ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦିଲ୍ଲୀର କାଲକାଜୀରେ ‘ସ୍ଥିତାବସ୍ଥା ବସ୍ତି ପୁର୍ନବାସ ପ୍ରକଳ୍ପ’ ଅଧିନରେ ନୂତନ ଭାବେ ନିର୍ମିତ ୩୦୨୪ ବାସଗୃହର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ


ଭୂମିହୀନ କ୍ୟାମ୍ପରେ ଯୋଗ୍ୟ ଝୁଗି ଝୋପଡି ବାସିନ୍ଦାଙ୍କୁ ଘରର ଚାବି ହସ୍ତାନ୍ତର କରାଯାଇଛି

“ସମସ୍ତଙ୍କ ଉନ୍ନତି ପାଇଁ ଦେଶ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ରାସ୍ତାରେ ଗତି କରୁଛି”

“ଆମ ସରକାର ଗରିବ ଲୋକଙ୍କର । ଗରିବମାନେ ନୀତି ଗଠନ ଏବଂ ନିଷ୍ପତ୍ତି ନେବା ପ୍ରଣାଳୀର କେନ୍ଦ୍ରରେ ରହିଛନ୍ତି”
“ଯେତେବେଳେ ଜୀବନରେ ଏହି ସୁରକ୍ଷା ଥାଏ, ଗରିବମାନେ ନିଜକୁ ଦାରିଦ୍ର‌ରୁ ମୁକ୍ତ କରିବା ପାଇଁ କଠିନ ପରିଶ୍ରମ କରନ୍ତି”

“ଆମେ ତୁମ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ବଞ୍ଚିଛୁ”

“ପିଏମ୍‍-ଉଦୟ ଯୋଜନା ମାଧ୍ୟମରେ ଦିଲ୍ଲୀର ଅନଧିକୃତ କଲୋନୀରେ ର୍ନିମିତ ଘରଗୁଡ଼ିକୁ ନିୟମିତ କରିବା ପାଇଁ କାର୍ଯ୍ୟ ଚାଲିଛି”

“ଦେଶର ରାଜଧାନୀ ମାନ୍ୟତା ଅନୁଯାୟୀ ସମସ୍ତ ସୁବିଧା ସହିତ ଦିଲ୍ଲୀକୁ ଏକ ମହାନ ସହରରେ ପରିଣତ କରିବା ହେଉଛି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ”

“ଦିଲ୍ଲୀର ଉଭୟ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀ ଆଙ୍କକ୍ଷୀ ଏବଂ ଦକ୍ଷ”

Posted On: 02 NOV 2022 6:13PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର କାଲକାଜୀରେସ୍ଥିତାବସ୍ଥା ବସ୍ତି ପୁନର୍ବାସ ପ୍ରକଳ୍ପ' ଅଧିନରେ ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ନୂତନ ଭାବେ ର୍ନିମିତ ୩୦୨୪ ଇଡବ୍ଲ୍ୟୁଏସ୍‍ ଘରର ଆଜି ଉଦଘାଟନ କରିଥିଲେ ଏବଂ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଭୂମିହୀନ କ୍ୟାମ୍ପରେ ଯୋଗ୍ୟ ହିତାଧିକାରୀଙ୍କୁ ଚାବି ହସ୍ତାନ୍ତର କରିଥିଲେ

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀର ଶହ ଶହ ପରିବାର ପାଇଁ ଆଜି ଏକ ବଡ଼ ଦିନ, କାରଣ ଏହା ଅନେକ ବସ୍ତି ଅଞ୍ଚଳରେ ବାସ କରୁଥିବା ଗରିବ ପରିବାର ପାଇଁ ଏକ ନୂତନ ଆରମ୍ଭ କେବଳ କାଲକାଜୀ ଏକ୍ସଟେନସନରେ ପ୍ରଥମ ପର୍ଯ୍ୟାୟରେ ୩୦୦୦ ରୁ ଅଧିକ ଘର ପ୍ରସ୍ତୁତ ହୋଇସାରିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଖୁବ୍ ଶୀଘ୍ର, ଏହି ଅଞ୍ଚଳରେ ରହୁଥିବା ଅନ୍ୟ ପରିବାରମାନେ ସେମାନଙ୍କର ନୂତନ ଘରେ ପ୍ରବେଶ କରିବାର ସୁଯୋଗ ପାଇବେ ସେ କହିଛନ୍ତି ମୁଁ ନିଶ୍ଚିତ ଯେ କେନ୍ଦ୍ର ସରକାରଙ୍କର ଏହି ପ୍ରୟାସ ଦିଲ୍ଲୀକୁ ଏକ ଆଦର୍ଶ ସହର ଭାବେ ପରିଣତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ଏହି ବିକାଶ ଦିଲ୍ଲୀ ଭଳି ବଡ ସହରରେ ସ୍ୱପ୍ନ ସାକାର କରିବାର ସାକ୍ଷୀ ହୋଇଛି, ସେ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗରିବ ଲୋକମାନଙ୍କର କଠିନ ପରିଶ୍ରମ ଏବଂ ଉଦ୍ୟମରେ ଏହି ବିକାଶ ଏବଂ ସ୍ୱପ୍ନର ମୂଳଦୁଆ ଗଠିତ ହୋଇଛି ସେ କହିଛନ୍ତି, ବିଡମ୍ବନାର ବିଷୟ, ଏହି ଗରିବ ଲୋକଙ୍କୁ ଦୁଃଖଦ ଅବସ୍ଥାରେ ରହିବାକୁ ପ୍ରସ୍ତୁତ କରାଯାଇଛି ଯେତେବେଳେ ଗୋଟିଏ ସହରରେ ଏପରି ଅସନ୍ତୁଳନ ଦେଖାଯାଏ, ଆମେ ସାମଗ୍ରିକ ବିକାଶ ବିଷୟରେ କିଭଳି ଚିନ୍ତା କରିପାରିବା? ଆଜାଦୀ କା ଅମୃତ କାଳରେ, ଆମକୁ ଏହି ବିରାଟ ବ୍ୟବଧାନ ପୂରଣ କରିବାକୁ ପଡିବ ସେଥିପାଇଁ ସମସ୍ତଙ୍କ ଉନ୍ନତି ଲାଗି ଦେଶ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ରାସ୍ତାରେ ଗତି କରୁଛି

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଦଶନ୍ଧି ଧରି ଦେଶରେ ଶାସନ ବ୍ୟବସ୍ଥା ସେହି ମାନସିକତାରେ ପୀଡିତ ଥିଲା ଯେ ଦାରିଦ୍ର୍ୟ ହେଉଛି ଗରିବ ଲୋକଙ୍କର ସମସ୍ୟା କିନ୍ତୁ ଆଜିର ସରକାର ଗରିବଙ୍କର ଅଟେ ଏବଂ ସେମାନଙ୍କୁ ସେହି ଅବସ୍ଥାରେ ଛାଡିବା ପ୍ରକୃତିର ନୁହେଁ ନୀତି ଗଠନରେ ଏବଂ ନିଷ୍ପତ୍ତି ନେବାରେ ଗରିବମାନେ କେନ୍ଦ୍ରରେ ରହିଛନ୍ତି ଏବଂ ସହରୀ ଗରିବଙ୍କ ସମସ୍ୟାକୁ ସରକାର ସମାନ ଗୁରୁତ୍ୱ ଦେଉଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀରେ ୫୦ ଲକ୍ଷ ଲୋକ ଅଛନ୍ତି, ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ନଥିଲା ଯାହା ସେମାନଙ୍କୁ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର କୌଣସି ଲାଭରୁ ବଞ୍ଚିତ କରିଥିଲା ସେ କହିଛନ୍ତି ଯେ ସେମାନେ ଦିଲ୍ଲୀରେ ଥିଲେ କିନ୍ତୁ ଦିଲ୍ଲୀ ସେମାନଙ୍କଠାରୁ ବହୁତ ଦୂରରେ ଥିଲା ସରକାରଙ୍କ ଦ୍ୱାରା ଏହି ପରିସ୍ଥିତିରେ ପରିବର୍ତ୍ତନ କରାଯାଇଥିଲା ଏବଂ ଖାତା ଖୋଲିବା ଦ୍ୱାରା ଆର୍ଥିକ ଅନ୍ତର୍ଭୂକ୍ତି ପାଇଁ ଏକ ଅଭିଯାନ କରାଯାଇଥିଲା ଏହାଦ୍ୱାରା ରାସ୍ତାପାଶ୍ୱର୍ର ବିକ୍ରେତାଙ୍କ ସମେତ ଦିଲ୍ଲୀର ଗରିବ ଲୋକଙ୍କୁ ସିଧାସଳଖ ଲାଭ ମିଳିଥିଲା ୟୁପିଆଇର ସର୍ବତ୍ର ବ୍ୟବହାର ଉପରେ ମଧ୍ୟ ସେ ମନ୍ତବ୍ୟ ଦେଇଛନ୍ତି ଏସ୍‍ଭିଏନିଧି ଯୋଜନା ଅଧୀନରେ ୫୦ ହଜାରରୁ ଅଧିକ ରାସ୍ତାପାଶ୍ୱର୍ ବିକ୍ରେତା ଆର୍ଥିକ ସହାୟତା ପାଇଥିଲେ

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଏକ ଦେଶ, ଏକ ରାସନ କାର୍ଡ ମାଧ୍ୟମରେ ଦିଲ୍ଲୀର ଗରିବ ଲୋକଙ୍କ ପାଇଁ "ସହଜ ଜୀବନ ଯାପନସୁନିଶ୍ଚିତ କରୁଛୁ ମହାମାରୀ ସମୟରେ ଗରିବ ବର୍ଗଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇଥିଲା ଲକ୍ଷ ଲକ୍ଷ ଯୋଗ୍ୟ ସମ୍ବେଦନଶୀଳ ବ୍ୟକ୍ତି ଗତ ଦୁଇ ବର୍ଷ ଧରି କେନ୍ଦ୍ର ସରକାରଙ୍କ ଠାରୁ ମାଗଣା ରାସନ ଗ୍ରହଣ କରୁଛନ୍ତି କେବଳ ଦିଲ୍ଲୀରେ ଏଥିପାଇଁ . ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ସେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ବକ୍ତବ୍ୟ ଜାରି ରଖି ସୂଚନା ଦେଇଛନ୍ତି ଯେ ଦିଲ୍ଲୀର ୪୦ ଲକ୍ଷରୁ ଅଧିକ ଗରିବ ଲୋକଙ୍କୁ ବୀମା ସୁରକ୍ଷା ମିଳିଛି ଜନ ଔଷଧି ଯୋଜନା ମାଧ୍ୟମରେ ଚିକିତ୍ସା ଖର୍ଚ୍ଚ ହ୍ରାସ କରାଯାଇଛି ଯେତେବେଳେ ଜୀବନରେ ଏହି ସୁରକ୍ଷା ଥାଏ, ଗରିବମାନେ ବିଶ୍ରାମ ନକରି ନିଜର ସମସ୍ତ ଶକ୍ତି ସହିତ କଠିନ ପରିଶ୍ରମ କରନ୍ତି ସେମାନେ ନିଜକୁ ଦାରିଦ୍ରରୁ ମୁକ୍ତ କରିବା ପାଇଁ କାର୍ଯ୍ୟ କରନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଏହାକୁ ଧୂମଧାମରେ ବ୍ୟୟବହୁଳ ବିଜ୍ଞାପନ ସହିତ କରାଯାଉଛି   ଏହାର କାରଣ ହେଉଛି ଆମେ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ବଞ୍ଚିଛୁ

ଦିଲ୍ଲୀରେ ଅନଧିକୃତ କଲୋନୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ସେମାନଙ୍କ ଘରର ସ୍ଥିତିକୁ ନେଇ ଲୋକଙ୍କ ନିରନ୍ତର ଚିନ୍ତାକୁ ସ୍ୱୀକାର କରିଛନ୍ତି ଦିଲ୍ଲୀର ଲୋକଙ୍କ ଏହି ଚିନ୍ତାକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ମଧ୍ୟ କାର୍ଯ୍ୟ କରିଛନ୍ତି ପିଏମ୍‍-ଉଦୟ ଯୋଜନା ମାଧ୍ୟମରେ ଦିଲ୍ଲୀର ଅନଧିକୃତ କଲୋନୀରେ ର୍ନିମିତ ଘରଗୁଡ଼ିକୁ ନିୟମିତ କରିବା ପାଇଁ କାର୍ଯ୍ୟ ଚାଲିଛି ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକ ଏହି ଯୋଜନାର ଲାଭ ଉଠାଇଛନ୍ତି ବୋଲି ସେ କହିଛନ୍ତି ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଗରିବ ଏବଂ ମଧ୍ୟବିତ୍ତ ପରିବାରମାନଙ୍କୁ ନିଜ ଘର ର୍ନିମାଣ ପାଇଁ ସୁଧ ସବସିଡି ଯୋଗାଇବାରେ ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି

ଆମ ସରକାର ଦିଲ୍ଲୀର ନାଗରିକଙ୍କ ଆକାଂକ୍ଷା ପୂରଣ କରିବା ପାଇଁ କୌଣସି ପଥ ଛାଡି ନାହାଁନ୍ତି ଦେଶର ରାଜଧାନୀ ମାନ୍ୟତା ଅନୁଯାୟୀ ସମସ୍ତ ସୁବିଧା ସହିତ ଦିଲ୍ଲୀକୁ ଏକ ମହାନ ସହରରେ ପରିଣତ କରିବା ହେଉଛି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ଲାଲ କିଲ୍ଲାରୁ ତାଙ୍କଆକାଂକ୍ଷା ସମାଜ' ବିଷୟରେ ସୂଚୀତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀର ଉଭୟ ଗରିବ ଏବଂ ମଧ୍ୟବିତ୍ତ ଆଙ୍କାକ୍ଷୀ ଏବଂ ଦକ୍ଷ

ଦିଲ୍ଲୀ ଏନସିଆର ଅଞ୍ଚଳରେ ବିକାଶକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ୨୦୧୪ ପରେ ୧୯୦ କିଲୋମିଟରରୁ ୪୦୦ କିଲୋମିଟର ପର୍ଯ୍ୟନ୍ତ ମେଟ୍ରୋ ଲାଇନ୍‍ର ସମ୍ପ୍ରସାରଣ ବିଷୟରେ ସୂଚନା ଦେଇଛନ୍ତି ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଗତ ବର୍ଷ ମଧ୍ୟରେ ନେଟୱାର୍କରେ ୧୩୫ ଟି ନୂତନ ମେଟ୍ରୋ ଷ୍ଟେସନ ଯୋଗ କରାଯାଇଛି ଯାହା ସମୟ ଏବଂ ଅର୍ଥ ସଞ୍ଚୟ କରିବାରେ ସହାୟକ ହୋଇଛି ପ୍ରଧାନମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଭାରତ ସରକାର ଟ୍ରାଫିକ ଭିଡରୁ ଦିଲ୍ଲୀକୁ ମୁକୁଳାଇବା ପାଇଁ ୫୦ ହଜାର କୋଟି ଟଙ୍କାରେ ରାସ୍ତା ପ୍ରଶସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ଦ୍ୱାରକା ଏକ୍ସପ୍ରେସୱେ, ଅର୍ବାନ ଏକ୍ସଟେନସନ ରୋଡ୍‌, ଅକ୍ଷରଧାମ ରୁ ବାଗପାଟ - ଲେନ୍ ଆକ୍ସେସ୍ କଣ୍ଟ୍ରୋଲ୍ ହାଇୱେ ଏବଂ ଗୁରୁଗ୍ରାମ-ସୋହନା ରାସ୍ତା ଉଚ୍ଚ କରିଡରର ଉଦାହରଣ ଦେଇଛନ୍ତି

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଦିଲ୍ଲୀ ଏନସିଆର ପାଇଁ ଦ୍ରୁତ ରେଳ ସେବା ନିକଟ ଭବିଷ୍ୟତରେ ଆରମ୍ଭ ହେବାକୁ ଯାଉଛି ନୂଆଦିଲ୍ଲୀ ରେଳ ଷ୍ଟେସନରେ ହେବାକୁ ଥିବା ବିଶାଳ ର୍ନିମାଣକୁ ସେ ଉଲ୍ଲେଖ କରିଛନ୍ତି ଏବଂ ଦ୍ୱାରକାଠାରେ ୮୦ ହେକ୍ଟର ଜମିରେ ଭାରତ ବନ୍ଦନା ପାର୍କ ର୍ନିମାଣରେ ଆନନ୍ଦ ପ୍ରକାଶ କରିଛନ୍ତି ଯାହା ଆସନ୍ତା କିଛି ମାସ ମଧ୍ୟରେ ଶେଷ ହେବାକୁ ଯାଉଛି ମୋତେ କୁହାଯାଇଛି ଯେ ଦିଲ୍ଲୀର ୭୦୦ ରୁ ଅଧିକ ବଡ ପାର୍କ ଡିଡିଏ ଦ୍ୱାରା ପରିଚାଳିତ ହେଉଛି ୱାଜିରାବାଦ ବ୍ୟାରେଜରୁ ଓଖଲା ବ୍ୟାରେଜ ମଧ୍ୟରେ ୨୨ କିଲୋମିଟରରେ ଡିଡିଏ ଦ୍ୱାରା ବିଭିନ୍ନ ପାର୍କ ବିକଶିତ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି

ପ୍ରଧାନମନ୍ତ୍ରୀ ନୂତନ ଘରର ହିତାଧିକାରୀଙ୍କୁ ବିଦ୍ୟୁତ ସଞ୍ଚୟ କରିବା ପାଇଁ କେବଳ ଏଲଇଡି ବଲ୍ୱ ବ୍ୟବହାର କରିବାକୁ, କୌଣସି ଜଳ ନଷ୍ଟ ନହେବାକୁ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମଗ୍ର କଲୋନୀକୁ ପରିଷ୍କାର ଏବଂ ସୁନ୍ଦର ରଖିବାକୁ କହିଥିଲେ ସେ ଉଲ୍ଲେଖ କରିଛନ୍ତି ଯେ ଆଜି ଭାରତ ସରକାର କୋଟି କୋଟି ଗରିବ ଲୋକଙ୍କ ପାଇଁ ଘର ର୍ନିମାଣ କରୁଛନ୍ତି, ଟ୍ୟାପ ମାଧ୍ୟମରେ ଜଳ ଯୋଗାଣ କରୁଛନ୍ତି, ବିଦ୍ୟୁତ ସଂଯୋଗ, ଉଜ୍ୱଳା ସିଲିଣ୍ଡର ଯୋଗାଉଛନ୍ତି, ତେଣୁ ଆମକୁ ପୁରୁଣା ଭୁଲ ଧାରଣାକୁ ଭାଙ୍ଗିବାକୁ ପଡିବ ଯେ ବସ୍ତିଗୁଡ଼ିକ ଅପରିଷ୍କାର ସହିତ ଜଡିତ ମୁଁ ନିଶ୍ଚିତ ଯେ ଦିଲ୍ଲୀ ଏବଂ ଦେଶର ବିକାଶରେ ସମସ୍ତେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବେ ପ୍ରତ୍ୟେକ ନାଗରିକଙ୍କ ଅବଦାନ ସହିତ ଦିଲ୍ଲୀର ଯାତ୍ରା ଏବଂ ଭାରତର ବିକାଶ ନୂତନ ଉଚ୍ଚତାରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଶ୍ରୀ ବିନୟ କୁମାର ସାକ୍ସେନା, ଗୃହ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ, କେନ୍ଦ୍ର ଗୃହ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ କୌଶଲ କିଶୋର, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ମୀନାକ୍ଷୀ ଲେଖୀ ଏବଂ ସଂସଦର ସଦସ୍ୟମାନେ ଏହି ଅବସରରେ ଉପସ୍ଥିତ ଥିଲେ

ପୃଷ୍ଠଭୂମି

ସମସ୍ତଙ୍କ ପାଇଁ ଘର ଯୋଗାଇବା ଲାଗି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ, ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ) ଦ୍ୱାରା ୩୭୬ ଝୁଗି ଝୋପଡି କ୍ଲଷ୍ଟରରେ ତ୍ୱରିତ ବସ୍ତି ପୁର୍ନବାସ କାର୍ଯ୍ୟ ଜାରି ରହିଛି ପୁନଃ ଥଇଥାନ ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଝୁଗି ଝୋପଡି କ୍ଲଷ୍ଟର ବାସିନ୍ଦାଙ୍କୁ ଉପଯୁକ୍ତ ବ୍ୟବସ୍ଥା ଏବଂ ସୁବିଧା ସହିତ ଏକ ଉନ୍ନତ ତଥା ସୁସ୍ଥ ଜୀବନଯାପନ ପରିବେଶ ଯୋଗାଇବା

କାଲକାଜୀ ଏକ୍ସଟେନସନ, ଜେଲରୱାଲା ବାଗ ଏବଂ କାଠପୁତଲି କଲୋନୀରେ ଡିଡିଏ ଏହିପରି ତିନୋଟି ପ୍ରକଳ୍ପ କରିଛି କାଲକାଜୀ ଏକ୍ସନେନସନ ପ୍ରକଳ୍ପ ଅଧୀନରେ ତିନିଟି ବସ୍ତି କ୍ଲଷ୍ଟରର ଭୂମିହୀନ୍ କ୍ୟାମ୍ପ, ନବଜୀବନ କ୍ୟାମ୍ପ୍‍ ଏବଂ କାଲକାଜୀରେ ଅବସ୍ଥିତ ଜବାହର କ୍ୟାମ୍ପ୍‍ରେ ପୁନଃ ଥଇଥାନ କାର୍ଯ୍ୟ ପର୍ଯ୍ୟାୟକ୍ରମେ ନିଆଯାଉଛି ପ୍ରଥମ ପର୍ଯ୍ୟାୟ ଅଧୀନରେ, ନିକଟସ୍ଥ ଖାଲି ବାଣିଜ୍ୟିକ କେନ୍ଦ୍ର ପାଶ୍ୱର୍ରେ ୩୦୨୪ ଇଡବ୍ଲ୍ୟୁଏସ୍‍ ଘର ର୍ନିମାଣ କରାଯାଇଛି ଭୂମିହୀନ୍ କ୍ୟାମ୍ପରେ ଥିବା ଝୁଗି ଝୋପଡି ସାଇଟ୍‍ର ଯୋଗ୍ୟ ପରିବାରମାନଙ୍କୁ ନୂତନ ଭାବରେ ର୍ନିମିତ ଇଡବ୍ଲ୍ୟୁଏସ୍‍ ଘରେ ପୁନଃ ଥଇଥାନ କରାଯାଇ ସମ୍ପୃକ୍ତ ସ୍ଥାନକୁ ଖାଲି କରାଯାଇଛି ଭୂମିହୀନ୍ କ୍ୟାମ୍ପ ସାଇଟ ଖାଲି ହୋଇଛି, ଏହି ଖାଲି ସ୍ଥାନ ଦ୍ୱିତୀୟ ପର୍ଯ୍ୟାୟରେ ନବଜୀବନ ଶିବିର ଏବଂ ଜବାହର କ୍ୟାମ୍ପର ପୁନଃ ଥଇଥାନ ପାଇଁ ବ୍ୟବହୃତ ହେବ

ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ସମାପ୍ତ ହୋଇଛି ଏବଂ ୩୦୨୪ ଘର ହସ୍ତାନ୍ତର କରାଯାଇଛି   ଏହି ଘର ଗୁଡିକ ପ୍ରାୟ ୩୪୫ କୋଟି ଟଙ୍କା ବ୍ୟୟରେ ର୍ନିମାଣ କରାଯାଇଛି ଏବଂ ଏଥିରେ ଭିଟ୍ରିଫାଇଡ୍ ଫ୍ଲୋର୍ ଟାଇଲ୍‌, ସେରାମିକ୍ସ ଟାଇଲ୍‌, ରୋଷେଇ ଘରେ ଉଦୟପୁର ସବୁଜ ମାର୍ବଲ ଆଦି ସମସ୍ତ ମୌଳିକ ସୁବିଧା ସହିତ ସଜ୍ଜିତ ହୋଇଛି ସର୍ବସାଧାରଣ ସୁବିଧା ଯଥା ପାର୍କ, ବିଦ୍ୟୁତ୍‍ ଷ୍ଟେସନ, ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ, ଦୁଇ ଧାଡିଆ ଜଳଯୋଗାଣ ପାଇପ୍‍ ଲାଇନ୍‍, ଲିଫ୍ଟ, ସ୍ୱଚ୍ଛ ଜଳ ଯୋଗାଣ ପାଇଁ ଭୂତଳ ଜଳଭଣ୍ଡାର ଆଦି ମଧ୍ୟ ଯୋଗାଇ ଦିଆଯାଇଛି ଘର ଆବଣ୍ଟନ ହୋଇଥିବା ବାସିନ୍ଦାଙ୍କୁ ମାଲିକାନା ଆଖ୍ୟା ପ୍ରଦାନ କରାଯିବ ଯାହା ସେମାନଙ୍କୁ ସୁରକ୍ଷା ଭାବନା ପ୍ରଦାନ କରିବ

HS



(Release ID: 1873262) Visitor Counter : 199