ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ବିଶ୍ୱ ସାଇକେଲ ଦିବସ ଅବସରରେ ଶ୍ରୀ ଅନୁରାଗ ଠାକୁର ନୂଆଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ଷ୍ଟାଡିୟମଠାରୁ ଆସନ୍ତାକାଲି ଦେଶବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ


କେନ୍ଦ୍ରମନ୍ତ୍ରୀ ୭୫୦ ଯୁବ ସାଇକେଲ ଆରୋହୀଙ୍କ ସହ ସାଢେ ସାତ କିଲୋମିଟର ସାଇକେଲ ଚାଳନା କରିବେ

ଦେଶର ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜଧାନୀ ଓ ୭୫ଟି ଐତିହ୍ୟ କୀର୍ତ୍ତିରାଜି ସ୍ଥଳରୁ ସାଇକେଲ ଶୋଭାଯାତ୍ରା ଆୟୋଜିତ ହେବ

ଗୋଟିଏ ଦିନର ଏହି ପ୍ରସ୍ତାବିତ ସାଇକେଲ ଶୋଭାଯାତ୍ରାରେ ୧. ୨୯ଲକ୍ଷ ସାଇକେଲ ଅଭିଯାତ୍ରୀ ୯.୬୮ଲକ୍ଷ କିଲୋମିଟରରୁ ଅଧିକ ଦୂରତ୍ୱ ଅତିକ୍ରମ କରିବେ

ଭୁବନେଶ୍ଵର ଓ ପୁରୀଠାରେ ମଧ୍ୟ ଆୟୋଜିତ ହେବ ସାଇକେଲ ରାଲି

Posted On: 02 JUN 2022 1:11PM by PIB Bhubaneshwar

 ଆଜାଦୀ କା ଅମ୍ରିତ ମହୋତ୍ସବ ଭାରତ @75 ଅଧୀନରେ  ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଜୁନ ୩, ୨୦୨୨ ଦିନ ବିଶ୍ୱ ସାଇକେଲ ଦିବସ ପାଳନ କରୁଛି । ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୧୨, ୨୦୨୧ରେ ଆଜାଦୀ କା ଅମ୍ରିତ ମହୋତ୍ସବର ଉଦ୍‌ଘାଟନୀର ଅଭିଭାଷଣ ଦ୍ୱାରା ଉତ୍ସାହିତ ହୋଇ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟ ଆଜାଦୀ କା ଅମ୍ରିତ ମହୋତ୍ସବ ଅଧୀନ ଆକ୍ସନ ଆଣ୍ଡ ରିଜଲଭ (କର୍ମ ଓ ସଂକଳ୍ପ) @75  ପରିକଳ୍ପନା କରିଛି ।

ବିଶ୍ୱ ସାଇକେଲ ଦିବସ ଅବସରରେ ୦୩.୦୬.୨୦୨୨ ଦିନ ଯୁବ ବ୍ୟାପାର ବିଭାଗ ଏହାର ଦୁଇ ଅଗ୍ରଣୀ ଯୁବ ସଂଗଠନ ନେହେରୁ ଯୁବ କେନ୍ଦ୍ର (NYKS) ଏବଂ ଜାତୀୟ ସେବା ଯୋଜନା (NSS) ଏକା ଶହ ଚାରିଟି କାର୍ଯ୍ୟକଳାପ ହାତକୁ ନେଇଛନ୍ତି । ଯଥା ଦିଲ୍ଲୀରେ ବିଶ୍ୱ ସାଇକେଲ ଦିବସ ପାଳନ, ଦେଶର ୩୫ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ସାଇକେଲ ଶୋଭାଯାତ୍ରା, ଦେଶର ୭୫ଟି କୀର୍ତ୍ତି ରାଜି ସ୍ଥଳକୁ ଶୋଭାଯାତ୍ରା ଓ ଦେଶର ସମସ୍ତ ବ୍ଲକର ରାଲି । କେନ୍ଦ୍ର ଯୁବବ୍ୟାପାର କ୍ରୀଡାମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଜୁନ ୩, ୨୦୨୨ ଦିନ ଏହି ଦେଶବ୍ୟାପୀ କାର୍ଯ୍ୟକ୍ରମ ଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ଷ୍ଟାଡିୟମରୁ ଶୁଭାରମ୍ଭ କରିବେ । ଏହି ଅବସରରେ ଭଶ୍ରୀ ଠାକୁର ୭୫୦ଜଣ ଯୁବ ସାଇକେଲ ଆରୋହୀଙ୍କ ସହ ୭.୫ କିଲୋମିଟର ସାଇକେଲ ଯାତ୍ରା କରିବେ । ପରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଦେଶର ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଓ ୭୫ଟି କୀର୍ତ୍ତିରାଜି ସମ୍ପନ୍ନ ସ୍ଥାନରୁ ସାଇକେଲ ଶୋଭାଯାତ୍ରା ବାହାର କରାଯିବ । ଏଥିରେ ୭୫ଜଣ ଅଂଶଗ୍ରହଣକାରୀ ନେହେରୁ ଯୁବ କେନ୍ଦ୍ର ସଂଗଠନ, ଯୁବ ସ୍ୱେଚ୍ଛାସେବୀ ଓ ଯୁବ କ୍ଲବର ସଦସ୍ୟଗଣ ଦେଶରେ ସମସ୍ତ ବ୍ଲକରୁ ସ୍ୱେଚ୍ଛାକୃତ ଭାବେ ସାଇକେଲ ଶୋଭାଯାତ୍ରା କରିବେ ।

ଏହି ଅବସରରେ  ଭୁବନେଶ୍ଵର ଓ ପୁରୀଠାରେ ମଧ୍ୟ ସାଇକେଲ ରାଲି ଆୟୋଜିତ ହେବ

ସେ ଦୃଷ୍ଟିରୁ ବିଶ୍ୱ ସାଇକେଲ ଦିବସ ଅବସରରେ ଦେଶବ୍ୟାପୀ ସାଇକେଲ ରାଲି ଅନୁଷ୍ଠିତ ହେଉଥିବାବେଳେ ଗୋଟିଏ ଦିନରେ ୧ଲକ୍ଷ ୨୯ହଜାର ଯୁବ ସାଇକେଲ ଆରୋହୀ ୯. ୬୮ଲକ୍ଷ କିଲୋମିଟରରୁ ଅଧିକ ଦୂରତ୍ୱ ଅତିକ୍ରମ କରିବେ ।

ଶରୀରକୁ ସୁସ୍ଥବଳ ଓ ସତେଜ ରଖିବା ସହ ପୃଥ୍ୱଳତ୍ୱ ଆଳସ୍ୟଭାବ, ମାନସିକ ଚାପ ଓ ରୋଗରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ଦୈନନ୍ଦିନ ଜୀବନରେ ସାଇକେଲ ଚାଳନା ପାଇଁ ଗୁରୁତ୍ୱ ଆରୋପ କରାଯାଉଛି । ସାଧାରଣ ନାଗରିକମାନେ ସାଇକେଲ ଚାଳନାକୁ ଆପଣାଇବା ଦ୍ୱାରା ଅଙ୍ଗାରକାମ୍ଳ ଉତ୍ସରଣ ମଧ୍ୟ ହ୍ରାସ ପାଇବ । ବିଶ୍ୱ ସାଇକେଲ ଦିବସ  ଅବସରରେ ଦିନକୁ ଅନୂନ୍ୟ ଅଧଘଣ୍ଟା ଶାରୀରିକ କାର୍ଯ୍ୟକଳାପ ନିମନ୍ତେ ସଂକଳ୍ପ ନେବାକୁ ଆହ୍ୱାନ ଦିଆଯିବ । ତାହା ହେଲା ଫିଟ୍‌ନେସ୍  କି ଡୋଜ, ଆଧା ଘଣ୍ଟା ରୋଜ ।

ବିଶ୍ୱ ସାଇକେଲ ଦିବସରେ ମୁଖ୍ୟ କାର୍ଯ୍ୟକଳାପ ମଧ୍ୟରେ  ସୁସ୍ଥ ସବଳ ରହିବା ଉପରେ ଜନସଚେତନତା ଓ ପତାକା ଦେଖାଇ ସାଇକେଲ ରାଲି ଅନ୍ତର୍ଭୁକ୍ତ । ଯୁବକ ଯୁବତୀମାନଙ୍କୁ ମଧ୍ୟ ସେମାନଙ୍କ ଗ୍ରାମ ଓ ଅଞ୍ଚଳରେ ଆଦାଜୀ କା ଅମ୍ରିତ ମହୋତ୍ସବ ଅବସରରେ ଏହି ପ୍ରକାର ର‌୍ୟାଲି ଆୟୋଜନ ପାଇଁ ପ୍ରୋତ୍ସାହିତ କରାଯାଇଛି । ଜନସାଧାରଣ ସାଇକେଲିଂ ଫୋର ଇଣ୍ଡିଆ ଏବଂ ୱାଲ୍‌ଡ ବାଇସାଇଲେକ ଡେ ୨୦୨୨କୁ  ଉତ୍ସାହିତ କରିବାକୁ ନିବେଦନ କରାଯାଇଛି ।

ଗଣମାନ୍ୟ ବ୍ୟକ୍ତି, ଜନପ୍ରତିନିଧି, ସାମାଜିକ କର୍ମୀ, କ୍ରୀଡାବିତ୍ ଇତ୍ୟାଦିଙ୍କୁ ବିଭନ୍ନ ସ୍ତରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରୋତ୍ସାହିତ କରିବାକୁ ନିବେଦନ କରାଯାଉଛି ।

କେନ୍ଦ୍ର ସରକାର ମନ୍ତ୍ରଣାଳୟ, ରାଜ୍ୟ ସରକାର ଓ ଅନ୍ୟାନ୍ୟ ସଂଗଠନ ନିଜ ଅଞ୍ଚଳରେ ସାଇକେଲ ର‌୍ୟାଲୀକୁ ସ୍ୱାଗତ କରିବାକୁ ଅନୁରୋଧ କରାଯାଉଛି । ବିଶ୍ୱ ସାଇକେଲ ଦିବସ ଅବସରରେ ଏଥିରେ ଅଧିକରୁ ଅଧିକ ସଂଶ୍ଳିଷ୍ଟ ହେବାକୁ ସମସ୍ତଙ୍କୁ ନିବେଦନ କରାଯାଉଛି ।

 

****

SM/SLP



(Release ID: 1830572) Visitor Counter : 131