ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
ବ୍ରାଜିଲର ବିଏମ୍-ସିଏଲ୍-୧୧ ପ୍ରକଳ୍ପରେ ଅତିରିକ୍ତ ପୁଞ୍ଜିନିବେଶ ପାଇଁ ଭାରତ ପେଟ୍ରୋ ରିସୋର୍ସେସ ଲିମିଟେଡକୁ ସରକାରଙ୍କ ଅନୁମତି
ଏ ସଂକ୍ରାନ୍ତ ପ୍ରସ୍ତାବ କେନ୍ଦ୍ର କ୍ୟାବିନଟେରେ ଅନୁମୋଦିତ; ଭାରତ ପେଟ୍ରୋ ରିସୋର୍ସେସ୍ ଲିମିଟେଡ ଭାରତ ପେଟ୍ରୋଲିୟମ କର୍ପୋରସନର ଏକ ଅଧିକୃତ ସଂସ୍ଥା
Posted On:
27 JUL 2022 5:17PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ ଅର୍ଥନୀତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବ୍ରାଜିଲର ବିଏମ୍-ସିଲ୍-୧୧ ପ୍ରକଳ୍ପରେ ଅତିରିକ୍ତ ପୁଞ୍ଜି ନିବେଶ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି । ଏହାଫଳରେ ଏହି ପ୍ରକଳ୍ପରେ ଭାରତୀୟ କମ୍ପାନୀ ଭାରତ ପେଟ୍ରୋ ରିସୋର୍ସେସ ଲିମିଟେଡ ଏହି ପ୍ରକଳ୍ପରେ ଅଧିକ ପୁଞ୍ଜିନିବେଶ କରିବାର ଅନୁମତି ପାଇଛି । ଏହି କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରସନ ଲିମିଟେଡର ଏକ ଅଧିସ୍ୱୀକୃତ ସହଯୋଗୀ ସଂସ୍ଥା ।
କ୍ୟାବିନେଟର ଅନୁମୋଦନ ଫଳରେ ଭାରତ ପେଟ୍ରୋ ରିସୋର୍ସେସ ଲିମିଟେଡ ବ୍ରାଜିଲର ବିଏମ୍-ସିଲ-୧୧ ପ୍ରକଳ୍ପରେ ଅତିରିକ୍ତ ୧୫ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ । ଏହାଫଳରେ ଏହି ପ୍ରକଳ୍ପରେ ଭାରତ ପେଟ୍ରୋ ରିସୋର୍ସେସର ଅଂଶଧନ ପରିମାଣ ୨୦ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇବ ।
ବ୍ରାଜିଲ ପଟ୍ରୋଲିୟମ ଲିମିଟେଡ ଦ୍ୱାରା ପରିଚାଳିତ ବିଏମ୍-ସିଲ୍-୧୧ ପ୍ରକଳ୍ପରେ ଏବେ ଭାରତ ପେଟ୍ରୋ ରିସୋର୍ସେସ (ବିପିଆରଏଲ) ସଂସ୍ଥାର ଅଂଶ ଧନ ମାତ୍ର ୫୦୦୦ କୋଟି ଟଙ୍କା ରହିଛି । ଏହାର ବିକାଶ ପାଇଁ ବିପିଆର୍ଏଲ୍ ଆଉ ୧୫୦୦କୋଟି ଟଙ୍କା ନିବେଶ କରିବ । ଏହି ପ୍ରକଳ୍ପରୁ ୨୦୨୬-୨୭ ସୁଦ୍ଧା ଉତ୍ପାଦନ ଆରମ୍ଭ ହେବାର ଆଶା କରାଯାଉଛି ।
ଏହାଫଳରେ ଭାରତ ସେହି ପ୍ରକଳ୍ପରୁ ଯେଉଁ ତୈଳ ପାଇବ ତାହା ଦେଶର ଇନ୍ଧନ ଆବଶ୍ୟକତା ପୂରଣରେ ସହାୟକ ହେବ । ଭାରତ ବ୍ରାଜିଲରୁ ଅଧିକ ଅଶୋଧିତ ତୈଳ ମଧ୍ୟ ଶସ୍ତାରେ ପାଇବ । ୨୦୦୮ରୁ ଭାରତ ବ୍ରାଜିଲ ସହିତ ମିଶି ତୈଳ ଉତ୍ତୋଳନ କ୍ଷେତ୍ରରେ କାମ କରୁଛି । ଏହା ଫଳରେ ଦୁଇ ଦେଶ ମଧ୍ୟରେ ତୈଳ ଉତ୍ତୋଳନ କ୍ଷେତ୍ରରେ ସହଯୋଗ ବଢିଛି ।
****
TKM/SLP
(Release ID: 1845641)
Visitor Counter : 166
Read this release in:
Bengali
,
English
,
Urdu
,
Hindi
,
Marathi
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam