ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ଅବସରରେ ଦିବ୍ୟାଙ୍ଗ ଭାଇ ଓ ଭଉଣୀମାନଙ୍କ ଧୈର୍ଯ୍ୟ ଓ ସାଧନାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 03 DEC 2022 9:28AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ଅବସରରେ ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କ ଧୈର୍ଯ୍ୟ ଓ ସାଧନାକୁ ପ୍ରଶଂସା କରିଛନ୍ତି । 

ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ଅବସରରେ ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କ ଧୈର୍ଯ୍ୟ ଓ ସାଧାନାକୁ ପ୍ରଶଂସା କରୁଛି । ଆମ ସରକାର ଅନେକ ଉପକ୍ରମ ଆରମ୍ଭ କରିଛନ୍ତି ଯାହା ଦିବ୍ୟାଙ୍ଗମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରି ସଫଳତା ହାସଲରେ ସକ୍ଷମ କରିଛି ।”

“ଆମ ସରକାର ମଧ୍ୟ ସେମାନଙ୍କୁ ସୁବିଧା ପ୍ରଦାନ କରିବାରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି, ଯାହା ପ୍ରମୁଖ କାର୍ଯ୍ୟକ୍ରମ ଓ ଆଗାମୀ ପୀଢିର ଭିତ୍ତିଭୂମି ନିର୍ମାଣରେ ପରିଲକ୍ଷିତ ହୋଇଛି । ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ପାଇଁ ତୃଣମୂଳ ସ୍ତରରେ କାମ କରୁଥିବା ସଭିଙ୍କୁ ମୁଁ ପ୍ରଶଂସା କରୁଛି ।”

SR


(रिलीज़ आईडी: 1880778) आगंतुक पटल : 202
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam