ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୁଜରାଟର ଜାମନଗରରେ ବହୁମୁଖୀ ବିକାଶ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
Posted On:
10 OCT 2022 11:58PM by PIB Bhubaneshwar
ଭାରତ ମାତା କୀ- ଜୟ,
ଭାରତ ମାତା କୀ- ଜୟ,
ମଂଚରେ ବିରାଜମାନ ଗୁଜରାଟର ଲୋକପ୍ରିୟ ନରମ ହୃଦୟ ସମ୍ପନ୍ନ ଏବଂ ଦୃଢ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, 2019 ନିର୍ବାଚନରେ ଯିଏ ସମଗ୍ର ହିନ୍ଦୁସ୍ତାନରେ ସବୁଠାରୁ ଅଧିକ ଭୋଟ ବ୍ୟବଧାନରେ ବିଜୟଲାଭ କରିଥିଲେ, ଗୁଜରାଟ ପ୍ରଦେଶର ସେହି ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ତଥା ସାଂସଦରେ ମୋର ସାଥୀ ଶ୍ରୀମାନ ସି.ଆର ପାଟିଲ, ଗୁଜରାଟ ସରକାରଙ୍କ ମନ୍ତ୍ରିପରିଷଦର ଅନ୍ୟ ସମସ୍ତ ସଦସ୍ୟଗଣ, ସାଂସଦଗଣ, ବିଧାୟକଗଣ ଏବଂ ବିଶାଳ ସଂଖ୍ୟାରେ ଆସିଥିବା ଜାମନଗରର ମୋର ପ୍ରିୟ ଭାଇ ଓ ଭଉଣୀମାନେ,
ସାଥୀଗଣ,
ଭରୁଚରୁ ଜାମନଗର ପର୍ଯ୍ୟନ୍ତ, ଗୁଜରାଟର ସମୃଦ୍ଧିକୁ, ଗୁଜରାଟର ବିକାଶକୁ ସଂପ୍ରସାରିତ କରିବାର ଏହି ଅନୁଭବ ବାସ୍ତବରେ ହେଉଛି ଅଦ୍ଭୁତ। ଆଜି ଏଠାରେ 8ଟି ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ ହୋଇଛି। ଆପଣ ସମସ୍ତଙ୍କୁ ପାଣି, ବିଜୁଳି, ଯୋଗାଯୋଗ ସହିତ ଜଡିତ ଏହି ପ୍ରକଳ୍ପ ପାଇଁ ବହୁତ ବହୁତ ଶୁଭେଚ୍ଛା। ଆଜି ବାଲ୍ମିକୀ ସମାଜ ପାଇଁ ବିଶେଷ ସାମୁଦାୟିକ ଭବନ (କମ୍ୟୁନିଟି ହଲ)ର ମଧ୍ୟ ଲୋକାର୍ପଣ ହୋଇଛି । ଏହା ଦ୍ୱାରା ଆମର ଭାଇ ଓ ଭଉଣୀମାନଙ୍କୁ ବିଭିନ୍ନ ସାମାଜିକ ଆୟୋଜନରେ ବହୁତ ସହାୟତା ମିଳିବ।
ସାଥୀଗଣ,
ଆଜି ଜାମନଗର ବେଶ ଚମତ୍କାର କରି ଦେଇଛି। ମୋତେ ବିମାନବନ୍ଦରରୁ ଏଠାକୁ ଆସିବା ପାଇଁ ଏଥି ଲାଗି ବିଳମ୍ବ ହୋଇଗଲା ଭାଇ, ଯେ ରାସ୍ତାରେ ଯେଉଁ ଭବ୍ୟ ସ୍ୱାଗତ ଏବଂ ଆଶୀର୍ବାଦ ଦେଲେ, କେବେ ମଧ୍ୟ ଭୁଲି ନ ପାରିବା ଭଳି ଏହି ଉତ୍ସାହ, ଉଦ୍ଦିପନା ଏବଂ ଅଧିକରୁ ଅଧିକ ମୋ ମନରେ ଏହି କଥା ପାଇଁ ଆତ୍ମ ସନ୍ତୋଷ ଥିଲା, ଯେ ବିପୁଳ ସଂଖ୍ୟାରେ ଖୋଦ ମାଆ- ଭଉଣୀମାନେ ଉପସ୍ଥିତ ଥିଲେ । ଆଉ ବୃଦ୍ଧା ମାଆମାନେ କଲ୍ୟାଣ କରିବା, ଆଶୀର୍ବାଦ ଦେବା, ଏହାଠାରୁ ବଡ଼ କାଶୀ ମାଟିର ପୁଣ୍ୟ ଆଉ କ’ଣ ହୋଇପାରେ ଭାଇ। ଛୋଟ କାଶୀର ଆଶୀର୍ବାଦ ଏବଂ ବଡ଼ କାଶୀର ସାଂସଦ। ଏବେ ହିଁ ନବରାତ୍ରୀ ଯାଇଛି, ଆଉ କରୋନାର ଦୁଇବର୍ଷ ପରେ ସବୁ କିଛି ଥଣ୍ଡା ପଡି ଯାଇଛି। ଆଉ ଚଳିତଥର ତ, ମୁଁ ଦେଖିଛି ଗୁଜରାଟର କୋଣ ଅନୁକୋଣରେ ନବରାତ୍ରୀର ଆନନ୍ଦ ଥିଲା, ଆଉ ଜାମନଗର ମଧ୍ୟ ଭବ୍ୟରୁ ଭବ୍ୟ ନବରାତ୍ରୀ ପାଳନ କରିଛି। ଆଉ ଏହି ନବରାତ୍ରୀ ଶେଷ ହେଲା, ଦଶହରା ଗଲା ଏବଂ ଏବେ ଦିୱାଲୀର ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଆପଣମାନଙ୍କର ମନେଥିବ ପ୍ରାୟ ଦୁଇ ଦଶକ ପୂର୍ବେ ଏହି ସମୟ ଥିଲା ଯେତେବେଳେ ଜାମନଗର, ସୌରାଷ୍ଟ୍ର, କଚ୍ଛ ସହିତ ସମଗ୍ର ଗୁଜରାଟକୁ ଭୂକମ୍ପ ଦୋହଲାଇ ଦେଇଥିଲା। ଏଭଳି ଲାଗୁଥିଲା ଯେ ଗୁଜରାଟ ମୃତ୍ୟୁର ଚାଦର ଘୋଡାଇ ହୋଇ ଶୋଇ ରହିଛି। ଆଉ ନିଜର ଦିନ ଏତେ ଭୟଙ୍କର ଥିଲା, ସେହି ଭୂକମ୍ପ ପରର ପ୍ରଥମ ନବରାତ୍ରୀ, ପ୍ରଥମ ଦିୱାଲୀ ଗୁଜରାଟର କୌଣସି ଘରେ ମଧ୍ୟ ନା ନବରାତ୍ରୀ ପାଳନ କରାଗଲା, ନା ଦୀୱାଲୀ ପାଳନ କରାଗଲା। ଭୂକମ୍ପର ଭୟାବହତା ଏତେ ସବୁ ନିରାଶା ନେଇ କରି ଆସିଥିଲା ଯେ ପ୍ରାୟ ଆମେ ଧରି ନେଇଥିଲୁ, ଲୋକମାନେ ଧରି ନେଇଥିଲେ ଯେ ଏବେ ଗୁଜରାଟ ଆଉ କେବେ ମଧ୍ୟ ବସି ପାରିବ ନାହିଁ। କିନ୍ତୁ ଏମାନେ ତ ହେଉଛନ୍ତି ପରିଶ୍ରମୀ ପ୍ରଜା, ହେଉଛନ୍ତି ପରିଶ୍ରମୀ ପ୍ରଜା। ଏଠାରେ ତ ଖଣିଜ ସଂପଦ ପଡି ରହିଛି ଏଭଳି ପରିଶ୍ରମୀ ପ୍ରଜା ଦେଖୁ ଦେଖୁ ଠିଆ ହୋଇଗଲେ। ଆତ୍ମବିଶ୍ୱାସ, ସଂକଳ୍ପ ଶକ୍ତି ନିରାଶାକୁ ଦଳିଚକଚି ନଷ୍ଟ କରିଦେଲା ଏବଂ ଗୁଜରାଟ ଖାଲି ଠିଆ ହେଲା ନାହିଁ, ଦେଖୁ ଦେଖୁ ଗୁଜରାଟ ଦୌଡିବାରେ ଲାଗିଲା ଆଉ ଆଜି ଦେଶକୁ ଗତି ଦେବାର ଶକ୍ତି ସହିତ ଆଗକୁ ଅଗ୍ରସର ହେଉଛି। ଆପଣମାନେ ଦେଖନ୍ତୁ, ଯେଉଁ କଚ୍ଛ ମୃତ୍ୟୁର ଚାଦର ଘୋଡାଇ ହୋଇ ଶୋଇଥିଲା, ସେହି କଚ୍ଛର ବିକାଶକୁ ଦେଖିବା ପାଇଁ, କଚ୍ଛର ବିକାଶଧାରାକୁ ଦେଖିବା ପାଇଁ, କଚ୍ଛର ପ୍ରକୃତିକୁ ଦେଖିବା ପାଇଁ ଦେଶ ଏବଂ ବିଶ୍ୱର ଲୋକ ଏଠାକୁ, କଚ୍ଛକୁ ଆସୁଛନ୍ତି। ଆଉ ଆମର ଜାମନଗର ଅଭୟାରଣ୍ୟରେ ପକ୍ଷୀ ଦେଖିବାକୁ ଆସୁଛନ୍ତି। ଆଜି ଜାମନଗର ଆସିଛ, ସେତେବେଳେ ମୁଁ ଜାମନଗରବାସୀଙ୍କୁ ବିନତୀ କରୁଛି, ଏବେ ଦୁଇମାସ ପୂର୍ବରୁ ହିଁ କଚ୍ଛର ଭୁଜିୟା ଡୁଙ୍ଗରରେ ଭୂକମ୍ପରେ ଯେଉଁ ଲୋକମାନଙ୍କୁ ଆମେ ହରାଇଛୁ, ସେମାନଙ୍କ ସ୍ମୃତିରେ ସ୍ମୃତିବନ ନାମରେ ଏକ ସ୍ମାରକ ନିର୍ମାଣ କରିଛୁ, ଅଦ୍ଭୁତ ସ୍ମାରକ ନିର୍ମାଣ ହୋଇଛି। ଆମେରିକାରେ 9-11 ପରେ ପଏଂଟ ଜିରୋର ଯେଉଁ କାର୍ଯ୍ୟ ହୋଇଛି ଅବା, ଜାପାନରେ ହିରୋସୀମାର ଯେଉଁ କାର୍ଯ୍ୟ ହୋଇଛି, ତାହାପରେ ଯେଉଁ ସ୍ମାରକ ନିର୍ମାଣ ହୋଇଛି ତା’ଠାରୁ ମଧ୍ୟ ଟିକେ କମ୍ ନୁହେଁ। ଏଭଳି ଭାବେ ଗୁଜରାଟର ଭୂକମ୍ପ ପରେ ଯେଉଁ ଲୋକମାନଙ୍କୁ ହରାଇଛେ, ସେମାନଙ୍କ ସ୍ମୃତିରେ ଏହି ସ୍ମୃତିବନ ନିର୍ମାଣ ହୋଇଛି। ସେଥିରେ ଜାମନଗରରେ ମଧ୍ୟ ଯେଉଁମାନଙ୍କର ମୃତ୍ୟୁ ହୋଇଛି, ତାଙ୍କର ସ୍ମୃତି ମଧ୍ୟ ସେଠାରେ ରଖାଯାଇଛି। ଏଥିପାଇଁ ମୋର ବିନତୀ ଯେ ଯେଉଁ ପରିବାର ନିଜ ସ୍ୱଜନଙ୍କୁ ହରାଇଥିଲା, ସେହି ସମସ୍ତଙ୍କୁ ଥରେ ସ୍ମୃତିବନ ଯିବା ଉଚିତ, ଆଉ ଆପଣଙ୍କ ସ୍ୱଜନଙ୍କର ଯେଉଁଠାରେ ନାମ ଲେଖା ଯାଇଛି, ସେଠାରେ ପୁଷ୍ପଗୁଚ୍ଛ ଅର୍ପଣ କରିବାକୁ ଏତିକି ଅନୁରୋଧ କରୁଛୁ। ଆଉ ଜାମନଗରର କୌଣସି ମଧ୍ୟ ଭାଇଙ୍କର କଚ୍ଛ ଯିବାର ଅଛି, ତେବେ ଭୁଜର ଏହି ସ୍ମୃତିବନ ଯିବାକୁ ଭୁଲିବେ ନାହିଁ। ଏହା ହେଉଛି ମୋର ନିବେଦନ।
ଭାଇ ଓ ଭଉଣୀମାନେ,
ଆଜି ଯେତେବେଳେ ଜାମନଗରର ମାଟିକୁ ଆସିଛି, ସେତେବେଳେ ବହୁତ ଗୌରବର ସହିତ ମୋତେ ଜାମସାହେବ ମହାରାଜା ଦିଗବିଜୟ ସିଂହଙ୍କୁ ଶତ- ଶତ ପ୍ରଣାମ କରିବାର ଅଛି। ମହାରାଜା ଦିଗବିଜୟ ସିଂହ ଅନେକ ଦୟାଳୁ ସ୍ୱଭାବ ଏବଂ ନିଜର କାର୍ଯ୍ୟ ଦ୍ୱାରା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପୋଲାଣ୍ଡର ଯେଉଁ ଲୋକମାନଙ୍କ ସହିତ ସମ୍ପର୍କ ରଖିଥିଲେ, ଅନେକ ନାଗରିକଙ୍କୁ ଏକ ବାତ୍ସଲ୍ୟ ମମତା ଦେଇ ବଡ଼ କରିଥିଲେ। ତାହାର ଲାଭ, ତାହାର ଫାଇଦା ଆଜି ମଧ୍ୟ ସମଗ୍ର ହିନ୍ଦୁସ୍ତାନକୁ ମିଳୁଛି। ଏବେ ୟୁକ୍ରେନରେ ଅନେକ ଭାରତୀୟ ବିଦ୍ୟାର୍ଥୀ ଫସି ରହିଥିଲେ, ହଜାର- ହଜାର ବିଦ୍ୟାର୍ଥୀଙ୍କୁ ବୋମା ଏବଂ ତୋପ କବଳରୁ ବାହାରକୁ ଆଣିବାର ଥିଲା। ବହୁତ ବଡ଼ ସଙ୍କଟ ଥିଲା, କିନ୍ତୁ ଯେ କେହି ଆମମାନଙ୍କ ସହିତ ସମ୍ପର୍କ ବିକଶିତ କରିଥିଲେ, ସେମାନଙ୍କ ଯୋଗୁଁ ବାହାରକୁ ଅଣାଯାଇ ପାରିଲା । କିନ୍ତୁ ବାହାରକୁ ଆଣିବା ପରେ ପୋଲାଣ୍ଡ ସରକାର ଯେଉଁ ସହାୟତା କଲେ, ତାହାର କାରଣ ଦିଗବିଜୟ ସିଂହଙ୍କର ଯେଉଁ ଦୟାଳୁ ସ୍ୱଭାବ ଥିଲା। ଆମର ପ୍ରୟତ୍ନ ହେଉଛି ଯେ ଜାମସାହେବଙ୍କ ସହରକୁ ବିକାଶର ନୂଆ- ନୂଆ ଶିଖର ପର୍ଯ୍ୟନ୍ତ ନେଇଯିବା। ଆଉ ବିକାଶ କରି ଜାମନଗରର ଗୌରବ ବୃଦ୍ଧିକରି ସଠିକ ଅର୍ଥରେ ମହାରାଜା ଦିଗବିଜୟ ସିଂହ ମହାଶୟ ଜାମସାହେବଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେବା । ଆଉ ବର୍ତମାନ ଜାମସାହେବ ଶତ୍ରୁତୁଲ୍ୟ ସିଂହ ମହାଶୟ ତାଙ୍କର ତ’ମୋ ଉପରେ ବହୁତ ଆଶୀର୍ବାଦ ରହିଛି। ମଝିରେ ମୁଁ ତାଙ୍କର ଦର୍ଶନ କରି ଆଶୀର୍ବାଦ ନେବାକୁ ଯାଇଥିଲି। ଆମେ ସମସ୍ତେ ତାଙ୍କର ଉତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ ପାଇଁ ସଦା ସର୍ବଦା ପ୍ରାର୍ଥନା କରୁଛୁ। ଆଉ ତାଙ୍କ ମାର୍ଗଦର୍ଶନ ଆମକୁ ମିଳୁଛି। ସାଥିଗଣ, ଜାମନଗର କ୍ରିକେଟ ଜଗତରେ ନିଜର ଯେଉଁ ଗୌରବ ବୃଦ୍ଧି କରି ରଖିଛି। ଜାମନଗର କ୍ରିକେଟ ଜଗତରେ ଆଜି ମଧ୍ୟ ଭାରତର ତିରଙ୍ଗାକୁ ଉଡ୍ଡିୟମାନ କରି ରଖିଛି। ଜାମନଗର ଏବଂ ସୌରାଷ୍ଟ୍ରର ଖେଳାଳୀମାନେ କ୍ରିକେଟରେ ବେଶ ସୁନାମ ଅର୍ଜନ କରିଛନ୍ତି। ଆଉ ଯେତେବେଳେ ଟ୍ରଫି ନେଇଥାଆନ୍ତି ନା ସେତେବେଳେ ଜୁଗରାଟର ମାନ- ସମ୍ମାନ ଓ ଗୌରବର ଚିନ୍ତା ଆସିଥାଏ । ଏତେ ସମସ୍ତ ପ୍ରତିଭାରେ ଭରପୂର, ସେବା ଭାବନାରେ ଭରପୂର ମାଟିକୁ ପ୍ରଣାମ କରିବାରେ ସର୍ବଦା ଆନନ୍ଦ ଏବଂ ଖୁସି ମିଳିଥାଏ। ଆଉ ଏହା ସହିତ ଆପଣମାନଙ୍କ ହୃଦୟର ସେବା, ନିରନ୍ତର ସେବା କରିବାର ମୋର ଯେଉଁ ପ୍ରଣ ରହିଛି ନା ତାହାମଧ୍ୟ ସୁଦୃଢ଼ ହେଉଛି।
ଭାଇ ଓ ଭଉଣୀମାନେ,
ଏବେ ଭୂପେନ୍ଦ୍ର ଭାଇ ବର୍ଣ୍ଣନା କରୁଥିଲେ, ପଂଚ ଶକ୍ତି ସମ୍ପର୍କରେ। ଏହି ବିକାଶର ପାଂଚ ସଂକଳ୍ପରେ ଗୁଜରାଟ ନିଜକୁ ନିଜେ ସୁଦୃଢ଼ କରିଛି, ଆଉ ପାଂଚ ସଂକଳ୍ପ ହିମାଳୟର ଶକ୍ତି ଭଳି ଆଜି ଜୁଗରାଟକୁ ଆଗକୁ ବଢ଼ାଉଛି। ପ୍ରଥମ ସଂକଳ୍ପ ଜନଶକ୍ତି, ଜ୍ଞାନଶକ୍ତି, ଜଳଶକ୍ତି, ଉର୍ଜ୍ଜାଶକ୍ତି ଏବଂ ରକ୍ଷାଶକ୍ତି। ଏହି ପାଂଚ ସଂକଳ୍ପର ସ୍ତମ୍ଭ ଉପରେ ଏହି ଗୁଜରାଟର ଭବ୍ୟ ଐତିହ୍ୟ ସୁଦୃଢ଼, ଦୃଢ଼ତା ସହିତ ନୂତନ ଶୀଖର ପ୍ରାପ୍ତ କରୁଛି। ଆଉ 20-25 ବର୍ଷ ପୂର୍ବେ ଆମର କ’ଣ ପରିସ୍ଥିତି ଥିଲା ଭାଇ, ମନେଅଛି କିଭଳି ପରିସ୍ଥିତି ଥିଲା। ଗୁଜରାଟର ଯେଉଁ 20-25 ବର୍ଷର ଯୁବକ ଅଛନ୍ତି, ଯେଉଁ ପିଲାମାନେ ଜନ୍ମ ନେଉଥିଲେ, ସେମାନେ ସମସ୍ତେ ତ ହେଉଛନ୍ତି ଭାଗ୍ୟଶାଳୀ ଯେ ସେମାନେ ଅନେକ ବଡ଼- ବଡ଼ ଯେଉଁ ସମସ୍ୟା ଦେଖିବାକୁ ମିଳିଥିଲା, ସେହି ସମସ୍ୟା ସବୁ ସେମାନଙ୍କ ଭାଗ୍ୟରେ ଆସି ନାହିଁ। ଆମେ ସମ୍ପୂର୍ଣ୍ଣ ଶକ୍ତିର ସହିତ ଏହି ସମସ୍ୟାରୁ ମୁକ୍ତି ପାଇଁ ଅଭିଯାନ ଚଲାଇଥିଲୁ। ଆଜି ମୁଁ ରାସ୍ତାରେ ଦେଖୁଥିଲି, ବହୁତ ବଡ଼ ସଂଖ୍ୟାରେ ଯୁବକ- ଯୁବତୀମାନେ ଠିଆ ହୋଇଥିଲେ, ଘରେ ଆପଣମାନେ ପଚାରିବେ, ଭାଇମାନେ 20-25 ବର୍ଷ ପୂର୍ବେ ଜାମନଗର ଏବଂ କାଠିଆୱାଡ଼ କ’ଣ ସ୍ଥିତି ଥିଲା। ଏଠାରେ କ୍ଷେତରେ ପାଣି ପାଇଁ କେତେ କଷ୍ଟର ସାମ୍ନା କରିବାକୁ ପଡ଼ୁଥିଲା, ପିଲାମାନେ ଶୋଷରେ ରହୁଥିଲେ, ସେତେବେଳେ ମାଆମାନଙ୍କୁ ମାଠିଆ ଧରି ପାଣି ଆଣିବା ପାଇଁ ତିନି ତିନି କିଲୋମିଟର ଯିବାକୁ ପଡ଼ୁଥିଲା। ଏଭଳି ଦିନ ଆମେ ଦେଖିଛୁ ଭାଇ। ଆଉ ଆଜି ସ୍ଥିତି ଏଭଳି ବଦଳିଛି ଯେ ନିଜେ ଯାଆନ୍ତୁ ଅବା ନ ଯାଆନ୍ତୁ ଘଂଟାଏ ମଧ୍ୟରେ ପାଣି ଟ୍ୟାଙ୍କର ଆସିବ, ଆସିବ ନାହିଁ, ଆସିବ ତ ଧାଡ଼ିରେ ଠିଆ ହେବା ଏବଂ ଯେତେଥର ଟ୍ୟାଙ୍କର ପାଖରେ ପହଂଚିବା କହିବେ କି ଭାଇ ପାଣି ସରିଗଲା। ସମ୍ପୂର୍ଣ୍ଣ କାଠିଆୱାଡ଼ର ଏଭଳି ଅବସ୍ଥା ଥିଲା।
ଗୋଟିଏ ସମୟ ଏଭଳି ଥିଲା, ମୋର ଠିକ୍ ସ୍ମରଣ ଅଛି, ସେତେବେଳେ ମୁଁ ରାଜନୀତିରେ ନ ଥିଲି। ସେତେବେଳେ ମୁଁ ଖବରକାଗଜରେ ଗୋଟିଏ ଫଟୋ ଦେଖିଥିଲି ଆଉ ଫଟୋ ଜାମନଗରର ହିଁ ଥିଲା, ଆଉ କିଭଳି ଫଟୋ ଥିଲା? ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଜାମନଗର ଆସିଥିଲେ, ଆଉ ବିଶେଷ କରି କେଉଁଥିପାଇଁ ଆସିଥିଲେ, ଗୋଟିଏ ପାଣି ଟାଙ୍କିର ଉଦଘାଟନ ପାଇଁ ଆଉ ସେହି ପାଣି ଟାଙ୍କିର ଉଦଘାଟନ ସମାଚାର ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶିତ ହୋଇଥିଲା। ଆଉ ଆଜି ମୋର ଏକ ରହଣୀ ସମୟରେ ପୂର୍ବକାଳରେ ଗୁଜରାଟର ଯେଉଁ ବଜେଟ ଥିଲା, ତା’ଠାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରୁଛି ଭାଇମାନେ। ଏହିଠାରୁ ଜଣାପଡ଼ିବ ଯେ ଗୁଜରାଟକୁ ଏବେ କୌଣସି ମଧ୍ୟ ପରିସ୍ଥିତିରେ ଆଗକୁ ବଢ଼ିବାର ଗତିକୁ ରୋକିବାର ନାହିଁ। ଏବେ ଆମକୁ ଶିଖରକୁ ଲମ୍ଫ ଦେବାକୁ ହେବ। ଆଉ ଆମକୁ ମୁଣ୍ଡ ଉଠାଇ ବାହାରିବାର ଅଛି ଭାଇମାନେ।
