ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଙ୍କ ଏନଇସି କର୍ପୋରେସନ ର ଅଧ୍ୟକ୍ଷ ଡା. ନୋବୁହିରୋ ଏଣ୍ଡୋଙ୍କ ସହିତ ବୈଠକ

ପୋଷ୍ଟ କରାଯିବା ଦିନାଙ୍କ: 23 MAY 2022 12:14PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 23 ମେ 2022 ରେ ଏନଇସି କର୍ପୋରେସନର ଅଧ୍ୟକ୍ଷ ଡା. ନୋବୁହିରୋ ଏଣ୍ଡୋଙ୍କ ସହିତ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ଭାରତର ଦୂର ସଞ୍ଚାର କ୍ଷେତ୍ରରେ ବିଶେଷ ଭାବରେ ଚେନ୍ନାଇ-ଆଣ୍ଡାମାନ ଏବଂ ନିକୋବାର ଦୀପପୁଞ୍ଜ (ସିଏଏନଆଇ) ଏବଂ କୋଚି-ଲାକ୍ଷାଦ୍ବୀପପୁଞ୍ଜ  (କେଏଲଆଇ) ଓଏଫସି ପ୍ରକଳ୍ପରେ ଏନଇସିର ଭୂମିକାର ପ୍ରଶଂସା କରିଛନ୍ତି ସେ ପ୍ରଡକ୍ସନ ଲିଙ୍କଡ୍ଇନ୍ସେନଟିଭ୍ (ପିଏଲଆଇ) ଯୋଜନା ଅନ୍ତର୍ଗତ ନିବେଶର ଅବସର ଉପରେ ମଧ୍ୟ ଆଲୋଚନା କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ଡା. ଏଣ୍ଡୋ ଔଦ୍ୟୋଗିକ ବିକାଶ, ଟାକ୍ସେସନ ଏବଂ ଶ୍ରମ ସହିତ ଭାରତରେ ବ୍ୟବସାୟ କରିବା ସହଜ କରିବା ପାଇଁ କରାଯାଉଥିବା ବିଭିନ୍ନ ସଂସ୍କାର ଉପରେ ମଧ୍ୟ ଆଲୋଚନା କରିଛନ୍ତି ଉଭୟ ପ୍ରତିଷ୍ଠାନର ଅଧିକାରୀମାନେ ନୂତନ ଏବଂ ବିକାଶଶୀଳ ପ୍ରଯୁକ୍ତି ଗୁଡ଼ିକ କ୍ଷେତ୍ରରେ ଭାରତରେ ଉପଲବ୍ଧ ଅବସର ବିଷୟରେ ମଧ୍ୟ ବିଚାର ବିମର୍ଷ କରିଛନ୍ତି

BS


(ରିଲିଜ ଆଡି: 1827680) ପରିଦର୍ଶକ କାଉଣ୍ଟର : 166