ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବେଙ୍ଗାଲୁରୁ ଠାରେ ସାଧାରଣ ସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ବେଙ୍ଗାଲୁରୁ ଠାରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି

“ବେଙ୍ଗାଲୁରୁ ହେଉଛି ଭାରତର ଷ୍ଟାର୍ଟ ଅପ୍ ହବ ଏବଂ ବେଙ୍ଗାଲୁରୁର ଉତ୍ସାହ ହିଁ ଦେଶକୁ ବିଶ୍ୱର ଅନ୍ୟ ମାନଙ୍କ ଠାରୁ ଭିନ୍ନ କରାଇଥାଏ”

“ବନ୍ଦେ ଭାରତ ଏକ୍ସପ୍ରେସ ହେଉଛି ଏକ ପ୍ରତୀକ, ଯାହା ବର୍ତ୍ତମାନ ଭାରତର ସ୍ଥିରତାର ଦିନକୁ ପଛରେ ଛାଡି ଦେଇଛି”

“ବିମାନ ବନ୍ଦର ବ୍ୟବସାୟର ସମ୍ପ୍ରସାରଣ ପାଇଁ ଏକ ନୂତନ କ୍ଷେତ୍ର ସୃଷ୍ଟି କରିବା ସହିତ ଦେଶର ଯୁବକ ମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି”

“ଡିଜିଟାଲ ଦେୟ ବ୍ୟବସ୍ଥାରେ ଭାରତ ନେଇଥିବା ପଦକ୍ଷେପ ଗୁଡିକୁ ସମଗ୍ର ବିଶ୍ୱ ପ୍ରଶଂସା କରୁଛି”

“ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ଆକର୍ଷିତ କରିବାରେ କର୍ଣ୍ଣାଟକ ଅଗ୍ରଣୀ ଭୂମିକା ନିର୍ବାହ କରୁଛି ”

“ଶାସନ ହେଉ କିମ୍ବା ଭୌତିକ ଏବଂ ଡିଜିଟାଲ ଭିତ୍ତିଭୂମିର ଅଭିବୃଦ୍ଧି ହେଉ, ଭାରତ ସମ୍ପୂର୍ଣ୍ଣ ଭିନ୍ନ ସ୍ତରରେ କାର୍ଯ୍ୟ କରୁଛି ”

“ପୂର୍ବରୁ ଗତି ଏକ ବିଳାସ ଭାବେ ଏବଂ ସ୍ତର ଏକ ବିପଦ ଭାବରେ ପରିଗଣିତ ହେଉଥିଲା”

“ଆମର ଐତିହ୍ୟ ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଅଟେ ”

“ବେଙ୍ଗାଲୁରୁର ବିକାଶ ନାଦପ୍ରଭୂ କେମ୍ପେଗୌଡାଙ୍କ କଳ୍ପନା ଅନୁଯାୟୀ କରାଯିବା ଉଚିତ୍ ”

Posted On: 11 NOV 2022 2:39PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁ ଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ବିଧାନ ସୌଧ ଠାରେ ସାଧୁ କବି ଶ୍ରୀ କନକ ଦାସ ଏବଂ ମହର୍ଷି ଭାଲମିକିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେ କେଏସଆର୍ ରେଳ ଷ୍ଟେସନ ଠାରେ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଭାରତ ଗୌରବ କାଶୀ ଦର୍ଶନ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଏହାର ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରର ଟର୍ମିନାଲ ୨ର ଉଦ୍‌ଘାଟନ କରିବା ସହ ଶ୍ରୀ ନାଦପ୍ରଭୂ କେମ୍ପେଗୌଡାଙ୍କର ୧୦୮ ମିଟର ଦୀର୍ଘ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ଦୁଇ ମହାନ ବ୍ୟକ୍ତିତ୍ୱଙ୍କର ଜୟନ୍ତୀ ଅବସରରେ କର୍ଣ୍ଣାଟକରେ ଉପସ୍ଥିତ ରହି ଖୁସି ବ୍ୟକ୍ତ କରିଥିଲେ । ସେ ସନ୍ଥ କନକ ଦାସ ଏବଂ ଓନାକେ ଓବାଭାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଆଜି କର୍ଣ୍ଣାଟକ ପ୍ରଥମ  ‘ଭାରତରେ ନିର୍ମିତ’ ବନ୍ଦେ ଭାରତ ଟ୍ରେନ୍ ପାଇଛି , ଯାହା ଚେନ୍ନାଇ, ଷ୍ଟାର୍ଟ - ଅପ୍ ରାଜଧାନୀ ବେଙ୍ଗାଲୁରୁ ଏବଂ ଐତିହ୍ୟ ସହର ମହୀଶୂରକୁ ସଂଯୋଗ କରେ । ସେ କହିଥିଲେ ଯେ , ଆଜି କର୍ଣ୍ଣାଟକର ଲୋକ ମାନଙ୍କ ପାଇଁ ଅଯୋଧ୍ୟା, କାଶୀ ଏବଂ ପ୍ରୟାଗରାଜ ଦର୍ଶନ ନିମନ୍ତେ ଭାରତ ଗୌରବ କାଶୀ ଦର୍ଶନ ଟ୍ରେନ୍ ମଧ୍ୟ ଆରମ୍ଭ କରା ଯାଇଛି ।

 

 

 

ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍ ୨ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଗତକାଲି ପ୍ରଦର୍ଶିତ  ହୋଇଥିବା ଚିତ୍ର ଗୁଡିକ ଅପେକ୍ଷା ଏହାର ଭିତ୍ତିଭୂମି ଅଧିକ ସୁନ୍ଦର ଏବଂ ଚମତ୍କାର ଅଟେ । ପ୍ରଧାନମନ୍ତ୍ରୀ ନାଦପ୍ରଭୂ କେମ୍ପେଗୌଡାଙ୍କ ସ୍ମାରକୀ ପ୍ରତିମୂର୍ତ୍ତି  ଉପରେ ମଧ୍ୟ ଆଲୋକପାତ କରି ଭବିଷ୍ୟତର ବେଙ୍ଗାଲୁରୁ ଏବଂ ଭାରତ ଗଠନ ପାଇଁ ଏହା ପ୍ରେରଣା ଯୋଗାଇବ ବୋଲି କହିଥିଲେ । ଷ୍ଟାର୍ଟ - ଅପ୍ ଦୁନିଆରେ ଭାରତର ପରିଚୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟିପ୍ପଣୀ ଦେଇ କହିଥିଲେ ଯେ , ଏହି ପରିଚୟକୁ ବ୍ୟାଖ୍ୟା କରିବାରେ ବେଙ୍ଗାଲୁରୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । “ ବେଙ୍ଗାଲୁରୁ ହେଉଛି ଭାରତର ଷ୍ଟାର୍ଟ - ଅପ୍ ଉତ୍ସାହର ଏକ ପ୍ରତିନିଧି ଏବଂ ଏହି ଉତ୍ସାହ ହିଁ ଦେଶକୁ ବିଶ୍ୱର ଅନ୍ୟ ମାନଙ୍କ ଠାରୁ ଭିନ୍ନ କରିଥାଏ ” ବୋଲି ଶ୍ରୀ ମୋଦୀ କହିଥିଲେ । ଏହି କାର୍ଯ୍ୟକ୍ରମ ବେଙ୍ଗାଲୁରୁର ଯୁବ ଭାବନାର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ମଧ୍ୟ କହିଥିଲେ ।

ବନ୍ଦେ ଭାରତ କେବଳ ଏକ ଟ୍ରେନ୍ ନୁହେଁ , ଏହା ନୂଆ ଭାରତର ଏକ ନୂତନ ପରିଚୟ । “ବନ୍ଦେ ଭାରତ ଏକ୍ସପ୍ରେସ ହେଉଛି ଏକ ପ୍ରତୀକ, ଯାହା ବର୍ତ୍ତମାନ ଭାରତର ସ୍ଥିରତାର ଦିନ ଗୁଡିକୁ ପଛରେ ଛାଡି ଦେଇଛି । ଭାରତ ରେଳବାଇର ମୋଟ ରୂପାନ୍ତର ପାଇଁ ଆମେ ଏକ ଲକ୍ଷ୍ୟ ନେଇ ଗତି କରୁଛୁ । ”  ୪୦୦ ରୁ ଅଧିକ ବନ୍ଦେ ଭାରତ ଟ୍ରେନ୍ ଏବଂ ଭିସ୍ତା ଡୋମ୍ କୋଚ୍ ଗୁଡିକ ଭାରତ ରେଳବାଇର ନୂତନ ପରିଚୟ ପାଲଟିଛନ୍ତି । ଉତ୍ସର୍ଗୀକୃତ ମାଲ୍ ପରିବହନ କରିଡର ଗୁଡିକ ମାଲ ପରିବହନର ଗତିକୁ ବୃଦ୍ଧି କରିବ  ଏବଂ ସମୟ ସଂଚୟ କରିବ । ଦ୍ରୁତ ବ୍ରଡ ଗେଜ୍ ରୂପାନ୍ତର ରେଳବାଇ ମାନଚିତ୍ରରେ ନୂତନ କ୍ଷେତ୍ରକୁ ଯୋଡି ଦେଇଛି । ରେଳ ଷ୍ଟେସନର ଆଧୁନିକୀକରଣ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ବେଙ୍ଗାଲୁରୁ ରେଳ ଷ୍ଟେସନ ସାର୍ ଏମ୍‌. ବିଶ୍ୱେଶ୍ୱରାୟ ଟର୍ମିନାଲ୍ ଯାତ୍ରୀ ମାନଙ୍କୁ ବହୁ ଉନ୍ନତ ଅନୁଭୂତି ପ୍ରଦାନ କରୁଛି । କର୍ଣ୍ଣାଟକ ସମେତ ଅନ୍ୟାନ୍ୟ ଷ୍ଟେସନ ଗୁଡିକର ଉନ୍ନୟନ ପାଇଁ କାର୍ଯ୍ୟ ହାତକୁ ନିଆ ଯାଉଛି ବୋଲି ସେ ସୂଚନା ଦେଇଥିଲେ ।

ଏକ ବିକଶିତ ଭାରତର ଦୃଷ୍ଟିକୋଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ସହର ଗୁଡ଼ିକ ମଧ୍ୟରେ ସଂଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଏହା ମଧ୍ୟ ବର୍ତ୍ତମାନ ସମୟର ଆବଶ୍ୟକତା ଅଟେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ , କେମ୍ପେଗୌଡା ବିମାନ ବନ୍ଦରର ନୂତନ ଟର୍ମିନାଲ୍ ସଂଯୋଗକୁ ବଢ଼ାଇବା ପାଇଁ ନୂତନ ସୁବିଧା ଏବଂ ସେବା ସାମିଲ୍ ହେବ । ସେ ଦର୍ଶାଇଥିଲେ ଯେ ବିମାନ ଯାତ୍ରାକୁ ନେଇ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ମଧ୍ୟରୁ ଅନ୍ୟତମ ଏବଂ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ୨୦୧୪ ପୂର୍ବରୁ ଦେଶରେ କେବଳ ୭୦ଟି ବିମାନ ବନ୍ଦର ଥିଲା, କିନ୍ତୁ ଆଜି ଏହି ସଂଖ୍ୟା ଦ୍ୱିଗୁଣିତ ହୋଇ ୧୪୦ ରୁ ଅଧିକ ହୋଇ ଯାଇଛି । ବିମାନ ବନ୍ଦର ଗୁଡିକ ବ୍ୟବସାୟର ବିସ୍ତାର ନିମନ୍ତେ ଏକ ନୂତନ କ୍ଷେତ୍ର ସୃଷ୍ଟି କରୁଛନ୍ତି, ଏହା ସହିତ ଦେଶର ଯୁବକ ମାନଙ୍କ ନିମନ୍ତେ ରୋଜଗାରର ନୂତନ ସୁଯୋଗ ମଧ୍ୟ ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ , ସମଗ୍ର ବିଶ୍ୱ ଭାରତ ପ୍ରତି ବିଶ୍ୱାସ ଏବଂ ଆକାଂକ୍ଷା ପ୍ରଦର୍ଶନ କରିଛି, ଏବଂ କର୍ଣ୍ଣାଟକ ତାହାର ଲାଭ ଉଠାଉଛି । ଯେତେବେଳେ ବିଶ୍ୱ କୋଭିଡ ମହାମାରୀ ସହ ସଂଘର୍ଷ କରୁଥିଲା, ସେହି ସମୟରେ କର୍ଣ୍ଣାଟକରେ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଉପରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, “ଗତ ବର୍ଷ କର୍ଣ୍ଣାଟକ ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ଆକର୍ଷିତ କରିବାରେ ମାର୍ଗ ପ୍ରଶସ୍ତ କରିଥିଲା ।” ସେ ଆହୁରି ବିସ୍ତାରରେ କହିଥିଲେ ଯେ , ଏହି ନିବେଶ କେବଳ ଆଇଟି କ୍ଷେତ୍ର ପର୍ଯ୍ୟନ୍ତ ସୀମିତ ନୁହେଁ , ବରଂ ବାୟୋ ଟେକ୍ନୋଲୋଜି ଠାରୁ ଆରମ୍ଭ କରି ପ୍ରତିରକ୍ଷା ପର୍ଯ୍ୟନ୍ତ ଏହା ବ୍ୟାପୀ ରହିଛି । ସେ ସୂଚନା ଦେଇଥିଲେ ଯେ , ଭାରତର ବିମାନ ଏବଂ ମହାକାଶ ଶିଳ୍ପ ଉଦ୍ୟୋଗରେ କର୍ଣ୍ଣାଟକର ୨୫ ପ୍ରତିଶତ ଅଂଶ ରହିଛି । ସେ ଏହା ମଧ୍ୟ କହିଥିଲେ ଯେ , ଭାରତର ପ୍ରତିରକ୍ଷା ପାଇଁ ନିର୍ମିତ ପ୍ରାୟ ୭୦ପ୍ରତିଶତ ବିମାନ ଏବଂ ହେଲିକପ୍ଟର ଗୁଡିକ କର୍ଣ୍ଣାଟକରେ ନିର୍ମିତ ହୋଇଥାଏ । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ , କର୍ଣ୍ଣାଟକରେ ଫର୍ଚୁନ୍ ୫୦୦ ତାଲିକାରେ ରହିଥିବା କମ୍ବାନୀ ଗୁଡିକ ମଧ୍ୟରୁ ୪୦୦ ରୁ ଅଧିକ କମ୍ପାନୀ କାର୍ଯ୍ୟ କରୁଛନ୍ତି । ରାଜ୍ୟରେ ଏଭଳି ଚମତ୍କାର ଅଭିବୃଦ୍ଧି ପାଇଁ ସେ କର୍ଣ୍ଣାଟକର ଡବଲ ଇଞ୍ଜିନ୍ ବିଶିଷ୍ଟ ସରକାରଙ୍କୁ ଶ୍ରେୟ ଦେଇଥିଲେ ।

 “ଶାସନ ହେଉ କିମ୍ବା ଭୌତିକ ଏବଂ ଡିଜିଟାଲ ଭିତ୍ତିଭୂମିର ଅଭିବୃଦ୍ଧି ହେଉ, ଭାରତ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ସ୍ତରରେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ । ଭୀମ ୟୁପିଆଇ ଏବଂ ମେଡ୍ ଇନ୍ ଇଣ୍ଡିଆ ୫ଜି ଟେକ୍ନୋଲୋଜିର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ବେଙ୍ଗାଲୁରୁର ବୃତ୍ତିଧାରୀ ମାନେ ହିଁ ଏହି ଦୂର ସ୍ୱପ୍ନକୁ ବାସ୍ତବରେ ପରିଣତ କରି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଦର୍ଶାଇ ଥିଲେ ଯେ , ପୂର୍ବ ସରକାରଙ୍କ ବିଚାର ପ୍ରକ୍ରିୟା ପୁରୁଣା ହୋଇ ଥିବାରୁ ୨୦୧୪ ପୂର୍ବରୁ ଏଭଳି ସକାରାତ୍ମକ ପରିବର୍ତ୍ତନ କଳ୍ପନା ବାହାରେ ଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ,  “ପୂର୍ବ ସରକାର ଗତିକୁ ବିଳାସ ଭାବେ ଏବଂ ସ୍ତରକୁ ବିପଦ ଭାବରେ ବିବେଚନା କରୁଥିଲେ । ସେ କହିଥିଲେ ଯେ, ଆମ ସରକାର ଏହି ପ୍ରବୃତ୍ତିକୁ ବଦଳାଇ ଦେଇଛନ୍ତି । ଆମେ ଗତିକୁ ଆକାଂକ୍ଷା ଏବଂ ମାପକୁ ଭାରତର ଶକ୍ତି ଭାବରେ ବିବେଚନା କରୁଛୁ । ” ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଷ୍ଟରପ୍ଲାନ୍ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ , ସମସ୍ତ ବିଭାଗ ଏବଂ ଏଜେନ୍ସିକୁ ଗୋଟିଏ ପ୍ଲାଟଫର୍ମରେ ଆଣିବା ପାଇଁ ସରକାର ଉଦ୍ୟମ କରିଛନ୍ତି ଏବଂ ଫଳସ୍ୱରୂପ ବିଭିନ୍ନ ଏଜେନ୍ସି ଗୁଡିକରେ ପନ୍ଦର ଶହରୁ ଅଧିକ ସ୍ତରର ତଥ୍ୟ ଉପଲବ୍ଧ ହେଉଛି । ସେ ଆହୁରି ମଧ୍ୟ କହିଥିଲେ ଯେ , ଏହି ପ୍ଲାଟଫର୍ମ ସାହାଯ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରଣାଳୟ ସହିତ ଅନେକ ବିଭାଗ ଏକାଠି ହେଉଛନ୍ତି । “ଭିତ୍ତିଭୂମି ବିନିଯୋଗ ପାଇପଲାଇନ୍‌ରେ ୧୧୦ ଲକ୍ଷ କୋଟି ଟଙ୍କାର ଲକ୍ଷ୍ୟ ଦିଗରେ ଆଜି ଭାରତ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ” ।  ମଲ୍ଟିମୋଡାଲ ଭିତ୍ତିଭୂମି ଉପରେ ଗୁରୁତ୍ୱ ପ୍ରଦାନ କରା ଯାଉଛି , ଯାହା ଦ୍ୱାରା ପ୍ରତ୍ୟେକ ପରିବହନ ମାଧ୍ୟମ ଅନ୍ୟକୁ ସମର୍ଥନ କରି ପାରିବ । ରାଷ୍ଟ୍ରୀୟ ଲଜିଷ୍ଟିକ୍ ନୀତି ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହା ଦେଶରେ ପରିବହନ ମୂଲ୍ୟ ହ୍ରାସ କରିବାରେ ସହାୟକ ହେବ ।

 ସାମାଜିକ ଭିତ୍ତିଭୂମି କ୍ଷେତ୍ରରେ ଉନ୍ନତି

  - ଦେଶର ଗରିବ ଲୋକ ମାନଙ୍କ ପାଇଁ ୩.୪ କୋଟି ପକ୍କା ଘର, ସେଥି ମଧ୍ୟରୁ କର୍ଣ୍ଣାଟକରେ ୮ ଲକ୍ଷ ।

 - ୭ କୋଟି ପରିବାର ପାଇପ୍ ଜଳ ସଂଯୋଗ ପାଇଛନ୍ତି, କର୍ଣ୍ଣାଟକରେ ୩୦ଲକ୍ଷ  ସଂଯୋଗ ।

-  ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୪ କୋଟି ରୋଗୀ ମାଗଣା ଚିକିତ୍ସା ପାଇଛନ୍ତି, କର୍ଣ୍ଣାଟକର ୩୦ ଲକ୍ଷ ।

-  ଦେଶର ୧୦ କୋଟିରୁ ଅଧିକ କୃଷକଙ୍କ ଆକାଉଂଟକୁ ୨.୫ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରା ଯାଇଛି , କର୍ଣ୍ଣାଟକର ୫୫ ଲକ୍ଷ ଚାଷୀଙ୍କ ଆକାଉଂଟକୁ ୧୧ ହଜାର କୋଟି ଟଙ୍କା ପ୍ରଦାନ

-              ସ୍ୱନିଧି ଯୋଜନା ଅଧୀନରେ ୪୦ ଲକ୍ଷ ବୁଲା ବିକାଳି ସହାୟତା ପାଇଛନ୍ତି, ସେଥିରୁ କର୍ଣ୍ଣାଟକର ୨ ଲକ୍ଷ ।

ଦେଶର ଐତିହ୍ୟ ଉପରେ ଗର୍ବ କରିବା ବିଷୟରେ ଲାଲ୍ କିଲ୍ଲାରୁ ତାଙ୍କ ସମ୍ବୋଧନକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଆମର ଐତିହ୍ୟ ସାଂସ୍କୃତିକ ହେବା ସହିତ ଆଧ୍ୟାତ୍ମିକ ମଧ୍ୟ ଅଟେ । ସେ ସୂଚନା ଦେଇଥିଲେ ଯେ , ଭାରତ ଗୌରବ ଟ୍ରେନ୍ ଆସ୍ଥା ଏବଂ ଆଧ୍ୟାତ୍ମିକତାର ସ୍ଥାନ ଗୁଡିକୁ ସଂଯୋଗ କରୁଛି ଏବଂ ସମାନ ସମୟରେ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ମଧ୍ୟ ମଜଭୁତ କରୁଛି । ସେ ସୂଚନା ଦେଇଥିଲେ ଯେ , ଏପର୍ଯ୍ୟନ୍ତ ଏହି ଟ୍ରେନ୍ ଦେଶର ବିଭିନ୍ନ ସ୍ଥାନରେ ଏହି ଭଳି ୯ଟି ଯାତ୍ରା ଶେଷ କରି ସାରିଛି । “ଶିରିଡି ମନ୍ଦିର ହେଉ, ଶ୍ରୀ ରାମାୟଣ ଯାତ୍ରା ହେଉ କିମ୍ବା ଦିବ୍ୟ କାଶୀ ଯାତ୍ରା ହେଉ, ଏହା ସବୁ ଟ୍ରେନ୍ ଯାତ୍ରୀ ମାନଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ଅନୁଭୂତି ହୋଇ ପାରିଛି । ” ସେ ଆହୁରି ମଧ୍ୟ କହିଥିଲେ ଯେ , ଆଜି ଠାରୁ ଆରମ୍ଭ ହୋଇଥିବା କର୍ଣ୍ଣାଟକରୁ କାଶୀ, ଅଯୋଧ୍ୟା ଏବଂ ପ୍ରୟାଗରାଜ ଯାତ୍ରା କର୍ଣ୍ଣାଟକବାସୀଙ୍କୁ କାଶୀ ଏବଂ ଅଯୋଧ୍ୟା ଯାତ୍ରା କରିବାରେ ସାହାଯ୍ୟ କରିବ ।

କନକ ଦାସ ଜୀ’ ଙ୍କ ଦ୍ୱାରା ସ୍ଥାପିତ ମୋଟା ଶସ୍ୟର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କର ରଚନା ରାମ ଧନ୍ୟ ଚରିତ ଉପରେ ଆଲୋକପାତ କରି , ପ୍ରଧାନମନ୍ତ୍ରୀ  କହିଥିଲେ ଯେ , ଏହା କର୍ଣ୍ଣାଟକର ସବୁଠାରୁ ଲୋକପ୍ରିୟ ମିଲେଟ ‘ରାଗି’ର ଉଦାହରଣ ଦେଇ ସାମାଜିକ ସମାନତାର ବାର୍ତ୍ତା ଦେଇଥାଏ ।

ପ୍ରଧାନମନ୍ତ୍ରୀ  ଏହି କଥା ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ , ବେଙ୍ଗାଲୁରୁର ବିକାଶ ନାଦପ୍ରଭୂ କେମ୍ପେଗୌଡା ଜୀଙ୍କ ଦ୍ୱାରା କରା ଯାଇଥିବା କଳ୍ପନା ପରି କରାଯିବା ଉଚିତ୍ । ସେ ଆହୁରି ମଧ୍ୟ କହିଥିଲେ ଯେ, ଏହି ସହରର ସ୍ଥାପନ ଏଠାରେ ଥିବା ଲୋକ ମାନଙ୍କ ପାଇଁ କେମ୍ପେଗୌଡା ଜୀଙ୍କର ଏକ ମହତ୍ ଅବଦାନ ଅଟେ । ବାଣିଜ୍ୟ ଏବଂ ସଂସ୍କୃତିର କଥା ଯେତେବେଳେ ଆସେ, ବେଙ୍ଗାଲୁରୁର ଲୋକଙ୍କ ସୁବିଧା ପାଇଁ ଶହ ଶହ ବର୍ଷ ପୂର୍ବରୁ କରାଯାଇଥିବା ପ୍ରଧାନମନ୍ତ୍ରୀ ଅନନ୍ୟ କାର୍ଯ୍ୟ ଗୁଡିକ ଉପରେ ଆଲୋକପାତ କରିଥିଲେ । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ,  “ବେଙ୍ଗାଲୁରୁର ଲୋକମାନେ ଏବେ ମଧ୍ୟ ତାଙ୍କ ଦର୍ଶନର ଲାଭ ପାଇଛନ୍ତି । ସେ ଆହୁରି ବିସ୍ତାର କରି କହିଥିଲେ ଯେ , ଯଦିଓ ବ୍ୟବସାୟ କ୍ଷେତ୍ରରେ ଆଜି ପରିବର୍ତ୍ତନ ହୋଇ ଯାଇଛି, ତଥାପି 'ପିଟ୍‌' (ବେଙ୍ଗାଲୁରୁର ଏକ ଅଂଚଳ) ବେଙ୍ଗାଲୁରୁର ବ୍ୟବସାୟିକ ଜୀବନ ରେଖା ହୋଇ ରହିଛି ।

ବେଙ୍ଗାଲୁରୁର ସଂସ୍କୃତିକୁ ସମୃଦ୍ଧ କରିବାରେ ନାଦପ୍ରଭୂ କେମ୍ପେଗୌଡା ଜୀଙ୍କର ଅବଦାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପ୍ରସିଦ୍ଧ ଗାଭି ଗଙ୍ଗାଧରେଶ୍ୱର ମନ୍ଦିର ଏବଂ ବାସବନଗୁଡି ଅଂଚଳରେ ଥିବା ମନ୍ଦିରର ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ, "ଏଗୁଡିକ ମାଧ୍ୟମରେ କେମ୍ପେଗୌଡା ଜୀ ବାଙ୍ଗାଲୋରର ସାଂସ୍କୃତିକ ଚେତନାକୁ ସବୁଦିନ ପାଇଁ ବଂଚାଇ ରଖିଛନ୍ତି ।’

ବକ୍ତବ୍ୟକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ , ବେଙ୍ଗାଲୁରୁ ଏକ ଆନ୍ତର୍ଜାତୀୟ ସହର ଅଟେ ଏବଂ ଆମର ଐତିହ୍ୟକୁ ସୁରକ୍ଷିତ କରି ଏହାକୁ ଆଧୁନିକ ଭିତ୍ତିଭୂମି ସରଂଚନା ସହିତ ସମୃଦ୍ଧ କରିବାକୁ ପଡିବ । ସେ ଏହି ନିଷ୍କର୍ଷ ବାହାର କରିଥିଲେ ଯେ, “କେବଳ ସମସ୍ତଙ୍କର ପ୍ରାର୍ଥନା ଦ୍ୱାରା ଏସବୁ ସମ୍ଭବ ହୋଇ ପାରିବ” ।

ଏହି କାର୍ଯ୍ୟକ୍ରମରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବାସବରାଜ ବୋମ୍ମାଇ, କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀ ଥାୱାର ଚାନ୍ଦ ଗେହଲଟ୍‌, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ  ବି. ଏସ୍‌. ୟେଦିରୁପ୍ପା, କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଶ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ , ସୁଶ୍ରୀ ଶୋଭା କରନ୍ଦଲାଜେ, ଶ୍ରୀ ରାଜୀବ ଚନ୍ଦ୍ରଶେଖର, ଶ୍ରୀ ଏ. ନାରାୟଣସ୍ୱାମୀ ଏବଂ ଶ୍ରୀ ଭଗବନ୍ତ ଖୁବା, ସାଂସଦ ସଦସ୍ୟ, ଶ୍ରୀ ବି. ଏନ୍‌. ବଚେ ଗୌଡା, ଆଡିଚୁଂଚନ୍ନଗିର ମଠର ସ୍ୱାମୀଜୀ ଡଃ. ନିର୍ମଳନନ୍ଦନାଥ ସ୍ୱାମୀଜୀ ଏବଂ କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ ଉପସ୍ଥିତ ଥିଲେ ।

*****

SSP



 

 



(Release ID: 1875318) Visitor Counter : 165