ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ରାଜ୍ୟ ସଭାରେ ଉପରାଷ୍ଟ୍ରପତି ଶ୍ରୀ ଏମ୍‌. ଭେଙ୍କେୟା ନାଇଡୁଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି


"ଯେତେବେଳେ ଆମେ ଚଳିତ ବର୍ଷ ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରିବା, ଏହା ସେହି ସ୍ୱାଧୀନତା ଦିବସ ହେବ, ଯେଉଁଥିରେ ଦେଶର ସ୍ୱାଧୀନତା ପରେ ଜନ୍ମ ହୋଇଥିବା ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ବାଚସ୍ପତି ଏବଂ ପ୍ରଧାନମନ୍ତ୍ରୀ ଏହାକୁ ପାଳନ କରିବେ । ଏବଂ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଅତି ସାଧାରଣ ପୃଷ୍ଠଭୂମିରୁ ଆସିଛନ୍ତି’

"ଆମର ଉପ ରାଷ୍ଟ୍ରପତି ଭାବରେ, ଆପଣ ଯୁବ କଲ୍ୟାଣ ନିମନ୍ତେ ଅନେକ ଗୁଡ଼ିଏ ସମୟ ଉତ୍ସର୍ଗ କରିଛନ୍ତି’

"ଆପଣଙ୍କର ପ୍ରତ୍ୟେକଟି ଶବ୍ଦ ଶୁଣା ଯାଇଛି, ପସନ୍ଦ କରା ଯାଇଛି, ତାହାକୁ ସମ୍ମାନ ପ୍ରଦର୍ଶନ କରା ଯାଇଛି... ଏବଂ କେତେବେଳେ ମଧ୍ୟ ଏହାର ପ୍ରତିବାଦ କରା ଯାଇ ନାହିଁ’”

"ଶ୍ରୀ ଏମ୍ ଭେଙ୍କେୟା ନାଇଡୁ ଜୀ ଙ୍କର ଗୋଟିଏ ବାକ୍ୟ ମଧ୍ୟ ଜ୍ଞାନଗର୍ଭକ ବାକ୍ୟ ହୋଇଥାଏ’

"ଦେଶ ପ୍ରତି ଯଦି ଆମର ଆନ୍ତରିକ ଭାବନା ରହିଥାଏ, ବିଚାର ଗୁଡିକୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପିତ କରିବାର କଳା ଜଣାଥାଏ, ଭାଷାଗତ ବିବିଧତା କ୍ଷେତ୍ରରେ ଆସ୍ଥା ରହିଥାଏ, ତା’ହେଲେ ଭାଷା ଏବଂ ଅଂଚଳ କେତେବେଳେ ବି ଆମ ନିମନ୍ତେ ପ୍ରତିବନ୍ଧକ ରୂପେ ଉଭା ହୋଇ ନଥାଏ ଏବଂ ଆପଣ ଏହାକୁ ପ୍ରମାଣିତ କରି ଦେଇଛନ୍ତି ।’

" ଭେଙ୍କେୟା ଜୀ ଙ୍କ ସମ୍ପର୍କରେ ଏକ ପ୍ରଶଂସାଯୋଗ୍ୟ କଥା ହେଉଛି ଭାରତୀୟ ଭାଷା ଗୁଡିକ ପ୍ରତି ତାଙ୍କର ଆନ୍ତରିକତା ପ୍ରଦର୍ଶନ’

"ଆପଣ ଏମିତି ଅନେକ ଗୁଡ଼ିଏ ନ

Posted On: 08 AUG 2022 1:08PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟ ସଭାରେ ଉପରାଷ୍ଟ୍ରପତି ଶ୍ରୀ ଏମ୍‌. ଭେଙ୍କେୟା ନାଇଡୁଙ୍କର ବିଦାୟକାଳୀନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ଉପ - ରାଷ୍ଟ୍ରପତି, ଯିଏ କି ଉଚ୍ଚ ସଦନର ମଧ୍ୟ ଅଧ୍ୟକ୍ଷ ଅଟନ୍ତି, ତାଙ୍କୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଏମିତି ଅନେକ କ୍ଷଣକୁ ମନେ ପକାଇ ଥିଲେ, ଯାହା ଶ୍ରୀ ନାଇଡୁଙ୍କର ବୁଦ୍ଧିମତା ଏବଂ ବିଜ୍ଞତା ଦ୍ୱାରା ଚିହ୍ନିତ ଥିଲା ।  ନୂତନ ଭାରତରେ ନେତୃତ୍ୱ ରଙ୍ଗରେ ପରିବର୍ତନକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, "ଯେତେବେଳେ ଆମେ ଚଳିତ ବର୍ଷ ୧୫ ଅଗଷ୍ଟ ପାଳନ କରିବା, ଏହା ସେହି ସ୍ୱାଧୀନତା ଦିବସ ହେବ, ଯେଉଁଥିରେ ସ୍ୱାଧୀନତା ପରେ ଜନ୍ମ ହୋଇଥିବା ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ବାଚସ୍ପତି ଏବଂ ପ୍ରଧାନମନ୍ତ୍ରୀ ସାମିଲ ହେବେ । ଆଉ ତାହା ମଧ୍ୟ ଏହି ଦୃଷ୍ଟିରୁ ବିଶେଷ ଯେ ସେମାନେ ପ୍ରତ୍ୟେକ ଅତି ସାଧାରଣ ପୃଷ୍ଠଭୂମିରୁ ଆସିଛନ୍ତି ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଏହାର ଏକ ମହାନ ପ୍ରତୀକାତ୍ମକ ମୂଲ୍ୟ ରହିଛି ଏବଂ ଏହା ଏକ ନୂତନ ଯୁଗର ଝଲକ ଅଟେ ।

ପ୍ରଧାନମନ୍ତ୍ରୀ ସାଧାରଣ ଜୀବନରେ ସେ ନିର୍ବାହ କରିଥିବା ସମସ୍ତ ଭୂମିକା ଗୁଡିକରେ ଦେଶର ଯୁବକ ମାନଙ୍କୁ ଉପରାଷ୍ଟ୍ରପତି ଭାବେ ତାଙ୍କର ନିରନ୍ତର ପ୍ରୋତ୍ସାହନ ପ୍ରଦାନକୁ ମନେ ପକାଇ ଥିଲେ । ସେ ସର୍ବଦା ଯୁବ ସଦସ୍ୟ ମାନଙ୍କୁ ସଦନରେ ମଧ୍ୟ ପଦୋନ୍ନତି ପ୍ରଦାନ କରିଥିଲେ । "ଆମର ଉପ ରାଷ୍ଟ୍ରପତି ରୂପରେ, ଆପଣ ଯୁବ କଲ୍ୟାଣ ନିମନ୍ତେ ଅନେକ ସମୟ ଉତ୍ସର୍ଗ କରିଛନ୍ତି । ଆପଣଙ୍କର ଅନେକ କାର୍ଯ୍ୟକ୍ରମ ଯୁବା ଶକ୍ତି ଉପରେ କେନ୍ଦ୍ରିତ ଥିଲାବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉପରାଷ୍ଟ୍ରପତିଙ୍କର ଭାଷଣ ଗୁଡିକରୁ ୨୫ ପ୍ରତିଶତ, ସଦନ ବାହାରେ, ଭାରତର ଯୁବକ ମାନଙ୍କ ମଧ୍ୟରେ ଥିଲା ।

ପ୍ରଧାନମନ୍ତ୍ରୀ ବିଭିନ୍ନ ପଦ ଗୁଡିକରେ ଶ୍ରୀ ଏମ୍‌. ଭେଙ୍କେୟା ନାଇଡୁଙ୍କ ସହିତ ନିଜର ଘନିଷ୍ଠ ସମ୍ବନ୍ଧ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ ପାର୍ଟି କାର୍ଯ୍ୟକର୍ତାଙ୍କ ରୂପରେ ଉପରାଷ୍ଟ୍ରପତିଙ୍କର ବୈଚାରିକ ପ୍ରତିବଦ୍ଧତା, ବିଧାୟକ ରୂପରେ କାର୍ଯ୍ୟ, ସାଂସଦ ରୂପରେ କାର୍ଯ୍ୟର ସ୍ତର, ବିଜେପି ଅଧ୍ୟକ୍ଷ ରୂପରେ ସାଂଗଠନିକ କୌଶଳ, ମନ୍ତ୍ରୀ ଭାବରେ ତାଙ୍କର କଠିନ ପରିଶ୍ରମ ଏବଂ କୂଟନୀତି ଏବଂ ଉପ ରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଭାବରେ ତାଙ୍କର ଉତ୍ସର୍ଗୀକୃତ ମନୋଭାବ ତଥା ଗରିମାର ଭୂୟସୀ ପ୍ରଶଂସା କରିଥିଲେ । "ମୁଁ ବର୍ଷ ବର୍ଷ ଧରି ଶ୍ରୀ ଏମ୍‌. ଭେଙ୍କେୟା ନାଇଡୁ ଜୀ ଙ୍କ ସହିତ ଏକାଠି ହୋଇ କାମ କରିଛି । ମୁଁ ତାଙ୍କୁ ଭିନ୍ନ ଭିନ୍ନ ଦାୟିତ୍ୱ ଗୁଡିକୁ ନିର୍ବାହ କରିବାର ମଧ୍ୟ ଦେଖିଛି ଏବଂ ସେ ପ୍ରତ୍ୟେକ କାର୍ଯ୍ୟକୁ ବହୁତ ନିଷ୍ଠାର ସହିତ ନିର୍ବାହ କରିଛନ୍ତିବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାଧାରଣ ଜୀବନରେ ଲୋକମାନେ ଶ୍ରୀ ଏମ୍‌. ଭେଙ୍କେୟା ନାଇଡୁଙ୍କ ଠାରୁ ବହୁତ କିଛି ଶିଖି ପାରିବେ ।

ପ୍ରଧାନମନ୍ତ୍ରୀ ଉପରାଷ୍ଟ୍ରପତିଙ୍କର ବୁଦ୍ଧିମତା ଏବଂ ଶବ୍ଦର ଶକ୍ତି ଉପରେ ମଧ୍ୟ ଆଲୋକପାତ କରିଥିଲେ । ସେ କହିଥିଲେ, "ଆପଣଙ୍କର ସମସ୍ତ ଶବ୍ଦ ଶୁଣା ଯାଇଛି, ପସନ୍ଦ କରା ଯାଇଛି, ସେସବୁକୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରା ଯାଇଛି ଏବଂ ସେସବୁର କେବେ ବି ପ୍ରତିବାଦ କରା ଯାଇ ନାହିଁ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, "ଶ୍ରୀ ଏମ୍ ଭେଙ୍କେୟା ନାଇଡୁ ଜୀ ଙ୍କର ଗୋଟିକିଆ ବାକ୍ୟ ପ୍ରଖ୍ୟାତ । ସେଗୁଡ଼ିକ ମଧ୍ୟ ଜ୍ଞାନଗର୍ଭକ ବାକ୍ୟ ହୋଇଥାଏ । ଭାଷା ଗୁଡିକ ଉପରେ ତାଙ୍କର ଦଖଲ ସର୍ବଦା ଉଚ୍ଚତର ରହି ଆସିଛିବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଉଭୟ ସଦନରେ ଏବଂ ସଦନ ବାହାରେ, ଉପରାଷ୍ଟ୍ରପତିଙ୍କର ବ୍ୟାପକ ଅଭିବ୍ୟକ୍ତି କୌଶଳ ଅଭୂତପୂର୍ବ ପ୍ରଭାବ ପକାଇଛି । ସେ କହିଥିଲେ ଯେ, "ଶ୍ରୀ ଏମ୍ ଭେଙ୍କେୟା ନାଇଡୁ ଜୀ ଯାହା ସବୁ କହିଛନ୍ତି, ସେଥିରେ ଉଭୟ ଗଭୀରତା ଏବଂ ସାରତତ୍ୱ ଭରି ରହିଛି, ଏହା ଯେତିକି ସିଧା ସଳଖ ସେତିକି ଅତୁଳନୀୟ, ଆପଣ ଯାହା କିଛି ବି କହିଥାନ୍ତି, ସେଥିରେ ବୁଦ୍ଧିମତା ଏବଂ ଓଜନ ରହିଥାଏ, ବିଜ୍ଞତା ତଥା ଜ୍ଞାନ ଭରି ରହିଥାଏ ।

ଦକ୍ଷିଣ ଭାରତରେ ଶ୍ରୀ ଭେଙ୍କେୟା ନାଇଡୁର ରାଜନୈତିକ ଜୀବନର ବିନମ୍ର ଆରମ୍ଭ, ଯେଉଁଠାରେ ତାଙ୍କର ପସନ୍ଦଯୋଗ୍ୟ ବିଚାରଧାରାର ତତ୍କାଳିକ କିଛି ସମ୍ଭାବନା ରହି ନ ଥିଲା, ସେ ସମ୍ପର୍କରେ ଉଲ୍ଲେଖ କରି, ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉପରାଷ୍ଟ୍ରପତିଙ୍କର ରାଜନୈତିକ କାର୍ଯ୍ୟକର୍ତା ମାନଙ୍କ ଠାରୁ ସେମାନଙ୍କ ପାର୍ଟିର ଅଧ୍ୟକ୍ଷ ହେବା ପର୍ଯ୍ୟନ୍ତ ଯାତ୍ରା ତାଙ୍କର ଅପ୍ରତିହତ ଭାବରେ ଆଦର୍ଶବାଦ ପ୍ରତି ଅଟଳ ରହିବା ସହିତ ଧୀର ପାଣି ପଥର କାଟିବା ପରି କାର୍ଯ୍ୟଧାରାର ପ୍ରତିଫଳନ ଅଟେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, "ଯଦି ଦେଶ ପ୍ରତି ଆମର ଆନ୍ତରିକ ମମତା ରହିଛି, ଆମର ବିଚାରକୁ ସର୍ବ ସମ୍ମୁଖରେ ଉପସ୍ଥାପିତ କରିବାର କଳା ଆମ ନିକଟରେ ରହିଛି, ଭାଷାର ବିବିଧତାରେ ବିଶ୍ୱାସ ରହିଛି, ତେବେ କୌଣସି ଭାଷା ଏବଂ ଅଂଚଳ ଆମ ନିମନ୍ତେ କେବେ ବି ପ୍ରତିବନ୍ଧକ ହୋଇ ନଥାଏ ଏବଂ ଆପଣ ଏହାକୁ ପ୍ରମାଶ କରି ଦେଖାଇଛନ୍ତି ।ପ୍ରଧାନମନ୍ତ୍ରୀ ଉପରାଷ୍ଟ୍ରପତିଙ୍କର ମାତୃଭାଷା ପ୍ରତି ପ୍ରେମକୁ ମଧ୍ୟ ସ୍ପର୍ଶ କରିଥିଲେ । ସେ କହିଥିଲେ ଯେ, " ଭେଙ୍କେୟା ଜୀ ଙ୍କ ସମ୍ପର୍କରେ ଏକ ପ୍ରଶସଂନୀୟ କଥା ହେଉଛି ଭାଷା ପ୍ରତି ତାଙ୍କର ଆଗ୍ରହ । ଏହା ସେହି କଥାରୁ ପରିଲକ୍ଷିତ ହୋଇଛି ଯେ, ସେ ସଦନର ଅଧ୍ୟକ୍ଷତା କିଭଳି କରିଥିଲେ । ସେ ରାଜ୍ୟସଭାର ଉତ୍ପାଦକତାକୁ ଅନେକ ଉଚ୍ଚତାକୁ ନେଇଛନ୍ତି ।  ଉପରାଷ୍ଟ୍ରପତିଙ୍କ ନେତୃତ୍ୱରେ ଏହି ବର୍ଷ ଗୁଡିକରେ, ସଦନର ଉତ୍ପାଦକତା କ୍ଷେତ୍ରରେ ୭୦ ପ୍ରତିଶତ ବୃଦ୍ଧି ହୋଇଛି, ସଦସ୍ୟ ମାନଙ୍କର ଉପସ୍ଥିତିରେ ମଧ୍ୟ ବୃଦ୍ଧି ଘଟିଛି, ଏବଂ ରେକର୍ଡ ସଂଖ୍ୟକ ୧୭୭ଟି ବିଲ୍ ପାରିତ ହୋଇଛି ଏବଂ ସେସବୁ ଉପରେ ଚର୍ଚ୍ଚା କରା ଯାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, "ଆପଣ ଏତେ ପରିମାଣରେ ନିଷ୍ପତି ନେଇଛନ୍ତି ଯେ, ସେସବୁ ଉଚ୍ଚ ସଦନର ଊର୍ଦ୍ଧ୍ୱଗାମୀ ଯାତ୍ରା ନିମନ୍ତେ ସ୍ମରଣ ରଖାଯିବ ।

ପ୍ରଧାନମନ୍ତ୍ରୀ ଉପରାଷ୍ଟ୍ରପତିଙ୍କ ଦ୍ୱାରା ସଦନରେ ଚତୁର, ବୁଦ୍ଧିମାନ ଏବଂ ଦୃଢ଼ ଆଚରଣର ପ୍ରଶଂସା କରିଥିଲେ ଏବଂ ଏକ ନିର୍ଦ୍ଦିଷ୍ଟ ସୀମା ବାହାରେ ସଦନରେ ବ୍ୟାଘାତ ସୃଷ୍ଟି  କରାଯିବା ସଦନର ଅବମାନନା ହୋଇଥାଏ ବୋଲି ସେ ବହନ କରିଥିବା ଦୃଢ଼ ବିଶ୍ୱାସର ପ୍ରଶଂସା କରିଥିଲେ । "ମୁଁ ଆପଣଙ୍କ ମାନକ ଗୁଡିକରେ ଲୋକତନ୍ତ୍ରର ପରିପକ୍ୱତା ଦେଖୁଛିବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ମଧ୍ୟ ସେହି ସବୁ ସମାୟୋଜନ, ଭାବ ବିନିମୟ ଏବଂ ସଂଯୋଜନା ରକ୍ଷାର ପ୍ରଶଂସା କରିଥିଲେ ଯାହା ବଳରେ ଉପରାଷ୍ଟ୍ରପତି କଠିନ କ୍ଷଣ ଗୁଡିକରେ ମଧ୍ୟ ଗୃହକୁ ଚାଲୁ ରଖିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ଭେଙ୍କେୟା ନାଇଢୁଙ୍କର ବିଚାରଧାରାର ପ୍ରଶଂସା କରିଥିଲେ, ଯାହା ଥିଲା ସରକାରଙ୍କୁ ପ୍ରସ୍ତାବ ରଖିବାକୁ ସୁଯୋଗ ଦେବା, ବିପକ୍ଷଙ୍କୁ ବିରୋଧ କରିବାକୁ ସୁଯୋଗ ଦେବା ଏବଂ ସଦନକୁ କାର୍ଯ୍ୟ ନିଷ୍ପାଦନ କରିବାକୁ ଦେବା ।ସେ କହିଥିଲେ ଯେ ଏହି ସଦନକୁ ଅନ୍ୟ ସଦନର ପ୍ରସ୍ତାବ ଗୁଡିକୁ ସ୍ୱୀକାର କରିବା, ଅସ୍ୱୀକାର କରିବା ଏବଂ ସଂଶୋଧନ କରିବାର ଅଧିକାର ରହିଛି, କିନ୍ତୁ ଆମର ଲୋକତନ୍ତ୍ର ଅନ୍ୟ ସଦନରୁ ପ୍ରାପ୍ତ ପ୍ରସ୍ତାବ ଗୁଡିକୁ ଅଟକାଇବା ପାଇଁ ପରିକଳ୍ପନା କରି ନ ଥାଏ ।

ପ୍ରଧାନମନ୍ତ୍ରୀ ସଦନ ଏବଂ ଦେଶ ନିମନ୍ତେ ତାଙ୍କର ମାର୍ଗଦର୍ଶନ ତଥା  ଏସବୁ ନିମନ୍ତେ ତାଙ୍କର ମହାର୍ଘ ଅବଦାନ ନିମନ୍ତେ ଉପରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇ ଥିଲେ ।

***



(Release ID: 1850113) Visitor Counter : 215