ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୧୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ କାର୍ଯ୍ୟର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ


“କାଶୀ ଆଜି ଐତିହ୍ୟ ସହିତ ବିକାଶର ଚିତ୍ର ଉପସ୍ଥାପନ କରିଛି”

“ମୋର କାଶୀ ସବକା ସାଥ, ସବକା ବିକାଶ, ସାବକା ବିଶ୍ୱାସ, ସବକା ପ୍ରୟାସର ଏକ ଉତ୍ତମ ଉଦାହରଣ”

“କାଶୀ ନାଗରିକମାନେ ସମଗ୍ର ଦେଶକୁ ଏକ ବାର୍ତ୍ତା ଦେଇଛନ୍ତି ଯେ ସର୍ଟ-କଟ୍ ଦେଶ ପାଇଁ ଲାଭଦାୟକ ହୋଇପାରିବ ନାହିଁ”

“ସରକାର ଗରିବ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସର୍ବଦା ଚେଷ୍ଟା କରିଛନ୍ତି, ସେମାନଙ୍କ ଖୁସି ଏବଂ ଦୁଃଖରେ ସେମାନଙ୍କୁ ସମର୍ଥନ କରିବାକୁ ଚେଷ୍ଟା କରିଛନ୍ତି”

“ବିକାଶ କେବଳ ଦେଖାଇବା ନୁହେଁ । ଆମ ପାଇଁ ବିକାଶ ଅର୍ଥ ହେଉଛି ଗରିବ, ନିଷ୍ପେସିତ, ବଞ୍ଚିତ, ପଛୁଆ, ଆଦିବାସୀ, ମା’ ଏବଂ ଭଉଣୀଙ୍କ ସଶକ୍ତିକରଣ”

Posted On: 07 JUL 2022 5:23PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀର ସିଗ୍ରା ସ୍ଥିତ ଡକ୍ଟର ସମ୍ପୂର୍ଣ୍ଣାନନ୍ଦ ସ୍ପୋର୍ଟସ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମରେ ୧୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଉଦଘାଟନ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି   ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ୍ ପଟେଲ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ

ପ୍ରାରମ୍ଭରେ, ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ ଏବଂ କାଶୀବାସୀଙ୍କୁ ସମ୍ପ୍ରତି ର୍ନିବାଚନରେ ଦେଇଥିବା ବିପୁଳ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କାଶୀ ସର୍ବଦା ଜୀବନ୍ତ ଏବଂ ନିରନ୍ତର ଭାବେ ପ୍ରବାହିତ ହେଉଛି ବର୍ତ୍ତମାନ କାଶୀ ସମଗ୍ର ଦେଶକୁ ଚିତ୍ର ଦେଖାଇଛି ଯାହାର ବିକାଶ ସହିତ ଐତିହ୍ୟ ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ହଜାର ହଜାର କୋଟି ଟଙ୍କାର ଯୋଜନା ଏବଂ ପ୍ରକଳ୍ପ ସମାପ୍ତ ହୋଇଛି ଏବଂ ଅନେକ କାର୍ଯ୍ୟ ଚାଲିଛି ସେ କହିଛନ୍ତି କାଶୀର ଆତ୍ମା ଆଭ୍ୟନ୍ତରୀଣ, କିନ୍ତୁ କାଶୀରେ ନିରନ୍ତର ବିକାଶ ଚାଲିଛି ସେ ଉଲ୍ଲେଖ କରିଛନ୍ତି ଯେ ବିକାଶ କାଶୀକୁ ଅଧିକ ମୋବାଇଲ୍‌, ପ୍ରଗତିଶୀଳ ଏବଂ ସମ୍ବେଦନଶୀଳ କରୁଛି ସେ କହିଛନ୍ତି, ମୋର କାଶୀ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସର ଏକ ଉତ୍ତମ ଉଦାହରଣ ଅଟେ

କାଶୀରୁ ସାଂସଦ ଥିବା ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି, କାଶୀର ସଚେତନ ନାଗରିକମାନେ ଦେଶକୁ ଦିଗଦର୍ଶନ ଦେବା ପାଇଁ ଯେଉଁ କାର୍ଯ୍ୟ କରିଛନ୍ତି, ତାହା ଦେଖି ମୁଁ ଖୁସି କାଶୀର ନାଗରିକମାନେ ସମଗ୍ର ଦେଶକୁ ଏକ ବାର୍ତ୍ତା ଦେଇଛନ୍ତି ଯେ ସର୍ଟ-କଟ୍ ଦେଶ ପାଇଁ ଲାଭଦାୟକ ହୋଇପାରିବ ନାହିଁ ଅସ୍ଥାୟୀ ଏବଂ ସ୍ୱଳ୍ପ ଓଂ ସଟ୍‍-କଟ ସମାଧାନ ଅପେକ୍ଷା ଦୀର୍ଘସ୍ଥାୟୀ ସମାଧାନ ଏବଂ ପ୍ରକଳ୍ପଗୁଡ଼ିକୁ ପସନ୍ଦ କରିଥିବାରୁ ସେ ସ୍ଥାନୀୟ ଲୋକଙ୍କୁ ପ୍ରଶଂସା କରିଥିଲେ ଭିତ୍ତିଭୂମି ତଥା ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି ସହରକୁ ପର୍ଯ୍ୟଟନ ଆଣିଛି ଏବଂ ବ୍ୟବସାୟ ତଥା ଜୀବନଯାପନ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି ବୋଲି ସେ କହିଛନ୍ତି

ଆଗାମୀ ଶ୍ରାବଣ ମାସ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ତଥା ବିଶ୍ୱର ବାବା ବିଶ୍ୱନାଥଙ୍କ ଭକ୍ତମାନେ ବହୁ ସଂଖ୍ୟାରେ କାଶୀକୁ ଆସିବାକୁ ଯାଉଛନ୍ତି ବିଶ୍ୱନାଥ ଧାମ ପ୍ରକଳ୍ପ ଶେଷ ହେବା ପରେ ଏହା ପ୍ରଥମ ଶ୍ରାବଣ ପର୍ବ ହେବ ବୋଲି ସେ ମନ୍ତବ୍ୟ ଦେଇଛନ୍ତି ସେ କହିଛନ୍ତି ଯେ ବିଗତ ମାସରେ ଲୋକମାନେ ବିଶ୍ୱନାଥ ଧାମଙ୍କ ବିଷୟରେ କେତେ ଉତ୍ସାହ ଦେଖାଇଛନ୍ତି ଭକ୍ତଙ୍କ ଅଭିଜ୍ଞତାକୁ ଯଥାସମ୍ଭବ ସହଜ କରିବା ପାଇଁ ସରକାର ଏକ ଲକ୍ଷ୍ୟ ନେଇ ଆଗକୁ ବଢୁଛନ୍ତି ବୋଲି ସେ କହିଛନ୍ତି ବିଶ୍ୱାସର ବିଭିନ୍ନ ଯାତ୍ରାକୁ ସହଜ ଏବଂ ସୁବିଧାଜନକ କରାଯାଉଛି

ଆମ ପାଇଁ ବିକାଶ କେବଳ ଦେଖାଇବା ନୁହେଁ ଆମ ପାଇଁ ବିକାଶ ଅର୍ଥ ହେଉଛି ଗରିବ, ନିଷ୍ପେସିତ, ବଞ୍ଚିତ, ପଛୁଆ, ଆଦିବାସୀ, ମାଏବଂ ଭଉଣୀଙ୍କ ସଶକ୍ତିକରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଯେ ପ୍ରତ୍ୟେକ ପରିବାରକୁ ପକ୍କା ଘର ଏବଂ ପାଇପ୍ ଜଳ ଯୋଗାଇବାରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ସରକାର ସର୍ବଦା ଗରିବ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଛନ୍ତି, ସେମାନଙ୍କ ଖୁସି ଏବଂ ଦୁଃଖରେ ସେମାନଙ୍କୁ ସମର୍ଥନ କରିବାକୁ ଚେଷ୍ଟା କରିଛନ୍ତି ମାଗଣା କରୋନା ଟିକା ଠାରୁ ଆରମ୍ଭ କରି ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଇବା ପର୍ଯ୍ୟନ୍ତ ସରକାର ଲୋକଙ୍କ ସେବା କରିବାରେ କୌଣସି ସୁଯୋଗ ଛାଡି ନାହାଁନ୍ତି ଡିଜିଟାଲ୍ ଇଣ୍ଡିଅ , ଆୟୁଷ୍ମାନ ଭାରତ, ଚିକିତ୍ସା ଭିତ୍ତିଭୂମି ବୃଦ୍ଧି ଲୋକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି   ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଗୋଟିଏ ପଟେ ଦେଶର ସହରଗୁଡ଼ିକୁ ଧୂଆଁ ମୁକ୍ତ କରିବା ପାଇଁ ଆମେ ସିଏନଜି ଚାଳିତ ଯାନଗୁଡ଼ିକର ଚଳାଚଳକୁ ବୃଦ୍ଧି କରୁଛୁ ଅନ୍ୟପକ୍ଷରେ, ଆମେ ଆମର ନାବିକମାନଙ୍କ ଡିଜେଲ ଏବଂ ପେଟ୍ରୋଲ ଚାଳିତ ଡଙ୍ଗାକୁ ସିଏନଜି ସହିତ ସଂଯୋଗ କରିବା ଏବଂ ଗଙ୍ଗା ଜୀଙ୍କ ଯତ୍ନ ନେବା ପାଇଁ ମଧ୍ୟ ବିକଳ୍ପ ଦେଉଛୁ

ଏକ ନୂତନ କ୍ରୀଡା କେନ୍ଦ୍ର ପାଇବା ପାଇଁ କ୍ରୀଡ଼ାବିତଙ୍କ ଉତ୍ସାହକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କାଶୀରେ ଅଲିମ୍ପିକ୍ସ କ୍ରୀଡା ପାଇଁ ସମସ୍ତ ସୁବିଧା ଉପଲବ୍ଧ କରାଇବାକୁ ସରକାର କାର୍ଯ୍ୟ କରୁଛନ୍ତି ସେ କହିଛନ୍ତି ସିଗ୍ରା ଠାରେ ପୁନଃ ବିକଶିତ ଷ୍ଟାଡିୟମରେ ଅନ୍ତର୍ଜାତୀୟ ସୁବିଧା ସୃଷ୍ଟି କରାଯାଉଛି ଏହି ଛଅ ଦଶନ୍ଧି ପୁରୁଣା ଷ୍ଟାଡିୟମ୍ ଏକବିଂଶ ଶତାବ୍ଦୀର ସୁବିଧା ସହିତ ସଜ୍ଜିତ ହେବ

ପ୍ରଧାନମନ୍ତ୍ରୀ କାଶୀବାସୀଙ୍କୁ ଗଙ୍ଗା ଏବଂ ବାରାଣାସୀକୁ ସଫା ରଖିବାକୁ କହିଥିଲେ ଏବଂ ବାବା ବିଶ୍ୱନାଥଙ୍କ ସହଯୋଗ ଏବଂ ଆଶୀର୍ବାଦରେ ସହର ପାଇଁ ସମସ୍ତ ପ୍ରତିଶ୍ରୁତି ପୂରଣ ହେବ ବୋଲି ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ

ଏକାଧିକ ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ

ଗତ ଆଠ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ବାରାଣାସୀରେ ଭିତ୍ତିଭୂମି ବିକାଶ ଉପରେ ଅନେକ ଧ୍ୟାନ ଦେଇଛନ୍ତି ଏହାଦ୍ୱାରା ସହରର ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆସିଛି ଏହି ପ୍ରୟାସର ପ୍ରାଥମିକ ଧ୍ୟାନ ଲୋକଙ୍କ ସହଜ ଜୀବନ ଯାପନକୁ ବଢାଇଛି   ଏହି ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରି ସିଗ୍ରା ସ୍ଥିତ ଡକ୍ଟର ସମ୍ପୂର୍ଣ୍ଣାନନ୍ଦ ସ୍ପୋର୍ଟସ ଷ୍ଟାଡିୟମରେ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ୫୯୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉଦଘାଟନ କରିବେ ଏଥି ମଧ୍ୟରେ ବାରାଣାସୀ ସ୍ମାର୍ଟ ସିଟି ଏବଂ ସହରାଞ୍ଚଳ ପ୍ରକଳ୍ପ ଅଧୀନରେ ଏକାଧିକ ପଦକ୍ଷେପ ଅଛି, ପ୍ରଥମ ପର୍ଯ୍ୟାୟରେ ନମୋ ଘାଟର ପୁନଃ ବିକାଶ ସହିତ ଗାଧୋଇବା ଜେଟି ର୍ନିମାଣ; ୫୦୦ଟି ଡଙ୍ଗାର ଡିଜେଲ ଏବଂ ପେଟ୍ରୋଲ ଇଞ୍ଜିନକୁ ସିଏନ୍ଜି ରେ ରୂପାନ୍ତରଣ; ପୁରୁଣା କାଶୀର କାମେଶ୍ୱର ମହାଦେବ ୱାର୍ଡର ପୁନଃ ବିକାଶ ଏବଂ ଦଶପୁରର ହରହୁଆ ଗ୍ରାମରେ ର୍ନିମିତ ୬୦୦ ରୁ ଅଧିକ ଇଡବ୍ଲ୍ୟୁଏସ୍ଫ୍ଲାଟ; ଲହରତାରା-ଚୌକା ଘାଟ ଫ୍ଲାଏଓଭର ଅଧୀନରେ ପ୍ରସ୍ତୁତ ନୂତନ ଭେଣ୍ଡିଂ ଜୋନ୍ ଏବଂ ସହରାଞ୍ଚଳ ସ୍ଥାନ; ଦଶାଶ୍ୱମେଧ ଘାଟରେ ପର୍ଯ୍ୟଟନ ସୁବିଧା ଏବଂ ମାର୍କେଟ କମ୍ପେ୍ଲକ୍ସ; ଏବଂ ଆଇପିଡିଏସ୍କାର୍ଯ୍ୟ ତୃତୀୟ ପର୍ଯ୍ୟାୟ  ଅଧୀନରେ ନାଗୱା ଠାରେ ୩୩/୧୧ କେଭି ସବଷ୍ଟେସନ୍ ଆଦି ରହିଛି

ବାବତପୁର-କାପସେଥୀ-ଭଦୋହି ରୋଡରେ ଚାରି ଲେନ୍ ରୋଡ୍ ଓଭର ବ୍ରିଜ୍ (ଆରଓବି) ର୍ନିମାଣ ସହିତ ପ୍ରଧାନମନ୍ତ୍ରୀ ବିଭିନ୍ନ ସଡ଼କ ପ୍ରକଳ୍ପର ଉଦଘାଟନ କରିଛନ୍ତି; କେନ୍ଦ୍ରୀୟ ଜେଲ ରାସ୍ତାରେ ଭରୁନା ନଦୀ ଉପରେ ପୋଲ; ପିଣ୍ଡ୍ରା-କାଥିରାଓନ୍ ରାସ୍ତାର ପ୍ରଶସ୍ତିକରଣ; ଫୁଲପୁର-ସିନ୍ଧାଉରା ଲିଙ୍କ୍ ରୋଡର ସମ୍ପ୍ରସାରଣ; ଟି ଗ୍ରାମ ସଡକକୁ ମଜବୁତ ଏବଂ ର୍ନିମାଣ; ପିଏମ୍ଜିଏସ୍ୱାଇ ରାସ୍ତା ର୍ନିମାଣ ଏବଂ ଧର୍ସାଉନା-ସିନ୍ଧାଉରା ରାସ୍ତାର ପ୍ରଶସ୍ତିକରଣ ଆଦି ଏଥିରେ ରହିଛି

ପ୍ରଧାନମନ୍ତ୍ରୀ ମଧ୍ୟ ଜିଲ୍ଲାର ଜଳ ନିଷ୍କାସନ ଏବଂ ଜଳ ଯୋଗାଣର ଉନ୍ନତି ସହ ଜଡିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ଏଥିରେ ଟ୍ରେଞ୍ଚଞ୍ଚଲେସ୍ ଜ୍ଞାନକୌଶଳ ମାଧ୍ୟମରେ ବାରାଣାସୀ ସହରର ପୁରୁଣା ସ୍ୱେରେଜ ଲାଇନର ପୁନରୁଦ୍ଧାର ଅନ୍ତର୍ଭୁକ୍ତ; ସ୍ୱେରେଜ୍ ଲାଇନ ସ୍ଥାପନ; ଟ୍ରାନ୍ସ ଭାରୁନା ଅଞ୍ଚଳରେ ୨୫୦୦୦ ରୁ ଅଧିକ ସ୍ୱରେଜ ସଂଯୋଗ; ସହରର ସିସ୍ ଭାରୁନା ଅଞ୍ଚଳରେ ଲିକେଜ୍ ମରାମତି କାର୍ୟ୍ୟ; ତାତେପୁର ଗ୍ରାମରେ ଗ୍ରାମୀଣ ପାନୀୟ ଜଳ ଯୋଜନା ଇତ୍ୟାଦି ଏଥିରେ ବିଭିନ୍ନ ସାମାଜିକ ତଥା ଶିକ୍ଷା କ୍ଷେତ୍ର ସମ୍ବନ୍ଧୀୟ ପ୍ରକଳ୍ପଗୁଡ଼ିକ ମଧ୍ୟରେ ମହଗାଓଁ ଗ୍ରାମରେ ଥିବା ଆଇଟିଆଇ, ବିଏଚୟୁରେ ବେଦିକ ବିଜ୍ଞାନ କେନ୍ଦ୍ରର ଦ୍ୱିତୀୟ ପର୍ୟ୍ୟାୟ, ରାମନଗରରେ ସରକାରୀ ବାଳିକା ଘର, ଦୁର୍ଗାକୁଣ୍ଡରେ ଥିବା ସରକାରୀ ମହିଳା ବୃଦ୍ଧାଶ୍ରମ ଘର ଇଲାକରେ ଥମ୍ ପାର୍କ ଆଦି ଅର୍ନ୍ତଭୁକ୍ତ

ପ୍ରଧାନମନ୍ତ୍ରୀ ବଡ ଲାଲପୁରରେ ଥିବା ଡକ୍ଟର ଭୀମ ରାଓ ଆମ୍ବେଦକର ସ୍ପୋର୍ଟସ କମ୍ପେ୍ଲକ୍ସରେ ସିନ୍ଥେଟିକ୍ ଆଥଲେଟିକ୍ ଟ୍ରାକ୍ ଏବଂ ସିନ୍ଥେଟିକ୍ ବାସ୍କେଟବଲ୍ କୋର୍ଟର ଉଦଘାଟନ କରିଛନ୍ତି ଏବଂ ସିନ୍ଧାଉରା ଠାରେ ଅଣ-ଆବାସିକ ପୋଲିସ୍ ଷ୍ଟେସନ୍ କୋଠା, ହଷ୍ଟେଲ ରୁମ୍ ର୍ନିମାଣ, ମିର୍ଜାମୁରାଦ୍, ଚୋଲାପୁର, ଜନସା ଏବଂ କାପସେଥୀ ପୋଲିସ୍ ଷ୍ଟେସନ୍ ଏବଂ ପିଣ୍ଡ୍ରାରେ ଅଗ୍ନି ର୍ନିବାପକ କେନ୍ଦ୍ର ର୍ନିମାଣକୁ ଉଦ୍ଘାଟନ କରିଛନ୍ତି

