ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କେନିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମାନ୍ୟବର ରାଇଲା ଆମୋଲୋ ଓଡିଙ୍ଗାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ

ପୋଷ୍ଟ କରାଯିବା ଦିନାଙ୍କ: 13 FEB 2022 2:41PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟକ୍ତିଗତ ଗସ୍ତରେ ଭାରତ ଆସିଥିବା କେନିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମାନ୍ୟବର ରାଇଲା ଆମୋଲୋ ଓଡିଙ୍ଗାଙ୍କୁ ସାକ୍ଷାତ କରିଛନ୍ତି ଦୁଇ ନେତା ଦଶନ୍ଧି ଧରି ବ୍ୟକ୍ତିଗତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସେୟାର କରିଛନ୍ତି

ପ୍ରାୟ ସାଢେ ତିନି ବର୍ଷ ପରେ ଶ୍ରୀ ଓଡିଙ୍ଗାଙ୍କୁ ଭେଟିବାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ଉଭୟ ଭାରତ ଏବଂ କେନିଆରେ ୨୦୦୮ ମସିହାରୁ ଶ୍ରୀ ଓଡିଙ୍ଗାଙ୍କ ସହ ତାଙ୍କର ଏକାଧିକ ପାରସ୍ପରିକ ସମ୍ପର୍କକୁ ମନେ ପକାଇବା ସହିତ ୨୦୦୯ ଏବଂ ୨୦୧୨ ରେ ଗୁଜୁରାଟ ସମ୍ମିଳନୀକୁ ସମର୍ଥନ ସଂକ୍ରାନ୍ତରେ ଉଲ୍ଲେଖ କରିଥିଲେ

ଦୁଇ ନେତା ପାରସ୍ପରିକ ସ୍ୱାର୍ଥର ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ ଭାରତ-କେନିଆ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ପ୍ରଧାନମନ୍ତ୍ରୀ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି

ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଭବିଷ୍ୟତର ପ୍ରୟାସ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀ ଓଡିଙ୍ଗାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି

HS


(ରିଲିଜ ଆଡି: 1798133) ପରିଦର୍ଶକ କାଉଣ୍ଟର : 218