ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୁଜରାଟସ୍ଥିତ ଆମୋଦ ଠାରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଏବଂ ଦେଶ ଉଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
ପୋଷ୍ଟ କରାଯିବା ଦିନାଙ୍କ:
10 OCT 2022 6:34PM by PIB Bhubaneshwar
ଭାରତ ମାତା କି - ଜୟ,
ଭାରତ ମାତା କି - ଜୟ,
ମଞ୍ଚ ଉପରେ ବିରାଜମାନ ଗୁଜରାଟର ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଭୂପେନ୍ଦ୍ର ଭାଇ ପଟେଲ, ୨୦୧୯ର ନିର୍ବାଚନରେ ଦେଶରେ ସର୍ବାଧିକ ଭୋଟରେ ଜିତିଥିବା ଆହୁରି ଏକ ନୂତନ ରେକର୍ଡ ସୃଷ୍ଟି କରିଥିବା ସଂସଦରେ ମୋର ସାଥୀ ସି. ଆର. ପାଟିଲ, କେନ୍ଦ୍ରରେ ମନ୍ତ୍ରୀପରିଷଦର ମୋର ସାଥି ଏବଂ ଗୁଜରାଟର ସନ୍ତାନ ଶ୍ରୀ ମନସୁଖ ମାଣ୍ଡଭ୍ୟା, ମଞ୍ଚ ଉପରେ ଉପସ୍ଥିତ ଗୁଜରାଟ ସରକାରଙ୍କ ସମସ୍ତ ମନ୍ତ୍ରୀ ମହୋଦୟ, ସାଂସଦଗଣ, ବିଧାୟକଗଣ ଏବଂ ବିଶାଳ ସଂଖ୍ୟାରେ ମୋତେ ଆଶୀର୍ବାଦ ଦେବାକୁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ ।
ସାଥୀମାନେ,
ଆଜି ସକାଳେ ମୁଁ ଏଠାକୁ ଆସୁଥିଲି ସେତେବେଳେ ଏକ ଦୁଃଖଦ ଖବର ମଧ୍ୟ ପାଇଲି । ଆଜି ମୁଲାୟମ ସିଂ ଯାଦବ ଜୀଙ୍କର ଦେହାନ୍ତ ହୋଇଯାଇଛି । ମୁଲାୟମ ସିଂ ଯାଦବ ଜୀ, ତାଙ୍କର ପରଲୋକ ଦେଶ ପାଇଁ ଏକ ବଡ଼ କ୍ଷତି । ମୁଲାୟମ ସିଂ ଜୀଙ୍କ ସହିତ ମୋର ସମ୍ପର୍କ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା । ଯେତେବେଳେ ଆମେ ଦୁହେଁ ମୁଖ୍ୟମନ୍ତ୍ରୀ ଭାବରେ ସାକ୍ଷାତ କରିଥିଲୁ । ସେ ଏବଂ ମୁଁ ମଧ୍ୟ ଉଭୟଙ୍କର ଉଭୟଙ୍କ ପ୍ରତି ଏକ ଆପଣାପଣର ଭାବ ଅନୁଭବ କରୁଥିଲୁ ଏବଂ ୨୦୧୪ରେ ନିର୍ବାଚନ ପାଇଁ ମୋତେ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଶୀର୍ବାଦ ଦେଲେ ମୋ ବିଷୟରେ ମଧ୍ୟ ଯେଉଁ ଲୋକମାନେ ଥିଲେ, ଯାହାଙ୍କ ସହିତ ମୋର ପୂର୍ବରୁ ମୋର ପରିଚୟ ଥିଲା । ସେମିତି କିଛି ମହାନ ବ୍ୟକ୍ତିତ୍ୱ ଯେଉଁମାନେ ଆମ ଦେଶର ବରିଷ୍ଠ ରାଜନେତା ଥିଲେ, ରାଜନୈତିକ ଭାବରେ ଆମର ବିରୋଧ କରୁଥିଲେ । କିନ୍ତୁ ସେମାନଙ୍କୁ ଫୋନ କରି ଆଶୀର୍ବାଦ ନେବାକୁ ମୁଁ ଥରେ ଉପକ୍ରମ କରିଥିଲି ଏବଂ ମୋର ମନେ ଅଛି ସେହି ଦିନର ମୁଲାୟମ ସିଂ ଜୀଙ୍କର ସେହି ଆଶୀର୍ବାଦ, କିଛି ପରାମର୍ଶପୂର୍ଣ୍ଣ ଦୁଇଟି ଶବ୍ଦ ମଧ୍ୟ ତାହା ଆଜି ମଧ୍ୟ ମୋର ପୁଞ୍ଜି ଅଟେ, ଏବଂ ମୁଲାୟମ ସିଂ ଜୀଙ୍କର ବିଶେଷତା ରହିଥିଲା ଯେ ୨୦୧୩ରେ ସେ ମୋତେ ଯାହା ଆଶୀର୍ବାଦ ଦେଇଥିଲେ, ସେଥିରେ କେବେ ମଧ୍ୟ ସେ ପରିବର୍ତ୍ତନ ଆଣିବାକୁ ଦେଇ ନ ଥିଲେ । ଅତ୍ୟଧିକ ରାଜନୈତିକ ବିରୋଧ ସତ୍ତ୍ୱେ ମଧ୍ୟ, ଯେତେବେଳେ ୨୦୧୯ରେ ସଂସଦର ଶେଷ ଅଧିବେଶନ ଥିଲା ଗତ ଲୋକସଭାର ଏବଂ ସଂସଦ ମଧ୍ୟରେ ମୁଲାୟମ ସିଂ ଜୀଙ୍କ ଭଳି ବରିଷ୍ଠ ନେତା ସେ ଛିଡ଼ା ହୋଇ ପାର୍ଲାମେଣ୍ଟରେ ଯେଉଁ କଥା କହିଥିଲେ । ତାହା ଏହି ଦେଶର କୌଣସି ମଧ୍ୟ ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ଜୀବନରେ ଏକ ବହୁତ ବଡ଼ ଆଶୀର୍ବାଦ । ସେ ସଂସଦରେ ଛିଡ଼ା ହୋଇ କହିଥିଲେ । ବିନା ସଂକୋଚରେ କହିଥିଲେ । କୌଣସି ରାଜନୈତିକ ଚାଲର ଖେଳ ବିନା କହିଥିଲେ । ସେ କହିଥିଲେ ମୋଦୀ ଜୀ ସମସ୍ତଙ୍କୁ ସାଥୀରେ ନେଇ ଚାଲିଥାନ୍ତି ଏବଂ ସେଥିପାଇଁ ମୋତେ ପୁରା ବିଶ୍ୱାସ ଅଛି ଯେ ସେ ୨୦୧୯ରେ ପୁନର୍ବାର ନିର୍ବାଚିତ ହେବେ ଏବଂ ଦେଶର ପ୍ରଧାନମନ୍ତ୍ରୀ ହେବେ । କେତେ ବଡ଼ ହୃଦୟ ଥିବ ତାଙ୍କର, ଯେପର୍ଯ୍ୟନ୍ତ ମୁଁ ବଞ୍ଚôଛି, ଯେତେବେଳେ ମଧ୍ୟ ମୋତେ ସୁଯୋଗ ମିଳିଛି ତାଙ୍କର ଆଶୀର୍ବାଦ ଆଜି ମୁଁ ଗୁଜରାଟର ଏହି ଭୂମିରୁ ମା’ ନର୍ମଦା ନଦୀର କୂଳରେ ଆଦରଣୀୟ ମୁଲାୟମ ସିଂ ଜୀଙ୍କୁ ମୋର ଆଦରପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି ଯେ ତାଙ୍କ ପରିବାର, ତାଙ୍କର ସମର୍ଥକଙ୍କୁ ଏହି ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ ।
ସାଥୀମାନେ,
ଚଳିତ ଥର ମୁଁ ଏମିତି ସମୟରେ ଭରୁଚ ଆସିଛି, ଯେତେବେଳେ ଦେଶ ସ୍ୱାଧୀନତାର ଅମୃଥ ମହୋତ୍ସବ ପାଳନ କରୁଛି, ଯେତେବେଳେ ଆମେ ଭାରତର ଇତିହାସକୁ ପଢୁଛୁ ଏବଂ ଭବିଷ୍ୟତ ବିଷୟରେ କଥା ହେଉଛୁ, ସେତେବେଳେ ଭରୁଚର ଚର୍ଚ୍ଚା ସବୁବେଳେ ଗର୍ବର ସହିତ ହୋଇଥାଏ । ଏହି ପୃଥିବୀ ଏପରି ଅନେକ ସନ୍ତାନଙ୍କୁ ଜନ୍ମ ଦେଇଛି, ଯେଉଁମାନେ ନିଜ କାର୍ଯ୍ୟ ଦ୍ୱାରା ଦେଶକୁ ଗର୍ବିତ କରିଛନ୍ତି । ଯେମିତି ଆମର ଧରିତ୍ରୀ ପୁତ୍ର କହ୍ନେୟାଲାଲ ମାନେକଲାଲ ମୁନ୍ସି ଜୀ। ସମ୍ବିଧାନ ପ୍ରସ୍ତୁତ କରିବାର ଦେଶ ତାଙ୍କ ଅବଦାନକୁ କେବେ ଭୁଲିପାରିବ ନାହିଁ । ସୋମନାଥ ମନ୍ଦିରର ବିଶାଳ ନିର୍ମାଣରେ ସର୍ଦ୍ଦାରଣଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଚାଲିଥିବା ମୁନ୍ସି ସାହେବଙ୍କ ଭୂମିକାକୁ କେହି ଭୁଲିପାରିବେ ନାହିଁ । କେବଳ ଏତିକି ନୁହେଁ, ଭାରତୀୟ ସଂଗୀତର ମୁଖ୍ୟ ପଣ୍ଡତ ଓଁକାରନାଥ ଠାକୁର, ତାଙ୍କର ସମ୍ପର୍କ ମଧ୍ୟ ଏହି ମାଟି ସହିତ ରହିଆସିଛି । ଏହିପରି ମହାନ ବ୍ୟକ୍ତିତ୍ୱଙ୍କର କାର୍ଯ୍ୟରୁ ପ୍ରେରଣା ନେଇ ଆମେ ଗୁଜରାଟର ଗୌରବକୁ ବଢ଼ାଇବା ଏବଂ ଗୁଜରାଟକୁ ବିକଶିତ କରିବା ପାଇଁ କାର୍ଯ୍ୟ କରୁଛୁ ।
ଭାଇ ଏବଂ ଭଉଣୀମାନେ,
ଗୁଜରାଟର, ଦେଶର ପ୍ରଗତିରେ ସେ ଗୁଜରାଟର ପ୍ରଗତି ହେଉ, ସେ ଦେଶର ପ୍ରତି ହେଉ, ଭରୁଚର ଯୋଗଦାନ ବହୁତ ମହତ୍ୱପୂର୍ଣ୍ଣ ଅଟେ । ଭରୁଚର ଭାଗିଦାରୀ, ଗୋଟିଏ ସମୟ ଥିଲା ଯେତେବେଳେ ସିଂଗଦାନେ ଯୋଗୁ ଜଣାଶୁଣା ଥିଲା । ଆଜି ମୋର ଭରୁଚ ଉଦ୍ୟୋଗ, ବ୍ୟବସାୟ, ବାଣିଜ୍ୟ, ବନ୍ଦର ଅନେକ କଥାେ ପାଇଁ ତା’ର ପ୍ରଶଂସା ହେଉଛି ଏବଂ ଆଜି ମୋର ଏହି ଗୁଜରାଟରେ ରହିବା ସମୟରେ ଯେଉଁ ଶିଳାନ୍ୟାସ ଏବଂ ଲୋକାର୍ପଣର କାର୍ଯ୍ୟ ହେଉଛି, ପୂର୍ବେ କୌଣସି ଗୋଟିଏ ସରକାର ଅର୍ଥାତ୍ ଗୁଜରାଟର ଅତୀତରେ କୌଣସି ସରକାରଙ୍କ ବଜେଟରୁ ମଧ୍ୟ, ପୁରୁଣା ସରକାରଙ୍କ ଗୁଜରାଟରୂ ଯେଉଁ ମୋଟ ବଜେଟ ଥିଲା, ତାହା ଗୋଟିଏ ବର୍ଷର ନା ତା’ଠାରୁ ଅଧିକ, ମୁଁ ଗୋଟିଏ ଭ୍ରମଣରେ ଲୋକାର୍ପଣ ଏବଂ ଶିଳାନ୍ୟାସର କାର୍ଯ୍ୟକ୍ରମ କରିସାରିଛି ।
ଭାଇମାନେ,
ଏହି ଗୁଜରାଟ କେଉଁଠାରୁ କେଉଁଠିକୁ ପହଞ୍ଚôଗଲା, ଏବଂ ବର୍ତ୍ତମାନ ଆମର ଭରୁଚ ଜିଲ୍ଲା ମଧ୍ୟ ଏକ କସମୋପଲିଟାନ ଜିଲ୍ଲାରେ ପରିଣତ ହୋଇଛି । ଏଠାରେ ଭାରତର ପ୍ରାୟ ସମସ୍ତ ରାଜ୍ୟର ଭାଇମାନେ ବସିଥିବେ ଏବଂ ଯଦି ଆପଣ ସମଗ୍ର ଭରୁଚ ଜିଲ୍ଲାକୁ ଯାଆନ୍ତି, ତେବେ ଆପଣଙ୍କୁ କେହି କେରଳର ଲୋକ ମିଳିବେ, କେହି ବଙ୍ଗଳାର ମିଳିବେ, କେହି ବିହାରର ମିଳିବେ । ପୁରା ଦେଶର ଲୋକ, ଗୋଟିଏ ସମୟ ଥିଲା କଲିକତା, ଦିଲ୍ଲୀ, ମୁମ୍ବାଇ ଏହାକୁ କସମୋପଲିଟାନ କୁହାଯାଉଥିଲା । ଆଜି ଗୁଜରାଟର ଏତେ ବିକାଶ ହୋଇଛି ଯେ ଗୁଜରାଟର ଅନେକ ଜିଲ୍ଲା କସମୋପଲିଟାନରେ ପରିଣତ ହୋଇଯାଇଛି ଏବଂ ସମଗ୍ର ଦେଶକୁ ନିଜ ସହିତ ପ୍ରେମର ସହିତ ସମାବେଶ କରି ଜୀବନଯାପନ ଆରମ୍ଭ କଲେ । ଏହା ଗୁଜରାଟର ବିକାଶ ଯାତ୍ରାର ଉନ୍ନତି ।
ଭାଇ ଓ ଭଉଣୀମାନେ,
ଆଜି ଗୁଜରାଟକୁ ପ୍ରଥମ ବଲ୍କ ଡ୍ରଗ ପାର୍କ ଦିଆଯାଇଛି ଏବଂ ତାହା ମଧ୍ୟ ମୋର ଭରୁଚକୁ ମିଳିଛି । ରାସାୟନିକ କ୍ଷେତ୍ର ସହିତ ଜଡ଼ିତ ଅନେକ କାରଖାନା ମଧ୍ୟ ଉଦଘାଟନ କରାଯାଇଛି । ଏହା ସହିତ ସଂଯୋଗ ସହିତ ଜଡ଼ିତ ଦୁଇଟି ବଡ଼ ପ୍ରକଳ୍ପ ଅଙ୍କଲେଶ୍ୱର, ରାଜପିପଲା ଏବଂ ଷ୍ଟାଚୁ ଅଫ ୟୁନିଟି ଏକତା ନଗରକୁ ଯୋଡ଼ୁଥିବା ସଡ଼କ ଏବଂ ସବୁଠାରୁ ବଡ଼ କଥା ବହୁ ବର୍ଷ ଧରି ହୋଇ ଆସୁଛି । ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ମଧ୍ୟ ହେଉଥିଲା ଏବଂ ଏଠାରୁ ବଡ଼ ବଡ଼ ନେତା ଦିଲ୍ଲୀରେ ବସିଥିଲେ ସେତେବେଳେ ମଧ୍ୟ ହେଉଥିଲା । କିନ୍ତୁ କେହି ମୋର କଥା ଶୁଣୁ ନ ଥିଲେ । ଯେଉଁଭଳି ଭାବେ ଭରୁଚ ଜିଲ୍ଲାର ବିକାଶ ହେଉଥିଲା, ବର୍ତ୍ତମାନ ଭରୁଚ ବରୋଦା କିମ୍ବା ସୁରଟର ବିମାନବନ୍ଦର ଉପରେ ନିର୍ଭର କରିପାରିବ ନାହିଁ, ଭରୁଚର ନିଜସ୍ୱ ବିମାନବନ୍ଦର ହେବା ଆବଶ୍ୟକ ଏବଂ ସେଥିପାଇଁ ଅଙ୍କଲେଶ୍ୱରରେ ନୂତନ ବିମାନବନ୍ଦର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି ।
ସାଥୀମାନେ,
