ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଗୁଜରାଟର ଅଦାଲାଜସ୍ଥିତ ତ୍ରିମନ୍ଦିର ଠାରେ ମିସନ୍ ସ୍କୁଲ୍ସ ଅଫ୍ ଏକ୍ସଲେନ୍ସର ଶୁଭାରମ୍ଭ କରିଛନ୍ତି


ପ୍ରାୟ ୪୨୬୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଗୁଡିକର ଶୁଭାରମ୍ଭ ମଧ୍ୟ କରିଛନ୍ତି

“ଅମୃତ କାଳ ନିମନ୍ତେ ଅମୃତ ସୃଷ୍ଟି ଦିଗରେ ଏହା ଏକ ସ୍ମରଣୀୟ ପଦକ୍ଷେପ ଅଟେ”

“ଗତ ଦୁଇ ଦଶନ୍ଧି ମଧ୍ୟରେ, ଗୁଜରାଟ ନିଜ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିଛି”

“ଗୁଜରାଟ ସର୍ବଦା ଶିକ୍ଷା କ୍ଷେତ୍ରରେ କିଛି ବିଶେଷ ଏବଂ ବୃହତ୍ ପରୀକ୍ଷଣର ଅଂଶ ହୋଇ ରହି ଆସିଛି”

“ପିଏମ୍ – ଏସ୍‌ଏଚ୍‌ଆର୍‌ଆଇ (ପିଏମ୍ – ଶ୍ରୀ) ବିଦ୍ୟାଳୟ ଗୁଡିକ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ପାଇଁ ଆଦର୍ଶ ବିଦ୍ୟାଳୟ ହେବ”

“ନୂତନ ଜାତୀୟ ଶିକ୍ଷା ନୀତି ଦେଶକୁ ଦାସତ୍ୱର ମାନସିକତାରୁ ମୁକ୍ତ କରିବା ନିମନ୍ତେ ଏବଂ ପ୍ରତିଭା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରୟାସ ଅଟେ ”

“ଇଂରାଜୀ ଭାଷାକୁ ଜ୍ଞାନର ପରିମାପ ଭାବରେ ଗ୍ରହଣ କରା ଯାଇଥିଲା, ଏହା ଗ୍ରାମୀଣ ପ୍ରତିଭା ମାନଙ୍କୁ ଆଗକୁ ଯିବାକୁ ଦେବାରେ ବାଧା ସୃଷ୍ଟି କରିଥିଲା ”

“ପ୍ରାଚୀନ କାଳରୁ ଶିକ୍ଷା ଭାରତର ବିକାଶ କ୍ଷେତ୍ରରେ ମୂଳ ସ୍ଥାନ ହୋଇ ରହି ଆସିଛି”

“ଏକ ବିଂଶ ଶତାବ୍ଦୀରେ, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ସହ ଜଡିତ ଅଧିକାଂଶ ଉଦ୍ଭାବନ ଭାରତରେ ହେବ”

“ଗୁଜରାଟ ଏକ ଜ୍ଞାନ କେନ୍ଦ୍ର ଭାବରେ ଦେଶରେ ବିକଶିତ ହେଉଛି, ଏକ ଅଭିନବ କେନ୍ଦ୍ର ଭାବରେ ବିକାଶ ଲାଭ କରୁଛି ”

“ସମଗ୍ର ବିଶ୍ୱରେ ଏକ ମହାନ ଜ୍ଞାନର ଅର୍ଥନୀତି ହେବା ନିମନ୍ତେ ଭା

Posted On: 19 OCT 2022 5:45PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଅଦାଲାଜସ୍ଥିତ ତ୍ରିମନ୍ଦିର ଠାରେ ମିସନ୍ ସ୍କୁଲ୍ସ ଅଫ୍ ଏକ୍ସଲେନ୍ସର ଶୁଭାରମ୍ଭ କରିଛନ୍ତି । ଏହି ମିଶନର ପରିକଳ୍ପନା ମୋଟ ୧୦,୦୦୦ କୋଟି ଟଙ୍କା ବ୍ୟୟକୁ ନେଇ କରା ଯାଇଛି । ତ୍ରିମନ୍ଦିର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରାୟ ୪୨୬୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଗୁଡିକର ମଧ୍ୟ ଶୁଭାରମ୍ଭ କରିଥିଲେ । ଏହି ମିଶନ ଗୁଜରାଟ ରାଜ୍ୟରେ ନୂତନ ଶ୍ରେଣୀ ଗୃହ, ସ୍ମାର୍ଟ ଶ୍ରେଣୀ ଗୃହ, କମ୍ପ୍ୟୁଟର ଲ୍ୟାବ ସ୍ଥାପନ କରି ଏବଂ ରାଜ୍ୟର ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମିର ସାମଗ୍ରିକ ଉନ୍ନୟନ ଦ୍ୱାରା ଶିକ୍ଷା ଭିତ୍ତିଭୂମିକୁ ମଜବୁତ କରିବାରେ ସାହାଯ୍ୟ କରିବ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଗୁଜରାଟ ଅମୃତ କାଳ ନିମନ୍ତେ ଅମୃତ ସୃଷ୍ଟି ଦିଗରେ ଏକ ସ୍ମରଣୀୟ ପଦକ୍ଷେପ ନେଉଛି । ପ୍ରଧାନମନ୍ତ୍ରୀ କହିଥିଲେ, “ଏହି ଅବସର ଏକ ବିକଶିତ ଭାରତ ଏବଂ ଏକ ବିକଶିତ ଗୁଜରାଟ ପାଇଁ ଏକ ମାଇଲ ଖୁଂଟ ଭାବେ କାର୍ଯ୍ୟ କରିବାକୁ ଯାଉଛି । ମିଶନ୍ ସ୍କୁଲ୍ ଅଫ୍ ଏକ୍ସଲେନ୍ସ ପାଇଁ ସେ ସମସ୍ତ ନାଗରିକ, ଶିକ୍ଷକ, ଯୁବକ ଏବଂ ଗୁଜରାଟର ଆଗାମୀ ପିଢ଼ିକୁ ମଧ୍ୟ ଶୁଭେଚ୍ଛା ଜଣାଇ ଥିଲେ ।

ସାମ୍ପ୍ରତିକ ସମୟରେ ୫ଜି ଟେକ୍ନୋଲୋଜିର ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ଯଦିଓ ଆମେ ପ୍ରଥମରୁ ଆରମ୍ଭ କରି ୪ର୍ଥ ପିଢ଼ିର  ଇଂଟରନେଟ୍ ବ୍ୟବହାର କରିଛେ, ୫ଜି ସମଗ୍ର ଭାରତରେ ସେବା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିବ । “ପ୍ରତ୍ୟେକ ପିଢ଼ି ସହିତ ଟେକ୍ନୋଲୋଜି ଆମକୁ ଜୀବନର ପ୍ରତ୍ୟେକ ଛୋଟ ଛୋଟ ଦିଗ ସହିତ ମଧ୍ୟ ଯୋଡିଛି ବୋଲି ସେ ପ୍ରକାଶ କରିଥିଲେ । ୫ଜି ଟେକ୍ନୋଲୋଜିର ଦକ୍ଷତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଶିକ୍ଷା କ୍ଷେତ୍ରକୁ ସ୍ମାର୍ଟ ସୁବିଧା ସୁଯୋଗ ପ୍ରଦାନ, ସ୍ମାର୍ଟ ଶ୍ରେଣୀ ଗୃହ ଏବଂ ସ୍ମାର୍ଟ ପ୍ରଣାଳୀରେ ଶିକ୍ଷା ପ୍ରଦାନ ଠାରୁ ବହୁତ ଆଗକୁ ଏବଂ ପରବର୍ତ୍ତୀ ସ୍ତରକୁ ନେଇଯିବ । ସେ ଆହୁରି ମଧ୍ୟ କହିଥିଲେ  ଯେ, ଆମର ଛୋଟ ଛୋଟ ଛାତ୍ରଛାତ୍ରୀମାନେ ବର୍ତ୍ତମାନ ଆଭାସୀ ବାସ୍ତବତାର ଶକ୍ତି ଏବଂ ବିଦ୍ୟାଳୟରେ ଇଂଟରନେଟ୍ ଦ୍ୱାରା ଶିକ୍ଷା ସମ୍ପର୍କରେ ଅନୁଭବ କରି ପାରିବେ । ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ଯେ ମିଶନ ସ୍କୁଲ ଅଫ୍ ଏକ୍ସଲେନ୍ସ ମାଧ୍ୟମରେ ଗୁଜରାଟ ସମଗ୍ର ଦେଶରେ ପ୍ରଥମ ତଥା ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଏହି ଅବିସ୍ମରଣୀୟ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲଙ୍କ ଦଳକୁ ଶୁଭେଚ୍ଛା ଜଣାଇ ଥିଲେ ।

ଗତ ଦୁଇ ଦଶନ୍ଧି ମଧ୍ୟରେ ଗୁଜରାଟର ଶିକ୍ଷା କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ଆସିଛି ତାହା ଉପରେ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ । ଗୁଜରାଟରେ ଶିକ୍ଷା କ୍ଷେତ୍ରର ପୂର୍ବରୁ ରହିଥିବା ଅବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ମନେ ପକାଇ ଦେଇଥିଲେ ଏବଂ ସେତେବେଳେ ୧୦୦ ପିଲାଙ୍କ ମଧ୍ୟରୁ ୨୦ ଜଣ ଆଦୌ ସ୍କୁଲ ଯାଉ ନଥିଲେ ବୋଲି ସେ ସୂଚନା ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଯେଉଁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଯିବାରେ ସଫଳ ହୋଇଥିଲେ, ସେମାନେ ଅଷ୍ଟମ ଶ୍ରେଣୀ ପରେ ଆଉ ସ୍କୁଲ୍‌କୁ ଯାଉ ନଥିଲେ । ସେ ଆହୁରି ମଧ୍ୟ ସୂଚାଇ ଦେଇଥିଲେ ଯେ, ସ୍କୁଲରେ ପଢ଼ା ବନ୍ଦ ହୋଇଥିବା ବାଳିକା ମାନଙ୍କର ଅବସ୍ଥା ଅନ୍ୟ ମାନଙ୍କ ତୁଳନାରେ ଆହୁରି ଅଧିକ ଶୋଚନୀୟ ଥିଲା ।

ଆଦିବାସୀ କ୍ଷେତ୍ରରେ ଶିକ୍ଷଣ କେନ୍ଦ୍ର ଗୁଡ଼ିକର ସଂଖ୍ୟା କମ୍ ହେବା ବିଷୟରେ ପ୍ରଧାନମନ୍ତ୍ରୀ ଟିପ୍ପଣୀ ଦେଇ କହିଥିଲେ ଯେ, ସେଠାରେ ବିଜ୍ଞାନ ଶିକ୍ଷା ପାଇଁ ଆଦୌ କୌଣସି ଯୋଜନା ନଥିଲା । ଶ୍ରୀ ମୋଦୀ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ଏହି ଦୁଇ ଦଶନ୍ଧି ମଧ୍ୟରେ ଗୁଜୁରାଟର ଲୋକମାନେ ନିଜ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା କ୍ଷେତ୍ରରେ ପରିବର୍ତ୍ତନ ଆଣି ପାରିଛନ୍ତି । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଏହି ଦୁଇ ଦଶନ୍ଧି ମଧ୍ୟରେ ଗୁଜରାଟରେ ୧.୨୫ ଲକ୍ଷରୁ ଅଧିକ ନୂତନ ଶ୍ରେଣୀ ଗୃହ ନିର୍ମାଣ କରା ଯାଇଛି ଏବଂ ୨ ଲକ୍ଷରୁ ଅଧିକ ଶିକ୍ଷକ ମଧ୍ୟ ନିଯୁକ୍ତି ପାଇଛନ୍ତି । “ମୋର ସେହି ଦିନ ସବୁ ମନେ ଅଛି, ଯେତେବେଳେ ଶାଳା ପ୍ରବେଶୋତ୍ସବ ଏବଂ କନ୍ୟା କେଲାଭାନି ମହୋତ୍ସବ ପରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଯେତେବେଳେ ପୁଅ ଓ ଝିଅ ପ୍ରଥମ ଥର ସ୍କୁଲକୁ ଯାଇଥାନ୍ତି, ସେତେବେଳେ ଏହା ଏକ ଉତ୍ସବ ପରି ପାଳନ କରାଯିବାର ଏକ ପ୍ରୟାସ ନେଇ ଏହା କରା ଯାଇଥିଲା ” ବୋଲି ଶ୍ରୀ ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଶିକ୍ଷାର ଗୁଣବତ୍ତା ଉପରେ ଗୁରୁତ୍ୱ ଦେଉଥିବା ଏକ ଉତ୍ସବ ‘ଗୁଣୋତ୍ସବ’ ସମ୍ପର୍କରେ ମଧ୍ୟ ମନେ ପକାଇ ଦେଇଥିଲେ । ଏହି ଯୋଗ୍ୟତା ଆଧାରରେ, ଛାତ୍ର ମାନଙ୍କର କୁଶଳତା ଏବଂ ଦକ୍ଷତାକୁ ମୂଲ୍ୟାଙ୍କନ କରା ଯାଇଥିଲା ଏବଂ ଉପଯୁକ୍ତ ସମାଧାନ ପାଇଁ ପରାମର୍ଶ ଦିଆ ଯାଇଥିଲା । ଗୁଜରାଟର ବିଦ୍ୟା ସମୀଶ କେନ୍ଦ୍ରରେ ‘ଗୁଣୋତ୍ସବ’ର ଏକ ଉନ୍ନତ ଜ୍ଞାନ କୌଶଳ ଭିତ୍ତିକ ସଂସ୍କରଣ କାର୍ଯ୍ୟ କରୁଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ । “ଗୁଜରାଟ ସର୍ବଦା ଶିକ୍ଷା କ୍ଷେତ୍ରରେ କିଛି ବିଶେଷ ଏବଂ ବଡ ପରୀକ୍ଷଣର ଅଂଶ ହୋଇ ରହି ଆସିଛି । ଗୁଜରାଟର ପ୍ରଥମ ଶିକ୍ଷକ ତାଲିମ୍ ବିଶ୍ୱ ବିଦ୍ୟାଳୟ ଭାବରେ ଆମେ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ସ୍ଥାପନ କରିଛୁ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଯେତେବେଳେ ଗୁଜରାଟ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ, ସେହି ସମୟକୁ ମନେ ପକାଇ ସେ ସୂଚନା ଦେଇଥିଲେ ଯେ ସେ ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ଯାତ୍ରା କରିଥିଲେ ଏବଂ ସବୁ ଲୋକ ମାନଙ୍କୁ ସେମାନଙ୍କ ଝିଅ ମାନଙ୍କୁ ସ୍କୁଲ ପଠାଇବାକୁ ଅନୁରୋଧ କରିଥିଲେ । ଏହାର ଫଳାଫଳ ଏପରି ହୋଇଛି ଯେ, ଆଜି ଗୁଜରାଟର ପ୍ରାୟ ସମସ୍ତ ପୁଅ ଏବଂ ଝିଅ ସ୍କୁଲରେ ପହଂଚିବା ଆରମ୍ଭ କରି ଦେଇଛନ୍ତି ଏବଂ ସ୍କୁଲ ପାଠ ଶେଷ ହେବା ପରେ କଲେଜ ଯିବା ଆରମ୍ଭ କରିଛନ୍ତି । ” ଯେଉଁ ଅଭିଭାବକ ମାନେ ନିଜ ପିଲା ମାନଙ୍କୁ ସ୍କୁଲକୁ ପଠାଇବା ପାଇଁ ତାଙ୍କ ଅନୁରୋଧ ଉପରେ ଗୁରୁତ୍ୱ ଦେଇଥିଲେ , ସେମାନଙ୍କୁ ସେ ମଧ୍ୟ କୃତଜ୍ଞତା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଏମିତିକି ଏକ ଦଶନ୍ଧି ପୂର୍ବରୁ ମଧ୍ୟ ୨୦ ହଜାରରୁ ଅଧିକ ବିଦ୍ୟାଳୟ ଗୁଡିକରେ କମ୍ପ୍ୟୁଟର ସାହାଯ୍ୟରେ ଶିକ୍ଷା ଲ୍ୟାବ ବ୍ୟତୀତ ଗୁଜରାଟର ୧୫,୦୦୦ ବିଦ୍ୟାଳୟରେ ଟିଭି ପହଂଚି ସାରିଥିଲା ଏବଂ ଅନେକ ବର୍ଷ ପୂର୍ବରୁ ଏହି ଭଳି ବ୍ୟବସ୍ଥା ଗୁଜରାଟ ବିଦ୍ୟାଳୟ ଗୁଡ଼ିକର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ଯାଇଥିଲା । ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ ଆଜି ଗୁଜରାଟରେ ଏକ କୋଟିରୁ ଅଧିକ ଛାତ୍ରଛାତ୍ରୀ ଏବଂ ୪ ଲକ୍ଷରୁ ଅଧିକ ଶିକ୍ଷକ ଅନ୍‌ଲାଇନ୍ ଉପସ୍ଥାନରେ ପଞ୍ଜିକରଣ କରିଛନ୍ତି । ସେ ଆହୁରି ବିସ୍ତାରରେ କହିଥିଲେ ଯେ  ଆଜି ଗୁଜରାଟର ୨୦ ହଜାର ବିଦ୍ୟାଳୟ ୫ଜି ଯୁଗର ଶିକ୍ଷା କ୍ଷେତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି ।

ମିଶନ୍ ସ୍କୁଲ୍ ଅଫ୍ ଏକ୍ସଲେନ୍ସ ଅଧୀନରେ ଜଡିତ ପ୍ରକଳ୍ପ ଗୁଡିକ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ ଏହି ବିଦ୍ୟାଳୟ ଗୁଡିକରେ ୫୦ ହଜାର ନୂତନ ଶ୍ରେଣୀ ଗୃହ ଏବଂ ଏକ ଲକ୍ଷରୁ ଅଧିକ ସ୍ମାର୍ଟ ଶ୍ରେଣୀ ଗୃହ ନିର୍ମାଣ ହେବାକୁ ଯାଉଛି ବୋଲି ସେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ , ଏହି ବିଦ୍ୟାଳୟ ଗୁଡ଼ିକରେ କେବଳ ଆଧୁନିକ, ଡିଜିଟାଲ ଏବଂ ଭୌତିକ ଭିତ୍ତିଭୂମି ରହିବ ନାହିଁ, ବରଂ ଏହା ପିଲା ମାନଙ୍କ ଜୀବନରେ ତଥା ସେମାନଙ୍କ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବା ପାଇଁ ଏକ ଅଭିଯାନ ଅଟେ । ସେ କହିଥିଲେ, “ଏଠାରେ ପିଲା ମାନଙ୍କର ଦକ୍ଷତା ବୃଦ୍ଧି କରିବା ପାଇଁ ପ୍ରତ୍ୟେକ ଦିଗ ଉପରେ କାର୍ଯ୍ୟ କରାଯିବ ।

ପ୍ରଧାନମନ୍ତ୍ରୀ  କହିଥିଲେ ଯେ ୫ଜି’ ର ଆଗମନ ଦ୍ୱାରା ଏହି ସମସ୍ତ ପଦକ୍ଷେପ ଗୁଡିକ ବହୁତ ଲାଭବାନ ହେବ । ଏହା ଦୂରଦୂରାନ୍ତ  ଅଂଚଳ ସମେତ ସମସ୍ତଙ୍କ ପାଇଁ ସର୍ବୋତ୍ତମ ବିଷୟ ବସ୍ତୁ ପ୍ରସ୍ତୁତ କରିବା, ଶିକ୍ଷାଦାନ କରିବା ଏବଂ ଶିକ୍ଷକ ଉପଲବ୍ଧ କରାଇବାରେ ସାହାଯ୍ୟ କରିବ । ସେ କହିଥିଲେ, “ଶିକ୍ଷାଗତ ବିକଳ୍ପ ଗୁଡ଼ିକର ବିବିଧତା ଏବଂ ନମନୀୟତା ନୂତନ ଜାତୀୟ ଶିକ୍ଷା ନୀତିକୁ ତୃଣମୂଳ ସ୍ତରକୁ ଆଣିବ” । ପ୍ରଧାନମନ୍ତ୍ରୀ ଆଗାମୀ ୧୪.୫ ହଜାର ପିଏମ୍ – ଏସ୍‌ଏଚ୍‌ଆର୍‌ଆଇ (ପିଏମ୍ – ଶ୍ରୀ) ବିଦ୍ୟାଳୟ ବିଷୟରେ ମଧ୍ୟ ଆଲୋଚନା କରିଥିଲେ, ଯାହା ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ପାଇଁ ମଡେଲ ବିଦ୍ୟାଳୟ ହେବ । ଏହି ଯୋଜନାରେ ୨୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

ପ୍ରଧାନମନ୍ତ୍ରୀ ବିଷଦ ଭାବେ ବ୍ୟାଖ୍ୟା କରିଥିଲେ ଯେ, “ନୂତନ ଜାତୀୟ ଶିକ୍ଷା ନୀତି ଦେଶକୁ ଦାସତ୍ୱର ମାନସିକତାରୁ ମୁକ୍ତ କରିବା ନିମନ୍ତେ ଏବଂ ପ୍ରତିଭା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରୟାସ ଅଟେ ।” ଇଂରାଜୀ ଭାଷାର ଜ୍ଞାନକୁ ବୁଦ୍ଧିମତାର ମାପକାଠି ଭାବରେ ନିଆ ଯାଇଥିବାରୁ ତାହାକୁ ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ । ଯେତେବେଳେ କି ଭାଷା ହେଉଛି କେବଳ ଯୋଗାଯୋଗର ଏକ ମାଧ୍ୟମ ମାତ୍ର । କିନ୍ତୁ ଏତେ ଦଶନ୍ଧି ଧରି ଭାଷା ଏତେ ପରିମାଣରେ ବାଧା ସୃଷ୍ଟି କରିଥିଲା ଯେ ଗ୍ରାମାଂଚଳରେ ରହିଥିବା ପ୍ରତିଭା ଏବଂ ଗରିବ ପରିବାରର ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଦେଶ ଲାଭ ପାଇ ପାରି ନଥିଲା । “ବର୍ତ୍ତମାନ ଏହି ପରିସ୍ଥିତିରେ ପରିବର୍ତ୍ତନ ଅଣା ଯାଉଛି । ବର୍ତ୍ତମାନ ଆମ ଛାତ୍ରଛାତ୍ରୀ ମାନେ ଭାରତୀୟ ଭାଷାରେ ବିଜ୍ଞାନ ପାଠ୍ୟକ୍ରମ ନିମନ୍ତେ, ପ୍ରଯୁକ୍ତି ବିଦ୍ୟା ପାଇଁ ଏବଂ ଡାକ୍ତରୀ ପାଠ ପଢ଼ିବା ନିମନ୍ତେ ଅଧ୍ୟୟନର ବିକଳ୍ପ ପାଇବା ଆରମ୍ଭ କରିଛନ୍ତି । “ଗୁଜରାଟୀ ଭାଷା ସମେତ ଅନେକ ଭାରତୀୟ ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ଉଦ୍ୟମ ଚାଲିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ନୂତନ ଜାତୀୟ ଶିକ୍ଷା ନୀତିର ‘କାହାକୁ ପଛରେ ଛାଡିବା ନାହିଁ’  ଭାବନାକୁ ଦୋହରାଇ ଥିଲେ, କାରଣ ଏହା ଏକ ବିକଶିତ ଭାରତ ପାଇଁ  ‘ସବ୍‌କା ପ୍ରୟାସ’ (ସମସ୍ତଙ୍କର ପ୍ରଚେଷ୍ଟା)ର ସମୟ ଅଟେ ।

ବିଜ୍ଞାନ ଏବଂ ଜ୍ଞାନ କ୍ଷେତ୍ରରେ ଭାରତର ପୂର୍ବ ପୁରୁଷ ମାନଙ୍କର ଅବଦାନ ଗୁଡିକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାଚୀନ କାଳରୁ ଶିକ୍ଷା ଭାରତର ବିକାଶର ମୂଳ ସ୍ଥାନ ହୋଇ ରହି ଆସିଛି । ସେ ବୁଝାଇ କହିଥିଲେ ଯେ, ଭାରତ ପ୍ରକୃତି ଦ୍ୱାରା ଜ୍ଞାନର ସମର୍ଥକ ହୋଇ ରହି ଆସିଛି ଏବଂ ଆମର ପୂର୍ବପୁରୁଷ ମାନେ ହିଁ ବିଶ୍ୱର ସର୍ବଶ୍ରେଷ୍ଠ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ଏବଂ ଶହ ଶହ ବର୍ଷ ପୂର୍ବେ ବୃହତ୍ ପାଠାଗାର ସ୍ଥାପନ କରିଥିଲେ । ଭାରତ ଉପରେ ଆକ୍ରମଣ ହୋଇଥିବା ବେଳେ ଭାରତର ଏହି ସମ୍ପତ୍ତିକୁ ନଷ୍ଟ କରିବା ପାଇଁ ଏକ ଅଭିଯାନ ଚାଲିଥିଲା, ଯେଉଁ ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି କହିଥିଲେ ଯେ ଆମେ ଶିକ୍ଷା ଉପରେ ଆମର ସୁଦୃଢ଼ ଜିଦ୍‌କୁ ଛାଡି ନାହୁଁ । ଏହାର କାରଣ ହେଉଛି, ଆଜି ମଧ୍ୟ, ଜ୍ଞାନ ଏବଂ ବିଜ୍ଞାନ ଜଗତରେ, ନବନିର୍ମାଣ କ୍ଷେତ୍ରରେ ଭାରତର ଏକ ଭିନ୍ନ ପରିଚୟ ରହିଛି । ଶ୍ରୀ ମୋଦୀ କହିଥିଲେ ଯେ, “ଆଜାଦୀର ଅମୃତ କାଳ ସମୟରେ ଏହାର ପୂର୍ବ ପ୍ରତିଷ୍ଠା ଫେରାଇବା ଆଣିବା ନିମନ୍ତେ ସୁଯୋଗ ରହିଛି ।

ତାଙ୍କର ବକ୍ତବ୍ୟକୁ  ସମାପ୍ତ କରି ପ୍ରଧାନମନ୍ତ୍ରୀ ବିଶ୍ୱରେ ଏକ ମହାନ ଜ୍ଞାନ ଅର୍ଥନୀତି ହେବାକୁ ଭାରତ ନିକଟରେ ଅପାର ସମ୍ଭାବନା ସମ୍ପର୍କରେ ଆଲୋକପାତ କରିଥିଲେ । ସେ ସ୍ପଷ୍ଟ କରିଥିଲେ ଯେ, ଏକବିଂଶ ଶତାବ୍ଦୀରେ ବିଜ୍ଞାନ ସହ ଜଡିତ ଅଧିକାଂଶ ଉଦ୍ଭାବନ, ପ୍ରଯୁକ୍ତି ବିଦ୍ୟା ସହ ଜଡିତ ଅଧିକାଂଶ ଉଦ୍ଭାବନ ଭାରତରେ ହେବ ବୋଲି ଦାବି କରିବାରେ ମୋର ଦ୍ୱିଧା ନାହିଁ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ସୂଚାଇ ଦେଇଥିଲେ ଯେ ଗୁଜରାଟ ପାଇଁ କାର୍ଡରେ ଏକ ବଡ଼ ସୁଯୋଗ ରହିଛି । “ବର୍ତ୍ତମାନ ପର୍ଯ୍ୟନ୍ତ ଗୁଜରାଟ ବାଣିଜ୍ୟ ଏବଂ ବ୍ୟବସାୟ ପାଇଁ ବେଶ୍ ଜଣାଶୁଣା, ଏହା ମଧ୍ୟ ଉତ୍ପାଦନ କ୍ଷେତ୍ରରେ ବେଶ୍ ପ୍ରସିଦ୍ଧ ।  କିନ୍ତୁ ଏକ ବିଂଶ ଶତାବ୍ଦୀରେ ଗୁଜରାଟ ଦେଶର ଏକ ଜ୍ଞାନ କେନ୍ଦ୍ର ଭାବରେ, ଏକ ଅଭିନବ କେନ୍ଦ୍ର ଭାବରେ ବିକାଶ ଲାଭ କରୁଛି । ମୁଁ ନିଶ୍ଚିତ ଯେ, ମିଶନ ସ୍କୁଲ ଅଫ୍ ଏକ୍ସଲେନ୍ସ ଏହି ଭାବନାକୁ ଉଚ୍ଚ କରିବ ” ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ, ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ଏବଂ ଗୁଜରାଟ ସରକାରଙ୍କ ମନ୍ତ୍ରୀ ଶ୍ରୀ ଜିତୁ ଭାଇ ଭାଗାନି, ଶ୍ରୀ କୁବେର ଭାଇ ଦିନ୍ଦୋର ଏବଂ ଶ୍ରୀ କିରିତି ସିଂହ ବାଘେଲା ପ୍ରମୁଖ ଉପସ୍ଥିତ ଥିଲେ ।

*****

SSP



 

 



(Release ID: 1869248) Visitor Counter : 172