ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୁଜରାଟର ଜୁନାଗଡ଼ରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
Posted On:
19 OCT 2022 10:30PM by PIB Bhubaneshwar
ଭାରତ ମାତା କୀ ଜୟ,
ଭାରତ ମାତା କୀ ଜୟ !
ଏଭଳି ଲାଗୁଛି ଯେ ଆପଣଙ୍କର ଏଠାରେ ଆଗୁଆ ଦୀପାବଳୀ ଆସି ଯାଇଛି, ସେ ହୁଏତ ପର୍ବ ପର୍ବାଣୀର ଦିନ ହେଉ, ସାମ୍ନାରେ ଧନତେରସ ଆସୁଛି, ଦୀପାବଳୀ ହେଉ, ନୂତନ ବର୍ଷର ପ୍ରସ୍ତୁତି ହେଉ, ସବୁ ଲୋକ ନିଜ ନିଜ କାର୍ଯ୍ୟରେ ମଜ୍ଜି ଯାଇଛନ୍ତି ଆଉ ପୁଣି ମଧ୍ୟ ଏତେ ସବୁ ଜନତା, ଯେଉଁଠି ଯେଉଁଠି ମୋର ଦୃଷ୍ଟି ପାଉଛି, ଏଭଳି ଲାଗୁଛି ଯେପରି ଆଶୀର୍ବାଦର ଗଙ୍ଗା ବହୁଛି, ଜୟ ଗିରନାରୀ । ଏତେ ବିଶାଳ ସଂଖ୍ୟାରେ ସନ୍ଥ ମହାତ୍ମା ଆଶୀର୍ବାଦ ଦେବା ପାଇଁ ଆସିଲେ, ଏହାଠାରୁ ବଡ଼ ଉତ୍ସାହ ଆଉ କ’ଣ ହୋଇପାରେ । ଏହା ତ ହେଉଛି ସିଂହଙ୍କର ମଧ୍ୟ ଧରଣୀ ଆଉ ନରସିଂହଙ୍କର ମଧ୍ୟ ହେଉଛି ଧରଣୀ, ଆଉ ବିଶେଷ କରି ଯେଉଁ ମାଆମାନେ- ଭଉଣୀମାନେ ବିଶାଳ ସଂଖ୍ୟାରେ ଆସିଛନ୍ତି, ସେମାନଙ୍କର ଯେଉଁ ଆଶୀର୍ବାଦ ମିଳୁଛି, ସେମାନଙ୍କୁ ମୁଁ ସମ୍ପୂର୍ଣ୍ଣ ହୃଦୟର ସହିତ କୃତଜ୍ଞତା ଜ୍ଞାପନ କରୁଛି।
ଭାଇ ଓ ଭଉଣୀମାନେ,
ଆଜି ଜୁନାଗଡ, ଗିର ସୋମନାଥ, ପୋରବନ୍ଦର, ଲୋକମାନେ ମଧ୍ୟ ସଂଖ୍ୟା ଗଣି ପାରିବେ ନାହିଁ, ସେତେ ବଡ଼ ବିକାଶ 4 ହଜାର କୋଟିରୁ ମଧ୍ୟ ଅଧିକ ପ୍ରକଳ୍ପ, ତାହାର ଲୋକାର୍ପଣ, ଶିଳାନ୍ୟାସ ହୋଇଛି। ଗୋଟିଏ ସମୟ ଥିଲା ଯେତେବେଳେ ସମ୍ପୂର୍ଣ୍ଣ ଗୁଜରାଟର 12 ମାସର ସମ୍ପୂର୍ଣ୍ଣ ବଜେଟ ଯେତିକି ଥିଲା, ତା’ଠାରୁ ମଧ୍ୟ ଅଧିକ ଲୋକାର୍ପଣ ଏବଂ ଶିଳାନ୍ୟାସର କାର୍ଯ୍ୟକ୍ରମ ଆଜି ମୁଁ ଗୋଟିଏ ଦିନର ରହଣୀ କାଳ ମଧ୍ୟରେ ଗୁଜରାଟର ଧରଣୀରେ କରୁଛି। ଏହା ହେଉଛି ଆପଣମାନଙ୍କର ଆଶୀର୍ବାଦର ପରିଣାମ, ଆଉ ଏହି ବିକାଶ କାର୍ଯ୍ୟଗୁଡ଼ିକର ଲାଭ ମୋର ମତ୍ସ୍ୟଜୀବୀ ଭାଇ- ଭଉଣୀମାନଙ୍କର ଜୀବନକୁ ସହଜ ଓ ସରଳ କରିବାର କାର୍ଯ୍ୟରେ ଆସିବ। ଆମର ଏହି ଜୁନାଗଡ଼ ତ ସଦା ସର୍ବଦା ଆଗରୁ କହି ଆସୁଥିଲା ଯେ ଗୁଜରାଟର ପର୍ଯ୍ୟଟନ କ୍ଷେତ୍ରର ରାଜଧାନୀ ଏଭଳି ଶକ୍ତି ଆମର ଏହି ଜୁନାଗଢ଼, ଗିର- ସୋମନାଥ, ଆମର ପୋରବନ୍ଦରରେ ରହିଛି। ରୋଜଗାରର ସ୍ୱରୋଜଗାରର କେତେ ସୁଯୋଗ ନେଇ ଏହି ଯୋଜନା ସବୁ ଆସିଛି। ବିକାଶର ଏଭଳି ବର୍ଷା, ବିକାଶର ଅନେକ ଗୁଡ଼ିଏ ଦିଗ ପାଇଁ ଆପଣ ସମସ୍ତଙ୍କର ଦୀପାବଳୀର ଉପହାର ସ୍ୱରୂପ ଏହି ଅବସରକୁ ପାଳନ କରିବା ପାଇଁ ବହୁତ- ବହୁତ ଅଭିନନ୍ଦନ ଜଣାଉଛି।
ଭାଇ ଓ ଭଉଣୀମାନେ,
ଆଜି ମୋର ଛାତି ଫୁଲି ଉଠୁଛି, କାରଣ ଆପଣମାନଙ୍କ ପାଇଁ, ଆପଣମାନଙ୍କର ଆଶୀର୍ବାଦ କାରଣରୁ ଆଉ ମୋତେ ଏହି କଥାରେ ଖୁସି ଅନୁଭବ ହେଉଛି ଯେ ଗୁଜରାଟ ଛାଡ଼ିବା ପରେ ଆମ ଟିମ୍ ଯେଉଁଭଳି ଭାବେ ଗୁଜରାଟକୁ ସମ୍ଭାଳିଛନ୍ତି, ଭୂପେନ୍ଦ୍ର ଭାଇ ଆଉ ତାଙ୍କର ଟିମ ଯେଉଁଭଳି ଭାବେ ଗୁଜରାଟରେ ଦ୍ରୁତ ଗତିରେ ବିକାଶ କାର୍ଯ୍ୟ କରୁଛନ୍ତି, ତା’ଠାରୁ ଅନ୍ୟ କିଛି ଆନନ୍ଦର ବିଷୟ ଆଉ କ’ଣ ହୋଇପାରେ, ଆଜି ଗୁଜରାଟର ବିକାଶ ସମସ୍ତ କ୍ଷେତ୍ରରେ ବହୁତ ଦ୍ରୁତ ଗତିରେ ଚାଲୁ ରହିଛି।
କିନ୍ତୁ ଭାଇ ଓ ଭଉଣୀମାନେ,
ଆମେ ଯେବେ ପୁରୁଣା ଦିନଗୁଡ଼ିକୁ ମନେ ପକାଉଛୁ ସେତେବେଳେ ଏଠାରେ କେତେକ ବୟସ୍କ ବ୍ୟକ୍ତି ବସିଛନ୍ତି, ସେମାନଙ୍କୁ ଜଣାଅଛି ଯେ ଆମେ କେଉଁଭଳି ପ୍ରକାରର ଦିନ ସବୁ ଅତିବାହିତ କରିଛେ, 10 ବର୍ଷରୁ 7 ବର୍ଷ ମରୁଡ଼ି ପଡ଼ୁଥିଲା। ପାଣି ପାଇଁ ବ୍ୟାକୁଳ ହେଉଥିଲେ, ଗୋଟିଏ ପଟେ ପ୍ରକୃତି ଋଷୁଥିଲା ଆଉ ଏଇ ମୋର ଏ ଯେଉଁ ଘେଘୁର ସମୁଦ୍ରର ଲୁଣି ପାଣି ଭିତର ପର୍ଯ୍ୟନ୍ତ ହିଁ ଚାଲି ଆସୁଥିଲା, ମାଟିରେ କିଛି ମଧ୍ୟ ଉତ୍ପନ୍ନ ହୋଇ ପାରୁ ନ ଥିଲା, ଏଭଳି ଆମର ମାଟିର ଅବସ୍ଥା ହୋଇ ଯାଇଥିଲା । କାଠିଆୱାଡ଼ ଖାଲି ହେଉଥିଲା, ଗାଁ- ଗାଁରେ ଲୋକ ଗାଁ ଛାଡି ଦେଇ, କେହି ସୁରଟ ଚାଲି ଯାଉଥିଲା, କେହି ହିନ୍ଦୁସ୍ତାନର ଅନ୍ୟ ସ୍ଥାନକୁ ଚାଲି ଯାଉଥିଲା, ପେଟପାଟଣା ପାଇଁ ଦୌଡ଼ିବାକୁ ପଡ଼ୁଥିଲା। କିନ୍ତୁ ଆମେ ସମସ୍ତେ ଯେଉଁ ପରିଶ୍ରମ କଲେ ଆଉ ସମର୍ପଣର ଭାବନା ସହିତ ଯେଉଁ ପରିଶ୍ରମ କରିଛୁ ନା, ତେଣୁ ପ୍ରକୃତି ମଧ୍ୟ ଆଶୀର୍ବାଦ ଦେଇଥାଏ। ଗର୍ବ କରନ୍ତୁ ଭାଇମାନେ, 2001 ପରେ ଈଶ୍ୱରଙ୍କର କୃପା ଦେଖନ୍ତୁ, 20 ବର୍ଷରୁ ମଧ୍ୟ ଅଧିକ ସମୟ ହୋଇ ସାରିଛି, ଗୋଟିଏ ବର୍ଷ ମଧ୍ୟ ମରୁଡ଼ି ହୋଇ ନାହିଁ। ଏହାକୁ ଆଶୀର୍ବାଦ କହିବା ନାହିଁ ତ ଆଉ କ’ଣ କହିବା ଭାଇ, ଗୋଟିଏ ପଟେ ଆପଣମାନଙ୍କର ଆଶୀର୍ବାଦ ଆଉ ଅନ୍ୟପଟେ ପ୍ରକୃତିର ଆଶୀର୍ବାଦ ଆଉ ସେହି କାରଣରୁ ବିକାଶର ଉପହାର ନେଇ ଜୀବନ ଜୀଇଁବାର ଆନନ୍ଦ ଆସିଛି। ଗୋଟିଏ ସମୟ ଥିଲା, ମାଆ ନର୍ମଦାଙ୍କର ଦର୍ଶନ ପାଇଁ ସ୍ୱତନ୍ତ୍ର ବସ୍ ନେଇ ଲୋକମାନେ ଯାଉଥିଲେ, ପୁଣ୍ୟ ଅର୍ଜନ କରିବା ପାଇଁ, ସମୟ ପରିବର୍ତନ ହେଲା, ପରିଶ୍ରମର ମିଠା ଫଳ କାରଣରୁ ମାଆ ନର୍ମଦା ଆଜି ସୌରାଷ୍ଟ୍ରର ପ୍ରତିଟି ଗାଁରେ ନିଜେ ଆଶୀର୍ବାଦ ପ୍ରଦାନ କରିବାକୁ ଆସୁଛନ୍ତି ଭାଇମାନେ। ପାଣି ପହଂଚିବାକୁ ଲାଗିଛି, ସଡ଼କ ଭଲ ହେବାକୁ ଲାଗିଲାଣି, ଫଳ ଓ ପନିପରିବା ଉତ୍ପାଦନ କରୁଥିବା କୃଷକମାନଙ୍କର ଜୀବନ ପରିବର୍ତନ ହୋଇ ଗଲାଣି ଭାଇମାନେ । ଆଜି ଜୁନାଗଡ଼ରେ, ଏବେ ମୋତେ ଆମର ରାଜ୍ୟପାଳ ସାହେବ ଆଚାର୍ଯ୍ୟ ଦେବବ୍ରତ ମହାଶୟ କହୁଥିଲେ ଯେ ସାହେବ, ଜୁନାଗଡର କୃଷକମାନେ ତ ପ୍ରାକୃତିକ କୃଷିର କାର୍ଯ୍ୟକୁ ଭଲ ଭାବେ ଆପଣାଇ ନେଇଛନ୍ତି, ଆଉ ସମଗ୍ର ଶକ୍ତିର ସହିତ ଏହା ସହିତ ଲାଗି ପଡ଼ିଛନ୍ତି। ଆଉ ଭାଇ ଓ ଭଉଣୀମାନେ ଜୁନାଗଡର କେଶର ଆମ୍ବ ଆଜି କେବଳ ଭାରତରେ ହିଁ ନୁହେଁ ସାରା ବିଶ୍ୱରେ ଏହାର ମିଠାପଣ ପହଂଚି ପାରିଛି। ଆମ ଭାରତ ପାଖରେ ଏତେ ବଡ଼ ସାମୁଦ୍ରିକ ଉପକୂଳ, ଆଉ ସେଥିରେ ଗୁଜରାଟ ପାଖରେ ଏତେ ବଡ଼ ଅଂଶ, କିନ୍ତୁ ଆମକୁ ପୂର୍ବକାଳରେ ଏହି ସମୁଦ୍ର ବଡ଼ ବୋଝ ପରି ଲାଗୁଥିଲା। ଏହି ଲୁଣିଆ ଅଂଚଳ, ଲୁଣି ବାୟୁ ଆମକୁ ବିଷ ପରି ଲାଗୁଥିଲା, ସମୟ ଦେଖନ୍ତୁ ଭାଇ, ଯେଉଁ ସମୁଦ୍ର ଆମକୁ ଅସୁବିଧାରେ ପକାଉଥିଲା, ସେହି ସମୁଦ୍ର ଆଜି ଆମକୁ ପରିଶ୍ରମର ଫଳ ପ୍ରଦାନ କରୁଛି। ଯେଉଁ କଚ୍ଛର ରଣ ସ୍ଥାନର ଧୂଳି କଣା ଆମ ପାଇଁ ଅସୁବିଧା ଆଣି ଆସୁଥିଲା, ସେହି କଚ୍ଛ ଆଜି ଗୁଜରାଟର ବିକାଶର ମୂଳଦୂଆକୁ ସମ୍ଭାଳିଛି, ଏଠାରେ ଏହିପରି ହେଉଛି। ପ୍ରାକୃତିକ ବିପରୀତ ପରିସ୍ଥିତିରେ ମଧ୍ୟ ଗୁଜରାଟ ତାହାର ମଧ୍ୟ ମୁକାବିଲା କରିଛି ଆଉ ପ୍ରଗତିର ନୂତନ ଶୀଖରକୁ ହାସଲ କରିଛି ଭାଇମାନେ। 20-25 ବର୍ଷ ପୂର୍ବେ ଆମେ ଯେତେବେଳେ ପରିସ୍ଥିତିକୁ ବଦଳାଇବାକୁ ସଂକଳ୍ପ କରିଥିଲୁ, ଦାୟିତ୍ୱ ନେଇଥିଲୁ, ଏକ- ଏକ କ୍ଷଣ ଖର୍ଚ୍ଚ କରିଥିଲୁ ଆଉ ଆଜି ସେହି 20-25 ବର୍ଷର ଯୁବକ ଯେଉଁମାନେ ଅଛନ୍ତି, ଯେଉଁମାନଙ୍କୁ ଜଣା ପଡ଼ିବ ନାହିଁ ଯେ ପୂର୍ବର ଦିନଗୁଡ଼ିକ କିଭଳି ଥିଲା, ସେମାନେ କଳ୍ପନା ମଧ୍ୟ କରି ପାରିବେ ନାହିଁ, ଏଭଳି ଭଲ (ଆଚ୍ଛେ) ଦିନ ଆଣିବାର ଚେଷ୍ଟା ଆମେ କରିଛୁ ଭାଇମାନେ।
ଆମେ ଆମର ମତ୍ସ୍ୟଜୀବୀ ଭାଇ-ଭଉଣୀମାନଙ୍କର ବିକାଶ ପାଇଁ ଗୁଜରାଟରେ ସାଗର ଖେଡ଼ୁ ଯୋଜନା ଆରମ୍ଭ କଲୁ। ଏହି ଯୋଜନା ମାଧ୍ୟମରେ ଆମର ମତ୍ସ୍ୟଜୀବୀ ମାନଙ୍କର ସୁରକ୍ଷା, ସେମାନଙ୍କର ସୁବିଧା, ଆମର ମତ୍ସ୍ୟଜୀବୀ ଭାଇ ଭଉଣୀମାନଙ୍କୁ ବ୍ୟବସାୟ କରିବା ପାଇଁ ଜରୁରୀ ଭିତିଭୂମି ଯୋଗାଇ ଦେବା ଉପରେ ଆମେ ଗୁରୁତ୍ୱ ଦେଇଛୁ। ଆଉ ଯାହାର ପରିଣାମ ଏହା ହେଲା ଯେ 20 ବର୍ଷରେ କେହି ମଧ୍ୟ ଗୁଜରାଟୀ ଥିବେ ଭାଇମାନେ ଯିଏ 20 ବର୍ଷରେ ମାଛର ରପ୍ତାନୀ ବିଶ୍ୱରେ 7 ଗୁଣ ବଢ଼ିଗଲା। ଆଉ ଭାଇମାନେ- ଭଉଣୀମାନେ ଯେତେବେଳେ ଆମର ମାଛର ଏତେ ପରିମାଣରେ ରପ୍ତାନୀ ହୋଇଥାଏ, ଆଉ ଏହା ବିଶ୍ୱରେ ପହଂଚିଥାଏ, ସେତେବେଳେ ମୋର ଏକ ପୁରୁଣା ଘଟଣା ଏଠାରେ ମନେ ପଡ଼ୁଛି ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ଜାପାନର ଏକ ପ୍ରତିନିଧି ଦଳ ଆସିଥିଲେ, ସେତେବେଳେ ମୁଁ ସେମାନଙ୍କୁ ଗୁଜରାଟ ବିକାଶର ଭିଡିଓ କରି ଦେଖାଉଥିଲି, ଆଉ ଜାପାନୀ ଭାଷାରେ ସେଥିରେ ଏକ କମେଂଟ୍ରି ଥିଲା ଆଉ ସେହି ଲୋକମାନେ ମଧ୍ୟ ଆନ୍ତରିକତାର ସହିତ ସବୁ ଜିନିଷଗୁଡ଼ିକୁ ବୁଝିବାକୁ ଚେଷ୍ଟା କରୁଥିଲେ, ସେତିକି ବେଳେ ହଠାତ ସେହି ଜାପାନର ଲୋକମାନେ କହିଲେ ସାହାବ ଦୟାକରି, ଏହାକୁ ଟିକେ ବନ୍ଦ କରନ୍ତୁ, ମୁଁ କହିଲି କ’ଣ ହେଲା ଭାଇ, ଏହି ଭିଡିଓକୁ ତ ମୁଁ ବୁଝାଉଛି ଏବେ ଆଉ ଆପଣ କହୁଛନ୍ତି ଏହାକୁ ତୁରନ୍ତ ବନ୍ଦ କରନ୍ତୁ, ମୁଁ କିଛି ବୁଝି ପାରିଲି ନାହିଁ, ମୁଁ କହିଲି କାହିଁକି ବନ୍ଦ କରିବି। ସେତେବେଳେ ସେମାନେ କହିଲେ ସାହାବ ଆପଣ ଏସବୁ ଯେଉଁ ସମୁଦ୍ର କୂଳ ଦେଖାଇଛନ୍ତି, ଆଉ ମତ୍ସ୍ୟଜୀବୀ ଦେଖାଇବାକୁ ଲାଗିଛନ୍ତି, ଆଉ ସେ ଯେଉଁ ସୁରମୀ ମାଛ ଦେଖା ଯାଉଛି ନା, ଏବେ ମୋ ମୁହଁରୁ ଲାଳ ବାହାରି ଯାଉଛି, ଏବେ ମୁଁ ବସି ପାରିବି ନାହିଁ, ଏବେ ମୋତେ ଯିବାକୁ ଦିଅନ୍ତୁ, ଆପଣମାନଙ୍କର ଏତେ କୀର୍ତି ରହିଛି ଯେ ସୁରମୀ ମାଛର ନାମକୁ ଶୁଣିଲେ ଆଉ ତାଙ୍କ ମୁହଁରେ ଲାଳ ଆସିଗଲା। ଆଜି ସୁରମୀ ନାମର ମାଛ ଜାପାନର ବଜାରରେ ଗୁଜରାଟର ନାମକୁ ନେଇ ପରିଚିତ ହେଉଛି ଭାଇମାନେ। ଗୁଜରାଟର ସୁରମୀ ମାଛର ହଜାର- ହଜାର କୋଟି- କୋଟି ଟଙ୍କାର ରପ୍ତାନୀ ବର୍ଷକରେ ହେଉଛି ଆଉ ଏବେ ତ ବଲସାଡରେ ମଧ୍ୟ ସାମୁଦ୍ରିକ ଖାଦ୍ୟ (ସି- ଫୁଡ୍) ପାର୍କ ରହିଛି, ସେଥିରେ ମଧ୍ୟ ରପ୍ତାନୀ ହେଉଛି। ସତ୍ସ୍ୟ ଚାଷ କ୍ଷେତ୍ରରେ ମଧ୍ୟ ଆମେ ନୂଆ- ନୂଆ ସିଦ୍ଧାନ୍ତ ପ୍ରାପ୍ତ କରୁଛୁ।
ଭାଇ ଓ ଭଉଣୀମାନେ,
ବିଗତ 8 ବର୍ଷରେ ଡବଲ ଇଂଜିନର ସରକାରଙ୍କର ଡବଲ ଲାଭ ମୋର ଗୁଜରାଟର ସମୁଦ୍ର କୂଳକୁ ସମୁଦ୍ର ତଟକୁ ମିଳୁଛି। ମାଛ ହେଉ, ସି- ଫୁଡ଼୍ ହେଉ, ତାହାର ବ୍ୟବସାୟ ବଢ଼ିଛି, ପୂର୍ବରୁ ଆମର ଏଠାରେ ଚାନେଲର ଗଭୀରତା ଆବଶ୍ୟକ ଥିଲା, ଆମ ମତ୍ସ୍ୟଜୀବୀ ଭାଇମାନଙ୍କୁ ସମୁଦ୍ର ଉଛୁଳୁଥିବା କାରଣରୁ ଅସୁବିଧା ହେଉଥିଲା। ମାଛ ଧରିଥିବେ ଆଉ ସମୁଦ୍ର କୂଳକୁ ଆଣିବା କଥା ହେଲେ ବହୁତ ଅସୁବିଧା ହେଉଥିଲା, ଏବେ ଯେତେବେଳେ ଗୁଜରାଟ ଭିତରେ ମାଛଧରା ବନ୍ଦର ନିର୍ମାଣ କରିବାର ଅଭିଯାନ ଆରମ୍ଭ କଲୁ, ତେବେ ଆମେ ଆମର ସାଗର ଖେଡ଼ୁର ଅସୁବିଧାଗୁଡ଼ିକୁ ଦୂର କରିବା ପାଇଁ ଚେଷ୍ଟା କଲୁ। ଦୁଇ ଦଶକରେ କେତେ ବଡ଼ ମାଛଧରା ବନ୍ଦର ବିକଶିତ କରାଯାଇ ଆଉ ଯେଉଁ ସବୁ ପୁରୁଣା ଥିଲା, ସେଗୁଡ଼ିକୁ ମଧ୍ୟ ଆଧୁନିକ କରାଗଲା। ଡବଲ ଇଂଜିନର ସରକାର ପ୍ରତିଷ୍ଠା ହେବା ପରେ ଏହି କାର୍ଯ୍ୟରେ ଦୁଇଗୁଣ ଗତି ଆସିଗଲା।
ଆଜି ମଧ୍ୟ 3ଟି ମାଛଧରା ବନ୍ଦର ବିକଶିତ କରିବାର ଶିଳାନ୍ୟାସ ହେଉଛି ଭାଇମାନେ। ଆପଣମାନେ କଳ୍ପନା କରି ପାରିବେ ଯେ ଆମ ଅଂଚଳରେ କିଭଳି ଆର୍ଥିକ ଗତି ଆସିବାକୁ ଯାଉଛି। ମତ୍ସ୍ୟଜୀବୀ ମାନଙ୍କର ଜୀବନରେ କେତେ ବଡ଼ ପରିବର୍ତନ ଆସିବାକୁ ଯାଉଛି। ମାଛଧରା ବନ୍ଦର ଦ୍ୱାରା ମାଛର ପରିବହନ ବହୁତ ସହଜ ହୋଇଯିବ ଏବଂ ରପ୍ତାନୀ ମଧ୍ୟ ଖୁବ ଦ୍ରୁତ ଗତିରେ ହେବ। ଏହା ସହିତ ହିଁ ଏବେ ଆମେ ଡ୍ରୋନ ନୀତି ନେଇକରି ଆସିଛୁ। ଏବେ ତ ଡ୍ରୋନ 20- 20 କେଜି, 25-25 କେଜି, 50 କେଜିର ଜିନିଷ ଧରି ନେଇ ଯାଉଛି, ଆଉ ତାହାର କାରଣ ହେଉଛି ଯେଉଁଠାରେ ସମୁଦ୍ର ନାହିଁ, ଏଭଳି ଯେଉଁ ଅଂଚଳ ରହିଛି, ଏହି ଡ୍ରୋନ ଦ୍ୱାରା ମାଛ ପହଂଚି ପାରୁ ଆଉ ସତେଜ ଜିନିଷ ପହଂଚୁ ଏଥିପାଇଁ ସୁଯୋଗ ସୃଷ୍ଟି କରାଯାଉଛି ଭାଇମାନେ। ବିକାଶ କେତେ ଲାଭ ପହଂଚାଇଥାଏ, ଏହା ହେଉଛି ତାହାର ଉଦାହରଣ ଭାଇମାନେ।
ଭାଇ ଓ ଭଉଣୀମାନେ,
ଡବଲ ଇଂଜିନ ସରକାର, ମୋର କୃଷକ ଭାଇ, ଆମର ଗାଁ, ସେମାନଙ୍କର ଆବଶ୍ୟକତାଗୁଡ଼ିକୁ ଧ୍ୟାନରେ ରଖି କାର୍ଯ୍ୟ କରୁଛନ୍ତି, ଆମ ସରକାର ପିଏମ କିଷାନ ସମ୍ମାନ ନିଧି, ଆପଣମାନେ ଦେଖିଲେ, ଏବେ ଦୁଇ ଦିନ ପୂର୍ବରୁ ହିଁ ଦିଲ୍ଲୀରୁ ମୁଁ ଦୁଇ ହଜାର ଟଙ୍କା ପ୍ରତ୍ୟେକ କୃଷକଙ୍କ ଖାତାକୁ ପଠାଇଛି, ଆଉ କ୍ଷେତରେ ବସିଥିବା କୃଷକମାନଙ୍କ ଖାତାରେ ଜମା ହୋଇଥିବା କଥା ତୁରନ୍ତ ସେମାନଙ୍କ ମୋବାଇଲକୁ 2 ହଜାର ଟଙ୍କା ଆସିଗଲା ଆଉ ଏହି ଟଙ୍କା ସେମାନଙ୍କ ଖାତାରେ ଜମା ହୋଇଗଲା ଭାଇ। ଆଉ ଏ ପର୍ଯ୍ୟନ୍ତ ଯେତେ ଟଙ୍କା ମଧ୍ୟ ଦିଆ ଯାଇଛି ନା, ସେଗୁଡ଼ିକ ମୋଟ 2 ଲକ୍ଷ 16 ହଜାର କୋଟି ପ୍ରାୟ ଦୁଇ ଲକ୍ଷ ପଚିଶ କୋଟି ଟଙ୍କା ଏଟି ମୋର କୃଷକଙ୍କ ଖାତାରେ ଜମା କରାଯାଇଛି ଭାଇମାନେ।
ଭାଇ ଓ ଭଉଣୀମାନେ,
ଏହାର ଲାଭ ମୋ ଗୁଜରାଟର କୃଷକମାନଙ୍କୁ ମଧ୍ୟ ମିଳିଛି, ସେମାନଙ୍କ ଖାତାରେ ମଧ୍ୟ ହଜାର- ହଜାର କୋଟି ଟଙ୍କା, ଆଉ ତାହାର ବଡ଼ ଲାଭ କ୍ଷୁଦ୍ର ଚାଷୀମାନଙ୍କୁ ମିଳିଛି, ଯାହାଙ୍କ ପାଖରେ କେବଳ ଏକ ମାଣ, ଦୁଇ ମାଣ ଜମି ଅଛି, ସିଂଚନ ପାଇଁ ପାଣି ଖୋଜିବାକୁ ପଡେ, ଯେଉଁମାନେ ବର୍ଷା ଉପରେ ନିର୍ଭର କରି ବଂଚନ୍ତି, ସେମାନଙ୍କ ପାଇଁ ତ ଏହି ଅର୍ଥ ବହୁତ କାର୍ଯ୍ୟରେ ଆସିବ। ଆମ ସରକାର ଯିଏ ପ୍ରଥମ ଥର ପାଇଁ ପଶୁପାଳନ ହେଉ, କୃଷକ ହେଉ, ସାଗର ଖେଡ଼ୁର ମୋର ମତ୍ସ୍ୟଜୀବୀ ଭାଇମାନେ ହୁଅନ୍ତୁ, ତାଙ୍କୁ କିଷାନ କ୍ରେଡିଟ କାର୍ଡ- କେସିସି ସୁବିଧା ସହିତ ଆମେ ଯୋଡ଼ି ଦେଇଛୁ। ପୂର୍ବରୁ ଏହା କେବଳ କୃଷକମାନଙ୍କ ପାଇଁ ଥିଲା। ଆମେ ତାହାର ବିସ୍ତାର କରି ପଶୁପାଳକମାନଙ୍କୁ ଏହା ସହିତ ଯୋଡ଼ିଛୁ, ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ଏଥିରେ ସାମିଲ କରିଛୁ ଆଉ ଯେଉଁ କାରଣରୁ ବ୍ୟାଙ୍କରୁ ଋଣ ନେବା ପାଇଁ ମତ୍ସ୍ୟଜୀବୀ ଏବଂ ମୋର ପଶୁପାଳକମାନଙ୍କ ପାଇଁ ରାସ୍ତା ସହଜ ହୋଇ ଯାଇଛି। ଆଉ ଯାହାର ଲାଭ 3.50 କୋଟିରୁ ମଧ୍ୟ ଅଧିକ ଲୋକ ନେଉଛନ୍ତି ଭାଇମାନେ- ଭଉଣୀମାନେ, ଆଉ ବହୁତ ହିଁ କମ୍ ସୁଧରେ ଏହି ଋଣ ଅର୍ଥ ମିଳି ପାରୁଛି। ସେମାନଙ୍କୁ ସାହୁକାରଙ୍କ ଘରକୁ ଯିବାକୁ ପଡ଼ୁ ନାହିଁ, ଋଣଭାର ତଳେ ଦବି ଯିବାକୁ ପଡ଼ୁ ନାହିଁ, ଆଉ ନିଜର ଜୀବିକାର ବିକାଶ ପାଇଁ ସେମାନେ ଏହି ଅର୍ଥର ପ୍ରକୃତ ବିନିଯୋଗ କରି ପାରୁଛନ୍ତି। ବୋଟରୁ ନେଇ ଜ୍ୟାକେଟ ପର୍ଯ୍ୟନ୍ତ ଡିଜେଲ ହେଉ, ଶ୍ରମିକ ହୁଅନ୍ତୁ, ତେଲ ହେଉ, ଏ ସବୁଗୁଡ଼ିକ ପାଇଁ ଏହି ଖର୍ଚ୍ଚ ତାଙ୍କୁ ଖୁବ ଶକ୍ତି ପ୍ରଦାନ କରୁଛି ଭାଇମାନେ। ଆଉ ଯେଉଁ ଲୋକମାନେ ଠିକ୍ ସମୟରେ ଅର୍ଥ ଫେରାଇ ଦେଉଛନ୍ତି, ସ୍ଥିର କରାଯାଇଥିବା ତାରିଖରେ ଅର୍ଥ ଫେରାଇ ଦେଉଛନ୍ତି, ତେବେ ସୁଧ ଶୂନ ହୋଇ ଯାଉଛି, ଜିରୋ ସୁଧ ଲାଗୁଛି। ଏହାଠାରୁ ବଡ଼ ଲାଭ ଆଉ କ’ଣ ହେବ ଭାଇମାନେ। ଏହି କିଷାନ କ୍ରେଡିଟ କାର୍ଡ ମୋର ପଶୁପାଳକମାନଙ୍କ ଜୀବନକୁ ମଧ୍ୟ ସହଜ କରି ଦେଇଛି, ବିଗତ ଦୁଇ ଦଶକରେ ଗୁଜରାଟରେ ଯେଉଁ ବନ୍ଦରର ବିକାଶ ହୋଇଛି, ସେଗୁଡ଼ିକ ମଧ୍ୟ ଗୁଜରାଟର ବିକାଶକୁ ଏକ ପ୍ରକାରରେ ସମୃଦ୍ଧିର ପ୍ରବେଶ ଦ୍ୱାର ସହିତ ଯୋଡ଼ି ଦେଇଛି, ନୂତନ କ୍ଷମତାଗୁଡ଼ିକ ସହିତ ମଧ୍ୟ ଯୋଡ଼ି ଦେଇଛି। ସାଗରମାଳା ଯୋଜନା ମାଧ୍ୟମରେ ସାରା ଦେଶରେ ସମଗ୍ର ସମୁଦ୍ର କୂଳରେ ଭିତିଭୂମି ସୁଦୃଢ଼ ହେଉ, କେବଳ ବନ୍ଦରଗୁଡ଼ିକର ବିକାଶ ନୁହେଁ, ପୋର୍ଟର ବିକାଶ ନୁହେଁ, ବନ୍ଦର ଆଧାରିତ ବିକାଶ କାର୍ଯ୍ୟ ଆମେ କରିଛୁ। ଆଉ ଆଜି ଆପଣମାନେ ଦେଖିଲେ ଯେ ଗୁଜରାଟର ସମୁଦ୍ର କୂଳରେ ସାଗରମାଳାର କେତେ ବଡ଼ ଅଭିଯାନ ଆରମ୍ଭ କରୁଛୁ। ଉପକୂଳ ରାଜପଥ ଯେଉଁଥିପାଇଁ ଜୁନାଗଢ଼ ବ୍ୟତୀତ ପୋର ବନ୍ଦର, ଜାମନଗର, ଦେବଭୂମି ଦ୍ୱାରକା, ମୋରବୀ ଠାରୁ ନେଇ ମଧ୍ୟରୁ ନେଇ ଦକ୍ଷିଣ ଗୁଜରାଟ ପର୍ଯ୍ୟନ୍ତ ଏହାକୁ ସମ୍ପ୍ରସାରିତ କରାଯାଇଛି ଭାଇମାନେ, ଏହାର ଅର୍ଥ ଏହା ଯେ ଗୁଜରାଟର ସମ୍ପୂର୍ଣ୍ଣ ଉପକୂଳ ତାହାର ଯୋଗାଯୋଗ ଯୋଗୁଁ ମଜବୁତ ହେବାକୁ ଯାଉଛି।
ଭାଇ ଓ ଭଉଣୀମାନେ,
ବିଗତ 8 ବର୍ଷରେ ସରକାର ମାଆମାନଙ୍କ- ଭଉଣୀମାନଙ୍କ ଜୀବନ ପାଇଁ ଯେଉଁ କାର୍ଯ୍ୟ କରିଛନ୍ତି ଗୋଟିଏ ପରେ ଗୋଟିଏ ଯେଉଁ ପଦକ୍ଷେପ ଉଠାଉଛନ୍ତି, ତାହା ଯୋଗୁଁ ମୋର ମାଆ ଓ ଭଉଣୀମାନେ ସମ୍ମାନର ସହିତ ବଂଚି ପାରନ୍ତୁ, ଏଭଳି ବ୍ୟବସ୍ଥା କରାଯାଇଛି ଆଉ ଯାହାର ଲାଭ ମୋର ଗୁଜରାଟର ଲକ୍ଷ- ଲକ୍ଷ ମାଆ ଓ ଭଉଣୀଙ୍କୁ ମିଳିଛି, ଆଉ ଏଥିପାଇଁ ଗୁଜରାଟ ମୋ ପାଇଁ ଏକ ଶକ୍ତି କବଚ ପାଲଟି ଯାଇଛି, ଶକ୍ତି କବଚ, ଏହି ମାଆ- ଭଉଣୀମାନଙ୍କ ନିକଟରେ ମୁଁ ସଦା ସର୍ବଦା ଋଣୀ। ଦେଶ ପାଇଁ କେତେ ବଡ଼- ବଡ଼ ଅଭିଯାନ ଚାଲୁ କରାଯାଇଛି, ଯାହାର ସିଧାସଳଖ ଲାଭ ମୋର ଏହି ମାଆ- ଭଉଣୀମାନଙ୍କୁ ମିଳିଛି। ସ୍ୱଚ୍ଛ ଭାରତ ଅଧୀନରେ କୋଟି- କୋଟି ଶୌଚାଳୟ ନିର୍ମାଣ କରାଯାଇଛି ଆଉ ଶୌଚାଳୟ ପାଇଁ ଆମର ଏଠାରେ ଜାଜରୁ ଶବ୍ଦର ଉପଯୋଗ ହୋଇଥାଏ। ଆମର ଏଠାରେ ଉତର ଭାରତର ଭଉଣୀମାନେ କୁହନ୍ତି ଯେ ଏହା ହେଉଛି ଆମ ପାଇଁ ଗର୍ବର, ଆମର ସମ୍ମାନ ଭଳି ବ୍ୟବସ୍ଥା। କୋଟି- କୋଟି ଶୌଚାଳୟ ନିର୍ମାଣ କରି ଆମେ ଭଉଣୀମାନଙ୍କୁ ଅନେକ ସମସ୍ୟାରୁ ମୁକ୍ତି ଦେଇଛୁ ଆଉ ଯେଉଁଥିପାଇଁ ଅେନକ ବ୍ୟବସ୍ଥାରେ ମଧ୍ୟ ସୁଧାର ହୋଇଛି। ଆମେ ଉଜ୍ଜ୍ୱାଳା ଯୋଜନାରେ ଗ୍ୟାସ ପହଂଚାଇବାର ବ୍ୟବସ୍ଥା ପ୍ରସ୍ତୁତ କଲୁ ଆଉ ମୁଁ ଭୂପେନ୍ଦ୍ର ଭାଇଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି। ତାଙ୍କ ସରକାର ଏହି ଦୀପାବଳୀ ପର୍ବକୁ ଧ୍ୟାନରେ ରଖି ଦୁଇଟି ଗ୍ୟାସ ସିଲିଣ୍ଡର ମାଗଣା ଦେବାକୁ ନିଷ୍ପତି ନେଇଛନ୍ତି, ଯାହାଦ୍ୱାରା ଆମର ଗରିବଙ୍କ ଘରେ ମଧ୍ୟ ଦୀପାବଳୀ ପାଳନ ହେଉ।
ସମସ୍ତଙ୍କ ଘରେ ଘରେ ପାଣି ପହଂଚୁ, ପାଇପ ଯୋଗେ ପାଣି ପହଂଚୁ, ଆମକୁ ଜଣାଅଛି ଯେ ଗୋଟିଏ ସମୟ ଥିଲା, ମୁଖ୍ୟମନ୍ତ୍ରୀଙ୍କୁ, ବିଧାୟକଙ୍କୁ ଆବେଦନପତ୍ର ଦେଉଥିଲେ, ମୁଁ ପୂର୍ବ ସରକାରଗୁଡ଼ିକର କଥା କହୁଛି, ଆଉ ବିଧାୟକ ଦାବୀ କରୁଥିଲେ ଯେ ଆମର 5-5ଟି ଗାଁରେ ଟିକେ ହ୍ୟାଣ୍ଡପମ୍ପ ବସାଇ ଦିଅ। ଆଉ ଯେଉଁ ମୁଖ୍ୟମନ୍ତ୍ରୀ ହ୍ୟାଣ୍ଡପମ୍ପର କଥାକୁ ମଞ୍ଜୁରୀ ଦେଇଥିଲେ, ତାଙ୍କୁ ସେଠାରେ ଢ଼ୋଲ ବାଇଦ ବଜାଇ ତାଙ୍କର ଆନନ୍ଦ ଉତ୍ସବ ପାଳନ କରାଯାଉଥିଲା। ତାହା ଏକ ସମୟ ଥିଲା, ହ୍ୟାଣ୍ଡପମ୍ପ ପାଇଁ ସମସ୍ତେ ଚାହିଁ ବସୁଥିଲେ, ଏଠାରେ ଆପଣଙ୍କ ପୁଅ ଏବେ ଘର- ଘରକୁ ପାଇପ ଦ୍ୱାରା ପାଣି ପହଂଚାଉଛନ୍ତି ଭାଇମାନେ। ଆଉ ବିଶୁଦ୍ଧ ପାଣି ମିଳିବା କାରଣରୁ, ରୋଗ ମଧ୍ୟ କମ୍ ହେଉଛି। ପିଲାମାନେ ମଧ୍ୟ କମ୍ ରୋଗରେ ପଡ଼ୁଛନ୍ତି, ମାଆ ଭଉଣୀମାନଙ୍କର କଷ୍ଟ କମ୍ ହୋଇଛି। ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ପ୍ରସ୍ତୁତି ସମୟରେ ମୋର ମାଆ ଭଉଣୀମାନଙ୍କୁ ସେମାନଙ୍କ ଶରୀରରେ ପୋଷକ ତତ୍ୱ କମ୍ ନ ହେଉ, ମାଆ ଗର୍ଭରେ ଯେଉଁ ପିଲାଅଛି, ତାହାର ବିକାଶ କମ୍ ନ ହେଉ, ପିଲା ବିକଳାଙ୍ଗ ଭାବେ ଜନ୍ମ ନ ହେଉ, ଦିବ୍ୟାଙ୍ଗ ଭାବେ ଜନ୍ମ ନ ହେଉ, ଅବିକଶିତ ଶରୀର ଥିବା ପିଲା ଜନ୍ମ ନ ହେଉ, ସେଥିପାଇଁ ମାଆର ସ୍ୱାସ୍ଥ୍ୟ ଚିନ୍ତା ପାଇଁ ଏହି ମାତୃ ବନ୍ଦନା ଯୋଜନା ଅଣାଗଲା। ସୁସ୍ଥ ପିଲା ଜନ୍ମ ହୁଅନ୍ତୁ, ମାଆ ସୁସ୍ଥ ରହୁ ଏବଂ ସୁସ୍ଥ ପିଲା ହେଉ ଯାହାଦ୍ୱାରା ଭାରତର ଭବିଷ୍ୟତ ମଧ୍ୟ ସୁସ୍ଥ ହୋଇଥାଏ ଭାଇମାନେ। ଆମ ସରକାର ପିଏମ ଆବାସ ଯୋଜନା ଅଧୀନରେ ଯେଉଁ ଘର ଦେଇଛନ୍ତି, ସେହି ଘରେ ମଧ୍ୟ ମୋର ଅନୁରୋଧ ଯେ ଯେତେବେଳେ ମୁଁ ଗୁଜରାଟରେ ଥିଲି, ସେତେବେଳ ଠାରୁ ଏହି ଅନୁରୋଧ ରହିଛି ଯେ ମୁଁ ଯାହା ମଧ୍ୟ ସରକାରଙ୍କର ବ୍ୟବସ୍ଥା ଯୋଗାଇ ଦେବି ଭଉଣୀମାନଙ୍କ ନାମରେ ହିଁ ଦେବି। ଭୂକମ୍ପ ପରେ ଯେଉଁ ଘର