ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁଜୁରାଟର ଆଟ୍‌କୋଟ୍‌ଠାରେ ମାତୃଶ୍ରୀ କେ.ଡି.ପି. ମଲ୍‌ଟି ସ୍ପେଶାଲିଟି ହସ୍‌ପିଟାଲର ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ମୂଳପାଠ

Posted On: 28 MAY 2022 3:59PM by PIB Bhubaneshwar

ଭାରତମାତା କୀ -ଜୟ

ଭାରତ ମାତା କି -ଜୟ

ଗୁଜୁରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଭୂପେନ୍ଦ୍ର ଭାଇ ପଟେଲ ଜୀ, ଗୁଜରାଟ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ସି.ଆର. ପାଟିଲ, କେନ୍ଦ୍ରମନ୍ତ୍ରିମଣ୍ଡଳର ମୋର ସହଯୋଗୀ ପୁରୁଷୋତ୍ତମ ରୂପାଲା ଜୀ, ମନସୁଖ ମାଣ୍ଡଭ୍ୟ ଜୀ , ଡକ୍ଟର ମହେନ୍ଦ୍ର ମୁଞ୍ଜୋପାରା ଜୀ, ଆମର ବରିଷ୍ଠ ନେତା ଶ୍ରୀ ୱେଜୁଭାଇ ୱାଲାଜୀ, ଶ୍ରୀ ବିଜୟ ରୂପାଣ ଜୀ, ପଟେଲ ସେବା ସମାଜ ଟ୍ରଷ୍ଟ୍ରର ସମସ୍ତ ଟ୍ରଷ୍ଟୀ, ସମସ୍ତ ଦାତା, ବହୁ ସଂଖ୍ୟାରେ ମତେ ଆଶୀର୍ବାଦ ଦେବାକୁ ଏଠାକୁ ଆସିଥିବା ସମସ୍ତ ପୂଜ୍ୟ ସନ୍ଥଗଣ, ଗୁଜରାଟ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ ଏବଂ ଏଠାରେ ଏତେ ଗରମ ସତ୍ୱେ ବହୁ ସଂଖ୍ୟାରେ ଆଟ୍‌କୋଟ୍‌ରେ ବହୁ ସଂଖ୍ୟାରେ ଆଶୀର୍ବାଦ ଦେବାକୁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ । 

ମୋତେ ଖୁସି ଲାଗୁଛି ଯେ, ଆଜି ଏଠାରେ ମାତୃଶ୍ରୀ କେ.ଡି.ପି. ମଲ୍ଟି-ସ୍ପେଶାଲିଟି ହସ୍‌ପିଟାଲର ଶୁଭାରମ୍ଭ କରାଯାଇଛି । ଏହି ଡାକ୍ତରଖାନା ସ୍ୱରାଷ୍ଟ୍ରରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ । ଯେତେବେଳେ ସରକାରଙ୍କ ପ୍ରୟାସରେ ଜନସାଧାରଣଙ୍କ ପ୍ରୟାସ ଯୋଡି ହୋଇଯାଇଥାଏ ସେତେବେଳେ ସେବା କରିବାରେ ଆମର ଶକ୍ତି ଅନେକଗୁଣ ବଢିଯାଇଥାଏ । ରାଜକୋଟ୍‌ରେ ନିର୍ମିତ ଏହି ଆଧୁନିକ ହସ୍‌ପିଟାଲ ଏହାର ଏକ ବହୁତ ବଡ ଉତ୍ତମ ଉଦାହରଣ ଅଟେ ।

ଭାଇ ଓ ଭଉଣୀମାନେ, 

କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ରାଷ୍ଟ୍ର ସେବାରେ ଆଠବର୍ଷ ପୂରଣ କରୁଛନ୍ତି । ଆଠବର୍ଷ ପୂର୍ବେ ଆପଣମାନେ ସମସ୍ତେ ମୋତେ ପଠାଇଦେଇଥିଲେ, କିନ୍ତୁ ଆପଣଙ୍କ ସମସ୍ତଙ୍କର ଭଲ ପାଇବା ଦିନକୁ ଦିନ ଅଧିକ ବଢିଯାଉଛି । ଆଜି ଯେତେବେଳେ ମୁଁ ଗୁଜୁରାଟ ମାଟିକୁ ଆସିଛି, ସେତେବେଳେ ମୁଁ ମୁଣ୍ଡ ନିଆଁଇ ଗୁଜୁରାଟର ସମସ୍ତ ନାଗରିକଙ୍କୁ ସମ୍ମାନ ଦେବାକୁ ଚାହୁଁଛି । ‌ଆପଣମାନେ ମୋତେ ଦେଇଥିବା ମୂଲ୍ୟବୋଧ, ମୋତେ ଦେଇଥିବା ଶିକ୍ଷା, ମୋତେ ଯେଉଁ ସଂସ୍କାର ଦେଇଛନ୍ତି, ଆପଣମାନେ ମୋତେ ଯେଉଁ ଶିକ୍ଷା ଦେଇଛନ୍ତି ସମାଜରେ କିଭଳି ବଂଚିବାକୁ ହେବ ସେଥିପାଇଁ ଆପଣମାନେ ଯେଉଁ କଥା କହିଛନ୍ତି, ଏହି ଯେଉଁ ସବୁ କଥା ଶିଖାଇଛନ୍ତି ସେଥିପାଇଁ ଗତ ୧୮ବର୍ଷ ମଧ୍ୟରେ ମାତୃଭୂମିର ସେବାରେ କୌଣସି ପ୍ରକାରର କମ୍ କରିନାହିଁ । ଏଗୁଡିକ ହେଉଛି ଆପଣଙ୍କର ସଂସ୍କାର, ଏହି ମାଟିର ସଂସ୍କାର, ପୂଜ୍ୟ ବାପୁ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଏହି ପବିତ୍ର ଭୂମିର ସଂସ୍କାର ଅଟେ କି, ଗତ ଆଠବର୍ଷ ମଧ୍ୟରେ ଭୁଲରେ ମଧ୍ୟ ଆମେ ଏହିପରି କିଛି ଘଟିବାକୁ ଦେଇଛୁ ନା ଏମିତି କିଛି କରିଛୁ । ଯେଉଁ କାରଣରୁ ଆପଣଙ୍କୁ କିମ୍ବା ଦେଶର କୌଣସି ନାଗରିକଙ୍କୁ ମୁଣ୍ଡ ନୁଆଁଇବାକୁ ପଡିବ ।

ଏହି ବର୍ଷଗୁଡିକରେ ଆମେ ଗରିବଙ୍କ ସେବା, ଉତ୍ତମ ଶାସନ, ଏବଂ ଗରିବଙ୍କ କଲ୍ୟାଣ ସର୍ବୋଚ୍ଚ ପ୍ରାଥମିକତା ଦେଇଛୁ । ସବ୍‌କା ସାଥ-ସବ୍‌କା ବିକାଶ-ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସର ଏହି ମନ୍ତ୍ରକୁ ଅନୁସରଣ କରି ଆମେ ଦେଶର ବିକାଶ ପାଇଁ ଏକ ନୂତନ ପ୍ରେରଣା ଦେଇଛୁ । ଏହି ଆଠବର୍ଷରେ ଆମେ ପୂଜ୍ୟ ବାପୁ ଏବଂ ସର୍ଦ୍ଦାର ପଟେଲଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆନ୍ତରିକ ଉଦ୍ୟମ କରୁଛୁ । ପୂଜ୍ୟ ବାପୁ ଏପରି ଭାରତ ଚାହୁଁଥିଲେ, ଯାହା ପ୍ରତ୍ୟେକ ଗରିବ, ଦଳିତ, ବଂଚିତ, ପୀଡିତ ଆମର ଆଦିବାସୀ ଭାଇ ଓ ଭଉଣୀ ଆମର ମା’-ଭଉଣୀମାନଙ୍କୁ ସଶକ୍ତ କରିବ । ଯେଉଁଠାରେ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ଜୀବନ ପଦ୍ଧତିର ଅଂଶ ହେଉ, ଯାହାର ଅର୍ଥତନ୍ତ୍ର ସ୍ୱଦେଶୀ ସମାଧାନ ଦ୍ୱାରା ଚାଳିତ ହେଉଥିବ ।

ସାଥୀମାନେ,

 ୩ କୋଟିର ଅଧିକ ଗରିବଙ୍କ ପାଇଁ ପକ୍କାଘର ୧୦କୋଟିରୁ ଅଧିକ ପରିବାରକୁ ଖୋଲାରେ ଶୌଚରୁ ମୁକ୍ତି, ୯କୋଟିରୁ ଅଧିକ ଗରିବ ଭଉଣୀମାନଙ୍କୁ ଧୂଆଁରୁ ମୁକ୍ତି, ଅଢେଇ କୋଟିରୁ ଅଧିକ ଗରିବ ପରିବାରକୁ ବିଦ୍ୟୁତ ସଂଯୋଗ, ୬କୋଟିରୁ ଅଧିକ ପରିବାରକୁ ନଳରୁ ଜଳ, ୫୦କୋଟିରୁ ଅଧିକ ଭାରତୀୟଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଏଗୁଡିକ କେବଳ ସଂଖ୍ୟା ନୁହେଁ, ମୋର ଭାଇ ଓ ଭଉଣୀମାନେ । ଏଗୁଡିକ କେବଳ ସଂଖ୍ୟା ନୁହେଁ ବରଂ ଗରିବର ସମ୍ମାନ ନିଶ୍ଚିତ କରିବାକୁ ଆମ ପ୍ରତିବଦ୍ଧତା ପ୍ରମାଣ ଅଟେ, ପ୍ରମାଣ ସାଥୀମାନେ ।

ଭାଇ ଏବଂ ଭଉଣୀମାନେ, 

ଗରିବଙ୍କ ସରକାର ଅଛନ୍ତି, ଏହା କିପରି ସେମାନଙ୍କର ସେବା କରିଥାଏ, କିପରି ସେମାନଙ୍କୁ ସଶକ୍ତିକରଣ କରିବା ପାଇଁ ଏହା କାର୍ଯ୍ୟ କରିଥାଏ, ଏହା ଆଜି ସମଗ୍ର ଦେଶ ଦେଖୁଛି । ୧୦୦ବର୍ଷର ସବୁଠାରୁ ବଡ ସଙ୍କଟକାଳରେ କରୋନା ମହାମାରୀର ଏହି ସମୟରେ ମଧ୍ୟ ଦେଶ କ୍ରମାଗତଭାବରେ ଏହା ଅନୁଭବ କରିଛି । ଯେତେବେଳେ ମହାମାରୀ ଆରମ୍ଭ ହେଲା ଗରିବ ଲୋକଙ୍କ ସାମ୍ନାରେ ଖାଦ୍ୟ ଓ ପାନୀୟ ଜଳର ସମସ୍ୟା ଦେଖାଦେଇଥିଲା, ସେତେବେଳେ ଦେଶର ଶସ୍ୟ ଭଣ୍ଡାର ଦେଶବାସୀଙ୍କ ପାଇଁ ଖୋଲିଥିଲୁ । ଆମ ମା’ ଏବଂ ଭଉଣୀମାନଙ୍କୁ ସମ୍ମାନର ସହ ବଞ୍ଚାଇବା ପାଇଁ ଜନଧନ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ଜମା କରିବା, କୃଷକ ଏବଂ ଶ୍ରମିକଙ୍କ ବ୍ୟାଙ୍କ ଆକାଉଂଟରେ ଜମା କରିବା ପାଇଁ ଆମେ ମାଗଣା ଗ୍ୟାସ ସିଲିଣ୍ଡରର ମଧ୍ୟ ବ୍ୟବସ୍ଥା କରିଥିଲୁ । ଯାହାଦ୍ୱାରା ଗରିବଙ୍କ ରୋଷେଇ ଚାଲିବ, ତାଙ୍କ ଘରର ଚୁଲି କଦାପି ଲିଭିବ ନାହିଁ । ଯେତେବେଳେ ଚିକିତ୍ସା ଆହ୍ୱା ବଢିଲା, ସେତେବେଳେ ଆମେ ପରୀକ୍ଷାଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ଗରିବ ଲୋକଙ୍କ ପାଇଁ ସୁଲଭ ଚିକିତ୍ସା ସୁବିଧା ଉପଲବ୍ଧ କରାଇଲୁ । ଯେତେବେଳେ ଟିକା ଆସିଲା ସେତେବେଳେ ଆମେ ନିଶ୍ଚତ କଲୁ ଯେ ପ୍ରତ୍ୟେକ ଭାରତୀୟଙ୍କୁ ଟିକା ମିଳୁ । ଆପଣ ସମସ୍ତଙ୍କୁ ଟିକା ଦିଆଯାଇଛି ନା? ଟିକାକରଣ ହୋଇଯାଇଛି ନା? କାହାକୁ ମଧ୍ୟ ଗୋଟିଏ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି କି ? ଆପଣଙ୍କୁ ଏକ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିଛି କି ? 

ଭାଇ ଓ ଭଉଣୀମାନେ, 

ଗୋଟିଏ ପଟେ କରୋନାର ଏହି ଜଟିଳ ସମୟ, ବିଶ୍ୱବ୍ୟାପୀ ମହାମାରୀ ଏବଂ ଆଜିକାଲି ଆପଣ ଦେଖୁଛନ୍ତି ଯେ ଯୁଦ୍ଧ ମଧ୍ୟ ଚାଲିଛି । ଟିଭିରେ ଅଧା ସମୟ ଯୁଦ୍ଧର ଖବର ସମସ୍ତଙ୍କୁ ଚିନ୍ତାରେ ପକାଇଥାଏ । ଏପରିକି ଏହି ପରିସ୍ଥିତିରେ ମଧ୍ୟ ଆମେ ନିରନ୍ତର ଚେଷ୍ଟା କରିଥିଲୁ ଯେ ଆମର ଗରିବ ଭାଇଭଉଣୀଙ୍କୁ, ଆମର ମଧ୍ୟବିତ୍ତ ଶ୍ରେଣୀକୁ ମଧ୍ୟମ ବର୍ଗର ଭାଇ ଓ ଭଉଣୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡୁ । ବର୍ତ୍ତମାନ ଆମ ସରକାର ନାଗରିକଙ୍କ ପାଇଁ ସୁବିଧାଗୁଡିକୁ ଶତପ୍ରତିଶତ ଉପଲବ୍ଧ କରାଇବା ପାଇଁ ଏକ ଅଭିଯାନ ଚଳାଉଛନ୍ତି । ଯିଏ ଯାହା ପାଇବାକୁ ଯୋଗ୍ୟ, ତାହା ତାଙ୍କୁ ଦିଆଯିବା ଉଚିତ ।

ଯେତେବେଳେ ପ୍ରତ୍ୟେକ ନାଗରିକଙ୍କୁ ସୁବିଧା ଯୋଗାଇବାକୁ ଲକ୍ଷ୍ୟ ରହିଥାଏ, ସେତେବେଳେ ଭେଦଭାବ ମଧ୍ୟ ଶେଷ ହୋଇଥାଏ । ଦୁର୍ନୀତିର କୌଣସି ସୁବିଧା ନାହିଁ, କୌଣସି ଆତ୍ମିୟତା ନାହିଁ । ଜାତି ଏବଂ ଧର୍ମର କୌଣସି ପ୍ରଭେଦ ମଧ୍ୟ ହୋଇ ନ ଥାଏ । ସେଥିରେ ପରିବାର ବାଦ ରହି ନ ଥାଏ, ନା ଜାତିର ଭେଦ ରହିଥାଏ । ସେଥିପାଇଁ ଆମ ସରକାର ମୌଳିକ ସୁବିଧା ସହିତ ଜଡିତ ଯୋଜନାଗୁଡିକରେ ଶତପ୍ରତିଶତ ପରିପୂର୍ଣ୍ଣତା ଆଣିବାରେ ଯତ୍ନଶୀଳଭାବରେ କାର୍ଯ୍ୟ କରୁଛନ୍ତି । ରାଜ୍ୟ ସରକାରମାନଙ୍କୁ ମଧ୍ୟ ଲଗାତାରଭାବେ ଏହି କାର୍ଯ୍ୟ ପାଇଁ ନିରନ୍ତର ପ୍ରେରଣା ଏବଂ ସାହାଯ୍ୟ କରୁଛୁ । ଆମର ଏହି ପ୍ରୟାସ ଦେଶର ଗରିବଙ୍କୁ, ଦେଶର ମଧ୍ୟବିତ୍ତଶ୍ରେଣୀର ଲୋକଙ୍କୁ ସଶକ୍ତ କରିବ । ସେମାନଙ୍କ ଜୀବନକୁ ଆହୁରି ସହଜ କରିବ 

ଏବଂ ଆଜି ଯେତେବେଳେ ଏଠାରେ ଯଶନ୍ଦଳଠାରେ ପ୍ରଥମ ସୁପର ସ୍ପେଶାଲିଟି ହସ୍‌ପିଟାଲ ଆର୍ଟକୋର୍ଟରେ ମୁଁ ଏଠାକୁ ଆସି ଡାକ୍ତରଖାନା ପରିଦର୍ଶନ କରିବାର ସୁଯୋଗ ପାଇଲି । ଏବଂ ଟ୍ରଷ୍ଟିମାନେ ମୋତେ କହିଥିଲେ ସାର୍ ପଛକୁ ଦେଖନ୍ତୁ ନାହିଁ । ୍‌କେହି ମଧ୍ୟ ଏଠାକୁ ଆସିବେ, ସେ ଆଉ ଫେରିବ ନାହିଁ । ଏହି ଟ୍ରଷ୍ଟିର ଶବ୍ଦ ଏବଂ କୌଣସି ତାଙ୍କର ଭାବନା ଏବଂ ନିଜର ପ୍ରାଙ୍ଗଣରେ ଏକ ଆଧୁନିକ ଡାକ୍ତରଖାନା । ମୁଁ ଭରତ ଭାଇ ବୋଘରାଙ୍କୁ ପଟେଲ ସେବା ସମାଜର ସମସ୍ତ ସାଥୀମାନଙ୍କୁ ଯେତିକି ଅଭିନନ୍ଦନ କରିବି, ସେତିକି କମ୍ ହେବ । ପଟେଲ ସେବା ସମାଜ ସମର୍ପିତ ଭାବରେ ଆଜି ଯେଉଁ ବଡ କାମ କରିଛନ୍ତି, ସେଥିପାଇଁ ଆପଣ ସମସ୍ତେ ଅଭିନନ୍ଦନର ଅଧିକାରୀ ଅଟନ୍ତି । ଏବଂ ଏଥିରୁ ପ୍ରେରଣା ନେଇ ଆପଣମାନେ ସମସ୍ତେ ସମାଜ ପାଇଁ କିଛି କରିବାକୁ ଇଚ୍ଛା କରୁଛନ୍ତି ।

ସାଧାରଣଭାବରେ ଯଦି କୌଣସି ଡାକ୍ତରଖାନାର ଉଦ୍‌ଘାଟନ କରିବାକୁ ଯାଇଛନ୍ତି, କୌଣସି ବସ୍ ଷ୍ଟେସନର ଉଦ୍‌ଘାଟନ କରିବାକୁ ଯାଇଛନ୍ତି କିମ୍ବା ରେଲଷ୍ଟେସନର ଉଦ୍‌ଘାଟନ କରିବାକୁ ଯାଇଛନ୍ତି ତେବେ ଆପଣ ନିଜେ ହୃଦୟରୁ କହିଥାନ୍ତି, ଭାଇ ଆପଣଙ୍କର ସମସ୍ତ କାର୍ଯ୍ୟ ଆଗକୁ ବଢିବା ଉଚିତ । ଲୋକମାନେ ଚେଷ୍ଟା କରନ୍ତୁ କାରଖାନାରେ ଉତ୍ପାଦନ ଭଲ ହେଉ । କିନ୍ତୁ ବର୍ତ୍ତମାନ ଡାକ୍ତରଖାନା ପାଇଁ କ’ଣ କହିବେ କୁହନ୍ତୁ । ବର୍ତ୍ତମାନ ମୁଁ ଏହା କହିପାରିବି ନାହିଁ ଯେ ଡାକ୍ତରଖାନା ପୂର୍ଣ୍ଣ ହୋଇ ରହୁ । ସେଥିପାଇଁ ମୁଁ ଉଦ୍‌ଘାଟନ ତ କରିଛି, କିନ୍ତୁ ସମାଜରେ ଏପରି ସ୍ୱାସ୍ଥ୍ୟର ପରିବେଶ ସୃଷ୍ଟି ହେବା ଉଚିତ । ଯେପରି ଡାକ୍ତରଖାନା ଖାଲି ରହିବ । କାହାରିକୁ ଆସିବାର ଆବଶ୍ୟକତା ନ ପଡୁ । ଏବଂ ଯଦି ସମସ୍ତେ ସୁସ୍ଥ ରୁହନ୍ତି, ତେବେ କାହାକୁ ମଧ୍ୟ କେବେ ଆସିବାକୁ ପଡିବ ନାହିଁ ଏବଂ ଯେତେବେଳେ ଆସିବାର ଆବଶ୍ୟକତା ପଡିବ ସେତେବେଳେ ପୂର୍ବ ଅପେକ୍ଷା ଅଧିକ ସ୍ୱାସ୍ଥ୍ୟକର ହୋଇ ନିଜ ଘରକୁ ଯାଆନ୍ତୁ । ଏହିପରି କାମ ଏହି ଡାକ୍ତରଖାନାରେ ହେବାକୁ ଯାଉଛି ।ଆଜି ଗୁଜରାଟରେ ଯେଉଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁ ଗତି ମିଳିଛି, ଯେଉଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି, କେଉଁ ସ୍ତରରେ କାର୍ଯ୍ୟ ଚାଲିଛି, ଭୂପେନ୍ଦ୍ର ଭାଇ ଏବଂ ତାଙ୍କ ସମଗ୍ର ଦଳକୁ ମୋର ହୃଦୟରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ଏବଂ ଏହାର ଲାଭ ଗୁଜରାଟର ପ୍ରତ୍ୟେକ କୋଣ ଅନୁକୋଣରେ ଥିବା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ । ଆଜି ଆମର ଏହି ରାଜକୋଟ୍ ଏପରି ଏକ ସ୍ଥାନ ହୋଇଛି ଯେ ଆଖପାଖର ତିନି ଚାରୋଟି ଜିଲ୍ଲାକୁ ଲାଗିବ ଯେ ଏହା ଆମ ପାଖରେ ଅଛି । ଯଦି ଏଠାରୁ ଚାଲିବ ତେବେ ତୁମେ ଅଧଘଣ୍ଟା କିମ୍ବା ଏକଘଣ୍ଟା ମଧ୍ୟରେ ପହଂଚିପାରିବ । ଆପଣ ସମସ୍ତେ ଜାଣନ୍ତି ଯେ, ଆପଣଙ୍କର ରାଜକୋଟ୍‌ରେ ଗୁଜରାଟର ଯେଉଁ ଏମ୍ସ ମିଳିଛି, ତାହାର କାର୍ଯ୍ୟ ରାଜକୋର୍ଟରେ ଦ୍ରୁତଗତିରେ ଚାଲିଛି । 

କିଛି ସମୟ ପୂର୍ବରୁ ମୁଁ ଜାମନଗରକୁ ଆସିଥିଲି ଏବଂ ଜାମନଗରଠାରେ ବିଶ୍ୱର ପାରମ୍ପରିକ ଔଷଧ କେନ୍ଦ୍ର ହୁ’ ଦ୍ୱାରା ନିଜର ଜାମନଗରରେ ଏହାର ଶିଳାନ୍ୟାସ କରାଯାଇଥିଲା । ଗୋଟିଏ ପାଶ୍ୱର୍ରେ ଜାମନଗରରେ ଆୟୁର୍ବେଦ ଏବଂ ଅନ୍ୟପଟେ ରାଜକୋଟ୍‌ରେ ଏମ୍ସ ଏବଂ ଆଡକୋଟ୍‌ରେ । ହଁ, ବାପୁ ଆପଣଙ୍କର ତେଣୁ ଗର୍ବ ବୃଦ୍ଧି ପାଇଛି । ସାଥୀମାନେ ଦୁଇଦଶନ୍ଧି ପୂର୍ବରୁ ଆପଣ ମୋତେ ସେବା କରିବା ପାଇଁ ସୁଯୋଗ ଦେଇଥିଲେ । 

୨୦୦୧ରେ ସେତେବେଳେ ଆପଣଙ୍କ ଗୁଜୁରାଟରେ କେବଳ ନଅଟି ମେଡିକାଲ କଲେଜ ଥିଲା । ଏହି ସବୁ କଥା ଆପଣମାନଙ୍କର ମନେ ଅଛି ନା ଭୁଲି ଯାଇଛନ୍ତି? ଏହାକୁ ନୂତନ ପିଢିକୁ ଜଣାଇବେ । ନଚେତ ସେମାନଙ୍କୁ ଜଣାପଡିବ ନାହିଁ ଯେ କ’ଣ ଅବସ୍ଥା ଥିଲା । କେବଳ ୯ଟି ମେଡିକାଲ କଲେଜ ଏବଂ କେତେ ଲୋକଙ୍କୁ ଡାକ୍ତର ହେବାକୁ ଇଚ୍ଛା ହେଉଥିଲା । ସେତେବେଳେ ସେଠାରେ କେବଳ ୧୧୦୦ସିଟ୍ ଥିଲା । ଯେଉଁଥିରେ ଡାକ୍ତର ହେବାକୁ ଅଭ୍ୟାସ କରିପାରିବେ । ଏତେ ବଡ ଗୁଜୁରାଟ, ୨୦୦୧ ପୂର୍ବରୁ ମାତ୍ର କେବଳ ୧୧୦୦ସିଟ୍ । ଏବଂ ଆପଣ ଆଜି ଜାଣି ଖୁସି ହେବେ ଯେ ଆଜି କେବଳ ଗୁଜୁରାଟରେ ସରକାରୀ ଏବଂ ବେସରକାରୀ କଲେଜ ସମେତ ୩୦ଟି ମେଡିକାଲ କଲେଜ କେବଳ ଗୁଜୁରାଟରେ ଅଛି । କେବଳ ଏତିକି ନୁହେଁ ଗୁଜୁରାଟର ଏବଂ ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଇଚ୍ଛା ରହିଛି । ଏମ୍‌ବିବିଏସ୍ ଏବଂ ପିଜିର ମେଡିକାଲ ସିଟ୍ କେଉଁ ସମୟରୁ ୧୧୦୦ ଏବଂ ଆଜି ୮୦୦୦ ସିଟ୍ ହୋଇଛି ୮୦୦୦ ।

ଭାଇ ଓ ଭଉଣୀମାନେ 

ସେଥିରେ ମଧ୍ୟ ଆମେ ଏକ ନୂତନ ଦୁଃସାହାସିକତାର କାର୍ଯ୍ୟ କରିଛୁ । ଆପଣମାନେ କୁହନ୍ତୁ, ଗରିବ ପିତାମାତାଙ୍କ ପିଲା ଡାକ୍ତର ହେବାକୁ ଚାହୁଁଛନ୍ତି କି ନାହିଁ ? ଟିକିଏ କୁହନ୍ତୁ ଯଦି ଜଣାପଡିବ ଥାଆନ୍ତୁ ବା ନ ଥାଆନ୍ତୁ? ଆପଣ ସେମାନଙ୍କୁ ପ୍ରଥମ ପଚାରନ୍ତୁ ଯେ,ଆପଣ ଇଂରାଜୀ ମଧ୍ୟରେ ପଡିଛନ୍ତି ନା ଗୁଜୁରାଟୀ ମାଧ୍ୟମରେ ପହିଛନ୍ତି । ଯଦି ଆପଣ ଇଂରାଜୀରେ ଅଧ୍ୟୟନ କରିଛନ୍ତି ତେବେ ଡାକ୍ତର ହେବାର ଦ୍ୱାରା ଖୋଲିଯିବ । ଯଦି ଆପଣ ଗୁଜୁରାଟୀ ମାଧ୍ୟମରେ ଅଧ୍ୟୟନ କରିଛନ୍ତି ତେବେ ଡାକ୍ତର ହେବା ପାଇଁ ସମସ୍ତ ରାସ୍ତା ବନ୍ଦ ହୋଇଯାଇଛି । ବର୍ତ୍ତମାନ ଏହା ଅନ୍ୟାୟ କି ନୁହେଁ, ଏହା ଅନ୍ୟାୟ କି ନୁହେଁ ଭାଇ ? ଆମେ ନିୟମକୁ ପରିବର୍ତ୍ତନ କରିଛୁ ଏବଂ ସ୍ଥିର କରିଛୁ ଯେ ଯଦି ଆପଣ ଜଣେ ଡାକ୍ତର ହେବାକୁ କିମ୍ବା ଇଞ୍ଜିନିୟର ହେବାକୁ ଚାହାଁନ୍ତି ତେବେ ଆପଣ ମଧ୍ୟ ମାତୃଭାଷାରେ ଅଭ୍ୟାସ କରିପାରିବେ ଏବଂ ଲୋକଙ୍କ ସେବା ମଧ୍ୟ କରିପାରିବେ ।

 ସାଥିମାନେ, 

ଡବଲ ଇଞ୍ଜିନର ସରକାର, ଦ୍ୱିଗୁଣ ଲାଭ ହେବ ତ ହେବ ନା, ଏହା ହେବ କି ନାହିଁ ? ଏବଂ ଆପଣଙ୍କର ଗୁଜୁରାଟର ଲୋକଙ୍କୁ ବୁଝିବାକୁ ପଡିବ ଯେ ଯଦି ତୁମେ ମାମୁଁଙ୍କୁ ଘରକୁ ଖାଇବାକୁ ଯାଇଛ ଏବଂ ପରଷିବା ବାଲା ଯଦି ତୁମର ନିଜ ମା’, ତେବେ ତାହାର ଅର୍ଥ ବୁଝିବାକୁ ପଡିବ ? ଏହି ଡବଲ ଇଞ୍ଜିନ ସରକାର ଗୁଜୁରାଟର ବିକାଶକୁ ନୂତନ ଶିଖରକୁ ପହଂଚାଇବାର କାର୍ଯ୍ୟ କରିଛି । ବିକାଶ ସାମ୍ନାରେ ଥିବା ସମସ୍ତ ବାଧାବିଘ୍ନକୁ ହଟାଇ ଦିଆଯାଇଛି ।ଏବଂ ଦୃତଗତିରେ ବିକାଶର ଲାଭ ଗୁଜୁରାଟ ହାସଲ କରୁଛି । ୨୦୧୪ ପୂର୍ବରୁ ଗୁଜୁରାଟର ଏପରି ଅନେକ ପ୍ରକଳ୍ପ ଥିଲା । ଦିଲ୍ଲୀରେ ଏପରି ସରକାର ଥିଲା, ଯଦି ଏଠାରୁ ପ୍ରୋଜେକ୍ଟ ଯାଉଥିଲା । ତେବେ ସେମାନଙ୍କର ଏହି ପ୍ରକଳ୍ପ ଦେଖାଯାଉ ନ ଥିଲା । ତା’ ଭିତରେ କେବଳ ମୋଦି ହିଁ ଦେଖାଯାଉଥିଲା ଏବଂ ସଙ୍ଗେ ସଙ୍ଗେ କ୍ୟାନସେ -ରିଜେକ୍ଟ କରାଯାଉଥିଲା । ସମସ୍ତ କାର୍ଯ୍ୟରେ ତାଲା ପକାଯାଇଥିଲା । ଏତେ ଗୁଡିଏ ଉଦାସୀନତା, ଆମର ମା’ ନର୍ମଦା, ଆପଣମାନେ ଭାବନ୍ତୁ ନର୍ମଦା ମା’ଙ୍କୁ ଅଟକାଇ ବସିଥିଲେ । ଏହି ସର୍ଦ୍ଦାର ସରୋବର ବନ୍ଧ ନିର୍ମାଣ ପାଇଁ ଆମକୁ ଉପବାସ କରିବାକୁ ପଡିଥିଲା । ମନେ ଅଛି ନା, ମନେ ଅଛି ନା ସାଥିମାନେ ? ଏବଂ ଏହି ଉପବାସ ପରିବର୍ତ୍ତନ ଆଣିଲା, ଏବଂ ସର୍ଦ୍ଦାର ସରୋବର ଏକ ଡ୍ୟାମ ହେଲା । ସୋନି ଯୋଜନା ତିଆରି ହେଲା । ଏବଂ ନର୍ମଦା ମା’ କଚ୍ଛ କାଠିୟାୱାଡାର ଧରିତ୍ରୀ ଉପରେ ଆସି ଆମ ଜୀବନକୁ ଉଜ୍ଜ୍ୱଳ କରିଦେଲେ । ଏହି କାମ ଏଠାରେ କରାଯାଇଥାଏ ଏବଂ ବର୍ତ୍ତମାନ ସର୍ଦ୍ଦାର ସରୋବର, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ସମଗ୍ର ବିଶ୍ୱରେ ସବୁଠୁ ବଡ ପ୍ରତିମୂର୍ତ୍ତି । ସର୍ଦ୍ଦାର ସାହେବଙ୍କ ନାମ ସମଗ୍ର ବିଶ୍ୱରେ ପ୍ରତିଧ୍ୱନିତ ହେଉଛି । ଯଦି ଅଧିକ ଲୋକ ଯାଆନ୍ତି, ତେବେ ଆଶ୍ଚର୍ଯ୍ୟଜନକ ହେବେ ଯେ ଆମର ଗୁଜୁରାଟରେ ଏତେ ବଡ କାମ ଏତେ ଶୀଘ୍ର, ଏହା ହେଉଛି ଗୁଜୁରାଟର ଶକ୍ତି, ଭାଇ, 

ଭିତ୍ତିଭୂମିର ଦ୍ରୁତ ବିକାଶର ଲାଭ ଗୁଜୁରାଟକୁ ମିଳିଛି । ଅଭୂତପୂର୍ବ ବେଗରେ ଅଭୂତ ପୂର୍ବ ସ୍କେଲରେ ଆଜି ଗୁଜରାଟରେ ଭିତ୍ତିଭୂମିର କାର୍ଯ୍ୟ ଅଗ୍ରଗତି କରୁଛି । ଏହାର ଲାଭ ଗୁଜରାଟର ସମସ୍ତ ଜନସାଧାରଣଙ୍କୁ ବିସ୍ତୁତଭାବେ ମିଳିଛି । ଏକ ସମୟ ଥିଲା ଯେତେବେଳେ ଉଦ୍ୟୋଗର ନାମ ଥିବ ସେଠାରେ କେବଳ ଏବଂ କେବଳ ବଡୋଦେରାରୁ ବାପି । ଯଦି ଆପଣ ଜାତୀୟ ରାଜପଥରୁ ଯିବେ । ତେବେ ଆପଣ ସେମାନଙ୍କ ଚାରିପାଖରେ ଥିବା ସମସ୍ତ କାରଖାନା ଦେଖିପାରିବେ ଏହିଠାରେ ଶିଳ୍ପ ବିକାଶ ଘଟିଥିଲା । ଆଜି ଆପଣ ଗୁଜୁରାଟର ଯେକୌଣସି ଦିଗକୁ ଯିବେ । ଛୋଟ-ବଡ ଉଦ୍ୟୋଗ, କାରଖାନାଗୁଡିକ ଦ୍ରୁତଗତିରେ ଚାଲୁଛି । ଆମର ରାଜକୋଟର ଇଞ୍ଜିନିୟରିଂ ଉଦ୍ୟୋଗ, ବଡ ବଡ ଯାନଗୁଡିକ କୌଣସି ସ୍ଥାନରେ ମଧ୍ୟ ତିଆରି ହେଉଛି, ଗାଡ ିଝୋଟ ହେଉ କିମ୍ବା ବଡ ହେଉ, କିନ୍ତୁ ଏହାର ଛୋଟ ଅଂଶ ଆପଣଙ୍କର ରାଜକୋଟରୁ ଯାଇଥାଏ । ଆପଣ ଭାବନ୍ତୁ, ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍ ଟ୍ରେନ, ହାଇସ୍ୱିଡ ଟ୍ରେନର ଦ୍ରୁତଗତିରେ କାମ ଚାଲିଛି । ୱେଷ୍ଟର୍ଣ୍ଣ ଡେଡିକେଟର କରିଡର ମୁମ୍ବାଇରୁ ଦିଲ୍ଲୀ ପର୍ଯ୍ୟନ୍ତ ଏବଂ ଏଥିରେ ଲଜିଷ୍ଟିକ ବ୍ୟବସ୍ଥାର କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ଏସବୁର ଲାଭ ହେଉଛି ଯେତେବେଳେ ଗୁଜୁରାଟର ରାଜପଥକୁ ପ୍ରଶସ୍ତ କରିଥାଏ । ଡବଲ-ଟ୍ରିପଲ ଛ-ଲାଇନ୍ ଏବଂ ଏସବୁ ଗୁଜୁରାଟର ବନ୍ଦରଗୁଡିକର ଶକ୍ତି ବୃଦ୍ଧିରେ ସହାୟକ ହେବ । ବିମାନ ଯୋଗାଯୋଗ ଆଦି ଗୁଜୁରାଟରେ ସମ୍ପ୍ରସାରଣ ଦେଖିବାକୁ ମିଳୁଛି । ଏବଂ ରୋ-ରୋ ଫେରି ସେବା, ମୋର ମନେ ଅଛି,ଯେତେବେଳେ ମୁଁ ଛୋଟ ଥିଲି ସେତେବେଳେ ଆମେ ଖବରକାଗଜରେ ପଢୁଥିଲୁ ଏହି ରୋ-ରୋ ଫେରି ସେବା କ’ଣ ? ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହେଲି, ମୁଁ ସେହି ଭାଇଙ୍କୁ ପଚାରିଲି, ଏହା କ’ଣ ? ପିଲାଦିନରୁ ଏହା ଶୁଣି ଆସୁଛି । ଆଜି ରୋ-ରୋ ଫେରି ସେବା ଆରମ୍ଭ ହୋଇଯାଇଛି ଏବଂ ଏହି ଲୋକମାନେ ୩୦୦-୩୫୦କିଲୋମିଟର ପରିବର୍ତ୍ତେ ସୁରଟରୁ କାଠିୟାୱାଡା ଆସିବାକୁ ଚାହାଁନ୍ତି ତେବେ ଆମେ ଆଠ ଘଣ୍ଟସଞ୍ଚୟ କରି ହାତଗଣତି ସମୟ ମଧ୍ୟରେ ପହଂଚି ପାରିବା ।

ବିକାଶ କିପରି ହୋଇଥାଏ, ଏହା ଆଜି ଆମ ଦେଖୁଲୁ । ଏମଏସଏମଇ ଗୁଜୁରାଟର ସବୁଠାରୁ ବଡ ଶକ୍ତିଭାବରେ ଉଭା ହୋଇଛି । ସମଗ୍ର ସ୍ୱରାଷ୍ଟ୍ର ଭିତରେ ଏକ ସମୟ ଥିଲା ଲୁଣ ବ୍ୟତୀତ ଅନ୍ୟ କୌଣସି ଉଦ୍ୟୋଗ ନ ଥିଲା, କାଠିୟାୱାଡା ଖାଲି ହେଉଥିଲା । କଚ୍ଛ-କାଠିୟାୱାଡା ଲୋକଙ୍କୁ ଜୀବିକା ନିର୍ବାହ ପାଇଁ ଭାରତର କୋଣ ଅନୁକୋଣରେ ବୁଲିବାକୁ ପଡୁଥିଲା । କିନ୍ତୁ ଆଜି ଭାରତର ଲୋକଙ୍କର ୍‌କଚ୍ଛ-କାଠିୟାୱାଡା ଆସିବାକୁ ଇଚ୍ଛା ହୋଇଥାଏ । ବନ୍ଦର ଗୁଡିକ ବଢୁଛି, ଏହା ଗୁଜୁରାଟର ମାନଚିତ୍ରକୁ ବଦଳାଇଦେଇଛି, ବନ୍ଧୁଗଣ । ଆମର ମୋରବୀର ଟାଇଲ୍ସର ଉଦ୍ୟୋଗ ବିଶ୍ୱରେ ଡିଣ୍ଡିମ ପିଟୁଛି । 

ଆମର ଜାମନଗରଠାରେ ପିତ୍ତଳର ଶିଳ୍ପ ବିଶ୍ୱର ଏହାର ଅଭିଗମ୍ୟତା ବା ଦୃଷ୍ଟିକୋଣ ବୃଦ୍ଧି ପାଇଛି । ବର୍ତ୍ତମାନ ଫାର୍ମା ଇଣ୍ଡଷ୍ଟ୍ରି, ଫର୍ମାସ୍ୟୁଟିକାଲ କମ୍ପାନୀଗୁଡିକ, ଏକ ସମୟରେ ସୁରେନ୍ଦ୍ର ନଗର ନିକଟରେ ଔଷଧ କମ୍ପାନୀଗୁଡିକ ଆସିଲା ଏବଂ ସେଥିପାଇଁ ଗୁଜରାଟ ସରକାର ଅନେକ ଅଫର ଦେଉଥିଲେ । କିନ୍ତୁ କିଛି ଘଟୁ ନ ଥିଲା । ଆଜି ବଡ ଫର୍ମାସ୍ୟୁଟିକାଲ କମ୍ପାନୀ ଗୁଜୁରାଟ ଏବଂ ଦେଶର ମାଟିରେ ଏକ ଦୃଢ ଧାରଣା ଦେଇ ଆଗକୁ ବଢୁଛି ଏବଂ ସେହି କାରଣରୁ ଭାଇଭଉଣୀମାନେ ଗୁଜୁରାଟର ଔଦ୍ୟୋଗିକ ବିକାଶର ଲାଭ ଯାହା ହେଉନା କାହିଁକି ସେଥିରେ ଗୋଟିଏ ଜିଲ୍ଲା-ଗୋଟିଏ ଉତ୍ପାଦର ଅଭିଯାନ ସାରା ଦେଶରେ ଆରମ୍ଭ ହୋଇଛି । ଏହା ମଧ୍ୟ ରାଷ୍ଟ୍ରର ପରିଚୟ । ତାହା ଆମର କାଠିୟାୱାଡାର ପରିଚୟ, ଆମର କଚ୍ଛର ପରିଚୟ, ଆମର ଗୁଜୁରାଟର ପରିଚୟ, ସାହାସିକତା ସ୍ୱାଭାବ, ଖମିର ଜୀବନ । ଜଳ ଅଭାବ ମଧ୍ୟରେ ମଧ୍ୟ ଜୀବନ ବଂଚୁଥିବା ଗୁଜୁରାଟର ନାଗରିକ ଯିଏ ଆଜି କୃଷି କ୍ଷେତ୍ରରେ ମଧ୍ୟ ଡିଣ୍ଡିମ ପିଟୁଛି । ଏହା ଗୁୁଜୁରାଟର ଶକ୍ତି ଭାଇମାନେ । ଏବଂ ପ୍ରଗତିର ପଥକୁ ନେବା ପାଇଁ ସରକାର ଦିଲ୍ଳୀରେ ବସିଥାଆନ୍ତୁ, କିମ୍ବା ସରକାର ଗାନ୍ଧୀନଗରରେ ବସିଥାଆନ୍ତୁ, ଆମେ ଚର୍ତୁଦିଗରୁ ଆଗକୁ ବଢୁଛୁ ଭାଇମାନେ । 

ଆଜି ଯେତେବେଳେ ସ୍ୱାସ୍ଥ୍ର‌୍ୟ କ୍ଷେତ୍ରରେ ଅନେକ ସୁବିଧା ବଢୁଛି, ସେତେବେଳେ ମୋ ତରଫରୁ ମୁଁ ଏହି ସମ୍ପ୍ରସାରଣ ପାଇଁ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଉଛି । ଆପଣ ବିଶ୍ୱାସ ରଖନ୍ତୁ,ତ୍ତବର୍ତ୍ତମାନ ଭୂପେନ୍ଦ୍ର ଭାଇ କହୁଥିଲେ ପିଏମଜେଏୱାଇ ଯୋଜନା,ଆୟୁଷମାନ ଯୋଜନା, ଦୁନିଆଁରେ ସବୁଠୁ ବଡ ଯୋଜନା ଆମର ଏଠାରେ ଚାଲୁଛି । ଆମେରିକାର ସମୁଦାୟ ଜନସଂଖ୍ୟା ଅପେକ୍ଷା ଅଧିକ ଲୋକ ଏହାର ଲାଭ ନିଅନ୍ତୁ, ଏହିପରି ଯୋଜନା ଆମର ଏଠାରେ ଚାଲିଛି । ୟୁରୋପୀୟ ଦେଶର ଜନସଂଖ୍ୟାଠାରୁ ଅଧିକ ଲୋକ ମଧ୍ୟ ଲାଭ ନିଅନ୍ତି, ଏଭଳି ଯୋଜନା ଭାରତରେ ଚାଲିଛି । ୫୦କୋଟି ଲୋକଙ୍କୁ ଆୟୁଷ୍ମାନ କାର୍ଡ ଦ୍ୱାରା ଗୁରୁତର ରୋଗ ଥିଲେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାର ଖର୍ଚ୍ଚ ବହନ କରୁଛନ୍ତି, ଭାଇ-ଭଉଣୀମାନେ ସରକାର ।

ଭାଇମାନେ, 

ଦାରିଦ୍ର‌୍ୟ ଏବଂ ଗରିବଙ୍କ ଅସୁବିଧା ଏହା ମତେ ବହିରେ ପଢିବାକୁ ପଡିବ ନାହିଁ, ଟିଭି ପରଦାରେ ଦେଖିବାକୁ ପଡିବ ନାହିଁ । ମୁଁ ଜାଣେ ଦାରିଦ୍ର‌୍ୟ ମଧ୍ୟରେ କେମିତି ଜୀବନ ବଞ୍ଚିବାକୁ ପଡିଥାଏ । ଆଜି ବି ଆମ ସମାଜରେ ମା’ ଏବଂ ଭଉଣୀ ଅସୁସ୍ଥ ଅଛନ୍ତି । ଯନ୍ତ୍ରଣା ହୋଇଥିଲେ ମଧ୍ୟ ସେ ପରିବାରରେ କାହାକୁ କିଛି କୁହନ୍ତି ନାହିଁ । ସେ ଯନ୍ତ୍ରଣା ସହି ଥାଆନ୍ତି, ଏବଂ ଘରକାମ କରନ୍ତି ଏବଂ ଯଦି ଘରେ କେହି ଅସୁସ୍ଥ ଥାଆନ୍ତି ତେବେ ସେ ତାଙ୍କର ମଧ୍ୟ ଧ୍ୟାନ ନିଅନ୍ତି । ନିଜକୁ ହେଉଥିବା କଷ୍ଟର କଥା ମା’-ଭଉଣୀମାନେ କାହାକୁ କୁହନ୍ତି ନାହିଁ । ଏବଂ ଯେତେବେଳେ ଏହା ବଢିଯାଏ ସେତେବେଳେ ସେମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତି, ମୋତେ ନେଇଯାଆ । ମୋ ପାଇଁ ମୋର ପିଲାମାନେ କଷ୍ଟ ଭୋଗୁଛନ୍ତି । ପୁଅ-ଝିଅ ଯଦି ଜାଣନ୍ତି,ତେବେ କୁହନ୍ତି, ମା’ ତୁମକୁ ଏକ ଭଲ ଡାକ୍ତରଖାନା ନେଇ ଆମେ ଚିକିତ୍ସା କରିବୁ । ତା’ପରେ ମା’କୁହନ୍ତି, ଆରେ ବହୁତ ଋଣ ହୋଇଯିବ ଏବଂ ବର୍ତ୍ତମାନ ମୋତେ ଆଉ କେତେ ବା ଦିନ ବଞ୍ଚିବାକୁ ହେବ । ଏବଂ ତୁମେମାନେ ଋଣରେ ବୁଡିଯିବ, ତୁମର ପିଢି ସମ୍ପୂର୍ଣ୍ଣ ବୁଡିଯିବ । ଭଗବାନ ଯେତେଦିନ ଦେଇଛନ୍ତି ମୁଁ ସେତିକି ଦିନ ବଞ୍ଚିବି। ମୋତେ ଡାକ୍ତରଖାନା ଯିବାର ନାହିଁ । ମୋତେ ଋଣ ନେଇ ଔଷଧ ନେବାର ନାହିଁ । ଆମ ଦେଶର ମା’ ଓ ଭଉଣୀମାନେ ଟଙ୍କା କାରଣରୁ ଚିକିତ୍ସା ପାଇପାରିଲେ ନାହିଁ । ପୁଅ ଋଣରେ ବୁଡିଯିବ ତେଣୁ ହସ୍‌ପିଟାଲ ଯାଆନ୍ତି ନାହିଁ । 

ଆଜି ସେହିମାନଙ୍କ ପାଇଁ ଦିଲ୍ଳୀରେ ଏକ ପୁଅ ବସିଛି । ମା’ମାନଙ୍କୁ ଦୁଃଖ ନ ହେଉ, ସେଥିପାଇଁ ଆୟୁଷ ଯୋଜନା କାର୍ଯ୍ୟକାରୀ କରିଛି ଏବଂ ମୁଁ ଖୁସି ଯେ ଏହି ଡାକ୍ତରଖାନାରେ ଆୟୁଷ୍ମାନ କାର୍ଡ ନେଇଥିବା ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଏବଂ ଏହି କାରଣରୁ କାହାକୁ ମଧ୍ୟ ପକେଟରୁ ଟଙ୍କା ଦେଇ ଚିକିତ୍ସା କରିବାକୁ ପଡିବ ଏପରି ଦିନ ଆସିବ ନାହିଁ । କଳ୍ପନା କରନ୍ତୁ ଆପଣଙ୍କର ଜନଔଷଧୀ କେନ୍ଦ୍ର, ଏକ ମଧ୍ୟବିତ୍ତ ପରିବାର, ଏକ ସ୍ଥିର ଆୟ ଥିବ ଏବଂ ଯଦି ପରିବାରର ଜଣେ ବୃଦ୍ଧ ବ୍ୟକ୍ତିଙ୍କର ମଧୁମେୟ ଅଛି ତେବେ ତାଙ୍କୁ ଏକ ମାସରେ ୧୨୦୦-୧୫୦୦ଟଙ୍କାର ଔଷଧ ଖାଇବାକୁ ପଡିବ । ତାଙ୍କୁ ପ୍ରତିଦିନ ଇଞ୍ଜେକସନ ଦେବାକୁ କିମ୍ବା ବଟିକା ଖାଇବାକୁ ପଡୁଥିଲା ଏବଂ ଏପରି ମହଙ୍ଗା ଔଷଧ, ସାଧାରଣ ମଧ୍ୟବିତ୍ତ ପରିବାରରେ କ’ଣ ହେବ ? ଆମ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଜନଔଷଧୀ କେନ୍ଦ୍ର ଖୋଲାଯାଇଛି ଏବଂ ଏକ ମାସରେ ଯେଉଁ ଦୁଇହଜାର ଟଙ୍କା ଖର୍ଚ୍ଚ ହେଉଥିବା ଔଷଧ ୧୦୦ଟଙ୍କାରେ ପାଇବେ ଏବଂ ସେଥିପାଇଁ ଔଷଧ ବିନା କେହି ଦୁଃଖି ହେବେ ନାହିଁ । ସେଥିପାଇଁ ଭାରତରେ ଶତାଧିକ ଜନୌଷଧି କେନ୍ଦ୍ର ପରିଚାଳିତ ହେଉଛି । ଏବଂଯେଉଁଥିପାଇଁ ସାଧାରଣ ଲୋକ ଔଷଧକୁ ଶସ୍ତାରେ ନେଇ ନିଜ ଶରୀରର କଲ୍ୟାଣ ପାଇଁ, କୌଣସି ନୂତନ ଭାର ବିନା ବ୍ୟବସ୍ଥାକୁ ସମ୍ଭାଳି ପାରିବେ । 

ଭାଇ-ଭଉଣୀମାନେ

ସ୍ୱଚ୍ଛତା, ପାଣି, ପରିବେଶ ଏହିସବୁ ଜିନିଷ ସ୍ୱାସ୍ଥ୍ୟପାଇଁ ଜରୁରୀ ଅଟେ । ଆମେ ସ୍ୱାସ୍ଥ୍ୟ ପାଇଁ ଆନ୍ତର୍ଜାତୀୟ ଯୋଗ ଦିବସ ଚଳାଉଛୁ । ମୋର ସମସ୍ତଙ୍କୁ ଅନୁରୋଧ ଯେ ଆପଣ ସମସ୍ତଙ୍କର ସ୍ୱାସ୍ଥ୍ୟ ଭଲ ରହୁ ଏବଂ ସୁସ୍ଥ ରୁହନ୍ତୁ । ଗୁଜରାଟର ପ୍ରତ୍ୟେକ ପିଲା ସୁସ୍ଥ ରହିବା ଉଚିତ । ଆପଣଙ୍କର ଗୁଜୁରାଟର ଭବିଷ୍ୟତ ସୁସ୍ଥ ରହୁ । ତାଙ୍କ ସଂକଳ୍ପ ସହିତ ଏହି ଶୁଭ ଅବସରରେ ହୃଦୟରୁ ସମସ୍ତଙ୍କୁ ଏବଂ ଆଗଧାଡିରେ ଥିବା ସମାଜର ନେତାମାନଙ୍କୁ ମୁଁ ଶୁଭକାମନା ଜଣାଉଛି । ମୁଁ ଦାତାମାନଙ୍କୁ ଅଭିନନ୍ଦନ ଜଣାଉଛି, ମୁଁ ସେହି ଦାତାମାନଙ୍କର ମା’ମାନଙ୍କୁ ଶୁଭକାମନା ଜଣାଉଛି, ଯେଉଁମାନେ ଏପରିକି ସନ୍ତାନକୁ, ଏପରି ସଂସ୍କାର ଦେଇ ବଢାଇଛନ୍ତି । ଯିଏ ସମାଜ ପାଇଁ ଏତେ ବଡ ଭଲକାମ କରିଛନ୍ତି । ସେ ସମସ୍ତକୁ ଶୁଭେଚ୍ଛା ଜଣାଇ ଏବଂ ଆପଣ ସମସ୍ତଙ୍କ ନମସ୍କାର କରି, ଆପଣମାନେ ମୋତେ ଏତେକ ଭଲପାଇବା ଢାଳି ଦେଇଛନ୍ତି ଏବଂ ଲକ୍ଷ ଲକ୍ଷ ସଂଖ୍ୟାରେ ଏତେ ଗରମ ସତ୍ତ୍ୱେ ଏଠାକୁ ଆସିଛନ୍ତି ଏହା ହିଁ ମୋ ପାଇଁ ସବୁଠାରୁ ବଡ ଆଶୀର୍ବାଦ ଏବଂ ବଡ ଶକ୍ତି । ଏହା ମୋର ଧନ । ହଜାର ହଜାର ଭଉଣୀମାନେ ଆପଣଙ୍କର କାଠିୟାୱାଡା ପରମ୍ପରା ଅନୁଯାୟୀ କଳସ ମଥାରେ ରଖି ଖରାରେ ଠିଆ ହୋଇ ମୋତେ ଆଶୀର୍ବାଦ ଦେଉଥିଲେ । ମୋ ମା’ ଏବଂ ଭଉଣୀମାନେ ସମସ୍ତ ସମାଜର ଭଉଣୀମାନେ ଆପଣଙ୍କ ଘରେ କୌଣସି ଅବସରରେ ସେହିଭଳି ମୋତେ ଆଶୀର୍ବାଦ ଦେଇଛନ୍ତି । ମୁଁ ସେହି ସମସ୍ତ ମା’-ଭଉଣୀମାନଙ୍କୁ ପ୍ରଣାମ କରୁଛି । ଅନେକ ଆଶୀର୍ବାଦ ସ୍ୱରୂପ ଭାରତ ଏବଂ ଗୁଜୁରାଟର ସେବା ଜାରି ରଖିଛି । ଏଭଳି ଆପଣଙ୍କ ଆଶୀର୍ବାଦ ରହିଥାଉ ।

ବହୁତ-ବହୁତ ଧନ୍ୟବାଦ ।

ଭାରତ ମାତ କି - ଜୟ 

ଭାରତ ମାତା କି -ଜୟ

ବହୁତ -ବହୁତ ଧନ୍ୟବାଦ ।

 

****

NS/SLP

 



(Release ID: 1829321) Visitor Counter : 109