ଯେତେବେଳେ ମୁଁ ପ୍ରଥମ ଥର ଭୁଗରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲି, ସେତେବେଳେ ଜାମନଗରର ଆଖପାଖର ଆମର ଯେଉଁ ବିଧାୟକମାନେ ଆସୁଥିଲେ, ସେତେବେଳେ ସେମାନେ କ’ଣ ନେଇକରି ଆସୁଥିଲେ ଜଣାଅଛି, ସବୁ ପାର୍ଟିର ବିଧାୟକ ଆସୁଥିଲେ, ଏଭଳି ଦାବି ଆସୁଥିଲା ଯେ ସାହେବ ଉଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରି ଦିଅନ୍ତୁ। ଆମର ଏଠାରେ ଟିକେ ମାଟି ପକାଇ ଦେବା ତେବେ ରାସ୍ତା ହୋଇ ଯାଉଥିଲା, କଚ୍ଚା ମାଟି ରାସ୍ତା ପାଇଁ ବିଧାୟକମାନେ ଦାବି କରୁଥିଲେ। ଆଜି ମୋର ବିଧାୟକ କହୁଛନ୍ତି ଏବେ ତ ପେୱର ରାସ୍ତା ଦରକାର, ପାଦ ଅନୁକୂଳ ରାସ୍ତା । ସାହାବ ଏବେ ଗୋଟିଏ ନୁହେଁ, ଫୋର୍ ଲେନ୍ ବା ଚାରି ଥାକିଆ ରାସ୍ତା ଦରକାର। ଗୋଟିଏ ସମୟ ଥିଲା, ଯେତେବେଳେ ପାଣିର କଥା ଆସୁଥିଲା, ସେତେବେଳେ ବିଧାୟକ କହୁଥିଲେ, ସାହାବ ମୋ ଅଂଚଳରେ ହ୍ୟାଣ୍ଡପମ୍ପ ବସାଇ ଦିଅନ୍ତୁ। ଆଉ ଆଜି ସୌନୀ ଯୋଜନାରେ ମାଆ ନର୍ମଦା ସମଗ୍ର ଗୁଜରାଟର ପରିକ୍ରମା କରିବାକୁ ବାହାରିଛନ୍ତି । ଭାଇମାନେ, ଗୋଟିଏ ସମୟ ଥିଲା, ଆମେ ମାଆ ନର୍ମଦାଙ୍କ ପରିକ୍ରମା କରି ପୂଣ୍ୟ ଅର୍ଜନ କରୁଥିଲେ, ସେହି ମାତା ଆମ ଉପରେ ଖୁସି ହୋଇଛନ୍ତି ଆଉ ସେ ଏବେ ଗୁଜରାଟର କୋଣ-ଅନୁକୋଣ ପରିକ୍ରମା କରି ଲୋକଙ୍କୁ ଆଶୀର୍ବାଦ ଦେଉଛନ୍ତି। ନବଚେତନା ଦେଉଛନ୍ତି, ନବ ଉର୍ଜ୍ଜା ଦେଉଛନ୍ତି।
ଯେତେବେଳେ ମୁଁ ରାଜକୋଟର ସଭାଗୃହରୁ ସୌନୀ ଯୋଜନାର ଶୁଭାରମ୍ଭ କରିଥିଲି, ସେତେବେଳେ ବିରୋଧ କରୁଥିବା ଲୋକଙ୍କୁ ମଜା ଆସିଲା ନାହିଁ। ନିର୍ବାଚନ ଆରମ୍ଭ ହୋଇଗଲା, ଆସିଗଲେ ଏହି ମୋଦି ନୂଆକିଛି ନେଇ ଆସିଗଲେ। ଏହି ସୌନୀ ଯୋଜନା ତ ହେଉଛି ବହୁତ କଷ୍ଟକର, ସେତେବେଳେ ମୁଁ କହିଲି ଭାଇ ଆପଣ ହ୍ୟାଣ୍ଡପମ୍ପ ଠାରୁ ଆଗକୁ ଚିନ୍ତା କରି ପାରିବେ ନାହିଁ, ମୁଁ ଏତେ ବଡ଼ ପାଇପ୍ ଲାଇନ୍ ଲଗାଇବି ଯେ ସେଥିରେ ମାରୁତି କାରରେ ବସି ଆପଣମାନେ ବୁଲି ପାରିବେ, ଆଉ ଆଜି ପାଇପ୍ ଲାଗିଲା, ଆଉ ସୌନୀ ଯୋଜନା ଜଳାଶୟକୁ ପୂରଣ କରୁଛି, କ୍ଷେତରେ ପାଣି ପହଂଚାଉଛି। ଆଉ ଚଳିତ ଥର ତ’ ମୋର କୃଷକ ଭାଇମାନଙ୍କୁ କପାର ଦର, ଚିନାବାଦାମର ଦର ଉଭୟ ହାତରେ ଲଡୁ ରହିବା ଭଳି। ପୂର୍ବରୁ କେବେ ମଧ୍ୟ ଏଭଳି ଦର ମିଳି ନ ଥିଲା ଭାଇ, ଏବେ ଆମର ଲାଲପୁରରେ ପାଣି ପହଂଚିଛି, ଲକ୍ଷ- ଲକ୍ଷ ହେକ୍ଟର ଜମିକୁ ପାଣି ମିଳିଛି। ପାଇପ୍ ଲାଇନ୍ ଦ୍ୱାରା ଜାମନଗର ଦ୍ୱାରିକା, ରାଜକୋଟ, ପୋରବନ୍ଦରର ଲକ୍ଷ- ଲକ୍ଷ ଲୋକଙ୍କୁ ଶୁଦ୍ଧ ପିଇବା ପାଣି ମିଳିବ।
ଗୁଜରାଟରେ ଜଳ ଜୀବନ ମିଶନ ଏଥିପାଇଁ ଯେଉଁ କାର୍ଯ୍ୟ କରୁଛି ଆଉ ଯେଉଁ ଗତି ସହିତ କାର୍ଯ୍ୟ ହେଉଛି, ସେଥିପାଇଁ ଭୂପେନ୍ଦ୍ର ଭାଇ ଏବଂ ତାଙ୍କ ଟିମକୁ ମୋର ଅଭିନନ୍ଦନ, ଯେ ଭାରତ ସରକାରଙ୍କ ଯୋଜନାକୁ ଦ୍ରୁତ ଗତିରେ ଲାଗୁ କରିବାର କାର୍ଯ୍ୟ ଆପଣଙ୍କ ସରକାର କରିଛନ୍ତି। ଆମର ମାଆ-ଭଉଣୀମାନଙ୍କର ଆଶୀର୍ବାଦ ମିଳିଛି କାରଣ ପାଣିର ସମ୍ପୂର୍ଣ୍ଣ ବୋଝ ମାଆ-ଭଉଣୀଙ୍କ ଉପରେ ରହୁଥିଲା। ଘରକୁ ଅତିଥି ଆସିବାର ଅଛି, ଆଉ ପାଣିର କଷ୍ଟ ହେଉ ସେତେବେଳେ ସବୁଠାରୁ ବଡ଼ ଚିନ୍ତା ମୋର ମାଆ-ଭଉଣୀମାନଙ୍କୁ ହେଉଥିଲା। ଆଉ ଏହି ମାଆ-ଭଉଣୀମାନଙ୍କ ମୁଣ୍ଡରୁ କିଏ ମାଠିଆ ଓହ୍ଲାଇବ, ଏହି ପୁଅ ହିଁ ଓହ୍ଲାଇବ ଭାଇମାନେ। ଆଜି 100 ପ୍ରତିଶତ ପାଇପ ମାଧ୍ୟମରେ ପାଣି ପହଂଚାଇବାର କାର୍ଯ୍ୟ ଆମେ କରୁଛୁ, ହର ଘର ଜଳ ଅଭିଯାନ ଏହାଦ୍ୱାରା ଶକ୍ତି ମିଳିବାକୁ ଯାଉଛି।
ଆମ ସରକାର ଗରିବଙ୍କ କଲ୍ୟାଣ ପାଇଁ କ୍ରମାଗତ ଭାବେ କାର୍ଯ୍ୟ କରୁଛି। ଏହି କରୋନା କାଳରେ ଆମର ସର୍ବପ୍ରଥମ ଚିନ୍ତା ଥିଲା, ଦେଶର ଗରିବ ଲୋକଙ୍କ ପାଇଁ। ଆମେ ନିଷ୍ପତି ନେଲୁ ଯେ କୌଣସି ଗରିବ ଲୋକଙ୍କ ଘରେ ଚୂଲା ନ ଜଳୁ ଏଭଳି ସ୍ଥିତି ହେବା ଉଚିତ ନୁହେଁ, ଯେଉଁଥିପାଇଁ ଗରିବଙ୍କ ଘରେ ମାଗଣାରେ ରାସନ ପହଂଚାଇ ଦେଶର 80 କୋଟି ଲୋକଙ୍କୁ ଗୋଟିଏ ଓଳି ମଧ୍ୟ ଭୋକରେ ରହିବାକୁ ଦିଆଗଲା ନାହିଁ। ଆଉ ଆପଣମାନେ ଏଠାରେ ତ’ ଅନ୍ନର ଗୋଟିଏ ଦାନା ଖାଇଛନ୍ତି, ତେବେ କେହି ଆଶୀର୍ବାଦ ଦେବାକୁ ଭୁଲିବେ ନାହିଁ, ଆଉ ମୋତେ ଦେଶର 80 କୋଟି ଲୋକଙ୍କ ଆଶୀର୍ବାଦ ମିଳୁଛି, କୋଟି-କୋଟି ଆଶୀର୍ବାଦ ମିଳୁଛି। ଆପଣ ସମସ୍ତଙ୍କର ଆଶୀର୍ବାଦ ମିଳୁଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଡିସେମ୍ବର ମାସ ପର୍ଯ୍ୟନ୍ତ ଚାଲିବ, କୌଣସି ମଧ୍ୟ ସଙ୍କଟ ସମୟରେ ଗରିବଙ୍କ ଘରେ ଚୂଲା ଜଳିବା ବନ୍ଦ ହେବା ଉଚିତ ନୁହେଁ।
ଆଉ ଅନ୍ୟଟି ହେଉଛି ଏକ ଦେଶ- ଏକ ରାସନ କାର୍ଡ(ୱାନ ନେସନ୍ ୱାନ୍ ରାସନ୍ କାର୍ଡ), ଏବେ ଆମର ଜାମନଗର, ପୂର୍ବରୁ ତ ଜାମନଗରର ପରିଚୟ ବହୁତ ଛୋଟ ଥିଲା। ଯେପରି ଛୋଟ କାଶୀ କହିବା ସେହିପରି ହିଁ ଜାମନଗର ମଧ୍ୟ ପୂର୍ବରୁ ଛୋଟ ଲାଗୁଥିଲା । ଆଜି ତ ଗାଁର ଭାଷାରେ କହିବା ତେବେ ଜାମନଗର ପଂଚରଙ୍ଗୀ ହୋଇ ଯାଇଛି, ପଂଚରଙ୍ଗୀ । ଆଉ ସହରୀ ଭାଷାରେ କହିବା ତ କସ୍ମୋପଲିଟାନ ପୂରା ଜିଲ୍ଲା ବିଶ୍ୱ ବ୍ରହ୍ୱାଣ୍ଡ ହୋଇ ଯାଇଛି। ସାରା ଦେଶର କାର୍ଯ୍ୟ କରୁଥିବା ଲୋକ ଆଜି ଜାମନଗର ଜିଲ୍ଲାରେ ରହି ନିଜର ପେଟ ପୋଷୁଛନ୍ତି। କାହାକୁ ଭୋକରେ ରହିବାକୁ ନ ପଡ଼ୁ ସେଥିପାଇଁ ୱାନ ନେସନ୍ ୱାନ୍ ଟେକ୍ନୋଲୋଜି ଦ୍ୱାରା ବିହାରରୁ ଆସି ଥାଆନ୍ତୁ, ଉତରପ୍ରଦେଶରୁ ଆସି ଥାଆନ୍ତୁ, ମହାରାଷ୍ଟ୍ରରୁ ଆସି ଥାଆନ୍ତୁ, ଆନ୍ଧ୍ରପ୍ରଦେଶରୁ ଆସି ଥାଆନ୍ତୁ, ତେଲେଙ୍ଗାନାରୁ ଆସି ଥାଆନ୍ତୁ, କର୍ଣ୍ଣାଟକରୁ ଆସି ଥାଆନ୍ତୁ, ତାଙ୍କୁ ରାସନ ଦୋକାନରେ ତାଙ୍କ ଗାଁର କାର୍ଡ ହୋଇଥାଉ ପୁଣି ମଧ୍ୟ ତାଙ୍କୁ ରାସନ ମିଳି ପାରିବ ଏଭଳି କାର୍ଯ୍ୟ ହୋଇଛି ଯାହା ଫଳରେ ତାଙ୍କ ଘରର ଚୂଲା ଜଳି ରହିଥିବା ଦରକାର, ଏଭଳି କାର୍ଯ୍ୟ ଆମେ କରିଛୁ। ଜାମନଗରର ନାମ ତ’ ତୈଳ ବିଶୋଧନାଗାର, ତୈଳ ଅର୍ଥନୀତି (ଅଏଲ ଇକୋନୋମୀ) କେତେ ବଡ଼ ଉର୍ଜ୍ଜାର କ୍ଷେତ୍ର ଦେଶର 35 ପ୍ରତିଶତ ଅଶୋଧିତ ତୈଳ ଏହିଠାରେ ମୋର ଜାମନଗରର ଧରଣୀରେ ବିଶୋଧିତ ହୋଇଥାଏ, କିଏ ଏମିତି ଜାମନଗର ବାସୀ ଅଛନ୍ତି ଯାହାଙ୍କର ମୁଣ୍ଡ ଗର୍ବରେ ଉଚ୍ଚା ହୋଇ ନ ଥିବ। ଜାମନଗରରେ ଔଦ୍ୟୋଗିକ ବିକାଶ ପାଇଁ ନରେନ୍ଦ୍ର ଏବଂ ଭୁପେନ୍ଦ୍ରଙ୍କର ଡବଲ ଇଂଜିନର ସରକାର କ୍ରମାଗତ ଭାବେ କାର୍ଯ୍ୟରେ ଲାଗି ପଡ଼ିଛନ୍ତି । 20 ବର୍ଷ ପୂର୍ବେ ଆମ ସହରରେ ଟ୍ରାଫିକର କ’ଣ ଅବସ୍ଥା ଥିଲା ଭାଇ। ଏବେ ଜାମନଗରରେ ରାସ୍ତା ଚଉଡ଼ା ହେଉ, ତାହାର ବ୍ୟବସ୍ଥା ବିକଶିତ ହେଉ, ଓଭରବ୍ରିଜ ନିର୍ମାଣ ହେଉ, ଓଭରପାସ ନିର୍ମାଣ ହେଉ, ଫ୍ଲାଏଓଭର ନିର୍ମାଣ ହେଉ ବଢ଼ୁଥିବା ସହରର ସମୃଦ୍ଧି ସହିତ ସାଧାରଣ ମଣିଷଙ୍କର ସୁବିଧା ବୃଦ୍ଧି ହେଉ ସେଥିପାଇଁ ମଧ୍ୟ କାର୍ଯ୍ୟ କରୁଛୁ ଆଉ ସମୁଦ୍ର କୂଳରେ ଗୁଜରାଟର ପଶ୍ଚିମ କୂଳରେ ଏକ କୋଣରେ ଏକୁଟିଆ ହୋଇ ବସି ରହିଥିବା ଜାମନଗର ଆଜିକାର ଯୁଗରେ ଆମକୁ ପାଳନ କରୁଛି।
ଜାମନଗର ହିନ୍ଦୁସ୍ତାନର କୋଣ-ଅନୁକୋଣ ସହିତ ଜଡ଼ିତ ହୋଇ ରହିବା ଆବଶ୍ୟକ, ଆଉ ଏଥିପାଇଁ 26 ହଜାର କୋଟି ଟଙ୍କାର ଖର୍ଚ୍ଚରେ ଅମୃତସର, ଭଟିଣ୍ଡା, ଜାମନଗର ଏହି କରିଡର ନିର୍ମାଣ ହେଉଛି। ଏହି କରିଡର ଜାମନଗରକୁ ସମ୍ପୂର୍ଣ୍ଣ ଉତର ଭାରତରେ ଦୃଢ଼ତା ପ୍ରଦାନ କରିବାର କାର୍ଯ୍ୟ କରିବାକୁ ଯାଉଛି। ଏଠାକାର ଶକ୍ତି, ଏଠାକାର ଉତ୍ପାଦନ, ଏଠାକାର ଛୋଟ-ବଡ଼ ଯେଉଁସବୁ ଉଦ୍ୟୋଗ ଧନ୍ଦା ଯାହା ସବୁ ରହିଛି ସେସବୁର ପରିଚୟ ସମଗ୍ର ଉତର ଭାରତରେ ଏହା ଏକ ରେଲୱେ ଟ୍ରାକ ଦ୍ୱାରା ଶକ୍ତି ପ୍ରଦାନ କରିବାକୁ ଯାଉଛି। ପଞ୍ଜାବ, ହରିୟାଣା, ରାଜସ୍ଥାନ, ଗୁଜରାଟ, ଉତରପ୍ରଦେଶ ହେଉ, ଉତରାଖଣ୍ଡ ହେଉ, ହିମାଚଳ ହେଉ ଅର୍ଥାତ ଏକ କରିଡର ଦ୍ୱାରା ଗୁଜରାଟର ବ୍ୟବସାୟ-ଧନ୍ଦା ଆଉ ଏଠାକାର ଉତ୍ପାଦନ କମରୁ ଅତି କମ୍ ଖର୍ଚ୍ଚରେ, କେବଳ ଏତିକି ହିଁ ନୁହେଁ ଏଠାକାର ଫଳ ଏବଂ ପନିପରିବା ମଧ୍ୟ ଉତରଭାରତ ପର୍ଯ୍ୟନ୍ତ ପହଂଚିବାକୁ ଯାଉଛି। ଆମ ଗୁଜରାଟୀମାନଙ୍କର ଏକ ଅଭ୍ୟାସ ରହିଛି, ଯେ ଯାହା କାମର ଜିନିଷ ନୁହେଁ ତାହାର ମଧ୍ୟ ସଦୁପଯୋଗ କରିବାରେ ଆମେ ହେଉଛେ ମାଷ୍ଟର। ଆମ୍ବ ରସ ଖାଇଥିବା ତେବେ ଟାକୁଆରୁ ମୁଖବାସ କରିବା, କିଛି ମଧ୍ୟ ବିଗିଡ଼ିଯିବାକୁ ଦେଉନା। ଆମର ହାଇପରରେ 40 ମେଗାୱାଟର ସୋଲାର ପାୱାର ପ୍ରକଳ୍ପ ହେଉଛି ଏହାର ଉତମ ଉଦାହରଣ। ଯେଉଁ ଜମି ଅଦରକାରୀ ଭାବେ ଗଣାଯାଉଥିଲା ଏଭଳି ଜମିରେ ଏଭଳି କାରନାମା କରି ଦେଖାଇଛୁ ଭାଇ। ଅର୍ଥାତ ନଦୀ, ନାଳ କୂଳର ଯେଉଁ ଜାଗା ରହିଛି, ଯାହାର ଉପଯୋଗ ହୁଏନାହିଁ, ତାହାକୁ ମଧ୍ୟ ଆମେ ଉପଯୋଗୀ କରି ଦେଇଛୁ।
ସାଥୀଗଣ,
କଥା ହୁଏତ କୃଷକମାନଙ୍କର କଲ୍ୟାଣର ହେଉ, କିମ୍ବା ଗରିବମାନଙ୍କ ଜୀବନକୁ ଉନ୍ନତ କରିବା କଥା ହେଉ, ଉଦ୍ୟୋଗର ବିକାଶ ହେଉ, କିମ୍ବା ଭିତିଭୂମିର ସୁବିଧା ବୃଦ୍ଧି କରିବାର କଥା ହେଉ। ପ୍ରତ୍ୟେକ କ୍ଷେତ୍ରରେ ଗୁଜରାଟ ବିକାଶର ନୂତନ ଉଦାହରଣ ହାସଲ କରି ପାରିଛି। ଆଉ ଜାମନଗର ତ’ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରି ପାରିଛି । ଜାମନଗରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, କରୋନା କାରଣରୁ ଲୋକମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ)କୁ ଚିହ୍ନିବାକୁ ଲାଗିଛନ୍ତି, ଏହି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଶ୍ୱିକ ପାରମ୍ପରିକ ଔଷଧ କେନ୍ଦ୍ର ଆମ ଜାମନଗରରେ ରହିଛି । ଜାମନଗରରେ ଆୟୁର୍ବେଦ ବିଶ୍ୱବିଦ୍ୟାଳୟ ଥିଲା ତାହା ଉପରେ ଏହି ନୂତନ ମୁକୁଟ ଚଢ଼ା ଯାଇଛି ଭାଇ। ଆଜି ଜାମନଗରର ଆୟୁର୍ବେଦ ବିଶ୍ୱବିଦ୍ୟାଳୟକୁ ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥାନ ମିଳି ଯାଇଛି। ଆମର ଜାମନଗର ଅର୍ଥାତ ଛୋଟିଆ କାଶୀ ତ ଅଟେ କିନ୍ତୁ ଆମର ଜାମନଗର ସୌଭାଗ୍ୟ ନଗର ରୂପେ ମଧ୍ୟ ପରିଚିତ। ଆମର ଜାମନଗରରେ ସିନ୍ଦୂର, ଚୂଡ଼ି, ବିନ୍ଦି, ବାନ୍ଧଣୀ ଏସବୁ ଆମର ସୌଭାଗ୍ୟନଗରର ହେଉଛି ପରିଚୟ। ଆଉ ଆମ ସରକାର ତ ଗୁଜରାଟର ବାନ୍ଧଣୀ କଳାର ବିକାଶ କରିବା ପାଇଁ କେତେକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ହସ୍ତକଳା ସେତୁ ଯୋଜନା ଦ୍ୱାରା, ଜାମନଗରର ବ୍ରାସ ଶିଳ୍ପ ସରକାରଙ୍କର ଅନେକ ଯୋଜନାଗୁଡ଼ିକ ଦ୍ୱାରା ପ୍ରସ୍ଫୁଟିତ ହେଉ, ମୋର ସ୍ମରଣ ଅଛି ଯେତେବେଳେ ନୂଆ- ନୂଆ ପ୍ରଧାନମନ୍ତ୍ରୀ ହେଲି, ସେହି ସମୟରେ ଜାମନଗରରୁ ଚିନ୍ତାଜନକ ସମାଚାର ଆସିଲା, ସବୁ ଭାଇ ମୋତେ ସାକ୍ଷାତ କରିବାକୁ ଆସିଥିଲେ। ସେତେବେଳେ ବ୍ରାସ ଉଦ୍ୟୋଗକୁ ଚିନ୍ତାରୁ ବାହାରକୁ ବାହାର କରି ଆମେ ଆଗକୁ ବଢ଼ିଛୁ।
ଭାଇ ଓ ଭଉଣୀମାନେ,
ଆମର ଜାମନଗର ହେଉ, ରାଜକୋଟ ହେଉ, ଏହା ମୋର କାଠିଆୱାଡ଼ର ଇଂଜିନିୟରିଙ୍ଗ ଉଦ୍ୟୋଗର ହେଉଛି ଶକ୍ତି ଯେ ସେମାନେ ଛୋଟ ପିନ୍ ମଧ୍ୟ ନିର୍ମାଣ କରନ୍ତି ଆଉ ଏୟାରକ୍ରାଫ୍ଟର ସ୍ପେୟାର ପାର୍ଟସ ମଧ୍ୟ ଏହିଠାରୁ ନିର୍ମାଣ ହୋଇ ଯାଇଥାଏ ଏହି ଶକ୍ତି ଆମେ ଏହିଠାରେ ଠିଆ କରିଛୁ।
ସାଥୀଗଣ,
ଦେଶରେ ବ୍ୟବସାୟ- କାରବାର କରିବା ସହଜ ହୋଇଛି। କମ୍ ରୁ ଅତି କମ୍ ଅସୁବିଧା ଆସୁ, ସରକାରଙ୍କର ଦଖଲ କମ୍ ହେଉ ଏହା ହେଉଛି ମୋର ସବୁଠାରୁ ବଡ଼ ଲକ୍ଷ୍ୟ। ଛୋଟ- ଛୋଟ ଉଦ୍ୟୋଗ ରହିଛନ୍ତି ସେଥିରେ ସରକାରଙ୍କର ଦଖଲ କମରୁ ଅତି କମ୍ ହେଉ ତାହା ହେଉଛି ମୋର ପ୍ରାଥମିକତା। ପୂର୍ବ ସରକାର ଅମଳରେ ଏହି କାର୍ଯ୍ୟ ମାଗିବାକୁ ଗଲେ, ସେତେବେଳେ ପୁଣି ଥରେ ଗୋଟିଏ ଫର୍ମ ପୂରଣ କର, ଅନ୍ୟ ଏକ କାର୍ଯ୍ୟ କଥା କୁହ ତେବେ ଏହି ଫର୍ମ ପୂରଣ କର, ଏତେ ଫର୍ମ ପୂରଣ କର ଯେ କାରଖାନାରେ ଏତେ ଉପକରଣ ରଖ ତାହା ଶେଷ ହେବ ନାହିଁ। ସେଠାରେ କେବଳ ଫର୍ମ ପୂରଣ କରିଚାଲ, କିନ୍ତୁ ଆପଣମାନେ ଜାଣି ଆନନ୍ଦିତ ହେବେ, ବିଶେଷ କରି ଛୋଟ- ଛୋଟ ଉଦ୍ୟୋଗୀ ଆନନ୍ଦିତ ହେବେ ଯେ ସେତେବେଳେ ସରକାର ୩୩ ହଜାର ଛୋଟ- ଛୋଟ ଅଭିଯୋଗର ସମାଧାନ ନେଇ ତଥ୍ୟ ମାଗୁଥିଲେ କିନ୍ତୁ ତାହାକୁ ରଦ୍ଦ କରିଦେଲି। ଆଉ ତାହାର ସୁଠାରୁ ବଡ଼ ଲାଭ ଆମର ଏମଏସଏମଇ କ୍ଷେତ୍ରକୁ ହେଲା। ଏହା ବ୍ୟତୀତ ଆଇନ- କାନୁନ। ପୂର୍ବ ସରକାର କ’ଣ କରୁଥିଲେ ତାକୁ ଭଗବାନ ରକ୍ଷା କରନ୍ତୁ। ଆମର ଏଠାରେ ଏଭଳି କାଇଦା କଟକଣା ଥିଲା ଯେ ଆପଣଙ୍କର ଏଠାରେ କାରଖାନା ଅଛି ଏବଂ ସେଥିରେ ଶୌଚାଳୟ- ସ୍ନାନାଗାର ଥିବ, କିନ୍ତୁ ସେଥିରେ ପ୍ରତ୍ୟେକ ଛଅ ମାସରେ ଚୂନ ଲଗାଇ ନାହାନ୍ତି, ସରକାରଙ୍କୁ କିଛି ଭୂଲ ଲାଗିଲା ତେବେ ଛଅ ମାସର ଦଣ୍ଡ, କୁହନ୍ତୁ ତ’।
ଏଭଳି ବହୁତ ଗୁଡିଏ ନିୟମ ଥିଲା, ଇଂରେଜ ଅମଳର କାଇଦା କଟକଣା ଚାଲୁଥିଲା। ମୋତେ ମୋ ଦେଶର ବ୍ୟବସାୟୀ ମାନଙ୍କୁ ଜେଲ ପଠାଇବାର ନାହିଁ, ଦୁଇ ହଜାର ଯେତେ ଆଇନ ମୁଁ ଶେଷ କରିଛି । ଆଉ ଏଠାରେ ବସିଥିବା ବ୍ୟବସାୟୀ ବନ୍ଧୁମାନଙ୍କ ଧ୍ୟାନରେ ଯଦି ଆଉ କୌଣସି ଆଇନ ଅଛି ତେବେ ମୋତେ କୁହନ୍ତୁ ମୁଁ ତାହାର ଅନୁଧ୍ୟାନ କରିବି। କଥା- କଥାରେ ଜେଲରେ ବନ୍ଦ କର, ଏହା ପରାଧୀନତାର ମାନସିକତାରୁ ସୃଷ୍ଟି ହେଉଥିବା କଥା, ସେଥିରୁ ମୁକ୍ତି ଦେବାର ଅଭିଯାନ ମୁଁ ଆରମ୍ଭ କରିଛି। ଆଉ ଆଗକୁ ଏହି ଅଭିଯାନ ଚାଲୁ ରହିବ ମଧ୍ୟ। ‘ବ୍ୟବସାୟ ସୁଗମତା’ ଏହା ମୋ ସରକାର ଯେତିକି ଭାର ଦେଉଛନ୍ତି ନା, ତା’ପୂର୍ବରୁ ଗଣା ହିଁ ଯାଉ ନ ଥିଲା। କାରଣ ପ୍ରତ୍ୟେକଙ୍କ ଆଗରେ ଗୋଡ ଭାଙ୍ଗି ଠିଆ ହୋଇ ଏହି ଟେବୁଲ ପାଖକୁ ଯାଅ, ସେହି ଟେବୁଲ ପାଖକୁ ଯାଅ। ଏଠାରେ ଆରତୀ କର, ସେଠାରେ ପୂଜା କର, ସେଠାରେ ପ୍ରସାଦ ଅର୍ପଣ କର ଏହା ଚାଲୁଥିଲା। କାର୍ଯ୍ୟ ସୁଗମତାରେ ଲାଭରେ ରହି ନିୟମ ମାନ ପରିବର୍ତିତ ହେଲା ଯେଉଁ କାରଣରୁ ସାରା ଦୁନିଆରେ ଆମର ଯେଉଁ ମାନ୍ୟତା ଥିଲା ନା ସେଥିରେ ଖୁବ ଉନ୍ନତି ଆସିଲା। ଆଗରୁ ଯେତେବେଳେ ମୁଁ 2014ରେ ଆସିଲି, ପ୍ରଧାନମନ୍ତ୍ରୀ ରୂପେ ଆପଣମାନଙ୍କ ସେବା କରିବାକୁ ପଠାଇଲେ, ସେତେବେଳେ ଭାରତ 142 ସୂଚକାଙ୍କରେ ଥିଲା, ପାଂଚ-ଛଅ ବର୍ଷ ପରିଶ୍ରମ କରି ଏବେ ଆମେ ଦୌଡ଼ି-ଦୌଡ଼ି 63ତମ ନମ୍ବରରେ ପହଂଚି ଯାଇଛୁ। ଆଉ ଏବେ ମଧ୍ୟ ଯଦି ଅଂଟା ଭିଡ଼ିବା ତେବେ 50ତଳକୁ ମଧ୍ୟ ଯାଇ ପାରିବା ଭାଇ। ଏତେ ବଡ଼ ସୁଧାର ଏହା କେବଳ ମାତ୍ର କାଗଜରେ ନୁହେଁ, ଛୋଟ- ବଡ଼ ବ୍ୟବସାୟୀମାନଙ୍କୁ ଏହାର ଲାଭ ମିଳୁ, ତୃଣମୂଳ ସ୍ତରରେ ସେମାନଙ୍କୁ ଲାଭ ମିଳୁ ଏଭଳି କାର୍ଯ୍ୟ ହୋଇଛି।
ଭାରତର ସ୍ଥିତିକୁ ସାରା ବିଶ୍ୱରେ ଦେଖନ୍ତୁ ସାହେବ, କେତେ ଲୋକଙ୍କର ସକାଳର ଚା’ବିଗିଡ଼ି ଯାଉଥିବ। ସାରା ବିଶ୍ୱରୁ ଲୋକମାନେ ଲେଖୁଛନ୍ତି, ବିଶ୍ୱ ବ୍ୟାଙ୍କ ଲେଖୁଛି, ଆଇଏମଏଫ ଲେଖୁଛି, ବଡ଼- ବଡ଼ ଅର୍ଥବ୍ୟବସ୍ଥା ଲେଖୁଛନ୍ତି ଯେ ଭାରତ, ଯେତେବେଳେ ସାରା ବିଶ୍ୱ ବୁଡ଼ିବାକୁ ବସିଛି, ଇଂଲଣ୍ଡ ବିଗତ 50 ବର୍ଷରେ ଏଭଳି ଦରବୃଦ୍ଧି ଦେଖିନାହିଁ, ଆମେରିକା ବିଗତ 45 ବର୍ଷରେ ଏଭଳି ଦରବୃଦ୍ଧି ଦେଖିନାହିଁ। ବିକାଶ ହାର ସ୍ଥିର ହୋଇ ଯାଇଛି, ସୁଧହାର ବଢ଼ି ଯାଇଛି। ସାରା ବିଶ୍ୱରେ ଆର୍ଥିକ କ୍ଷେତ୍ରରେ ଦୋଦୁଲ୍ୟମାନ ସ୍ଥିତି ହୋଇ ଯାଇଛି। ସେଥିରେ ଭାରତ ହେଉଛି ଏକମାତ୍ର ଭାଇ ଯିଏକି ଦ୍ରୁତ ଗତିରେ ବିକାଶ ଦୃଢ଼ତାର ସହିତ ବଜାୟ ରଖିଛି। 2014 ପୂର୍ବରୁ ଭାରତ ବିଶ୍ୱର ଅର୍ଥବ୍ୟବସ୍ଥାରେ 10ମ ସ୍ଥାନରେ ଥିଲା, ଆଉ ଏତେ ଅଳ୍ପ ସମୟରେ 10ରୁ ଲମ୍ଫ ପ୍ରଦାନ କରି 5 ନମ୍ବରରେ ପହଂଚି ଗଲା। ବିଶ୍ୱର ପ୍ରଥମ ପାଂଚୋଟି ଅର୍ଥବ୍ୟବସ୍ଥା ମଧ୍ୟରେ ଆମ ନମ୍ବର ଆସି ଯାଇଛି । ଛଅ ଉପରେ ପାଂଚ ନମ୍ବର ଉପରକୁ ଗଲା ତେବେ ସମଗ୍ର ଦେଶ ଏକ ଉର୍ଜ୍ଜାରେ ଭରିଗଲା, କାରଣ କ’ଣ ଥିଲା ଜଣାନାହିଁ, ମୋଦି ପ୍ରଧାନମନ୍ତ୍ରୀ ଅଛନ୍ତି ସେଥିପାଇଁ ନୁହେଁ, କଥା ହେଉଛି ଏହା ଯେ ପ୍ରଥମେ ଏହି ପାଂଚ ନମ୍ବରେ ସେହି ଲୋକମାନେ ଥିଲେ, ଯେଉଁମାନେ 250 ବର୍ଷ ଆମ ଉପରେ ଶାସନ କରୁଥିଲେ, ଆମମାନଙ୍କୁ ପରାଧୀନ କରି ରଖିଥିଲେ, ଆଜି ଭାରତ ସେଥିରୁ ମୁକ୍ତ ହୋଇ ଆଗକୁ ବଢ଼ି ଯାଇଛି। ଆଉ ଏହି ସବୁଥିରେ କେବଳ ମାତ୍ର ସରକାରଙ୍କର ସାବାସୀ କରି ନାହାଁନ୍ତି, ଆମେ ତ ହେଉଛୁ ଖୋଲା ହୃଦୟର ମଣିଷ ଆଉ ଏଥିପାଇଁ ମୋର ଶ୍ରମିକ ଭାଇ ହୁଅନ୍ତୁ, କୃଷକ ଭାଇ ହୁଅନ୍ତୁ, ଠେଲାଗାଡ଼ି ବାଲା ଭାଇ ହୁଅନ୍ତୁ, ବ୍ୟବସାୟ- କାରବାର କରୁଥିବା ଲୋକ ହୁଅନ୍ତୁ ଏହି ସମସ୍ତଙ୍କୁ ଏହାର ଶ୍ରେୟ ଯାଉଛି। ଏହି ସମସ୍ତଙ୍କ କାରଣରୁ ଦେଶ ଆଗକୁ ବଢ଼ୁଛି, ଆଉ ଏହି କାରଣରୁ ମୁଁ ସେମାନଙ୍କୁ ଶତ-ଶତ ସଲାମ କରୁଛି।
ସାଥୀଗଣ,
ଗୁଜରାଟ ସରକାର ଏକ ସପ୍ତାହ ପୂର୍ବରୁ ନୂତନ ଶିଳ୍ପ ନୀତି ଘୋଷଣା କରିଥିଲେ, ଆଉ ଚାରିଆଡ଼େ ତାହାର ପ୍ରଶଂସା ହେଲା। ଭୂପେନ୍ଦ୍ର ଭାଇ ଏବଂ ତାଙ୍କର ଟିମକୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ଯେ ଏଭଳି ଶିଳ୍ପ ନୀତି ଆଣିଛନ୍ତି ଯାହା ଗୁଜରାଟକୁ କେଉଁଠାରେ ହେଲେ ମଧ୍ୟ ଅଟକି ଯିବାକୁ ଦେବ ନାହିଁ। ଆଉ ସେଥିରେ ନୂତନ ଉଦ୍ୟୋଗ ନୀତି, ନୂତନ ଷ୍ଟାର୍ଟ-ଅପ ଏବଂ ଅଣୁ-ଉଦ୍ୟୋଗ ସେଥିପାଇଁ ମଧ୍ୟ ବହୁତ ହିଁ ଲାଭପ୍ରଦ ସାବ୍ୟସ୍ତ ହେଉଛି। ଗୁଜରାଟର ଅଧିକରୁ ଅଧିକ ଯୁବକମାନଙ୍କୁ ଲକ୍ଷ- ଲକ୍ଷ ସଂଖ୍ୟାରେ ରୋଜଗାର ମିଳୁ, ମୁଁ ଚାହୁଁଛି ଯେ ଗୁଜରାଟର ଯୁବକମାନେ ଏହି ନୂତନ ଔଦ୍ୟୋଗିକ ନୀତିର ଲାଭ ଉଠାନ୍ତୁ, ଅଭ୍ୟାସ କରନ୍ତୁ ସେମାନଙ୍କର ହାତ ଧରିବା ପାଇଁ ମୁଁ ପ୍ରସ୍ତୁତ ଅଛି।
ଆମ ଜାମନଗରର ପୋର୍ଟ ଲାଇନ, ଆମର ସମୁଦ୍ର କୂଳ ବିବିଧତାରେ ପରିପୂର୍ଣ୍ଣ ରହିଛି। ହଜାର- ହଜାର ପ୍ରକାରର ଜୈବ ବିବିଧତା ଆଉ ଏବେ ଭାରତ ଡଲଫିନ ପ୍ରକଳ୍ପ (ପ୍ରେଜେକ୍ଟ ଡଲଫିନ) ଆରମ୍ଭ କରିଛି । ଚିତା ଯୋଗୁଁ ତ ଦେଶରେ ଜୟ- ଜୟକାର ହୋଇଗଲା, ଏବେ ଆମେ ଡଲଫିନ ଉପରେ ଧ୍ୟାନ ଦେବାକୁ ଯାଉଛୁ, ଏଠାରେ ଜାମନଗରରେ ଡଲଫିନ ଅଛନ୍ତି, ତାହାର ସଂରକ୍ଷଣ ଏବଂ ବିକାଶ ପାଇଁ ଯୋଜନାମାନ ପ୍ରସ୍ତୁତ ହୋଇଛି। ଆଉ ଏହାଦ୍ୱାରା ଜାମନଗର, ଦ୍ୱାରିକା, ବେଟ ଦ୍ୱାରିକା ସମଗ୍ର ସମୁଦ୍ର କୂଳରେ ଇକୋ- ଟୁରିଜିମର ବ୍ୟାପକ ମାତ୍ରାରେ ବିକାଶ ହେବାକୁ ଯାଉଛି। ଆଉ ଭାଇ ଓ ଭଉଣୀମାନେ, ଭୂପେନ୍ଦ୍ର ଭାଇଙ୍କୁ ମୁଁ ନରମ ହୃଦୟ ଏବଂ ଦୃଢ଼ ବ୍ୟକ୍ତିତ୍ୱ ଭାବେ କହୁଛି କାରଣ ତାହାର ଅନୁଭବ ଗୁଜରାଟକୁ ବାରମ୍ବାର ହେଉଛି। ସମୁଦ୍ର କୂଳରେ ବେଆଇନ ଭାବେ ଯେଉଁ ଲୋକମାନେ ବନ୍ଧ ବାନ୍ଧିବାର କାର୍ଯ୍ୟ କରିଥିଲେ, ଚୁପଚାପ୍ ସଲାସୁତୁରା କରି କାମ କରୁଥିଲେ। ଆଉ ମଜା ଦେଖନ୍ତୁ ଯେତେବେଳେ କୋମଳ ହୃଦୟ ଥିବା ମଣିଷ ନେତୃତ୍ୱ କରି ଥାଆନ୍ତି, ତେବେ ତଳ ସ୍ତର ପର୍ଯ୍ୟନ୍ତ ଜଣା ପଡ଼ିଥାଏ। ସେତେବେଳେ କେହି ମଧ୍ୟ ନିର୍ବିରୋଧରେ ପେଡି ପୁଟୁଳା ବାନ୍ଧି, ଭାଇ ଇଏ ଆପଣଙ୍କର ନିଅନ୍ତୁ, ଆମେ ଚାଲିଲୁ। ଏହା ହେଉଛି ଦୃଢ଼ତାର ପରିଣାମ, ଆଉ କେବଳ ଏତିକି ହିଁ ନୁହେଁ, ସମଗ୍ର ଗୁଜରାଟର ସମୁଦ୍ର କୂଳକୁ ଭୂପେନ୍ଦ୍ର ଭାଇ ପରିଷ୍କାର ପରିଚ୍ଛନ୍ନ କରୁଛନ୍ତି। ଆଇନ ବ୍ୟବସ୍ଥା ପାଳନ ଦ୍ୱାରା ହିଁ ସମସ୍ତଙ୍କର ଭଲ ହେଉ, ଆଉ ଗୁଜରାଟ ବିଗତ 20 ବର୍ଷ ହେବ ଶାନ୍ତି ଦେଖି ଆସିଛି । ଯାହାଦ୍ୱାରା ସମୃଦ୍ଧିର ଦ୍ୱାର ଉନ୍ମୁକ୍ତ ହୋଇଛି ଭାଇମାନେ, ଏକତାର ସଂକଳ୍ପ ସହିତ କାନ୍ଧରେ କାନ୍ଧ ମିଳାଇ ଗୁଜରାଟ ଅଗ୍ରସର ହେଉଛି । ପୂର୍ବରୁ ତ ପ୍ରତିଦିନ ଗଣ୍ଡଗୋଳ ହେଉଥିଲା, ଦଙ୍ଗା ହେଉଥିଲା, ଜାମନଗର ମଧ୍ୟ ସେଥିରେ ସାମିଲ ଥିଲା। ଆଜି ଆମେ ସେସବୁ ଠାରୁ ମୁକ୍ତ ହୋଇ ଯାଇଛେ, ଆଜି ଗୁଜରାଟରେ ନରେନ୍ଦ୍ର- ଭୂପେନ୍ଦ୍ରଙ୍କ ଡବଲ ଇଂଜିନ ସରକାର, ସମସ୍ତ ଯୋଜନା ଗୁଡ଼ିକ ଦ୍ରୁତ ଗତିରେ ଚାଲୁ ରହିଛି। ଆଉ ଏହି ଗତି ବଜାୟ ରଖିବାକୁ ହେବ, ଆଉ ଏହି ବିକାଶ ଯୋଜନା ଗୁଡ଼ିକ ଜାମନଗର ଏବଂ ସୌରାଷ୍ଟ୍ରର ସ୍ତମ୍ଭ ହୋଇ ରହିବ। ମୁଁ ବିଶ୍ୱାସ କରୁଛି ଯେ ଯୁବକ, ବୟସ୍କଙ୍କ ଜୀବନରେ ଶାନ୍ତି ଆସୁ, ଏଥିପାଇଁ ଆମେ କାର୍ଯ୍ୟ କରୁଛୁ।
ଭାଇ ଓ ଭଉଣୀମାନେ,
ଜାମନଗରର ମାଟିକୁ ଅଭିନନ୍ଦନ, ଆପଣ ସମସ୍ତଙ୍କୁ ଅଭିନନ୍ଦନ, ଆଉ ପୁଣିଥରେ ସମଗ୍ର ରାସ୍ତାରେ ଯେଉଁ ମାଆ ଭଉଣୀମାନେ ଆଶୀର୍ବାଦ ଦେଉଥିଲେ, ସେମାନଙ୍କ ଦର୍ଶନ ଦ୍ୱାରା ଜୀବନ ଧନ୍ୟ ହୋଇଯାଉ, ଆଜି ମୋ ପାଇଁ ହେଉଛି ଧନ୍ୟତାର ଦିନ। ଏତେ ସବୁ ଆଶୀର୍ବାଦ ସେମାନଙ୍କୁ ମଧ୍ୟ ମୁଁ କୃତଞ୍ଜତା ଜଣାଉଛି । ଦୁଇ ହାତ ଉପରକୁ କରି ମୋ ସହିତ କୁହନ୍ତୁ,
ଭାରତ ମାତା କୀ- ଜୟ, ଭାରତ ମାତା କୀ- ଜୟ ।
*****
AH
(Release ID: 1867137)
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Gujarati
,
Tamil
,
Telugu
,
Kannada
,
Malayalam