ଦିଆଗଲା, ତା’ମଧ୍ୟ ଭଉଣୀମାନଙ୍କ ନାମରେ ହିଁ ଦିଆଗଲା। କାରଣ ଆମକୁ ଜଣାଅଛି ଯେ ଆମର ମାଆ- ଭଉଣୀମାନେ କିଭଳି ସ୍ଥିତିରେ ଥିଲେ। ଚାଷଜମି ହେଉ, ତାହା ପୁରୁଷଙ୍କ ନାମରେ, ଦୋକାନ ଥାଉ, ତାହା ପୁରୁଷଙ୍କ ନାମରେ, ଗାଡ଼ି ହେଉ, ତାହା ପୁରୁଷଙ୍କ ନାମରେ, ଆଉ ସ୍ୱାମୀ ନ ଥିଲେ, ତାହା ପୁଅଙ୍କ ନାମରେ, ଆମର ମାଆ ଭଉଣୀଙ୍କ ନାମରେ କିଛି ନ ଥିଲା ଆଉ ଅସୁବିଧା ଆସିଲା ତେବେ କୁଆଡ଼େ ଯିବେ। ତେଣୁ ଆପଣଙ୍କର ଏହି ପୁଅ ସ୍ଥିର କଲା ଯେ ଏବେ ଯେଉଁ ସରକାରୀ ଘର ମିଳିବ, ବ୍ୟବସ୍ଥାମାନ ମିଳିବ, ତେବେ ତାହା ମୋର ମାଆ- ଭଉଣୀମାନଙ୍କ ନାମରେ ମିଳିବ। ଆଜି ମୋର ଯେଉଁ ଭଉଣୀମାନଙ୍କୁ ଘର ମିଳିଛି, ମୋର ଏହି ମାଆ ଭଉଣୀମାନେ ଲକ୍ଷପତି ତାଲିକାରେ ଆସିଗଲେ ଭାଇମାନେ। ଆଜି ଆମ ସରକାର ଗାଁ- ଗାଁରେ ମହିଳା ଉଦ୍ୟମଶୀଳତା, ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଖୀ ମଣ୍ଡଳ ଦ୍ୱାରା ବ୍ୟାପକ ସଂପ୍ରସାରିତ କରୁଛନ୍ତି, ସାରା ଦେଶରେ ୮ କୋଟିରୁ ଅଧିକ ଭଉଣୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଯାହାକୁ ଆମର ଗୁଜରାଟରେ ସଖି ମଣ୍ଡଳ ଭାବେ ଗଣାଯାଉଛି। ଲକ୍ଷ- ଲକ୍ଷ ଭଉଣୀ ଗୁଜରାଟରେ ଏହାର ଲାଭ ନେଉଛନ୍ତି। ମୁଦ୍ରା ଯୋଜନା ବ୍ୟାଙ୍କରୁ ବିନା ଗ୍ୟାରେଂଟିରେ ଭଉଣୀମାନଙ୍କୁ ଋଣ ମିଳୁ ଆଉ ମୋ ପାଇଁ ଏହା ହେଉଛି ଖୁସିର କଥା ଯେ ଏହି ଋଣ ସମସ୍ତଙ୍କ ପାଇଁ ଥିଲା, ପୁଣି ମଧ୍ୟ 70 ପ୍ରତିଶତ ଋଣ ନେବାବାଲା ହେଉଛନ୍ତି ମୋର ଭଉଣୀମାନେ। ଆଉ ଯେଉଁମାନେ ଛୋଟ- ମୋଟ ଉଦ୍ୟୋଗ କରୁଛନ୍ତି, ଆଉ 2-3 ଲୋକଙ୍କୁ ମଧ୍ୟ ରୋଜଗାର ଦେଉଛନ୍ତି।
ଭାଇ ଓ ଭଉଣୀମାନେ,
ଆଜି ମୋର କେତେ ଯୁବ ସାଥୀମାନଙ୍କର ଆଗାମୀ ଭବିଷ୍ୟତ କେତେ ଉଜ୍ଜ୍ୱଳ ହେବ, ସେମାନଙ୍କୁ ଯେତେବେଳେ ଏଠାରେ ସାମ୍ନାରେ ଦେଖୁଛି, ସେତେବେଳେ ମୋର ବିଶ୍ୱାସ ବୃଦ୍ଧି ପାଉଛି, ଆଉ ସେଥିରେ ଆଶା ସଂଚାର ହେଉଛି । ଗୁଜରାଟର ଦ୍ରୁତ ବିକାଶକୁ ନେଇ ଏବେ ମୋ ଗୁଜରାଟର ଯୁବକମାନେ ସୁସ୍ଥ ହୋଇ ଯାଇଛନ୍ତି। ମୁଁ 8 ବର୍ଷରେ ଗୁଜରାଟ ସହିତ ସାରା ଦେଶରେ ଆମର ଯୁବକମାନେ ସମର୍ଥ ହୁଅନ୍ତୁ। ସେଥିପାଇଁ ଅନେକ ପଦକ୍ଷେପ ଉଠାଇଛୁ। ଶିକ୍ଷା ଠାରୁ ନେଇ ରୋଜଗାର, ରୋଜଗାରରୁ ଆଗକୁ ସ୍ୱରୋଜଗାର, ସେମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହେଉ, ତାହାର ଚିନ୍ତା କରୁଛୁ। ଏବେ ମୁଁ ଗାନ୍ଧିନଗରରେ ପ୍ରତିରକ୍ଷା ପ୍ରଦର୍ଶନୀ (ଡିଫେନ୍ସ ଏକ୍ସପୋ) ପ୍ରତିରକ୍ଷା ସାଧନ ଗୁଡ଼ିକର ଉଦଘାଟନ କରି ଆସୁଛି । ଏବେ ଗୁଜରାଟ ଶ୍ରେଷ୍ଠ ସ୍ଥାନରେ ରହୁ, ଏଭଳି ଶକ୍ତି ଆସି ଯାଇଛି। ଆଉ ଏହା ମୋର ଯୁବକମାନଙ୍କ ପାଇଁ ସୁଯୋଗ ନେଇ ଆସିଛି। ବିଗତ 8 ବର୍ଷରେ ଦେଶରେ ଶହ- ଶହ ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି, ହଜାର-ହଜାର ନୂତନ କଲେଜ ପ୍ରତିଷ୍ଠା ହୋଇଛି। ଆମର ଗୁଜରାଟରେ ନିରନ୍ତର ଶିକ୍ଷାର ନୂଆ- ନୂଆ ସଂସ୍ଥାନ ପ୍ରତିଷ୍ଠା ହୋଇଛି, ଆଉ ସେଥିରେ ଉଚ୍ଚ ଶିକ୍ଷା ନେଉଥିବା ବିଦ୍ୟାର୍ଥୀ ତେଜସ୍ୱୀ ହୋଇ ପରିବାରର ନାମ ଉଜ୍ଜ୍ୱଳ କରନ୍ତୁ, ଗାଁର ନାମ ଉଜ୍ଜ୍ୱଳ କରନ୍ତୁ, ରାଜ୍ୟର ନାମ ଉଜ୍ଜ୍ୱଳ କରନ୍ତୁ ଆଉ ଦେଶର ନାମ ଉଜ୍ଜ୍ୱଳ କରନ୍ତୁ, ଆଜି ଏହା ହେଉଛି ଆମର ସୌଭାଗ୍ୟ। ପୂର୍ବରୁ ଗୁଜରାଟରେ ଆମର ଯୁବକମାନଙ୍କୁ ପାଠ ପଢ଼ିବାର ଅଛି ତେବେ ରାଜ୍ୟ ବାହାରକୁ ଯିବାକୁ ପଡ଼ୁଥିଲା। ଆଜି 20 ବର୍ଷ ଭିତରେ ଯେଉଁ ତପସ୍ୟା କରାଯାଇଛି, ସେହି କାରଣରୁ ଗୋଟିଏରୁ ବଳି ଅନେକ ବିଶ୍ୱବିଦ୍ୟାଳୟ ଆଉ କଲେଜର ସମ୍ପ୍ରସାରଣ କରାଯାଇଛି। ଆଉ ଏବେ ତ ନୂତନ ଶିକ୍ଷା ନୀତି, ରାଷ୍ଟ୍ରୀୟ ଶିକ୍ଷଣ ନୀତି, ଜାତୀୟ ଶିକ୍ଷା ନୀତି ମଧ୍ୟ ଲାଗୁ କରାଯାଇଛି। ଏହା ଅଧୀନରେ ମେଡିକାଲ, ଇଂଜିନିୟରିଂ, ଆଉ ଆମର ଏଠାରେ ତ ଗାଁରେ ଇଂରାଜୀ ମାଧ୍ୟମ ସ୍କୁଲ ନ ଥିଲା। ଆଉ ଏହା 8ମ ଏବଂ 10ମରେ ଇଂରାଜୀରେ ନ ପଢ଼ିଥିବ, ତେବେ ଇଂଜିନିୟରିଂ ଶିକ୍ଷା ହୋଇ ପାରିବ ନାହିଁ, ଡାକ୍ତରୀ ଶିକ୍ଷା ହୋଇ ପାରିବ ନାହିଁ ଆଉ ଡାକ୍ତର ମଧ୍ୟ ହୋଇ ପାରିବେ ନାହିଁ। କାହିଁକି? ଗରିବ ମାଆ- ବାପାଙ୍କ ସନ୍ତାନଙ୍କୁ ଡାକ୍ତର ହେବାର ଅଧିକାର ରହିବା ଉଚିତ ନା ଉଚିତ ନୁହେଁ । ଇଂଜିନିୟର ହେବାର ଅଧିକାର ରହିବା ଉଚିତ ନା ଉଚିତ ନୁହେଁ ? କିନ୍ତୁ ସେଠାରେ ଏହି ବୋର୍ଡ ଲାଗୁଥିଲା ଯେ ଇଂରାଜୀ ଆସୁଛି, ତେବେ ହିଁ ହେବ। ଆମେ ଏବେ ନିଷ୍ପତି ନେଇ ଯାଇଛୁ ଯେ ମାତୃଭାଷାରେ ପଢ଼ି ମଧ୍ୟ ଡାକ୍ତର ହେବାର ଅଛି, ତେବେ ହୋଇ ପାରିବ, ମାତୃଭାଷାରେ ପଢ଼ି ମଧ୍ୟ ଇଂଜିନିୟର ହୋଇ ପାରିବ। ଏହି ପରାଧୀନତାର ମାନସିକତା ଚାଲିଯିବା ଉଚିତ। ସେହି କାରଣରୁ ମଧ୍ୟ ଦୁର୍ବଳ ବର୍ଗ ହୁଅନ୍ତୁ, ଗରିବ ହୁଅନ୍ତୁ, ଗାଁ ହେଉ, ଇଂରାଜୀ ଆସୁ ନଥିବ, ତେବେ ସେମାନଙ୍କର ବିକାଶ ଯାତ୍ରା ଅଟକିବ ନାହିଁ, କାରଣ ସେମାନଙ୍କ ମଧ୍ୟରେ କ୍ଷମତା ଅଛି। ସେହିମାନଙ୍କ ଯୋଗୁଁ ଆଜି ସାରା ବିଶ୍ୱରେ ଆମର ଗୌରବଗାନ ହେଉଛି। ଡିଜିଟାଲ ଇଣ୍ଡିଆର ଚର୍ଚ୍ଚା ହେଉ, ଗାଁ- ଗାଁରେ ଡିଜିଟାଲ ଇଣ୍ଡିଆର ଲାଭ ଆମର ଯୁବକମାନଙ୍କୁ ମିଳୁଛି। 5 ରୁ 5ଲକ୍ଷ ସାଧାରଣ ସେବାକେନ୍ଦ୍ର ଦେଶରେ ପ୍ରତିଷ୍ଠା ହୋଇ ସାରିଛି, ଆଉ ସେଠାରେ ଗାଁରେ ବସି ଲୋକମାନଙ୍କୁ ସେବା ପ୍ରଦାନ କରାଯାଉଛି। ଫୋନରେ ଆଜି ଶସ୍ତା ଇଂଟରନେଟ ଯୋଗୁଁ ଆଜି ଗାଁ-ଗାଁରେ ଗରିବଙ୍କ ଘରେ ମଧ୍ୟ ବିଶ୍ୱର ଶ୍ରେଷ୍ଠ ପୁସ୍ତକ ପଢ଼ିବାର ସୁବିଧା ହୋଇ ସାରିଛି।
ପୂର୍ବରୁ ମୁଁ ମଝିରେ ସ୍ଥିର କରିଥିଲି ଯେ ଯେଭଳି ରେଳ ଷ୍ଟେସନରେ ୱାଇ ଫାଇ ଅଛି, ଯୁବକମାନେ ସନ୍ଧ୍ୟା ସମୟରେ ପଢ଼ିବାକୁ ଯିବାର ଅଛି, ରେଳ ଷ୍ଟେସନର ସମସ୍ତ ପ୍ଲାଟଫର୍ମକୁ ମାଗଣାରେ ୱାଇ ଫାଇ ଦିଆଯାଉ। ଆଉ ମୁଁ ଦେଖିଛି ଯେ ପିଲାମାନେ ମୋବାଇଲ ଫୋନ ନେଇ ସେଠାକୁ ପଢ଼ିବାକୁ ଯାଉଥିଲେ ଆଉ ୟୁପିଏସସି ଏବଂ ଜିପିଏସସିର ପରୀକ୍ଷା ଦେଉଥିଲେ ଏବଂ ଉତୀର୍ଣ୍ଣ ହେଉଥିଲେ। ଆଜି ଭଲରୁ ଭଲ ପାଠ ପଢ଼ା, ଶିକ୍ଷା ପାଇଁ ଡିଜିଟାଲ ଇଣ୍ଡିଆର ସେବା ମିଳୁଛି। ସେହି କାରଣରୁ ଗାଁରେ ମଧ୍ୟ ଡିଜିଟାଲ ଇଣ୍ଡିଆ ଯୋଗୁଁ ପାଠ ପଢ଼ା ହୋଇ ପାରୁଛି। ଡିଜିଟାଲ ଇଣ୍ଡିଆ ଯୁବକମାନଙ୍କର ପ୍ରତିଭାକୁ ବିକଶିତ କରିବାର ସୁଯୋଗ ପ୍ରଦାନ କରୁଛି। କାହାକୁ କିଛି ବି ହେବାର ଅଛି ତେବେ ଆଜି ଡିଜିଟାଲ ମାଧ୍ୟମରେ ପଢ଼ି ପାରିବେ। ସେମାନଙ୍କୁ ପେଂଟର ହେବାର ଅଛି, ଗାୟକ ହେବାର ଅଛି, ନୃତ୍ୟକଳା କ୍ଷେତ୍ରରେ ଆଗକୁ ବଢ଼ିବାର ଅଛି, କାର୍ପେଂଟର ହେବାର ହେବାର ଅଛି, ତେବେ ସେ ତାହା ହୋଇ ପାରିବ, ତାଙ୍କୁ କୌଣସି ମଧ୍ୟ କାର୍ଯ୍ୟ ଶିଖିବାର ଅଛି, ତେବେ ଘରେ ବସି ଶିଖି ପାରିବେ।
ଭାଇ ଭଉଣୀମାନେ,
ଏହି କାରଣରୁ ନିଯୁକ୍ତି ସମ୍ଭାବନା ବୃଦ୍ଧି ପାଇଛି । ଯୁବକମାନଙ୍କର ଶକ୍ତି, ବଜାର ବାହାରେ ବିଶ୍ବ ବଜାରରେ ପହଞ୍ଚୁଛି । ଏହି ସମୟ, ଚିନ୍ତା କରନ୍ତୁ ମେଡ୍ ଇନ୍ ଇଣ୍ଡିଆ, ଭାରତରେ ପ୍ରଥମେ ଦୁଇଟି ଗୋଦାମ ଥିଲା, ମୋବାଇଲ୍ ତିଆରି କରିବା ପାଇଁ । ଆଜି ଏଠାରେ 200 ରୁ ଅଧିକ ଅଛି, ତାହା ମଧ୍ୟ କେବଳ 8 ବର୍ଷ ମଧ୍ୟରେ । ବର୍ତ୍ତମାନ ଭାରତରୁ 1 ମିଲିୟନ ମୋବାଇଲ୍ ଫୋନ୍ ପ୍ରସ୍ତୁତ ହୋଇ ବିଶ୍ବରେ ପହଞ୍ଚୁଛି । ଏହି ଶକ୍ତି ଆମର ଅଛି । ଆଜି ଯେଭଳି ଭାବେ ପର୍ଯ୍ୟଟନର ବିକାଶ ହେଉଛି,ତାହାର ମୌଳିକ କାରଣ ହେଉଛି ଆମେ ଯେଉଁ ଭିତ୍ତିଭୂମି ସୃଷ୍ଟି କରିଛୁ । ଆପଣମାନେ ଭାବନ୍ତୁ, ଆମର ମାଧବପୁରର ମେଳା, ଭଗବାନ କୃଷ୍ଣଙ୍କ ସହ ଜଡିତ ଘଟଣା କିପରି ଅନ୍ତରାଷ୍ଟ୍ରୀୟ ହୋଇଗଲା, ମାଧବପୁର ମେଳାକୁ ଉତ୍ତର-ପୂର୍ବାଞ୍ଚଳର ମୁଖ୍ୟମନ୍ତ୍ରୀ ଆସିଲେ ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ତାହାକୁ ଉପଭୋଗ କଲେ । ଆମର ଏହି ଗିରନାର ରୋପ-ୱେ କେତେ କଷ୍ଟକର ଭାବେ ବାହାରକୁ ଆସିଛି । କିଭଳି ସରକାର ଥିଲେ, ଏତେ କରିବା ପାଇଁ କଷ୍ଟ ହେଉଥିଲା । ଆପଣମାନେ ମୋତେ ଯେଉଁ ସେଠାକୁ ପଠାଇଛନ୍ତି ନା ତେଣୁ ଆପଣମାନଙ୍କର ଏଠାକୁ ମଧ୍ୟ ରୋପୱେ ଆସିଗଲା, ଆଉ କେତେ ଲୋକ ମୋତେ ଫଟୋ ପଠାଇଛନ୍ତି, ଯେ ଆମର 80 ବର୍ଷ ବୟସ୍କା ଜେଜେମାର ବହୁତ ଇଚ୍ଛା ଥିଲା ଯେ ଗିରନାର ଯାଇ ମା’ ଆମ୍ବାଙ୍କୁ ପ୍ରଣାମ କରି ଆସିବାକୁ । ଆପଣ ଏହି ରୋପ-ୱେ ଏଠାକୁ ଆଣିଲେ, ସେଥିପାଇଁ ମୁଁ ମୋ ମାଆଙ୍କର ଇଚ୍ଛା ପୂରଣ କଲି । ମୋତେ ଆପଣମାନେ କୁହନ୍ତୁ ଯେ, ସେହି ମାଆର ଆଶୀର୍ବାଦ ମୋତେ ନ ମିଳି ଆଉ କାହାକୁ ମିଳିବ ଭାଇ।
ଭାଇ ଓ ଭଉଣୀମାନେ,
ଦୁଇ ଦଶନ୍ଧି ପୂର୍ବରୁ ଆମେ ଏକ ପରିସ୍ଥିତିକୁ ପରିବର୍ତ୍ତନ କରିବାକୁ ସଂକଳ୍ପ କରିଥିଲୁ। ଆଜି ଏସିଆର ସବୁଠୁ ବଡ ରୋପ-ୱେ, ସେଥିମଧ୍ୟରୁ ଗୋଟିଏ ହେଉଛି ମୋର ଗିରନାର ରୋପ-ୱେ। ଏହା ମୋର ଜୁନାଗଡ ଜିଲ୍ଲା, ଯେଉଁଠାର କୃଷିଜାତ ଦ୍ରବ୍ୟ ବହୁତ ଭଲ ହେଉ, ମତ୍ସ୍ୟ ଉଦ୍ୟୋଗ ଭଲ ହେଉ, ପୁଣି ମଧ୍ୟ ଆମର କେଶୋଦର ବିମାନବନ୍ଦର, ବର୍ତ୍ତମାନ ଜୀବନ୍ତ ହୋଇଯାଇଛି। ମୁଁ ଏବେ ଅଧିକାରୀମାନଙ୍କୁ ଡାକାଇଥିଲି । ମୁଁ କହିଲି, ମୁଁ ଦୀର୍ଘ ଦିନ ଧରି କେଶୋଦର ବିମାନବନ୍ଦରକୁ ଦେଖି ଆସୁଛି । ଆମେ କିଛି ନୂଆ କରିପାରିବା, କିଛି ଗବେଷଣା କରି ଦେଖନ୍ତୁ, ଏହାକୁ ଯଦି ଟିକେ ବଡ଼ କରିବା, ତେବେ ଏଠାରୁ ଆମ୍ବ ପ୍ରତ୍ୟେକ୍ଷ ଭାବେ ବିମାନରେ ବିକ୍ରୟ ପାଇଁ ଯିବ । ଏଠାକାର ଫଳଗୁଡିକୁ ଯାଉ, ଏଠାକାର ପନିପରିବା ଗୁଡିକୁ ଯାଉ ଏବଂ ବିଶ୍ୱର ପର୍ଯ୍ୟଟକମାନେ ଗିରର ସିଂହ ଦେଖିବାକୁ, ସୋମନାଥ ବାବାଙ୍କ ଚରଣକୁ ଆସିବାକୁ ହେଉ ଅବା ଆମର ଗିରନାର ଦେଖିବାକୁ ହେଉ, ତେବେ ଆମର ଏୟାରଷ୍ଟ୍ରିପ୍ ଟିକେ ବଡ଼ ହେଉ, ତେବେ ସେମାନେ କହିଥିଲେ, ସାର୍, ଆମକୁ ଟିକେ ସମୟ ଦିଅନ୍ତୁ, ଆମେ ଅନୁଧ୍ୟାନ ଗବେଷଣା କରିବା ପରେ ଆମେ ଆପଣଙ୍କୁ ଜଣାଇବୁ । ମୁଁ କହିଲି ଟିକେ ଶୀଘ୍ର କରିବାକୁ, ମୋତେ ଜୁନାଗଡ ଯିବାକୁ ଅଛି, କିନ୍ତୁ ଭାଇ ଓ ଭଉଣୀମାନେ, ପୁଣି ଏକ ଚିନ୍ତା ଆସିଲା ମୁଁ ଲାଗି ରହିଛି । କିଛି ନା କିଛି ବାଟ ନିଶ୍ଚୟ ବାହାର କରି ରହିବି।ଆପଣମାନେ ଏହି କଥାକୁ ନିଶ୍ଚିତ ବୋଲି ଧରି ଚାଲନ୍ତୁ, ମୋତେ ବିକାଶ କରିବାକୁ ଅଛି, ହିନ୍ଦୁସ୍ତାନର ବଡ଼- ବଡ଼ ସହରରେ ଯାହା ମିଳୁଛି, ତାହା ମୋର ଜୁନାଗଡକୁ ମିଳିବା ଉଚିତ । ମୁଁ ଏଥିପାଇଁ କାର୍ଯ୍ୟ କରୁଛି । ଗିର୍, ସୋମନାଥ ସହିତ ସମଗ୍ର ସମଗ୍ର ଅଞ୍ଚଳର ଆସ୍ଥା, ତପସ୍ବୀ ମାନଙ୍କର ଭୂମି, ଜୈନାଚାର୍ଯ୍ୟଙ୍କ ତପସ୍ୟା ପାଇଁ ପରିଚିତ। ଗୋଟିଏ ସମୟ ଥିଲା ମୁଁ ମଧ୍ୟ ଗିରନାର ପାଦଦେଶକୁ ଯାଇ ସେଥିରେ ବୁଲି ଆସୁଥିଲି । ସମସ୍ତ ସାଧୁ- ସନ୍ଥମାନଙ୍କ ଗହଣରେ ରହିବାକୁ ମୋତେ ଆନନ୍ଦ ମିଳୁଥିଲା। ସନ୍ଥ ଏବଂ ସୁରାଙ୍କର ଏହି ଯୋଡି, ଆମର ମନ୍ଦିର, ଜୈନ ମାନଙ୍କ ପାଇଁ ମଧ୍ୟ ଦତ୍ତାତ୍ରେୟଙ୍କ ଉପାସକମାନଙ୍କ ପାଇଁ ମଧ୍ୟ କ’ଣ ଏଠାରେ ନାହିଁ। ସମଗ୍ର ଦେଶକୁ ଆକର୍ଷିତ କରିବାର ଶକ୍ତି ମୋର ଗିର୍ ଭୂମିରେ ଅଛି ଭାଇ ଓ ଭଉଣୀମାନେ। ସେଥିପାଇଁ ପ୍ରତ୍ୟେକ ହିନ୍ଦୁସ୍ତାନୀଙ୍କୁ ଏଠାକୁ ଟାଣି ଆଣିବାକୁ ପଡ଼ିବ। ସେମାନଙ୍କ ପାଇଁ ଏକ ବ୍ୟବସ୍ଥା ସୃଷ୍ଟି କରିବାର ଅଛି ଏବଂ ଏହି ବ୍ୟବସ୍ଥାର ଅଭିଳାଷକୁ ପୂରଣ କରି ରହିବା, ଏହା ମୋର ବିଶ୍ୱାସ । ଆମ ଗିରର ସିଂହର ଗର୍ଜନ ଶୁଣିବାକୁ ସମଗ୍ର ବିଶ୍ବର ମନ ହୋଇଥାଏ, ଆଉ ଯେତେବେଳେ ସେମାନେ ଆମ ଗିରର ସିଂହର ଗର୍ଜନ ଶୁଣି ଥାନ୍ତି, ସେତେବେଳେ ଗୁଜରାଟର ଗର୍ଜନ ସେମାନଙ୍କ କାନରେ ପଡିଥାଏ।
ଆଜି ବିଶ୍ୱ ଗର୍ବର ସହିତ ଦେଖୁଛି ଯେ ଆଜି 20 ବର୍ଷ ମଧ୍ୟରେ ମୋର ଗିରର ସିଂହଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଯାଇଛି । ଏତେ ଏତେ ଭଲ ଭାବେ ସେମାନଙ୍କର ଯତ୍ନର ଚିନ୍ତା କରାଗଲା ଯେ ଯେ କୌଣସି ଭାରତୀୟଙ୍କ ଗର୍ବ ହେବା ଉଚିତ୍, ଭାଇ ଓ ଭଉଣୀମାନେ । ଯଦି ଆମର କେଶୋଦ ବିମାନବନ୍ଦରର ଯଦି ବିକାଶ ହୁଏ, ତେବେ ଆମର ଏହି ସମସ୍ତ ବିକାଶ ନୂତନ ଶିଖରେରେ ପହଞ୍ଚିବାକୁ ଯାଉଛି । ନିଯୁକ୍ତିର ନୂତନ ସୁଯୋଗ ସୃଷ୍ଟି ହେବାକୁ ଯାଉଛି । ଏଠାରେ ହୋଟେଲ, ରେଷ୍ଟୁରାଣ୍ଟ, ଟ୍ୟାକ୍ସି, ଅଟୋ କେଜାଣି କେତେ ବିକାଶର ସମ୍ଭାବନା ରହିବ , ଭାଇ ଓ ଭଉଣୀମାନେ। ଗୁଜରାଟ ଆମର ସୌରାଷ୍ଟ୍ର, କଚ୍ଛ, କାଠିଆୱାଡ ଏହି ଧରଣୀର ଦେଶପ୍ରେମୀଙ୍କ ମାଟି ହୋଇ ରହିଛି । ରାଷ୍ଟ୍ର ହେଉଛି ପ୍ରଥମ ଏହାକୁ ପ୍ରାଥମିକତା ଦେଉଥିବା ମାଟି ହେଉଛି ଆମର ଦେଶ । ଏଥିପାଇଁ ଭାଇ, ଏକ ଗମ୍ଭୀର ବିଷୟରେ କହିବାକୁ ମୋ ମନ ହେଉଛି । ଏହା ହେଉଛି ଏହି ଧରଣୀର ଶକ୍ତି, ଯେଉଁଥି ପାଇଁ ମୁଁ ଗର୍ବିତ । ଏଠାର ବୀରଜି ସିଂହଙ୍କ ଗର୍ଜନ ଶୁଣି ଏଠାରେ ଯେଉଁମାନେ ବଡ ହୋଇଛନ୍ତି, ସେମାନଙ୍କୁ ସାମ୍ନା କରିବାର ଶକ୍ତି ମଧ୍ୟ ବଡ ହୋଇଥାଏ ଆଉ ଯେଉଁମାନଙ୍କର ସାମ୍ନା କରିବାର ଶକ୍ତି ବଡ଼ ହୋଇଥାଏ ନା, ତାଙ୍କ ସାମ୍ନାରେ ତାଙ୍କ ମନ ଖୋଲି କଥା ହେବାରେ ମଧ୍ୟ ମଜା ଆସିଥାଏ ।
ଭାଇ ଓ ଭଉଣୀମାନେ,
ଆପଣ ମଧ୍ୟ ମହାକାଶରେ ମଙ୍ଗଳଯାନ ବିଷୟରେ ଟିକେ ଚିନ୍ତା କରନ୍ତୁ, ଆମେ ଚନ୍ଦ୍ରଯାନ ଛାଡିଲୁ ଏବଂ ଯଦି ସଫଳତା ମିଳିଲା ତେବେ ବୈଜ୍ଞାନିକମାନଙ୍କର ଏହି ସଫଳତାକୁ ନେଇ ଆପଣମାନେ ଆନନ୍ଦିତ ହେବେ ନା ନାହିଁ, ଟିକେ ଉଚ୍ଚ ସ୍ୱରରେ କୁହନ୍ତୁ ଆନନ୍ଦିତ ହେବେ ନା ନାହିଁ, ଗର୍ବ ହେବ ନା ନାହିଁ, ଆପଣ ଅନେକ ଥର ଏଥିରେ ଦେଖିଥିବେ, କୌଣସି ଗୁଜରାଟୀ ବୈଜ୍ଞାନିକ ତ’ ନ ଥିଲେ, ଏଥିରେ ତ’ ସେହି ଦକ୍ଷିଣ ଭାରତର ଲୋକ ଥିଲେ, ତାମିଲନାଡୁର ଲୋକ ଥିଲେ, ସେ କେରଳର ଲୋକ ଥିଲେ, ସେ ବାଙ୍ଗାଲୋରର ଲୋକ ଥିଲେ, ଅର୍ଥାତ୍ ତୁମର ଗର୍ବ କମିଯିବ। କାମ ଯାହା ମଧ୍ୟ ହେଉନା କାହିଁକି, ହିନ୍ଦୁସ୍ତାନର ଯେ କୌଣସି ସ୍ଥାନର ଲୋକ ଦେଶ ପାଇଁ କରୁଛନ୍ତି, ଗର୍ବ ହେବ ନା ନାହିଁ, ହେବା ହେବା ଉଚିତ ନା ନୁହେଁ । ଆପଣ ଚିନ୍ତା କରନ୍ତୁ ଯେ ଅଲିମ୍ପିକ୍ ଦୌଡ଼ ଚାଲିଛି ଏବଂ ହରିୟାଣାର ଯବାନ ଯାଇ ସେଠାରେ ତ୍ରିରଙ୍ଗା ପତାକା ଉଡାଉଛନ୍ତି ଏବଂ ସ୍ୱର୍ଣ୍ଣ ପଦକ ନେଇ ଆସୁଛନ୍ତି, ତେବେ ସେ ହରିୟାଣାର ବାଳକ ବାଳିକା, ଆପଣ ଆନନ୍ଦିତ ହେବେ ନା ନାହିଁ, ଭାରତର ସମ୍ମାନ ବୃଦ୍ଧି ହେଲା ନା ନାହିଁ, ଗର୍ବ ହେବ ନା ନାହିଁ।
ଭାଇମାନେ,
କାଶୀରେ କେହି ସଙ୍ଗୀତ ସାଧନା କରନ୍ତୁ ଏବଂ ବିଶ୍ବରେ ସଙ୍ଗୀତର ଜୟ ଜୟକାର ହେଉ, ଏହା କରୁଥିବା ଲୋକ କାଶୀର ହୁଅନ୍ତୁ, ସେ ତପସ୍ୟା କରିଥାନ୍ତୁ, ବିଶ୍ବରେ ତାଙ୍କ ନାମ ଗୁଞ୍ଜରିତ ହେଉ, କିନ୍ତୁ ଯେତେବେଳେ ଜାଣଯିବ ଯେ ସେ ହେଉଛନ୍ତି ଭାରତର, ଆମକୁ ଗର୍ବ ଲାଗିବ ନା ନାହିଁ, ଆମର ପଶ୍ଚିମବଙ୍ଗ ମହାନ ପଣ୍ଡିତ ଓ ବିଦ୍ବାନଙ୍କ ମାନଙ୍କର ଜନ୍ମଭୂମି, ସାହିତ୍ୟର ସର୍ବୋତ୍ତମ ରଚନା, ବିପ୍ଳବୀମାନଙ୍କ ଭୂମି, ଯଦି ସେମାନଙ୍କ ଦ୍ୱାରା କୌଣସି ଭଲ କାର୍ଯ୍ୟ କରାଯାଇଥାଏ, ତେବେ ଆମକୁ ଆନନ୍ଦ ଲାଗିବ ନା ନାହିଁ, ଆରେ ଆମ ଦକ୍ଷିଣର ଚଳଚ୍ଚିତ୍ର ଗୁଡ଼ିକ ସାରା ବିଶ୍ବରେ ଆମର ଗୌରବ ବୃଦ୍ଧି କରୁଛନ୍ତି, ଦକ୍ଷିଣ ଭାରତର ଭାଷା ଭଲ ଭାବେ ଆପଣ ଜାଣି ନାହାଁନ୍ତି, ତଥାପି ଦକ୍ଷିଣ ଭାରତର ଚଳଚ୍ଚିତ୍ର ନିର୍ମାତା ବିଶ୍ବରେ ଆମର ଗୌରବ ବୃଦ୍ଧି କରୁଛନ୍ତି, କୋଟି କୋଟି ଟଙ୍କାର ଲାଭ ଅର୍ଜନ କରୁଛନ୍ତି, ଗର୍ବ ହେବ ନା ନାହିଁ, ସମଗ୍ର ଭାରତ ନାଚି ଉଠିବ ନା ନାହିଁ, ସେ ଫିଲ୍ମ ଦେଖିପାରି ନ ଥାନ୍ତୁ, ବୁଝି ପାରିଥାରୁ ନ ଥାନ୍ତୁ, କିନ୍ତୁ ପୁଣି ମଧ୍ୟ ଆନନ୍ଦ ହେବ ନା ନାହିଁ । ଭାରତର ଯେକୌଣସି ସ୍ଥାନରୁ ଯେକୌଣସି ବ୍ୟକ୍ତି, କୌଣସି ମଧ୍ୟ ଜାତିର ହୁଅନ୍ତୁ, କୌଣସି ଭାଷାର ହୁଅନ୍ତୁ, କୌଣସି ରାଜ୍ୟ ବା ପ୍ରଦେଶର ହୁଅନ୍ତୁ, ସେ ଭଲ କାମ କଲେ ଏହି ଦେଶର ସମସ୍ତ ଲୋକଙ୍କୁ ଗର୍ବ ହେବ ଏବଂ ଏହା ହୋଇଥାଏ ମଧ୍ୟ । ପୁଣି ମଧ୍ୟ ବିକୃତିକୁ ଦେଖନ୍ତୁ, ବିଗତ ଦୁଇ ଦଶନ୍ଧି ଧରି, ବିକୃତ ମାନସିକତା ଥିବା ଲୋକମାନେ ଏକ ଭିନ୍ନ ପ୍ରକାରର ଚିନ୍ତାଧାରା ନେଇ ଠିଆ ହୋଇଛନ୍ତି । ଗୁଜୁରାଟର କିଛି ଭଲ ହେଉ, ଗୁଜୁରାଟର କେହି ସୁନାମ ଅର୍ଜନ କରନ୍ତୁ, ଗୁଜୁରାଟର ମଣିଷ କୌଣସି ପ୍ରଗତି କରନ୍ତୁ, ଗୁଜୁରାଟ ପ୍ରଗତି କରୁ, ତେବେ ସେମାନେ ପେଟରେ ଯନ୍ତ୍ରଣା ଅନୁଭବ କରିଥାନ୍ତି ଭାଇମାନେ । ଗୁଜୁରାଟକୁ ଅପମାନିତ କରିବା ପାଇଁ ଖରାପ ଭାଷାରେ କହିବା ପାଇଁ କେତେକ ରାଜନୈତିକ ଦଳଙ୍କୁ ଯେପରି ଗୁଜରାଟକୁ ଗାଳି ଦେବା ବିନା, ଗୁଜରାଟୀମାନଙ୍କୁ ଗାଳି ଦେବା ବିନା ସେମାନଙ୍କର ରାଜନୈତିକ ଚିନ୍ତାଧାରା ଅସମ୍ପୂର୍ଣ୍ଣ ରହିଯାଇଥାଏ ଭାଇ ଓ ଭଉଣୀମାନେ। ସେମାନଙ୍କ ସାମ୍ନାରେ ଗୁଜରାଟକୁ ଆଖି ଲାଲ କରିବାର କୌଣସି ଆବଶ୍ୟକତା ନାହିଁ । ଗୁଜରାଟୀମାନେ କଠିନ ପରିଶ୍ରମ କରନ୍ତୁ, ଗୁଜରାଟୀ ତପସ୍ୟା କରନ୍ତୁ, ସାରା ଦେଶର ଲୋକଙ୍କୁ ଜୀବନ- ଜୀବିକା ଯୋଗାଇବା ପାଇଁ କାର୍ଯ୍ୟ କରନ୍ତୁ, ସେହି ଗୁଜରାଟକୁ ଏହିପରି ଭାବେ ଅପମାନିତ କରାଯିବା । ଏହା ଆମକୁ ସହିବାକୁ ହେବ ଭାଇ ? ମୁଁ ଏହି ସାହସୀ ବୀରମାନଙ୍କ ଭୂମିରୁ ଏହି ଆହ୍ବାନ କହୁଛି, ବର୍ତ୍ତମାନ ଗୁଜରାଟୀମାନଙ୍କର ଅପମାନ, ଗୁଜରାଟର ଅପମାନ, ଗୁଜରାଟର ଧାରା ସହ୍ୟ କରିବ ନାହିଁ, ଏହି ଦେଶରେ କାହାର ମଧ୍ୟ ଅପମାନ ହେବା ଉଚିତ ନୁହେଁ । ବଙ୍ଗାଳୀ ଲୋକଙ୍କର ମଧ୍ୟ ଅପମାନ ହେବା ଉଚିତ ନୁହେଁ । ତାମିଲ ଲୋକଙ୍କର ହେବା ଉଚିତ ନୁହେଁ । ଏପରିକି କେରଳର ଭାଇଙ୍କର ମଧ୍ୟ ହେବା ଉଚିତ ନୁହେଁ । ଦେଶର ପ୍ରତ୍ୟେକ ନାଗରିକ, ତାଙ୍କର ପୁରୁଷାର୍ଥ, ତାଙ୍କର ପରାକ୍ରମ, ତାଙ୍କର ସଫଳତା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ହେବା ଉଚିତ । ସେମାନଙ୍କୁ ରାଜନୀତିରେ ବାନ୍ଧି ରଖିବାର ସଂସ୍କୃତି ବନ୍ଦ ହେବା ଉଚିତ। ଏକ ଭରତ- ଶ୍ରେଷ୍ଠ ଭାରତର ସ୍ୱପ୍ନକୁ ଚୂର୍ଣ୍ଣ ହେବାକୁ ଦେବା ନାହିଁ, ସର୍ଦ୍ଦାର ସାହେବଙ୍କ ଭଳି ଲୋକ ଯେଉଁ କଠିନ ପରିଶ୍ରମ କରିଛନ୍ତି, ତାହା ବ୍ୟର୍ଥ ହେବାକୁ ଦିଆ ନ ଯିବା ଉଚିତ। ନିରାଶା ସୃଷ୍ଟି କରୁଥିବା ଲୋକ ନିଜର ନିରାଶାକୁ ଗୁଜୁରାଟର ମନରେ ଲଦି ଦେଉଥିବା ଲୋକ, ମିଥ୍ୟା ପରିବେଷଣ କରୁ ଥିବା ଲୋକମାନଙ୍କୁ ଗୁଜରାଟ ଚେତାଇ ଦେବାର ଆବଶ୍ୟକତା ଅଛି ଭାଇ ଓ ଭଉଣୀମାନେ । ଗୁଜରାଟର ଏକତା ହେଉଛି ଗୁଜରାଟର ଶକ୍ତି । ଗୁଜରାଟ ଏକାଠି ହୋଇ ସମ୍ଭ୍ରାନ୍ତ ଓ ସମୃଦ୍ଧ ହୋଇ ରହି ଦେଶର ମଙ୍ଗଳ ପାଇଁ କେବେ ମଧ୍ୟ ପଛକୁ ଫେରି ନାହିଁ।
ମୁଁ ଏହିପରି ଗୁଜୁରାଟକୁ ପ୍ରଣାମ କରୁଛି, ମୁଁ ଏଭଳି ଗୁଜୁରାଟୀମାନଙ୍କୁ ମଧ୍ୟ ପ୍ରଣାମ କରୁଛି, ଆପଣମାନେ ଏହି ଏକତା ବଜାୟ ରଖନ୍ତୁ, ବିକାଶର କଥାକୁ ବଢାଇ ଚାଲନ୍ତୁ, ବିକାଶ କରି ଚାଲନ୍ତୁ, ଏବଂ ଆଜି ବିକାଶର ଏ ଯେଉଁ ଅନେକ ସୁଯୋଗ ଆପଣମାନଙ୍କ ଘରକୁ ଆସିଛି, ସେଥିପାଇଁ ମୁଁ ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା ସହିତ ଦିୱାଲୀର ଅବସର ଆସୁଛି। ଆପଣମାନଙ୍କୁ ଦିୱାଲୀର ବହୁତ ବହୁତ ଶୁଭକାମନା । ନୂତନ ବର୍ଷର ସମୟ ଆସୁଛି, ନୂତନ ସଂକଳ୍ପ ସହିତ ପୁଣି ଥରେ ସମସ୍ତଙ୍କୁ ଶୁଭକାମନା |
ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ,
ଭାରତ ମାତା କୀ ଜୟ,
ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ, ଭାଇ ଓ ଭଉଣୀମାନେ ।
*****
AH
(Release ID: 1870436)
Visitor Counter : 89
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam