ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                    
                    
                        ଭାରତ ଓ ଜାପାନ ମଧ୍ୟରେ ଥିବା ଜୀବନ୍ତ ସମ୍ବନ୍ଧଗୁଡ଼ିକ ବାବଦରେ ପ୍ରଧାନମନ୍ତ୍ରୀଙ୍କ ଆଲେଖ୍ୟ
                    
                    
                        
                    
                
                
                    Posted On:
                23 MAY 2022 9:07AM by PIB Bhubaneshwar
                
                
                
                
                
                
                : ଜାପାନର ଏକ ସ୍ଥାନୀୟ ସମ୍ବାଦପତ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଆଲେଖ୍ୟ ସ୍ଥାନ ପାଇଛି । ସରକାରୀ ଗସ୍ତ ପରିପ୍ରେକ୍ଷୀରେ ଶ୍ରୀ ମୋଦୀ ଏବେ ଜାପାନରେ ଅଛନ୍ତି ।
 
ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଜର ଏକ ଟ୍ୱିଟରେ କହିଛନ୍ତି;
 
‘‘ଭାରତ ଓ ଜାପାନ ମଧ୍ୟରେ ଥିବା ଜୀବନ୍ତ ସମ୍ପର୍କକୁ ନେଇ ମୁଁ ଏକ ଲେଖା ଲେଖିଛି । ଶାନ୍ତି, ସ୍ଥିରତା ଓ ସମୃଦ୍ଧି ନିମନ୍ତେ ଆମର ଏକ ସହଯୋଗିତା ରହିଛି । ୭୦ ଗୌରବଶାଳୀ ବର୍ଷ ପୂରଣ କରିଥିବା ଆମର ଏହି ସ୍ୱତନ୍ତ୍ର ବନ୍ଧୁତାକୁ ଆହୁରି ପରିସ୍ଫୁଟ କରିବା ଉପରେ ମୁଁ ରେଖାଙ୍କିତ କରୁଛି ।’’
‘‘କୋଭିଡ ପରବର୍ତ୍ତୀ ବିଶ୍ୱରେ ଭାରତ-ଜାପାନ ସହଯୋଗ ମହତ୍ତ୍ୱପୂର୍ଣ୍ଣ ରହିଛି । ଆମର ରାଷ୍ଟ୍ର ଗଣତାନ୍ତ୍ରିକ ମୂଲ୍ୟବୋଧ ନିମନ୍ତେ ପ୍ରତିବଦ୍ଧ । ଆମେ ଉଭୟ ସ୍ଥିର ତଥା ସୁରକ୍ଷିତ ପ୍ରଶାନ୍ତ-ମହାସାଗର କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ମୁଁ ଖୁସି ଯେ ଆମେ ବିଭିନ୍ନ ବହୁପାକ୍ଷିକ ମଞ୍ଚରେ ମଧ୍ୟ ମିଳିତ ଭାବେ କାର୍ଯ୍ୟ କରୁଛୁ ।’’
‘‘ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲାବେଳେ ମଧ୍ୟ ଜାପାନର ଲୋକମାନଙ୍କ ସହିତ ନିୟମିତ ଭାବେ ବାର୍ତ୍ତାଳାପ କରିବାର ସୁଯୋଗ ମିଳୁଥିଲା । ଜାପାନର ବିକାଶଗତ ପ୍ରବୃତ୍ତି ସର୍ବଦା ପ୍ରଶଂସନୀୟ ରହିଆସିଛି । ଭିତ୍ତିଭୂମି, ପ୍ରଯୁକ୍ତି, ନବସୃଜନ, ଷ୍ଟାର୍ଟଅପ ଓ ଆହୁରି ଅନେକ ପ୍ରମୁଖ କ୍ଷେତ୍ରରେ ଭାରତ ସହିତ ଜାପାନ ସହଯୋଗିତା ରଖିଆସିଛି ।’’
 
 
SR
                
                
                
                
                
                (Release ID: 1827638)
                Visitor Counter : 169
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam