୨୦୨୨ ସୁଦ୍ଧା, ୧୬ ଟି ରାଜ୍ୟରେ ୫୯ ଟି ସୋଲାର ପାର୍କର ବିକାଶ ପାଇଁ ସରକାର ୪୦ ଜିଡବ୍ଲ୍ୟୁ ର ସମ୍ପୂର୍ଣ୍ଣ ଲକ୍ଷ୍ୟ କ୍ଷମତାକୁ ମଞ୍ଜୁର କରିଛନ୍ତି ।
୨୧ ଆର୍ଥିକ ବର୍ଷ ସମୟରେ ୧୫.୯ ଲକ୍ଷ ଜିଡବ୍ଳଉ୍ୟଏଚ୍ ତୁଳନାରେ ୨୨ ଆର୍ଥିକ ବର୍ଷରେ ୧୭.୨ ଲକ୍ଷ ଜିଡବ୍ଲ୍ୟୁଏଚ୍ ବିଦ୍ୟୁତ ଉତ୍ପାଦନ ।
ମୋଟ ଶକ୍ତି ଯୋଗାଣ କ୍ଷମତା (୧ ମେଗା ୱାଟ (ଏମ୍ଡବ୍ଲ୍ୟୁ) ଏବଂ ତଦୁର୍ଦ୍ଧ ଚାହିଦା ଥିବା ଶିଳ୍ପଗୁଡିକ) ୩୧ ମାର୍ଚ୍ଚ ୨୦୨୧ ରେ ୪୬୦.୭ ଜିଡବ୍ଲ୍ୟ ରୁ ୩୧ ମାର୍ଚ୍ଚ ୨୦୨୨ ରେ ୪୮୨.୨ ଜିଡବ୍ଲ୍ୟୁ କୁ ବୃଦ୍ଧି ପାଇଛି ।
ଆର୍ନ୍ତଜାତୀୟ ସ୍ତରରେ ଭାରତୀୟ ଲଜିଷ୍ଟିକ୍ସ ପ୍ରତିଯୋଗିତା କରିବା
ଜାତୀୟ ଲଜିଷ୍ଟିକ୍ ନୀତି ତ୍ୱରିତ ଏବଂ ଅନ୍ତର୍ଭୂକ୍ତ ଅଭିବୃଦ୍ଧି ପାଇଁ ଦେଶ ଜ୍ଞାନକୌଶଳ ଯୁକ୍ତ ସକ୍ଷମ, ଏକୀକୃତ, ଉଚିତ୍ ମୂଲ୍ୟ, ପ୍ରତିରୋଧକ, ସ୍ଥାୟୀ ଏବଂ ବିଶ୍ୱସ୍ତ ଲଜିଷ୍ଟିକ୍ ଇକୋସିଷ୍ଟମ୍ ବିକାଶ କରିବାକୁ ଯୋଜନା କରିଛି ।
୧୬ ଆର୍ଥିକ ବର୍ଷରେ ୬୦୬୧ କିଲୋମିଟର ତୁଳନାରେ ୨୨ ଆର୍ଥିକ ବର୍ଷରେ ୧୦,୪୫୭ କିଲୋମିଟର ଏନଏଚ୍ଏସ୍/ସଡକ ନିର୍ମାଣ ଜାତୀୟ ରାଜପଥ (ଏନଏଚଏସ୍) / ସଡକ ର୍ନିମାଣରେ ଦ୍ରୁତ ବୃଦ୍ଧିକୁ ସୂଚାଉଛି ।
ବଜେଟ୍ ବ୍ୟୟ ୨୦ ଆର୍ଥିକ ବର୍ଷରେ ୧.୪ ଲକ୍ଷ କୋଟିରୁ ୨୩ ଆର୍ଥିକ ବର୍ଷରେ ୨.୪ ଲକ୍ଷ କୋଟିକୁ ବୃଦ୍ଧି ହୋଇ ପୁଞ୍ଜି ବ୍ୟୟକୁ ନବୀକରଣ କରିଛି ।
ଅକ୍ଟୋବର ୨୦୨୨ ସୁଦ୍ଧା ୨୩୫୯ କିସାନ୍ ରେଲ୍ ପ୍ରାୟ ୭.୯୧ ଲକ୍ଷ ଟନ୍ ସାମଗ୍ରୀ ପରିବହନ କରିଛି ।
୨୦୧୬ ରେ ଆରମ୍ଭ ହେବା ପରଠାରୁ ଏକ କୋଟିରୁ ଅଧିକ ବିମାନ ଯାତ୍ରୀ ଉଡାନ୍ ଯୋଜନାର ଲାଭ ପାଇଛନ୍ତି ।
୮ ବର୍ଷରେ ପ୍ରମୁଖ ବନ୍ଦରଗୁଡିକର କ୍ଷମତା ପାଖାପାଖି ଦ୍ୱିଗୁଣିତ ହୋଇଛି ।
ଆଭ୍ୟନ୍ତରୀଣ ଜଳ ପରିବହନକୁ ପ୍ରୋତ୍ସାହିତ କରୁଥିବା ଜାହାଜଗୁଡ଼ିକର ବାଧାମୁକ୍ତ ଯାତାୟତ ସୁନିଶ୍ଚିତ କରିବା ପାଇଁ ୧୦୦ ବର୍ଷ ପୁରୁଣା ଅଧିନିୟମକୁ ବଦଳରେ ଆଭ୍ୟନ୍ତରୀଣ ଜାହାଜ ଅଧିନିୟମ ୨୦୨୧ ଲାଗୁ କରାଯାଇଛି ।
ଭାରତର ଡିଜିଟାଲ୍ ସରକାରୀ ଭିତ୍ତିଭୂମି
ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ)
ୟୁପିଆଇ- ଆଧାରିତ କାରବାର ୨୦୧୯-୨୨ ମଧ୍ୟରେ ମୂଲ୍ୟ (୧୨୧ ପ୍ରତିଶତ) ଏବଂ ଭଲ୍ୟୁମ୍ (୧୧୫ ପ୍ରତିଶତ) ସର୍ତ୍ତାବଳୀରେ ବୃଦ୍ଧି ପାଇଛି ଏବଂ ଏହାର ଆନ୍ତର୍ଜାତୀୟ ଗ୍ରହଣ ପାଇଁ ବାଟ ଖୋଲିଛି ।
ଟେଲିଫୋନ୍ ଏବଂ ରେଡିଓ - ଡିଜିଟାଲ୍ ସଶକ୍ତିକରଣ ପାଇଁ
ଭାରତରେ ସମୁଦାୟ ୧୧୭.୮ କୋଟି ଟେଲିଫୋନ୍ ଗ୍ରାହକ (ସେପ୍ଟେମ୍ବର ୨୨ ସୁଦ୍ଧା) ରହିଛନ୍ତି, ଯେଉଁଥିରେ ଗ୍ରାମାଞ୍ଚଳର ୪୪.୩ ପ୍ରତିଶତ ଗ୍ରାହକ ଅଛନ୍ତି ।
ମୋଟ ଟେଲିଫୋନ୍ ଗ୍ରାହକଙ୍କ ମଧ୍ୟରୁ ୯୮ ପ୍ରତିଶତରୁ ଅଧିକ ବେତାର ଭାବରେ ସଂଯୁକ୍ତ ।
ମାର୍ଚ୍ଚ ୨୨ ରେ ଭାରତର ସାମଗ୍ରିକ ଟେଲି-ସାନ୍ଧ୍ରତା ୮୪.୮ ପ୍ରତିଶତରେ ପହଞ୍ଚିଛି ।
୨୦୧୫ ରୁ ୨୦୨୧ ମଧ୍ୟରେ ଗ୍ରାମୀଣ ଇଣ୍ଟରନେଟ୍ ସଂଯୋଗରେ ୨୦୦ ପ୍ରତିଶତ ବୃଦ୍ଧି ।
ପ୍ରସାର ଭାରତୀ (ଭାରତର ସ୍ୱୟଂଶାସିତ ସେବା ପ୍ରସାରଣକାରୀ) - ୨୩ ଟି ଭାଷାରେ ପ୍ରସାରଣ, ୪୭୯ ଷ୍ଟେସନରୁ ୧୭୯ ଟି ପ୍ରଚଳିତ ଭାଷାରେ । ୯୨ ପ୍ରତିଶତ ଅଞ୍ଚଳରେ ଏବଂ ମୋଟ ଜନସଂଖ୍ୟାର ୯୯.୧ ପ୍ରତିଶତଙ୍କ ନିକଟରେ ପହଞ୍ଚିଛି ।
ଡିଜିଟାଲ ପବ୍ଲିକ ଗୁଡ୍ସ
୨୦୦୯ ରେ ଆଧାର ଆରମ୍ଭ ହେବା ପରଠାରୁ ସ୍ୱଳ୍ପ ମୂଲ୍ୟର ଉପଲବ୍ଧତା ହାସଲ କରାଯାଇଛି ।
ସରକାରୀ ଯୋଜନା ଅଧୀନରେ ମାଇଁସ୍କିମ୍, ଟିଆରଇଡିଏସ୍, ଜିଇଏମ୍, ଇ-ନାମ, ଉମଙ୍ଗ ବଜାର ସ୍ଥାନକୁ ପରିବର୍ତ୍ତନ କରିଛି ଏବଂ ନାଗରିକମାନଙ୍କୁ ସମସ୍ତ କ୍ଷେତ୍ରରୁ ସେବା ପାଇବାକୁ ସକ୍ଷମ କରିଛି ।
ଆକାଉଣ୍ଟ ଏଗ୍ରିଗେଟର୍ ଅଧୀନରେ, ସମ୍ମତି ଭିତ୍ତିକ ତଥ୍ୟ ସେୟାରିଂ ଫ୍ରେମୱାର୍କ ବର୍ତ୍ତମାନ ୧୧୦ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟରେ କାର୍ଯ୍ୟକାରୀ ଅଛି ।
ଖୋଲା ଋଣ ସଂଯୁକ୍ତ ନେଟୱାର୍କ ଲକ୍ଷ୍ୟ ରଖିଛି ଯେ ଋଣ କାରବାରକୁ ଗଣତାନ୍ତ୍ରିକ କରିବାବେଳେ ଶେଷ ପର୍ଯ୍ୟନ୍ତ ଡିଜିଟାଲ୍ ଋଣ ପ୍ରୟୋଗକୁ ଅନୁମତି ଦେଇଥାଏ ।
ଜାତୀୟ ଏଆଇ ପୋର୍ଟାଲ୍ ୧୫୨୦ ଟି ପ୍ରବନ୍ଧ, ୨୬୨ ଟି ଭିଡିଓ ଏବଂ ୧୨୦ ଟି ସରକାରୀ ପଦକ୍ଷେପ ପ୍ରକାଶ କରିଛି ଏବଂ ଭାଷା ପ୍ରତିବନ୍ଧକକୁ ଦୂର କରିବା ପାଇଁ ଏକ ଉପକରଣ ଭାବରେ ଦେଖାଯାଉଛି ଯଥା ‘ଭାଷିନୀ’ ।
ବର୍ଦ୍ଧିତ ଉପଭୋକ୍ତା ଗୋପନୀୟତା ଏବଂ ମାନକ, ଖୋଲା ଏବଂ ପାରସ୍ପରିକ କାର୍ଯ୍ୟକ୍ଷମ ପ୍ରୋଟୋକଲ ପାଇଁ ଏକ ଇକୋସିଷ୍ଟମ ସୃଷ୍ଟି ଲାଗି ଆଇନ ପ୍ରଣୟନ କରାଯାଉଛି ଯାହା ଦୃଢ ଡାଟା ଶାସନକୁ ସୂଚିତ କରେ ।
PS/HS/BS
(Release ID: 1895224)
Visitor Counter : 397
Read this release in:
Malayalam
,
English
,
Urdu
,
Hindi
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu