ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ୟୁଟ୍ୟୁବରେ ମିଥ୍ୟା ସୂଚନା ପ୍ରବାହ ଉପରେ ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ


ପିଆଇବିର ଫ୍ୟାକ୍ଟ ଚେକ୍ ୟୁନିଟ ମିଥ୍ୟା ଖବର ପ୍ରସାରଣ ପାଇଁ ୩ଟି ୟୁଟ୍ୟୁବ ଚ୍ୟାନେଲର ପର୍ଦ୍ଦାଫାସ କଲା

ସୁପ୍ରିମକୋର୍ଟ, ଭାରତର ପ୍ରଧାନ ବିଚାରପତି, ଏବଂ ପ୍ରଧାନମନ୍ତ୍ରୀଙ୍କ ସଂକ୍ରାନ୍ତରେ ମିଥ୍ୟା ଭିଡିଓର ଖୁଲାସା କଲା ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ

ଭାରତୀୟ ନିର୍ବାଚନ କମିଶନ, ଇଲେକ୍ଟ୍ରୋନିକ ଭୋଟିଂ ମେସିନ ଉପରେ ମିଥ୍ୟା ସୂଚନା

ପିଆଇବି ଦ୍ୱାରା ଫ୍ୟାକ୍ଟ-ଚେକ ହୋଇଥିବା ୟୁଟ୍ୟୁବ ଚ୍ୟାନେଲର ପାଖାପାଖି ୩୩ ଲକ୍ଷ ଉପଭୋକ୍ତା ଥିଲେ ଏବଂ ୩୦ କୋଟିରୁ ଅଧିକ ଥର ଏହାକୁ ଦେଖାଯାଇଥିଲା

Posted On: 20 DEC 2022 12:02PM by PIB Bhubaneshwar

ପିଆଇବି ଫ୍ୟାକ୍ଟ ଚେକ ୟୁନିଟ (ଏଫସିୟୁ), ୪୦ରୁ ଅଧିକ ସିରିଜ ଫ୍ୟାକ୍ଟ-ଚେକ ଦ୍ୱାରା ଭାରତରେ ମିଥ୍ୟା ଖବର ପ୍ରସାରଣ କରିଥିବା ୩ଟି ୟୁଟ୍ୟୁବ ଚ୍ୟାନେଲର ପର୍ଦ୍ଦାଫାସ କରିଛି । ଏହି ୟୁଟ୍ୟୁବ ଚ୍ୟାନେଲଗୁଡ଼ିକର ପାଖାପାଖି ୩୩ ଲକ୍ଷ ଉପଭୋକ୍ତା ଥିଲେ ଏବଂ ଏଗୁଡ଼ିକର ମିଥ୍ୟା ଖବର ସମ୍ପର୍କିତ ଭିଡ଼ିଓ ଗୁଡିକୁ ୩୦ କୋଟିରୁ ଅଧିକ ଥର ଦେଖାଯାଇଥିଲା ।

ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ମିଥ୍ୟା ଖବର ଉପରେ ବ୍ୟକ୍ତିଗତ ପୋଷ୍ଟଗୁଡ଼ିକୁ ଦୃଷ୍ଟିରେ ରଖି ପିଆଇବି ତମାମ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକର ଖୁଲାସା କରିଛି । ପିଆଇବି ଦ୍ୱାରା ଫ୍ୟାକ୍ଟ-ଚେକ ହୋଇଥିବା ୟୁଟ୍ୟୁବ ଚ୍ୟାନେଲଗୁଡ଼ିକର ବିବରଣୀ ନିମ୍ନରେ ଦିଆଗଲା:

ଏହି ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ଭାରତର ସୁପ୍ରିମକୋର୍ଟ, ମାନନୀୟ ପ୍ରଧାନ ବିଚାରପତି, ସରକାରୀ ସ୍କିମ, ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ), କୃଷି ଋଣ ଛାଡ଼ ଇତ୍ୟାଦି ଅନେକ ମିଥ୍ୟା ଖବର ବାବଦରେ ମିଛ ଏବଂ ସମ୍ବେଦନାତ୍ମକ ଦାବି ପ୍ରସାରଣ କରିଥାନ୍ତି । ଉଦାହରଣ ସ୍ୱରୂପ, ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ଭବିଷ୍ୟତର ନିର୍ବାଚନ ବାଲଟ ପେପରରେ ସମ୍ପାଦନ କରାଯିବ; ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ ଏବଂ ପାନ କାର୍ଡ ଥିବା ଲୋକଙ୍କୁ ସରକାର ଟଙ୍କା ଦେଉଛନ୍ତି; ଇଭିଏମ ନିଷେଧ ଇତ୍ୟାଦି ।

ଏହି ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ସେମାନଙ୍କ ଖବରଗୁଡ଼ିକୁ ଦର୍ଶକଙ୍କ ଆଖିରେ ସତ୍ୟ ଦର୍ଶାଇବା ଲାଗି ତଥା ସେଗୁଡିକୁ ବିଭ୍ରାନ୍ତ କରିବା ପାଇଁ ଟିଭି ଚ୍ୟାନେଲ ଲୋଗୋ ଏବଂ ସେମାନଙ୍କ ନ୍ୟୁଜ ଆଙ୍କରଙ୍କ ଫଟୋ ଥିବା ମିଥ୍ୟା ତଥା ସମ୍ବେଦନାତ୍ମକ ‘ଥମ୍ବନେଲ’ ବ୍ୟବହାର କରୁଥିବା ଜଣାପଡ଼ିଥିଲା । ଏହି ଚ୍ୟାନେଲଗୁଡ଼ିକ ସେମାନଙ୍କ ଭିଡିଓରେ ବିଜ୍ଞାପନ ପ୍ରଦର୍ଶନ କରୁଥିଲେ, ଏବଂ ୟୁଟ୍ୟୁବରେ ମିଥ୍ୟା ଖବରରୁ ଅର୍ଥ ଉପାର୍ଜନ କରୁଥିବା ଜଣାପଡ଼ିଥିଲା ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଗତ ବର୍ଷକରେ ଶହେରୁ ଅଧିକ ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରାଯିବା ପରେ ପିଆଇବି ଫ୍ୟାକ୍ଟ ଚେକ ୟୁନିଟ ଦ୍ୱାରା ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

 

SR



(Release ID: 1885065) Visitor Counter : 208