ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇଣ୍ଡିଆନ ସ୍କୁଲ ଅଫ ବିଜନେସ୍‌, ହାଇଦ୍ରାବାଦର ୨୦ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୂଳ ପାଠ

Posted On: 26 MAY 2022 5:41PM by PIB Bhubaneshwar

ତେଲଙ୍ଗାନାର ରାଜ୍ୟପାଳ ଶ୍ରୀମତି ତାମିଲସାଇ ସୌନ୍ଦର୍ଯ୍ୟରାଜନ୍ ମହୋଦୟା, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଜି. କୃଷ୍ଣ ରେଡ୍ଡୀ ମହୋଦୟ, ତେଲଙ୍ଗାନା ସରକାରଙ୍କ ମନ୍ତ୍ରୀ, ଇଣ୍ଡିଆନ ସ୍କୁଲ ଅଫ ବିଜନେସ ଏକଜ୍ୟୁକ୍ୟୁଟିଭ ବୋର୍ଡର ସଭାପତି, ଅନ୍ୟ ପ୍ରାଧ୍ୟାପକଗଣ, ଶିକ୍ଷକ, ଅଭିଭାବକ ଏବଂ ମୋର ପ୍ରିୟ ଯୁବ ବନ୍ଧୁଗଣ!

ଆଜି ଇଣ୍ଡିଆନ ସ୍କଲ ଅଫ ବିଜନେସ ନିଜର ଗୌରବମୟ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଅତିକ୍ରମ କରିଛି । ଆମେ ସମସ୍ତେ ଆଇଏସବି ସ୍ଥାପନ ହେବାର ୨୦ ବର୍ଷ ପୂର୍ତି ପାଳନ କରୁଛୁ । ଆଜି ଅନେକ ବନ୍ଧୁଙ୍କୁ ନିଜର ଡିଗ୍ରୀ ମିଳିଛି, ସ୍ୱର୍ଣ୍ଣ ପଦକ ମିଳିଛି । ଆଇଏସବିକୁ ସଫଳତାର ଏହି ସ୍ଥାନରେ ପହଂଚାଇବରେ ଅନେକ ଲୋକଙ୍କର ତପସ୍ୟା ସାମିଲ ରହିଛି । ମୁଁ ଆଜି ସେହି ସମସ୍ତଙ୍କୁ ସ୍ମରଣ କରି ଆପଣ ସମସ୍ତଙ୍କୁ, ଆଇଏସବିର ପ୍ରଫେସର, ଶିକ୍ଷକ, ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଆଇଏସବିର ଆଲୁମିନିମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

ବନ୍ଧୁଗଣ,

୨୦୦୧ ମସିହାରେ ଅଟଳ ଜୀ ଏହାକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ସେବେଠାରୁ ନେଇ ଆଜି ପର୍ଯ୍ୟନ୍ତ ପ୍ରାୟ ୫୦ ହଜାର ଏକଜ୍ୟୁକ୍ୟୁଟିଭ ଏଠାରୁ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି । ଆଜି ଆଇଏସବି ଏସିଆର ଶ୍ରେଷ୍ଠ ବିଜନେସ ସ୍କୁଲ ମଧ୍ୟରୁ ଅନ୍ୟତମ । ଆଇଏସବିରୁ ଉତୀର୍ଣ୍ଣ ହୋଇଥିବା ଯେଉଁ ବୃତିଧାରୀ ଅଛନ୍ତି, ସେମାନେ ଦେଶର ବ୍ୟବସାୟ କ୍ଷେତ୍ରକୁ ଗତି ପ୍ରଦାନ କରୁଛନ୍ତି, ବଡ ବଡ କମ୍ପାନିର ପରିଚାଳନା ଦାୟିତ୍ୱ ସମ୍ଭାଳୁଛନ୍ତି । ଏଠାକାର ଛାତ୍ରଛାତ୍ରୀମାନେ ଅନେକ ଷ୍ଟାର୍ଟ ଅପ ତିଆରି କରିଛନ୍ତି, ଅନେକ ୟୁନିକର୍ଣ୍ଣ ନିର୍ମାଣରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଆଇଏସବି ପାଇଁ ଏକ ସଫଳତା ତ ଏହାଛଡା ସମଗ୍ର ଦେଶ ପାଇଁ ଗୌରବର ବିଷୟ ମଧ୍ୟ ।

ବନ୍ଧୁଗଣ,

ମତେ କୁହାଯାଇଛି ଯେ ହାଇଦ୍ରାବାଦ ଏବଂ ମୋହାଲି କ୍ୟାମ୍ପସର ଏହା ହେଉଛି ପ୍ରଥମ ମିଳିତ ସ୍ନାତକ ସମାରୋହ । ଆଜି ଯେଉଁ ଛାତ୍ରଛାତ୍ରୀମାନେ ଉତୀର୍ଣ୍ଣ ହେଉଛନ୍ତି, ସେମାନଙ୍କ ପାଇଁ ଏହା ଏଥିପାଇଁ ମଧ୍ୟ ସ୍ୱତନ୍ତ୍ର ଅଟେ ଯେ ଏବେ ଦେଶ ନିଜର ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଉତ୍ସବ ପାଳନ କରୁଛି, ଅମୃତ ମହୋତ୍ସବ ମନଉଛି । ଆମେ ଗତ ୭୫ ବର୍ଷର ସଫଳତାକୁ ଦେଖୁଛୁ ଏବଂ ଆଗାମୀ ୨୫ ବର୍ଷର ସଙ୍କଳ୍ପର ଏକ ରୋଡମ୍ୟାପ ମଧ୍ୟ ପ୍ରସ୍ତୁତ କରୁଛୁ । ସ୍ୱାଧୀନତାର ଅମୃତ କାଳରେ, ଆଗାମୀ ୨୫ ବର୍ଷ ପାଇଁ ଆମେ ଯେଉଁ ସଙ୍କଳ୍ପ ନେଇଛୁ, ସେସବୁର ସିଦ୍ଧି ପ୍ରାପ୍ତ କରିବା ପାଇଁ ଆପଣ ସମସ୍ତଙ୍କର ବହୁତ ବଡ ଭୂମିକା ରହିଛି । ଏବଂ ଆଜି ଭାରତରେ ଯେଉଁ ଆଶା ରହିଛି, ଲୋକମାନଙ୍କ ମଧ୍ୟରେ ଯେଉଁ ଆତ୍ମବିଶ୍ୱାସ ରହିଛି, ନବ ଭାରତ ନିର୍ମାଣ ପାଇଁ ଯେଉଁ ଇଚ୍ଛାଶକ୍ତି ରହିଛି, ତାହା ଆପଣମାନଙ୍କ ପାଇଁ ମଧ୍ୟ ଅନେକ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ କରୁଛି । ଆପଣ ନିଜେ ଦେଖନ୍ତୁ, ଆଜି ଭାରତ ଜି ୨୦ ରାଷ୍ଟ୍ର ସମୂହ ମଧ୍ୟରେ ଦୃତ ଅଭିବୃଦ୍ଧିଶୀଳ ଅର୍ଥନୀତି ଅଟେ । ସ୍ମାର୍ଟ ଫୋନ ଡାଟା ବ୍ୟବହାରକାରୀଙ୍କ କ୍ଷେତ୍ରରେ ଭାରତ ପ୍ରଥମ ସ୍ଥାନରେ ରହିଛି । ଇଂଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟାକୁ ଦେଖିବା ତ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ଗ୍ଲୋବାଲ ରିଟେଲ ଇଣ୍ଡେକ୍ସରେ ମଧ୍ୟ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟ ଅପ ପରିବେଷ୍ଟନୀ ତନ୍ତ୍ର ଭାରତରେ ରହିଛି । ବିଶ୍ୱର ତୃତୀୟ ସର୍ବବୃହତ ଉପଭୋକ୍ତା ବଜାର ଭାରତରେ ହିଁ ରହିଛି । ଏଭଳି ଆହୁରି ଅନେକ ଉଦାହରଣ ମୁଁ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିପାରିବି । କରୋନା ଭଳି ବୈଶ୍ୱିକ ମହାମାରୀ ସମୟରେ ଆମେ ସମସ୍ତେ ଓ ସମଗ୍ର ବିଶ୍ୱ ଭାରତର ସାମର୍ଥ୍ୟ ଦେଖିଛି । ଚଳିତ ଶତାଦ୍ଦୀର ସବୁଠାରୁ ବଡ ଏହି ଭୟଙ୍କର ବିପଦ ସମୟରେ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଏତେ ବଡ ବ୍ୟାଘାତ ଉପୁଜିଲା, ତା ଉପରେ ଯୁଦ୍ଧ ବି ଏହି ସଙ୍କଟକୁ ଆହୁରି ବଢାଇ ଦେଲା । ଏସବୁ ମଧ୍ୟରେ ଭାରତ ଆଜି ଅଭିବୃଦ୍ଧିର ଏକ ପ୍ରମୁଖ କେନ୍ଦ୍ର ଭାବରେ ଉଭା ହେବାରେ ଲାଗିଛି । ଗତ ବର୍ଷ ଭାରତରେ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ରେକର୍ଡ ପରିମାଣର ବିଦେଶୀ ପୁଞ୍ଜିନିବେଶ ଘଟିଛି । ଆଜି ବିଶ୍ୱ ଏହା ହୃଦୟଙ୍ଗମ କରୁଛି ଯେ ଭାରତର ଅର୍ଥ ବ୍ୟବସାୟ । ଏବଂ ଏହା କେବଳ ଏକୁଟିଆ ସରକାରଙ୍କ ବିଭିନ୍ନ ପ୍ରୟାସସବୁ ଦ୍ୱାରା ସମ୍ଭବ ହୋଇନାହିଁ । ଏଥିରେ ଆଇଏସବି ଭଳି ବିଜନେସ ସ୍କୁଲର, ଏଠାରୁ ବାହାରୁଥିବା ବୃତିଧାରୀମାନଙ୍କର, ଦେଶର ଯୁବକମାନଙ୍କର ମଧ୍ୟ ବହୁତ ବଡ ଯୋଗଦାନ ରହିଛି । ତାହା ଷ୍ଟାର୍ଟ ଅପ ହେଉ, ଅଥବା ପାରମ୍ପରିକ ବ୍ୟବସାୟ ହେଉ, ଅବା ଉତ୍ପାଦନ ହେଉ କିମ୍ବା ସେବା କ୍ଷେତ୍ର ହେଉ, ଆମ ଯୁବ ପିଢୀ ଏହା ପ୍ରମାଣିତ କରୁଛନ୍ତି ଯେ ସେମାନେ ବିଶ୍ୱର ନେତୃତ୍ୱ ନେଇପାରିବେ । ମୁଁ ଠିକ କହୁଛି ନା, ଆପଣମାନଙ୍କର ନିଜ ଉପରେ ଭରସା ଅଛି କି ନାହିଁ । ମୋର ଆପଣମାନଙ୍କ ଉପରେ ଭରସା ଅଛି । ଆପଣମାନଙ୍କର କ’ଣ ନିଜ ଉପରେ ଭରସା ଅଛି?

ବନ୍ଧୁଗଣ,

ଏଥିପାଇଁ ଆଜି ବିଶ୍ୱ ଭାରତକୁ, ଭାରତର ଯୁବପିଢୀକୁ, ଏବଂ ଭାରତର ଉତ୍ପାଦଗୁଡିକୁ ଏକ ନୂତନ ସମ୍ମାନ ଏବଂ ନୂତନ ବିଶ୍ୱାସର ସହ ଦେଖୁଛି ।

ବନ୍ଧୁଗଣ,

ଭାରତ ଯେଉଁଭଳି ଆକାରରେ ଗଣତାନ୍ତ୍ରିକ ଉପାୟରେ ଅନେକ କାର୍ଯ୍ୟ ନିଜର ଏଠି କରିପାରେ, ଯେଉଁ ଉପାୟରେ ଆମେ ଏଠାରେ କୌଣସି ନୀତି ବା ନିଷ୍ପତି କାର୍ଯ୍ୟକାରୀ କରିପାରୁ, ତାହା ସମଗ୍ର ବିଶ୍ୱ ପାଇଁ ଅଧ୍ୟୟନର, ଶିଖିବାର ବିଷୟ ପାଲଟିଯାଏ । ଏବଂ ଏଥିପାଇଁ ଆମେ ପ୍ରାୟତଃ ଭାରତୀୟ ସମାଧାନଗୁଡିକୁ ବୈଶ୍ୱିକ ସ୍ତରରେ କାର୍ଯ୍ୟକାରୀ ହେଉଥିବାର ଦେଖିଥାଉ । ଏବଂ ଏଥିପାଇଁ ମୁଁ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଦିନରେ ଆପଣମାନଙ୍କୁ କହିବି ଯେ ଆପଣମାନେ ନିଜର ବ୍ୟକ୍ତିଗତ ଲକ୍ଷ୍ୟଗୁଡିକୁ ଦେଶର ଲକ୍ଷ୍ୟ ସହ ଯୋଡନ୍ତୁ । ଆପଣମାନେ ଯାହା ଶିଖନ୍ତି, ଆପାଣମାନେ ଯେଉଁ ଅଭିଜ୍ଞତା ହାସଲ କରନ୍ତି, ଆପଣମାନେ ଯାହା ବି ପଦକ୍ଷେପ ନିଅନ୍ତି, ସେଥିରୁ ଦେଶର ହିତ କିପରି ସାଧିତ ହୋଇପାରିବ, ଏ ବିଷୟରେ ସର୍ବଦା ଚିନ୍ତା କରିବା ଉଚିତ, ନିଶ୍ଚିତ ଭାବରେ ଚିନ୍ତା କରନ୍ତୁ । ଆଜି ଦେଶରେ ସହଜରେ ବ୍ୟବସାୟ କରିବାର ଅଭିଯାନ ହେଉ, ଦେଢ ହଜାରରୁ ଅଧିକ ପୁରୁଣା ଆଇନ୍ ହେଉ ଏବଂ ହଜାର ହଜାର ଅନୁପାଳନକୁ ସମାପ୍ତ କରିବାର କାମ ହେଉ, ଟିକସର ଅନେକ ନିୟମକୁ ରଦ୍ଦ କରି ଜିଏସଟି ଭଳି ପାରଦର୍ଶୀ ବ୍ୟବସ୍ଥାର ସୃଷ୍ଟି ହେଉ, ଉଦ୍ୟୋଗୀ ତଥା ନବସୃଜନକୁ ପ୍ରୋତ୍ସାହିତ କରିବା ହେଉ, ନୂତନ ଷ୍ଟାର୍ଟ ଅପ ନୀତି ହେଉ, ଡ୍ରୋନ ନୀତି ହେଉ, ଅନେକ ନୂଆ ନୂଆ କ୍ଷେତ୍ରକୁ ଉନ୍ମୁକ୍ତ କରିବା ହେଉ, ଏକବିଂଶ ଶତାଦ୍ଦୀର ଆବଶ୍ୟକତାଗୁଡିକୁ ପୂରଣ କରୁଥିବା ଜାତୀୟ ଶିକ୍ଷା ନୀତି ଲାଗୁ କରିବା ହେଉ, ଏସବୁ ବଡ ବଡ ପରିବର୍ତନ ଆପଣମାନଙ୍କ ଭଳି ଯୁବାବନ୍ଧୁମାନଙ୍କ ପାଇଁ ତ ହେଉଛି । ଆପଣମାନଙ୍କ ଭଳି ଯୁବପିଢୀ ପକ୍ଷରୁ ଯେଉଁସବୁ ସମାଧାନର ସୂତ୍ର ମିଳୁଛି ସେହି ସମାଧାନଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ, ଆପଣମାନଙ୍କ ଚିନ୍ତାଧାରାକୁ ଦେଶର ଶକ୍ତିରେ ପରିଣତ କରିବା ପାଇଁ ଆମ ସରକାର ସର୍ବଦା ଦେଶର ଯୁବଶକ୍ତି ସହିତ ଛିଡା ହୋଇଛି ।

ବନ୍ଧୁଗଣ,

ଆପଣମାନେ ଶୁଣିଥିବେ ମୁଁ କେତେଥର ଗୋଟିଏ କଥାକୁ ବାରମ୍ବାର ପୁନରାବୃତି ବି କରିଥାଏ ଏବଂ ଅନେକଥର ମୁଁ ରିଫର୍ମ, ପରଫର୍ମ ଓ ଟ୍ରାନସଫର୍ମ ଅର୍ଥାତ୍ ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣର କଥା କହିଥାଏ । ଏହି ମନ୍ତ୍ର, ଦେଶରେ ଆଜି ଯେଉଁ ଶାସନ ରହିଛି, ତାହାକୁ ହିଁ ବ୍ୟାଖ୍ୟା କରିଥାଏ । ଏହା ଆପଣମାନଙ୍କ ଭଳି ମ୍ୟାନେଜମେଂଟର ଛାତ୍ରଛାତ୍ରୀ, ପେଶାଦାରମାନଙ୍କ ପାଇଁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ । ମୁଁ ଏସବୁ କଥା ଆପଣମାନଙ୍କୁ ଏଥିପାଇଁ କହୁଛି କାରଣ ଆପଣମାନେ ଏଠାରୁ ବାହାରିବା ପରେ ଅନେକ ନୀତିଗତ ନିଷ୍ପତି ନେବାକୁ ଯାଉଛନ୍ତି । ନୀତି କେବଳ ଡ୍ରଇଂ ବୋର୍ଡରେ ଭଲ ହେଉ, କାଗଜରେ ଭଲ ହେଉ, କିନ୍ତୁ ବାସ୍ତବରେ ଯଦି ଫଳପ୍ରସୂ ନ ଦିଏ, ତା ହେଲେ ତାର କୌଣସି ଲାଭ ନାହିଁ । ଏଥିପାଇଁ ନୀତିର ଆକଳନ କାର୍ଯ୍ୟାନ୍ୱୟନ ଏବଂ ଅନ୍ତିମ ଫଳ ଉପରେ ଆଧାରିତ ହେବା ଉଚିତ । ରିଫର୍ମ, ପରଫର୍ମ, ଟ୍ରାନସଫର୍ମର ମନ୍ତ୍ର କିପରି ନୀତିଗୁଡିକୁ, ଦେଶର ଶାସନ ବ୍ୟବସ୍ଥାକୁ ପୁନଃବ୍ୟାଖ୍ୟାନ କରିଛି, ଏହା ମଧ୍ୟ ମୁଁ ଚାହିଁବି ଯେ, ଆପଣମାନଙ୍କ ଭଳି ଯୁବପିଢୀକୁ ଜାଣିବା ଅତ୍ୟନ୍ତ ଜରୁରୀ ।

ବନ୍ଧୁଗଣ,

ଗତ ୮ ବର୍ଷର ତୁଳନା ଯଦି ଆପଣମାନେ ପୂର୍ବର ତିନି ଦଶନ୍ଧି ସହିତ କରିବେ, ତାହାହେଲେ ଗୋଟିଏ କଥା ନିଶ୍ଚିତ ଜାଣିପାରିବେ । ଆମ ଦେଶରେ ସଂସ୍କାରର ଆବଶ୍ୟକତା ତ ସବୁବେଳେ ଅନୁଭବ କରାଯାଉଥିଲା କିନ୍ତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ସର୍ବଦା ରହୁଥିଲା । ଗତ ତିନି ଦଶନ୍ଧି ମଧ୍ୟରେ କ୍ରମାଗତ ଭାବରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା କାରଣରୁ ଦେଶ ଦୀର୍ଘ ସମୟ ଧରି ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଦେଖୁଥିଲା । ଏହି କାରଣରୁ ଦେଶ ସଂସ୍କାରରୁ, ବଡ ବଡ ନିଷ୍ପତି ନେବାରୁ ଦୂରରେ ରହିଥିଲା । ୨୦୧୪ ପରେ ଆମ ଦେଶ ରାଜନୈତିକ ଇଚ୍ଛାଶକ୍ତିକୁ ବି ଦେଖୁଛି ଏବଂ ଲଗାତାର ସଂସ୍କାର ମଧ୍ୟ ହେଉଛି । ଆମେ ପ୍ରମାଣ କରିଦେଇଛୁ ଯେ ଯଦି ସଚ୍ଚୋଟତାର ସହିତ, ଇଚ୍ଛାଶକ୍ତିର ସହିତ ସଂସ୍କାରର ପ୍ରକ୍ରିୟାକୁ ଆଗକୁ ବଢାଯାଏ ତାହାହେଲେ ଜନ ସମର୍ଥନ ଆପେ ଆପେ ବଢି ଥାଏ । ଫିନଟେକର ଉଦାହରଣ ଆମ ସମ୍ମୁଖରେ ରହିଛି । ଯେଉଁ ଦେଶରେ ଏକଦା ବ୍ୟାଙ୍କିଙ୍ଗକୁ ଏକ ବିଶେଷ ଅଧିକାର ଭାବରେ ବିବେଚନା କରାଯାଉଥିଲା, ସେହି ଦେଶରେ ଫିନଟେକ ସାଧାରଣ ନାଗରିକମାନଙ୍କର ଜୀବନ ପରିବର୍ତନ କରୁଛି । ଯେଉଁଠି କେବେ ବ୍ୟାଙ୍କ ପ୍ରତି ବିଶ୍ୱାସ ବଜାୟ ରଖିବା ପାଇଁ କେତେ ଯେ ପରିଶ୍ରମ କରିବାକୁ ପଡୁଥିଲା, ସେଇଠି ଏବେ ବିଶ୍ୱର ୪୦ ପ୍ରତିଶତ ଡିଜିଟାଲ ଦେଣନେଣ ଭାରତରେ ହେଉଛି । ଆମର ସ୍ୱାସ୍ଥ୍ୟ କ୍ଷେତ୍ରକୁ ମଧ୍ୟ ବିଶ୍ୱାସ କରାଯାଉଥିଲା ଯେ ଏହା କୌଣସି ବିରାଟ ଆହ୍ୱାନର ସମ୍ମୁଖୀନ ହୋଇପାରିବ ନାହିଁ । କିନ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଂସ୍କାରକୁ ନେଇ ଦେଶର ଇଚ୍ଛାଶକ୍ତିର ପରିଣାମ ଆମେ ୧୦୦ ବର୍ଷର ସବୁଠାରୁ ବଡ ମହାମାରୀ ସମୟରେ ଅନୁଭବ କରିଛେ । କରୋନା ଯେତେବେଳେ ଆସିଲା ସେତେବେଳେ ଆମ ନିକଟରେ ପିପିଇ କିଟ ପ୍ରସ୍ତୁତ କରୁଥିବା ଉତ୍ପାଦନକାରୀ ଖୁବ ନଗଣ୍ୟ ଥିଲେ, କରୋନା ପାଇଁ ନିର୍ଦ୍ଦିଷ୍ଟ ଭାବେ ଆବଶ୍ୟକ ଭିତିଭୂମୀ ମଧ୍ୟ ନ ଥିଲା । କିନ୍ତୁ ଦେଖୁ ଦେଖୁ ୧୧୦୦ରୁ ଅଧିକ ପିପିଇ ଉତ୍ପାଦନକାରୀ ନେଟୱର୍କ ଭାରତରେ ପ୍ରସ୍ତୁତ ହୋଇଗଲା । କରୋନାର ପରୀକ୍ଷା ପାଇଁ ପ୍ରାରମ୍ଭରେ ଖୁବି କମ୍ ସଂଖ୍ୟକ ଲ୍ୟାବ ଥିଲା । ବହୁତ କମ ସମୟ ମଧ୍ୟରେ ଦେଶରେ ଅଢେଇ ହଜାରରୁ ଅଧିକ ଟେଷ୍ଟ ଲ୍ୟାବର ନେଟୱର୍କ ପ୍ରସ୍ତୁତ ହୋଇଗଲା । କୋଭିଡ ପ୍ରତିଷେଧକ ପାଇଁ ତ ଆମର ଏଠାରେ ଚିନ୍ତା କରାଯାଉଥିଲା ଯେ ଆମକୁ ବିଦେଶୀ ଟିକା ମିଳିପାରିବ କି ନାହିଁ । କିନ୍ତୁ ଆମେ ନିଜର ପ୍ରତିଷେଧକ ପ୍ରସ୍ତୁତ କଲୁ । ଏତେ ପ୍ରତିଷେଧକ ପ୍ରସ୍ତୁତ କଲୁ ଯେ ଭାରତରେ ମଧ୍ୟ ୧୯୦ କୋଟିରୁ ଅଧିକ ଡୋଜ ଟିକା ଲଗାଯାଇ ସାରିଲାଣି । ଭାରତ ବିଶ୍ୱର ୧୦୦ରୁ ଅଧିକ ଦେଶକୁ ମଧ୍ୟ ପ୍ରତିଷେଧକ ଟିକା ପଠାଇଛି । ଏହିପରି ଭାବରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ମଧ୍ୟ ଆମେ ଗୋଟିଏ ପରେ ଗୋଟିଏ ସଂସ୍କାର ଆଣିଲୁ । ଏହାର ପରିଣାମ ସ୍ୱରୂପ ଗତ ୮ ବର୍ଷ ମଧ୍ୟରେ ମେଡିକାଲ କଲେଜ ସଂଖ୍ୟା ୩୮୦ରୁ ବୃଦ୍ଧି ପାଇ ୬୦୦ରୁ ଅଧିକ ହୋଇଯାଇଛି । ଦେଶରେ ମେଡିକାଲ ଗ୍ରାଜୁଏଟ ଏବଂ ପୋଷ୍ଟ ଗ୍ରାଜୁଏଟ ଆସନ ୯୦ ହଜାରରୁ ବୃଦ୍ଧି ପାଇ ଦେଢ ଲକ୍ଷରୁ ଅଧିକ ହୋଇସାରିଛି ।

ବନ୍ଧୁଗଣ,

ଗତ ୮ ବର୍ଷରେ ଦେଶ ଯେଉଁ ଇଚ୍ଛାଶକ୍ତି ପ୍ରଦର୍ଶନ କରିଛି, ସେହି କାରଣରୁ ଆଉ ଏକ ବଡ ପରିବର୍ତନ ଆସିଛି । ଏବେ ଅମଲାତନ୍ତ୍ର ମଧ୍ୟ ସମ୍ପୁର୍ଣ୍ଣ ଶକ୍ତିର ସହ ସଂସ୍କାରଗୁଡିକୁ ବାସ୍ତବ ରୂପ ଦେବାରେ ଲାଗି ପଡିଛି । ବ୍ୟବସ୍ଥା ସେୟା ରହିଛି, କିନ୍ତୁ ଏବେ ଫଳାଫଳ ବେଶ ସନ୍ତୋଷଜନକ ହେବାରେ ଲାଗିଛି । ଏବଂ ଏହି ଆଠ ବର୍ଷ ମଧ୍ୟରେ ଯାହା ସବୁଠାରୁ ବଡ ପ୍ରେରଣା ଭାବେ ଉଭା ହୋଇଛି, ତାହା ହେଉଛି ଜନ ଭାଗିଦାରୀ । ଦେଶର ଜନସାଧାରଣ ନିଜେ ଆଗକୁ ବଢି ସଂସ୍କାରକୁ ତ୍ୱରାନ୍ୱିତ କରୁଛନ୍ତି । ଏବଂ ଆମେ ଏହା ସ୍ୱଚ୍ଛ ଭାରତ ଅଭିଯାନରେ ଦେଖିଛୁ । ଏବଂ ଏବେ ଭୋକାଲ ଫର ଲୋକାଲ ଓ ଆତ୍ମନିର୍ଭର ଭାରତ ଅଭିଯାନରେ ମଧ୍ୟ ଆମେ ଜନ ଭାଗିଦାରୀର ଶକ୍ତି ଦେଖୁଛୁ । ଯେତେବେଳେ ଜନସାଧାରଣ ସହଯୋଗ କରନ୍ତି, ସେତେବେଳେ ଫଳ ନିଶ୍ଚିତ ମିଳିଥାଏ, ଶୀଘ୍ର ମିଳିଥାଏ । ଅର୍ଥାତ୍ ସରକାରୀ ବ୍ୟବସ୍ଥାରେ ସରକାର ସଂସ୍କାର ଆଣିଥାଆନ୍ତି, ଅମଲାତନ୍ତ୍ର କାର୍ଯ୍ୟକାରୀ କରିଥାଏ ଏବଂ ଜନସାଧାରଣଙ୍କ ସହଯୋଗରେ ରୂପାନ୍ତରଣ ହୋଇଥାଏ ।

ବନ୍ଧୁଗଣ,

ଏହା ଆପଣମାନଙ୍କ ପାଇଁ ଏକ ବହୁତ ବଡ ଅଧ୍ୟୟନର ବିଷୟ ଅଟେ । ରିଫର୍ମ, ପରଫର୍ମ, ଟ୍ରାନସଫର୍ମର ଏହି ଯେଉଁ ଗତିଶୀଳତା ରହିଛି, ତାହା ଆପଣମାନଙ୍କ ପାଇଁ ଗବେଷଣାର ବିଷୟ ଅଟେ । ଆଇଏସବି ଭଳି ବଡ ପ୍ରତିଷ୍ଠାନ ଅଧ୍ୟୟନ କରି, ବିଶ୍ଳେଷଣ କରି ଏହାକୁ ବିଶ୍ୱ ସମ୍ମୁଖରେ ଏହାକୁ ଆଣିବା ଉଚିତ୍ । ଏଠାରୁ ଯେଉଁ ଯୁବା ବନ୍ଧୁ ପାଠପଢା ଶେଷ କରି ବାହାରୁଛନ୍ତି, ସେମାନେ ମଧ୍ୟ ରିଫର୍ମ, ପରଫର୍ମ, ଟ୍ରାନସଫର୍ମର ଏହି ମନ୍ତ୍ର ସବୁ କ୍ଷେତ୍ରରେ କାର୍ଯ୍ୟକାରୀ କରିବାର ଉଦ୍ୟମ କରିବା ଉଚିତ ।

ବନ୍ଧୁଗଣ,

ଦେଶର କ୍ରୀଡା ପରିବେଷ୍ଟନୀ ତନ୍ତ୍ରରେ ଆସିଥିବା ରୂପାନ୍ତରଣ ଆଡକୁ ମଧ୍ୟ ମୁଁ ଆପଣମାନଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି । ଶେଷରେ କଣ କାରଣ ରହିଛି ଯେ ୨୦୧୪ ପରେ ଆମକୁ ପ୍ରତ୍ୟେକ କ୍ରୀଡାଙ୍ଗନରେ ଅଭୂତପୂର୍ବ ପ୍ରଦର୍ଶନ ଦେଖିବାକୁ ମିଳୁଛି? ଏହାର ସବୁଠାରୁ ବଡ କାରଣ ଆମର, କ୍ରୀଡାବିତମାନଙ୍କର ଆତ୍ମବିଶ୍ୱାସ । ଆତ୍ମବିଶ୍ୱାସ ସେତେବେଳେ ଆସିଥାଏ, ଯେତେବେଳେ ପ୍ରକୃତ ପ୍ରତିଭାର ଅନ୍ୱେଷଣ ହୋଇଥାଏ, ଯେତେବେଳେ ପ୍ରତିଭାକୁ ଆଗକୁ ବଢିବା ପାଇଁ ପଥ ପ୍ରଦର୍ଶନ କରାଯାଇଥାଏ, ଯେତେବେଳେ ଏକ ସ୍ୱଚ୍ଛ ଚୟନ ହୋଇଥାଏ, ପ୍ରଶିକ୍ଷଣର, ପ୍ରତିଯୋଗୀତାର ଏକ ଉନ୍ନତ ଭିତିଭୂମୀ ମିଳିଥାଏ । ଖେଲୋ ଇଣ୍ଡିଆଠାରୁ ନେଇ ଅଲିମ୍ପିକସ ପୋଡିଅମ ଯୋଜନା ପର୍ଯ୍ୟନ୍ତ ଅନେକ ସଂସ୍କାର ଅଣାଯାଇ ଆଜି କ୍ରୀଡା କ୍ଷେତ୍ରର ସଂସ୍କାର ଆମେ ନିଜ ଆଖି ଆଗରେ ଦେଖିପାରୁଛୁ, ଅନୁଭବ କରିପାରୁଛୁ ।

ବନ୍ଧୁଗଣ,

ମ୍ୟାନେଜମେଂଟ ଜଗତରେ ପ୍ରଦର୍ଶନ, ମୂଲ୍ୟ ଯୁକ୍ତକରଣ, ଉତ୍ପାଦକତା ଏବଂ ପ୍ରୋତ୍ସାହନ ଏହିସବୁ ବିଷୟ ଉପରେ ମଧ୍ୟ ଅନେକ ଚର୍ଚ୍ଚା ହୋଇଥାଏ । ଯଦି ଜନ ନୀତିରେ ଆପଣମାନଙ୍କୁ ଏହାର ଉତମ ଉଦାହରଣ ଦେଖିବାର ଅଛି ତାହାହେଲେ ଆପଣମାନଙ୍କୁ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମକୁ ନିଶ୍ଚିତ ଭାବରେ ଅଧ୍ୟୟନ କରିବା ଆବଶ୍ୟକ । ଆମ ଦେଶରେ ୧୦୦ରୁ ଅଧିକ ଏଭଳି ଜିଲ୍ଲା ଥିଲା, ଯାହା ବିକାଶର ଦୌଡରେ ଖୁବ ପଛରେ ଥିଲେ । ଦେଶର ପାଖାପାଖି ସମସ୍ତ ରାଜ୍ୟରେ ଗୋଟିଏ ଦୁଇଟି, ଗୋଟିଏ ଦୁଇଟି କିମ୍ବା କେଉଁଠାରେ ସାମାନ୍ୟ ଅଧିକ ଏଭଳି ଆକାଂକ୍ଷୀ ଜିଲ୍ଲା ରହିଛି । ବିକାଶ ସହ ଯୋଡି ହୋଇଥିବା ସମସ୍ତ ସୂଚକାଙ୍କରେ ଏହି ଜିଲ୍ଲାଗୁଡିକ ବହୁତ ନ୍ୟୁନ ପ୍ରଦର୍ଶନ କରୁଥିଲେ । ପ୍ରତ୍ୟକ୍ଷ ଭାବେ ଦେଶର ସାମଗ୍ରିକ ପ୍ରଦର୍ଶନ ଉପରେ, ମାନ୍ୟତା ଉପରେ, ମୂଲ୍ୟାୟନ ଉପରେ ଏହାର ଖୁବ ନକରାତ୍ମକ ପ୍ରଭାବ ପଡୁଥିଲା । କିଛି ଘଟୁ ନାହିଁ, ପରିବର୍ତନର ସମ୍ଭାବନା ଦିଶୁ ନାହିଁ, ପରିସ୍ଥିତି ଖରାପ ରହିଛି, ଏହିଭଳି ଭାବି ସରକାର ଏହିସବୁ ଜିଲ୍ଲାଗୁଡିକୁ ଅନଗ୍ରସର ଜିଲ୍ଲା ଭାବେ ଘୋଷଣା କରି ଦେଉଥିଲେ । ଏସବୁ ତ ପଛୁଆ ଜିଲ୍ଲା, ଏହିଭଳି ଭାବନା ଯଦି ସମସ୍ତଙ୍କ ମନରେ ବସା ବାନ୍ଧି ଯାଏ ତାହାହେଲେ ସେଠାରେ କୌଣସି ପରିବର୍ତନ ହୋଇପାରିବ ନାହିଁ । ସରକାରୀ ବ୍ୟବସ୍ଥାରେ ଯେଉଁ ଅଧିକାରୀମାନଙ୍କୁ ସବୁଠାରୁ କମ ଦକ୍ଷ ବିବେଚନା କରାଯାଉଥିଲା, ଅକର୍ମା ବିବେଚନା କରାଯାଉଥିଲା, ସେମାନଙ୍କୁ ପ୍ରାୟତଃ ଏହିସବୁ ଜିଲ୍ଲାଗୁଡିକରେ ନିଯୁକ୍ତି ଦିଆଯିବା ଏବଂ ଯାଅ ଭାଇ ତୁମେ ତୁମ କଥା ବୁଝ , ତୁମ ଭାଗ୍ୟ ଆଦରି ସେଠାରେ ପଡି ରୁହ ।

କିନ୍ତୁ ବନ୍ଧୁଗଣ,

ଆମେ ଆଭିମୁଖ୍ୟରେ ପରିବର୍ତନ ଆଣିଲୁ । ଯାହାକୁ ଗତକାଲି ପର୍ଯ୍ୟନ୍ତ ଅନଗ୍ରସର ଜିଲ୍ଲା କୁହାଯାଉଥିଲା ଆମେ ତାକୁ ଅନଗ୍ରସର ଜିଲ୍ଲା ନୁହେଁ, ଆକାଂକ୍ଷୀ ଜିଲ୍ଲା କହିଲୁ, ଆକାଂକ୍ଷୀ ଜିଲ୍ଲା ଘୋଷଣା କଲୁ ଏବଂ ଆମେ ସ୍ଥିର କଲୁ ଯେ ଆମେ ଏହି ଜିଲ୍ଲାଗୁଡିକରେ ବିକାଶର ଆକାଂକ୍ଷା ଜାଗ୍ରତ କରିବୁ, ଏକ ନୂତନ କ୍ଷୁଧା ଜାଗ୍ରତ କରାଇବୁ । ଦେଶର ଦକ୍ଷ, ଯୁବା ଅଧିକାରୀମାନଙ୍କୁ ଚିହ୍ନଟ କରି ଏହିସବୁ ଜିଲ୍ଲାକୁ ପଠାଗଲା । ଏହିସବୁ ଜିଲ୍ଲାରେ ହେବାକୁ ଥିବା ପ୍ରତିଟି କାର୍ଯ୍ୟକୁ ବିିଶେଷ ଭାବରେ ତଦାରଖ କରାଗଲା, ଡେସ୍କ ବୋର୍ଡରେ ରିୟଲ ଟାଇମ ମନିଟରିଂ କରିବାର ବ୍ୟବସ୍ଥା ମଧ୍ୟ କରାଗଲା । ଯେଉଁଠି ଯେଉଁଠି ତୃଟି ନଜରକୁ ଆସୁଥିଲା ସେହି ତୃଟିଗୁଡିକୁ ଦୂର କରିବାର ପ୍ରୟାସ କରାଯାଇଛି । ଏବଂ ବନ୍ଧୁଗଣ ଆପଣମାନେ ଏକଥା ଜାଣି ଖୁସି ହେବେ ଯେ ଆଜି ସ୍ଥିତି ଏଭଳି ହୋଇଯାଇଛି ଯେ ଏହାମଧ୍ୟରୁ କେତେକ ଜିଲ୍ଲା ଆଜି ଦେଶର ଅନ୍ୟ ଉତମ ବିବେଚିତ ଜିଲ୍ଲାମାନଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରୁଛନ୍ତି । ଯେଉଁ ଜିଲ୍ଲାଗୁଡିକୁ ଏକଦା ଅନଗ୍ରସର ଜିଲ୍ଲା କୁହାଯାଉଥିଲା, ଯାହା ଦେଶର ବିକାଶ ସୂଚକାଙ୍କକୁ ପ୍ରଭାବିତ କରୁଥିଲା, ସେଗୁଡିକ ଆଜି ଆକାଂକ୍ଷୀ ଜିଲ୍ଲା ହୋଇ ଦେଶର ବିକାଶକୁ ଗତି ପ୍ରଦାନ କରୁଛନ୍ତି । ଆମେ ଏବେ ରାଜ୍ୟଗୁଡିକୁ କହିଛୁ ଯେ ଏହି ଆଭିମୁଖ୍ୟକୁ ଆହୁରି ସୁଦୂର ପ୍ରସାରୀ କରନ୍ତୁ । ପ୍ରତି ଜିଲ୍ଲାରେ ଏଭଳିସବୁ ବ୍ଲକ ରହିଛି ଯାହା ବିକାଶ ଦୃଷ୍ଟିରୁ ଅନ୍ୟ ବ୍ଲକଠାରୁ ପଛରେ ପଡିଯାଇଛି । ଏଭଳି ବ୍ଲକଗୁଡିକୁ ଚିହ୍ନଟ କରି ଆକାଂକ୍ଷୀ ବ୍ଲକ ଅଭିଯାନକୁ ଏବେ ଆଗକୁ ବଢା ଯାଉଛି । ଦେଶରେ ହେଉଥିବା ପରିବର୍ତନ, ଏସବୁର ସୂଚନା, ଆପଣମାନଙ୍କୁ ନୀତି ନିର୍ଦ୍ଧାରଣରେ, ପରିଚାଳନାରେ ଅନେକ ସହାୟତା ପ୍ରଦାନ କରିବ । 

ବନ୍ଧୁଗଣ,

ଆପଣମାନଙ୍କ ପାଇଁ ଏସବୁ ଜାଣିବା ଏଥିପାଇଁ ମଧ୍ୟ ଜରୁରୀ କାରଣ ଆଜି ଦେଶରେ ବ୍ୟବସାୟର ଅର୍ଥ ମଧ୍ୟ ବଦଳୁଛି ଏବଂ ବ୍ୟବସାୟର ପରିସର ମଧ୍ୟ ବୃଦ୍ଧି ପାଉଛି । ଆଜି ଭାରତରେ ଅର୍ଥନୈତିକ ଦୃଶ୍ୟପଟ୍ଟ କ୍ଷୁଦ୍ର, ମଧ୍ୟମ, କୁଟୀର ଶିଳ୍ପ ଏବଂ ଅନୌପଚାରିକ ଉଦ୍ୟୋଗ ପର୍ଯ୍ୟନ୍ତ ପରିବ୍ୟାପ୍ତ ହେଉଛି । ଏହି ବ୍ୟବସାୟ ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାରର ସୁଯୋଗ ଦେଉଛି । ଏହାର ସାମର୍ଥ୍ୟ ବହୁତ ଅଧିକ ଅଟେ, ଏଥିରେ ମଧ୍ୟରେ ଆଗକୁ ବଢିବାର ପ୍ରତିବଦ୍ଧତା ଖୁବ ଅଧିକ ଅଟେ । ଏଥିପାଇଁ ଆଜି ଯେତେବେଳେ ଦେଶ ଆର୍ଥିକ ବିକାଶର ନୂତନ ଅଧ୍ୟାୟ ଲେଖୁଛି ସେତେବେଳେ ଆମକୁ ଆଉ ଗୋଟିଏ କଥା ମନେ ରଖିବାକୁ ହେବ । ଆମକୁ ଛୋଟ ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟ ପ୍ରତି ମଧ୍ୟ ସେତିକି ଧ୍ୟାନ ଦେବାକୁ ପଡିବ । ଆମକୁ ସେମାନଙ୍କୁ ଅଧିକ ବଡ ମଂଚ ଦେବାକୁ ପଡିବ, ଅଭିବୃଦ୍ଧି ପାଇଁ ଅଧିକ ଉତମ ସୁଯୋଗ ପ୍ରଦାନ କରିବାକୁ ପଡିବ । ଆମକୁ ସେମାନଙ୍କୁ ଦେଶ ବିଦେଶରେ ନୂଆ ନୂଆ ବଜାର ସହ ଯୋଡିବାରେ ସାହାଯ୍ୟ କରିବାକୁ ପଡିବ । ଆମକୁ ସେମାନଙ୍କୁ ଅଧିକରୁ ଅଧିକ ଜ୍ଞାନକୌଶଳ ସହ ସଂଯୋଗ କରିବାକୁ ପଡିବ । ଏବଂ ଏଠାରେ ଏହି କଥାରେ ଆଇଏସବି ଭଳି ପ୍ରତିଷ୍ଠାନ, ଆଇଏସବିର ଛାତ୍ରଛାତ୍ରୀଙ୍କ ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଥାଏ । ଜଣେ ଭବିଷ୍ୟତର ବିଜନେସ ଲିଡର ଭାବରେ ଆପଣ ସମସ୍ତଙ୍କୁ ପ୍ରତି ବ୍ୟବସାୟକୁ ଆହୁରି ବୃହତ କରିବା ଏବଂ ସମ୍ପ୍ରସାରିତ କରିବା ପାଇଁ ଆଗକୁ ଆସିବାକୁ ପଡିବ, ଦାୟିତ୍ୱ ନେବାକୁ ପଡିବ । ଏବଂ ଆପଣମାନେ ଦେଖିବେ, ଯଦି ଆପଣମାନେ କ୍ଷୁଦ୍ର ବ୍ୟବସାୟର ଅଭିବୃଦ୍ଧିରେ ସାହାଯ୍ୟ କରିବେ ତ ଆପଣମାନେ ଲକ୍ଷ ଲକ୍ଷ ଉଦ୍ୟୋଗୀ ନିର୍ମାଣ କରିବାରେ ସାହାଯ୍ୟ କରିବେ, କୋଟି କୋଟି ପରିବାରକୁ ସହାୟତା ପ୍ରଦାନ କରିବେ । ଭାରତକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାରେ ଆମକୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ଭାରତ ଆତ୍ମନିର୍ଭର ହେଉ । ଏବଂ ଏଥିରେ ଆପଣମାନଙ୍କ ଭଳି ବିଜନେସ ପ୍ରଫେସନାଲମାନଙ୍କର ବହୁତ ବଡ ଭୂମିକା ରହିଛି । ଏବଂ ଏହା ଆପଣମାନଙ୍କ ପାଇଁ ଦେଶ ସେବା କରିବାର ଏକ ପ୍ରକାର ଗୁରୁତ୍ୱପୂର୍ଣ୍ଣ ଉଦାହରଣ ପାଲଟିବ ।

ବନ୍ଧୁଗଣ,

ଦେଶ ପାଇଁ କିଛି କରିବାର, ଦେଶ ପାଇଁ କିଛି କରିଯିବା ପାଇଁ ଆପଣମାନଙ୍କର ଆଗ୍ରହ, ଦେଶକୁ ନୂତନ ଶିଖର ପର୍ଯ୍ୟନ୍ତ ନେଇଯିବ । ମୋର ଆଇଏସବି ଉପରେ, ଆଇଏସବିର ଛାତ୍ରଛାତ୍ରୀମାନଙ୍କ ଉପରେ, ଆପଣମାନଙ୍କ ଭଳି ସବୁ ଯୁବକମାନଙ୍କ ଉପରେ ବହୁତ ଭରସା ରହିଛି, ବହୁତ ବିଶ୍ୱାସ ରହିଛି । ଆପଣମାନେ ଏକ ଉଦ୍ଦେଶ୍ୟ ନେଇ ଏହି ପ୍ରତିଷ୍ଠିତ ପ୍ରତିଷ୍ଠାନରୁ ଉତୀର୍ଣ୍ଣ ହୁଅନ୍ତୁ । ଆପଣମାନେ ନିଜର ଲକ୍ଷ୍ୟକୁ ରାଷ୍ଟ୍ରର ସଙ୍କଳ୍ପ ସହ ଯୋଡନ୍ତୁ । ଆମେ ଯାହା କିଛି ବି କରିବା, ତାହା ଦ୍ୱାରା ଗୋଟିଏ ରାଷ୍ଟ୍ର ଭାବରେ ଆମେ ସଶକ୍ତ ହେବା, ଏହି ପ୍ରତିବଦ୍ଧତା ସହ ଯେତେବେଳେ ଆପଣ କୌଣସି ବି ପ୍ରୟାସ କରିବେ ତ ସଫଳତା ଆପଣଙ୍କ ଚରଣ ସ୍ପର୍ଶ କରିବ । ପୁନର୍ବାର, ଆଜି ଯେଉଁ ଯେଉଁ ସାଥୀମାନଙ୍କୁ ମତେ ପଦକ ଦେବାର ସୁଯୋଗ ମିଳିଛି ଏବଂ ଯେଉଁ ଲୋକମାନେ ସଫଳତା ହାସଲ କରିଛନ୍ତି ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ମୁଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଏବଂ ଆଇଏସବି ଭାରତର ବିକାଶ ଯାତ୍ରାରେ ଏଭଳି ପିଢୀସବୁକୁ ପ୍ରସ୍ତୁତ କରିଚାଲୁ, ଏଭଳି ପିଢୀ ରାଷ୍ଟ୍ର ପାଇଁ ଉତ୍ସର୍ଗୀକୃତ ମନୋଭାବ ସହ କାର୍ଯ୍ୟ କରୁଥାଆନ୍ତୁ, ଏହି ଆଶା ସହିତ ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ!

 

JP



(Release ID: 1828700) Visitor Counter : 113