ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ପୁରୁଷ ଲଙ୍ଗ ଜମ୍ପରେ ରୌପ୍ୟ ପଦକ ବିଜେତା ଏମ. ଶ୍ରୀଶଙ୍କରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 05 AUG 2022 9:40AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ, ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ପୁରୁଷ ଲଙ୍ଗଜମ୍ପରେ ରୌପ୍ୟ ପଦକ ବିଜେତା ଏମ. ଶ୍ରୀଶଙ୍କରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ରାଜ୍ୟଗୋଷ୍ଠୀ କ୍ରୀଡାରେ ଏମ. ଶ୍ରୀଶଙ୍କରଙ୍କ ରୌପ୍ୟ ପଦକ ବେଶ ସ୍ୱତନ୍ତ୍ର । ରାଜ୍ୟଗୋଷ୍ଠୀ କ୍ରୀଡାରେ ବହୁ ଦଶନ୍ଧି ପରେ ପୁରୁଷ ଲଙ୍ଗଜମ୍ପରେ ଭାରତ ପଦକ ଜିତିଛି । ତାଙ୍କ ପ୍ରଦର୍ଶନ ଆଗାମୀ ଦିନରେ ଭାରତୀୟ ଦୌଡକୁଦକୁ ପ୍ରୋତ୍ସାହନ ଦେବ । ତାଙ୍କୁ ଅଭିନନ୍ଦନ । ତାଙ୍କ ସାଫଲ୍ୟଧାରା ଅବ୍ୟାହତ ରହୁ ବୋଲି କାମନା କରୁଛି ।”

 

SR



(Release ID: 1848704) Visitor Counter : 107