ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାଣିଜ୍ୟ ଭବନର ଉଦଘାଟନ ଏବଂ ନିର୍ଯାତ ପୋର୍ଟାଲର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

Posted On: 23 JUN 2022 12:53PM by PIB Bhubaneshwar

ମନ୍ତ୍ରୀମଣ୍ଡଳର ମୋର ସହଯୋଗୀ ଶ୍ରୀ ପୀୟୁଷ ଗୋଏଲ ଜୀ, ଶ୍ରୀ ସୋମ ପ୍ରକାଶ ଜୀ, ଶ୍ରୀମତୀ ଅନୁପ୍ରିୟା ପଟେଲ ଜୀ, ଉଦ୍ୟୋଗ ଏବଂ ରପ୍ତାନୀ କ୍ଷେତ୍ର ସହିତ ଜଡ଼ିତ ସାଥୀ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ର ଲୋକମାନେ!

ନୂତନ ଭାରତରେ ନାଗରିକ କେନ୍ଦ୍ରୀୟ ଶାସନର ଯେଉଁ ଯାତ୍ରା ଉପରେ ଆଜି ଆମ ଦେଶ ଗତ ବର୍ଷ ଧରି ଚାଲି ଆସୁଛି ଆଜି ସେହି ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ଦେଶକୁ ଆଜି ଏକ ନୂତନ ତଥା ଆଧୁନିକ ବାଣିଜ୍ୟ ଭବନ ଏବଂ ଏହା ସହିତ ନିର୍ଯାତ ପୋର୍ଲାଲ ଏହିଭଳି ଦୁଇଟି ନୂତନ ଉପହାର ମିଳୁଛି, ଏଥିମଧ୍ୟରୁ ଗୋଟିଏ ଶାରୀରିକ ଭିତ୍ତିଭୂମିର ପ୍ରତୀକ ଏବଂ ଅନ୍ୟଟି ହେଉଛି ଡିଜିଟାଲ ଭିତ୍ତିଭୂମିର ପ୍ରତୀକ, ଟ୍ରେଡ ଏବଂ ବାଣିଜ୍ୟ ସହ ଜଡ଼ିତ ଆମର ଶାସନରେ ସକାରାତ୍ମକ ପରିବର୍ତ୍ତନ ଏବଂ ଏକ ଆତ୍ମନିର୍ଭରଶୀଳ ଭାରତ ପାଇଁ ଆମର ଆକାଂକ୍ଷାକୁ ପ୍ରତିନିଧିତ୍ୱ କରିଥାଏ ଏହି ଅବସରରେ ଆପଣ ସମସ୍ତଙ୍କୁ ବାଣିଜ୍ୟ ଏବଂ ବାଣିଜ୍ୟ ସହ ଜଡ଼ିତ, ନିର୍ଯାତମାନଙ୍କ ସହ ଜଡ଼ିତ ପୁରା ସମ୍ପ୍ରଦାୟକୁ ଏବଂ ବିଶେଷ କରି ଆମର ଏମଏସଏମଇକୁ ମଧ୍ୟ ବହୁତ ବହୁତ ଅଭିନନ୍ଦନ ଜଣାଉଛି ଆଜି ଦେଶର ପ୍ରଥମ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ପୂଣ୍ୟତିଥି ତାଙ୍କର ନୀତି, ତାଙ୍କର ନିଷ୍ପତ୍ତି, ତାଙ୍କର ସଂକଳପ୍, ତାଙ୍କର ସଂକଳ୍ପରୁ ସିଦ୍ଧି, ସ୍ୱତନ୍ତ୍ର ଭାରତକୁ ଦିଗ ଦେଖାଇବାରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଆଜି ଦେଶ ତାଙ୍କୁ ବିନମ୍ରତାର ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି

ସାଥୀମାନେ,

ମୋତେ ବିଶ୍ୱାସ ଅଛି ଯେ ନୂତନ ବାଣିଜ୍ୟ ଭବନରେ ଆପଣ ଏକ ନୂତନ ପ୍ରେରଣା, ଏକ ନୂତନ ସଂକଳ୍ପ ସହିତ ପ୍ରବେଶ କରୁଛନ୍ତି ଏହି ସଂକଳ୍ପ ବ୍ୟବସାୟରେ ସହଜତା ଏବଂ ବ୍ୟବସାୟରେ ସୁଗମତା ମାଧ୍ୟମରେ ଜୀବନର ସହଜତା ପାଇଁ ଉଚିତ ଅଟେ ଏବଂ ଏହି ଉଭୟଙ୍କ ମଧ୍ୟରେ ଯେଉଁ ସମ୍ପର୍କ ରହିଛି ତାହା ହେଉଛି ପହଂଚିବାରେ ସୁଗମତା ସରକାରଙ୍କ ସହ ଯୋଗାଯୋଗ ତଥା ସରକାରୀ ସୁବିଧା ସୁଯୋଗ ପାଇଁ କାହାକୁ ଯେପରି କୌଣସି ଅସୁବିଧା ହେବ ଏହିଭଳି ଉପଯୋଗରେ ସରଳତା ଦେଶର ପ୍ରାଥମିକତା ଅଟେ ଦେଶର ନାଗରିକମାନଙ୍କୁ ମୌଳିକ ସୁବିଧା ପହଂଚି ପାରୁଥିବାରୁ, ବ୍ୟାଙ୍କର ସୁବିଧା ମିଳୁଥିବାରୁ, ସରକାରୀ ନୀତି ଗଠନରେ ସୁବିଧା ପହଞ୍ଚିଂବା ଆବଶ୍ୟକ, ଏହା ଗତ ବର୍ଷର ଶାସନ ମଡେଲର ଏକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ଅଟେ ଭାରତ ନିଜର ଅର୍ଥନୈତିକ ବିକାଶ ପାଇଁ ଯେଉଁ ନୀତି ମାନ ତିଆରି କରିଛି, ଯେଉଁ ନିଷ୍ପତ୍ତି ନେଇଛନ୍ତି, ଏଥିରେ ଏହି ଦୃଷ୍ଟିକୋଣର ଛାପ ପ୍ରତିଫଳିତ ହେଉଛି ଗ୍ରାମଗୁଡ଼ିକରେ, ଛୋଟ-ଛୋଟ ସହରଗୁଡ଼ିକରେ, ମୁଦ୍ରା ଯୋଜନା ଦ୍ୱାରା କୋଟି କୋଟି ଉଦ୍ୟୋଗୀ ହୁଅନ୍ତୁ ଲକ୍ଷ ଲକ୍ଷ ଏମଏସଏମଇ ନୀତିକୁ ଏବଂ ବ୍ୟାଙ୍କ କ୍ରେଡିଟ ଆକାରରେ ପ୍ରୋତ୍ସାହିତ କରାଯିବା ଉଚିତ, ଲକ୍ଷ ଲକ୍ଷ ରାସ୍ତାକଡ଼ର ବୁଲା ବିକାଳିଙ୍କୁ ବ୍ୟାଙ୍କ କ୍ରେଡିଟର ସୁବିଧା ମିଳିବା ହେଉ ହଜାର ହଜାର ଷ୍ଟାଟଅପ୍ସର ଅଭିବୃଦ୍ଧି ପାଇଁ ସବୁ ପଛରେ ଯେଉଁ ମୌଳିକ ଭାବନା ରହିଛି, ତାହାକୁ ମଧ୍ୟ ଉପଯୋଗରେ ସରଳତା ଉଦ୍ୟମ ହେବା ଉଚିତ ଭେଦଭାବ ବିନା ସରକାରଙ୍କ ଯୋଜନାର ଲାଭ ସମସ୍ତଙ୍କ ନିକଟରେ ପହଂଚିବ, ସେତେବେଳେ ଯାଇ ସମସ୍ତଙ୍କର ବିକାଶ ସମ୍ଭବ ହେବ ମୋତେ ଖୁସି ଲାଗୁଛି ଯେ ଉପଯୋଗରେ ସରଳତା ଏବଂ ସମସ୍ତଙ୍କ ବିକାଶର ଏହି ଭାବନା ମଧ୍ୟ ଏକ ନୂତନ ବାଣିଜ୍ୟ ଭବନରେ ମଧ୍ୟ ପ୍ରତିଫଳିତ ହେଉଛି

ସାଥୀମାନେ,

ଆପଣ ସମସ୍ତଙ୍କ ଠାରେ ଏକ ବଡ଼ ନିୟମ ପ୍ରଚଳିତ ହେଉ- ଏସଓପି ଅର୍ଥାତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ ତାହା ହେଉଛି କାର୍ଯ୍ୟ କରିବାର ଏକ ନିର୍ଦ୍ଦିଷ୍ଟ ଉପାୟ ଏହା ପୂର୍ବରୁ ସରକାରଙ୍କ ଏସଓପି ବୁଝା ପଡୁଥିଲା ଯେ ସରକାର କୌଣସି ଏକ ପ୍ରକଳ୍ପ ଆରମ୍ଭ କରୁଥିଲେ, କିନ୍ତୁ ଏହା କେବେ ପ୍ରସ୍ତୁତ ହେବ, ଏହାର କୌଣସି ଗ୍ୟାରେଣ୍ଟି ଥିଲା, ରାଜନୈତିକ ସ୍ୱାର୍ଥ ପାଇଁ ଘୋଷଣା କରାଯାଉଥିଲା ତାହାକୁ କେବେ ଏବଂ କିପରି ପୂରଣ ହେବ, ଏହାକୁ ନେଇ କୌଣସି ଗମ୍ଭୀରତା ଥିଲା ଆମେ ଏହି ଧାରଣାକୁ କିପରି ବଦଳାଇଛୁ ତାହାର ମଧ୍ୟ ଏହି ଭବନ ଆଉ ଏକ ଉଦାହରଣ ଅଟେ ଏବଂ ଯେପରି ଏବେ କୁହାଗଲା ଆଜି ଏକ ସଂଯୋଗ ଅଟେ ଯେ, ମୁଁ ଏହି ଭବନର ଶିଳାନ୍ୟାସ ୨୨ ଜୁନ, ୨ଠ୧୮ରେ ହୋଇଥିଲା ଏବଂ ଆଜି ୨୩ ଜୁନ, ୨ଠ୨୨ରେ ଏହାର ଲୋକାର୍ପଣ କରାଯାଉଛି ଏହା ମଧ୍ୟରେ କରୋନା କାରଣରୁ ଅନେକ ବାଧା ଉପୁଜିଥିଲା କିନ୍ତୁ ଏସବୁ ସତ୍ତ୍ୱେ ମଧ୍ୟ ଯେଉଁ ସଂକଳ୍ପ ନେଇଥିଲୁ ତାହା ଆଜି ସଫଳତାର ଆକାରରେ ଆମ ସମ୍ମୁଖରେ ଉପସ୍ଥାପିତ ହୋଇଛି ଅର୍ଥାତ ଏହା ହେଉଛି ନୂଆ ଭାରତର ନୂତନ ଏସଓପି- ଯାହାର ଶିଳାନ୍ୟାସ ହେବ ଏବଂ ସେହି ଦିନ ଏହାର ଉଦଘାଟନ ସମୟ ସୀମା ମଧ୍ୟରେ ସ୍ୱଚ୍ଛତାର ସହ କାର୍ଯ୍ୟ ଆରମ୍ଭ ହୋଇଯିବ ଏଠାରେ ଦିଲ୍ଲୀରେ ବିଗତ ବର୍ଷଗୁଡ଼ିକରେ ଏଭଳି ଆପଣଙ୍କୁ ଅନେକ ଉଦାହରଣ ମିଳିଯିବ ଏବେ କିଛିଦିନ ପୂର୍ବରୁ ମଧ୍ୟ ଏହି ପ୍ରଗତି ମଇଦାନ ନିକଟରେ ଇଣ୍ଡିଗ୍ରେଟେଡ ଟ୍ରାଞ୍ଜିଟ କରିଡରର ଲୋକାର୍ପଣ କରିବାର ଏକ ସୁଯୋଗ ମିଳିଥିଲା ସରକାରଙ୍କ ପ୍ରକଳ୍ପଗୁଡ଼ିକ ବର୍ଷ ବର୍ଷ ଧରି ଯେପରି ପଡ଼ି ରହୁ, ଠିକ ସମୟରେ ଶେଷ ହେଉ, ସରକାରଙ୍କ ଏହି ଯୋଜନା ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଂପାରୁ ତାପରେ ଦେଶର ଟିକସଦାତାଙ୍କୁ ସମ୍ମାନ ଦିଆଯିବ ଏବଂ ବର୍ତ୍ତମାନ ଆମର ପିଏମ ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ ଭାବରେ ଆମ ନିକଟରେ ଏକ ଆଧୁନିକ ପ୍ଲାଟଫର୍ମ ମଧ୍ୟ ଅଛି ନୂତନ ଭାରତର ଆକାଂକ୍ଷାକୁ ଧ୍ୟାନରେ ରଖି ଏହି ନୂତନ ବାଣିଜ୍ୟ ଭବନକୁ ମଧ୍ୟ ପ୍ରତ୍ୟେକ ସମ୍ବନ୍ଧିତ କ୍ଷେତ୍ରରେ ଦେଶକୁ ଗତିଶକ୍ତି ଦେବାକୁ ପଡ଼ିବ

ସାଥୀମାନେ,

ଶିଳାନ୍ୟାସ ଠାରୁ ଆରମ୍ଭ କରି ଲୋକାର୍ପଣ ପର୍ଯ୍ୟନ୍ତ, ବାଣିଜ୍ୟ ଭବନ ଏହି ଅବଧିରେ ବାଣିଜ୍ୟ କ୍ଷେତ୍ରରେ ଆମର ସଫଳତାର ପ୍ରତୀକ ମଧ୍ୟ ଅଟେ ମୋର ମନେ ଅଛି; ଶିଳାନ୍ୟାସ ସମୟରେ, ମୁଁ ନବୀକରଣ ଏବଂ ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସର ଉନ୍ନତିର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲି ଆଜି ଆମେ ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସରେ ୪୬ତମ ସ୍ଥାନରେ ରହିଛୁ ଏବଂ କ୍ରମାଗତ ଭାବରେ ଉନ୍ନତି କରୁଛୁ ଶିଳାନ୍ୟାସ ଦିନ, ଆମେ ବ୍ୟବସାୟ କରିବାର ସହଜତାକୁ ସୁଦୃଢ଼ କରିବାର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲୁ ଆଜି, ଯେତେବେଳେ ଏହି ଭବନର ଲୋକାର୍ପଣ କରାଯାଉଛି, ସେତେବେଳ ପର୍ଯ୍ୟନ୍ତ ୩୨ ହଜାରରୁ ଅଧିକ ଅନାବଶ୍ୟକ ନିୟମକୁ ହଟାଇ ଦିଆଯାଇଛି, ୩୨ ହଜାର, ଆପଣ କଳ୍ପନା କରିପାରିବେ କି? ଶିଳାନ୍ୟାସ ସମୟରେ ଜିଏସଟି ଲାଗୁ ହେବାର ମାତ୍ର କିଛି ମାସ ବିତି ଯାଇଥିଲା, ସମସ୍ତ ପ୍ରକାରର ସନେ୍ଦହ- ଆଶଙ୍କା ଶୂନ୍ୟରେ ଥିଲା ଆଜି ପ୍ରତି ମାସରେ ଏକ ଲକ୍ଷ କୋଟି ଟଙ୍କା ଜିଏଟି ସଂଗ୍ରହ ଏକ ସାଧାରଣ କଥା ହୋଇଗଲାଣି ବାଣିଜ୍ୟ ଭବନର ଶିଳାନ୍ୟାସ କରିବା ସମୟରେ ଆମେ ଜିଇଏମ ପୋର୍ଟାଲରେ ପ୍ରାୟ ହଜାର କୋଟି ଟଙ୍କାର ଅର୍ଡର ବିଷୟରେ ଆଲୋଚନା କରିଥିଲୁ ଆଜି ଆମର ଏହି ପୋର୍ଟାଲରେ ୪୫ ଲକ୍ଷ କ୍ଷୁଦ୍ର ଉଦ୍ୟୋଗୀ ପଞ୍ଜୀକୃତ ହୋଇଛନ୍ତି ଏବଂ ଜିଇଏମରେ ଲକ୍ଷ ୫ଠ ହଜାର କୋଟିରୁ ଅଧିକ ଟଙ୍କା ଅର୍ଡର ଦିଆଯାଇ ସାରିଛି

ସାଥୀମାନେ,

ତାପରେ ମୁଁ କହିଥିଲି ଯେ, ୨ଠ୧୪ ପରେ ମୋବାଇଲ ଉତ୍ପାଦନ ୟୁନିଟ କିପରି, ୨ରୁ ୧୨ଠକୁ ବୃଦ୍ଧି ପାଇଛି ଆଜି ଏହି ସଂଖ୍ୟା ୨ଠଠରୁ ଅଧିକ ଏବଂ ଆମେ ଆମଦାନୀକାରୀଙ୍କ ଠାରୁ ବିଶ୍ୱର ସର୍ବବୃହତ ମୋବାଇଲ ଫୋନ ରପ୍ତାନୀକାରୀ ଭାବରେ ଆଜି ଆମେ ଏକ ଶକ୍ତି ହୋଇ ଠିଆ ହୋଇଛୁ ବର୍ଷ ପୂର୍ବେ ଭାରତରେ ୫ଠଠରୁ ମଧ୍ୟ କମ ପଞ୍ଜୀକୃତ ଫିନଟେକ ଷ୍ଟାର୍ଟଅପ୍ସ ଥିଲା ଆଜି ସେମାନଙ୍କ ସଂଖ୍ୟା ପାଖାପାଖି ୨୩ଠଠ ଅତିକ୍ରମ କରିସାରିଛି ତାପରେ ପ୍ରତିବର୍ଷ ହଜାର ଷ୍ଟାର୍ଟଅପ୍ସକୁ ଆମେ ମାନ୍ୟତା ଦେଇଥାଉ, ଆଜି ଏହି ସଂଖ୍ୟା ୧୫ ହଜାରରୁ ଊଦ୍ଧ୍ୱର୍କୁ ଯାଉଛି ସ୍ୱଚ୍ଛତାର ସହ ପ୍ରୟାସ ଦ୍ୱାରା ୧ଠଠ ବର୍ଷର ମହାମାରୀ ସତ୍ତ୍ୱେ ଆମେ ଏତେ କିଛି ହାସଲ କରୁଛୁ

ସାଥୀମାନେ,

ସଂକଳ୍ପରୁ ସିଦ୍ଧିର ଯେଉଁ ଭାବନା ଆଜି ନୂତନ ଭାରତରେ ସୃଷ୍ଟି ହୋଇଛି, ତାହାର ସର୍ବୋତ୍ମ ଉଦାହରଣ ହେଉଛି ଆମର ରପ୍ତାନୀ ଇକୋ-ସିଷ୍ଟମ, ଶିଳାନ୍ୟାସ କାର୍ଯ୍ୟକ୍ରମରେ ଆମେ ଗ୍ଲୋବାଲ ରପ୍ତାନୀକୁ ବୃଦ୍ଧି କରିବା ପାଇଁ, ରପ୍ତାନୀକୁ ବଢ଼ାଇବା ପାଇଁ ଭାରତକୁ ଉତ୍ପାଦନର ପସନ୍ଦ ମୁତାବକ ଏକ ଗନ୍ତବ୍ୟସ୍ଥଳ ତିଆରି କରିବା ପାଇଁ ଆମେ ଏକ ସହଭାଗୀ ସଂକଳ୍ପ ନେଇଛୁ ଗତ ବର୍ଷ, ଐତିହାସିକ ଗ୍ଲୋବାଲ ବିଘଟନ ସତ୍ତ୍ୱେ ସମଗ୍ର ଯୋଗାଣ ଶୃଙ୍ଖଳାକୁ ନଷ୍ଟ କରି ଦେଇଥିଲେ ମଧ୍ୟ ଭାରତ ମୋଟ ୬୭ଠ ବିଲିଅନ ଡଲାର ଅର୍ଥାତ ୫ଠ ଲକ୍ଷ କୋଟି ଟଙ୍କା ମୋଟ ରପ୍ତାନୀ କରିଥିଲା ଆପଣ ମଧ୍ୟ ଜାଣିଛନ୍ତି ଯେ, ଏହି ସଂଖ୍ୟାଟି କେତେ ଅଭୁତପୂର୍ବ ଗତ ବର୍ଷ ଦେଶ ନିଷ୍ପତ୍ତି ନେଇଥିଲା ଯେ ପ୍ରତ୍ୟେକ ଆହ୍ୱାନ ସତ୍ତ୍ୱେ ୪ଠଠ ବିଲିଅନ ଡଲାର ଅର୍ଥାତ ୩ଠ ଲକ୍ଷ କୋଟି ଟଙ୍କାର ବାଣିଜ୍ୟ ରପ୍ତାନୀ କରିବାକୁ ହେବ କିନ୍ତୁ ଆମେ ଏହାକୁ ମଧ୍ୟ ଅତିକ୍ରମ କରି ୪୧୮ ବିଲିଅନ ଡଲାର ଅର୍ଥାତ ୩୧ ଲକ୍ଷ କୋଟି ଟଙ୍କାର ରପ୍ତାନୀ କରିବାର ରେକର୍ଡ କରିଛୁ

ସାଥୀମାନେ,

ବିଗତ ବର୍ଷଗୁଡ଼ିକର ଏହି ସଫଳତା ଦ୍ୱାରା ଉତ୍ସାହିତ ହୋଇ ଆମେ ବର୍ତ୍ତମାନ ରପ୍ତାନୀ ଲକ୍ଷ୍ୟକୁ ମଧ୍ୟ ବୃଦ୍ଧି କରିଛୁ ଏବଂ ସେଗୁଡ଼ିକୁ ହାସଲ କରିବା ପାଇଁ ଆମର ପ୍ରୟାସକୁ ଦ୍ୱିଗୁଣିତ କରିଛୁ ଏହି ନୂତନ ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତଙ୍କର ସାମୁହିକ ପ୍ରୟାସ ଅତ୍ୟନ୍ତ ଆବଶ୍ୟକ ଅଟେ ଏଠାରେ ଶିଳ୍ପ, ରପ୍ତାନୀକାରୀ ଏବଂ ରପ୍ତାନୀ ପ୍ରୋତ୍ସାହନ ପରିଷଦର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଅଛନ୍ତି ମୁଁ ଆପଣମାନଙ୍କୁ ମଧ୍ୟ ଅନୁରୋଧ କରୁଛି ଯେ କେବଳ ସ୍ୱଳ୍ପ ମିଆଦୀ ନୁହେଁ ବରଂ ଆପଣଙ୍କ ସ୍ତରରେ ରପ୍ତାନୀର ଦୀର୍ଘ ମିଆଦୀ ଲକ୍ଷ୍ୟ ସ୍ଥିର କରନ୍ତୁ କେବଳ ଲକ୍ଷ୍ୟ ନୁହେଁ, ସରକାର କିପରି ସାହାଯ୍ୟ କରିପାରିବେ, ଆମେ ମଧ୍ୟ ଏହା ଉପରେ ମିଳିତ ଭାବେ କାର୍ଯ୍ୟ କରିବୁ, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ

ସାଥୀମାନେ,

ଆମଦାନୀ-ରପ୍ତାନୀ ପାଇଁ ବାଣିଜ୍ୟର ବାର୍ଷିକ ବିଶ୍ଳେଷଣ ଅର୍ଥାତ, ନିର୍ଯାତ ପ୍ଲାଟଫର୍ମ ହେଉଛି ଏହି ଦିଗରେ ନିଆଯାଇଥିବା ଏକ ପଦକ୍ଷେପ ଅଟେ ଏଥିରେ ସମସ୍ତ ରପ୍ତାନୀକାରୀ ସରକାରଙ୍କ ବିଭିନ୍ନ ବିଭାଗ, ରାଜ୍ୟ ସରକାର, ସମସ୍ତ ହିତାଧିକାରୀଙ୍କ ପାଇଁ ଆବଶ୍ୟକ ପ୍ରକୃତ ତଥ୍ୟ ପାଇପାରିବେ, ଏହା ଅନେକ ଭୂମିଗତ ତଥ୍ୟକୁ ଭାଙ୍ଗିବାରେ ସାହାଯ୍ୟ କରିବ, ଯାହା ଆମର ଉଦ୍ୟୋଗ ଅଟେ, ଆମର ନିର୍ଯ୍ୟତିକ ଅଟେ, ସେମାନଙ୍କୁ ଆବଶ୍ୟକ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ ଏହି ପୋର୍ଟାଲରୁ, ବିଶ୍ୱର ୨ଠଠରୁ ଅଧିକ ଦେଶରେ ନିର୍ଯାତ ହୋଇଥିବା ୩ଠରୁ ଅଧିକ ଦ୍ରବ୍ୟ ଗୋଷ୍ଠୀ ସହିତ ଜଡ଼ିତ ଗୁରୁ୍ତ୍ୱପୂର୍ଣ୍ଣ ସୂଚନା ଆପଣଙ୍କ ପାଇଁ ଉପଲବ୍ଧ ହେବ ଆଗାମୀ ସମୟରେ, ଜିଲାୱାରୀ ରପ୍ତାନୀ ସହ ଜଡ଼ିତ ସମ୍ବନ୍ଧୀୟ ସୂଚନା ମଧ୍ୟ ଏହା ଉପରେ ମିଳିପାରିବ ଏବଂ ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦର ଯେଉଁ ମିଶନ ମୋଡରେ କାମ ହେଉଛି ତାହା ଅପରପକ୍ଷରେ ଏଠାରେ ମଧ୍ୟ ଯୋଡ଼ାଯିବ ଏଥିରେ ଜିଲ୍ଲାଗୁଡ଼ିକୁ ରପ୍ତାନୀର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର କରିବା ପାଇଁ ପ୍ରୟାସକୁ ମଧ୍ୟ ମଜବୁତ କରିବ ମୋତେ ବିଶ୍ୱାସ ଅଛି ଯେ, ଏହି ପୋର୍ଟାଲ ଦେଶର ରପ୍ତାନୀ କ୍ଷେତ୍ରରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବାରେ ମଧ୍ୟ ସାହାଯ୍ୟ କରିବ ଆମେ ରାଜ୍ୟଗୁଡ଼ିକ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ଚାହୁଁଛୁ କେଉଁ ରାଜ୍ୟ କେତେ ଅଧିକ ରପ୍ତାନୀ କରିଥାଏ, ତେକେ ଅଧିକ ଗନ୍ତବ୍ୟସ୍ଥଳକୁ ପରିସରଭୁକ୍ତ କରିଥାଏ, କେତେ ଅଧିକ ବିବିଧତାଗୁଡ଼ିକୁ ରପ୍ତାନୀ କରିଥାଏ

ସାଥୀମାନେ,

ଯଦି ଆମେ ବିଭିନ୍ନ ଦେଶର ବିକାଶ ଯାତ୍ରାକୁ ଅଧ୍ୟୟନ କରିବା ତେବେ ଏହା ସାଧାରଣ କଥା ଯେ ସେମାନଙ୍କର ରପ୍ତାନୀ ବୃଦ୍ଧି ହେବା ପରେ ସେହି ଦେଶର ଅନ୍ତର୍ଗତ ଘଟିଛି ଅର୍ଥାତ ବିକାଶରୁ ବିକଶିତ ଦେଶକୁ ପରିବର୍ତ୍ତନ କରିବାରେ ରପ୍ତାନୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଏଠାରୁ ରୋଜଗାରର ମଧ୍ୟ ସୁଯୋଗ ବୃଦ୍ଧି ପାଇଥାଏ, ସ୍ୱରୋଜଗାରର ମଧ୍ୟ ସୁଯୋଗ ବଢ଼ିଯାଏ ଗତ ଆଠବର୍ଷ ମଧ୍ୟରେ ଭାରତ ମଧ୍ୟ ନିଜର ରପ୍ତାନୀ କ୍ରମାଗତ ଭାବରେ ବୃଦ୍ଧି କରୁଛି ରପ୍ତାନୀ ବୃଦ୍ଧି ପାଇ ରପ୍ତାନୀ ସହିତ ଜଡ଼ିତ ଲକ୍ଷ୍ୟଗୁଡ଼ିକୁ ହାସଲ କରୁଛି ଉନ୍ନତି ପଲିସିମାନ ହେଉ, ସହଜ କରିବା ପ୍ରକ୍ରିୟାକରଣ ହେଉ, ଉତ୍ପାଦକୁ ନୂତନ ବଜାରକୁ ନେବା ପାଇଁ ଉତ୍ତମ ନୀତି, ଏସବୁ ଏଥିରେ ବହୁତ ସାହାଯ୍ୟ କରିଛୁ ଏବଂ ବର୍ତ୍ତମାନ ଆମର ରପ୍ତାନୀକୁ ଫଳପ୍ରଦ କରିବା ପାଇଁ ଆମେ ଲଜିଷ୍ଟିକ ସମର୍ଥନ ଉପରେ ସମାନ ଭାବରେ ଧ୍ୟାନ ଦେଉଛୁ ଆପଣ ମଧ୍ୟ ଜାଣିଛନ୍ତି ଯେ ଉତ୍ପାଦନ ବୃଦ୍ଧିରେ ପିଏଲଆଇ ଯୋଜନା କିପରି ସାହାଯ୍ୟ କରୁଛୁ ଆମର ବିଶେଷଜ୍ଞ ସାଥୀମାନେ ମତାମତ ଉପରେ ଆଧାର କରି ନୀତିଗତ ପରିବର୍ତ୍ତନ ହୋଇଛି, ତାହାଦ୍ୱାରା ମଧ୍ୟ ବହୁତ ସାହାଯ୍ୟ ମିଳୁଛି ଆଜି ସରକାରଙ୍କ ପ୍ରତ୍ୟେକ ମନ୍ତ୍ରଣାଳୟ, ପ୍ରତ୍ୟେକ ବିଭାଗ; ପୁରା ସରକାରଙ୍କ ଆଗ୍ରହର ସହିତ ରପ୍ତାନୀକୁ ବୃଦ୍ଧି କରିବାକୁ ପ୍ରାଥମିକତା ଦେଉଛନ୍ତି, ଏମଏସଏମଇ ମନ୍ତ୍ରଣାଳୟ ହେଉ କିମ୍ବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ହେଉ, କୃଷି ହେଉ କିମ୍ବା ବାଣିଜ୍ୟ, ସମସ୍ତେ ଏକ ସାଧାରଣ ଲକ୍ଷ୍ୟ ପାଇଁ ଉଦ୍ୟମ କରୁଛନ୍ତି ଆମେ ଦେଖୁଛୁ ଯେ ଆମର ରପ୍ତାନୀରେ ବହୁ ସଂଖ୍ୟାରେ ଇଞ୍ଜିନିୟରିଂ ସାମଗ୍ରୀ ଜଡ଼ିତ ହୋଇ ରହିଛି ବିଶେଷ କରି ରପ୍ତାନୀ ବୃଦ୍ଧଇରେ ଏମଏସଏମଇ କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଆମେ ଏହା ମଧ୍ୟ ଦେଖୁଛୁ ଯେ, କିଭଳି ଦେଶରେ ନୂଆ ନୂଆ ଅଞ୍ଚଳରୁ ରପ୍ତାନି ବୃଦ୍ଧି ପାଉଛି ଏପରିକି ଅନେକ ଆକାଂକ୍ଷା ଜିଲ୍ଲାଗୁଡ଼ିକରୁ ମଧ୍ୟ ବର୍ତ୍ତମାନ ନିର୍ଯାତ ବହୁଗୁଣିତ ହୋଇଯାଇଛି, କପା ଏବଂ ହସ୍ତତନ୍ତ ଦ୍ରବ୍ୟର ରପ୍ତାନୀରେ ୫୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବା ତୃଣମୂଳସ୍ତରରେ କିପରି କାର୍ଯ୍ୟ କରାଯାଉଛି ତାହା ଦର୍ଶାଉଛି ସରକାର ଭୋକାଲ ଫର ଲୋକାଲ ଅଭିଯାନ, ‘ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦଯୋଜନା ମାଧ୍ୟମରେ ଯେଉଁ ସ୍ଥାନୀୟ ଉତ୍ପାଦ ଉପରେ ଯେଉଁ ଗୁରୁତ୍ୱ ଦିଆଯାଉଛି ସେଥିରେ ମଧ୍ୟ ରପ୍ତାନୀ ବୃଦ୍ଧି କରିବାରେ ସହାୟକ ହୋଇଛି ବର୍ତ୍ତମାନ ବିଶ୍ୱରେ ନୂଆ ନୂଆ ଦେଶଗୁଡ଼ିକ ନୂଆ ନୂଆ ଗନ୍ତବ୍ୟସ୍ଥଳକୁ ଆମର ଅନେକ ଉତ୍ପାଦ ପ୍ରଥମଥର ନିର୍ଯାତ କରୁଛନ୍ତି ବର୍ତ୍ତମାନ ଆମରଲୋକାଲପ୍ରକୃତ ଅର୍ଥରେ, ଗ୍ଲୋବାଲ ହେବା ଦିଗରେ ଦ୍ରୁତ ଗତିରେ ଗତି କରୁଛି ବର୍ତ୍ତମାନ ଦେଖନ୍ତୁ ସୀତାଭୋଗ ମିଠାଇ ଏବଂ ନରକେଲ ଅର୍ଥାତ ନଡ଼ିଆ ଏବଂ ଗୁଡ଼ରେ ତିଆରି ଲଡୁକୁ ପ୍ରଥମେ ବାହାରିନକୁ ରପ୍ତାନୀ କରାଯାଇଥିଲା ନାଗାଲାଣ୍ଡରୁ ସତେଜ କିଙ୍ଗ ଚିଲି ଲଣ୍ଡନର ବଜାରକୁ ଯାଉଥିବା ବେଳେ ଆସାମରୁ ସତେଜ ବର୍ମିଜ ଅଙ୍ଗୁର ଦୁବାଇକୁ ରପ୍ତାନୀ କରାଯାଉଛି ଛତିଶଗଡ଼ର ଆମର ଆଦିବାସୀ ଭାଇ ଭଉଣୀମାନଙ୍କର ଜଙ୍ଗଲରୁ ଉତ୍ପାଦିତ ମହୁଲ ଫୁଲଗୁଡ଼ିକୁ ଫ୍ରାନ୍ସ ଏବଂ କାର୍ଗିଲର ଖୁମାନୀକୁ, ଦୁବାଇକୁ ରପ୍ତାନୀ କରାଯାଉଛି ଆର୍ବୁଆ, ବେଲାଇଜ, ବରମୁଣ୍ଡା, ଗ୍ରେନାଡା ଏବଂ ସ୍ୱିଜରଲାଣ୍ଡ ଭଳି ନୂତନ ବଜାରରେ ହ୍ୟାଣ୍ଡଲୁମ ଉତ୍ପାଦ ସହିତ ଜଡ଼ିତ ଜିନିଷଗୁଡ଼ିକୁ ପଠାଯାଇଛି ଆମର କୃଷକମାନେ, ଆମର ବୁଣାକାରମାନେ, ଆମର ପାରମ୍ପରିକ ଉତ୍ପାଦକୁ ରପ୍ତାନୀ ଇକୋ ସିଷ୍ଟମ ସହିତ ଯୋଡ଼ିବା ପାଇଁ ଆମେ ଜିଆଇ ଟ୍ୟାଗିଂ ଉପରେ ମଧ୍ୟ ସାହାଯ୍ୟ କରୁଛୁ ଏବଂ ଗୁରୁତ୍ୱ ମଧ୍ୟ ଦେଉଛୁ ଗତବର୍ଷ ଆମେ ୟୁଏଇ ଏବଂ ଅଷ୍ଟ୍ରେଲିଆ ସହିଜ ବାଣିଜ୍ୟ କାରବାର ଚୂଡ଼ାନ୍ତ କରିଛୁ, ଅନ୍ୟ ଦେଶମାନଙ୍କ ସହିତ ମଧ୍ୟ ଅନେକ ଅଗ୍ରଗତି ହୋଇଛି ବିଦେଶରେ ଥିବା ଆମର କୁଟନୀତିକ ଅନୁଷ୍ଠାନ ଅଛି, ତାକୁ ମଧ୍ୟ ମୁଁ ବିଶେଷ ପ୍ରଶଂସା କରିବାକୁ ଚାହିଁବି ବହୁତ ବଡ଼ ଏକ ଆହ୍ୱାନ ପରିବେଶକୁ ଯେଉଁଭଳି ଭାବରେ ଭାରତ ପାଇଁ ସୁଯୋଗର ପରିବର୍ତ୍ତନ କରିବା ପାଇଁ ସେମାନେ କାର୍ଯ୍ୟ କରୁଛନ୍ତି ଆମର ସମସ୍ତ ଲକ୍ଷ୍ୟ ଏଥିପାଇଁ ଅଭିନନ୍ଦନ ପାଇବାକୁ ଯୋଗ୍ୟ, ସେମାନେ ସେମାନଙ୍କର କାର୍ଯ୍ୟକୁ ଯେତେ ପ୍ରଶଂସା କରିବେ, ସେତେ କମ ହେବ

ସାଥୀମାନେ,

ବ୍ୟବସାୟ ପାଇଁ, ବ୍ୟବସାୟ ପାଇଁ ନୂତନ ବଜାର ଚିହ୍ନଟ କରିବା ଏବଂ ସେଠାରେ ଆବଶ୍ୟକତାକୁ ଚିହ୍ନି ଉତ୍ପାଦନର ପ୍ରସ୍ତୁତ କରିବା, ଏହା ଦେଶର ପ୍ରଗତି ପାଇଁ ବହୁତ ଜରୁରୀ ଅଟେ ଅତୀତରେ ଆମର ବ୍ୟବସାୟୀମାନେ ଦର୍ଶାଇଛନ୍ତି ଯେ ପାରସ୍ପରିକ ସହଭାଗିଦା ଏବଂ ବିଶ୍ୱାସଭିତ୍ତିକ ବ୍ୟବସାୟ କିପରି ବୃଦ୍ଧି ପାଇବ ମୂଲ୍ୟ ଏବଂ ଯୋଗାଣ ଶୃଙ୍ଖଳାର ଏହି ଶିକ୍ଷାକୁ ଆମକୁ ସ୍ୱାଧୀନତାର ଅମୃତ କାଳରେ ସଶକ୍ତ କରିବାକୁ ହେବ ଏଭଳି ମୂଲ୍ୟ ଆଧାରରେ ଆମେ ୟୁଏଇ ଏବଂ ଅଷ୍ଟ୍ରେଲିଆ ସହିତ ବାଣିଜ୍ୟ କାରବାର ପୁରା କରିଛୁ ଅନେକ ଦେଶ ଏବଂ ଅଞ୍ଚଳ ସହିତ ମଧ୍ୟ ଆମେ ଦ୍ରୁତ ଗତିରେ ଏହିଭଳି କାରବାର କରିବାକୁ ଆଗକୁ ବଢୁଛୁ

ସାଥୀମାନେ,

ଗତ ବର୍ଷରେ ଦେଶର ସଫଳତାର ପ୍ରତ୍ୟେକ ଭାରତୀୟଙ୍କୁ ପୂର୍ବ ଗର୍ବ ଏବଂ ଗୌରବ ଆଣିଦେଇଛି ଏହି ଭାବନା ସହିତ କାର୍ଯ୍ୟ କରିବା ସହିତ ସ୍ୱାଧୀନତାର ଏହି ଅମୃତ କାଳରେ, ଆଗାମୀ ୨୫ ବର୍ଷ ପାଇଁ ଆମେ ଯେଉଁ ସଂକଳ୍ପ ନେଇଛୁ, ଆମକୁ ତାହା ପାଇଁ ମଧ୍ୟ କାମ କରିବାକୁ ହେବ ଆଜି ନୂତନ ଭବନ ମଧ୍ୟ ହୋଇଗଲା, ନୂତନ ପୋର୍ଟାଲର ମଧ୍ୟ ଶୁଭାରମ୍ଭ ହୋଇଗଲା, କିନ୍ତୁ ଏଠାରେ ଆମର ଦାୟୀତ୍ୱ ଶେଷ ହୋଇନାହିଁ ଏକ ପ୍ରକାରର ନୂଆ ସଂକଳ୍ପ ସହିତ, ନୂତନ ଶକ୍ତିର ସହିତ, ନୂତନ ସଫଳତା ପାଇଁ ଦ୍ରୁତ ଗତିରେ ଚାଲିବାର କାର୍ଯ୍ୟ ଆରମ୍ଭ ହେଉଛି ମୁଁ ପ୍ରତ୍ୟେକ ବିଭାଗକୁ ମଧ୍ୟ ଅନୁରୋଧ କରିବି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ପୋର୍ଟାଲ ଏବଂ ଯେଉଁ ପ୍ଲାଟଫର୍ମସ ଆମେ ତିଆରି କରିଛୁ, ତାହାର କାର୍ଯ୍ୟ ଦକ୍ଷତାକୁ ସମୟ ସମୟରେ ଆକଳନ ହେବା ଆବଶ୍ୟକ ଯେଉଁ ଲକ୍ଷ୍ୟ ସହିତ ଆମେ ଏହି ଉପକରଣକୁ ବିକଶିତ କରିଛୁ, ସେଗୁଡ଼ିକ କେତେଦୂର ଲକ୍ଷ୍ୟ ହାସଲ କରିପାରୁଛି ଏବଂ ଯଦି କୌଣସି ସମସ୍ୟା ଥାଏ ତେବେ ତାହାର ସମାଧାନ ହେବା ଉଚିତ, ଏଥିପାଇଁ ପ୍ରୟାସ କରାଯିବା ଉଚିତ ମୋର ଶିଳ୍ପ ଜଗତର ସାଥୀମାନଙ୍କୁ, ରପ୍ତାନୀକାରୀମାନଙ୍କୁ ଅନୁରୋଧ କରିବି ଯେ ଆପଣ ମୁକ୍ତ ଭାବରେ ଆପଣଙ୍କ କଥା ସରକାରଙ୍କ ସମ୍ମୁଖରେ ରଖନ୍ତୁ, ଅଭିନବ ପରାମର୍ଶ ନେଇକି ଆସନ୍ତୁ, ସମାଧାନ ନେଇ ଆସନ୍ତୁ, ଆମେ ଏକତ୍ରିତ ହୋଇ ସମାଧାନକୁ ଖୋଜିବାକୁ ଚାହୁଁଛୁ ଆପଣ ରପ୍ତାନୀକାରୀ ପୋର୍ଟାଲକୁ ଯାଆନ୍ତୁ ଏବଂ କୁହନ୍ତୁ ଯେ ଏଥିରେ କରାଯାଇପାରିବ, ଅପସାରଣ କରାଯାଇପାରିବ ତାହା କୁହନ୍ତୁ, ଜିଲ୍ଲାସ୍ତରରେ ରପ୍ତାନୀ ବୃଦ୍ଧି ପାଇଁ ବ୍ୟବସ୍ଥା କରାଯାଇପାରିବ? ଆମକୁ ଜିଲ୍ଲାସ୍ତରୀୟ ସୁସ୍ଥ ପତ୍ରିଯୋଗିତା ରପ୍ତାନୀ ଜଗତକୁ ଆଣିବାକୁ ହେବ ଆମର ଉତ୍ପାଦନକାରୀଙ୍କ ମଧ୍ୟରେ ମଧ୍ୟ ବିଶ୍ୱସ୍ତରୀୟ ପ୍ୟାକେଜିଂ ଉପରେ ଶୂନ୍ୟ ତ୍ରୁଟି ଶୂନ୍ୟ ପ୍ରଭାବ ଉପରେ ଆମକୁ ଏହି ପ୍ରତିଯୋଗିତା ଆଣିବାକୁପଡ଼ିବ ମୁଁ ଚାହିଁବି ଯେ ଆମେ ସମସ୍ତଙ୍କର ଇନପୁଟରୁ ସମସ୍ତଙ୍କର ପରାମର୍ଶରୁ ଅର୍ଥାତ ସମସ୍ତଙ୍କର ପ୍ରୟାସ ଦ୍ୱାରା ଆମେ ଆମର ବିରାଟ ସଂକଳ୍ପକୁ ପ୍ରମାଣିତ କରିପାରିବୁ ପୁଥଥରେ ଆପଣ ସମସ୍ତଙ୍କୁ ନୂତନ ଭବନ ପାଇଁ ଶୁଭେଚ୍ଛା ଏବଂ ଏହି ଶୁଭ କାର୍ଯ୍ୟରେ ମୋତେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରିଥିବାରୁ ଏଥିପାଇଁ ମୁଁ ବିଭାଗ ନିକଟରେ ବହୁତ ବହୁତ କୃତଜ୍ଞ ବହୁତ ବହୁତ ଧନ୍ୟବାଦ! ବହୁତ ବହୁତ ଶୁଭକାମନା

 

NS/MS



(Release ID: 1836692) Visitor Counter : 140