ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏପ୍ରିଲ ୨୯ ତାରିଖରେ ବିଶ୍ୱ ପଟିଦାର ବାଣିଜ୍ୟ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Posted On: 28 APR 2022 6:13PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୯ ଏପ୍ରିଲ, ୨୦୨୨ ଦିନ ମଧ୍ୟାହ୍ନ ୧୨ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସରଦାରଧାମ ଦ୍ୱାରା ଆୟୋଜିତ ବିଶ୍ୱ ପଟିଦାର ବାଣିଜ୍ୟ ସମ୍ମିଳନୀ (ଜିପିବିଏସ୍‌) କୁ ଉଦଘାଟନ କରିବେ

ପଟିଦାର ସମ୍ପ୍ରଦାୟର ସାମାଜିକ-ଅର୍ଥନୈତିକ ବିକାଶକୁ ଏକ ଉତ୍ସାହ ଯୋଗାଇବା ପାଇଁ ସରଦାରଧାମ " ମିଶନ ୨୦୨୬" ଅଧୀନରେ ଜିପିବିଏ୍ଆୟୋଜନ କରୁଛନ୍ତି ପ୍ରତି ଦୁଇ ବର୍ଷରେ ଥରେ ଏହି ସମ୍ମିଳନୀ ଆୟୋଜିତ ହୋଇଥାଏ ୨୦୧୮ ଏବଂ ୨୦୨୦ ରେ ଗାନ୍ଧିନଗରରେ ପ୍ରଥମ ଦୁଇଟି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏବଂ ବର୍ତ୍ତମାନର ସମ୍ମିଳନୀ ସୁରଟରେ ଅନୁଷ୍ଠିତ ହେଉଛି ଜିପିବିଏସ୍୨୦୨୨ ମୁଖ୍ୟ ବିଷୟବସ୍ତୁ ହେଉଛି ଆତ୍ମନିର୍ଭର କମ୍ୟୁନିଟିରୁ ଆତ୍ମନିର୍ଭର ଗୁଜୁରାଟ ଏବଂ ଭାରତ ଗୋଷ୍ଠି ଅଧିନରେ କ୍ଷୁଦ୍ର, ମଧ୍ୟମ ଏବଂ ବୃହତ ଉଦ୍ୟୋଗଗୁଡ଼ିକୁ ଏକତ୍ର କରିବାକୁ ଏହି ସମ୍ମିଳନୀର ଲକ୍ଷ୍ୟ; ନୂତନ ଉଦ୍ୟୋଗୀମାନଙ୍କୁ ପ୍ରତିପୋଷଣ ଏବଂ ସମର୍ଥନ କର ଏବଂ ଶିକ୍ଷିତ ଯୁବକମାନଙ୍କୁ ତାଲିମ ଏବଂ ନିଯୁକ୍ତି ସହାୟତା ପ୍ରଦାନ କର ୨୯ ଏପ୍ରିଲରୁ ମଇ ପର୍ଯ୍ୟନ୍ତ ଆୟୋଜିତ ଏହି ତିନି ଦିନିଆ ସମ୍ମିଳନୀରେ ଅନ୍ୟଗୁଡିକ ମଧ୍ୟରେ ସରକାରୀ ଶିଳ୍ପ ନୀତିର ବିଭିନ୍ନ ଦିଗ, ଏମ୍ଏସ୍ଏମ୍, ଷ୍ଟାର୍ଟ ଅପ୍‌, ନବସୃଜନ ଆଦି ଅର୍ନ୍ତଭୁକ୍ତ

HS



(Release ID: 1821085) Visitor Counter : 148