କ୍ୟାବିନେଟ

କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର


 ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତାର ଅତିରିକ୍ତ କିସ୍ତି ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ଜାନୁଆରୀ ପହିଲା ୨୦୨୨ ଠାରୁ ପିଛିଲା ଭାବେ ମିଳିବ ଡିଏ ଓ ଡିଆର

Posted On: 30 MAR 2022 2:26PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (ଡିଏ)ର ଅତିରିକ୍ତ କିସ୍ତି ପ୍ରଦାନ କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏଥିସହିତ କେନ୍ଦ୍ର ସରକାରଙ୍କ ଅଧୀନରେ ସମସ୍ତ ପେନସନଭୋଗୀମାନଙ୍କୁ ମହଙ୍ଗା ସହାୟତା (ଡିଆର)ର ଅତିରିକ୍ତ କିସ୍ତି ମଧ୍ୟ ପ୍ରଦାନ କରିବାକୁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି। ଉଭୟ ଡିଏ ଏବଂ ଡିଆର ଆଉ ୩ ପ୍ରତିଶତ ବୃଦ୍ଧି କରାଯିବ । ଏହା ଗତ ଜାନୁଆରୀ ପହିଲା ୨୦୨୨ ଠାରୁ ପିଛିଲା ଭାବେ ଲାଗୁ ହେବ । ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ବେତନ/ପେନସନ ଉପରେ ୩୧ ପ୍ରତିଶତ ହାରରେ ଡିଏ/ଡିଆର ପାଉଛନ୍ତି । ଦରଦାମ ବୃଦ୍ଧିର କ୍ଷତିପୂରଣ ସ୍ବରୂପ ଅଧିକ ଅତିରିକ୍ତ ୩ ପ୍ରତିଶତ ଡିଏ/ଡିଆର ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଉପରେ ଆଧାରିତ ମଞ୍ଜୁରିପ୍ରାପ୍ତ ନିୟମ ଅନୁଯାୟୀ ଏହି ବୃଦ୍ଧି କରାଯାଇଛି ।

ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା ପ୍ରଦାନ କରିବା କାରଣରୁ ମିଳିତ ଭାବେ ରାଜକୋଷ ଉପରେ ବାର୍ଷିକ ୯,୫୪୪.୫୦ କୋଟି ଟଙ୍କାର ବୋଝ ପଡ଼ିବ । ଏହାଦ୍ବାରା ୪୭.୬୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୮.୬୨ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

 

*********

P.S.



(Release ID: 1811538) Visitor Counter : 230