ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପିଏସଏଲଭି ସି୫୩ ଦ୍ୱାରା ମହାକାଶକୁ ଭାରତୀୟ ଷ୍ଟାର୍ଟ-ଅପ୍ସଙ୍କ ଦୁଇଟି ପେ-ଲୋଡର ସଫଳ ଉତକ୍ଷେପଣ ପାଇଁ ଇନ-ସ୍ପେସ ଓ ଇସ୍ରୋକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 01 JUL 2022 9:20AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏସଏଲଭି ସି୫୩ ଦ୍ୱାରା ମହାକାଶକୁ ଭାରତୀୟ ଷ୍ଟାର୍ଟ-ଅପ୍ସଙ୍କ ଦୁଇଟି ପେ-ଲୋଡର ସଫଳ ଉତକ୍ଷେପଣ ପାଇଁ ଇନ-ସ୍ପେସ ଓ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ ଜଣାଇଛନ୍ତି;

ଭାରତୀୟ ଷ୍ଟାର୍ଟଅପ୍ସଙ୍କ ଦୁଇଟି ପେ-ଲୋଡ ମହାକାଶକୁ ଉତକ୍ଷେପଣ କରି ପିଏସଏଲଭି ସି୫୩ ମିଶନ ନୂତନ କୀର୍ତ୍ତିମାନ ହାସଲ କରିଛି । ଏହି ସଫଳତା ପାଇଁ @INSPACeIND@isroକୁ ଅଭିନନ୍ଦନ । ନିକଟ ଭବିଷ୍ୟତରେ ଆହୁରି ଅନେକ ଭାରତୀୟ କମ୍ପାନୀ ମହାକାଶରେ ପହଞ୍ଚିବେ ବୋଲି ଦୃଢନିଶ୍ଚିତ ।      

SR


(रिलीज़ आईडी: 1838541) आगंतुक पटल : 213
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam