ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ବାଲଯୋଗୀ ପ୍ରେକ୍ଷାଳୟରେ ଉପରାଷ୍ଟ୍ରପତି ଶ୍ରୀ ଏମ୍‌. ଭେଙ୍କେୟା ନାଇଡୁଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି


“ଶ୍ରୀ ଭେଙ୍କେୟା ଜୀ’ ଙ୍କର ସର୍ବଦା ସକ୍ରିୟ ଏବଂ ବ୍ୟସ୍ତ ରହିବାର ଗୁଣ ତାଙ୍କୁ ଆଗାମୀ ଦିନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସାଧାରଣ ଜୀବନ ସହିତ ଜୋଡି ରଖିବ”

“ଆମେ ସର୍ବଦା ତାଙ୍କର ଆଶା ଗୁଡିକୁ ସମ୍ପୂର୍ଣ୍ଣ କରିବାର ପ୍ରୟାସ କରିବା ଦରକାର, ଯାହା ସେ ସମସ୍ତ ସାଂସଦ ମାନଙ୍କ ଠାରୁ ଚାହୁଁଛନ୍ତି”

“ଭାଷିଣୀ” ଭଳି ପଦକ୍ଷେପ ଏବଂ ସଂସଦୀୟ ବିତର୍କ ଗୁଡିକରୁ ଉତ୍ପନ୍ନ ହେଉଥିବା ନୂତନ ଶବ୍ଦ ଗୁଡିକର ବାର୍ଷିକ ସଂଗ୍ରହ ଭେଙ୍କେୟା ଜୀ’ ଙ୍କୁ ମାତୃଭାଷା ପ୍ରତି ତାଙ୍କର ଭଲ ପାଇବାର ପରମ୍ପରାକୁ ଆଗକୁ ବଢ଼େଇବ”

Posted On: 08 AUG 2022 8:49PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜିଏମ୍‌ସି ବାଲଯୋଗୀ ପ୍ରେକ୍ଷାଳୟରେ ଉପରାଷ୍ଟ୍ରପତି ଶ୍ରୀ ଭେଙ୍କେୟା ନାଇଡୁଙ୍କର ବିଦାୟ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

ଏହି ଅବସରରେ ତାଙ୍କର ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଶ୍ରୀ ଭେଙ୍କେୟା ନାଇଡୁଙ୍କର ସର୍ବଦା ସକ୍ରିୟ ଏବଂ ବ୍ୟସ୍ତ ରହିବାର ଗୁଣ ଆଡକୁ ସଙ୍କେତ କରି କହିଥିଲେ ଯେ, ଏହା ଏମିତି ଏକ ଗୁଣ ଅଟେ, ଯାହା ତାଙ୍କୁ ସର୍ବଦା ସାଧାରଣ ଜୀବନର କାର୍ଯ୍ୟକଳାପ ସହିତ ଜଡିତ ରଖିବ । ଶ୍ରୀ ମୋଦୀ ଶ୍ରୀ ଭେଙ୍କେୟା ନାଇଡୁଙ୍କ ସହିତ ନିଜର ଦୀର୍ଘ ସମୟ ଧରି ରହିଥିବା ସମ୍ବନ୍ଧ ସମ୍ପର୍କରେ ଉଲ୍ଲେଖ କରିଥିଲେ ଏବଂ ବାଜପେୟୀ ସରକାରରେ ମନ୍ତ୍ରୀ ଭାବରେ ଶ୍ରୀ ଭେଙ୍କେୟା ନାଇଡୁଙ୍କୁ ଯେତେବେଳେ ଚୟନ କରା ଯାଇଥିଲା, ସେହି ସମୟରେ ଗ୍ରାମୀଣ ବିକାଶ ବିଭାଗ ନିମନ୍ତେ ତାଙ୍କର ପ୍ରାଥମିକତାକୁ ମଧ୍ୟ ମନେ ପକାଇ ଥିଲେ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ଭେଙ୍କେୟା ନାଇଡୁ ଦୁଇଟି ବିଭାଗ, ଯଥା ଗ୍ରାମୀଣ ବିକାଶ ସହିତ ନଗର ଉନ୍ନୟନ ବିଭାଗର ମଧ୍ୟ ଦାୟିତ୍ୱ ସମ୍ଭାଳି ଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଉପରାଷ୍ଟ୍ରପତିଙ୍କର ଅନ୍ୟ ଏକ ବିରଳ ସ୍ୱତନ୍ତ୍ରତା ସମ୍ପର୍କରେ ଉଲ୍ଲେଖ କରିଥିଲେ, ଯାହା ହେଉଛି ଉପରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷ ହେବା ଏବଂ ଉପରାଷ୍ଟ୍ରପତି ହେବା ସହିତ ଏହାର ପ୍ରଥମ ସଦସ୍ୟ ମଧ୍ୟ ଅଟନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାଙ୍କର ସଂସଦୀୟ ବ୍ୟାପାର ମନ୍ତ୍ରୀ ହେବା ସମୟର ଅନୁଭବ ତାଙ୍କୁ ବ୍ୟାପକ ନିୟନ୍ତ୍ରଣ ଏବଂ ସହଜରେ ସାବଲୀଳ ଭାବରେ ସାଂସଦ ପରିଚାଳନା କରିବାରେ ସାହାଯ୍ୟ କରିଥିଲା ।

ପ୍ରଧାନମନ୍ତ୍ରୀ ସଦନ, ସଦସ୍ୟ ମାନଙ୍କର ଏବଂ ସମିତି ଗୁଡିକର କ୍ଷମତା ଗୁଡିକୁ ସଶକ୍ତ କରିବା ଏବଂ ଏହାକୁ ବୃଦ୍ଧି କରିବା ନିମନ୍ତେ ଶ୍ରୀ ନାଇଡୁଙ୍କର ପ୍ରୟାସ ଗୁଡିକୁ ମଧ୍ୟ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଏହା ମହତ୍ୱପୂର୍ଣ୍ଣ ଅଟେ ଯେ, ସମସ୍ତ ସାଂସଦ ମାନଙ୍କ ଠାରୁ ତାଙ୍କର ଯେଉଁ ଆଶା ରହିଛି, ତାହାକୁ ଆମେ ସମସ୍ତେ ସର୍ବଦା ପୂରଣ କରିବା ନିମନ୍ତେ ପ୍ରୟାସ କରିବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ ଶ୍ରୀ ନାଇଡୁଙ୍କର ସମୟ ପରିଚାଳନାର ଅନୁଶାସନକୁ ପ୍ରଶଂସା କରି କହିଥିଲେ ଯେ, କିଭଳି ଭାବରେ କରୋନା ମହାମାରୀର ପ୍ରତିବନ୍ଧକ ସମୟରେ, ଉପରାଷ୍ଟ୍ରପତି ଟେଲି - ଯାତ୍ରାକରିଥିଲେ, ଏବଂ ତାହା ମାଧ୍ୟମରେ ସେହି ଲୋକ ମାନଙ୍କ ସହିତ ଫୋନ୍ ମାଧ୍ୟମରେ ଯୋଡି ହୋଇ ରହିଥିଲେ, ଯେଉଁମାନେ ତାଙ୍କର ଦୀର୍ଘ ସମୟର ସାଧାରଣ ଜୀବନ କାଳରେ ତାଙ୍କ ସମ୍ପର୍କରେ ଆସିଥିଲେ । ସେ ସେହି କଠିନ ସମୟରେ ଲୋକ ମାନଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ ଏବଂ ପ୍ରୋତ୍ସାହନ ଦେଇଥିଲେ ।  ସମାନ ଭାବରେ ସେ କରୋନା ମହାମାରୀ ସମୟରେ ସମସ୍ତ ସାଂସଦ ମାନଙ୍କ ସହିତ ସମ୍ପର୍କରେ ରହିଥିଲେ । ପ୍ରଧାନମନ୍ତ୍ରୀ ଆଉ ଏକ ଘଟଣାକୁ ମଧ୍ୟ ମନେ ପକାଇ ଥିଲେ ଯେ, କିପରି ବିହାର ଯାତ୍ରା ସମୟରେ, ଶ୍ରୀ ନାଇଡୁଙ୍କର ହେଲିକପ୍ଟରକୁ ବାଟରେ ଅଚାନକ ଅବତରଣ କରିବାକୁ ପଡିଥିଲା ଏବଂ ଜଣେ କୃଷକ ସେହି ସମୟରେ ତାଙ୍କର ସହାୟତା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶ୍ରୀ ନାଇଡୁ ଆଜି ପର୍ଯ୍ୟନ୍ତ ସେହି କୃଷକ ଏବଂ ତାଙ୍କ ପରିବାର ସହିତ ସମ୍ପର୍କ ବଜାୟ ରଖିଛନ୍ତି । ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରି କହିଥିଲେ ଯେ, ସେ ଆଗାମୀ ଦିନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେହି ସମାନ ଉତ୍ସଗୀକୃତ ମନୋଭାବ ଏବଂ ଜ୍ଞାନ ସହିତ ସାଧାରଣ ଜୀବନରେ ଲୋକ ମାନଙ୍କୁ ମାର୍ଗଦର୍ଶନ କରି ଚାଲିବେ ।

ମାତୃଭାଷା ପ୍ରତି ଶ୍ରୀ ନାଇଡୁଙ୍କର ସମ୍ମାନକୁ ସ୍ୱୀକୃତି ପ୍ରଦାନ କରି, ପ୍ରଧାନମନ୍ତ୍ରୀ ଭାଷିଣୀସମ୍ପର୍କରେ ଆଲୋଚନା କରିଥିଲେ । ଭାଷିଣୀ ହେଉଛି ଏକ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ (କୃତ୍ରିମ ବୁଦ୍ଧି) ଏବଂ ଅନ୍ୟ ଉଦୀୟମାନ ପ୍ରଯୁକ୍ତି ଶକ୍ତିରେ ପରିପୂର୍ଣ୍ଣ, ନାଗରିକ ମାନଙ୍କ ନିମନ୍ତେ ସେବା ଗୁଡିକରେ ଏବଂ ଉତ୍ପାଦ ଗୁଡିକୁ ବିକାଶିତ କରିବା ଦିଗରେ ଭାଷା ପାଇଁ ଏକ ଜାତୀୟ ସାଧାରଣ ଡିଜିଟାଲ୍ ପ୍ଲାଟଫର୍ମ (ମଂଚ) । ସେ ଦୁଇ ସଦନ ଗୁଡିକର ସଦସ୍ୟ ମାନଙ୍କୁ ସେହି ଦିଗରେ ଧ୍ୟାନ ଦେବାକୁ କହିଥିଲେ । ସେ ରାଜ୍ୟ ସଭାର ବାଚସ୍ପତି ଏବଂ ଉପସଭାପତିଙ୍କୁ ମାତୃଭାଷାରେ ତର୍କ କାରଣରୁ ସୃଷ୍ଟି ହେଉଥିବା ଭଲ ଏବଂ ନୂତନ ଶବ୍ଦ ଗୁଡିକୁ ଏକାଠି କରି ଏବଂ ଦେଶର ଭାଷା ଗୁଡିକୁ ସମୃଦ୍ଧ କରିବା ନିମନ୍ତେ ସେଗୁଡିକୁ ସେଥିରେ ଯୋଡିବା ନିମନ୍ତେ ମଧ୍ୟ କହିଥିଲେ । ସେ କହିଥିଲେ ଯେ, ଭଲ ଶବ୍ଦ ଗୁଡିକର ସଂଗ୍ରହକୁ ପ୍ରକାଶ କରିବାର ବାର୍ଷିକ ପରମ୍ପରାକୁ ଆରମ୍ଭ କରି ଆମେ ଭେଙ୍କେୟା ଜୀ ଙ୍କର ମାତୃଭାଷା ପ୍ରତି ଭଲ ପାଇବାର ପରମ୍ପରାକୁ ଆଗକୁ ବଢ଼ାଇବା ।

****

SSP



 

 

 



(Release ID: 1850234) Visitor Counter : 130