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୧୨୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏଥିମଧ୍ୟରେ ଲହରତାରାବିଏଚୟୁ ରୁ ବିଜୟ ସିନେମା ପର୍ଯ୍ୟନ୍ତ ରାସ୍ତାର ଛଅ ଲେନ୍ପ୍ରଶସ୍ତିକରଣ ସହିତ ଏକାଧିକ ସଡକ ଭିତ୍ତିଭୂମି ପ୍ରକଳ୍ପ ରହିଛି; ପାଣ୍ଡେପୁର ଫ୍ଲାଏଓଭରରୁ ରିଙ୍ଗ ରୋଡ ପର୍ଯ୍ୟନ୍ତ ରାସ୍ତାର ଚାରି ଲେନ ପ୍ରଶସ୍ତିକରଣ; କୁଚେହେରୀରୁ ସାନ୍ଦହା ପର୍ଯ୍ୟନ୍ତ ଚାରି ଲେନ ରାସ୍ତା; ବାରାଣାସୀ ଭଦୋହି ଗ୍ରାମୀଣ ରାସ୍ତାର ସମ୍ପ୍ରସାରଣ ଏବଂ ମଜବୁତିକରଣ; ବାରାଣାସୀ ଗ୍ରାମାଞ୍ଚଳରେ ପାଞ୍ଚଟି ନୂତନ ରାସ୍ତା ଏବଂ ଚାରିଟି ସିସି ରାସ୍ତା ର୍ନିମାଣ; ବାବତପୁର-ଚୌବେପୁର ରାସ୍ତାରେ ବାବତପୁର ରେଳ ଷ୍ଟେସନ ନିକଟରେ ଆରଓବି ର୍ନିମାଣ ଏହି ପ୍ରକଳ୍ପଗୁଡିକ ସହର ଏବଂ ଗ୍ରାମାଞ୍ଚଳ ରାସ୍ତାରେ ଯାତାୟାତ ଭିଡ ହ୍ରାସ କରିବାରେ ଯଥେଷ୍ଟ ସାହାଯ୍ୟ କରିବ

ଏହି ଅଞ୍ଚଳର ପର୍ଯ୍ୟଟନକୁ ପୂର୍ଣ୍ଣ କରିବା ପାଇଁ ପ୍ରଧାନମନ୍ତ୍ରୀ ବିଶ୍ୱ ବ୍ୟାଙ୍କ ସହାୟତା ପ୍ରାପ୍ତ ୟୁପି ପ୍ରୋ-ପୁଓର ପର୍ଯ୍ୟଟନ ବିକାଶ ପ୍ରକଳ୍ପ ଅନ୍ତର୍ଗତ ସାରନାଥ ବୌଦ୍ଧ ସର୍କିଟର ବିକାଶ କାର୍ଯ୍ୟ, ଅଷ୍ଟ ବିନାୟକ, ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଯାତ୍ରା ଅଷ୍ଟ ଭୈରବ, ନଭ ଗୌରୀ ଯାତ୍ରା, ପଞ୍ଚକୋସି ପରିକ୍ରମା ଯାତ୍ରା ମାର୍ଗରେ ପର୍ଯ୍ୟଟନ ବିକାଶ କାର୍ଯ୍ୟ ଏବଂ ପୁରାତନ କାଶୀରେ ବିଭିନ୍ନ ୱାର୍ଡର ପର୍ଯ୍ୟଟନ ବିକାଶ କାର୍ଯ୍ୟ ପାଇଁ ପବନ ପଥ ର୍ନିମାଣ ଏବଂ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି

ପ୍ରଧାନମନ୍ତ୍ରୀ ସିଗ୍ରା ଠାରେ ସ୍ପୋର୍ଟସ ଷ୍ଟାଡିୟମର ପୁନଃ ର୍ନିମାଣ କାର୍ଯ୍ୟର ପ୍ରଥମ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି

HS



(Release ID: 1839974) Visitor Counter : 502