ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉପରାଷ୍ଟ୍ରପତି ନିର୍ବାଚିତ ଶ୍ରୀ ଜଗଦୀପ ଧନଖଡଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
Posted On:
06 AUG 2022 10:03PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ଜଗଦୀପ ଧନଖଡଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବିଭିନ୍ନ ଦଳରୁ ଅପୂର୍ବ ସମର୍ଥନ ପାଇଁ ଭାରତର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ଜଗଦୀପ ଧନଖଡଙ୍କୁ ଶୁଭେଚ୍ଛା । ସେ ଜଣେ ନିଆରା ଉପରାଷ୍ଟ୍ରପତି ହେବେ ବୋଲି ମୁଁ ନିଶ୍ଚିତ । ତାଙ୍କ ବୁଦ୍ଧି ଓ ଜ୍ଞାନ ଭାରତକୁ ଲାଭାନ୍ୱିତ କରିବ । @jdhankhar1”
“ଶ୍ରୀ ଜଗଦୀପ ଧନକରଙ୍କୁ ଭୋଟ ଦେଇଥିବା ସମସ୍ତ ସାଂସଦଙ୍କୁ ଧନ୍ୟବାଦ ଜଣାଉଛି । ଭାରତ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ଅବସରରେ ଉତ୍କୃଷ୍ଟ ଆଇନଗତ ଜ୍ଞାନ ଓ ବୁଦ୍ଧିମତା ସମ୍ପନ୍ନ ଜଣେ ଚାଷୀ ପୁଅ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଥିବାରୁ ଆମେ ଗର୍ବିତ । @jdhankhar1”
SR
(Release ID: 1849374)
Visitor Counter : 156
Read this release in:
English
,
Urdu
,
Hindi
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam