ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୁରୁଷ ୩୦୦ ମିଟର ଷ୍ଟିପଲଚେଜ ପ୍ରତିଯୋଗିତାର ରୌପ୍ୟ ପଦକ ବିଜେତା ଅବିନାଶ ସାବଲେଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 06 AUG 2022 6:20PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ପୁରୁଷ ୩୦୦ ମିଟର ଷ୍ଟିପଲଚେଜ ପ୍ରତିଯୋଗିତାର ରୌପ୍ୟ ପଦକ ବିଜେତା ଅବିନାଶ ସାବଲେଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ସାବଲେଙ୍କ ସହ କିଛିଦିନ ପୂର୍ବେ ହୋଇଥିବା ବାର୍ତ୍ତାଳାପ ଶେୟାର କରିଛନ୍ତି । ଏଥିରେ ଭାରତୀୟ ସେନା ସହ ଅବିନାଶ ସାବଲେଙ୍କ ସମ୍ପର୍କକୁ ନେଇ ଆଲୋଚନା ହୋଇଥିଲା ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଅବିନାଶ ସାବଲେ ଜଣେ ଅନନ୍ୟ ଯୁବ ପ୍ରତିଭା । ପୁରୁଷ ୩୦୦ ମିଟର ଷ୍ଟିପଲଚେଜ ପ୍ରତିଯୋଗିତାର ରୌପ୍ୟ ପଦକ ଜିତିଥିବାରୁ ବେଶ ଖୁସି । ନିକଟରେ ଆମ ଭିତରେ ହୋଇଥିବା ବାର୍ତ୍ତାଳାପ ଶେୟାର କରୁଛି, ଯେଉଁଥିରେ ଭାରତୀୟ ସେନା ସହ ତାଙ୍କ ସମ୍ପର୍କ ଓ କିପରି ସେ ବହୁ ବାଧାବିଘ୍ନ ଅତିକ୍ରମ କରିଛନ୍ତି ତାହା କହିଛନ୍ତି । ତାଙ୍କ ଜୀବନଯାତ୍ରା ଖୁବ ପ୍ରେରଣାଦାୟୀ ।

SR


(रिलीज़ आईडी: 1849247) आगंतुक पटल : 202
इस विज्ञप्ति को इन भाषाओं में पढ़ें: Telugu , English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Kannada , Malayalam