ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇଣ୍ଡୋନେସିଆର ବାଲି ଦ୍ୱୀପରେ ଭାରତୀୟ ସମୁଦାୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
Posted On:
15 NOV 2022 4:40PM by PIB Bhubaneshwar
ନମସ୍ତେ । ୱଣକ୍କମ ।
ଆପଣ ସମସ୍ତଙ୍କୁ ନମସ୍କାର । ଇଣ୍ଡୋନେସିଆ ଆସିବା ପରେ, ବାଲି ଆସିବା ପରେ ପ୍ରତ୍ୟେକ ହିନ୍ଦୁସ୍ତାନୀଙ୍କୁ ଏକ ଭିନ୍ନ ଅନୁଭୂତି ହୋଇଥାଏ, ଏକ ଭିନ୍ନ ଅନୁଭବ ଆସିଥାଏ, ଆଉ ମୁଁ ମଧ୍ୟ ସେହି ଭାବାବେଗ ଅନୁଭବ କରୁଛି । ଯେଉଁ ସ୍ଥାନ ସହିତ ଭାରତର ହଜାର ହଜାର ବର୍ଷର ସଂପର୍କ ରହିଛି ଆଉ ଯାହା ବିଷୟରେ ଶୁଣି ଆସୁଛୁ ଯେ ହଜାର ହଜାର ବର୍ଷ ଧରି ଅନେକ ପିଢ଼ୀ ଆସିଲେ, ଚାଲିଗଲେ କିନ୍ତୁ ସେହି ପରମ୍ପରାକୁ କେବେ ଅଦୃଶ୍ୟ ହେବାକୁ ଦେଇ ନାହାନ୍ତି, ହଜାର ହଜାର ବର୍ଷ ଧରି ସେହି ପରମ୍ପରାରେ ବଂଚି ରହିବା, ପିଢ଼ୀ ପରେ ପିଢୀ ସେହି ପରମ୍ପରାକୁ ଜାଣିବା ଆଉ ପ୍ରତ୍ୟେକ କ୍ଷଣ ସେହି ପରମ୍ପରା ସହିତ ଯୋଡି ରହିବା । ସେଠାକାର ଲୋକ, ସେହି ମାଟି ଏକ ଭିନ୍ନ ଆନନ୍ଦ ଦେଇଥାଏ, ଏକ ଭିନ୍ନ ଅନୁଭୂତି ହିଁ ଦେଇଥାଏ । ଆପଣ କଳ୍ପନା କରି ପାରିବେ ଆଜି ଯେଉଁ ସମୟରେ ମୁଁ ଆପଣମାନଙ୍କ ସହିତ କଥା ହେଉଛି । ଅମେ ଏଠାରେ ବାଲି ଦ୍ୱୀପରେ ବସିଛେ, ବାଲି ଦ୍ୱୀପର ପରମ୍ପରାର ଗୀତ ଗାଉଛେ, ଏହି ସମୟରେ ମୁଁ ଆପଣମାନଙ୍କ ସହିତ କଥା ହେଉଛି, ଏହି ସମୟରେ ବାଲି ଦ୍ୱୀପଠାରୁ ଦେଢ ହଜାର କିଲୋମିଟର ଦୂର ଭାରତର କଟକ ସହରରେ ମହାନଦୀ କୂଳରେ ବାଲିଯାତ୍ରା ମହୋତ୍ସବ ଚାଲୁଅଛି, ଯାହାକୁ ବାଲି ଯାତ୍ରା କୁହାଯାଉଛି । ଆଉ ଏହି ବାଲିଯାତ୍ରା ହେଉଛି କ’ଣ? ଏହି ମହୋତ୍ସବ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ହଜାର ହଜାର ବର୍ଷର ବ୍ୟବସାୟିକ ସଂପର୍କର ସ୍ମୃତିରେ ପାଳନ କରାଯାଉଛି । ଇଣ୍ଡୋନେସିଆର ଲୋକ ଚଳିତ ଥରର ବାଲି ଯାତ୍ରାର ଫଟୋ ଇଂଟରନେଟରେ ଦେଖିବେ, ସେତେବେଲେ ବାସ୍ତବରେ ଗର୍ବ ଅନୁଭବ କରିବେ, ଉତ୍ସାହରେ ଭରିଯିବେ । ଏବେ କିଛି ବର୍ଷ ଧରି କରୋନା ଯୋଗୁଁ ଯେଉଁ ସମସ୍ୟା ଆସିଲା ସେଥି ଯୋଗୁଁ କିଛି ପ୍ରତିବନ୍ଧକ ଆସିଥିଲା । ଆଉ ଏବେ କେତେ ବର୍ଷ ପରେ ବାଲି ଯାତ୍ରା, ଏହି ମହୋତ୍ସବ ଓଡ଼ିଶାରେ ବହୁତ ହିଁ ବ୍ୟାପକ ମାତ୍ରାରେ ଭବ୍ୟତାର ସହିତ, ଦିବ୍ୟତାର ସହିତ ଲକ୍ଷ- ଲକ୍ଷ ଲୋକମାନଙ୍କର ଭାଗିଦାରୀ ସହିତ ଜନ ଭାଗିଦାରୀ ସହିତ ପାଳନ କରାଯାଉଛି । ମୋତେ ଅବଗତ କରାଯାଇଛି ଯେ ସେଠାକାର ଲୋକମାନେ ଏହି ବାଲି ଯାତ୍ରାକୁ ସ୍ମରଣ କରିବା ପାଇଁ ଏକ ପ୍ରକାରର ପ୍ରତିଯୋଗିତା ଚାଲୁ ରହିଛି, କୁହାଯାଉଛି ଯେ କାଗଜର ଡଙ୍ଗା ତିଆରି କରି ଭସାଯିବ ଆଉ ସେମାନେ ବିଶ୍ୱ ରେକର୍ଡ କରିବାର ଲକ୍ଷ୍ୟ ରଖିଛନ୍ତି । ଏହାର ଅର୍ଥ ଏହା ହେଲା ଯେ ଓଡ଼ିଶାରେ ଆଜି ଯେଉଁ ଲୋକମାନେ ଏକାଠି ହୋଇଛନ୍ତି ସେମାନଙ୍କର ଶରୀର ସେହିଠାରେ ଅଛି କିନ୍ତୁ ମନ ବାଲି ଦ୍ୱୀପରେ ରହିଛି, ଆପଣମାନଙ୍କ ଗହଣରେ ରହିଛି ।
ସାଥୀଗଣ,
ଆମ୍ଭେମାନେ ଅଧିକାଂଶ ସମୟରେ ମଝିରେ ମଝିରେ କହୁ ‘ଇଟ ଇଜ୍ ଏ ସ୍ମଲ ୱାର୍ଲ୍ଡ’ ଅର୍ଥାତ ‘ଏହା ହେଉଛି ଗୋଟିଏ କ୍ଷୁଦ୍ର ବିଶ୍ୱ’, ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କକୁ ଦେଖିବା ତେବେ ଏହା କେବଳ ଶବ୍ଦ ନୁହେଁ, ଏହା ଆମକୁ ସତ୍ୟ ବୋଲି ଜଣା ପଡ଼ୁଛି ଆଉ ଏହା ସଠିକ୍ ଭାବେ ମଧ୍ୟ ଖାପ ଖାଉଛି । ସମୁଦ୍ରର ବିଶାଳ ତରଙ୍ଗ ଭାରତ ଏବଂ ଇଣ୍ଡୋନେସିଆର ସମ୍ପର୍କକୁ ତରଙ୍ଗ ଭଳି ହିଁ ଉତ୍ସାହରେ ଭରି ରହିଛି, ଜୀବନ୍ତ ରଖିଛନ୍ତି, କେବେ ହେଲେ ଥକି ପଡ଼ିବାର ଅନୁଭବ ହୋଇ ନାହିଁ ସେହି ଲହରୀଗୁଡ଼ିକ ଯେଉଁଭଳି ଭାବେ ଚାଲନ୍ତି ଆମର ସମ୍ପର୍କ ମଧ୍ୟ ସେହିଭଳି ହିଁ ଜୀବନ୍ତ ରହିଛି । ଗୋଟିଏ ସମୟ ଥିଲା ଯେତେବେଳେ କଳିଙ୍ଗ ମେଦାଙ୍ଗ ଭଳି ସାମ୍ରାଜ୍ୟ ମାଧ୍ୟମରେ ଭାରତର ଦର୍ଶନ, ଭାରତର ସଂସ୍କୃତି ଇଣ୍ଡୋନେସିଆର ମାଟି ପର୍ଯ୍ୟନ୍ତ ପହଂଚି ପାରିଛି । ଆଜି ହେଉଛି ଏପରି ଏକ ସମୟ ଯେତେବେଳେ ଭାରତ ଏବଂ ଇଣ୍ଡୋନେସିଆ ଏକବିଂଶ ଶତାବ୍ଦୀର ବିକାଶ ପାଇଁ ଜଣେ ଅନ୍ୟ ଜଣଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ କାର୍ଯ୍ୟ କରୁଛନ୍ତି । ଇଣ୍ଡୋନେସିଆର ମାଟି ଭାରତରୁ ଆସିଥିବା ଲୋକମାନଙ୍କୁ ଆଦରର ସହିତ ଗ୍ରହଣ କଲେ, ସେମାନଙ୍କୁ ନିଜ ସମାଜରେ ସମ୍ମିଳିତ କଲେ । ଏହି କାରଣରୁ ଆପଣମାନେ ସମସ୍ତେ ଆଜି ଇଣ୍ଡୋନେସିଆର ବିକାଶ ଏବଂ ସମୃଦ୍ଧିରେ ନିଜର ଯୋଗଦାନ ଦେଉଛନ୍ତି । ଆମର ବହୁତ ଗୁଡ଼ିଏ ସିନ୍ଧି ପରିବାର ଏଠାରେ ରହୁଛନ୍ତି । ଆଉ ଭାରତରୁ ଆସିଥିବା ଆମର ଏହି ସିନ୍ଧି ପରିବାରର ଭାଇ ଭଉଣୀମାନଙ୍କର ଏଠାକାର ହସ୍ତତନ୍ତ ବୟନ ଶିଳ୍ପ କ୍ଷେତ୍ରରେ, କ୍ରୀଡ଼ା ଜିନିଷ କ୍ଷେତ୍ରରେ, କେବଳ ଏତିକି ନୁହେଁ ଚଳଚ୍ଚିତ୍ର ଏବଂ ଟିଭି ଶିଳ୍ପରେ ମଧ୍ୟ ବହୁତ କିଛି ଅବଦାନ ରହିଛି । ଗୁଜରାଟ ସହିତ ଜଡ଼ିତ ବହୁତ ଲୋକ ଏଠାରେ ଅଛନ୍ତି ଜେମ୍ସ, ହୀରା, ଖଣି ଏପରିକି କୃଷି, କୃଷିକାର୍ଯ୍ୟ କରିବାର ମଧ୍ୟ ଦୃଷ୍ଟିଗୋଚର ହୁଅନ୍ତି । ଭାରତରୁ ଆସିଥିବା ଇଂଜିନିୟର, ଚାଟାର୍ଡ ଆକାଉଟାଂଟ, ପେସାଦାର ଇଣ୍ଡୋନେସିଆର ବିକାଶରେ ସହଯାତ୍ରୀ ସାଜିଛନ୍ତି । କେତେ ହିଁ ତାମିଲ ଭାଷୀ କଳାକାର ଏଠାକାର ସଂସ୍କୃତି, ଏଠାକାର କଳାକୁ ଆହୁରି ସମୃଦ୍ଧ କରିବାରେ ନିଜର ଯୋଗଦାନ ଦେଉଛନ୍ତି । ମୋର ସ୍ମରଣ ଅଛି ଯେତେବେଳେ 3-4 ବର୍ଷ ପୂର୍ବରୁ ଇଣ୍ଡୋନେସିଆର ବପ୍ପା ନ୍ୟାମୋନ ନୁଆର୍ତାଙ୍କୁ ଭାରତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲା ସେହି ସମୟରେ ଭାରତର ରାଷ୍ଟ୍ରପତି ଭବନ ତାଳିର ଗୁଞ୍ଜରଣରେ ଗୁଞ୍ଜରିତ ହୋଇ ଉଠିଥିଲା । ତାଙ୍କ ଦ୍ୱାରା ନିର୍ମିତ କଳାକୃତି ଗରୁଡ଼ ବିଷ୍ଣୁ କେନକାନାଙ୍କର କୌଣସି ଏପରି ହିନ୍ଦୁସ୍ତାନୀ ନ ଥିବେ ଯିଏକି ତାଙ୍କର ପ୍ରଶଂସା କରି ନ ଥିବେ । ସେମିତି ହିଁ ଇଣ୍ଡୋନେସିଆର ୱାୟାନ ଡିବିଆ ଏବଂ ଆଗୁସ୍ ଇନ୍ଦ୍ରା ଉଦୟାନାନ ମହାଶୟଙ୍କୁ ଯେତେବେଳେ ପଦ୍ମ ସମ୍ମାନ ମିଳିଥିଲା ସେତେବେଳେ ମୋତେ ନିଷ୍ପତି ନେବା ପୂର୍ବରୁ ସେମାନଙ୍କ ବିଷୟରେ ବହୁତ କିଛି ଜାଣିବାର ସୁଯୋଗ ମିଳିଲା । ଆଗୁସ୍ ଇନ୍ଦ୍ରା ଉଦୟାନାନ ମହାଶୟଙ୍କ ସହିତ ଆପଣମାନେ ଭଲଭାବେ ଜଣାଶୁଣା ଆଉ ଆଜି ସେ ଏଠାରେ ମଧ୍ୟ ଉପସ୍ଥିତ ଅଛନ୍ତି । ସେ ବାଲି ଦ୍ୱୀପରେ ମହାତ୍ମା ଗାନ୍ଧିଙ୍କ ବିଚାରଧାରାକୁ ଆଗକୁ ଆଗେଇ ନେବା ପାଇଁ ମନ ପ୍ରାଣ ଦେଇ ଲାଗି ପଡ଼ିଥିଲେ। ମୁଁ କେଉଁଠାରେ ତାଙ୍କର ଗୋଟିଏ ସାକ୍ଷାତକାର ଦେଖିଥିଲି ସେଥିରେ ସେ କହୁଥିଲେ ଯେ ଭାରତର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଅତିଥି ଦେବୋ ଭବ । ଅର୍ଥାତ ଅତିଥି ଦେବୋ ଭବର ଏ ଯେଉଁ ଭାବନା ରହିଛି ତାହା ପ୍ରତ୍ୟେକ ଭାରତୀୟଙ୍କର ଶିରା ପ୍ରଶିରାରେ ରହିଛି ଯାହା ଫଳରେ ଆପଣାପଣର ଏହି ଭାବନା ପ୍ରକଟ ହୋଇଥାଏ, ସାକ୍ଷାତକାରରେ ପଢ଼ି ମୋତେ ଭଲ ଲାଗିଲା କିନ୍ତୁ ଆଉ ଗୋଟିଏ କଥା ମଧ୍ୟ କହିବା ଦରକାର ଆପଣାପଣ ବିଷୟରେ ଭାରତର ପ୍ରଶଂସା ହେଉଥିବ କିନ୍ତୁ ଇଣ୍ଡୋନେସିଆର ଲୋକମାନଙ୍କ ପାଖରେ ମଧ୍ୟ ଆପଣାପଣରେ କୌଣସି ଉଣା ଭାବ ନାହିଁ । ଯେତେବେଳେ ବିଗତ ଥର ମୁଁ ଜାକର୍ତାକୁ ଆସିଥିଲି ସେତେବେଳେ ଇଣ୍ଡୋନେସିଆର ଲୋକମାନେ ଯେଉଁ ସ୍ନେହ ଦେଲେ, ଯେଉଁ ଭଲ ପାଇବା ଦେଲେ ମୁଁ ତାହାକୁ ଅତି ନିକଟରୁ ଦେଖିଥିଲି, ଅନୁଭବ କରିଥିଲି, ଏତେ ମାନ-ସମ୍ମାନ, ଭଲ ପାଇବା, ସ୍ନେହ, ଆପଣାପଣ କ’ଣ କିଛି ନ ଥିଲା । ଆଉ ମୋର ସ୍ମରଣ ରହିଛି ରାଷ୍ଟ୍ରପତି ଜୋକୋ ୱିିଡୋଡୋ ମହାଶୟଙ୍କ ସହିତ ଗୁଡ଼ି ଉଡାଇବା ସମୟରେ ମୋତେ ଯେଉଁ ମଜା ଆସିଥିଲା, ଆମେ ଦୁଇ ଜଣ ଗୁଡ଼ି ଉଡାଇବାକୁ ଚାଲି ଯାଇଥିଲୁ । ତାହା ଥିଲା ଅଦ୍ଭୁତ ଆଉ ମୋର ତ ଗୁଜରାଟରେ ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ବଡ଼ ଟ୍ରେନିଂ ରହିଛି ଆଉ ମୋତେ ଜଣାଅଛି ଏଠାରେ ଇଣ୍ଡୋନେସିଆରେ ମଧ୍ୟ ସଂକ୍ରାନ୍ତିରେ ଖୁବ୍ ଗୁଡ଼ି ଉଡାଯାଏ । ଆଉ ଏମିତି ମଧ୍ୟ ନୁହେଁ ଯେ ଭାରତ ଏବଂ ଇଣ୍ଡୋନେସିଆର ସଂପର୍କ ହେଉଛି କେବଳ ସୁଖ ସମୟର, ଆନନ୍ଦ ବେଳର, ଭଲ ପରିସ୍ଥିତି ଅଛି ତେବେ ଯେ ଭଲ ସମ୍ପର୍କ ରହିଛି ଏପରି ନୁହେଁ, ଆମେ ହେଉଛୁ ସୁଖ- ଦୁଃଖର ସାଥୀ ଯଦି ଆମେ ସୁଖ ସମୟରେ ସାଙ୍ଗରେ ଅଛୁ, ତେବେ ଦୁଃଖ ସମୟରେ ମଧ୍ୟ ସେହିି ପରିମାଣରେ ସାଙ୍ଗରେ ରହିଛୁ । ଆମେ ହେଉଛୁ ସୁଖ- ଦୁଃଖରେ ଜଣେ ଅନ୍ୟ ଜଣଙ୍କର ସୁଖ- ଦୁଃଖକୁ ବାଂଟୁଥିବା ଲୋକ । ଯେତେବେଳେ 2018ରେ ଇଣ୍ଡୋନେସିଆରେ ଏତେ ବଡ଼ ଭୂମିକମ୍ପ ଆସିଲା, ସେତେବେଳେ ଭାରତ ତତକ୍ଷଣାତ ଅପରେସନ୍ ସମୁଦ୍ର ମୈତ୍ରୀ ଆରମ୍ଭ କରିଥିଲା । ଏଥିପାଇଁ ସେହି ବର୍ଷ ମୁଁ ଜାକର୍ତାକୁ ଆସିଥିଲି ଆଉ ମୁଁ ଗୋଟିଏ କଥା କହିଥିଲି, ମୁଁ କହିଥିଲି ଯେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଯଦିଓ ୯୦ ନେଟିକଲ ମାଇଲର ଦୂରତା ରହିଛି କିନ୍ତୁ ପ୍ରକୃତରେ ଆମ ମଧ୍ୟରେ 90 ନେଟିକଲ ମାଇଲର ଦୂରତା ନାହିଁ, ଆମେ 90 ନେଟିକଲ ମାଇଲର ପାଖରେ ରହିଛେ ।
ସାଥୀଗଣ,
ଜୀବନର ପ୍ରତ୍ୟେକ ସ୍ତରରେ, ପ୍ରତି କ୍ଷଣ ଏମିତି କେତେ କ’ଣ ରହିଛି ଯାହାକୁ ଭାରତ ଏବଂ ଇଣ୍ଡୋନେସିଆ ମିଶି ଏ ପର୍ଯ୍ୟନ୍ତ ତାକୁ ସହଜ କରି ରଖିଛନ୍ତି । ବାଲି ଦ୍ୱୀପର ଏହି ଭୂମି ମହର୍ଷି ମାର୍କଣ୍ଡେୟ ଏବଂ ମହର୍ଷି ଅଗସ୍ତ୍ୟଙ୍କ ସମୟରୁ ହିଁ ପବିତ୍ର ରହି ଆସିଛି । ଭାରତରେ ଯଦି ହିମାଳୟ ରହିଛି ତେବେ ବାଲି ଦ୍ୱୀପରେ ଅଗୁଙ୍ଗ ପର୍ବତ ରହିଛି । ଭାରତରେ ଯଦି ଗଙ୍ଗା ରହିଛନ୍ତି ତେବେ ବାଲି ଦ୍ୱୀପରେ ତୀର୍ଥ ଗଙ୍ଗା ରହିଛନ୍ତି । ଆମେ ମଧ୍ୟ ଭାରତରେ ପ୍ରତ୍ୟେକ ଶୁଭକାର୍ଯ୍ୟର ଶ୍ରୀଗଣେଶ କରିଥାଉ ଆଉ ଏଠାରେ ମଧ୍ୟ ପ୍ରତ୍ୟେକଟି ଘରେ ଶ୍ରୀଗଣେଶ ବିରାଜମାନ ଅଛନ୍ତି, ସାର୍ବଜନିକ ସ୍ଥାନଗୁଡ଼ିକରେ ଶୁଭ୍ରତା ବିଚ୍ଛୁରିତ ହେଉଛି । ପୂର୍ଣ୍ଣିମାର ବ୍ରତ, ଏକାଦଶୀର ମହିମା, ତ୍ରିକାଳ ସଂନ୍ଧ୍ୟା ମାଧ୍ୟମରେ ସୂର୍ଯ୍ୟ ଉପାସନାର ପରମ୍ପରା, ମା ସରସ୍ୱତୀଙ୍କ ରୂପରେ ଜ୍ଞାନର ଆରାଧନା ଅଗଣିତ ଜିନିଷ କଥା ଆମେ କହି ପାରିବା, ଏପରି ବହୁତ ଗୁଡ଼ିଏ କଥା ରହିଛି ଯେଉଁଗୁଡ଼ିକ ଆମକୁ ଯୋଡ଼ି ରଖିଥାଏ, ଯୋଡ଼ି ରଖିଛି ମଧ୍ୟ । ବାଲି ଦ୍ୱୀପର ପ୍ରତ୍ୟେକ ଜନ ସାଧାରଣ ମହାଭାରତର ଗାଥାଗୁଡ଼ିକ ଶୁଣି ବଡ଼ ହୋଇ ଥାଆନ୍ତି । ଆଉ ମୁଁ ତ’ ଦ୍ୱାରିକାଧୀଶ ଭଗବାନ କୃଷ୍ଣଙ୍କ ଧରଣୀ ଗୁଜରାଟରେ ଲାଳିତ ପାଳିତ ହୋଇଛି, ମୋର ତ’ ଜୀବନ ସେହିଠାରେ ଅତିବାହିତ ହୋଇଛି । ବାଲି ଦ୍ୱୀପର ଜନସାଧାରଣଙ୍କର ଯେପରି ମହାଭାରତ ପାଇଁ ଆସ୍ଥା ରହିଛି, ଭାରତର ଲୋକମାନଙ୍କର ମଧ୍ୟ ସେପରି ଆତ୍ମୀୟତା ବାଲି ଦ୍ୱୀପର ଲୋକମାନଙ୍କ ପ୍ରତି ରହିଛି । ଆପଣମାନେ ଏଠାରେ ଭଗବାନ ବିଷ୍ଣୁ ଏବଂ ଭଗବାନ ରାମଙ୍କର ଆରାଧନା କରୁଛନ୍ତି ଆଉ ଆମେ ଯେତେବେଳେ ଭାରତରେ ଭଗବାନ ରାମଙ୍କର ଜନ୍ମଭୂମି ଉପରେ ଭବ୍ୟ ରାମମନ୍ଦିର ନିର୍ମାଣର ମୂଳଦୁଆ ରଖା ଯାଉଛି ସେତେବେଳେ ଇଣ୍ଡୋନେସିଆର ରାମାୟଣ ପରମ୍ପରାକୁ ମଧ୍ୟ ଗର୍ବର ସହିତ ମନେ ପକାଉଛୁ । କିଛି ବର୍ଷ ପୂର୍ବେ ଯେତେବେଳେ ଭାରତରେ ରାମାୟଣ ପର୍ବର ଆୟୋଜନ କରା ଯାଇଥିଲା, ସେତେବେଳେ ଇଣ୍ଡୋନେସିଆର ମଧ୍ୟ କେତେକ କଳାକାର, ଏହିଠାରୁ କେତେ ଜଣ କାଳାବୃଦ୍ଧ ଭାରତକୁ ଆସିଥିଲେ ଆଉ ଅହମ୍ମଦାବାଦରେ, ହାଇଦ୍ରାବାଦରେ, ଲକ୍ଷ୍ନୌରେ ଅନେକ ସହର ଗୁଡ଼ିକରେ ସେମାନେ ନିଜର କାର୍ଯ୍ୟକ୍ରମ ଗୁଡ଼ିକୁ କରି- କରି ଅଯୋଧ୍ୟାକୁ ଆସିଥିଲେ ତାଙ୍କର ଶେଷ ସମାପନ କାର୍ଯ୍ୟକ୍ରମ ଅଯୋଧ୍ୟାରେ ହୋଇଥିଲା ଆଉ ଖୁବ୍ ବାହାଃ ବାହାଃ ପ୍ରଶଂସା ହୋଇଥିଲା । ହିନ୍ଦୁସ୍ତାନରେ ଯେଉଁଠିକୁ ଗଲେ ଖବରକାଗଜ ପୂର୍ଣ୍ଣ ହୋଇ ଯାଉଥିଲା ।
ଭାଇ ଓ ଭଉଣୀମାନେ,
ବାଲି ଦ୍ୱୀପରେ ହୁଏତ ଏମିତି କୌଣସି ବ୍ୟକ୍ତି ରହିଥିବେ ଯାହାଙ୍କର ଅଭିଳାଷ ନ ଥିବ ଯେ ସେ ନିଜ ଜୀବନରେ ଥରଟିଏ ଅଯୋଧ୍ୟା କିମ୍ବା ଦ୍ୱାରିକାର ଦର୍ଶନ ନ କରିବେ ଏପରି କୌଣସି ବ୍ୟକ୍ତି ହୁଏତ ନ ଥିବେ । ଭାରତରେ ମଧ୍ୟ ଲୋକମାନେ ପ୍ରମବନନ ମନ୍ଦିର ଏବଂ ଗରୁଡ଼ ବିଷ୍ଣୁ କିପକାନାଙ୍କର ଭବ୍ୟ ପ୍ରତିମାକୁ ଦର୍ଶନ କରିବା ପାଇଁ ବହୁତ ହିଁ ଉତ୍ସୁକ ରହନ୍ତି । କରୋନା ସମୟର ପୂର୍ବରୁ ଏକ ବର୍ଷ ମଧ୍ୟରେ ହିଁ 5 ଲକ୍ଷରୁ ଅଧିକ ଭାରତୀୟଙ୍କର ଏକୁଟିଆ ବାଲି ଦ୍ୱୀପକୁ ଯିବା ଆସିବା କରିବା କଥା ଏହାର ପ୍ରମାଣ ଦେଉଛି ।
ସାଥୀଗଣ,
ଯେତେବେଳେ ପରମ୍ପରା ପରସ୍ପର ମଧ୍ୟରେ ଆଦାନ ପ୍ରଦାନ ହୋଇଥାଏ, ଯେତେବେଳେ ମାନବତା ପ୍ରତି ଆସ୍ଥା ଏବଂ ସମ୍ମାନ ରହିଥାଏ, ସେତେବେଳେ ପ୍ରଗତି ପାଇଁ ମଧ୍ୟ ସମାନ ରାସ୍ତା ନିର୍ମାଣ ହୋଇ ଯାଇଥାଏ । କିଛି ମାସ ପୂର୍ବରୁ ହିଁ 15 ଅଗଷ୍ଟରେ ଭାରତ ନିଜର ସ୍ୱତନ୍ତ୍ରତାର 75 ବର୍ଷ ପୂରଣ କରିଛି । ଇଣ୍ଡୋନେସିଆର ସ୍ୱାଧୀନତା ଦିବସ ଭାରତର ସ୍ୱାଧୀନତା ଦିବସର 2 ଦିନ ପରେ ଅର୍ଥାତ 17 ଅଗଷ୍ଟରେ ଆସିଥାଏ କିନ୍ତୁ ଇଣ୍ଡୋନେସିଆକୁ ଭାରତ ଠାରୁ 2 ବର୍ଷ ପୂର୍ବରୁ ସ୍ୱାଧୀନ ହେବାର ସୌଭାଗ୍ୟ ମିଳିଥିଲା । ଇଣ୍ଡୋନେସିଆ ଠାରୁ ଶିକ୍ଷା କରିବା ଲାଗି ଭାରତ ପାଇଁ ବହୁତ କିଛି ରହିଛି ଆଉ ନିଜର 75 ବର୍ଷର ବିକାଶ ଯାତ୍ରାରେ ମଧ୍ୟ ଇଣ୍ଡୋନେସିଆକୁ ଦେବା ପାଇଁ ଭାରତ ପାଖରେ ବହୁତ କିଛି ରହିଛି । ଭାରତର ପ୍ରତିଭା, ଭାରତର ଟେକ୍ନୋଲୋଜି, ଭାରତର ନବସୃଜନ, ଭାରତର ଶିଳ୍ପ । ଆଜି ଏହିସବୁ କଥାଗୁଡ଼ିକ ଦ୍ୱାରା ଭାରତ ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଆଜି ବିଶ୍ୱର ଏପରି ଅଗଣିତ କମ୍ପାନୀମାନ ରହିଛି, କେତେକ ବଡ଼ ବଡ଼ କମ୍ପାନୀ ଏପରି ରହିଛି ଯାହାଙ୍କର ସିଇଓମାନେ ହେଉଛନ୍ତି ମୂଳତଃ ଭାରତୀୟ। ଆଜି ବିଶ୍ୱରେ ଯେତେ ମଧ୍ୟ ୟୁନିକର୍ଣ୍ଣ ନିର୍ମିତ ହେଉଛି ନା ପ୍ରତି ଦଶଟି ମଧ୍ୟରୁ ଗୋଟିଏ ୟୁନିକର୍ଣ୍ଣ ଭାରତର ହୋଇଥାଏ । ଆଜି ଭାରତ ହେଉଛି ବିଶ୍ୱର ଦ୍ରୁତତମ ବିକଶିତ ବୃହତ ଅର୍ଥନୀତି । ଆଜି ଭାରତ ଡିଜିଟାଲ ନେଣ- ଦେଣରେ ହେଉଛି ନମ୍ବର ୱାନ । ଆଜି ଭାରତ ଗ୍ଲୋବାଲ ଫିନଟେକ୍ ମାମଲାରେ ହେଉଛି ବିଶ୍ୱରେ ନମ୍ବର ୱାନ । ଆଜି ଭାରତ ଆଇଟିବିପିଏନ ପାଇଁ ଆଉଟସୋର୍ସିଙ୍ଗରେ ହେଉଛି ବିଶ୍ୱରେ ନମ୍ବର ୱାନ । ଆଜି ଭାରତ ସ୍ୱାର୍ଟ ଫୋନ ଡାଟା ବ୍ୟବହାରରେ ହେଉଛି ବିଶ୍ୱରେ ନମ୍ବର ୱାନ । ଆଜି ଭାରତ କେତେଗୁଡ଼ିଏ ହିଁ ଔଷଧ ଯୋଗାଣରେ, ଅନେକଗୁଡ଼ିଏ ଟିକା ନିର୍ମାଣରେ ହେଉଛି ବିଶ୍ୱରେ ନମ୍ବର ୱାନ ।
ସାଥୀଗଣ,
2014 ପୂର୍ବରୁ ଏବଂ 2014 ପରେ ଭାରତରେ ବହୁତ ବଡ଼ ତଫାତ ଯାହା ରହିଛି, ସେ ଯେଉଁ ବହୁତ ବଡ଼ ଫରକ ରହିଛି ତାହା ମୋଦୀ ନୁହେଁ ସେହି ବହୁତ ବଡ଼ ଫରକ ହେଉଛି ଗତି ବା ସ୍ପିଡ଼ ଏବଂ ସ୍କିଲ ବା କୌଶଳରେ । ଆଜି ଭାରତ ଅଦ୍ଭୁତ ଗତିରେ କାର୍ଯ୍ୟ କରୁଛି । ଆଉ ଅପ୍ରତ୍ୟାଶିତ ମାତ୍ରାରେ କାର୍ଯ୍ୟ କରୁଛି ଏବେ ଭାରତ ଛୋଟ କିଛି ଚିନ୍ତା ମଧ୍ୟ କରୁ ନାହିଁ । ପ୍ରତିମା କରିବ ତେବେ ବିଶ୍ୱର ସବୁଠାରୁ ବଡ଼, ଷ୍ଟାଡିୟମ କରିବ ତେବେ ବିଶ୍ୱର ସବୁଠାରୁ ବଡ଼ । 2014 ପରଠାରୁ ଭାରତ 320 ମିଲିୟନରୁ ଅଧିକ ବ୍ୟାଙ୍କ ଖାତା ଖୋଲିଛି, ବ୍ୟାଙ୍କ ଗୁଡ଼ିକରେ ଖାତା ଖୋଲିଛି । ଏହାର ଅର୍ଥ ଏହା ହେଲା ଯେ ଆମେରିକାର ମୋଟ ଜନସଂଖ୍ୟା ହେଉଛି ଯେତିକି ଆମେ ସେତିକି ବ୍ୟାଙ୍କ ଖାତା ଖୋଲିଛେ । 2014 ପରଠାରୁ ଭାରତ ପ୍ରାୟ 3 କୋଟି ଗରିବ ନାଗରିକମାନଙ୍କ ପାଇଁ ମାଗଣାରେ ଗୃହ ନିର୍ମାଣ କରିଛି ଆଉ ଘର ଏହିପରି ହିଁ ହୋଇ ଯାଇ ନ ଥାଏ ଯେତେବେଳେ ଘର ମିଳି ଯାଇଥାଏ ନା ତେବେ ସେହି ଲୋକ ରାତା- ରାତି ଲକ୍ଷପତି ହୋଇ ଯାଇଥାଏ । ଆଉ ମୁଁ ଯେତେବେଳେ 3 କୋଟି ଘରର କଥା କହୁଛି ତେବେ ତାହାର ଅର୍ଥ କ’ଣ, ତାହାର ଅର୍ଥ ହେଉଛି ଯେ ଅଷ୍ଟ୍ରେଲିଆର ପ୍ରତ୍ୟେକ ପରିବାରଙ୍କୁ ନୁହେଁ, ଅଷ୍ଟ୍ରେଲିଆର ପ୍ରତ୍ୟେକ ନାଗରିକଙ୍କୁ ଘର ମିଳିଯିବ, ଏତିକି ଘର ନିର୍ମାଣ କରାଯାଇଛି । ବିଗତ 7- 8 ବର୍ଷ ମଧ୍ୟରେ ଭାରତ 55 ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରିଛି । ଅର୍ଥାତ, ସ୍କେଲ ଜଣାଉଛି ମୁଁ ସମଗ୍ର ପୃଥିବୀର ପ୍ରାୟ ଦେଢ଼ ଚକ୍କର ଲଗାଇବା ଭଳି ହୋଇଥାଏ । ଆଜି ଭାରତ ଆୟୂଷ୍ମାନ ଭାରତ ଯୋଜନା ମାଧ୍ୟମରେ ଯେତେ ଲୋକମାନଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରୁଛି, ଯଦି ତାହାର ବର୍ଷକର ମେଡିକାଲ ବିଲ୍ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେବ, ତେବେ ତାହାର ଦାୟିତ୍ୱ ସରକାର ଉଠାଉଛନ୍ତି, ଏହାର ଲାଭ କେତେ ଲୋକମାନଙ୍କୁ ମିଳୁଛି, 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯେଉଁ ମାଗଣା ଚିକିତ୍ସା ସୁବିଧା ମିଳୁଛି ତାହା ସମଗ୍ର ୟୁରୋପୀୟ ସଂଘର ମୋଟ ଜନସଂଖ୍ୟାରୁ ଅଧିକ ଲୋକମାନଙ୍କୁ ମିଳୁଛି । କରୋନା ସମୟରେ ଭାରତ ଯେତେ ପରିମାଣରେ ଟିକାର ଡୋଜ୍ ନିଜର ନାଗରିକମାନଙ୍କୁ ପ୍ରଦାନ କରିଛି ଆଉ ମାଗଣାରେ ପ୍ରଦାନ କରିଛି, ସେ ଯେଉଁ ଟିକାର ଡୋଜ୍ ରହିଛି ନା ମୁଁ ଯଦି ତାହାର ସଂଖ୍ୟା ହିସାବ ଲଗାଇବି ତେବେ ଆମେରିକା ଏବଂ ୟୁରୋପୀୟ ସଂଘ ସେହି ଦୁଇଟିର ମୋଟ ଜନସଂଖ୍ୟା ଯାହା ରହିଛି ତା’ଠାରୁ ଅଢ଼େଇ ଗୁଣା ଅଧିକ ଡୋଜ୍ ଆମେ ହିନ୍ଦୁସ୍ତାନରେ ଦେଇଛୁ । ଏହା ଯେତେବେଳେ ଶୁଣନ୍ତି ସେତେବେଳେ ଛାତି ଚଉଡ଼ା ହୋଇ ଯାଇଥାଏ କି ହୋଇ ନଥାଏ, ଆପଣଙ୍କୁ ଗର୍ବ ଅନୁଭବ ହୋଇଥାଏ କି ହୋଇ ନଥାଏ, ଆପଣଙ୍କୁ ମୁଣ୍ଡ ଗର୍ବରେ ଉଚ୍ଚା ହୋଇଥାଏ କି ହୋଇ ନଥାଏ । ଆଉ ଏଥିପାଇଁ ମୁଁ କହୁଛି ଯେ ଭାରତ ପରିବର୍ତିତ ହେଉଛି ।
ସାଥୀଗଣ,
ଆଜିର ଭାରତ ନିଜର ପରମ୍ପରା ଉପରେ ଗର୍ବ କରି, ନିଜର ପରମ୍ପରାକୁ ସମୃଦ୍ଧ କରି ତୃଣମୂଳ ସ୍ତର ସହିତ ଜଡ଼ିତ ହୋଇ ରହି ଆକାଶକୁ ଛୁଇଁବାର ଲକ୍ଷ୍ୟ ସହିତ ବିକଶିତ ଭାରତ ନିର୍ମାଣ କରିବାର ଲକ୍ଷ୍ୟକୁ ନେଇ ଏବେ ବାହାରି ପଡିଛି । କିନ୍ତୁ ଭାରତର ଏହି ଲକ୍ଷ୍ୟ କେବଳ ନିଜ ପାଇଁ ନୁହେଁ, ଆମେ ସ୍ୱାର୍ଥପର ଲୋକ ନୁହେଁ, ଏହା ଆମର ସଂସ୍କାର ନୁହେଁ । ଏକବିଂଶ ଶତାବ୍ଦୀରେ ଆଜି ବିଶ୍ୱ ଭାରତଠାରୁ ବହୁତ କିଛି ଆଶା କରୁଛି, ଯେଉଁ ଆଶାକୁ ଭାରତ ନିଜର ଏକ ଦାୟୀତ୍ୱ ଭାବେ ବୁଝୁଛି, ଏକ ଦାୟିତ୍ୱ ଭାବେ ଦେଖୁଛି ଆଉ ଆମେ ବିଶ୍ୱର ମଙ୍ଗଳ ପାଇଁ, ନିଜକୁ ନିଜେ ଆଗକୁ ବଢ଼ାଇବା ପାଇଁ ବଦ୍ଧପରିକର ଅଛୁ, ସଂକଳ୍ପବଦ୍ଧ ଅଛୁ । ଆଜି ନିଜର ବିକାଶ ପାଇଁ ଭାରତ ଯେତେବେଳେ ଅମୃତ କାଳର ରୋଡ୍ ମ୍ୟାପ୍ ପ୍ରସ୍ତୁତ କରୁଛି, ସେତେବେଳେ ସେଥିରେ ବିଶ୍ୱର ଆର୍ଥିକ, ରାଜନୈତିକ ଆକାଂକ୍ଷାକୁ ମଧ୍ୟ ସମାବେଶ କରୁଛି । ଆଜି ଯେତେବେଳେ ଭାରତ, ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ସାମ୍ନାରେ ରଖୁଛି ସେଥିରେ ବୈଶ୍ୱିକ ଲାଭର ଭାବନା ମଧ୍ୟ ସମାହିତ ହୋଇଛି । ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତ ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରୀଡ଼ର ମନ୍ତ୍ର ପ୍ରଦାନ କରିଛି । ବୈଶ୍ୱିକ ସ୍ୱାସ୍ଥ୍ୟକୁ ସୁଦୃଢ଼ କରିବା ପାଇଁ ଭାରତ ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ଏହି ଅଭିଯାନ ଚଳାଇଛି । ଜଳବାୟୁ ପରିବର୍ତନ ଭଳି ଆହ୍ୱାନର ମୁକାବିଲା ପାଇଁ ଆଉ ଯେଉଁ ଦ୍ୱୀପସମୂହ ଦେଶ ରହିଛି, ସେମାନଙ୍କ ପାଇଁ ଭାରତ ଏକ ବରଦାନ ଭାବେ କାର୍ଯ୍ୟ କରୁଛି । ଜଳବାୟୁ ପରିବର୍ତନର ଯେଉଁ ସମସ୍ୟା ରହିଛି ତାହାର ମୁକାବିଲା ପାଇଁ ଭାରତ ବିଶ୍ୱକୁ ‘ମିଶନ ଲାଇଫ୍’ର ସମାଧାନ ଦେଇଛି, ‘ମିଶନ ଲାଇଫ୍’ ଅର୍ଥାତ ପର୍ଯ୍ୟାବରଣ ପାଇଁ ଜୀବନଶୈଳୀ, ‘ମିଶନ ଲାଇଫ୍’ ଅର୍ଥାତ ପୃଥିବୀର ପ୍ରତ୍ୟେକ ନାଗରିକଙ୍କ ଦ୍ୱାରା ଏଭଳି ଜୀବନ ଶୈଳୀକୁ ଅଭ୍ୟାସ କରିବାର ଅଛି ଯାହା ପର୍ଯ୍ୟାବରଣ ଅନୁକୂଳ ହେଉ, ଯାହା ଜଳବାୟୁ ପରିବର୍ତନର ପ୍ରତ୍ୟେକ ଆହ୍ୱାନ ସହିତ ପ୍ରତି କ୍ଷଣରେ ମୁକାବିଲା କରିବାକୁ ସକ୍ଷମ ହେଉ । ଆଜି ଯେତେବେଳେ ସମଗ୍ର ବିଶ୍ୱ ପରିବେଶ ଅନୁକୂଳ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟସେବା ଆଡ଼କୁ ଆକର୍ଷିତ ହେଉଛି, ସେତେବେଳେ ଭାରତର ଯୋଗ, ଆୟୁର୍ବେଦ ଏହା ସମ୍ପୂର୍ଣ୍ଣ ମାନବ ଜାତି ପାଇଁ ହେଉଛି ଉପହାର। ଆଉ ସାଥୀଗଣ, ଯେତେବେଳେ ଆୟୁର୍ବେଦର କଥା ଆସୁଛି, ସେତେବେଳେ ମୋତେ ଭାରତ- ଇଣ୍ଡୋନେସିଆର ଆଉ ଏକ ସଂପର୍କ ଧ୍ୟାନକୁ ଆସୁଛି । ମୋର ମନେ ଅଛି ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ଗୁଜରାଟ ଆୟୁର୍ବେଦ ବିଶ୍ୱବିଦ୍ୟାଳୟ ଏବଂ ଏଠାକାର ବିଶ୍ୱବିଦ୍ୟାଳୟ ହିନ୍ଦୁ ଇଣ୍ଡୋନେସିଆ ଉଭୟଙ୍କ ମଧ୍ୟରେ ଏକ ବୁଝାମଣା ହୋଇଥିଲା । ମୁଁ ଖୁସି ଯେ ଏହି କିଛି ବର୍ଷ ମଧ୍ୟରେ ହିଁ ଏଠାକାର ବିଶ୍ୱବିଦ୍ୟାଳୟରେ ଆୟୁର୍ବେଦ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି ।
ସାଥୀଗଣ,
ବସୁଧୈବ କୁଟୁମ୍ବକମ୍, ଅର୍ଥାତ ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବେ ବିଶ୍ୱାସ କରୁଥିବା ଭାରତର ଏହି ଭାବନା, ଏହି ସଂସ୍କାର, ବିଶ୍ୱ କଲ୍ୟାଣର ମାର୍ଗ ପ୍ରଶସ୍ତ କରୁଛି । କରୋନା କାଳରେ ଆମେ ଦେଖିଛୁ ଯେ ଭାରତ ଔଷଧ ଠାରୁ ନେଇ ଟିକା ପର୍ଯ୍ୟନ୍ତ ଜରୁରୀ ସଂସାଧନ ଗୁଡ଼ିକ ପାଇଁ ଆତ୍ମନିର୍ଭରଶୀଳତା ହାସଲ କଲା ଏବଂ ଏହାର ଲାଭ ସମଗ୍ର ବିଶ୍ୱକୁ ମିଳିଲା । ଭାରତର ସାମର୍ଥ୍ୟ କେତେକ ଦେଶ ପାଇଁ ଏକ ସୁରକ୍ଷା କବଚ ଭଳି କାର୍ଯ୍ୟ କଲା । ଇଣ୍ଡୋନେସିଆ ଭଳି ଆମର ପଡୋଶୀ ଏବଂ ମିତ୍ର ଦେଶ ପାଇଁ ଆମେ ବିଶେଷ ଭାବେ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଛୁ । ସେହିଭଳି ଆଜି ଭାରତ ଅନ୍ତରିକ୍ଷରେ ମହାକାଶରେ କ୍ଷେତ୍ରରେ ପ୍ରମୁଖ ବୈଶ୍ୱିକ ମହାଶକ୍ତି ରୂପେ ବିକଶିତ ହେଉଛି, ଫଳରେ ତାହାର ଲାଭ ଦକ୍ଷିଣ ଏସୀୟ ଦେଶଗୁଡ଼ିକୁ ବିଶେଷ ଭାବେ ମିଳୁଛି । ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଭାରତ ଦଶକ- ଦଶକ ଧରି କେବଳ ବିଦେଶୀ ଆମଦାନୀ ଉପରେ ନିର୍ଭର କରୁଥିଲା । ସେ ଆଜି ନିଜ କ୍ଷମତାରେ ଅଗ୍ରସର ହେଉଛି । ବ୍ରହ୍ମୋସ କ୍ଷେପଣାସ୍ତ୍ର ହେଉ ଅବା ତେଜସ୍ ଯୁଦ୍ଧ ବିମାନ ଏହାର ଆକର୍ଷଣ ବିଶ୍ୱରେ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆଜି ଭାରତ ବୃହତ ଲକ୍ଷ୍ୟ ପ୍ରସ୍ତୁତ କରୁଛି ଆଉ ତାହାକୁ ପ୍ରାପ୍ତ କରିବା ପାଇଁ ମଧ୍ୟ ସମ୍ପୂର୍ଣ୍ଣ ପରିଶ୍ରମ କରୁଛି । ସଂକଳ୍ପରୁ ସିଦ୍ଧିର ଏହି ମନ୍ତ୍ର ଆଜି ଏକବିଂଶ ଶତାବ୍ଦୀ ପାଇଁ ନୂତନ ଭାରତର ପ୍ରେରଣା ପାଲଟିଛି । ଆଜି ଏହି ଅବସରରେ ମୁଁ ଆପଣ ସମସ୍ତଙ୍କୁ ଆସନ୍ତା ପ୍ରବାସୀ ଭାରତୀୟ ସମ୍ମେଳନ ପାଇଁ ନିମନ୍ତ୍ରଣ ଜଣାଉଛି । ଜାନୁୟାରୀ ମାସରେ, ଜାନୁୟାରୀ 9 ତାରିଖରେ ଏହି କାର୍ଯ୍ୟକ୍ରମ ହୋଇଥାଏ । ଚଳିତ ଥର ଏହି ଆୟୋଜନ ମଧ୍ୟପ୍ରଦେଶର ଇନ୍ଦୋରରେ ଅନୁଷ୍ଠିତ ହେବ । ଆଉ ଇନ୍ଦୋର ହେଉଛି ସେହି ସହର ଯାହା ବିଗତ 5-6 ଥର ଧରି ଦେଶରେ ସ୍ୱଚ୍ଛ ସହର ଭାବେ ହିନ୍ଦୁସ୍ତାନରେ ପ୍ରଥମ ସ୍ଥାନରେ ଅଛି । ଆଉ ଏଥିପାଇଁ ଆପଣ ଇନ୍ଦୋରର ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ନିଶ୍ଚିତ ସାମିଲ ହୁଅନ୍ତୁ, ଆପଣ ନିଜ କାମରେ ଆସୁଛନ୍ତି ତେବେ ମଧ୍ୟ ତାରିଖକୁ ତା’ ସହିତ ଖାପ ଖୁଆଇ ଆସନ୍ତୁ । ଆଉ ଯେତେବେଳେ ଆପଣ ଇନ୍ଦୋର ଆସିବେ, ତାହାର ଦିନେ ଦୁଇ ଦିନ ପରେ ହିଁ ଅହମ୍ମଦାବାଦରେ ଗୁଡ଼ି ଉଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଥାଏ । ଇଣ୍ଡୋନେସିଆର ଲୋକ ଗୁଡ଼ି ଉଡ଼ା ମହୋତ୍ସବକୁ ନ ଯିବେ, ଏପରି ହୋଇଥାଏ କି । ଆଉ ଯେତେବେଳେ ଆପଣ ଆସୁଛନ୍ତି ସେତେବେଳେ କେବଳ ଏକା ନ ଆସି, କେବଳ ନିଜ ପରିବାରକୁ ଆଣି ଆସିବାରେ ଅଟକି ଯାଆନ୍ତୁ ନାହିଁ । କିଛି ଇଣ୍ଡୋନେସିଆନ ପରିବାରକୁ ସାଙ୍ଗରେ ନେଇ ଆସନ୍ତୁ । ମୋର ବିଶ୍ୱାସ ଯେ ଭାରତ ଏବଂ ଇଣ୍ଡୋନେସିଆ ସମ୍ବନ୍ଧକୁ ସୁଦୃଢ କରିବାରେ ଆପଣଙ୍କର ସହଯୋଗ ଏବଂ ସକ୍ରିୟ ଯୋଗଦାନ ନିରନ୍ତର ଅତୁଟ ରହିବ । ଆପଣ ସମସ୍ତେ ସମ୍ପୂଣ୍ଣ ପରିଶ୍ରମ ସହିତ, ଆପଣଙ୍କର ଏହି କର୍ମଭୂମିର କଲ୍ୟାଣ ପାଇଁ ଯେତେ ଅଧିକ ଯୋଗଦାନ ଦେଇପାରିବେ, ତାହା ଦେଇ ଚାଲନ୍ତୁ, ଦେଇ ଚାଲିବେ ଏହା ହେଉଛି ଭାରତର ସଂସ୍କାର, ଆଉ ଦେବା ମଧ୍ୟ ଉଚିତ କାରଣ ଏହା ହେଉଛି ଆମର ଦାୟିତ୍ୱ ଏବଂ ମୁଁ ଦେଖୁଛି ଆମର ବୋହରା ସମାଜର ବହୁତ ସାଥୀ ଏଠାକୁ ଆସିଛନ୍ତି । ଆଉ ଏହା ହେଉଛି ମୋର ସୌଭାଗ୍ୟ ଯେ ସୈୟଦନା ସାହାବଙ୍କ ସହିତ ମୋର ବହୁତ ନିକଟ ସମ୍ପର୍କ ରହିଛି । ମୋତେ ବହୁତ ପ୍ରସନ୍ନତା ଲାଗୁଛି ଯେ ବିଶ୍ୱରେ କେଉଁଠାକୁ ମଧ୍ୟ ଯାଆନ୍ତୁ, କେହି ସାକ୍ଷାତ ହୁଅନ୍ତୁ ଅବା ନ ହୁଅନ୍ତୁ ମୋର ବୋହରା ପରିବାରର ଲୋକ ନିଶ୍ଚୟ ମିଳିବେ ।
ସାଥୀଗଣ,
ଆପଣମାନେ ଏତେ ବିପୁଳ ସଂଖ୍ୟାରେ ଏଠାକୁ ଆସିଲେ, ସମୟ ବାହାର କରି ଆସିଲେ ଆଉ ଉତ୍ସାହ ଉଦ୍ଦୀପନାରେ ଭରି ରହିଲେ ଏବଂ ମୁଁ ଦେଖୁଛି ଯେ ଓଡ଼ିଶାରେ ବାଲି ଯାତ୍ରାରେ ଯେତେ ଉତ୍ସାହ ରହିଛି, ସେତିକି ଉତ୍ସାହ ମଧ୍ୟ ମୋତେ ଏଠାରେ ଦେଖିବାକୁ ମିଳୁଛି । ଆପଣମାନଙ୍କର ଏହି ଭଲ ପାଇବା, ଆପଣମାନଙ୍କର ଏହି ସ୍ନେହ ପାଇଁ ଭାରତ ପ୍ରତି ଆପଣଙ୍କର ଏହି ଶ୍ରଦ୍ଧା ପାଇଁ ହୃଦୟର ସହିତ ଆପଣମାନଙ୍କୁ ବହୁତ- ବହୁତ ଧନ୍ୟବାଦ ଜଣାଉଛି, ଅନେକ- ଅନେକ ଶୁଭକାମନା ଜଣାଉଛି ।
ଧନ୍ୟବାଦ ସାଥୀଗଣ!
*****
AH
(Release ID: 1876976)
Visitor Counter : 83
Read this release in:
Malayalam
,
English
,
Urdu
,
Hindi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada