ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହର ଘର ତ୍ରିରଙ୍ଗା ଅଭିଯାନକୁ ବିପୁଳ ଜନ ସମର୍ଥନ ପାଇଁ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ


ତ୍ରିରଙ୍ଗା ସହ ଫଟୋ ସେୟାର କରିବାକୁ ନାଗରିକମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 13 AUG 2022 8:26PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହର ଘର ତ୍ରିରଙ୍ଗା ଅଭିଯାନକୁ ମିଳିଥିବା ବିପୁଳ ଜନ ସମର୍ଥନକୁ ନେଇ ଖୁସି ଏବଂ ଗର୍ବ ବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଆମେ ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ରେକର୍ଡ ଅଂଶଗ୍ରହଣ ଦେଖୁଛୁ । ଶ୍ରୀ ମୋଦୀ ନାଗରିକମାନଙ୍କୁ harghartiranga.com ରେ ତ୍ରିରଙ୍ଗା ସହିତ ଫଟୋ ସେୟାର କରିବାକୁ ଅନୁରୋଧ କରିଛନ୍ତି ।

ପ୍ରଧାନମନ୍ତ୍ରୀ ସାରା ଦେଶରୁ ଆସୁଥିବା ଚମତ୍କାର ହର ଘର ତ୍ରିରଙ୍ଗା ଆନ୍ଦୋଳନର ଝଲକ ସେୟାର କରିବାକୁ ଟୁଇଟରର ସହାୟତା ନେଇଛନ୍ତି ।

“ହର ଘର ତ୍ରିରଙ୍ଗା ଆନ୍ଦୋଳନର ଆଶ୍ଚର୍ଯ୍ୟଜନକ ସମର୍ଥନରେ ଅତ୍ୟଧିକ ଆନନ୍ଦିତ ଏବଂ ଗର୍ବିତ । ଆମେ ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ରେକର୍ଡ ଅଂଶଗ୍ରହଣ ଦେଖୁଛୁ । ଆଜାଦୀ କା ଅମୃତ ମହୋତ୍ସବକୁ ପାଳନ କରିବାର ଏହା ଏକ ଉତ୍ତମ ଉପାୟ । ଏଥି ସହିତ ତ୍ରିରଙ୍ଗା ସହ ଆପଣଙ୍କ ଫଟୋକୁ harghartiranga.com ରେ ସେୟାର କରନ୍ତୁ ।

 “ଆମ ସମସ୍ତଙ୍କୁ ଗର୍ବିତ କରେ! #HarGharTiranga" 

ଚମତ୍କାର । #HarGharTiranga" 

“ମୁଁ ଏହି ଯୁବକମାନଙ୍କୁ ପ୍ରଶଂସା କରୁଛି ଯେଉଁମାନେ ହର ଘର ତ୍ରିରଙ୍ଗା ଆନ୍ଦୋଳନକୁ ସମର୍ଥନ କରିଛନ୍ତି ।”

 “ଏହା ହେଉଛି ଜଳ ଶକ୍ତି ଏବଂ ଦେଶ ଭକ୍ତିର ଏକ ମହାନ ମିଶ୍ରଣ!”

 “ମହାନ୍‌! ଅରୁଣାଚଳ ପ୍ରଦେଶର ଲୋକମାନେ ଦେଶଭକ୍ତିର ଅଦମ୍ୟ ଆବେଗ ପାଇଁ ଜଣାଶୁଣା ।”

 “ଚେନ୍ନାଇର ଏକ ଆଇକନିକ୍ ଷ୍ଟେସନ୍ ତ୍ରିରଙ୍ଗା ରଙ୍ଗରେ ଆଲୋକିତ ହୋଇଛି । ଏହି ଟିଏଲ ର ଅନ୍ୟାନ୍ୟ ଆକର୍ଷଣୀୟ ଚିତ୍ର ମଧ୍ୟ ଅଛି ... ଏହାକୁ ଦେଖନ୍ତୁ । #HarGharTiranga"


















HS


(रिलीज़ आईडी: 1851626) आगंतुक पटल : 210
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam