ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋପେନହାଗେନ ଠାରେ ଭାରତୀୟ ସମୁଦାୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ

Posted On: 03 MAY 2022 9:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଡେନମାର୍କ ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ ମେଟେ ଫ୍ରେଡରିକସନଙ୍କ ସହ କୋପେନହାଗେନ ସ୍ଥିତ ବେଲା ସେଣ୍ଟର ଠାରେ ଭାରତୀୟ ସମୁଦାୟକୁ ଉଦବୋଧନ ଦେବା ସହ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଛାତ୍ର, ଗବେଷକ, ବୃତ୍ତିଧାରୀ ଓ ବ୍ୟବସାୟୀଙ୍କ ସମେତ ଡେନମାର୍କରେ ରହୁଥିବା ଭାରତୀୟ ସମୁଦାୟର ୧୦୦୦ରୁ ଅଧିକ ସଦସ୍ୟ ଭାଗ ନେଇଥିଲେ ।

ଭାରତୀୟମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଫ୍ରେଡରିକସନଙ୍କ ସଦିଚ୍ଛା ଓ ସମ୍ମାନକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିବା ସହ ଉଭୟ ଦେଶ ସବୁଜ ଅଭିବୃଦ୍ଧି ପାଇଁ ମିଳିତ ଭାବେ ଅଭିନବ ସମାଧାନ ଖୋଜିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଡେନମାର୍କରେ ଭାରତୀୟ ସମୁଦାୟର ସକାରାତ୍ମକ ଭୂମିକାକୁ ସେ ପ୍ରଶଂସା କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଅର୍ଥନୈତିକ ସମ୍ଭାବନା ସମ୍ପର୍କରେ ଆଲୋକପାତ କରିବା ସହ ଭାରତ- ଡେନମାର୍କ ମଧ୍ୟରେ ଅଧିକ ସହଭାଗିତା ପାଇଁ ଆମନ୍ତ୍ରଣ ଜଣାଇଥିଲେ ।

 

SR



(Release ID: 1822490) Visitor Counter : 126