ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗତ ମାସର ମନ କି ବାତ୍ କାର୍ଯ୍ୟକ୍ରମ ଉପରେ ଆଧାରିତ ପୁସ୍ତିକା ଶେୟାର କଲେ ପ୍ରଧାନମନ୍ତ୍ରୀ

Posted On: 24 DEC 2022 9:45AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ମାସର ମନ କି ବାତ୍ (ନଭେମ୍ବର ୨୦୨୨) ଅଧ୍ୟାୟ ଉପରେ ଆଧାରିତ ଏକ ପୁସ୍ତିକା ଶେୟାର କରିଛନ୍ତି । ଏଥିରେ ଭାରତର ଜି- ୨୦ ଅଧ୍ୟକ୍ଷତା, ମହାକାଶ କ୍ଷେତ୍ରରେ ନିରନ୍ତର ପ୍ରଗତି, ସଂଗୀତ ବାଦ୍ୟଯନ୍ତ୍ରର ରପ୍ତାନୀ ବୃଦ୍ଧି ଭଳି ବିଷୟ ସାମିଲ ରହିଛି । 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଏହି ଇ-ପୁସ୍ତକ ଉପରେ ନଜର ପକାନ୍ତୁ, ଏଥିରେ ଗତ ମାସର #MannKiBaatରେ ସାମିଲ ବିଷୟ, ଯେପରିକି ଭାରତର ଜି- ୨୦ ଅଧ୍ୟକ୍ଷତା, ମହାକାଶ କ୍ଷେତ୍ରରେ ଆମର ନିରନ୍ତର ପ୍ରଗତି, ସଂଗୀତ ବାଦ୍ୟଯନ୍ତ୍ରର ରପ୍ତାନୀ ବୃଦ୍ଧି ଭଳି ବିଷୟ ସାମିଲ ରହିଛି ।” 

http://davp.nic.in/ebook/h_nov/index.html"

 

SR



(Release ID: 1886352) Visitor Counter : 115