ଅର୍ଥ ମନ୍ତ୍ରଣାଳୟ
azadi ka amrit mahotsav

ଆଜାଦୀ କା ଅମୃତ ମହୋତ୍ସବର ଆଇକନିକ ସପ୍ତାହ ଉପଲକ୍ଷେ ଆସନ୍ତାକାଲି ସିବିଆଇସି ପକ୍ଷରୁ ନିଶାଦ୍ରବ୍ୟ ନଷ୍ଟ ଦିବସ ପାଳନ କରାଯିବ


ଦେଶର ୧୪ଟି ସ୍ଥାନରେ ୪୨,୦୦୦ କିଗ୍ରା ନିଶା ଦ୍ରବ୍ୟ ନଷ୍ଟ କରାଯିବ

प्रविष्टि तिथि: 07 JUN 2022 7:11AM by PIB Bhubaneshwar

କେନ୍ଦ୍ର ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ପକ୍ଷରୁ ନିଶାଦ୍ରବ୍ୟ ନଷ୍ଟ ଦିବସ ପାଳନ କରାଯିବ । ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲିଠାରୁ ଆଇକନିକ ସପ୍ତାହ ସମାରୋହ ଆରମ୍ଭ ହେଉଛି । ଆଜାଦୀ କା ଅମୃତ ମହୋତ୍ସବ ପାଳନର ଅଂଶବିଶେଷ ସ୍ବରୂପ ଆଇକନିକ ସପ୍ତାହ ସମାରୋହ ଆୟୋଜନ କରାଯାଉଛି । ନିଶାଦ୍ରବ୍ୟ ନଷ୍ଟ ଦିବସ ପାଳନ ଦେଶର ୧୩ଟି ସ୍ଥାନରେ ୪୨,୦୦୦ କିଗ୍ରା ନିଶା ଦ୍ରବ୍ୟ ନଷ୍ଟ କରାଯିବ ।

ଗୌହାଟୀ, ଲକ୍ଷ୍ନୌ, ମୁମ୍ବାଇ, ମୁନ୍ଦ୍ରା/କାଣ୍ଡଲା, ପାଟନା ଏବଂ ସିଲିଗୁଡ଼ି ଠାରେ ଅନୁଷ୍ଠିତ ହେବାକୁ ଥିବା ନିଶାଦ୍ରବ୍ୟ ନଷ୍ଟ କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିବା ସହିତ ଅଧିକାରୀମାନଙ୍କୁ ସମ୍ବୋଧିତ କରିବେ ।

***

PS


(रिलीज़ आईडी: 1831753) आगंतुक पटल : 306
इस विज्ञप्ति को इन भाषाओं में पढ़ें: Gujarati , English , Urdu , हिन्दी , Marathi , Bengali , Punjabi , Tamil , Telugu , Kannada