ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ନଭେମ୍ବର ୨ରେ ବିଶ୍ୱ ନିବେଶକ ସମ୍ମିଳନୀ ‘ଇନଭେଷ୍ଟ କର୍ଣ୍ଣାଟକ-୨୦୨୨’ର ଉଦଘାଟନୀ ଉତ୍ସବକୁ ସମ୍ବୋଧିତ କରିବେ

Posted On: 01 NOV 2022 9:21PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨, ୨୦୨୨ ପୂର୍ବାହ୍ନ ୧୦.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଶ୍ୱ ନିବେଶକ ସମ୍ମିଳନୀ ‘ଇନଭେଷ୍ଟ କର୍ଣ୍ଣାଟକ ୨୦୨୨’ର ଉଦଘାଟନୀ ଉତ୍ସବକୁ ସମ୍ବୋଧିତ କରିବେ ।

ସମ୍ଭାବ୍ୟ ନିବେଶକଙ୍କୁ ଆକୃଷ୍ଟ କରିବା ସହ ଆଗାମୀ ଦଶନ୍ଧି ପାଇଁ ବିକାଶର କାର୍ଯ୍ୟଧାରା ପ୍ରସ୍ତୁତି ଏହି ସମ୍ମିଳନୀର ଉଦ୍ଦେଶ୍ୟ । ବେଙ୍ଗାଲୁରୁ ଠାରେ ନଭେମ୍ବର ୨ରୁ ୪ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଏହି ତିନିଦିନିଆ କାର୍ଯ୍ୟକ୍ରମରେ ୮୦ରୁ ଅଧିକ ବକ୍ତା ଅଧିବେଶନ ରହିବ । କୁମାର ମଙ୍ଗଳମ ବିର୍ଲା, ସଜ୍ଜନ ଜିନ୍ଦଲ, ବିକ୍ରମ କିର୍ଲୋସ୍କରଙ୍କ ଭଳି ଶିଳ୍ପ ଜଗତର ବହୁ ପ୍ରମୁଖ ବ୍ୟକ୍ତି ବକ୍ତାମାନଙ୍କ ମଧ୍ୟରେ ସାମିଲ ଅଛନ୍ତି । ଏହାସହିତ ତିନି ଶହରୁ ଅଧିକ ପ୍ରଦର୍ଶକଙ୍କ ସହ ଅନେକ ବ୍ୟାବସାୟିକ ପ୍ରଦର୍ଶନୀ ଓ ଦେଶ ଅଧିବେଶନ ସମାନ୍ତର ଭାବେ ଆୟୋଜିତ ହେବ । ଏହି ଦେଶଗୁଡିକର ଅଧିବେଶନର ଆୟୋଜନ ସହଯୋଗୀ ଦେଶ ଯଥା- ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡସ, ସାଉଥ କୋରିଆ, ଜାପାନ, ଅଷ୍ଟ୍ରେଲିଆ କରିବେ । ସେମାନେ ନିଜ ଦେଶରୁ ଉଚ୍ଚସ୍ତରୀୟ ମନ୍ତ୍ରୀସ୍ତରୀୟ ଓ ଶିଳ୍ପ ପ୍ରତିନିଧି ଦଳ ନେଇ ଆସିଛନ୍ତି । ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା କର୍ଣ୍ଣାଟକକୁ ଏହାର ସଂସ୍କୃତି ସାରା ବିଶ୍ୱରେ ପ୍ରଦର୍ଶିତ କରିବାର ସୁଯୋଗ ମିଳିବ ।      

 

SR



(Release ID: 1872867) Visitor Counter : 101