ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୃଷକଙ୍କ ଆୟ ବୃଦ୍ଧି ପାଇଁ ସରକାରୀ ଉଦ୍ୟମ ସମ୍ପର୍କିତ ଏକ ପ୍ରବନ୍ଧ ଶେୟାର କଲେ ପ୍ରଧାନମନ୍ତ୍ରୀ


ଏହାସହିତ ଅନ୍ନଦାତାମାନଙ୍କ କଲ୍ୟାଣ ପାଇଁ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ସମ୍ପର୍କିତ ମାଇଁଗଭ ଟ୍ୱିଟ ମଧ୍ୟ ଶେୟାର କଲେ

Posted On: 03 JUN 2022 5:59PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ narendramodi.in ଓ୍ୱେବସାଇଟରେ ଉପଲବ୍ଧ ଥିବା କୃଷକଙ୍କ ଆୟ ବୃଦ୍ଧି ପାଇଁ ସରକାରଙ୍କ ଉଦ୍ୟମ ସମ୍ପର୍କିତ ଏକ ପ୍ରବନ୍ଧ ଶେୟାର କରିଛନ୍ତି । 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଆମ ସରକାର “ପଶୁପାଳନ ଠାରୁ ମତ୍ସ୍ୟଚାଷ, ବନୀକରଣ ଠାରୁ ମଧୁର ବିପ୍ଳବ(ମହୁମାଛି ପାଳନ) ଭଳି ବିଭିନ୍ନ ଆନୁଷଙ୍ଗିକ କାର୍ଯ୍ୟ ଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ପାଇଁ ବିଭିନ୍ନ ଉଦ୍ୟମ କରିଛନ୍ତି । #8yearsOfKisanKalyan”

ପ୍ରଧାନମନ୍ତ୍ରୀ ମାଇଁଗଭ ଟ୍ୱିଟ ଶୃଙ୍ଖଳ ମଧ୍ୟ ଶେୟାର କରିବା ସହ ଅନ୍ନଦାତାଙ୍କ କଲ୍ୟାଣ ପାଇଁ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି ।    

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଦେଶର ଅନ୍ନଦାତାମାନଙ୍କ ସଶକ୍ତିକରଣ ଯୋଗୁଁ ନ୍ୟୁ ଇଣ୍ଡିଆକୁ ଦୃଢ ଭିତ୍ତି ମିଳିପାରିଛି । ବିହନରୁ ବଜାର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଧ୍ୟାନ କେନ୍ଦ୍ରିତ କରାଯାଇଛି । ଆମ ଚାଷୀ ଭାଇ-ଭଉଣୀଙ୍କ ସଂକଳ୍ପ ଶକ୍ତିର ପରିଣାମ ସ୍ୱରୂପ ଭାରତ କୃଷି କ୍ଷେତ୍ରରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛି ।#8YearsOfKisanKalyan” 

ବିଭିନ୍ନ ଯୋଜନାର ଶତପ୍ରତିଶତ ସୁଫଳ ଚାଷୀ ଭାଇ ଓ ଭଉଣୀମାନଙ୍କୁ ପ୍ରଦାନ କରାଯାଉଛି ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି । 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଚାଷୀ ଭାଇ-ଭଉଣୀଙ୍କ ନିକଟରେ ଯୋଜନାଗୁଡିକର ଶତପ୍ରତିଶତ ଲାଭ ପହଞ୍ଚାଇବା ପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ପିଏମ-କିଶାନ ଯୋଜନାରୁ ଆରମ୍ଭ କରି ରେକର୍ଡ ବଜେଟ ଆବଣ୍ଟନ ହେଉ ବା ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣ ଏମଏସପି, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଠାରୁ ଆରମ୍ଭ କରି e-NAM ପର୍ଯ୍ୟନ୍ତ ଏଭଳି ଅନେକ ଯୋଜନା ରହିଛି, ଯାହା ଅନ୍ନଦାତାମାନଙ୍କୁ ନୂତନ ଶକ୍ତି ପ୍ରଦାନ କରିଛି ।” 

SR



(Release ID: 1831007) Visitor Counter : 118