ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏପ୍ରିଲ ୨୯ ତାରିଖରେ ବିଶ୍ୱ ପଟିଦାର ବାଣିଜ୍ୟ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 APR 2022 6:13PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୯ ଏପ୍ରିଲ, ୨୦୨୨ ଦିନ ମଧ୍ୟାହ୍ନ ୧୨ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସରଦାରଧାମ ଦ୍ୱାରା ଆୟୋଜିତ ବିଶ୍ୱ ପଟିଦାର ବାଣିଜ୍ୟ ସମ୍ମିଳନୀ (ଜିପିବିଏସ୍‌) କୁ ଉଦଘାଟନ କରିବେ ।

ପଟିଦାର ସମ୍ପ୍ରଦାୟର ସାମାଜିକ-ଅର୍ଥନୈତିକ ବିକାଶକୁ ଏକ ଉତ୍ସାହ ଯୋଗାଇବା ପାଇଁ ସରଦାରଧାମ " ମିଶନ ୨୦୨୬" ଅଧୀନରେ ଜିପିବିଏ୍‍ ଆୟୋଜନ କରୁଛନ୍ତି । ପ୍ରତି ଦୁଇ ବର୍ଷରେ ଥରେ ଏହି ସମ୍ମିଳନୀ ଆୟୋଜିତ ହୋଇଥାଏ । ୨୦୧୮ ଏବଂ ୨୦୨୦ ରେ ଗାନ୍ଧିନଗରରେ ପ୍ରଥମ ଦୁଇଟି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏବଂ ବର୍ତ୍ତମାନର ସମ୍ମିଳନୀ ସୁରଟରେ ଅନୁଷ୍ଠିତ ହେଉଛି । ଜିପିବିଏସ୍‍ ୨୦୨୨ ର ମୁଖ୍ୟ ବିଷୟବସ୍ତୁ ହେଉଛି ଆତ୍ମନିର୍ଭର କମ୍ୟୁନିଟିରୁ ଆତ୍ମନିର୍ଭର ଗୁଜୁରାଟ ଏବଂ ଭାରତ । ଗୋଷ୍ଠି ଅଧିନରେ କ୍ଷୁଦ୍ର, ମଧ୍ୟମ ଏବଂ ବୃହତ ଉଦ୍ୟୋଗଗୁଡ଼ିକୁ ଏକତ୍ର କରିବାକୁ ଏହି ସମ୍ମିଳନୀର ଲକ୍ଷ୍ୟ; ନୂତନ ଉଦ୍ୟୋଗୀମାନଙ୍କୁ ପ୍ରତିପୋଷଣ ଏବଂ ସମର୍ଥନ କର ଏବଂ ଶିକ୍ଷିତ ଯୁବକମାନଙ୍କୁ ତାଲିମ ଏବଂ ନିଯୁକ୍ତି ସହାୟତା ପ୍ରଦାନ କର । ୨୯ ଏପ୍ରିଲରୁ ୧ ମଇ ପର୍ଯ୍ୟନ୍ତ ଆୟୋଜିତ ଏହି ତିନି ଦିନିଆ ସମ୍ମିଳନୀରେ ଅନ୍ୟଗୁଡିକ ମଧ୍ୟରେ ସରକାରୀ ଶିଳ୍ପ ନୀତିର ବିଭିନ୍ନ ଦିଗ, ଏମ୍‌ଏସ୍‌ଏମ୍‌ଇ, ଷ୍ଟାର୍ଟ ଅପ୍‌, ନବସୃଜନ ଆଦି ଅର୍ନ୍ତଭୁକ୍ତ ।

HS


(ରିଲିଜ ଆଡି: 1821085) ପରିଦର୍ଶକ କାଉଣ୍ଟର : 275