ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁଜରାଟର ଗାନ୍ଧୀ ନଗରସ୍ଥିତ ମହାତ୍ମା ମନ୍ଦିର କନଭେନସନ ଏବଂ ପ୍ରଦର୍ଶନୀ କେନ୍ଦ୍ରରେ ଡିଫେନ୍ସ ଏକ୍ସପୋ-୨ଠ୨୨ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

Posted On: 19 OCT 2022 2:59PM by PIB Bhubaneshwar

 

ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ଦେଶର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଜୀ, ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ଗୁଜରାଟ ସରକାରରେ ମନ୍ତ୍ରୀ ଜଗଦୀଶ ଭାଇ, ମନ୍ତ୍ରୀ ପରିଷଦର ଅନ୍ୟ ସମସ୍ତ ବରିଷ୍ଠ ସଦସ୍ୟ, ସିଡିଏସ ଜେନେରାଲ ଅନିଲ ଚୌହାନ ଜୀ, ଚିଫ ଅଫ ଏୟାର ଷ୍ଟାଫ ଏୟାର ଚିଫ ମାର୍ଶଲ ବି. ଆର ଚୌଧୁରୀ, ନୌସେନା କର୍ମଚାରୀଙ୍କ ମୁଖ୍ୟ ଆଡମିରାଲ ଆର ହରିକୁମାର, ଚିଫ ଅଫ ଆର୍ମି ଷ୍ଟାଫ ଜେନେରାଲ ମନୋଜ ପାଣ୍ଡେ, ଅନ୍ୟ ସମସ୍ତ ମହାନୁଭବ, ବିଦେଶରୁ ଆସିଥିବା ସମସ୍ତ ମାନ୍ୟଗଣ୍ୟ, ମହିଳା ଏବଂ ଭଦ୍ରଲୋକ!

ଗୁଜରାଟର ମାଟିରେ ଏକ ଶକ୍ତିଶାଳୀ, ଦକ୍ଷ ଏବଂ ଆତ୍ମନିର୍ଭରଶୀଳ ଭାରତର ଏହି ମହୋତ୍ସବରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ । ଦେଶର ପ୍ରଧାନମନ୍ତ୍ରୀ ଭାବରେ ଆପଣଙ୍କୁ ସ୍ୱାଗତ କରିବା ଯେତିକି ଗୌରବପୂର୍ଣ୍ଣ, ସେତିକି ହିଁ ଗୌରବପୂର୍ଣ୍ଣ ଏହି ମାଟିରେ ପୁତ୍ର ଭାବରେ ଆପଣଙ୍କୁ ସ୍ୱାଗତ କରି ମଧ୍ୟ ମୋତେ ଗର୍ବ ଅନୁଭବ ହେଉଛି । ଡେଫଏକ୍ସପୋ-୨ଠ୨୨ର ଏହି ଆୟୋଜନ ନୂତନ ଭାରତର ଏପରି ଏକ ମହାନ ଚିତ୍ର ଆଙ୍କିଛି, ଯାହାର ସଂକଳ୍ପ ଆମେ ଅମୃତ କାଳରେ ନେଇଛ । ଏଥିରେ ଦେଶର ବିକାଶ ମଧ୍ୟ ଅଛି, ରାଜ୍ୟଗୁଡ଼ିକର ଅଂଶଗ୍ରହଣ ମଧ୍ୟ ଅଛି । ଏଥିରେ ଯୁବଗୋଷ୍ଠୀର ଶକ୍ତି ମଧ୍ୟ ଅଛି, ଯୁବଗୋଷ୍ଠୀର ସ୍ୱପ୍ନ ମଧ୍ୟ ଅଛି, ଯୁବ ସଂକଳ୍ପ ମଧ୍ୟ ଅଛି, ଯୁବ ସାହସ ମଧ୍ୟ ଅଛି, ଯୁବ ସାମର୍ଥ୍ୟ ମଧ୍ୟ ଅଛି । ଏଥିରେ ବିଶ୍ୱ ପାଇଁ ମଧ୍ୟ ଆଶା ଅଛି, ବନ୍ଧୁତ୍ୱପୂର୍ଣ୍ଣ ଦେଶ ପାଇଁ ସହଯୋଗରେ ଅନେକ ଅବସର ମଧ୍ୟ ଅଛି ।

ସାଥୀମାନେ,

ଡିଫେନ୍ସ ଏକ୍ସପୋ ପୂର୍ବରୁ ମଧ୍ୟ ଆମ ଦେଶରେ ଅନୁଷ୍ଠିତ ହେଉଥିଲା, କିନ୍ତୁ ଏଥର ଡିଫେନ୍ସ ଏକ୍ସପୋ ଅଦ୍ଭୁତପୂର୍ବ ରହିଛି, ଏହା ଏକ ନୂତନ ଆରମ୍ଭର ପ୍ରତୀକ ଅଟେ । ଦେଶରେ ଏହା ହେଉଛି ପ୍ରଥମ ପ୍ରତିରକ୍ଷା ଏକ୍ସପୋ, ଯେଉଁଥିରେ କେବଳ ଭାରତୀୟ କମ୍ପାନୀ ଅଂଶଗ୍ରହଣ କରୁଛନ୍ତି, କେବଳ ମେଡ ଇନ ଇଣ୍ଡିଆ ପ୍ରତିରକ୍ଷା ଉପକରଣ ଅଛି, ଡିଫେନ୍ସ ଏକ୍ସପୋରେ ପ୍ରଥମ ଥର ପାଇଁ ଭାରତର ମାଟିରୁ ନିର୍ମିତ ଅନେକ ଭିନ୍ନ ଭିନ୍ନ ଉତ୍ପାଦ, ଭାରତର ଲୋକଙ୍କ ପରିଶ୍ରମରେ ତିଆରି ହୋଇଥିବା ଅନେକ ବିବିଧ ଉତ୍ପାଦ ଆମର ଦେଶର କମ୍ପାନୀମାନେ, ଆମର ବୈଜ୍ଞାନିକ, ଆମର ଯୁବଗୋଷ୍ଠୀଙ୍କ ସାମର୍ଥ୍ୟର ଆଦି ଆମେ ଲୌହପୁରୁଷ ସର୍ଦ୍ଦାର ପଟେଲଙ୍କର ଏହି ମାଟିରୁ ଦୁନିଆ ସମ୍ମୁଖରେ ଆମର ସାମର୍ଥ୍ୟର ପରିଚୟ ଦେଉଛି । ଏଥିରେ ୧୩ଠଠରୁ ଅଧିକ ପ୍ରଦର୍ଶକ ଅଛନ୍ତି, ଯେଉଁଥିରେ ଭାରତୀୟ ଶିଳ୍ପ ରହିଛି, ଭାରତର ଉଦ୍ୟୋଗ ସହିତ ଜଡ଼ିତ କିଛି ଜଏଣ୍ଟ ବେଞ୍ଚର୍ସ ଅଛନ୍ତି, ଏମଏସଏମଇ ଏବଂ ୧ଠଠରୁ ଅଧିକ ଷ୍ଟାର୍ଟଅପ୍ସ ଅଛନ୍ତି । ଗୋଟିଏ ପ୍ରକାରରେ ଆପଣ ସମସ୍ତେ, ଦେଶବାସୀ ଏବଂ ବିଶ୍ୱର ଲୋକମାନେ ଉଭୟ କ୍ଷମତା ଏବଂ ସମ୍ଭାବନା, ଦୁଇଟିର ଝଲ ଗୋଟିଏ ସାଥିରେ ମଧ୍ୟ ଦେଖୁଛନ୍ତି । ଏହି ସମ୍ଭାବନାକୁ ସାକାର କରିବା ପାଇଁ ପ୍ରଥମ ଥର ୪୫ଠରୁ ଅଧିକ ଏମଓୟୁଏସ ଏବଂ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।

ସାଥୀମାନେ,

ଏହି ଆୟୋଜନ ଆମେ ବହୁ ସମୟ ପୂର୍ବରୁ କରିବାକୁ ଚାହୁଁଥିଲୁ । ଗୁଜରାଟର ଲୋକମାନେ ଏ ସମ୍ପର୍କରେ ଭଲ ଭାବରେ ଜାଣିଛନ୍ତି । କିଛି ପରିସ୍ଥିତି ପାଇଁ ଆମକୁ ସମୟ ପରିବର୍ତ୍ତନ କରିବାକୁ ପଡ଼ିଲା, ଯେଉଁ କାରଣରୁ ସାମାନ୍ୟ ବିଳମ୍ବ ହେଲା । ବିଦେଶରୁ ଆସିବାକୁ ଥିବା ଅତିଥିମାନଙ୍କୁ ମଧ୍ୟ ଅସୁବିଧା ହେଲା, କିନ୍ତୁ ଦେଶର ସବୁଠୁ ବଡ଼ ପ୍ରତିରକ୍ଷା ଏକ୍ସପୋ ଏକ ଦୃଢ଼ ନୂତନ ଭବିଷ୍ୟତ ଆରମ୍ଭ କରିଛି । ମୁଁ ଜାଣେ ଏହା କିଛି ଦେଶ ପାଇଁ ଅସୁବିଧା ସୃଷ୍ଟି କରିଛି, କିନ୍ତୁ ବହୁ ସଂଖ୍ୟକ ଦେଶ ଆମ ସହିତ ଏକ ସକାରାତ୍ମକ ମନୋଭାବ ନେଇ ଆସିଛନ୍ତି ।

ସାଥୀମାନେ,

ମୁଁ ଖୁସି ଯେ ଭାରତର ୫୩ ଆଫ୍ରିକୀୟ ବନ୍ଧୁତ୍ୱପୂର୍ଣ୍ଣ ଦେଶ ଆମ ସହିତ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଛନ୍ତି ଯେହେତୁ ଭାରତ ଏହି ଭବିଷ୍ୟତର ସୁଯୋଗ ଗଠନ କରୁଛି । ଏହି ଅବସରରେ ଦ୍ୱିତୀୟ ଭାରତ-ଆଫ୍ରିକା ପ୍ରତିରକ୍ଷା ସଂଳାପ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଭାରତ ଏବଂ ଆଫ୍ରିକୀୟ ଦେଶ ମଧ୍ୟରେ ଏହି ବନ୍ଧୁତା, ଏହି ସମ୍ପର୍କ ସେହି ପୁରୁଣା ବିଶ୍ୱାସ ଉପରେ ନିର୍ଭର କରୁଛି, ଯାହା ସମୟ ସହିତ ଅଧିକ ଶକ୍ତିଶାଳୀ ହେଉଛି, ନୂତନ ଦିଗକୁ ସ୍ପର୍ଶ କରୁଛି । ମୁଁ ଆଫ୍ରିକାର ମୋର ସହକର୍ମୀମାନଙ୍କୁ କହିବାକୁ ଚାହୁଁଛି ଯେ ଗୁଜରାଟର ଯେଉଁ ଦେଶ ଆଜି ଆପଣ ଆସିଛନ୍ତି ଆଫ୍ରିକା ସହିତ ଏକ ପୁରାତନ ଏବଂ ଅନ୍ତରଙ୍ଗ ସମ୍ପର୍କ ରହି ଆସିଛି । ଆଫ୍ରିକାରେ ଚାଲୁଥିବା ପ୍ରଥମ ଟ୍ରେନର ନିର୍ମାଣ କାର୍ଯ୍ୟରେ ଏହି ଗୁଜରାଟର କଚ୍ଛରୁ ଲୋକମାନେ ଆଫ୍ରିକା ଯାଇଥିଲେ ଏବଂ ସେମାନେ ବହୁ କଷ୍ଟରେ ଆମର ଶ୍ରମିକମାନେ ବହୁ ପରିଶ୍ରମ କରି ଆଫ୍ରିକାରେ ଆଧୁନିକ ରେଳପଥ ପାଇଁ ମୂଳଦୁଆ ପକାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କେବଳ ଏତିକି ନୁହେଁ, ଯଦି ଆପଣ ଆଜି ଆଫ୍ରିକା ଯାଆନ୍ତି, ତେବେ ବୋକାନ ଶବ୍ଦ ସାଧାରଣ ଅଟେ, ଏହି ବୋକାନ ଶବ୍ଦ ହେଉଛି ଗୁଜରାଟୀ । ରୋଟି, ଭାଜି ଏହା ଆଫ୍ରିକାର ଜନଜୀବନ ସହିତ ଜଡ଼ିତ ଶବ୍ଦ ଅଟେ । ମହତ୍ମାଗାନ୍ଧୀଙ୍କ ପରି ଜଣେ ବିଶ୍ୱସ୍ତରୀୟ ନେତାଙ୍କ ପାଇଁ ଯଦି ଗୁଜରାଟ ତାଙ୍କର ଜନ୍ମଭୂମି ଥିଲା, ତେବେ ଆଫ୍ରିକା ତାଙ୍କର ପ୍ରଥମ କର୍ମଭୂମି ଥିଲା । ଆଫ୍ରିକା ପାଇଁ ଏହି ସମ୍ପର୍କ ଏବଂ ଭାରତର ବୈଦେଶିକ ନୀତିର ମୂଳରେ ରହିଛି । କରୋନା ଅବଧିରେ ଯେତେବେଳେ ସମଗ୍ର ବିଶ୍ୱ ଏହି ଟିକା ବିଷୟରେ ଚିନ୍ତିତ ଥିଲା, ସେତେବେଳେ ଭାରତ ଆମର ଆଫ୍ରିକୀୟ ବନ୍ଧୁ ଦେଶକୁ ପ୍ରାଥମିକତା ଦେଇ ଟିକା ପ୍ରଦାନ କରିଥିଲା । ଔଷଧ ଠାରୁ ଆରମ୍ଭ କରି ଶାନ୍ତି-ମିଶନ ପର୍ଯ୍ୟନ୍ତ ପ୍ରତ୍ୟେକ ଆବଶ୍ୟକତାରେ ଆଫ୍ରିକା ସହିତ କାନ୍ଧ ମିଶାଇ ଠିଆ ହେବାକୁ ଚେଷ୍ଟା କରିଛୁ । ବର୍ତ୍ତମାନ ପ୍ରତିରକ୍ଷା କ୍ଷେତ୍ରରେ ଆମ ମଧ୍ୟରେ ସହଯୋଗ ଏବଂ ସମନ୍ୱୟ ଏହି ସମ୍ପର୍କକୁ ଏକ ନୂତନ ଶିଖରତା ଆଣିଦେବ ।

ସାଥୀମାନେ,

ଏହି ଆୟୋଜନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ‘ଭାରତୀୟ ମହାସାଗରୀୟ ପ୍ଲସ’ର ପ୍ରତିରକ୍ଷା ମନ୍ତ୍ରୀଙ୍କର କନକ୍ଲେଭ ମଧ୍ୟ ଅଟେ । ଏଥିରେ ଆମର ୪୬ଟି ବନ୍ଧୁତ୍ୱପୂର୍ଣ୍ଣ ଦେଶ ଅଂଶଗ୍ରହଣ କରୁଛନ୍ତି । ଆଜି ଅନ୍ତର୍ଜାତୀୟ ନିରାପତ୍ତା ଠାରୁ ଆରମ୍ଭ କରି ବିଶ୍ୱ ବାଣିଜ୍ୟ ପର୍ଯ୍ୟନ୍ତ ସାମୁଦ୍ରିକ ସୁରକ୍ଷା ଏକ ବିଶ୍ୱ ପ୍ରାଥମିକତା ଭାବରେ ଉଭା ହୋଇଛି । ୨୦୧୫ରେ, ମୁଁ ମଧ୍ୟ ସମସ୍ତଙ୍କ ପାଇଁ ସୁରକ୍ଷା ଏବଂ ଅଭିବୃଦ୍ଧିର ଦୃଷ୍ଟିକୁ ଆଗେଇ ନେଇଥିଲି ଯଥା ମରିସସରେ ‘ସାଗର’ । ମୁଁ ଯେପରି ସିଙ୍ଗାପୁରରେ ଶ୍ୟାଙ୍ଗ୍ରି ଲା ସଂଳାପ କହିଥିଲି, ଆଫ୍ରକିା ଉପକୂଳ ଠାରୁ ଆମେରିକା ପର୍ଯ୍ୟନ୍ତ ଭାରତ-ପ୍ରଶାନ୍ତ ମହାସାଗରରେ ଭାରତର ଯୋଗଦାନ ଅନ୍ତର୍ଭୁକ୍ତ ଅଟେ । ଜଗତୀକରଣ ଯୁଗରେ ଆଜି ବାଣିଜି୍ୟକ ନୌସେନାର ଭୂମିକା ମଧ୍ୟ ବିସ୍ତାର ହୋଇଛି । ବିଶ୍ୱର ଭାରତରୁ ବହୁ ଆଶା ବୃଦ୍ଧି ପାଇଛି, ଏବଂ ମୁଁ ବିଶ୍ୱକୁ ନିଶ୍ଚିତ କରିବାକୁ ଚାହୁଁଛି । ଆପଣଙ୍କର ଆଶା ପୂରଣ କରିବା ପାଇଁ ଭାରତ ସମସତ ଉଦ୍ୟମ ଜାରି ରଖିବ । ଆମେ ଆଉ ପଛକୁ ଯିବା ନାହିଁ । ତେଣୁ ଏହି ପ୍ରତିରକ୍ଷା ଏକ୍ସପୋ ମଧ୍ୟ ଭାରତରେ ବିଶ୍ୱର ବିଶ୍ୱାସର ପ୍ରତୀକ ଅଟେ । ଏତେ ସଂଖ୍ୟକ ଦେଶର ଉପସ୍ଥିତ ମାଧ୍ୟମରେ ଗୁଜରାଟର ମାଟିରେ ବିଶ୍ୱର ବିଶାଳ ସମ୍ଭାବନା ଏକତ୍ରିତ ହେଉଛି । ଏହି କାର୍ଯ୍ୟକ୍ରମରେ ଭାରତର ସମସ୍ତ ବନ୍ଧୁ, ରାଷ୍ଟ୍ର ଏବଂ ସେମାନଙ୍କର ପ୍ରତିନିଧିମାନଙ୍କୁ ହୃଦୟରୁ ସ୍ୱାଗତ କରୁଛି । ଏହି ମହାନ କାର୍ଯ୍ୟକ୍ରମ ପାଇଁ ମୁଁ ଗୁଜରାଟର ଲୋକମାନଙ୍କୁ ଏବଂ ବିଶେଷକରି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲଙ୍କୁ ଅଭିନନ୍ଦନ ଜଣାଉଛି, ତାଙ୍କର ପୁରା ଦଳକୁ ଅଭିନନ୍ଦନ ଜଣାଉଛି । ଏହାର ବିକାଶ ପାଇଁ ଗୁଜରାଟର ପରିଚୟ, ଦେଶ ତଥା ବିଶ୍ୱର ଶିଳ୍ପ ଦକ୍ଷତା, ଆଜି ଏହି ପ୍ରତିରକ୍ଷା ଏକ୍ସପୋ ଗୁଜରାଟର ପରିଚୟକୁ ଏକ ନୂତନ ଶିଖରକୁ ଯିବାକୁ ମିଳୁଛି। ଆଗାମୀ ସମୟରେ ଗୁଜରାଟ ମଧ୍ୟ ପ୍ରତିରକ୍ଷା ଶିଳ୍ପର ଏକ ପ୍ରମୁଖ କେନ୍ଦ୍ର ହେବ, ଯାହା ଭାରତର ସୁରକ୍ଷା ଏବଂ ରଣନୀତିକୁ ସାମର୍ଥ୍ୟରେ ମଧ୍ୟ ଅନେକ ଅବଦାନ ଦେବ, ଏହା ମୋତେ ପୂର୍ଣ୍ଣ ବିଶ୍ୱାସ ଅଛି ।

ସାଥୀମାନେ,

ମୁଁ କେବଳ ପରଦାରେ ଦେଖୁଥିଲି, ଦେଶର ଲୋକମାନେ ଉତ୍ସାହରେ ପରିପୂର୍ଣ୍ଣ ଥିଲେ । ଉତ୍ସାହ ଏବଂ ଉଦ୍ଦୀପନା ନଜରକୁ ଆସୁଥିଲା । ଦେଶର ସୁରକ୍ଷା ତଥା ଅଞ୍ଚଳର ବିକାଶ ପାଇଁ ଦିଶା ଏୟାରଫିଲ୍ଡ ନିର୍ମାଣ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ଅଟେ । ଅନ୍ତର୍ଜାତୀୟ ସୀମା ଠାରୁ ଦିଶା ମାତ୍ର ୧୩ଠ କିଲୋମିଟର ଦୂର ଅଟେ । ଯଦି ଆମର ସୈନ୍ୟବାହିନୀ, ବିଶେଷକରି ଆମର ବାୟୁସେନା, ଦିଶାରେ ଥିବେ, ତେବେ ଆମେ ପଶ୍ଚିମ ସୀମାରେ ଥିବା କୌଣସି ଦୁଃସାହସିକତାକୁ ଆମେ ଭଲ ଭାବରେ ଜବାବ ଦେବାକୁ ସମର୍ଥ ହେବୁ । ଦିଶାର ଭାଇ ଓ ଭଉଣୀମାନେ, ମୁଁ ଆପଣଙ୍କୁ ଗାନ୍ଧୀ ନଗରରୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ବର୍ତ୍ତମାନ ଦିଶା, ବନାସାକାଣ୍ଠା, ପାଟଣ ଜିଲ୍ଲାର ତାରା ଚମକୁଛି! ଏହି ଏୟାରଫିଲ୍ଡ ପାଇଁ ୨ଠଠଠ ମସିହାରେ ଗୁଜରାଟର ଦିଶାଙ୍କୁ ଏହି ଜମି ଦିଆଯାଇଥିଲା । ଯେତେବେଳେ ଏଠାରେ ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ମୁଁ ଏହାର ନିର୍ମାଣ କାର୍ଯ୍ୟ ପାଇଁ ନିରନ୍ତର ଚେଷ୍ଟା କରୁଥିଲି। ମୁଁ ଏହାର ତକ୍ରାଳୀନ କେନ୍ଦ୍ର ସରକାରଙ୍କୁ ବାରମ୍ବାର ବୁଝାଉଥିଲେ ଯେ ଏହାର ମହତ୍ତ୍ୱ କ’ଣ । ଏତେ ସବୁଜମି ଦେଲେ, କିନ୍ତୁ ୧୪ ବର୍ଷ ପର୍ଯ୍ୟନ୍ତ କିଛି ହେଲା ନାହିଁ ଏବଂ ଫାଇଲଗୁଡ଼ିକ ମଧ୍ୟ ଏହି ଭାବରେ ତିଆରି ହେଲା, ଏପରି ପ୍ରଶ୍ନ ଚିହ୍ନଗୁଡ଼ିକ ରଖାଗଲା ଯେ ସେଠାରେ ପହଂଚିବା ପରେ ମଧ୍ୟ ମୁଁ ସଠିକ ଜିନିଷଗୁଡ଼ିକୁ ସଠିକ ଉପାୟରେ ସ୍ଥାପନ କରିବାକୁ ସମୟ ନେଇଥିଲେ । ସରକାର ଆସିବା ପରେ ଆମେ ଦିଶା ଠାରେ ଏକ କାର୍ଯ୍ୟକ୍ଷମ ଭିତ୍ତିଭୂମି ନିର୍ମାଣ କରିବାକୁ ସ୍ଥିର କଲୁ ଏବଂ ଆମର ସୈନ୍ୟବାହିନୀର ଏହି ଆଶା ଆଜି ପୂରଣ ହେଉଛି । ଯିଏ ମୋର ପ୍ରତିରକ୍ଷା ସାଥିଙ୍କର ପ୍ରତିରକ୍ଷା ମୁଖ୍ୟ ହେଲେ । ସମସ୍ତେ ମୋତେ ସବୁବେଳେ ଏହା ସ୍ମରଣ କରି ଆସୁଥିଲେ ଏବଂ ଆଜି ଏହା ଚୌଧୁରୀଙ୍କ ନେତୃତ୍ୱରେ ପ୍ରମାଣିତ ହେଉଛି । ଦିଶାକୁ ଯେତିକି ଅଭିନନ୍ଦନ, ସେତିକି ହିଁ ମୋର ବାୟୁସେନାର ସାଥୀମାନଙ୍କୁ ମଧ୍ୟ ଅଭିନନ୍ଦନ । ଏହି କ୍ଷେତ୍ର ବର୍ତ୍ତମାନ ଦେଶର ନିରାପତ୍ତାର ଏକ ପ୍ରଭାବଶାଳୀ କେନ୍ଦ୍ରରେ ପରିଣତ ହେବ । ଯେପରି ବନାସାକାଣ୍ଠା ଏବଂ ପାଟଣ ନିଜର ଏକ ପରିଚୟ ସୃଷ୍ଟି କରିଥିଲେ ଏବଂ ବନାସକାଣ୍ଠା ପାଟଣ ଗୁଜରାଟରେ ସୌର ଶକ୍ତି ସୋଲର ଏନର୍ଜିର କେନ୍ଦ୍ର ଭାବରେ ଉଭା ହୋଇଛି, ସେହିଭଳି ବନାସକାଣ୍ଠା ପାଟଣ ମଧ୍ୟ ଏବେ ଦେଶ ପାଇଁ ପବନ ଶକ୍ତିର କେନ୍ଦ୍ରରେ ମଧ୍ୟ ପରିଣତ ହେବ ।

ସାଥୀମାନେ,

ଯେକୌଣସି ଶକ୍ତିଶାଳୀ ରାଷ୍ଟ୍ର ପାଇଁ ଭବିଷ୍ୟତର ସୁରକ୍ଷାର ମାନେ କ’ଣ ରହିବ, ସ୍ପେସ ଟେକ୍ନୋଲୋଜୀ ଏହାର ଏକ ଉତ୍ତମ ଉଦାହରଣ । ମୋତେ କୁହାଯାଇଛି ଯେ ଏହି ସେବାରେ ବିଭିନ୍ନ ଆହ୍ୱାନର ସମୀକ୍ଷା କରାଯାଇଛି, ତିନୋଟି ସେବା ଦ୍ୱାରା ଚିହ୍ନଟ କରାଯାଇଛି । ସେଗୁଡ଼ିକର ସମାଧାନ ପାଇଁ ଆମକୁ ଶୀଘ୍ର କାର୍ଯ୍ୟ କରିବାକୁ ପଡ଼ିବ । ‘ମିଶନ ଡିଫେନ୍ସ ସ୍ପେସ’ ଦେଶର ବେସରକାରୀ କ୍ଷେତ୍ରକୁ ଏହାର ସାମର୍ଥ୍ୟ ଦେଖାଇବାକୁ ଏକ ସୁଯୋଗ ଦେବ । ମହାକାଶରେ ଭବିଷ୍ୟତର ସମ୍ଭାବନାକୁ ଦେଖିଲେ ଭାରତକ ଏହାର ପ୍ରସ୍ତୁତି ଆହୁରି ବଢ଼ାଇବାକୁ ପଡ଼ିବ । ଆମର ପ୍ରତିରକ୍ଷା ବାହିନୀକୁ ନୂତନ ଅଭିନବ ପଦକ୍ଷେପ ପାଇଁ ସମାଧାନ ଖୋଜିବାକୁ ପଡ଼ିବ । ମହାକାଶରେ ଭାରତର ଶକ୍ତି ସୀମିତ ରହିବା ଉଚିତ ନୁହେଁ, ଏହା ମଧ୍ୟ ଆମର ମିଶନ, ଏହା ମଧ୍ୟ ଆମର ଦୃଷ୍ଟିକୋଣ । ସ୍ପେସ ଟେକ୍ନୋଲୋଜୀ ଭାରତର ଉଦାରବାଦୀ ଚିନ୍ତାଧାରା । ବିଶିଷ୍ଟ କୂଟନୀତିର ନୂତନ ସଜ୍ଞା ଗଠନ କରୁଛି, ଯାହା ନୂତନ ସମ୍ଭାବନା ସୃଷ୍ଟି କରୁଛି । ଅନେକ ସଜ୍ଞା ଗଠନ କରୁଛି, ଯାହା ନୂତନ ସମ୍ଭାବନା ସୃଷ୍ଟି କରୁଛି । ଅନେକ ଆଫ୍ରିକୀୟ ଦେଶ ଏଥିରୁ ଉପକୃତ ହେଉଛନ୍ତି, ଅନ୍ୟାନ୍ୟ ଅନେକ ଛୋଟ ଦେଶ । ସେଠାରେ ୬ଠରୁ ଅଧିକ ବିକାଶଶୀଳ ଦେଶ ଅଛନ୍ତି ଯେଉଁମାନଙ୍କ ସହ ଭାରତ ଏହାର ମହାକାଶ ବିଜ୍ଞାନ ବାଣ୍ଟୁଛି । ଦକ୍ଷିଣ ଏସିଆ ଉପଗ୍ରହ ଏହାର ଏକ ପ୍ରଭାବଶାଳୀ ଉଦାହରଣ । ଆସନ୍ତା ବର୍ଷ ସୁଦ୍ଧା ଦଶଟି ଏସିଆନ ଦେଶ ମଧ୍ୟ ଭାରତର ଉପଗ୍ରହ ତଥ୍ୟକୁ ରିଆଲ ଟାଇମ ପ୍ରବେଶ କରିବେ । ୟୁରୋପ ଏବଂ ଆମେରିକା ପରି ବିକଶିତ ଦେଶ ମଧ୍ୟ ଆମର ଉପଗ୍ରହ ତଥ୍ୟ ବ୍ୟବହାର କରୁଛନ୍ତି । ଏସବୁ ସହିତ, ଏହା ଏକ କ୍ଷେତ୍ର ଯେଉଁଥିରେ ସାମୁଦ୍ରିକ ବାଣିଜ୍ୟ ପାଇଁ ଅପାର ସମ୍ଭାବନା ଅଛି । ଏହା ମାଧ୍ୟମରେ ଆମେ ଆମର ମତ୍ସ୍ୟଜୀବୀମାନଙ୍କ ପାଇଁ ଉତ୍ତମ ଆୟ ଏବଂ ଉତ୍ତମ ସୁରକ୍ଷା ପାଇଁ ପ୍ରକୃତ ସମୟର ସୂଚନା ପାଇଛୁ । ଆମେ ଜାଣୁ ଯେ ଏହି ସ୍ପେସ ସମ୍ବନ୍ଧୀୟ ସମ୍ଭାବନାଗୁଡ଼ିକୁ ଅନନ୍ତ ଆକାଶ ଭଳି ସ୍ୱପ୍ନ ଦେଖିବା ଭଳି ମୋ ଦେଶର ଯୁବକମାନେ ଏହାକୁ ସାକାର କରିବେ, ସମୟସୀମା ମଧ୍ୟରେ ସାକାର କରିବେ ଏବଂ ଅଧିକ ଗୁଣବତ୍ତା ସହିତ ସାକାର କରିବେ । ଭବିଷ୍ୟତ ନିର୍ମାଣ କରୁଥିବା ଯୁବକମାନେ ସ୍ପେସ ଟେକ୍ନୋଲୋଜୀକୁ ନୂତନ ଶିଖରକୁ ନେଇଯିବେ। ତେଣୁ ଏହି ବିଷୟଗୁଡ଼ିକ ଉପରେ ପ୍ରତିରକ୍ଷା ଏକ୍ସପୋର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା ରହିଛି । ଗୁଜରାଟର ଏହି ମାଟିରୁ ଡା. ବିକ୍ରମ ସାରାଭାଇଙ୍କ ପରି ବୈଜ୍ଞାନିକଙ୍କ ପ୍ରେରଣା ଏବଂ ଗୌରବ ମଧ୍ୟ ଯୋଡ଼ି ହୋଇଛି । ସେହି ପ୍ରେରଣା ଆମର ସଂକଳ୍ପକୁ ନୂତନ ଶକ୍ତି ଦେବ ।

ଏବଂ ସାଥୀମାନେ,

ଆଜି ଯେତେବେଳେ ପ୍ରତିରକ୍ଷା କ୍ଷେତ୍ରର କଥା ଆସିଥାଏ, ଯେତେବେଳେ ଭବିଷ୍ୟତର ଯୁଦ୍ଧ କଥା ଆସେ, ସେତେବେଳେ ଏହାର କମାଣ ଗୋଟିଏ ପ୍ରକାରରେ ଯୁବକମାନଙ୍କ ହାତରେ ରହିଛି । ଏଥିରେ ଭାରତର ଯୁବକମାନଙ୍କ ଉଦ୍ଭାବନ ଏବଂ ଅନୁସନ୍ଧାନର ଭୂମିକା ବହୁତ ବଡ଼ ରହିଛି । ତେଣୁ ଏହି ପ୍ରତିରକ୍ଷା ଏକ୍ସପୋ, ଭାରତର ଯୁବକମାନଙ୍କ ଭବିଷ୍ୟତ ପାଇଁ ଏକ ଝରକା ସାଦୃଶ!

ସାଥୀମାନେ,

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଉଦେଶ୍ୟ, ନବସୃଜନ ଏବଂ କାର୍ଯ୍ୟକାରିତା ମନ୍ତ୍ରରେ ଆଗକୁ ବଢୁଛି । ୮ ବର୍ଷ ପୂର୍ବେ ଭାରତ ବିଶ୍ୱର ସର୍ବବୃହତ ପ୍ରତିରକ୍ଷା ଆମଦାନୀକାରୀ ଭାବରେ ମାନ୍ୟତା ପାଇଲା । ଆମେ ସାରା ବିଶ୍ୱରୁ ଜିନିଷ କିଣିଥାଉ, ଆଣିଥାଉ, ପଇସା ଦେଇଥାଉ । କିନ୍ତୁ ନିଉ ଇଣ୍ଡିଆ ଉଦେଶ୍ୟ ଦେଖାଗଲା, ଇଚ୍ଛାଶକ୍ତି ଦେଖାଇଲା ଏବଂ ‘ମେକ ଇନ ଇଣ୍ଡିଆ’ ଆଦି ପ୍ରତିରକ୍ଷା କ୍ଷେତ୍ରରା ସଫଳ କାହାଣୀ ପାଲଟିଛି । ଗତ ୫ ବର୍ଷରେ ଆମର ପ୍ରତିରକ୍ଷା ରପ୍ତାନୀ, ଆମର ପ୍ରତିରକ୍ଷା ରପ୍ତାନୀ ୮ ଗୁଣ ବଢ଼ିଯାଇଛି ସାଥୀମାନେ । ଆମେ ଦୁନିଆର ୭୫ରୁ ଅଧିକ ଦେଶକୁ ପ୍ରତିରକ୍ଷା ସାମଗ୍ରୀ ଏବଂ ଯନ୍ତ୍ରପାତି ରପ୍ତାନୀ କରୁଛି । ୨୦୨୧-୨୨ ମସିହାରେ ଭାରତର ପ୍ରତିରକ୍ଷା ରପ୍ତାନୀ ୧.୫୯ ବିଲିଅନ ଡଲାରରେ ପହଂଚିଛି ଅର୍ଥାତ ପ୍ରାୟ ୧୩ ହଜାର କୋଟି ଟଙ୍କା ଏବଂ ଆଗାମୀ ସମୟରେ ଆମେ ଏହାକୁ ୫ ବିଲିଅନ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ ଅର୍ଥାତ ୪ଠ ହଜାର କୋଟି ଟଙ୍କା । ଏହି ରପ୍ତାନୀ, ଏହି ରପ୍ତାନୀ କେବଳ ନିର୍ଦ୍ଦିଷ୍ଟ ଉପକରଣରେ ସୀମିତ ନୁହେଁ, କେବଳ କିଛି ଦେଶ ପର୍ଯ୍ୟନ୍ତ ମଧ୍ୟ ସୀମିତ ନୁହେଁ । ଭାରତୀୟ ପ୍ରତିରକ୍ଷା କମ୍ପାନୀଗୁଡ଼ିକ ଆଜି ବିଶ୍ୱ ଯୋଗାଣ ଶୃଙ୍ଖଳାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛନ୍ତି । ଆମେ ଗ୍ଲୋବାଲ ଷ୍ଟାଣ୍ଡାର୍ଡର ‘ଷ୍ଟେଜ ଅଫ ଆର୍ଟ’ ଉପକରଣ ଯୋଗାଉଛୁ । ଆଜି ଆହୁରି ଅନେକ ଦେଶ ଭାରତର ତେଜସ ଭଳି ଆଧୁନିକ ଯୁଦ୍ଧ ବିମାନ ପ୍ରତି ଆଗ୍ରହ ଦେଖାଉଛନ୍ତି, ତେବେ ସେଠାରେ ଆମର କମ୍ପାନୀଗୁଡ଼ିକ ଆମେରିକା, ଇସ୍ରାଏଲ ଏବଂ ଇଟାଲୀ ଭଳି ଦେଶକୁ ପ୍ରତିରକ୍ଷା ଉପକରଣର କିଛି ଅଂଶ ମଧ୍ୟ ଯୋଗାଉଛନ୍ତି ।

ସାଥୀମାନେ,

ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରନ୍ତି ଯେତେବେଳେ ସେ ଶୁଣନ୍ତି ଯେ ଭାରତରେ ନିର୍ମିତ ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ, ଏହାର ବର୍ଗରେ ସବୁଠାରୁ ମାରାତ୍ମକ ଏବଂ ଉନ୍ନତ ବୋଲି ବିବେଚନା କରାଯାଏ । ଅନେକ ଦେଶ ପାଇଁ ବ୍ରହ୍ମୋସ କ୍ଷେପଣାସ୍ତ୍ର ସେମାନଙ୍କର ପସନ୍ଦ ଭାବରେ ଉଭା ହୋଇଛି ।

ସାଥୀମାନେ,

ବିଶ୍ୱ ଆଜି ଭାରତର ଟେକ୍ନୋଲୋଜୀ ଉପରେ ନିର୍ଭର କରୁଛି, କାରଣ ଭାରତର ସୈନ୍ୟବାହିନୀ ସେମାନଙ୍କର ସାମର୍ଥ୍ୟ ପ୍ରମାଣ କରିଛନ୍ତି । ଭାରତୀୟ ନୌସେନା ଏହାର ଜାହାଜରେ ଆଇଏନଏସ ବିକ୍ରାନ୍ତ ଭଳି ଅତ୍ୟାଧୁନିକ ବିମାନ ପରିବହନକାରୀଙ୍କୁ ଅନ୍ତର୍ଭୁକ୍ତ କରିଛି । ଏହି ଇଞ୍ଜିନିୟରିଂ ବିଶାଳ ଏବଂ ବିରାଟ ମାଷ୍ଟରପିସ କୋଚିନ ଶିପୟାର୍ଡ ଲିମିଟେଡ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପ୍ରସ୍ତୁତ କରାଯାଇଛି । ଭାରତୀୟ ବାୟୁସେନା ‘ମେକ ଇନ ଇଣ୍ଡିଆ’ ଅଧିନରେ ନିର୍ମିତ ଶକ୍ତିଶାଳୀ ଲାଇଟ କମ୍ବାଟ୍ ହେଲିକପ୍ଟର ଯୋଗ ଦେଇଛଇ । ସେହିଭଳି ଆମର ସେନା ଆଜି ଭାରତୀୟ କମ୍ପାନୀମାନଙ୍କ ଠାରୁ ବନ୍ଧୁକ ମୁକାବିଲା ପାଇଁ ସ୍ୱଦେଶୀ ବନ୍ଧୁକ କିଣୁଛି । ଗୁଜରାଟର ହଜୀରାରେ ଏଠାରେ ନିର୍ମିତ ଆଧୁନିକ ଆର୍ଟିଲିରି ଆଜି ଦେଶର ସୀମାରେ ସୁରକ୍ଷାକୁ ବଢ଼ାଉଛି ।

ସାଥୀମାନେ,

ଆମର ନୀତି, ସଂସ୍କାର ଏବଂ ବ୍ୟବସାୟ କରିବାର ସହଜତା ଦେଶକୁ ଏହି ଅବସ୍ଥାରେ ପହଂଚାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଭାରତ ନିଜର ପ୍ରତିରକ୍ଷା କ୍ରୟ ବଜେଟର ୬୮ ପ୍ରତିଶତ ଭାରତୀୟ କମ୍ପାନୀଗୁଡ଼ିକ ପାଇଁ ନିର୍ଦ୍ଧାରିତ କରିଛି, ନିର୍ଦ୍ଧାରିତ କରିଛି । ତାହା ହେଉଛି, ମୋଟ ବଜେଟରୁ ଆମେ ଭାରତ ଲୋକମାନଙ୍କ ଦ୍ୱାରା ନିର୍ମିତ ଜିନିଷ କିଣିବା ପାଇଁ ୬୮ ପ୍ରତିଶତ ଧାର୍ଯ୍ୟ କରିଛୁ । ଏହା ଏକ ବହୁତ ବଡ଼ ନିଷ୍ପତ୍ତି, ଏବଂ ଏହି ନିଷ୍ପତ୍ତି ନିଆଯାଇଛି କାରଣ ଭାରତର ସୈନ୍ୟବାହିନୀ ଯେଉଁ ପ୍ରଗତିଶୀଳ ନେତୃତ୍ୱ ପାଇଛନ୍ତି, ସେନାରେ ବସିଥିବା ଲୋକଙ୍କ ସାହସ ଯୋଗୁଁ ଏହା କରାଯାଉଛି । ରାଜନୈତିକ ଇଚ୍ଛାଶକ୍ତି ଦ୍ୱାରା ଏଗୁଡ଼ିକ ନିଷ୍ପତ୍ତି ନୁହେଁ । ଏହି ନିଷ୍ପତ୍ତି ସୈନ୍ୟବାହିନୀର ଇଚ୍ଛାନୁସାରେ ନିଆଯାଇଛି ଏବଂ ଆଜି ମୁଁ ଗର୍ବିତ ଯେ ମୋର ଏପରି ସୈନିକ ଅଛନ୍ତି, ମୋର ସୈନ୍ୟବାହିନୀରେ ଏପରି ଅଧିକାରୀ ଅଛନ୍ତି ଯେ ସେମାନେ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଆଗକୁ ନେଉଛନ୍ତି । ଏହା ବ୍ୟତୀତ, ଆମେ ଅନୁସନ୍ଧାନ ଏବଂ ନବସୃଜନ ପାଇଁ ଷ୍ଟାର୍ଟଅପ, ଶିଳ୍ପ ଏବଂ ଏକାଡେମୀ ପାଇଁ ପ୍ରତିରକ୍ଷା କ୍ଷେତ୍ର ଖୋଲିଛୁ, ଆମେ ଅନୁସନ୍ଧାନ ବଜେଟର ୨୫ ପ୍ରତିଶତ ଏକାଡେମୀ ବାହାରେ ନୂତନ ପିଢ଼ିକୁ ହସ୍ତାନ୍ତର କରିବାକୁ ଏକ ସାହାସିକ ନିଷ୍ପତ୍ତି ନେଇଛୁ ଏବଂ ମୁଁ ମୋର ଦେଶ ଉପରେ ବିଶ୍ୱାସ କରେ, ଯୁବପିଢ଼ିରେ ଅଛି । ଯଦି ଭାରତ ସରକାର ସେମାନଙ୍କୁ ଶହେ ଟଙ୍କା ନେବେ, ମୁଁ ନିଶ୍ଚିତ ଯେ ସେମାନେ ଦେଶକୁ ଦଶ ହଜାର ଟଙ୍କା ଫେରସ୍ତ କରିବେ, ଏହା ମୋର ଦେଶର ଯୁବପିଢ଼ିର ଶକ୍ତି ।

ମୁଁ ଖୁସି ଯେ ସରକାରଙ୍କ ଏହି ଉଦ୍ୟମ ସହିତ ଆମର ସୈନ୍ୟବାହିନୀ ମଧ୍ୟ ଆଗକୁ ଆସି ନିଷ୍ପତ୍ତି ନେଇଛନ୍ତି ଯେ ଦେଶର ପ୍ରତିରକ୍ଷା ପାଇଁ ଦେଶ ଭିତରେ ଅଧିକରୁ ଅଧିକ ଉପକରଣ କ୍ରୟ କରାଯିବ । ସେନା ମିଳିତ ଭାବେ ଅନେକ ଉପକରଣର ଦୁଇଟି ତାଲିକା ମଧ୍ୟ ସ୍ଥିର କରିଛନ୍ତି । ସେ ଏକ ତାଲିକା ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଦେଶରେ କେବଳ ଜିନିଷ କିଣାଯିବ ଏବଂ କିଛି ତାଲିକା ଏପରି ରହିଛଇ ଯେ ଆବଶ୍ୟକ ହେଲେ ଏହାକୁ ବାହାର ସ୍ଥାନରୁ ନିଆଯିବ । ମୁଁ ଆଜି ଖୁସି ଯେ ମୋତେ କୁହାଯାଇଥିଲା ଯେ ଆଜି ସେମାନେ ଏଥିରେ ଆହୁରି ୧ଠ୧ଟି ଜିନିଷ ଯୋଡ଼ିଛନ୍ତି, ଯାହା କେବଳ ଭାରତରେ ତିଆରି ଜିନିଷ ନିଆଯିବ, ଏହି ନିଷ୍ପତ୍ତିଗୁଡ଼ିକ ଆତ୍ମନିର୍ଭରଶୀଳ ଭାରତର ସମ୍ଭାବନାକୁ ମଧ୍ୟ ଦର୍ଶାଇଥାଏ ଏବଂ ଏହା ଦେଶର ସୈନିକମାନଙ୍କର ଦେଶର ସାମରିକ ଉପକରଣରେ ଆତ୍ମବିଶ୍ୱାସର ପ୍ରତୀକ ଅଟେ । ଏହି ତାଲଇକା ପରେ ପ୍ରତିରକ୍ଷା କ୍ଷେତ୍ରର ୪୧୧ଟି ଉପକରଣ ଏବଂ ଯନ୍ତ୍ରପାତି ରହିବ, ଯାହା ଭାରତ କେବଳ ‘ମେକ ଇନ ଇଣ୍ଡିଆ’ ଅଧିନରେ କିଣିବ । ଆପଣ କଳ୍ପନା କରନ୍ତୁ, ଏତେ ବଡ଼ ବଜେଟ ଭାରତୀୟ କମ୍ପାନୀର ମୂଳଦୁଆକୁ କେତେ ମଜବୁତ କରିବ, ଏହା ଆମର ଅନୁସନ୍ଧାନ ଏବଂ ନୂତନତ୍ୱକୁ କେତେ ଶକ୍ତି ଦେବ! ଏବଂ ଏହା ମୋ ଦେଶର ଯୁବପିଢ଼ିଙ୍କ ପାଇଁ କେତେ ଲାଭଦାୟକ ହେବ ।

ସାଥୀମାନେ,

ଏହି ଆଲୋଚନା ମଧ୍ୟରେ ମୁଁ ଆଉ ଏକ ବିଷୟ ଉଲ୍ଲେଖ କରିବାକୁ ଚାହିଁବି । ଏବଂ ମୁଁ ଭାବୁଛି ଯେ ଆମକୁ ଏହି ଜିନିଷ ବୁଝିବାକୁ ପଡ଼ିବ, ଯେଉଁ ସମୀକ୍ଷକ ଅଛନ୍ତି, ବେଳେବେଳେ ସେମାନେ ମଧ୍ୟ ଏହି ଜିନିଷ ଏହି ଜିନିଷ ଉପରେ ଫସିଯାଆନ୍ତି । କିନ୍ତୁ ମୁଁ କହିବାକୁ ଚାହେଁ, ଆମର ଜୀବନର ଅନେକ ଅଭିଜ୍ଞତା ରହିଛି । ଯେତେବେଳେ ଆମେ ଟ୍ରେନ ଭିତରକୁ ପ୍ରବେଶ କରିବା । ଯଦି ଚାରିଜଣ ଲୋକ ଗୋଟିଏ ଆସନରେ ବସିଛନ୍ତି ଏବଂ ପଞ୍ଚମ ଜଣ ଆସନ୍ତି, ତେବେ ଚାରିଜଣ ଏକାଠି ହୋଇ ପଞ୍ଚମକୁ ପ୍ରବେଶ କରିବାକୁ ଦିଅନ୍ତି ନାହିଁ, ସେମାନେ ତାକୁ ଅଟକାଇ ଦିଅନ୍ତି । ପ୍ରତିରକ୍ଷା ଜଗତରେ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ସହିତ ସମାନ ପରିସ୍ଥିତି ଦେଖାଦେଇଛି । ଦୁନିଆରେ ପ୍ରତିରକ୍ଷା ଯୋଗାଣ କ୍ଷେତ୍ରରେ ଚାଲୁଥିବା କିଛି କମ୍ପାନୀର ଏକଚାଟିଆପଣ, ସେମାନେ କାହାକୁ ପ୍ରବେଶ କରିବାକୁ ଦେଲେ ନାହିଁ । କିନ୍ତୁ ସାହସର ସହିତ ଭାରତ ନିଜର ସ୍ଥାନ ହାସଲ କରିଛି । ଆଜି, ଭାରତର ଯୁବକମାନଙ୍କର ଏହି ଦକ୍ଷତା ବିଶ୍ୱ ପାଇଁ ଏକ ବିକଳ୍ପ ଭାବରେ ଉଭା ହୋଇଛି । ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଯୁବକମାନଙ୍କ ସମ୍ଭାବନା ସାମ୍ନାକୁ ଆସୁଛି । ସେ ହେଉଛନ୍ତି ଜଗତର କର୍ମକର୍ତ୍ତା । ଦୁନିଆକୁ ନୂଆ ସୁଯୋଗ ଦେବା, ଏହାର ବିକଳ୍ପ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାକୁ ଯାଉଛି । ଏବଂ ଆମର ଯୁବବର୍ଗଙ୍କ ଏହି ପ୍ରୟାସ, ମୁଁ ନିଶ୍ଚିତ ଯୁବପିଢ଼ିଙ୍କ ଏହି ଉଦ୍ୟମ ହେତୁ ଆଗାମୀ ଦିନରେ ଦେଶର ସୁରକ୍ଷା କ୍ଷେତ୍ର ଦୃଢ଼ ହେବ । କିନ୍ତୁ ଏଥି ସହିତ ଦେଶର ଶକ୍ତି, ଦେଶର ଯୁବକମାନେ ମଧ୍ୟ ବହୁଗୁଣିତ ହେବେ । ଆଜିର ପ୍ରତିରକ୍ଷା ଏକ୍ସପୋରେ ଆମେ ଯାହା ଦେଖାଉଛୁ । ଯେଉଁଥିରେ ମୁଁ ବିଶ୍ୱବ୍ୟାପୀ ଭଲର ଏକ ସଂକେତ ମଧ୍ୟ ଦେଖୁଛି । ଦୁନିଆର ଛୋଟ ଦେଶମାନଙ୍କ ପାଇଁ ଏହା ବହୁତ ବଡ଼ ଲାଭଦାୟକ ହେବ, ଯାହା ସମ୍ବଳ ଅଭାବରୁ ସେମାନଙ୍କ ସୁରକ୍ଷା ପଛରେ ରହିଯାଇଛି ।

ସାଥୀମାନେ,

ଭାରତ ପ୍ରତିରକ୍ଷା କ୍ଷେତ୍ରକୁ ସୁଯୋଗର ଅନନ୍ତ ଆକାଶ ରୂପରେ ଦେଖିଥାଏ, ସକାରାତ୍ମକ ସମ୍ଭାବନା ଭାବରେ ଦେଖିଥାଏ । ଆଜି ଆମର ଏଠାରେ ୟୁପି ଏବଂ ତାମିଲନାଡୁରେ ଦୁଇଟି ପ୍ରତିରକ୍ଷା କରିଡ଼ର ଏବେ ବି ଦ୍ରୁତ ଗତିରେ ବିକାଶ ଦିଗରେ ଆଗକୁ ବଢୁଛି । ବିଶ୍ୱର ଅନେକ ବଡ଼ କମ୍ପାନୀ ଭାରତରେ ନିବେଶ କରିବାକୁ ଆସୁଛନ୍ତି । ଏହି ବିନିଯୋଗ ପଛରେ ଯୋଗାଣ ଶୃଙ୍ଖଳାର ଏକ ବୃହତ ନେଟୱାର୍କ ବିକଶିତ ହେଉଛି । ଏହି କମ୍ପାନୀଗୁଡ଼ିକ, ଆମର ଏମଆଇଏମଇ, ଆମର ଛୋଟ ଶିଳ୍ପଗୁଡ଼ିକ ମଧ୍ୟ ଏହି କାରଣରୁ ଶକ୍ତି ପାଆନ୍ତି ଏବଂ ଆମର ଏଥିପାଇଁ ଏମଏସଏମଇଗୁଡ଼ିକ ସହଯୋଗ କରିବେ, ଏବଂ ମୁଁ ନିଶ୍ଚିତ ଯେ ପୁଞ୍ଜି ଏହି ଛୋଟ ଶିଳ୍ପମାନଙ୍କ ହାତରେ ମଧ୍ୟ ପହଂଚିବାକୁ ଯାଉଛି । ଏହି କ୍ଷେତ୍ରରେ ଲକ୍ଷ ଲକ୍ଷ କୋଟି ନିବେଶ ସେହି ଅଞ୍ଚଳର ଯୁବକମାନଙ୍କ ପାଇଁ ଏକ ବଡ଼ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଯାଉଛି ଏବଂ ଏକ ନୂତନ ଅଭିବୃଦ୍ଧି ହାସଲ କରିବାର ସମ୍ଭାବନା ଅଛି । ମୁଁ ଗୁଜରାଟ ପ୍ରତିରକ୍ଷା ଏକ୍ସପୋରେ ଉପସ୍ଥିତ ଥିବା ସମସ୍ତ କମ୍ପାନୀକୁ ମଧ୍ୟ ଆହ୍ୱାନ କରିବାକୁ ଚାହେଁ ଯେ ଭବିଷ୍ୟତର ଭାରତକୁ କେନ୍ଦ୍ରରେ ରଖିବା ପାଇଁ ଆପଣ ଏହି ସୁଯୋଗଗୁଡ଼ିକୁ ଆକୃଷ୍ଟ କରନ୍ତୁ । ତୁମେ ସୁଯୋଗକୁ ହାତଛଡ଼ା କରନାହିଁ, ତୁମେ ଉଦ୍ଭାବନ କର, ଦୁନିଆରେ ସର୍ବୋତ୍ତମ ହେବାର ପ୍ରତିଶ୍ରୁତି ଦିଅ ଏବଂ ଏକ ଶକ୍ତିଶାଳୀ ବିକଶିତ ଭାରତର ସ୍ୱପ୍ନକୁ ରୂପ ଦିଅ । ମୁଁ ଯୁବକ, ଗବେଷକ, ଉଦ୍ଭାବକମାନଙ୍କୁ ବିଶ୍ୱାସ ଦେଉଛି, ମୁଁ ଆପଣଙ୍କ ସହିତ ଅଛି । ଆପଣଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମୁଁ ଆଜି ଆପଣମାନଙ୍କ ପାଇଁ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛି ।

ସାଥୀମାନେ,

ଦେଶ ବହୁତ ଦ୍ରୁତ ଗତିରେ ବଦଳୁଛି, ଆପଣ ମଧ୍ୟ ଏହାକୁ ଅନୁଭବ କରିପାରୁଥିବେ । ଏକ ସମୟ ଥିଲା ଯେତେବେଳେ ଏହି ଦେଶ କପୋତମୁକ୍ତ କରୁଥିଲା । ଆଜି ଚିତା ଛାଡ଼ିବାର ଶକ୍ତି ରହିଛି । ଏହି ଶକ୍ତି ସହିତ ଘଟଣାମାନ ଛୋଟ ହୋଇଥାଏ । କିନ୍ତୁ ସଂକେତ ବହୁତ ବଡ଼ ହୋଇଥାଏ । କିନ୍ତୁ ଚିହ୍ନଗୁଡ଼ିକ ବହୁତ ବଡ଼ । ଶବ୍ଦ ସମର ସରଳ ହୋଇଥାଏ, କିନ୍ତୁ ସାମର୍ଥ୍ୟ ଅପରମ୍ପାର ହୋଇଥାଏ, ଏବଂ ଆଜି ଭାରତର ଯୁବଶକ୍ତି, ଭାରତର ସାମର୍ଥ୍ୟ ବିଶ୍ୱ ପାଇଁ ଆଶାର କେନ୍ଦ୍ର ହୋଇଛି । ଏବଂ ଆଜିର ଏହି ଡିଫେନ୍ସ ଏକ୍ସପୋ ତାହୋର ଏକ ରୂପ ନେଇ ଆପଣଙ୍କ ସମ୍ମୁଖରେ ପ୍ରସ୍ତୁତ ଅଛି । ମୁଁ ଆମର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜୀଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ଯେ ଏହି କାମ ପାଇଁ ଯେଉଁ କଠିନ ପରିଶ୍ରମ ସେ କରିଛନ୍ତି, ଯେଉଁ ସାର୍ଥକତା ଆଣି ଦେଇଛନ୍ତି । କମ କୁହନ୍ତି, କିନ୍ତୁ ବହୁତ ମଜବୁତର ସହ କାମ କରିଥାନ୍ତି । ମୁଁ ତାଙ୍କ ମଧ୍ୟ ଅଭିନନ୍ଦନ ଜଣାଉଛି, ତାଙ୍କର ପୁରା ଦଳକୁ ଅଭିନନ୍ଦନ ଜଣାଉଛି । ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଏବଂ ଆଗାମୀ ଦୀପାବଳୀ ପର୍ବର ମଧ୍ୟ ଶୁଭକାମନା । ଆମର ଗୁଜରାଟର ଲୋକମାନଙ୍କୁ ନବବର୍ଷର ଶୁଭକାମନା ।

ଧନ୍ୟବାଦ!

 

NS/MB



(Release ID: 1870173) Visitor Counter : 85