ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମୱାଲିମୁ ନାଇରେରେଙ୍କୁ ତାଙ୍କ ୧୦୦ ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
13 APR 2022 1:16PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ମହାନ ନେତା ତଥା ବନ୍ଧୁ ମୱାଲିମୁ ନାଇରେରେଙ୍କୁ ତାଙ୍କର ୧୦୦ ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଏକତା ଏବଂ ସମାନତାର ମୱାଲିମୁ ନାଇରେରେଙ୍କ ନୀତି ଆଜି ମଧ୍ୟ ପ୍ରାସଙ୍ଗିକ ଅଟେ । ତାଙ୍କ ଜୀବନ ଏବଂ କାର୍ଯ୍ୟ ଆମ ସମସ୍ତଙ୍କ ପାଇଁ ନିରନ୍ତର ପ୍ରେରଣା ହୋଇ ରହିବ ବୋଲି ଶ୍ରୀ ମୋଦୀ ଆହୁରି କହିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ମୱାଲିମୁ ନାଇରେରେଙ୍କ ଜୀବନ ଏବଂ ତାଙ୍କ କାର୍ଯ୍ୟ ଆମ ସମସ୍ତଙ୍କ ପାଇଁ ନିରନ୍ତର ପ୍ରେରଣା ହୋଇ ରହିଛି । ଏକତା ତଥା ସମାନତାର ନୀତି ଯାହା ସେ ପ୍ରଚାର କରିଥିଲେ ତାହା ଆଜି ମଧ୍ୟ ପ୍ରାସଙ୍ଗିକ ଅଟେ । ତାଙ୍କର ୧୦୦ ତମ ଜନ୍ମ ବାର୍ଷିକୀରେ ଭାରତର ମହାନ ନେତା ତଥା ବନ୍ଧୁଙ୍କୁ ମୋର ଶ୍ରଦ୍ଧାଞ୍ଜଳି ।“
HS
(रिलीज़ आईडी: 1816346)
आगंतुक पटल : 206
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam