ଅର୍ଥ ମନ୍ତ୍ରଣାଳୟ

୨୦୨୨ ଅକ୍ଟୋବର ମାସରେ ୧,୫୧,୭୧୮ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ୱ ସଂଗ୍ରହ

ଏପ୍ରିଲ ୨୦୨୨ ପରେ ଗୋଟିଏ ମାସରେ ଦ୍ୱିତୀୟ ସର୍ବାଧିକ ଜିଏସଟି ରାଜସ୍ୱ ଆଦାୟ

ଲଗାତାର ଆଠ ମାସ ଧରି ମାସିକ ଜିଏସଟି ରାଜସ୍ୱ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ହେଲା, ଜିଏସଟି ଲାଗୁ ହେବା ପର ଠାରୁ ଦ୍ୱିତୀୟ ଥର ପାଇଁ ମାସିକ ଜିଏସଟି ରାଜସ୍ୱ ସଂଗ୍ରହ ୧.୫ ଲକ୍ଷ କୋଟି ଟଙ୍କା ଟପିଲା

ସେପ୍ଟେମ୍ବର ୨୦୨୨ରେ ୮.୩ କୋଟି ଇ-ୱେ ବିଲ୍‌ ପ୍ରସ୍ତୁତ, ଯାହାକି ଅଗଷ୍ଟ ୨୦୨୨ ତୁଳନାରେ ସଂଗୃହିତ ୭.୭ କୋଟି ଇ-ୱେ ବିଲ୍‌ ତୁଳନାରେ ଉଲ୍ଲେଖନୀୟ ଭାବେ ଅଧିକ

ଓଡ଼ିଶାରେ ଅକ୍ଟୋବର ମାସରେ ୩,୭୬୯ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ; ଗତବର୍ଷର ସମାନ ମାସ ତୁଳନାରେ ୫% ବୃଦ୍ଧି

Posted On: 01 NOV 2022 12:12PM by PIB Bhubaneshwar

୨୦୨୨ ଅକ୍ଟୋବର ମାସରେ ଦେଶରେ ୧ ଲକ୍ଷ ୫୧ ହଜାର ୭୧୮ କୋଟି ଟଙ୍କାର ସକଳ ଜିଏସଟି ରାଜସ୍ୱ ଆଦାୟ ହୋଇଛି । ଏଥିମଧ୍ୟରେ ୨୬ ହଜାର ୩୯ କୋଟି ଟଙ୍କାର ସିଜିଏସଟି, ୩୩ ହଜାର ୩୯୬ କୋଟି ଟଙ୍କାର ଏସଜିଏସଟି, ୮୧ ହଜାର ୭୭୮ କୋଟି ଟଙ୍କାର ଆଇଜିଏସଟି (ବସ୍ତୁ ଆମଦାନୀରୁ ସଂଗୃହିତ ୩୭ ହଜାର ୨୯୭ କୋଟି ଟଙ୍କା ସମେତ) ଏବଂ ୧୦ ହଜାର ୫୦୫ କୋଟି ଟଙ୍କାର ସେସ ବା ଉପକର (ବସ୍ତୁ ଆମଦାନୀରୁ ସଂଗୃହିତ ୮୨୫ କୋଟି ଟଙ୍କା ସମେତ) ସାମିଲ ରହିଛି । ଅକ୍ଟୋବର ମାସରେ ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ସର୍ବାଧିକ ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି ।

ଓଡ଼ିଶାରେ ୨୦୨୨ ଅକ୍ଟୋବର ମାସରେ ୩,୭୬୯ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି । ଗତବର୍ଷ ସମାନ ମାସ ତୁଳନାରେ ରାଜ୍ୟରେ ଜିଏସଟି ସଂଗ୍ରହ ୫% ପ୍ରତିଶତ ବୃଦ୍ଧି ପାଇଛି । ଅକ୍ଟୋବର ୨୦୨୧ରେ ଓଡ଼ିଶାରୁ ୩,୫୯୩ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା।

ଅପ୍ୟପଟେ ସରକାର ନିୟମିତ ପରିଶୋଧ ଆକାରରେ ସିଜିଏସଟି ବାବଦରେ ୩୭ ହଜାର ୬୨୬ କୋଟି ଟଙ୍କା ଏବଂ ଆଇଜିଏସଟିରୁ ଏସଜିଏସଟି ବାବଦରେ ୩୨ ହଜାର ୮୮୩ କୋଟି ଟଙ୍କା ପରିଶୋଧ କରିଛନ୍ତି।  କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ୫୦:୫୦ ଅନୁପାତ ହାରରେ ସରକାର ୨୨ ହଜାର କୋଟି ଟଙ୍କା ପରିଶୋଧ କରିଛନ୍ତି। ଅକ୍ଟୋବର ୨୦୨୨ରେ ନିୟମିତ ଏବଂ ଆଡହକ୍‌ ପରିଶୋଧ କରିବା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ମୋଟ୍ ୭୪ ହଜାର ୬୬୫ କୋଟି ଟଙ୍କାର ସିଜିଏସଟି ଏବଂ ୭୭ ହଜାର ୨୭୯ କୋଟି ଟଙ୍କାର ଏସଜିଏସଟି ରହିଛି।

ଜିଏସଟି ଲାଗୁ ହେବା ପରେ, ଅକ୍ଟୋବର ୨୦୨୨ରେ ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ସର୍ବାଧିକ ଜିଏସଟି ରାଜସ୍ୱ ଆଦାୟ କରାଯାଇଛି । ଏଥିପୂର୍ବରୁ ଏପ୍ରିଲ ୨୦୨୨ରେ ସର୍ବାଧିକ ଜିଏସଟି ରାଜସ୍ୱ ସଂଗ୍ରହ କରାଯାଇଥିଲା । ସେହିପରି ଦ୍ୱିତୀୟ ଥର ପାଇଁ ମାସିକ ଜିଏସଟି ସଂଗ୍ରହ ପରିମାଣ ୧.୫୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ସେହିପରି, ଏପ୍ରିଲ ୨୦୨୨ ପରେ ଅକ୍ଟୋବର ମାସରେ ଘରୋଇ କାରବାରରୁ ଦ୍ୱିତୀୟ ସର୍ବାଧିକ ରାଜସ୍ୱ ସଂଗୃହିତ ହୋଇଛି । ବର୍ତ୍ତମାନ ସୁଦ୍ଧା ଲଗାତାର ୮ ମାସ ଧରି ଜିଏସଟି ରାଜସ୍ୱ ଆଦାୟ ୧.୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ସର୍ବମୋଟ୍‌ ନବମ ମାସ ପାଇଁ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଜିଏସଟି ରାଜସ୍ୱ ଆଦାୟ ହୋଇଛି । ସେପ୍ଟେମ୍ବର ୨୦୨୨ରେ ମୋଟ୍‌ ୮.୩ କୋଟି ଇ-ୱେ ବିଲ ପ୍ରସ୍ତୁତ ହୋଇଥିଲା, ଯାହାକି ଅଗଷ୍ଟ ୨୦୨୨ରେ ପ୍ରସ୍ତୁତ ହୋଇଥିବା ୭.୭ କୋଟି ଇ-ୱେ ବିଲ ଠାରୁ ଉଲ୍ଲେଖନୀୟ ଭାବେ ଅଧିକ ।

ତଳେ ଦିଆଯାଇଥିବା ସାରଣୀରେ ଚଳିତ ବର୍ଷ ମାସିକ ଜିଏସଟି ରାଜସ୍ୱ ସଂଗ୍ରହର ବର୍ଦ୍ଧିତ ଧାରା ପ୍ରଦର୍ଶିତ ହୋଇଛି । ସବୁଠୁ ତଳେ ଥିବା ସାରଣୀରେ ଅକ୍ଟୋବର ୨୦୨୨ ଏବଂ ଅକ୍ଟୋବର ୨୦୨୧ ରେ ସଂଗୃହିତ ଜିଏସଟି ରାଜସ୍ୱର ତୁଳନାତ୍ମକ ତଥ୍ୟ ପ୍ରଦାନ କରାଯାଇଛି ।

 

 

https://static.pib.gov.in/WriteReadData/userfiles/image/image001RUWB.png

 

 

ଅକ୍ଟୋବର ୨୦୨୨ରେ ସଂଗୃହିତ ଜିଏସଟି ରାଜସ୍ୱର ରାଜ୍ୟୱାରୀ ଅଭିବୃଦ୍ଧି

ରାଜ୍ୟ

ଅକ୍ଟୋବର ୨୦୨୧

ଅକ୍ଟୋବର ୨୦୨୨

ଅଭିବୃଦ୍ଧି ପ୍ରତିଶତ

ଜମ୍ମୁ କଶ୍ମୀର

648

425

-34%

ହିମାଚଳ ପ୍ରଦେଶ

689

784

14%

ପଞ୍ଜାବ

1,595

1,760

10%

ଚଣ୍ଡିଗଡ଼

158

203

28%

ଉତ୍ତରାଖଣ୍ଡ

1,259

1,613

28%

ହରିୟାଣା

5,606

7,662

37%

ଦିଲ୍ଲୀ

4,045

4,670

15%

ରାଜସ୍ଥାନ

3,423

3,761

10%

ଉତ୍ତରପ୍ରଦେଶ

6,775

7,839

16%

ବିହାର

1,351

1,344

-1%

ସିକ୍କିମ୍

257

265

3%

ଅରୁଣାଚଳ ପ୍ରଦେଶ

47

65

39%

ନାଗାଲାଣ୍ଡ

38

43

13%

ମଣିପୁର

64

50

-23%

ମିଜୋରାମ

32

24

-23%

ତ୍ରିପୁରା

67

76

14%

ମେଘାଳୟ

140

164

17%

ଆସାମ

1,425

1,244

-13%

ପଶ୍ଚିମବଙ୍ଗ

4,259

5,367

26%

ଝାଡ଼ଖଣ୍ଡ

2,370

2,500

5%

ଓଡ଼ିଶା

3,593

3,769

5%

ଛତିଶଗଡ

2,392

2,328

-3%

ମଧ୍ୟପ୍ରଦେଶ

2,666

2,920

10%

ଗୁଜରାଟ

8,497

9,469

11%

ଡାମନ ଓ ଡ୍ୟୁ

0

0

20%

ଦାଦ୍ରା ନଗର ଓ ହାଭେଳୀ

269

279

4%

ମହାରାଷ୍ଟ୍ର

19,355

23,037

19%

କର୍ଣ୍ଣାଟକ

8,259

10,996

33%

ଗୋଆ

317

420

32%

ଲାକ୍ଷାଦୀପ

2

2

14%

କେରଳ

1,932

2,485

29%

ତାମିଲନାଡ଼ୁ

7,642

9,540

25%

ପୁଡୁଚେରୀ

152

204

34%

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ

26

23

-10%

ତେଲଙ୍ଗାନା

3,854

4,284

11%

ଆନ୍ଧ୍ରପ୍ରଦେଶ

2,879

3,579

24%

ଲଦାଖ

19

33

74%

ଅନ୍ୟାନ୍ୟ ପ୍ରଦେଶ

137

227

66%

କେନ୍ଦ୍ରୀୟ ଅଧିକାର କ୍ଷେତ୍ର

189

140

-26%

ସର୍ବମୋଟ

96,430

1,13,596

18%

 

******

P.S.



(Release ID: 1872664) Visitor Counter : 180