ଶିଳ୍ପ ଦୃଷ୍ଟିରୁ ଦେଖିବା ତେବେ ଭରୁଚ ଏମିତି ଏକ ଜିଲ୍ଲା, ଯେଉଁଠାରେ ଦେଶର ଅନେକ ଛୋଟ ରାଜ୍ୟ ତୁଳନାରେ ଅଧିକ ଶିଳ୍ପ ଅଛି । ଗୋଟିଏ ରାଜ୍ୟରେ ଯେତିକି ଶିଳ୍ପ ରହିଥାଏ, ସେଥିରୁ ଅଧିକ ଉଦ୍ୟୋଗ ମାତ୍ର ଆମର ଭରୁଚ ଜିଲ୍ଲାରେ ଅଛି ଏବଂ ଏହା ଏକ ଜିଲ୍ଲାର ଉଦ୍ୟୋଗ ଯେତେ ସଂଖ୍ୟାରେ ରୋଜଗାର ଦେଉଛି, ଭାଇମାନେ ଏହା ମଧ୍ୟ ନିଜେ ବହୁତ ବଡ଼ ଏକ ରେକର୍ଡ । ଦେଶ ବିଦେଶରୁ ଏତେ ବାଣିଜ୍ୟ କାରବାର ହେବା ସତ୍ତ୍ୱେ ମଧ୍ୟ ବର୍ତ୍ତମାନ ଯେତେବେଳେ ବିମାନ ବନ୍ଦର ମିଳୁଛି ତେବେ ବିକାଶକୁ ଏକ ନୂତନ ଗତି ମିଳିବ ଏବଂ ଯେତେବେଳେ ନରେନ୍ଦ୍ର ଭୂପେନ୍ଦ୍ରଙ୍କ ଡବଲ ଇଞ୍ଜିନର ସରକାର ହୋଇଥାଏ ସେତେବେଳେ ବିମାନବନ୍ଦର କାମ ମଧ୍ୟ ବହୁତ ଶୀଘ୍ର ପୁରାହୋଇ ପାରିବ । ବିମାନବନ୍ଦର ହେବା ଦ୍ୱାରା ଉଦ୍ୟୋଗପତିମାନଙ୍କର ଯିବା ଆସିବା, ବଡ଼ ବଡ଼ ଅଫିସରମାନଙ୍କର ଯିବା ଆସିବା ହୋଇଯିବ, ବିକାଶ ମଧ୍ୟ ଦ୍ରୁତ ଗତିରେ ହୋଇଯିବ । ରପ୍ତାନୀରେ ଅଧିକ ବୃଦ୍ଧି ପାଇବ ।
ଭାଇ ଓ ଭଉଣୀମାନେ,
ଆଜି ଆମେ ଗୁଜରାଟର ଏକ ଭିନ୍ନ ଚିତ୍ର ଦେଖୁଛୁ, ଗୁଜରାଟ ନୂଆ, ଏହା ବଦଳିଛି ଏବଂ ବହୁତ ଶୀର୍ଷରେ ଲମ୍ଫ ଦେବା ପାଇଁ ପ୍ରସ୍ତୁତ ହେଉଛି ଯେମିତି ଆମର ଗୁଜରାଟ ଭାଇମାନେ ଏବଂ ଏତେଗୁଡ଼ିଏ ଜିନିଷ ଆମେ ଦେଖୁଛୁ, ଆମ ସମ୍ମୁଖରେ କିନ୍ତୁ ଦୁଇ ଦଶନ୍ଧି ପୂର୍ବରୁ ସେମାନଙ୍କ ଗୁଜରାଟର ପରିଚୟ କ’ଣ ଥିଲା, ବ୍ୟବସାୟୀମାନେ ଗୋଟିଏ ଜାଗାରୁ ସାମଗ୍ରୀ ନେଇ ଅନ୍ୟ ଜାଗାରେ ବିକ୍ରୟ କରୁଥିଲେ ଏବଂ ସେମାନଙ୍କ ମଧ୍ୟରେ ଥିବା ଦଲାଲ ସହିତ ରୋଜଗାର କରୁଥିଲେ । କୃଷି କ୍ଷେତ୍ରରେ ଏହା ପଛରେ ଥିଲା, ଉଦ୍ୟୋଗରେ ମଧ୍ୟ ପଛରେ ଥିଲା । କାରଣ ତାଙ୍କ ସହିତ ରୋ- ସାମଗ୍ରୀ ନ ଥିଲା । ଏଭଳି ପରିସ୍ଥିତିରେ ଆଜି ଗୁଜରାଟ ଦୁଇ ଦଶନ୍ଧି ମଧ୍ୟରେ କଠିନ ପରିଶ୍ରମ କରି ଶିଳ୍ପ କ୍ଷେତ୍ରରେ ବିକାଶର ଶୀର୍ଷତାକୁ ହାସଲ କରିପାରିଛି । ସ୍ପେୟର ପାର୍ଟସ ତିଆରି କରିବାରେ ଛୋଟ ଛୋଟ ଶିଳ୍ପ କ୍ଷେତ୍ର, ଏମିତି ହିଁ ଆମର ଏଠାରେ ପାର୍କ, ଆମର କୋଷ୍ଟ ଲାଇନ ଏବଂ ବିକାଶର ଗତି ଆମେ ସମସ୍ତେ ଭରି ଦେଇଛୁ ଏବଂ ଆମର ଆଦିବାସୀ ଭାଇ ଓ ଭଉଣୀମାନେ ତାଙ୍କର ସେମାନଙ୍କର ଅବସ୍ଥା କେତେ ଖରାପ ଥିଲା ପଚାରିବାକୁ କେହି ନ ଥିଲେ । ଆଜି ଯେଉଁ ୨୦, ୨୨, ୨୫ ବର୍ଷର ଯୁବକମାନେ ଅଛନ୍ତି, ସେମାନଙ୍କୁ ଜଣା ମଧ୍ୟ ନ ଥିବ ଯେ ଏଠାରେ ବଞ୍ଚôବା ପାଇଁ କେତେ କଠିନ ପରିଶ୍ରମ କରିବାକୁ ପଡୁଥିଲା । ଏଠାରେ ଆମର ଭରୁଚ ଖାଲି ହୋଇ ଯାଉଥିଲା । ତାଙ୍କୁ ଏହା ମଧ୍ୟ ଜଣାନାହିଁ ଯେ ଗୁଜରାଟର ଏମିତି ଏକ ସମୟ ଥିଲା ସେତେବେଳେ ଏହାର ସ୍ଥିତି ଏମିତି ଥିଲା । କଠିନ ପରିଶ୍ରମ କରି ଗୁଜରାଟର ଜନତାଙ୍କର ସହଯୋଗରେ ଆଜି ଏହି ସ୍ଥାନରେ ପହଂଚିଛି । ଏବଂ ଏକ ଉଚ୍ଚ ଲମ୍ଫ ପ୍ରଦାନ କରିବା ପାଇଁ ସମସ୍ତେ ପ୍ରସ୍ତୁତ ହୋଇ ବସିଛନ୍ତି ଏବଂ ଏଥିପାଇଁ ଆଗାମୀ ଦିନରେ ବଡ଼ ଲମ୍ଫ ପ୍ରଦାନ କରିବେ। ସ୍ୱାଧୀନତାର ୭୫ ବର୍ଷ ଅମୃତ ମହୋତ୍ସବ ସହିତ ଅମୃତ କାଳର ଶୁଭାରମ୍ଭ ହୋଇଛି । ସେହିଭଳି ଭାବରେ ଗୁଜରାଟର ଯୁବଗୋଷ୍ଠୀମାନଙ୍କ ପାଇଁ ଏହା ସୁବର୍ଣ୍ଣ ସମୟ ଆରମ୍ଭ ହୋଇଯାଇଛି । ଭାଇମାନେ, ଏହି ସୁବର୍ଣ୍ଣ ସମୟକୁ ଯିବାକୁ ଦିଅନ୍ତୁ ନାହିଁ । ଭାଇମାନେ, କୌଣସି ସ୍ଥାନର ବିକାଶ କେତେବେଳେ ହୋଇଥାଏ? ଯଦି ବିକାଶ କରିବାକୁ ଚାହୁଁଛ, ତେବେ ତୁମର ପରିବେଶ ସମାନ ହେବା ଆବଶ୍ୟକ, ଏକ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ, ଏକ ଉତ୍ସାହଜନକ ପରିବେଶ ଏବଂ ଏକ ପରିବେଶ ରହିବା ଉଚିତ, ବାଧା ଦେଉଥିବା ବାତାବରଣ ହେବ ନାହିଁ ଭାଇମାନେ ଏବଂ ଏଥିରେ ସବୁଠାରୁ ଅଧିକ ଆବଶ୍ୟକତା ପଡ଼ିଥାଏ ଲାଭ - ବ୍ୟବସ୍ଥାର । ସର୍ବୋତ୍ତମ ଭିତ୍ତିଭୂମି, ଏବଂ ଏହି ସବୁ ସହିତ ନୀତି ଏବଂ ଉଦେଶ୍ୟ ମଧ୍ୟ ଭଲ ରହିବା ଉଚିତ । ଏକାଟିଆ ନିତିରୁ କିଛି ବାହାରିବ ନାହିଁ, ନିତି ଯେତେ ଭଲ ହେବ କିନ୍ତୁ ନିୟମ ଯଦି ଖରାପ ହେବ ତେବେ ସବୁକିଛି ଅସୁବିଧାରେ ପଡ଼ିଯିବ । ଏହି ଭରୁଚକୁ କିଏ ଜାଣିନାହିଁ ଭାଇମାନେ, ସନ୍ଧ୍ୟା ହେଲେ ପାଞ୍ଚ ବତୀ ବିସ୍ତାର ଯିବାକୁ ହୁଏ ତେବେ କେତେ ଅସୁବିଧା ହେଉଥିଲା । ଆଇନଶୃଙ୍ଖଳା କିପରି ପରିସ୍ଥିତିରେ ଥିଲା ଭାଇମାନେ, ହେଉଥିଲା କି ନାହିଁ? କେତେବେଳେ କାହାର ଅପହରଣ ହେଉଥିଲା, କେତେବେଳେ କାହାକୁ ଘର ଖାଲି କରିବାକୁ ଧମକ ମିଳୁଥିଲା, ଏମିତି ଦିନ ଥିଲା, ଏହି ଆଇନ ବ୍ୟବସ୍ଥା ଭରୁଚର ଲୋକମାନଙ୍କୁ ସୁଖ ଶାନ୍ତି ଦେଇଛି କି ନାହିଁ? ସୁଖ-ଶାନ୍ତିରେ ରହିଛନ୍ତି କି ନାହିଁ? ଏବଂ ଏହାର ଲାଭ ସମସ୍ତଙ୍କୁ ମିଳିଲା କି ମିଳିଲା ନାହିଁ? ଏହାକୁ ମିଳିଲା, ତାହାକୁ ମିଳିଲା, ଏମିତି ନୁହେଁ ସମସ୍ତଙ୍କୁ ମିଳିଲା । ଯଦି ଆଇନଶୃଙ୍ଖଳା ବ୍ୟବସ୍ଥା ଭଲ ହେବ ତେବେ ଆମର ଆଦିବାସୀ ଭାଇମାନଙ୍କୁ, ଗରିବ ଭାଇମାନଙ୍କୁ ଅଧିକରୁ ଅଧିକ ଲାଭ ମିଳିପାରିବ । ଅନ୍ୟଥା, ଏଠାରେ ଭରୁଚର ଆଦିବାସୀ ଝିଅମାନଙ୍କୁ କାମ ଦେଇ ତାଙ୍କ ସହିତ କିପରି ବ୍ୟବହାର ହେଉଥିଲା ଏବଂ ଆଦିବାସୀମାନେ ସେମାନଙ୍କ ଉପରେ କ୍ରୋଧ ପ୍ରକାଶ କରୁଥିଲେ, କିନ୍ତୁ ଯେତେବେଳେ ମୋତେ ଆମର ଆଦିବାସୀ ଭାଇ ଓ ଭଉଣୀଙ୍କ ସମର୍ଥନ ମିଳିଲା, ମୁଁ ମୋର ଆଦିବାସୀ ଭାଇ ଓ ଭଉଣୀମାନଙ୍କ ଠାରୁ ଭରପୂର ଆଶୀର୍ବାଦ ପାଇବାକୁ ଲାଗିଲି । ଏକ ସମୟ ଥିଲା, ସେଠାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁବିଧା ନ ଥିଲା । ସୁରଟ ପର୍ଯ୍ୟନ୍ତ ଡାକ୍ତରଖାନା ଯିବାକୁ ପଡୁଥିଲା, ବରୋଦା ପର୍ଯ୍ୟନ୍ତ ଦୌଡ଼ିବାକୁ ପଡୁଥିଲା । ଚାଷ, ମା’ ନର୍ମଦାଙ୍କ କୂଳରେ ରହିବା ସତ୍ତ୍ୱେ ମଧ୍ୟ ଆମକୁ ପାଣି ପାଇଁ ବିକଳ ହେବାକୁ ପଡୁଥିଲା । ଏମିତି ଦିନ ଦେଖିଛି । ମୋର ମନେ ଅଛି ବହୁବର୍ଷ ପୂର୍ବରୁ ଭରୁଚରେ ପିଇବା ପାଣିର ସଙ୍କଟ ଦେଖା ଦେଇଥିଲା, ଏହି ସଙ୍କଟ କାଳକୁ ଭରୁଚ ସାମ୍ନା କରିଛି । ପୁରା ସାଲାଇନ ବେଲ୍ଟ ଭିତରକୁ ଆସୁଥିଲା, କେବଳ ଏତିକି ନୁହେଁ, ଆମ ଭରୁଚ ଜିଲ୍ଲାରେ ଅନେକ ଧାର୍ମିକ ସ୍ଥାନ ଅଛି, ସମଗ୍ର ନର୍ମଦା କୂଳ ପୂର୍ଣ୍ଣ ହୋଇ ପଡ଼ିଛି । କିନ୍ତୁ ଏହାର ବିକାଶ କରିବାକୁ ସେମାନେ ଦ୍ୱିଧା ମନେ କରୁଥିଲେ । ଭାରତର ଶକ୍ତିକୁ ଭାଙ୍ଗିବାକୁ ପ୍ରୟାସ କରାଯାଇଥିଲା । ଭାଇ ଓ ଭଉଣୀମାନେ, ଏସବୁ ପ୍ରାୟ ୨୦ ବର୍ଷ ପୂର୍ବର କଥା। ୨୦-୨୫ ବର୍ଷର ଯୁବକମାନଙ୍କ ପାଇଁ ଏହା ନ’ ଜାଣିବା ସ୍ୱାଭାବିକ ଅଟେ । କିନ୍ତୁ ଯେତେବେଳେ ଆପଣମାନେ ମୋତେ ସେବା କରିବାର ସୁଯୋଗ ଦେଲେ, ଗୋଟିଏ ଗୋଟିଏ ସମସ୍ୟାକୁ ଧରିଲି, ସମସ୍ୟାକୁ ସମାଧାନ କଲି, ରାସ୍ତା ବାହାର କଲି ଏବଂ ସ୍ଥିତି ବଦଳିଗଲା । ଆଇନ ବ୍ୟବସ୍ଥାର କଥା ହେଉ, ବଡ଼ ବଡ଼ ଦୁଷ୍ଟମାନଙ୍କୁ ଜେଲ ଭିତରେ ରଖି ଦିଆଗଲା । ଭାଇମାନେ, ତାଙ୍କୁ ମଧ୍ୟ ଲାଗିଲା ଯେ ଏବେ ଆମକୁ ଠିକ ଭାବରେ ଚାଲିବାକୁ ହେବ, ଏବଂ ଏହାର କାରଣ ଗୁଜରାଟର ପିଲାମାନଙ୍କୁ ଆଜି କର୍ଫ୍ୟୁ ଶବ୍ଦ ଜଣା ନାହିଁ, କର୍ଫ୍ୟୁ । ନ’ହେଲେ ଆମର ଭରୁଚର ଟିକିଏ ଟିକିଏ ସମୟ ମଧ୍ୟରେ କର୍ଫ୍ୟୁ ଲାଗି ଯାଆନ୍ତା । ଏବଂ ଆଜି ଯେଉଁ ମା’ ଏବଂ ଭଉଣୀମାନେ ଝିଅମାନେ ଅଛନ୍ତି ସେମାନେ ଜାଣିନାହାନ୍ତି ଯେ ତାଙ୍କ ଘରେ ଯେଉଁ ବିସ୍ମୟ ଲୋକମାନେ ଅଛନ୍ତି ତାଙ୍କୁ ଅତୀତରେ କିପରି ଗରିବା ଖେଳିବାକୁ ପଡୁଥିଲା ସେଥିପାଇଁ ତାଙ୍କୁ କେତେ କଷ୍ଟ କରିବାକୁ ପଡିଥିଲା । ଆଜି ଗୁଜରାଟର ସ୍କୁଲ, କଲେଜ ଯାଉଥିବା ଝିଅମାନେ, ବରୋଦା ଅଭ୍ୟାସ ପାଇଁ ଯାଉଛନ୍ତି ତେବେ ନିଶ୍ଚିତ ହୋଇ ଯାଉଛନ୍ତି, କଲେଜରେ ପଢୁଛନ୍ତି, ଯିବା ଆସିବା ମଧ୍ୟ କରୁଛନ୍ତି ଏବଂ ଏବେ ଭରୁଚ ଜିଲ୍ଲାରେ ମଧ୍ୟ ଶିକ୍ଷା କ୍ଷେତ୍ରରେ ବହୁତ ଭଲ ବିକାଶ ହୋଇଛି । କୌଣସି ଯୁବତୀଙ୍କୁ ବେଶି ରାତି ପର୍ଯ୍ୟନ୍ତ କାମ କରିବାକୁ ଅଛି, ରେଲୱେ ଷ୍ଟେସନରୁ ଘରକୁ ଯିବାକୁ ଅଛି, ବସ ଷ୍ଟେସନରୁ ଘରକୁ ଯିବାକୁ ଅଛି, ତେବେ ତାଙ୍କର କେବେ ମଧ୍ୟ ମନରେ ଡରର ନାଁ ମଧ୍ୟ ଆସୁନାହିଁ, ଏହି ସ୍ଥିତି ଆମେ ସମସ୍ତେ ସୃଷ୍ଟି କରିଛୁ ଏବଂ ଯେତେବେଳେ ବାହାର ଲୋକ ଆସିଥାନ୍ତି ସେତେବେଳେ ନା ଏଠାରେ, ଏବେ ଯେତେବେଳେ ଏଠି ନାସନାଲ ସ୍ପୋର୍ଟ୍ସର କାର୍ଯ୍ୟକ୍ରମ ଚାଲୁଛି, ଖେଳକୁଦର । ସମଗ୍ର ଦେଶରୁ ହଜାର ହଜାର ସଂଖ୍ୟାରେ ଖେଳାଳି ବର୍ତ୍ତମାନ ଗୁଜରାଟରେ ଅଛନ୍ତି । ସେତେବେଳେ ଖେଳ ଶେଷ କରି ସନ୍ଧ୍ୟାରେ ଗରବା ଦେଖିବାକୁ ଯାଉଥିଲେ । ପୁରା ରାତି ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ, ଯେ ଏମିତି ଦୃଶ୍ୟ ଯେମିତିକି ଏଠାରେ ରାତି ହିଁ ହେଉନାହିଁ । ଭାଇ-ଭଉଣୀମାନେ ଭରୁଚର ବିକାଶ କରିବା ପାଇଁ ଶିଳ୍ପ କ୍ଷେତ୍ରରେ ବିକାଶ ହେବା ଜରୁରୀ ଥିଲା । ଏବଂ ଏହି ଶିଳ୍ପ କ୍ଷେତ୍ରରେ ବିକାଶ ହେବା ଜରୁରୀ ଥିଲା । ଏବଂ ଏହି ସମୟରେ ବରୋଦାବ୍ୟାପୀ ଏକ ମୁଖ୍ୟ ରାଜପଥ, ଏହାର ଆଖପାଖର ଅଳ୍ପ ଫ୍ୟାକ୍ଟ୍ରିମାନ ଦେଖିବା ଏବଂ ଲୋକମାନେ ଜୟ ଜୟକାର କରୁଥାନ୍ତି, ଯେ ଆମର ଏଠାରେ ଶିଳ୍ପର ବିକାଶ ହୋଇଗଲା । ମୁଁ ଦେଖିଲି ଯେ ଏଠାରେ ଅବିକଶିତ କ୍ଷେତ୍ର ଅଛି, ସେଠାରେ ମଧ୍ୟ ଆମକୁ ବିକାଶ କରିବାକୁ ହେବ ଏବଂ ଆଦିବାସୀମାନେ ଶିଳ୍ପକୁ ଝାଗଡ଼ିଆ ପରି ସମ୍ପ୍ରସାରଣକୁ ନେଇଗଲେ । ସେ ଶିଳ୍ପଗୁଡ଼ିକୁ ଶୁଖିଲା ସ୍ଥାନକୁ ନେଇଗଲେ, ଯେଉଁ କାରଣରୁ କୃଷି ଜମି ସୁରକ୍ଷିତ ରହିଲା ଏବଂ ଶିଳ୍ପର ବିକାଶ ମଧ୍ୟ ହେଲା ଏବଂ ଆଜି ଏହି ଗୁଜରାଟ ଉତ୍ପାଦନର କେନ୍ଦ୍ର ପାଲଟିଛି । ଏକ ରପ୍ତାନୀ ହବ ମଧ୍ୟ ହୋଇଗଲା, ଆମର ଗୁଜରାଟ । ଏକ ରପ୍ତାନୀ ହବ ହୋଇଗଲା, ଦୁଇ ଦଶନ୍ଧି ପୂର୍ବରୁ ଏହାର ନାମଚିହ୍ନ କିଛି ନ ଥିଲା ଭାଇମାନେ । ଆଜି, ବଲେଜ-୨, ବଲେଜ-୩, ସାୟଖା, ବିଲାୟତି ବିକାଶ ପାଇଁ ସେମାନଙ୍କର ନୂତନ ସମୃଦ୍ଧିର ଦ୍ୱାର ହୋଇଛି ଭାଇ ଓ ଭଉଣୀମାନେ । ଯେତେବେଳେ ଆଧୁନିକ ରାଜପଥର କଥା ହେଉ, ରୋ- ରୋଫେରୀ ସେବାକଥା ଆସେ, ଏହି ରୋ- ରୋଫେରୀ ସେବା ବିକାଶର ଏକ ବହୁତ ବଡ଼ ଶକ୍ତି ଭାବରେ ଉଭା ହୋଇଛି । ବଲେଜ ହେଉଛି ଏକ ସ୍ୱତନ୍ତ୍ର ବିନିଯୋଗ ଅଞ୍ଚଳ, କେତେ ବଡ଼ ତାହାର ଶକ୍ତି ବଢ଼ିବାରେ ଲାଗିଛି ଭାଇମାନେ । ଏହି କାରଣରୁ ଗୁଜରାଟ ସରକାରଙ୍କ ଉଦାରବାଦୀ ନୀତିର ଲାଭ ଅମଳ ହେବାକୁ ଲାଗିଲାଣି । ବିଶେଷକରି ପେଟ୍ରୋଲିୟମ ରାସାୟନିକ ଏବଂ ପେଟ୍ରୋ ରାସାୟନିକ କ୍ଷେତ୍ରରେ ଚାଲିଥିବା କାର୍ଯ୍ୟ, ତାହାର ମଧ୍ୟ ଲାଭ ଏଠାରେ ଆମ ସମସ୍ତଙ୍କୁ ମିଳୁଛି । ଏବଂ ଦେଖୁ ଦେଖୁ ଦୁନିଆରୁ ହଜାର ହଜାର କୋଟି ଟଙ୍କା ପୁଞ୍ଜି ଆମର କଲେଜ ଏବଂ ଭରୁଚ ଜିଲ୍ଲାକୁ ଆସିଗଲା ଭାଇମାନେ ଏବଂ ୮ଠ ପ୍ରତିଶତ ଉତ୍ପାଦନ ଯାହା ଏଠାରେ ହୋଇଥାଏ ତାହା ବିଶ୍ୱର ଅନ୍ୟ ଦେଶକୁ ଯାଇଥାଏ । ଆମେ କଠିନ ପରିଶ୍ରମ କଲୁ ଏବଂ ଟଙ୍କା ଏହାର ଡଲାର ସହିତ ଫେରିଆସେ ଭାଇମାନେ । ଏହି ଶକ୍ତି ମୋର ବଲେଜ ଏବଂ ଭରୁଚ ଜିଲ୍ଲା ଦେଉଛି । ଆଜି ଦେଶରେ ରାସାୟନିକ ଏବଂ ପେଟ୍ରୋଲିୟମ ସହିତ ଜଡ଼ିତ ପ୍ରତ୍ୟେକ କ୍ଷେତ୍ର ପାଇଁ ସମଗ୍ର ଦେଶ ପାଇଁ ବଲେଜ ଏକ ମଡେଲ ପାଲଟିଛି ।
ଭାଇ ଓ ଭଉଣୀମାନେ,
ଆଜି ଆରମ୍ଭ ହୋଇଥିବା ଏହି ନୂତନ ପ୍ରକଳ୍ପ କେବଳ ମୋର ଗୁଜରାଟର ଶକ୍ତି ବୃଦ୍ଧି କରୁନାହିଁ ବରଂ ମୋର ଭରୁଚ ଜିଲ୍ଲା ମଧ୍ୟ ଜୀବନ୍ତ ହେବାରେ ଲାଗିଛି । ଏବଂ ଏଠାରେ ଯେଉଁ ନୂତନ ପ୍ଲାଣ୍ଟ ବିକଶିତ ହୋଇଛି, ଏହା ଡବଲ ଇଞ୍ଜିନ ସରକାର ଦ୍ୱିଗୁଣ ଲାଭର ଏକ ଉକ୍ରୃଷ୍ଟ ଉଦାହରଣ ପାଲଟିଛି ଭାଇମାନେ । ଗୁଜରାଟର ରାସାୟନିକ କାରଖାନା ଏବଂ କେନ୍ଦ୍ର ସରକାରଙ୍କ କମ୍ପାନୀ ମଧ୍ୟ ଏଥିରେ ଭାଗିଦାରୀ ଅଛନ୍ତି । ଏଠାରେ ତିଆରି ହେଉଥିବା ରାସାୟନିକ ଉତ୍ପାଦନ ଶିଳ୍ପ ମଧ୍ୟ ବୟନ ଶିଳ୍ପ ପାଇଁ ଲାଭଦାୟକ ହେବ । ଆପଣ ଜାଣିଛନ୍ତି ଯେ ଯଦି ବୟନ ଶିଳ୍ପ ଉପକୃତ ହୁଏ, ତେବେ କପା ଉତ୍ପାଦନ କରୁଥିବା କୃଷକ ମଧ୍ୟ ଉପକୃତ ହେବେ । ଏହା ହେଉଛି ସର୍ବାଧିକ ବେତନ ନିଯୁକ୍ତି କ୍ଷେତ୍ର । ଆମ ବୁଣାକାର ଭାଇ ଓ ଭଉଣୀମାନଙ୍କୁ ସାହାଯ୍ୟ କରୁଥିବା ଭାଇ ଓ ଭଉଣୀମାନେ ମଧ୍ୟ ସେମାନଙ୍କ ଠାରୁ ବହୁତ ଲାଭ ପାଇଥାନ୍ତି । ସେହି ପ୍ରକାରରେ ରାସାୟନିକ ସାର ଏବଂ ଆମର ଏଠିକାର ରାସାୟନିକ ସାରର ନାମ ମଧ୍ୟ ବହୁ ପ୍ରଶଂସିତ ହୋଇଛି ଭାଇମାନେ । ଏବଂ ଅତ୍ୟାବଶ୍ୟକ ରାସାୟନିକ ପଦାର୍ଥ, ସାର ଆମ ଭରୁଚରେ ତିଆରି ଏବଂ ଏହା ସମଗ୍ର ଦେଶରେ ଉପଲବ୍ଧ । ଜି.ଏ.ସି.ଏଲର କେମିକାଲ ପ୍ଲାଣ୍ଟ, ଏହି ନୂତନ କାରଖାନା ହେତୁ ୨୫୦୦ କୋଟି ଟଙ୍କାରୁ ମଧ୍ୟ ଅଧିକ ନୂଆ ବ୍ୟବସାୟ ଆସିବ । ଏହି କାରଣରୁ ୭୦୦ କୋଟି ଟଙ୍କାର ବୈଦେଶିକ ମୁଦ୍ରା ଯୋଗୁ ଏହା ଦେଶର ସେବା ହେବାକୁ ଯାଉଛି । ଏହା ମଧ୍ୟ ଦେଶଭକ୍ତିର କାର୍ଯ୍ୟ ଏବଂ ଏହା ଭରୁଚ କରୁଛି ଭାଇମାନେ । ଏବଂ ଯେତେବେଳେ ମୁଁ ଭରୁଚକୁ ଆସିଛି ସେତେବେଳେ ମୁଁ ଆପଣମାନଙ୍କୁ ମନେ ପକେଇ ଦେଉଛି ଯେ ପ୍ରତ୍ୟେକ ଦିନ ମଁ କହୁଛି ଯଦି ଦେଶକୁ ଶୀଘ୍ର ଆଗକୁ ନେବାକୁ ହେବ ତେବେ ପ୍ରତ୍ୟେକ ନାଗରିକ ମଧ୍ୟ ବହୁତ ବଡ଼ କାମ କରିପାରିବେ। ସାଧାରଣ ନାଗରିକ ମଧ୍ୟ ଦେଶକୁ ଆଗକୁ ବଢ଼ାଇ ପାରିବେ । ଆପଣ ନିଶ୍ଚିତ ଭାବରେ ଅନୁଭବ କରୁଥିବେ ଯେ ଯଦି ସେ ନିଜ ପାଇଁ ପରିଶ୍ରମ କରନ୍ତି, ତେବେ ସେ ଦେଶକୁ କିପରି ଆଗକୁ ନେଇଯିବେ । ଆରେ ଆପଣ ଭୋକାଲ ଫର ଲୋକାଲ ମନ୍ତ୍ରକୁ ଧରି ନିଅନ୍ତୁ, ମୁଁ କୌଣସି ପ୍ରକାରର ବିଦେଶୀ ଦ୍ରବ୍ୟ ଠାରୁ ଦୂରରେ ରହିବି, ଦୀପାବଳି ଆସିବାକୁ ଯାଉଛି, ବଜାରରେ ବହୁତ ପ୍ରକାରର ବାଣ ମିଳିବ, ଦୁଇ ମିନିଟ ଆକାଶକୁ ଯାଇ ଆଲୋକିତ କରିଦେବ, କିନ୍ତୁ ଆମେ ଜାଣିନାହୁଁ ଯେ, କେତେ ଗରୀବ ଲୋକଙ୍କର ପରିଶ୍ରମ ଉପରେ ପାଣି ପକାଇ ଦିଅନ୍ତି । ଯଦିଓ ଆମେ ଭାରତରେ ନିର୍ମିତ ଫଟକାଗୁଡ଼ିକୁ ନେଇଥାଉ, ବୋଧହୁଏ ଆଲୋକ କମ ହେବ, ବୋଧହୁଏ ଉଜ୍ୱଳତା ଶବ୍ଦ କମ ହୋଇପାରେ, କିନ୍ତୁ ଭାଇମାନେ, ମୋର ଗରୀବ ଭାଇମାନଙ୍କର ଘର ଉଜ୍ଜ୍ୱଳ ହେବ। ଆକାଶ ଦୁଇ ମିନିଟ ପାଇଁ ଉଜ୍ଜ୍ୱଳ ହେଉ କିମ୍ବା ନ’ ହେଉ, କିନ୍ତୁ ୧୨ ମାସ ମଧ୍ୟରେ ତାଙ୍କ ଜୀବନ ଉଜ୍ଜ୍ୱଳ ହେବ । ତେବେ ଆମେ କାହିଁକି ଆମେ ଆମ ଦେଶକୁ ନ’ ଦେବା, ଏଠାରେ ଥିବା ଏକ କାରଖାନା ୭୦୦ କୋଟି ଟଙ୍କା ସଞ୍ଚୟ କରିପାରିବ, ମୋର ଭରୁଚ ଜିଲ୍ଲାର ନାଗରିକମାନେ ନିଷ୍ପତ୍ତି ନିଅନ୍ତୁ, ସେମାନେ ମଧ୍ୟ ଏତେ ଟଙ୍କା ସଞ୍ଚୟ କରି ମୋ ଦେଶର ପୁଞ୍ଜିକୁ ବଞ୍ଚାଇ ପାରିବେ ।
ଭାଇ ଓ ଭଉଣମାନେ,
ଆପଣ ଜାଣି ଖୁସି ହେବେ ଯେ ୨୦୧୪ରେ ଆପେଣମାନେ ମୋତେ ଆଶୀର୍ବାଦ ଦେଇ ଦିଲ୍ଲୀ ପଠାଇଛନ୍ତି । ପୂର୍ବେ ଯେଉଁ କାର୍ଯ୍ୟ ଗୁଜରାଟରେ ହୋଇଥିଲା ତାହାର ଅନୁଭବ ଥିଲା, ଆପଣଙ୍କ ଆଶୀର୍ବାଦ, ଆପଣଙ୍କ ସଂସ୍କାର ଥିଲା । ଆପଣ ଜାଣିଛନ୍ତି, ୨୦୧୪ରେ ଦିଲ୍ଲୀ ଯାଇଥିଲି, ସେତେବେଳେ ବିଶ୍ୱ ଅର୍ଥନୀତିରେ ଭାରତ ଦଶମ ସ୍ଥାନରେ ରହିଥିଲା । ଆଜି ଭାରତ ପଞ୍ଚମ ସ୍ଥାନରେ ପହଂଚିଛି । କେବଳ ଏତିକି ନୁହେଁ, ଯଦି ଆମେ ୬ରୁ ୫କୁ ଯାଇଥିଲୁ ତେବେ ଏହି ଦେଶର ଗର୍ବ ବହୁଗୁଣିତ ହୋଇଥିଲା, କାରଣ ପ୍ରଥମ ପାଞ୍ଚ ଜଣ ଲୋକ ଆମକୁ ୨୫୦ ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲେ । ଆମେ ଗୁଲାମ ଥିଲୁ । ବର୍ତ୍ତମାନ ସେମାନଙ୍କୁ ପଛରେ ପକାଇ ମୋ ଦେଶର ଉତ୍ସାହୀ ଯୁବଗୋଷ୍ଠୀ ଏହାକୁ ଆଗକୁ ନେଇଛନ୍ତି ଏବଂ ଏଥିପାଇଁ ଯୁବପିଢ଼ି, କୃଷକ, ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ, କ୍ଷୁଦ୍ର ଦୁଃସାହସିକ ବ୍ୟକ୍ତି ଆଜି ଏହାର ଅଗ୍ରାଧିକାର ପାଇଛନ୍ତି ଏବଂ ଯେତେବେଳେ ଦେଶ ୧୦ରୁ ୫ ପର୍ଯ୍ୟନ୍ତ ପହଂଚିଛି, ସେତେବେଳେ ଏହାର ଅଧିକାର ଏବଂ ଅଧିକାର ଆପଣଙ୍କ କଠିନ ପରିଶ୍ରମକୁ ଯିବ ଏବଂ ମୁଁ ଆପଣଙ୍କ ତରଫରୁ ଦେଶବାସୀଙ୍କ ପରିଶ୍ରମୀ ଲୋକମାନଙ୍କୁ ପ୍ରଣାମ କରୁଛି ।
ଭାଇ ଓ ଭଉଣୀମାନେ,
ଭରୁଚ ମଧ୍ୟରେ ଏକ ଗର୍ବ ହେବା ଉଚିତ ଯେ ଏମିତି କାମ ହେଉଛି, ମୋତେ ଜଣା ଅଛି, ଅତୀତରେ ଯଦି କେହି ଏକ ପାନୀୟ ପ୍ରସ୍ତୁତ କରାଯାଏ, ତେବେ ଲୋକମାନେ ଏହାକୁ ପିଢ଼ି ପରେ ପିଢ଼ି ମନେ ରଖିଥାନ୍ତି । ପାନୀୟରୁ ଏକ ନୋଟା ପାଣୀ ପିଇ କରି ଯିବେ ତେବେ ଲୋକ ଆଶୀର୍ବାଦ ଦେଇ ଯାଉଥିଲେ, କାରଣ ତାହା ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେବେ ଆଜି ଭାରତ ସରକାର ଔଷଧ ଉତ୍ପାଦନର ଏତେ ବଡ଼ ସହଯୋଗୀ ହୋଇଛନ୍ତି । ଜୀବନରକ୍ଷାର କାର୍ଯ୍ୟ କରିଛନ୍ତି, ତେବେ ଭରୁଚବାସୀ କେତେବଡ଼ ମାନବିକତାର କାର୍ଯ୍ୟ କରିଛନ୍ତି । ଏବଂ କେତେ ଗର୍ବିତ ଯେ ଅଗଣିତ ଜୀବନ ବଂଚିବାକୁ ଯାଉଛି, ଆପଣଙ୍କ କାରଣରୁ ଭାଇମାନେ । ଏବଂ ସେହି କାରଣରୁ ହଜାର ହଜାର ନୂତନ ଚାକିରି ମଧ୍ୟ ଆସିବାକୁ ଯାଉଛି । ଆମେ ଦେଖିଲୁ ଯେ କରୋନା ସମଗ୍ର ବିଶ୍ୱକୁ ଏହାର ପ୍ରାର୍ଦୁଭାବରେ କାୟା ବିସ୍ତାର କରିଛି, କେତେ ବଡ଼ ସଙ୍କଟ ଆସିଲା । ସମସ୍ତେ ଭାବିଲେ କିପରି ବଞ୍ଚôବେ, ସେତିକି ବେଳେ ଆମକୁ ଜଣାପଡ଼ିଲା ଯେ ଏହି ଫାର୍ମା ସେକ୍ଟର କେତେ ଗୁରୁତ୍ୱପୂର୍ଣ୍ଣ । ଔଷଧ ଶିଳ୍ପର ମହତ୍ତ୍ୱ କ’ଣ? ଏବଂ ଗତ ଦୁଇ ଦଶନ୍ଧି ମଧ୍ୟରେ ଗୁଜରାଟ ଯେଉଁ ଲମ୍ଫ ଦେଇଛି, କରୋନା ସମ୍ମୁଖରେ ଗୁଜରାଟ ଲଢ଼େଇ କରିବାରେ ଏକ ବଡ଼ ଲମ୍ଫ ଦେଇଛନ୍ତି । ଗୁଜରାଟରେ ତିଆରି ହୋଇଥିବା ଏହି ଔଷଧ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିଛି । ଏହା ଖୁସିର ବିଷୟ ଯେ ଆଜି ଦେଶର ଫାର୍ମା କମ୍ପାନୀଗୁଡ଼ିକ ମଧ୍ୟରୁ ୨୫ ପ୍ରତିଶତ ହେଉଛି ଗୁଜରାଟର । ଆଜି ଆପଣଙ୍କ ସହ କଥାବାର୍ତ୍ତା କରୁଛି, ମୁଁୂ ସେହି ଦିନଗୁଡ଼ିକୁ ମଧ୍ୟ ମନେ ପକାଉଛି ଯେତେବେଳେ ଭରୁଚର ବିକାଶକୁ ବନ୍ଦ କରିବା ପାଇଁ କିଛି ଲୋକ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଇଥିଲେ । ଭରୁଚ - ଅଙ୍କଲେଶ୍ୱରରେ ଶିଳ୍ପ ପ୍ରତିଷ୍ଠା ସମୟରେ ଶିଳ୍ପ ବିସ୍ତାରରେ ବଡ଼ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା । ଯେତେବେଳେ କେନ୍ଦ୍ରରେ ଆମ ସରକାର ଗଠନ ହେଲା, ଗୁଜରାଟକୁ ନରେନ୍ଦ୍ର ଭୂପେନ୍ଦ୍ରଙ୍କ ଡବଲ ଇଞ୍ଜିନର ଶକ୍ତି ମିଳିଲା, ତା’ପରେ ଭାଇମାନେ ଏହି ସବୁ ପ୍ରତିବନ୍ଧକକୁ ହଟାଇ ଦେଲୁ । ଭାଇମାନେ, ଆପଣଙ୍କ ପରିଶ୍ରମର ଶକ୍ତି ଦେଖନ୍ତୁ, ଆପଣଙ୍କ ଭାଡ଼ଭୂତର ବେରଜକୁ ରୋକିବା ପାଇଁ, ଏହା ଦଳର କାମ ଥିଲା ଭାଇ । ମୋର ଭରୁଚ ପାଇଁ ୨୪ ଘଣ୍ଟା ବିଶୁଦ୍ଧ ପାନୀୟ ଜଳ, ଭରୁଚ ଜିଲ୍ଲାର କ୍ଷେତ୍ରକୁ ଜଳସେଚନର କାର୍ଯ୍ୟ, ସେଥିପାଇଁ କାମ ହୋଇଥିଲା, ଏଥିରେ ମଧ୍ୟ ଏକ ପ୍ରତିବନ୍ଧକ ଥିଲା, ଏହି ନକ୍ସଲବାଦୀ ମାନସିକ ଚିନ୍ତାଧାରାର ଲୋକମାନେ ପ୍ରଥମେ ସରଦାର ସରୋବର ଡ୍ୟାମକୁ ରୋକିବା ପାଇଁ ବହୁତ ଚେଷ୍ଟା କରିଥିଲେ, ଏବଂ ଏହି ସହରୀ ନକ୍ସଲମାନେ ବର୍ତ୍ତମାନ ଏକ ନୂଆ ଲୁକ୍ ସହିତ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । ଉତ୍ସାହୀ ଯୁବକମାନଙ୍କୁ ଆକର୍ଷିତ କରି ସେମାନେ ପୋଷାକ ବଦଳାଉଛନ୍ତି, ମୋର ଆଦିବାସୀ ଭାଇମାନଙ୍କୁ ମୋର ବିଶେଷ ଭାବରେ କହିବାକୁ ଅ ଛି ଯେ, ବଙ୍ଗାଲରେ ନକ୍ସଲବାଦ ଆରମ୍ଭ ହେଲା । ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ମଧ୍ୟ ପ୍ରଦେଶର କିଛି ଅଂଶ, ଓଡ଼ିଶା, ଆନ୍ଧ୍ର, ତେଲେଙ୍ଗାନା ଏବଂ ମହାରାଷ୍ଟ୍ରରେ ଗଢ଼ାଚିରୋଲିରେ ନକ୍ସଲବାଦ ଆମ ଆଦିବାସୀ ଯୁବକମାନଙ୍କ ଜୀବନକୁ ନଷ୍ଟ କରିଦେଇଛି । ସେ ତାଙ୍କ ହାତରେ ବନ୍ଧୁକ ରଖିଦେଲେ, ତାଙ୍କୁ ମୃତୁ୍ୟର ଖେଳ ଖେଳିବାକୁ ଉତ୍ସାହିତ କଲେ, ଚତୁଃପାଶ୍ୱର୍ରେ ସଙ୍କଟ ବଢ଼ିଲା । ସେହି ସମୟରେ ମୋର ପ୍ରଶ୍ନ ଥିଲା ଯେ, ଉମର ଗ୍ରାମ ଠାରୁ ଅମ୍ବାଜୀ ପର୍ଯ୍ୟନ୍ତ ମୋର ପୂର୍ବ ସମ୍ପ୍ରସାରଣ, ମୁଁ ନକ୍ସଲବାଦକୁ ଗୁଜରାଟରେ ପ୍ରବେଶ କରିବାକୁ ଦେବିନାହିଁ, ମୋତେ ମୋର ଆଦିବାସୀ ଭାଇ ଓ ଭଉଣୀମାନଙ୍କୁ ବଂଚାଇବାକୁ ହେବ, ମୋତେ ସେମାନଙ୍କ ଜୀବନରେ ଏହି ପ୍ରକାରର ରୋଗ ନ’ ପଶୁ; ଏଥିପାଇଁ ଉମର ଗ୍ରାମରୁ ଅମ୍ବାଜୀ ପର୍ଯ୍ୟନ୍ତ ବିକାଶ କଲି । ଏବଂ ମୋତେ ସନ୍ତୁଷ୍ଟ ଭାବରେ କହିବି ଯେ ମୋର କଥାକୁ ଆଦିବାସୀ ଭାଇ ଓ ଭଉଣୀମାନେ ଗ୍ରହଣ କରିଥିଲେ, ସେମାନେ ବିଶ୍ୱାସ କରୁଥିଲେ ଯେ ଆଚ୍ଛେ ଦିନ ଆଏଙ୍ଗେ, ଏବଂ ଫଳାଫଳ ହେଲା ଯେ ଗୁଜରାଟରେ ନକ୍ସଲବାଦ ସେହି ବାଟ ଦେଇ ପଶିପାରିଲା ନାହିଁ । ସେଥିପାଇଁ ମୁଁ ମୋର ଆଦିବାସୀ ଭାଇ ଓ ଭଉଣୀମାନଙ୍କୁ କୃତଜ୍ଞତା ଜଣାଉଛି । କିନ୍ତୁ ବର୍ତ୍ତମାନ ସହରାଞ୍ଚଳ ନକ୍ସଲମାନେ ଉପରକୁ ଉଡ଼ି ପ୍ରବେଶ କରିଛନ୍ତି । ଗୁଜରାଟର ଯୁବପିଢ଼ିଙ୍କୁ ମୁଁ ନଷ୍ଟ ହେବାକୁ ଦେବିନାହିଁ, ଆମେ ଆମର ସନ୍ତାନଙ୍କୁ ସଚେତନ କରିବା ଯେ ସହରୀ ନକ୍ସଲମାନେ ଦେଶକୁ ଧ୍ୱଂସ କରିବାକୁ ପଦକ୍ଷେପ ନେଇଛନ୍ତି, ସେମାନେ ବିଦେଶୀ ବାହିନୀର ଏଜେଣ୍ଟ ଭାବରେ ଆସିଛନ୍ତି । ତାଙ୍କ ଆଗରେ ଗୁଜରାଟ କେବଳ ମଧ୍ୟ ମଥା ନୁଆଁଇବ ନାହିଁ, ଗୁଜରାଟ ସେମାନଙ୍କୁ ଭୂମି ବନ୍ଧୁ ଭାବରେ ରଖିବ, ଏହି ବିଶ୍ୱାସ ସହିତ ଆଗକୁ ବଢ଼ିବା, ଭାଇମାନେ । ଏମିତି ଦିନ ଥିଲା, ଆମର ଏଠାରେ ଆଦିବାସୀ ମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ, ତଥାପି ମଧ୍ୟ ଉମରଗାମରୁ ଅମ୍ବାଜୀ ପର୍ଯ୍ୟନ୍ତ ହାତଗଣତି କେତୋଟି ବିଜ୍ଞାନ ଷ୍ଟ୍ରିମର ସ୍କୁଲ ନ ଥିଲା, ଏବେ ଆପଣ ମୋତେ କୁହନ୍ତୁ ଦଶମ ଏବଂ ଦ୍ୱାଦଶରେ ବିଜ୍ଞାନ ଥିବ ଏବଂ ଯେତେ ସଂରକ୍ଷଣର ବ୍ୟବସ୍ଥା କଥା କୁହନ୍ତୁ, ସେହି ପୁଅ କିମ୍ବା ଝିଅ ଡାକ୍ତର ହୋଇପାରିବ? ଆରେ ତାକୁ ଡାକ୍ତର କିମ୍ବା ଇଞ୍ଜିନିୟର କରିବା ତେବେ ପ୍ରଥମେ ଦଶମ ଏବଂ ଦ୍ୱାଦଶରେ ବିଜ୍ଞାନର ସ୍କୁଲ ଆବଶ୍ୟକ... ତାହା ମଧ୍ୟ ହୋଇ ନ ଥିଲା। ଆମର ଏଠାରେ ଆଦିବାସୀ ମୁଖ୍ୟମନ୍ତ୍ରୀ ଥିଲେ, ଉମର ଗ୍ରାମ ଠାରୁ ଅମ୍ବାଜୀ ପର୍ଯ୍ୟନ୍ତ ହାତ ଗଣତି ଭଳି ପର୍ଯ୍ୟାପ୍ତ ବିଦ୍ୟାଳୟ ମଧ୍ୟ ନ ଥିଲା । ମୁଁ ଆସିଲେ ତା’ପରେ ବିସ୍ତାରରେ ୧୦ରୁ ୧୨ ପର୍ଯ୍ୟନ୍ତ ସ୍କୁଲ କଲି । ଏବଂ ଆଜି ମୋର ଆଦିବାସୀ ଭାଇ-ଭଉଣୀ କେନେଡାରେ ପ୍ଲେନ ଉଡ଼ାଇବାକୁ ଟ୍ରେନିଂ ନେବାକୁ ଯାଉଛନ୍ତି, ଡାକ୍ତର ହେଉଛନ୍ତି, ଆଇନଜୀବୀ ହେଉଛି ଏବଂ ମୁଁ ଗର୍ବର ସହିତ କହୁଛି ଯେ ମୋର ଆଦିବାସୀ ସନ୍ତାନ ଗୁଜରାଟର ନାମକୁ ଉଜ୍ୱଳ କରୁଛନ୍ତି । କେହି କଳ୍ପନା ମଧ୍ୟ କରିପାରିବେ ନାହିଁ ଯେ ଆଦିବାସୀଙ୍କ ନାମରେ ବିଶ୍ୱବିଦ୍ୟାଳୟ ହେବ, ଆପଣ ଗୁଜରାଟରେ ବିର୍ସା ମୁଣ୍ଡା ୟୁନିଭର୍ସିଟି, ଗୁରୁ ଗୋବିନ୍ଦ ୟୁନିଭର୍ସିଟି ଆଦିବାସୀ ଯୁବଗୋଷ୍ଠୀମାନଙ୍କ ପାଇଁ ନୂତନ ଅବସର ଆଣି ଦେଇଛି ।
ଭାଇ ଓ ଭଉଣୀମାନେ,
ଗୁଜରାଟରେ ଆଦିବାସୀ ସମାଜର ସଶକ୍ତିକରଣରେ ବନ ବନ୍ଧୁ ଯୋଜନା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ମୋର ଆଦିବାସୀ ସମ୍ପ୍ରଦାୟ ପଶୁପାଳନ କରିବା ଉଚିତ, କୃଷକମାନେ ଆଧୁନିକ ଚାଷ କରିବା ଉଚିତ ଏବଂ ସେମାନଙ୍କର ଜୀବନରେ ପରିବର୍ତ୍ତନ ହେବା ଉଚିତ, ପୂର୍ବେ କେମିତି ଚାଲୁଥିଲା, ଆଦିବାସୀଙ୍କ ନାମରେ ଯୋଜନା ଚାଲେ, ପୂର୍ବ ସରକାରଗୁଡ଼ିକରେ ଏହି ଯୋଜନା ଏପରି ଥିଲା ଯେ ପାଞ୍ଚଟି କୁକୁଡ଼ା ପାଇଁ ଋଣ ଦିଆଯିବ ଏବଂ ଆଦିବାସୀମାନେ ଭାବୁଥିଲେ ଯେ ବାଃ... ବାଃ... ଏତେ କୁକୁଡ଼ା... ଏବଂ ତା’ପରେ ଏତେ ସଂଖ୍ୟକ ଅଣ୍ଡା ଦେବ... ସେଥିରୁ ଏତେ ସଂଖ୍ୟକ କୁକୁଡ଼ା ଫେରି ଆସିବେ, କିଛିଦିନ ମଧ୍ୟରେ ଘର ପକ୍କା ହୋଇଯିବ, ଏମିତି ଲାଗୁଥିଲା ନା, ପାଞ୍ଚଟି କୁକୁଡ଼ା ପାଇଁ ଋଣ ନିଅ, ଏବଂ ଯୋଜନା ହେବା ପରେ କୁକୁଡ଼ା ଘରେ ପହଂଚିଲା ସେହିଦିନ ଲାଲ ଲାଇଟ ସାର ଗାଁକୁ ଆସି ନିଜେ ଗାଁରେ ରହି ଯାଉଥିଲେ । ଏବଂ ମୋର ଆଦିବାସୀ ଭାଇ ଅତିଥି ସକ୍ରାରରେ ପଛରେ ନଥିଲେ, ଏବଂ ପାଞ୍ଚଟି କୁକୁଡ଼ାରୁ ଗୋଟିଏ କୁକୁଡ଼ା ତାକୁ ଖାଇବାକୁ ଦେଇଥିଲେ । ସେହି ପାଞ୍ଚଟିରୁ ଗୋଟିଏ କୁକୁଡ଼ା ସେହିଦିନ ଖୁଆଇଦେଲେ । ଏମିତି ୨-୪ ମାସ ପର୍ଯ୍ୟନ୍ତ ଚାଲିଥାଏ, ସେ ପର୍ଯ୍ୟନ୍ତ ସେମାନଙ୍କର ଅଣ୍ଡା ମଧ୍ୟ ପାଶ୍ୱର୍ରେରହିବା ଉଚିତ ଏବଂ ସେମାନଙ୍କର କୁକୁଡ଼ାମାନଙ୍କ ପାଶ୍ୱର୍ରେ ରହି ଦେବାଦାର ହେବା ଉଚିତ । ଆମେ ଆସି ଆମର ଆଦିବାସୀ ଭାଇ ଓ ଭଉଣୀଙ୍କର ଜୀବନ ବଦଳାଇଲୁ ।
ଭାଇ ଓ ଭଉଣୀମାନେ,
ଏହି ବିକାଶ ଯାତ୍ରାରେ ଆମର ଆଦିବାସୀ ଲୋକଙ୍କର ଅବଦାନ ହେଉଛି ସେମାନେ ଦେଇଥିବା ସମ୍ମାନ ଭଗବାନ ବିର୍ସା ମୁଣ୍ଡାଙ୍କର ଜନ୍ମ ଦିନ, ଆମର ଆଦିବାସୀ ଦେବତା ଭାବରେ ପୂଜା ପାଇଲେ । ଆମର ଆମେ ଆଦିବାସୀ ଟିକସ ଘୋଷଣା କରୁଛୁ । ଗୁଜରାଟ ସମେତ ସମଗ୍ର ଦେଶରେ ଯେଉଁ ଆଦିବାସୀ ସ୍ୱାଧୀନତାର ଆନେ୍ଦାଳନରେ ସଂଗ୍ରାମ କରିଥିଲେ ତାଙ୍କ ସ୍ମୃତିରେ ସ୍ମାରକ କରନ୍ତୁ । ଆଜି ମଧ୍ୟ ଆଦିବାସୀ ବିସ୍ତାରରେ ଯେଉଁ ଉତ୍ପାଦନ ହେଉଛି ତାହାର ଚିନ୍ତା, ମୋର ଆଦିବାସୀ ଭାଇମାନଙ୍କ କଥା ହେଉ କିମ୍ବା ମୋର ମତ୍ସ୍ୟଜୀବୀ ଭାଇଙ୍କର, ଉଭୟ ଦିଗରେ ତ୍ୱରାନ୍ୱିତ ହେବା ଉଚିତ । ତାଙ୍କର ପ୍ରୟାସ ଏବଂ ଆଗାମୀ ସମୟରେ ଭରୁଚ ଅଙ୍କଲେଶ୍ୱର ମଧ୍ୟ ଅହମ୍ମଦାବାଦ - ଗାନ୍ଧୀ ନଗର ପରି ବିକଶିତ ହେଉଛି । ଲୋକମାନେ ନିଉୟର୍କ - ନିଉଜର୍ସୀ ଭଳି ଭରୁଚ ଅଙ୍କଲେଶ୍ୱରଙ୍କ ବିଷୟରେ ମଧ୍ୟ ଆଲୋଚନା କରିବେ । ଏହା ଆମର ସାମର୍ଥ୍ୟକୁ ପରିଚୟ ପ୍ରଦାନ କରୁଥିବା ବ୍ୟବସ୍ଥା, ଏବଂ ମୁଁ ଯୁବକମାନଙ୍କୁ କହିବି ଯେ ଆଗାମୀ ୨୫ ବର୍ଷ ତୁମର ଅଟେ । ଏହି ବିକାଶ ଯାତ୍ରାରେ ନୂନତ ପ୍ରତିଜ୍ଞା ପୁରା କରିବାକୁ ଆମେ ସଂକଳ୍ପ ନେଇଛୁ । ଏଥିପାଇଁ ନର୍ମଦା ତଟରେ ବସବାସ କରୁଥିବା ମୋର ଭାଇ ଓ ଭଉଣୀମାନେ ଆପଣଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି, ଏବଂ ଆମେ ସମସ୍ତେ ଭରୁଚ ଜିଲ୍ଲାକୁ ନୂତନ ଶିଖରକୁ ନେଇଯିବା, ସେହି ବିଶ୍ୱାସର ସହିତ ମୋ ସହିତ କହନ୍ତୁ, ଭାରତ ମାତା କି - ଜୟ, ଭାରତ ମାତା କି - ଜୟ, ଭାରତ ମାତା କି - ଜୟ ।
NS/MB
(ରିଲିଜ ଆଡି: 1866909)
ପରିଦର୍ଶକ କାଉଣ୍ଟର : 276
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam