ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନାଗପୁର ମେଟ୍ରୋ ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ ଓ ପ୍ରଥମ ପର୍ଯ୍ୟାୟ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ ଫ୍ରିଡମ ପାର୍କ ମେଟ୍ରୋ ଷ୍ଟେସନକୁ ଖାପ୍ରୀ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋ ଯାତ୍ରା

Posted On: 11 DEC 2022 11:46AM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୧୧-୧୨-୨୦୨୨) ନାଗପୁର ମେଟ୍ରୋ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଏହାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଖାପ୍ରୀରୁ ଅଟୋମୋଟିଭ ଛକ ଓ ପ୍ରଜାପ୍ରତି ନଗରରୁ ଲୋକମାନ୍ୟ ନଗର ମଧ୍ୟରେ ଦୁଇଟି ମେଟ୍ରୋ ଚଳାଚଳର ଶୁଭାରମ୍ଭ କରିଛନ୍ତି । ନାଗପୁର ମେଟ୍ରୋ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ୮୬୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ହୋଇଥିବାବେଳେ, ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ ବାବଦକୁ ୬୭୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ । 

ନାଗପୁର ମେଟ୍ରୋରେ ଫ୍ରିଡମ ପାର୍କା ମେଟ୍ରୋ ଷ୍ଟେସନରୁ ମେଟ୍ରୋ ଯୋଗେ ପ୍ରଧାନମନ୍ତ୍ରୀ ଖାପ୍ରୀ ଷ୍ଟେସନରେ ପହଞ୍ôଚଥିଲେ । ଫ୍ରିଡମ ପାର୍କ ମେଟ୍ରୋ ଷ୍ଟେସନରେ ଟ୍ରେନ ଧରିବା ପୂର୍ବରୁ ଶ୍ରୀ ମୋଦୀ ନାଗପୁର ମେଟ୍ରୋ ରେଳ ପ୍ରକଳ୍ପ ବୁଲିବା ସହ ସେଠାରେ ଆୟୋଜିତ “ସପ୍‌ନେ ସେ ବେହ୍‌ତ୍ତର “ ପ୍ରଦର୍ଶନୀ ଦେଖିଥିଲେ । ପ୍ରଧାନମନ୍ତ୍ରୀ ନିଜେ ଏଏଫସି ଗେଟରୁ ଏକ ଇ-ଟିକେଟ କିଣିବା ସହ ଛାତ୍ରଛାତ୍ରୀ, ନାଗରିକ ଓ କର୍ମଚାରୀ ମାନଙ୍କ ସହ ଯାତ୍ରା କରିଥିଲେ । ସେ ମଧ୍ୟ ସେମାନଙ୍କ ସହ ମତ ବିନିମୟ କରିଥିଲେ । 

ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଥିଲେ ଯେ :

“ନାଗପୁର ମେଟ୍ରୋର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ ଅବସରରେ ମୁଁ ନାଗପୁରବାସୀଙ୍କୁ ଅଭିନନ୍ଦନ ଜଣାଉଛି । ଦୁଇଟି ମେଟ୍ରୋ ଟ୍ରେନର ପତାକା ଦେଖାଇ ଯାତ୍ରାରମ୍ଭ କରାଇବା ସହ ମୁଁ ମଧ୍ୟ ମେଟ୍ରୋରେ ଯାତ୍ରା କରିଛି । ଏହି ମେଟ୍ରୋ ଆରାମଦାୟକ ଓ ସୁବିଧାଜନକ ।” 

“ନାଗପୁର ମେଟ୍ରୋର ଯାତ୍ରାବେଳେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ ଓ ଷ୍ଟାର୍ଟଅପ୍ କ୍ଷେତ୍ରରେ ଥିବା ବ୍ୟକ୍ତି ଓ ସମାଜର ଅନ୍ୟନ୍ୟା କ୍ଷେତ୍ରରେ କାର୍ଯ୍ୟ କରୁଥିବା ନାଗରିକଙ୍କ ସହ ମତବିନିମୟ କରିଥିଲେ ।”

ପ୍ରଧାନମନ୍ତ୍ରୀଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଧେ, ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ଭଗତ ସିଂ ଖୋସିଆରୀ, ମହାରାଷ୍ଟ୍ର ଉପପ୍ରଧାନମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫର୍ଣ୍ଣାଭୀସ ଓ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତୀନ ଗଡକରୀ, ପ୍ରଧାନମନ୍ତ୍ରୀ ଖାପ୍ରୀ ମେଟ୍ରୋ ଷ୍ଟେସନରେ ପହଞ୍ଚିବା ପରେ ତାଙ୍କ ସହ ଯୋଗଦେଇଥିଲେ ।

ପୃଷ୍ଟଭୂମି - ଅନ୍ୟ ଏକ ପଦକ୍ଷେପ ଯାହା ସହରାଞ୍ଚଳ ଗମନାଗମନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ତାହା ହେଉଛି ପ୍ରଧାନମନ୍ତ୍ରୀଙ୍କ ନାଗପୁର ମେଟ୍ରୋ ପ୍ରଥମ ପର୍ଯ୍ୟାୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା । ଏହି ଅବସରରେ ସେ ମଧ୍ୟ ଖାପ୍ରୀରୁ ଅଟୋମୋଟିଭ ଛକ (ଅରେଞ୍ଜ ଲାଇନ) ଓ ପ୍ରଜାପତି ନଗରରୁ ଲୋକମାନ୍ୟ ନଗର (ଆକ୍ୱା ଲାଇନ) ଦୁଇଟି ମେଟ୍ରୋ ଟ୍ରେନକୁ ପତାକା ଦେଖାଇ ଖାପ୍ରୀ ମେଟ୍ରୋ ଷ୍ଟେସନରୁ ଚଳାଚଳର ଶୁଭାରମ୍ଭ କରାଇଥିଲେ । ନାଗପୁର ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ୮୬୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ପ୍ରଧାନମନ୍ତ୍ରୀ ନାଗପୁର ମେଟ୍ରୋ ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପରୁ ମଧ୍ୟ ଶିଳାନ୍ୟାସ କରିଥିଲେ । ଏହା ୬୭୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ହେବ ।

 

*****

SM/SLP



(Release ID: 1882512) Visitor Counter : 120