ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜିଇଏମ୍ ପ୍ଲାଟଫର୍ମରେ ଯେଉଁମାନେ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ


ଜିଇଏମ୍ ପ୍ଲାଟଫର୍ମ ମୋଟ ୧ ଲକ୍ଷ କୋଟି ଟଙ୍କାର ବ୍ୟବସାୟକୁ ଅତିକ୍ରମ କରିଛି

Posted On: 29 NOV 2022 9:47PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜିଇଏମ ପ୍ଲାଟଫର୍ମରେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ ପାଇଁ ବ୍ୟବସାୟୀଙ୍କୁ ପ୍ରଶଂସା କରିଛନ୍ତି ।

୨୦୨୨-୨୦୨୩ ଆର୍ଥିକ ବର୍ଷରେ ୨୯ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଜିଇଏମ୍‍ ପ୍ଲାଟଫର୍ମର ମୋଟ୍‍ ବ୍ୟବସାୟ ୧ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଭଲ ଖବର! ଜିଇଏମ ଇଣ୍ଡିଆ ଏକ ପରିବର୍ତ୍ତନକାରୀ ହୋଇଛି ଯେତେବେଳେ ଭାରତର ଉଦ୍ୟୋଗୀ ଉତ୍ସାହ ଏବଂ ପାରଦର୍ଶିତା ଆଗକୁ ଆସିଛି । ଏହି ପ୍ଲାଟଫର୍ମରେ ନିଜ ଉତ୍ପାଦ ପ୍ରଦର୍ଶନ କରୁଥିବା ସମସ୍ତଙ୍କୁ ମୁଁ ପ୍ରଶଂସା କରୁଛି ଏବଂ ଅନ୍ୟମାନଙ୍କୁ ମଧ୍ୟ ତାହା କରିବାକୁ ଅନୁରୋଧ କରୁଛି ।”

HS



(Release ID: 1879887) Visitor Counter : 105