ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ ୪୦୦ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନିର ଏକ ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ କରିଥିବାରୁ କୃଷକ, ବୁଣାକାର, ଏମଏସଏମଇ, ଉତ୍ପାଦନକାରୀ, ରପ୍ତାନିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 23 MAR 2022 9:58AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃଷକ, ବୁଣାକାର, ଏମଏସଏମଇ, ଉତ୍ପାଦନକାରୀ, ରପ୍ତାନିକାରୀଙ୍କୁ ପ୍ରଶଂସା କରିଛନ୍ତି କାରଣ ଧାର୍ଯ୍ୟ ସମୟର ଦିନ ପୂର୍ବରୁ ୪୦୦ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନିରେ ଭାରତ ଲକ୍ଷ୍ୟ ହାସଲ କରିପାରିଛି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଭାରତ ୪୦୦ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି ପାଇଁ ଏକ ଉଚ୍ଚାଭିଳାଷୀ ଲକ୍ଷ୍ୟ ସ୍ଥିର କରିଥିଲା ଏବଂ ପ୍ରଥମ ଥର ପାଇଁ ଏହି ଲକ୍ଷ୍ୟ ହାସଲ କରିଛି ଏହି ସଫଳତା ପାଇଁ ମୁଁ ଆମର କୃଷକ, ବୁଣାକାର, ଏମଏସଏମଇ, ଉତ୍ପାଦନକାରୀ, ରପ୍ତାନିକାରୀଙ୍କୁ ଅଭିନନ୍ଦନ ଜଣାଉଛି

ଆମର ଆତ୍ମନିର୍ଭର ଭାରତର ଯାତ୍ରା ପଥରେ ଏହା ଏକ ପ୍ରମୁଖ ମାଇଲଖୁଣ୍ଟ ଲୋକାଲ୍ ଗୋଜ୍ଗ୍ଲୋବାଲ

HS



(Release ID: 1808946) Visitor Counter : 138