ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                    
                    
                        ଜାପାନରେ ଥିବା ଭାରତୀୟ ସମ୍ପ୍ରଦାୟ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ
                    
                    
                        
                    
                
                
                    Posted On:
                23 MAY 2022 6:25PM by PIB Bhubaneshwar
                
                
                
                
                
                
                ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୩ ମଇ ୨୦୨୨ ରେ ଜାପାନରେ ଥିବା ୭୦୦ ରୁ ଅଧିକ ପ୍ରବାସୀ ଭାରତୀୟ ସଦସ୍ୟଙ୍କୁ ସମ୍ବୋଧିତ ଏବଂ ଆଲୋଚନା କରିଛନ୍ତି ।
ଏହି କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ଜାପାନର ଇଣ୍ଡୋଲୋଜିଷ୍ଟ, କ୍ରୀଡ଼ାବିତ୍ ଏବଂ ସାଂସ୍କୃତିକ କଳାକାରଙ୍କ ସହ ସାକ୍ଷାତ କରିଥିଲେ ଯେଉଁମାନେ ଭାରତ ଏବଂ ଜାପାନ ମଧ୍ୟରେ ସାଂସ୍କୃତିକ ତଥା ଲୋକମାନଙ୍କ ମଧ୍ୟରେ ଭାବ ବିନିମୟକୁ ପ୍ରୋତ୍ସାହିତ କରୁଛନ୍ତି । ପ୍ରଧାନମନ୍ତ୍ରୀ ଜାପାନରେ ପ୍ରଭାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ମଧ୍ୟ ଭେଟିଛନ୍ତି । ଜାପାନରେ ୪୦,୦୦୦ ରୁ ଅଧିକ ପ୍ରବାସୀ ଭାରତୀୟ ରହିଛନ୍ତି ।
ଭାରତୀୟ ସମ୍ପ୍ରଦାୟ ସଦସ୍ୟଙ୍କୁ ସେମାନଙ୍କର ଦକ୍ଷତା, ପ୍ରତିଭା ଏବଂ ଉଦ୍ୟୋଗୀତା ଏବଂ ମାତୃଭୂମି ସହିତ ଯୋଗାଯୋଗ ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସ୍ୱାମୀ ବିବେକାନନ୍ଦ ଏବଂ ରବୀନ୍ଦ୍ର ନାଥ ଟାଗୋରଙ୍କ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ଭାରତ ଏବଂ ଜାପାନ ମଧ୍ୟରେ ଥିବା ଗଭୀର ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି । ନିକଟ ଅତୀତରେ ଭାରତରେ ବିଭିନ୍ନ ସାମାଜିକ-ଅର୍ଥନୈତିକ ବିକାଶ ଏବଂ ସଂସ୍କାରମୂଳକ ପଦକ୍ଷେପ ବିଶେଷ ଭାବରେ ଭିତ୍ତିଭୂମି, ପ୍ରଶାସନ, ସବୁଜ ବିକାଶ, ଡିଜିଟାଲ୍ ବିପ୍ଳବ ଉପରେ ସେ ଆଲୋକପାତ କରିଥିଲେ । ସେ "ଭାରତ ଚଲୋ, ଭାରତ ସେ ଯୋଡୋ” ର ଅଭିଯାନରେ ଯୋଗଦେବା ପାଇଁ ଭାରତୀୟ ସମ୍ପ୍ରଦାୟକୁ ଆମନ୍ତ୍ରଣ କରିଥିଲେ ।
HS
                
                
                
                
                
                (Release ID: 1827735)
                Visitor Counter : 178
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam