ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନବଭାରତ ସାହିତ୍ୟ ମନ୍ଦିର ପକ୍ଷରୁ ଅହମ୍ମଦାବାଦଠାରେ ଆୟୋଜିତ ‘କଲମ ନୋ କାର୍ଣ୍ଣିଭାଲ’ପୁସ୍ତକ ମେଳା ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
ପୋଷ୍ଟ କରାଯିବା ଦିନାଙ୍କ:
08 SEP 2022 7:18PM by PIB Bhubaneswar
‘କଲମ ନୋ କାର୍ଣ୍ଣିଭାଲ’ର ଏହି ଭବ୍ୟ ଆୟୋଜନ ପାଇଁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା। ‘ନବଭାରତ ସାହିତ୍ୟ ମନ୍ଦିର’ ପ୍ରତି ବର୍ଷ ଅହମ୍ମଦାବାଦରେ ପୁସ୍ତକ ମେଳାର ଯେଉଁ ପରମ୍ପରା ଆରମ୍ଭ କରିଛି, ଏହା ସମୟର ଗତି ସହିତ ଆହୁରି ଅଧିକ ସମୃଦ୍ଧ ହୋଇ ଚାଲିଛି । ଏହା ଜରିଆରେ ଗୁଜରାଟର ସାହିତ୍ୟ ଏବଂ ଜ୍ଞାନର ବିସ୍ତାର ହୋଇ ଚାଲିଛି, ଏହା ସହିତ ନୂତନ ଯୁବ ସାହିତ୍ୟିକ, ଲେଖକଙ୍କୁ ମଧ୍ୟ ଏକ ମଞ୍ଚ ମିଳୁଛି।
ମୁଁ ଏହି ସମୃଦ୍ଧ ପରମ୍ପରା ପାଇଁ ‘ନବଭାରତ ସାହିତ୍ୟ ମନ୍ଦିର’ ଏବଂ ଏହା ସହିତ ସାମିଲ ସମସ୍ତ ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଉଛି। ବିଶେଷ ଭାବେ ମହେନ୍ଦ୍ର ଭାଇ, ରୋନକ ଭାଇ, ସେମାନଙ୍କୁ ମଧ୍ୟ ଶୁଭକାମନା ଜଣାଉଛି, ଯେଉଁମାନଙ୍କର ପ୍ରୟାସ ଦ୍ୱାରା ଏହି ପୁସ୍ତକ ମେଳାର ଲାଭ ଗୁଜରାଟର ଲୋକମାନଙ୍କୁ ମିଳୁଛି।
ସାଥୀଗଣ,
‘କଲମ ନୋ କାର୍ଣ୍ଣିଭାଲ’ ଗୁଜରାଟୀ ଭାଷା ସହିତ, ହିନ୍ଦୀ ଏବଂ ଇଂରାଜୀ ଭାଷାର ପୁସ୍ତକର ମଧ୍ୟ ହେଉଛି ଏକ ବଡ଼ ସମ୍ମିଳନୀ। ଏହି ଆୟୋଜନର ଯେଉଁ ଉଦ୍ଦେଶ୍ୟ ଆପଣମାନେ ରଖିଛନ୍ତି, ‘ବାଞ୍ଚେ ଗୁଜରାଟ, ବାଞ୍ଚନନେ ବଧାୱେ ଗୁଜରାଟ’, ଏହା ମଧ୍ୟ ନିଜକୁ ନିଜ ମଧ୍ୟରେ ହେଉଛି ବହୁତ ପ୍ରାସଙ୍ଗିକ। ଯେତେବେଳେ ମୁଁ ଗୁଜରାଟରେ ଆପଣ ସମସ୍ତଙ୍କ ଗହଣରେ କାର୍ଯ୍ୟ କରୁଥିଲି, ସେତେବେଳେ ମଧ୍ୟ ଗୁଜରାଟ ‘ବାଞ୍ଚେ ଗୁଜରାଟ’ ଅଭିଯାନ ଆରମ୍ଭ କରିଥିଲା। ଆଜି ‘କଲମ ନୋ କାର୍ଣ୍ଣିଭାଲ’ ଭଳି ଅଭିଯାନ ଗୁଜରାଟର ସେହି ସଂକଳ୍ପକୁ ଆଗକୁ ବଢାଉଛି।
ସାଥୀଗଣ,
ପୁସ୍ତକ ଏବଂ ଗ୍ରନ୍ଥ, ଏହା ହେଉଛି ଆମ ବିଦ୍ୟା ଉପାସନାର ମୂଳ ତତ୍ତ୍ୱ। ଗୁଜରାଟରେ ପୁସ୍ତକାଳୟର ବହୁତ ପୁରୁଣା ପରମ୍ପରା ରହିଛି। ଆମର ବଡୋଦରାର ମହାରାଜା ସୟାଜୀରାଜ ମହୋଦୟ ନିଜ ଅଞ୍ଚଳର ସମସ୍ତ ପ୍ରମୁଖ ସ୍ଥାନମାନଙ୍କରେ ପୁସ୍ତକାଳୟମାନ ପ୍ରତିଷ୍ଠା କରିଥିଲେ। ମୋର ଜନ୍ମ ସେହି ଗାଁରେ ହୋଇଥିଲା, ଯେଉଁଠାରେ ବହୁତ ଭଲ ପାଠାଗାର ଥିଲା, ମୋର ଗାଁ ବଡନଗରରେ। ଗୋଣ୍ଡଲର ମହାରାଜା ଭଗବତ ସିଂହ ମହୋଦୟ, ‘ଭଗବତ ଗୋମଣ୍ଡଳ’ ଭଳି ବିଶାଳ ଶବ୍ଦକୋଶ ରଚନା କରିଛନ୍ତି। ମୁଁ ତ କେବେ -କେବେ ଚିନ୍ତା କରୁଛି, କେବେ ଲୋକ ମୋତେ କହୁଛନ୍ତି ଯେ ଭାଇ ମୁଁ ଯେତେବେଳେ ଗୁଜରାଟରେ ଥିଲି ସେତେବେଳେ ପରିବାରରେ ବହୁତ ବଡ଼ ଚର୍ଚ୍ଚା ହେଉଥିଲା ପିଲାମାନଙ୍କ ନାମକରଣକୁ ନେଇ ଆଉ ପୁଣି ବହିରୁ ଖୋଜି ଚାଲୁଥିଲେ ପିଲାଙ୍କ ନାମ କ’ଣ ରଖିବେ। ସେତେବେଳେ ଥରେ ମୋ ସମ୍ମୁଖରେ କେହି ଏହି ବିଷୟ ରଖିଲେ, ମୁଁ କହିଲି ‘ଭଗବତ ଗୋମଣ୍ଡଳ’ ଦେଖି ନିଅନ୍ତୁ, ଏତେ ଗୁଜରାଟୀ ଶବ୍ଦ ଆପଣଙ୍କୁ ସେଥିରୁ ମିଳିବ ଆପଣଙ୍କର ପିଲାମାନଙ୍କ ନାମକରଣ ପାଇଁ ଅନୁକୂଳ ନାମ ମିଳିଯିବ। ଆଉ ବାସ୍ତବିକ ଏତେ ପରାମର୍ଶ, ଏତେ ଅର୍ଥ, ଏହି ସମୃଦ୍ଧ ପରମ୍ପରା ଆମ ପାଖରେ ଅଛି।
ଠିକ୍ ସେହିପରି ବୀର କବି ନର୍ମଦ ‘ନର୍ମ କୋଷ’ର ସଂପାଦନା କରିଛନ୍ତି। ଆଉ ଏହି ପରମ୍ପରା ଆମର କେକା ଶାସ୍ତ୍ରୀ ମହାଶୟଙ୍କ ପର୍ଯ୍ୟନ୍ତ ଚାଳିଥିଲା। କେକା ଶାସ୍ତ୍ରୀ ମହାଶୟ, ଯିଏ 100 ବର୍ଷଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଆମ ଗହଣରେ ରହିଲେ, ସେ ମଧ୍ୟ ଏ କ୍ଷେତ୍ରରେ ବହୁତ ଯୋଗଦାନ ଦେଇଛନ୍ତି। ପୁସ୍ତକ, ଲେଖକ, ସାହିତ୍ୟ ରଚନା ବିଷୟରେ ଗୁଜରାଟର ଇତିହାସ ବହୁତ ସମୃଦ୍ଧ ରହିଛି। ମୁଁ ଚାହିଁବି ଯେ ଏଭଳି ପୁସ୍ତକ ମେଳା ଗୁଜରାଟର ପ୍ରତ୍ୟେକ କୋଣ ଅନୁକୋଣରେ ଜନ -ଜନ ପର୍ଯ୍ୟନ୍ତ, ପ୍ରତ୍ୟେକ ଯୁବକଙ୍କ ପର୍ଯ୍ୟନ୍ତ ପହଞ୍ଚୁ, ଫଳରେ ସେମାନେ ମଧ୍ୟ ଏହି ଇତିହାସ ସଂପର୍କରେ ଜାଣନ୍ତୁ ଓ ସେମାନଙ୍କୁ ମଧ୍ୟ ନୂତନ ପ୍ରେରଣା ମିଳୁ।
ସାଥୀଗଣ,
ଏହି ବର୍ଷ ଏହି ପୁସ୍ତକ ମେଳା ଏଭଳି ଏକ ସମୟରେ ଆୟୋଜିତ ହେଉଛି ଯେତେବେଳେ ଦେଶ ନିଜ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଅମୃତ ମହୋତ୍ସବର ଏକ ଦିଗ ଏହା ମଧ୍ୟ ହେଉଛି ଯେ ଆମେ ଆମ ସ୍ୱାଧୀନତା ସଂଗ୍ରାମର ଇତିହାସକୁ କିପରି ପୁନର୍ଜିବୀତ କରିବା। ଆମର ଭାବୀ ପିଢ଼ୀଙ୍କୁ ଆମେ ଏହାକୁ କିପରି ସମର୍ପଣ କରି ପାରିବା। ସ୍ୱାଧୀନତାର ଲଢ଼େଇର ଯେଉଁ ଭୁଲି ଯାଇଥିବା ପାଶୋରି ଦେଇଥିବା ଅଧ୍ୟାୟଗୁଡ଼ିକ ରହିଛି, ସେଗୁଡ଼ିକର ଗୌରବକୁ ଆମେ ଦେଶ ସମ୍ମୁଖକୁ ଆଣିବା ପାଇଁ ପ୍ରତିବଦ୍ଧ ରହିଛୁ ଆଉ ଆପଣ ସମସ୍ତଙ୍କର ପ୍ରୟାସ ଯୋଗୁଁ ଏହା ହେଉଛି ସମ୍ଭବ ମଧ୍ୟ।
‘କଲମ ନୋ କାର୍ଣ୍ଣିର୍ଭାଲ’ଭଳି ଆୟୋଜନ ଦେଶର ଏହି ଅଭିଯାନକୁ ଗତି ଦେଇ ପାରିବ। ପୁସ୍ତକ ମେଳାରେ ସ୍ୱାଧୀନତା ଆନ୍ଦୋଳନ ସହିତ ଜଡ଼ିତ ପୁସ୍ତକ ଗୁଡ଼ିକୁ ବିଶେଷ ଗୁରୁତ୍ୱ ଦିଆଯାଇ ପାରିବ, ଏଭଳି ଲେଖକମାନଙ୍କୁ ଏକ ସୁଦୃଢ଼ ମଞ୍ଚ ପ୍ରଦାନ କରାଯାଇ ପାରିବ। ମୋର ବିଶ୍ୱାସ ରହିଛି, ଏହି ଆୟୋଜନ ଏହି ଦିଗରେ ଏକ ସକରାତ୍ମକ ମାଧ୍ୟମ ପ୍ରମାଣିତ ହେବ।
ସାଥୀଗଣ,
ଆମର ଏଠାରେ ଶାସ୍ତ୍ରମାନଙ୍କରେ କୁହାଯାଇଥାଏ- ଶାସ୍ତ୍ର ସୁଚିନ୍ତିତ ପୁନି ପୁନି ଦେଖିଅ।
ଅର୍ଥାତ, ଶାସ୍ତ୍ରଗୁଡ଼ିକୁ, ଗ୍ରନ୍ଥଗୁଡ଼ିକୁ ଏବଂ ପୁସ୍ତକଗୁଡ଼ିକର ବରମ୍ବାର ଅଧ୍ୟୟନ କରି ଚାଲିବା ଆବଶ୍ୟକ, ତେବେ ଯାଇ ତାହା ପ୍ରଭାବୀ ଏବଂ ଉପଯୋଗୀ ହୋଇଥାଏ। ଏହି କଥା ଏଥିପାଇଁ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଥାଏ କାରଣ ଆଜି ଇଣ୍ଟରନେଟ ଯୁଗରେ ଏହି ଚିନ୍ତାଧାରା ପ୍ରଭାବ ବିସ୍ତାର କରି ଚାଲିଛି ଯେ ଯେତେବେଳେ ଆବଶ୍ୟକ ହେବ ସେତେବେଳେ ଇଣ୍ଟରନେଟ ସାହାଯ୍ୟ ନେଇଯିବା। ବୈଷୟିକ ଜ୍ଞାନ ନିଃସନ୍ଦେହ ଭାବେ ଆମ ପାଇଁ ହେଉଛି ସୂଚନାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ, କିନ୍ତୁ ତାହା ପୁସ୍ତକଗୁଡ଼ିକୁ, ପୁସ୍ତକଗୁଡ଼ିକର ଅଧ୍ୟୟନର ଏକ ବିକଳ୍ପ ଉପାୟ ନୁହେଁ। ଯେତେବେଳେ ସୂଚନା ଆମ ମସ୍ତିଷ୍କରେ ରହିଥାଏ, ସେତେବେଳେ ମସ୍ତିଷ୍କ ସେହି ସୂଚନାକୁ ଗଭୀରତାର ସହିତ ପ୍ରକ୍ରିୟାକରଣ କରିଥାଏ, ତାହା ସହିତ ଜଡ଼ିତ ନୂତନ ଦିଗ ଆମ ମସ୍ତିଷ୍କକୁ ଆସିଥାଏ।
ଏବେ ମୁଁ ଆପଣମାନଙ୍କୁ ଗୋଟିଏ ଛୋଟିଆ କାମ ଦେଉଛି। ଆମେ ସମସ୍ତେ ନରସୀ ମେହେତାଙ୍କ ଦ୍ୱାରା ରଚିତ ‘ବୈଷ୍ଣବ ଜନ ତୋ ତେ ନେ ରେ କହିଏ’ କେତେ ଥର ହିଁ ଶୁଣିଥିବା, କେତେ ଥର ହିଁ ବୋଲିଥିବା। ଗୋଟିଏ କାମ କରନ୍ତୁ, ଆପଣ ତାହାକୁ ଲିଖିତ ରୂପରେ ନିଜ ସାମ୍ନାରେ ନେଇ ବସନ୍ତୁ ଆଉ ଚିନ୍ତା କରନ୍ତୁ ଯେ ଏହି ରଚନାରେ ବର୍ତ୍ତର୍ମାନ ସନ୍ଦର୍ଭରେ କ’ଣ କ’ଣ ରହିଛି। କେଉଁସବୁ କଥା ହେଉଛି ଅନୁକୂଳ। ମୁଁ ବିଶ୍ୱାସର ସହିତ କହୁଛି ଯେ ଯେଉଁ ‘ବୈଷ୍ଣବ ଜନ ତୋ...’ କୁ ଆପଣ ହଜାର ହଜାର ଥର ଶୁଣିଛନ୍ତି, ଲିଖିତ ଭାବେ ନିଜ ସାମ୍ନାରେ ଆଣି ଯେତେବେଳେ ଚିନ୍ତା କରିବାକୁ ଆରମ୍ଭ କରିବେ, ବର୍ତ୍ତର୍ମାନର ସନ୍ଦର୍ଭରେ ତାହାକୁ ବୁଝିବାକୁ ପ୍ରୟାସ କରିବେ, ସେଥିରେ ମଧ୍ୟ ପ୍ରତ୍ୟେକ ଥର ଆପଣଙ୍କୁ ଶହ- ଶହ ଅର୍ଥ ମିଳି ଚାଲିଥିବ। ଏହା ହେଉଛି ଶକ୍ତି ଆଉ ଏଥିପାଇଁ ଆମ ପାଖରେ ପୁସ୍ତକ ରହିବା , ଆମ ସହିତ ରହିବା, ଆମ ସମ୍ମୁଖରେ ରହିବା, ତାହା ନୂଆ- ନୂଆ ନବସୃଜନ ପାଇଁ, ନୂଆ- ନୂଆ ଅନୁସନ୍ଧାନ ପାଇଁ ଚିନ୍ତା କରିବା, ତର୍କ -ବିତର୍କକୁ ଗଭୀରତା ପର୍ଯ୍ୟନ୍ତ ନେଇଯିବା ପାଇଁ ବହୁତ ବଡ଼ ଶକ୍ତି ପ୍ରଦାନ କରିଥାଏ।
ତେଣୁ, ପରିବର୍ତ୍ତିତ ସମୟ ସହିତ ପୁସ୍ତକ ଗୁଡ଼ିକର, ପୁସ୍ତକ ଗୁଡ଼ିକୁ ପଢ଼ିବାର ଆମର ଅଭ୍ୟାସ ବଳବତ୍ତର ରହୁ, ଏହା ହେଉଛି ବହୁତ ଜରୁରୀ। ପୁଣି ପୁସ୍ତକ ଫିଜିକାଲ ଫର୍ମରେ ରହୁ କିମ୍ବା ଡିଜିଟାଲ ଫର୍ମରେ! ମୁଁ ମାନୁଛି, ଏହି ପ୍ରକାରର ଆୟୋଜନ ଯୁବକମାନଙ୍କ ମଧ୍ୟରେ ପୁସ୍ତକ ପାଇଁ ଜରୁରୀ ଆକର୍ଷଣ ସୃଷ୍ଟି କରିବାରେ, ସେଗୁଡ଼ିକର ଗୁରୁତ୍ୱକୁ ବୁଝାଇବାରେ ମଧ୍ୟ ବହୁତ ବଡ଼ ଭୂମିକା ତୁଲାଇ ପାରିବ।
ସାଥୀଗଣ,
ମୁଁ ଏହା ମଧ୍ୟ କହିବାକୁ ଚାହିଁବି ଆଉ ଆଜି ଯେତେବେଳେ ଗୁଜରାଟର ଲୋକମାନଙ୍କ ସହିତ ବସି କଥା ହେଉଛି ତେବେ ଆମେ କେବେ ଚିନ୍ତା କରିଛେ କି ଆମେ ନୂତନ ଘର ନିର୍ମାଣ କରୁଛେ ତେବେ ସ୍ଥପତିଙ୍କ ସହିତ ବହୁତ ସବୁ ଚର୍ଚ୍ଚା କରିଥାଉ। ଏଠାରେ ଆପଣ ଡାଇନିଂ ରୁମ କରିବେ, ଏଠାରେ ଡ୍ରଇଂ ରୁମ କରିବେ, କେବେ କେବେ କେହି ଏହା ମଧ୍ୟ କହିଥାଆନ୍ତି ଯେ ଏଠାରେ ପୂଜା ଘର କରିବେ, କିଛି ଲୋକ ଏହାଠାରୁ ମଧ୍ୟ ଆଗକୁ ବଢ଼ି କୁହନ୍ତି ମୋର ଲୁଗାପଟା ରଖିବା ପାଇଁ ଏହିଠାରେ ବ୍ୟବସ୍ଥା କରିବେ, କିନ୍ତୁ ମୋର ଆପଣମାନଙ୍କୁ ଅନୁରୋଧ ରହିଛି ଯେ କେବେ ନୂତନ ଗୃହ ନିର୍ମାଣ କରିବା ସମୟରେ, ଆମେ କ’ଣ କେବେ ଆମର ସ୍ଥପତିଙ୍କୁ ଏଭଳି କହୁ ଯେ ଭାଇ, ଏମିତି ଏକ ସ୍ଥାନ ନିର୍ମାଣ କରିବେ, ଯେଉଁଠାରେ ପୁସ୍ତକର ଭଣ୍ଡାର ରହି ପାରିବ। ମୁଁ ମଧ୍ୟ ପୁସ୍ତକର ଭଣ୍ଡାର ରହିଥିବା ସ୍ଥାନକୁ ଯିବି, ମୋ ପିଲାମାନଙ୍କୁ ନେଇକରି ଯିବି, ଅଭ୍ୟାସରେ ପକାଇବି, ମୋ ଘରର ଗୋଟିଏ କୋଣ ଏପରି ରହୁ, ଯାହା ବିଶେଷ ଭାବେ ପୁସ୍ତକଗୁଡ଼ିକ ପାଇଁ ବିଶେଷ ରୂପରେ ସଜାଇ ରଖା ଯାଇଥିବ। ଆମେ ଏପରି କହୁ ନାହୁଁ।
ଆପଣଙ୍କୁ ଜଣାଥିବ ଯେ ମୁଁ ଗୁଜରାଟରେ ବହୁତ ଭାବେ ଗୋଟିଏ ଅନୁରୋଧ କରୁଥିଲି, କୌଣସି ମଧ୍ୟ କାର୍ଯ୍ୟକ୍ରମ ହେଉ ମୁଁ ମଞ୍ଚରେ କହୁଥିଲି, ଭାଇ, ଫୁଲତୋଡା ନୁହେଁ ପୁସ୍ତକ (ବୁକେ ନୁହେଁ ବୁକ୍) ଦିଅନ୍ତୁ, କାରଣ 100- 200 ଟଙ୍କାର ଫୁଲତୋଡ଼ା ନେଇ ଆସିଲେ ତାହାର ଆୟୂଷ ମଧ୍ୟ ବହୁତ କମ ହୋଇଥାଏ। ମୁଁ ଏପରି କହୁଥିଲି ବହି ନେଇ ଆସନ୍ତୁ, ମୋତେ ଜଣାଥିଲା ଯେ ସେହି କାରଣରୁ ବହି ବିକ୍ରିର ପରିମାଣ ବଢ଼ିବ, ପ୍ରକାଶକ, ଲେଖକମାନଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ ଦରକାର ନା ନୁହେଁ। ଆମେ ବହୁବାର ପୁସ୍ତକ କିଣି ହିଁ ନଥାଉ। ପ୍ରକୃତ ଅର୍ଥରେ ପୁସ୍ତକ କିଣିବା ମଧ୍ୟ ହେଉଛି ଏକ ସମାଜସେବା। କାରଣ ଏହି ପ୍ରକାରର କାର୍ଯ୍ୟ ସହିତ ଯେଉଁ ସମର୍ପିତ ଜୀବନ ରହିଛି ସେହି ଜୀବନଗୁଡ଼ିକ ପାଇଁ ଆମର ସହଯୋଗ ସ୍ୱାଭାବିକ ଭାବେ ରହିବା ଦରକାର। ଆଜି ପୁସ୍ତକ କିଣିବାର ଅଭ୍ୟାସ କରିବା ଦରକାର। ପୁସ୍ତକ ଗୁଡ଼ିକର ସଂରକ୍ଷଣ, ରଖିବାର ଅଭ୍ୟାସ କରିବା ଦରକାର ଆଉ ମୁଁ ଗୁଜରାଟରେ ଅନେକ ଲୋକଙ୍କୁ ଦେଖିଥିଲି ସେହି ଲୋକମାନେ ଘର- ଘର ବୁଲି ପୁସ୍ତକ ଦିଅନ୍ତି ଆଉ ଅନୁରୋଧ କରୁଥିଲେ ଯେ ଏହି ପୁସ୍ତକକୁ ପଢ଼ିବେ ଆଉ କିଣିବା ଭଳି ଅନୁଭବ ହେଲେ କିଣିବେ ନଚେତ ମୋତେ ଫେରାଇ ଦେବେ। ଏଭଳି ବହୁତ ଗୁଡ଼ିଏ ଲୋକଙ୍କୁ ମୁଁ ଦେଖିଛି। ମୋର ସ୍ମରଣ ରହିଛି ଆମର ଭାବନଗରରେ ଜଣେ ଭଦ୍ରବ୍ୟକ୍ତି ପୁସ୍ତକର ପର୍ବ ଚଳାଉଥିଲେ। ଏହି ପ୍ରକାରର କାର୍ଯ୍ୟ ବହୁତ ଲୋକ କରୁଥିଲେ। କିନ୍ତୁ ଆମର ବ୍ୟବସ୍ଥା ଏଭଳି ହେବା ଦରକାର ଯେ ଆମେ ପରିବାରରେ, ଆଉ ଆମର ଏଠାରେ ତ କୁହନ୍ତି ନା, ସରସ୍ୱତୀ ଏ ହେଉଛନ୍ତି ଲୁପ୍ତ, ହେଉଛନ୍ତି ଗୁପ୍ତ। ବିଜ୍ଞାନରୁ ଭିନ୍ନ ସାହିତ୍ୟିକ କାର୍ଯ୍ୟକ୍ରମରେ ମୁଁ ଭିନ୍ନ ତର୍କ ପ୍ରକାଶ କରିଥାଏ। ଆଉ ଏହି ସାହିତ୍ୟାବଳୀ ହେଉଛି ଦୁନିଆର ତର୍କ। ଏହି ସରସ୍ୱତୀ ତ ହେଉଛନ୍ତି ଜ୍ଞାନର ଦେବୀ। ସେ ହେଉଛନ୍ତି ଲୁପ୍ତ, ହେଉଛନ୍ତି ଗୁପ୍ତ ଏହାର ଅର୍ଥ ଏହା ହେଲା ଯେ ଏହି ସରସ୍ୱତୀ ଗତକାଲି, ଆଜି ଏବଂ ଭବିଷ୍ୟତ ତିନୋଟିକୁ ଲୁପ୍ତ ଅବସ୍ଥାରେ ଯୋଡ଼ି ହୋଇ ରୁହନ୍ତି। ଏଇ ସରସ୍ୱତୀ ପୁସ୍ତକଗୁଡ଼ିକ ମାଧ୍ୟମରେ ଇତିହାସକୁ, ବର୍ତ୍ତର୍ମାନକୁ ଆଉ ଉଜ୍ଜ୍ୱଳ ଭବିଷ୍ୟତକୁ ଯୋଡ଼ିବାର କାର୍ଯ୍ୟ କରନ୍ତି। ଏଥିପାଇଁ ପୁସ୍ତକଗୁଡ଼ିକର ମେଳାର ମହାତ୍ମ୍ୟକୁ ସମାଜକୁ, ଆମ ପରିବାର ସହିତ ଯିବା ଉଚିତ, ଆଉ ପୁସ୍ତକ ମେଳାକୁ ସପରିବାର ଯିବା ଉଚିତ। ଆଉ ପୁସ୍ତକ ଗୁଡ଼ିକୁ ହାତ ମାରି ଦେଖିବେ ସେତେବେଳେ ଲାଗିବ ଯେ ଆଚ୍ଛା ଏହା ମଧ୍ୟ ଏହିଠାରେ ଅଛି, ଏହା ଉପରେ ମଧ୍ୟ ବିଚାର କରାଯାଇଛି, ଅନେକ ଜିନିଷ ଉପଲବ୍ଧ ହୋଇଥାଏ। ଏଥିପାଇଁ ମୋର ଅନୁରୋଧ ମୋ ଗୁଜରାଟର ସମସ୍ତ ଭାଇମାନଙ୍କୁ- ଭଉଣୀମାନଙ୍କୁ ଯେ ସେମାନେ ବହୁତ ପଢ଼ନ୍ତୁ ବହୁତ ବିଚାର କରନ୍ତୁ। ଆଉ ବହୁତ ମନ୍ଥନ କରନ୍ତୁ, ଆଗାମୀ ପିଢ଼ୀଙ୍କୁ ବହୁତ କିଛି ଦିଅନ୍ତୁ। ଆଉ ଗୁଜରାଟର ଯେଉଁ ମୂର୍ଦ୍ଧନ୍ୟ ସାହିତ୍ୟକାର ଅଛନ୍ତି ସେମାନଙ୍କ ପ୍ରତି ଆମର ଏକ ଆଦରାଞ୍ଜଳୀ ମଧ୍ୟ ରହିବ, ଯେଉଁମାନେ ହେଉଛନ୍ତି ଶବ୍ଦର ସାଧକ, ହେଉଛନ୍ତି ସରସ୍ୱତୀଙ୍କ ପୂଜାରୀ, ସେମାନଙ୍କୁ ମଧ୍ୟ ଏହି ମେଳାରେ ଆମର ସକ୍ରିୟ ଅଂଶଗ୍ରହଣ ଏକ ପ୍ରକାରରେ ଆଦରାଞ୍ଜଳୀ ହେବ। ମୋର ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭକାମନା ରହିଛି, ଆଉ ଥରେ ପୁଣି ଏକ ବିଚାରକୁ, ବାଚକଙ୍କୁ ସମସ୍ତଙ୍କୁ ଆଦରପୂର୍ବକ ପ୍ରଣାମ କରି ମୋର କଥା ପୂର୍ଣ୍ଣ କରୁଛି।
ଏହି ଭାବନାର ସହିତ, ଆପଣ ସମସ୍ତଙ୍କୁ ଆଉ ଥରେ ପୁଣି ବହୁତ- ବହୁତ ଶୁଭକାମନା।
ଧନ୍ୟବାଦ!
*****
AH
(ରିଲିଜ ଆଡି: 1857945)
ପରିଦର୍ଶକ କାଉଣ୍ଟର : 218
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam