ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

Posted On: 08 FEB 2022 9:50PM by PIB Bhubaneshwar

ମାନନୀୟ ସଭାପତିଜୀ,

ରାଷ୍ଟ୍ରପତିଜୀଙ୍କ ଅଭିଭାଷଣ ଉପରେ ଏଠାରେ ବିସ୍ତାରିତ ଭାବେ ଆଲୋଚନା ଅନୁଷ୍ଠିତ ହୋଇଛି । ମୁଁ ରାଷ୍ଟ୍ରପତିଜୀଙ୍କୁ ଧନ୍ୟବାଦ ପ୍ରଦାନ ନିମନ୍ତେ ଏହି ଆଲୋଚନାରେ ଅଂଶ ଗ୍ରହଣ କରିବା ସକାଶେ ଆପଣ ମୋତେ ସମୟ ପ୍ରଦାନ କରିଛନ୍ତି, ସେଥିପାଇଁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ । ଆଦରଣୀୟ ରାଷ୍ଟ୍ରପତିଜୀ ବିଗତ ଦିନର କରୋନାର ଏହି କଠିନ କାଳଖଣ୍ଡରେ ମଧ୍ୟ ଦେଶରେ ଚତୁର୍ଦ୍ଦିଗରେ କେଉଁଭଳି ଭାବେ ପ୍ରୟୋଗ କରାଯାଇଥିଲା, ଦେଶର ଦଳିତ, ପୀଡ଼ିତ, ଗରିବ, ଶୋଷିତ, ମହିଳା, ଯୁବବର୍ଗ, ଏମାନଙ୍କ ସମସ୍ତଙ୍କ ଜୀବନକୁ ସଶକ୍ତ କରିବା ସକାଶେ, ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ନିମନ୍ତେ ଦେଶରେ ଯାହାକିଛି ଗତିବିଧି ସଂପାଦନ କରାଯାଇଛି, ଏହାର ଏକ ସଂକ୍ଷିପ୍ତ ବିବରଣୀ ଦେଶ ସମ୍ମୁଖରେ ଉପସ୍ଥାପନ କରିଛନ୍ତି । ସେଥିରେ ଆଶା ମଧ୍ୟ ବ୍ୟକ୍ତ କରାଯାଇଛି, ବିଶ୍ୱାସ ବି ରହିଛି, ସଂକଳ୍ପ ବି ଅଛି, ସମର୍ପଣ ମଧ୍ୟ ଅଛି । ଅନେକ ମାନନୀୟ ସଦସ୍ୟରେ ଏହା ଉପରେ ବିସ୍ତାରିତ ଭାବେ ଆଲୋଚନା କରିଯାଇଛନ୍ତି । ମାନନୀୟ ଖଡ଼ଗେଜୀ କିଛି ଦେଶ ପାଇଁ, କିଛି ଦଳ ପାଇଁ କିଛି ନିଜ ପାଇଁ ଢ଼େର କିଛି କଥା ସୂଚିତ କରିଛନ୍ତି । ଆନନ୍ଦ ଶର୍ମାଜୀ ମଧ୍ୟ ତାଙ୍କୁ କିଛି ସମୟ ପର୍ଯ୍ୟନ୍ତ କିଛି ଅସୁବିଧା ଥିଲା, କିନ୍ତୁ ତଥାପି ସୁଦ୍ଧା ସେ ଏହି ପ୍ରୟାସ କରିଛନ୍ତି ଏବଂ ସେ ଏହି କଥା କହିଛନ୍ତି ଯେ ଦେଶର ଉପଲବ୍ଧି ସବୁକୁ ସ୍ୱୀକାର କରାଯିବା ଉଚିତ । ଶ୍ରୀମାନ ମନୋଜ ଝାଜୀ କହିଛନ୍ତି ଯେ ଅଭିଭାଷଣକୁ ରାଜନୀତିର ଉଦ୍ଧ୍ୱର୍ରେ ରଖାଯିବା ଆବଶ୍ୟକ । ସେଥି ନିମନ୍ତେ ସେ କିଛି ଉତ୍ତମ ପରାମର୍ଶ ମଧ୍ୟ ଦେଇଛନ୍ତି । ପ୍ରସନ୍ନ ଆଚାର୍ଯ୍ୟଜୀ ବୀର ବାଳଦିବସ ଏବଂ ନେତାଜୀଙ୍କ ସହିତ ଜଡ଼ିତ କିଛି ଆଇନ ସଂପର୍କରେ ବିସ୍ତାରିତ ଭାବେ ଆଲୋଚନା କରିଛନ୍ତି । ଡକ୍ଟର ଫୌଜିୟା ଖାନ୍‌ଜୀ ସମ୍ବିଧାନର ପ୍ରତିଷ୍ଠା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ପ୍ରତ୍ୟେକ ସଦସ୍ୟ ନିଜର ଅନୁଭବ ଆଧାରରେ ନିଜ ନିଜର ରାଜନୈତିକ ଚିନ୍ତାଧାରା ଆଧାରରେ ଏବଂ ରାଜନୈତିକ ସ୍ଥିତି ଆଧାରରେ ନିଜ ନିଜ କଥା ଆମମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି । ମୁଁ ସମସ୍ତ ମାନନୀୟ ସଦସ୍ୟଙ୍କୁ ଏଥିପାଇଁ ହୃଦୟର ସହିତ ନିଜର କୃତଜ୍ଞତା ଜ୍ଞାପନ କରୁଛି ।

 

ଆଦରଣୀୟ ସଭାପତିଜୀ,

ଆଜି ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ୭୫ ବର୍ଷ ପୂର୍ବେ ସ୍ୱାଧୀନତାର କାଳଖଣ୍ଡରେ ଦେଶକୁ ଦିଶା ପ୍ରଦାନ କରିବା, ଦେଶକୁ ଗତି ପ୍ରଦାନ କରିବାର ନିମନ୍ତେ ଅନେକ ପ୍ରୟାସ କରାଯାଇଛି ଏବଂ ସେହିସବୁର ଘଟଣାବଳୀକୁ ନେଇ ଯେଉଁସବୁ ଉତ୍ତମ କାର୍ଯ୍ୟ ସଂପାଦିତ ହୋଇଛି ସେସବୁକୁ ଆଗକୁ ବଢ଼ାଇ ନେବା, ଯେଉଁସବୁ ଦୁର୍ବଳତା ରହିଛି ସେଗୁଡ଼ିକୁ ସଂଶୋଧନ କରିବା ହେଉଛି ଏହାର ଉଦ୍ଦେଶ୍ୟ । ଯେଉଁଠାରେ ନବ ପ୍ରୟାସ ଗ୍ରହଣର ଆବଶ୍ୟକତା ରହିଛି ସେସବୁ ନୂତନ ପ୍ରୟାସ ଗ୍ରହଣ କରିବା ଏବଂ ଦେଶ ଯେତେବେଳେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ, ସେତେବେଳେ ଆମେ ଦେଶକୁ କେଉଁ କାଳଖଣ୍ଡ ପର୍ଯ୍ୟନ୍ତ ନେଇଯିବା ଆବଶ୍ୟକ, କିଭଳି ଭାବେ ନେବା ଆବଶ୍ୟକ, କେଉଁ କେଉଁ ଯୋଜନାଗୁଡ଼ିକର ସହାୟତାରେ ଆମେ ତାହା ନେଇଯାଇପାରିବ, ସେଥିପାଇଁ ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସମୟ । ଏବଂ ଆମର ସମସ୍ତ ରାଜନୈତିକ ନେତୃବର୍ଗ ରାଜନୀତି କ୍ଷେତ୍ରରେ କାର୍ଯ୍ୟରତ କର୍ମକର୍ତ୍ତାମାନେ ନିଜର ଧ୍ୟାନ ରଖିବା ଏବଂ ଦେଶ ପ୍ରତି ଧ୍ୟାନ ରଖିବା ଆବଶ୍ୟକ ଯେ ଆଗାମୀ ୨୫ ବର୍ଷ ନିମନ୍ତେ ଦେଶକୁ କିପରି ଭାବେ ଆଗକୁ ଆଗେଇ ନେବା ଦରକାର । ଏଥିପାଇଁ ସେମାନେ ସମସ୍ତେ ଧ୍ୟାନ କେନ୍ଦ୍ରୀତ କରିବା ଆବଶ୍ୟକ ଏବଂ ମୋର ପୂର୍ଣ୍ଣ ବିଶ୍ୱାସ ଯେ ସେମାନଙ୍କ ମନରେ ଯେଉଁସବୁ ସଂକଳ୍ପ ରହିଛି ଓ ଆସୁଛି ସେସବୁ ସଂକଳ୍ପରେ ସମସ୍ତଙ୍କର ସାମୂହିକ ଭାଗୀଦାରୀ ହେବା ଅବଶ୍ୟ ଉଚିତ । ସମସ୍ତଙ୍କ ପ୍ରଭୁତ୍ୱ ହେବା ଆବଶ୍ୟକ ଏବଂ ଏହି କାରଣରୁ ୭୫ ବର୍ଷରେ ଯେଉଁ ଗତି ଥିଲା, ତାହାକୁ ଆହୁରି ଅନେକ ଗୁଣ ଗତିର ସହିତ ଆମେ ଦେଶକୁ ଢେର୍‌ କିଛି ଦେଇପାରିବା ।

 

ଆଦରଣୀୟ ସଭାପତିଜୀ,

କରୋନା ଭଳି ଏକ ବୈଶ୍ୱିକ ମହାମାରୀ ଏବେ ଜାରି ରହିଛି ଏବଂ ବିଗତ ୧୦୦ ବର୍ଷରେ ମାନବ ସମାଜ ଏତେ ବଡ଼ ସଂକଟର କେବେ ସମ୍ମୁଖୀନ ହୋଇନଥିଲା । ଏବଂ ସଂକଟର ତୀବ୍ରତାକୁ ଲକ୍ଷ୍ୟ କରନ୍ତୁ, ମା ବେମାର ହୋଇ ଘରେ ପଡ଼ିଛି କିନ୍ତୁ ନିଜ ପୁଅ ସେହି କୋଠରୀକୁ ପ୍ରବେଶ କରି ପାରୁନାହିଁ । ସମଗ୍ର ମାନବ ଜାତି ନିମନ୍ତେ ଏହା କେତେବଡ଼ ସଂକଟ ତାହା ଏଥିରୁ ସହଜରେ ଅନୁମାନ କରିହେବ । ଏପର୍ଯ୍ୟନ୍ତ ସୁଦ୍ଧା ସେହି ସଂକଟ ବହୁରୂପୀ ଭାବେ ଜାରି ରହିଛି । ନୂଆ ନୂଆ ରଙ୍ଗର ରୂପ ନେଇ କେତେବେଳେ ନା କେତେବେଳେ କିଛି ନା କିଛି ସଂକଟକୁ ନେଇ ବାରମ୍ବାର ଲେଉଟୁଛି ଏବଂ ସମଗ୍ର ଦେଶ, ସମଗ୍ର ବିଶ୍ୱ, ସମଗ୍ର ମାନବ ଜାତି ଏହା ସହିତ ସଂଘର୍ଷ ଜାରି ରଖିଛି । ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ରାଷ୍ଟ୍ର ଏଥିରୁ ମୁକ୍ତି ପାଇବାର ମାର୍ଗ ଖୋଜି ଚାଲିଛନ୍ତି । ଆଜି ୧୩୦ କୋଟି ଜନସଂଖ୍ୟାର ଭାରତ ନିମନ୍ତେ ବିଶ୍ୱରେ ଯେତେବେଳେ ପ୍ରଥମ ଥର ପାଇଁ କରୋନା ମହାମାରୀ ଆରମ୍ଭ ହୋଇଥିଲା ସେ ବିଷୟରେ ଚର୍ଚ୍ଚା ହେଉଥିଲା । ସେତେବେଳେ ଏହା ଚର୍ଚ୍ଚା ହେଉଥିଲା ଯେ ଭାରତ ଭଳି ଦେଶର କ’ଣ ହେବ ? ଏବଂ ଭାରତ ଯୋଗୁ ହିଁ ବିଶ୍ୱର କେତେ କ୍ଷତି ଘଟିବ । ଏହି ଦିଗରେ ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ୧୩୦ କୋଟି ଦେଶବାସୀଙ୍କ ସଂକଳ୍ପ , ଶକ୍ତି ଓ ସାମର୍ଥ୍ୟ ଏବଂ ସେମାନଙ୍କ ଜୀବନରେ ଯେଉଁସବୁ ଉପଲବ୍ଧି ଥିଲା ସେମାନଙ୍କ ଭିତରେ ଯେଉଁ ଶୃଙ୍ଖଳା ଥିଲା ଓ ତାହା ପ୍ରାରମ୍ଭ କରିବାର ପ୍ରୟାସ କରାଯାଇଥିଲା ସେଥିପାଇଁ ସମଗ୍ର ବିଶ୍ୱ ଏବେ ଭାରତର ଭୂରି ଭୂରି ପ୍ରଶଂସା କରୁଛି ଏବଂ ଏହାର ଗୌରବ, ଏହା କୌଣସି ରାଜନୈତିକ ଦଳର କାଳଖଣ୍ଡ ନୁହେଁ । ଏହି ସଫଳତା ସମଗ୍ର ଦେଶର । ୧୩୦ କୋଟି ଦେଶବାସୀଙ୍କର । ଭଲ ହୋଇଥାନ୍ତା ଏହାର ଯଶ ନେବା ପାଇଁ ଆପଣମାନେ ପ୍ରୟାସ କରିଥାନ୍ତେ । ଆପଣମାନଙ୍କ ଖାତାରେ କିଛି ଜମା ହୋଇଥାନ୍ତା । କିନ୍ତୁ ଏବେ ଏକଥା ମଧ୍ୟ ଶିଖାଇବାକୁ ପଡ଼ୁଛି । ବାସ୍‌, ଟିକାକରଣ ସମ୍ବନ୍ଧରେ ଏବେ ପ୍ରଶ୍ନକାଳରେ ଆମର ଆଦରଣୀୟ ମନ୍ତ୍ରୀଜୀ ବିସ୍ତୃତ ଭାବେ ଆପଣମାନଙ୍କୁ ସୂଚୀତ କରିଛନ୍ତି ଯେ ଯେକୌଣସି ପ୍ରକାରେ ଭାରତ ଟିକାର ବିକାଶ ଘଟାଇବାରେ, ନବସୃଜନରେ , ଗବେଷଣାରେ ଏବଂ ଏହାର ପ୍ରବର୍ତ୍ତନରେ ଆଜି ବିଶ୍ୱରେ ଟିକା ବିରୁଦ୍ଧରେ ବିଶ୍ୱରେ ବହୁତ ବଡ଼ ଆନ୍ଦୋଳନ ଚାଲିଛି । କିନ୍ତୁ ଟିକା ନେବା ଫଳରେ ମୋର ଫାଇଦା ହେଉ ଅବା ନହେଉ କିନ୍ତୁ କମ୍‌ ସେ କମ୍‌ ଟିକା ନେବି ତ ମୋ ଯୋଗୁ ଆଉ କାହାକୁ କ୍ଷତି ପହଂଚିବ ନାହିଁ । ଏଭଳି ଏକ ଭାବନା ଦ୍ୱାରା ୧୩୦ କୋଟି ଦେଶବାସୀଙ୍କୁ ଟିକା ନେବା ନିମନ୍ତେ ପ୍ରେରିତ କରିଛି । ଏହା ହେଉଛି ଭାରତର ମୂଳଭୂତ ଚିନ୍ତନର ପ୍ରତିଫଳନ ଯାହା ବିଶ୍ୱର ଜନସମାଜ ସମ୍ମୁଖରେ ରଖିବା ହେଉଛି ପ୍ରତ୍ୟେକ ଭାରତବାସୀଙ୍କ କର୍ତ୍ତବ୍ୟ । କେବଳ ନିଜକୁ ସୁରକ୍ଷିତ ରଖିବା ପ୍ରସଙ୍ଗ ହୋଇଥିଲେ ଚିନ୍ତା କରାଯାଇଥାନ୍ତ । ଭାବିବାକୁ ପଡ଼ିଥାନ୍ତା – ନେବି ଅବା ନନେବି ବିବାଦ ସୃଷ୍ଟି ହୋଇଥାନ୍ତା । କିନ୍ତୁ ଯେତେବେଳେ ଭାବନା ଆସିଥାନ୍ତ ଯେ ମୋ କାରଣରୁ ଅନ୍ୟ କାହାକୁ ଯେପରି କଷ୍ଟ ନହେଉ । ଯଦି ସେଥିପାଇଁ ମୋତେ ଡୋଜ୍‌ ନେବାକୁ ପଡ଼ୁଛି ତ ମୁଁ ନେବି ଏବଂ ସେଇଥିପାଇଁ ହିଁ ସମସ୍ତେ ଟିକା ଗ୍ରହଣ କରୁଛନ୍ତି । ଏହା ହେଉଛି ଭାରତର ମନ, ଭାରତର ସାଧାରଣ ନାଗରିକଙ୍କ ମନର, ଭାରତର ମାନବିକତାର ଭାବନା । ଆମେ ଗୌରବପୂର୍ଣ୍ଣ ଭାବେ ଏହି ଭାବନା ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିପାରିବା । ଆଜି ଶତ ପ୍ରତିଶତ ଡୋଜ୍‌ ପ୍ରଦାନ ଲକ୍ଷ୍ୟ ହାସଲ ଦିଗରେ ଆମେ କ୍ଷିପ୍ର ଗତିରେ ଆଗକୁ ବଢ଼ି ଚାଲିଛେ । ମୁଁ ସମ୍ମାନିତ ସଦସ୍ୟ ଅଥବା ସମସ୍ତ ଆଦରଣୀୟ ସଦସ୍ୟମାନଙ୍କୁ, ସେମାନଙ୍କ ସମ୍ମୁଖରେ ଆମର ଛାମୁଆ ଯୋଦ୍ଧା, ଆମର ସ୍ୱାସ୍ଥ୍ୟ କର୍ମୀ, ଆମର ବୈଜ୍ଞାନିକ, ସେମାନେ ଯେଉଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି, ସେମାନଙ୍କୁ ପ୍ରଶଂସା ପୂର୍ବକ କହୁଛି ଯେ ଏହା ଫଳରେ ଭାରତର ପ୍ରତିଭା ଅବଶ୍ୟ ପ୍ରସାରିତ ହେବ, ଏହା ନିଃସନ୍ଦେହ । କିନ୍ତୁ ଏହି ପ୍ରୟାସରେ ଯେଉଁସବୁ କର୍ମୀମାନେ ସେମାନଙ୍କର ଜୀବନ ସମର୍ପିତ କରିଛନ୍ତି ସେମାନଙ୍କର ମନୋବଳକୁ ସୁଦୃଢ଼ ରଖିବା ଆବଶ୍ୟକ । ଏବଂ ସେଥିପାଇଁ ଏହି ସଦନ ଅତି ଗର୍ବର ସହିତ ସେମାନଙ୍କୁ ଅଭିନନ୍ଦନ କରୁଛି, ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ।

 

ଆଦରଣୀୟ ସଭାପତିଜୀ,

ଏହି କରୋନା କାଳରେ ୮୦ କୋଟିରୁ ଅଧିକ ଦେଶବାସୀଙ୍କୁ ଏତେ ଦୀର୍ଘ କାଳଖଣ୍ଡ ନିମନ୍ତେ ମାଗଣାରେ ଖାଦ୍ୟାନ୍ନର ବ୍ୟବସ୍ଥା କରିବା, ସେମାନଙ୍କ ଘରେ ଯେଭଳି କେବେ ଚୂଲା ଜଳିବା ବନ୍ଦ୍‌ ନହୁଏ, ଏଭଳି ସ୍ଥିତି ଯେପରି ଉତ୍ପନ୍ନ ନହୁଏ ତାହାର ବ୍ୟବସ୍ଥା କରାଯାଇଛି । ଏଭଳି କାର୍ଯ୍ୟ ଭାରତ ସୁନିଶ୍ଚିତ କରି ବିଶ୍ୱ ସମ୍ମୁଖରେ ଏକ ଅନନ୍ୟ ଉଦାହରଣ ଉପସ୍ଥାପନ କରିଛି । ଏହି କରୋନା କାଳଖଣ୍ଡରେ ଯେତେବେଳେ ଆମକୁ ଅନେକ କଠିନ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା, ନାନା ପ୍ରକାର ବନ୍ଧନ ଥିଲା, ଏହା ସତ୍ତ୍ୱେ ପ୍ରଗତିରେ ବାରମ୍ବାର ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକ ଭିତରେ, ଲାଭାର୍ଥୀ ପରିବାରଙ୍କୁ, ଗରିବଙ୍କୁ, ପକ୍କା ଘର ଯୋଗାଇବା ନିମନ୍ତେ ଆମେ ଦେଇଥିବା ପ୍ରତିଶ୍ରୁତିକୁ ଲଗାତାର ଜାରି ରହିଛି ଏବଂ ଆଜିକାଲି ଗରିବ ଲୋକମାନଙ୍କର ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ଘରଖର୍ଚ୍ଚ କରିବାକୁ ପଡ଼ୁଛି । ଯେଉଁ କୋଟି କୋଟି ଲୋକଙ୍କୁ ଏଭଳି ଘର ମିଳିଛି, ପ୍ରତ୍ୟେକ ଗରିବ ପରିବାରଙ୍କୁ ଆଜି ଲକ୍ଷପତି ବୋଲି କୁହାଯାଇପାରିବ ।

 

ଆଦରଣୀୟ ସଭାପତିଜୀ,

ଏହି କରୋନା କାଳରେ ପାଞ୍ଚ କୋଟି ଗ୍ରାମୀଣ ପରିବାରଙ୍କୁ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା କାମ କରିବାର ଏକ ନୂତନ କୀର୍ତ୍ତିମାନ ଉପସ୍ଥାପନ କରାଯାଇପାରିଛି । ଏହି କରୋନା କାଳଖଣ୍ଡରେ ଯେତେବେଳେ ପ୍ରଥମ ଲକ୍‌ଡାଉନ୍‌ ଜାରି ହୋଇଥିଲା ସେତେବେଳେ ବେଶ୍‌ ଚିନ୍ତାଶୀଳ ଭାବେ, ଅନେକ ଆଲୋଚନା ପର୍ଯ୍ୟାଲୋଚନା ପରେ, କିଛି ମାତ୍ରାରେ ଏଥିପାଇଁ ସାହସର ମଧ୍ୟ ଆବଶ୍ୟକତା ଥିଲା ଯେ ଗାଗଣ୍ଡାରେ କୃଷକମମାନଙ୍କୁ ଲକଡାଉନରୁ ମୁକ୍ତ ରଖାଯିବା ଉଚିତ । ନିର୍ଣ୍ଣୟ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ଥିଲା କିନ୍ତୁ ଆମେ ତାହା ଅବଶ୍ୟ ନେଇଥିଲୁ । ଏବଂ ଏହାର ପରିଣାମ ଏହା ଆସିଲା ଯେ ଆମର କୃଷକମାନେ କରୋନାର ଏହି କାଳଖଣ୍ଡରେ ବି ବମ୍ଫର ଖାଦ୍ୟଶସ୍ୟ ଉତ୍ପାଦନ କରିପାରିଲେ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ମଧ୍ୟ ରେକର୍ଡ ପରିମାଣର ଖାଦ୍ୟଶସ୍ୟ କ୍ରୟ କରିବାର ସାହସ ପ୍ରସ୍ଥାପିତ କରାଯାଇପାରିଲା । ଏହି କରୋନା କାଳଖଣ୍ଡରେ ଭିତ୍ତିଭୂମି (ଇନଫ୍ରାଷ୍ଟ୍ରକ୍‌ଚର) ସହିତ ସଂଶ୍ଳିଷ୍ଟ ଅନେକ ପ୍ରକଳ୍ପକୁ ସଂପୂର୍ଣ୍ଣ କରାଯାଇଥିଲା କାରଣ ଆମେ ସଭିଏଁ ଅବଗତ ଅଛେ ଯେ ଏଭଳି ସଂକଟର ଘଡ଼ିରେ ଇନଫ୍ରାଷ୍ଟ୍ରକଚର୍‌ ଉପରେ ଯେଉଁ ନିବେଶ ହୋଇଥିଲା ତାହା ରୋଜଗାର ସୃଷ୍ଟିର ଅବସରକୁ ସୁନିଶ୍ଚିତ କରିଛି । ସେହି କାରଣରୁ ଆମେ ଏହା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରିଥିଲୁ ଯଦ୍ୱାରା ରୋଜଗାର ବି ମିଳିପାରିବ ଏବଂ ସମଗ୍ର ପ୍ରକଳ୍ପକୁ ବି ସଂପୂର୍ଣ୍ଣ କରାଯାଇପାରିବ । ଏହା କଠିନ ଅବଶ୍ୟ ଥିଲା କିନ୍ତୁ ଏହି ବୈତରଣୀକୁ ଆମେ ପାର କରିପାରିଥିଲୁ । ଏହି କରୋନା କାଳଖଣ୍ଡରେ ଜମ୍ମୁ କଶ୍ମୀର ହୋଇଥାଉ ଅବା ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରର ରାଜ୍ୟ, ପ୍ରତ୍ୟେକ କାଳଖଣ୍ଡରେ ସେସବୁର ବିକାଶ ଯାତ୍ରାକୁ ବିସ୍ତାରିତ ଭାବେ ଆଗକୁ ଆଗେଇ ନେବା ନିମନ୍ତ୍ରେ ପ୍ରୟାସ କରାଯାଇଛି ଏବଂ ଏହାକୁ ଆମେ ଜାରି ରଖିଛୁ । ଏହି କରୋନା କାଳଖଣ୍ଡରେ ଆମର ଦେଶର ଯୁବାବର୍ଗ ଖେଳ ଜଗତର ପ୍ରତ୍ୟେକ କ୍ଷେତ୍ରରେ ଭାରତର ତ୍ରିରଙ୍ଗା, ଆମର ଝଣ୍ଡାକୁ ସଗର୍ବେ ଉତ୍ତୋଳନ କରିବା କ୍ଷେତ୍ରରେ ବହୁତ ବଡ଼ କାର୍ଯ୍ୟ କରିଛନ୍ତି, ଦେଶପାଇଁ ଗୌରବ ଆଣିଛନ୍ତି । ଆଜି ସମଗ୍ର ଦେଶ ଆମର ଯୁଗଗୋଷ୍ଠୀ ଖେଳ ଜଗତରେ ଯେଉଁ ପ୍ରକାର କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି ଏବଂ କରୋନର ଏହି ସମଗ୍ର ବନ୍ଧନ ଭିତରେ ସେମାନେ ନିଜର ତପସ୍ୟାକୁ କମିବାକୁ ଦେଇନାହାନ୍ତି, ନିଜର ସାଧନାକୁ ହ୍ରାସ ହେବାକୁ ଦେଇନାହାନ୍ତି, ତାହା ଫଳରେ ସେମାନେ ଦେଶର ଗୌରବ ଓ ମର୍ଯ୍ୟାଦାକୁ ବଢ଼ାଇ ପାରିଛନ୍ତି ।

 

ଆଦରଣୀୟ ସଭାପତିଜୀ,

ଏହି କରୋନା କାଳଖଣ୍ଡରେ ଆଜି ଯେତେବେଳେ ଆମର ଦେଶର ଯୁବ ଷ୍ଟାର୍ଟ ଅପ୍‌ମାନେ ଅର୍ଥାତ୍‌ ଭାରତର ଯୁବଗୋଷ୍ଠୀ ସେମାନଙ୍କ ପାଇଁ ଏକ ନୂତନ ପରିଚୟ ସୃଷ୍ଟି କରିପାରିଛନ୍ତି । ଏହା ପ୍ରଗତିର ଏକ ନୂତନ ପରିଶବ୍ଦରେ ପରିଣତ ହୋଇଛି । ଆଜି ଆମର ଦେଶର ଯୁବ ଷ୍ଟାର୍ଟ ଅପ୍‌ଙ୍କ କାରଣରୁ, ଷ୍ଟାର୍ଟ ଅପ୍‌ ଦୁନିଆରେ ଭାରତ ସର୍ବଶ୍ରେଷ୍ଠ ୩ ରାଷ୍ଟ୍ରଙ୍କ ମଧ୍ୟରେ ନିଜର ସ୍ଥାନକୁ ସୁନିଶ୍ଚିତ କରିପାରିଛି । 

 

ଆଦରଣରୀୟ ସଭାପତିଜୀ,

ଏହି କରୋନା କାଳଖଣ୍ଡରେ କୋପ୍‌୨୬ ପ୍ରସଙ୍ଗରେ ହେଉ, ଜି୨୦ ସମୂହର କ୍ଷେତ୍ର ପ୍ରସଙ୍ଗ ହୋଇଥାଉ ଅବା ସାମାଜିକ ଜୀବନ ଭିତରେ ଆହୁରି ଅନେକ ଅନେକ ପ୍ରସଙ୍ଗରେ କାମ କରିବା କଥା ହୋଇଥାଉ, ଅବା ବିଶ୍ୱର ୧୫୦ରୁ ଅଧିକ ରାଷ୍ଟ୍ରଙ୍କୁ ଔଷଧ ପ୍ରେରଣ କରିବା କାର୍ଯ୍ୟ ହୋଇଥାଏ ଭାରତ ଏକ ନେତୃତ୍ୱ ଗ୍ରହଣର ଭୂମିକା ଗ୍ରହଣ କରିଛି । ଆଜି ଭାରତର ଏହି ନେତୃତ୍ୱ ଭୂମିକାକୁ ସମଗ୍ର ବିଶ୍ୱ ଆଲୋଚନା କରୁଛି ।

 

ଆଦରଣୀୟ ସଭାପତିଜୀ,

ଯେତେବେଳେ ସଂକଟର ସମୟ ଆସିଥାଏ, ସେତେବେଳେ ସମସ୍ତଙ୍କ ପାଇଁ ଅଶେଷ ଚାଲେଞ୍ଜ ମୁଣ୍ଡ ଟେକିଥାଏ । ବିଶ୍ୱର ପ୍ରତ୍ୟେକ ଶକ୍ତି ନିଜ ନିଜକୁ ବଞ୍ଚାଇବା କାର୍ଯ୍ୟରେ ଲାଗିଥାନ୍ତି । କେହି କାହାକୁ ସାହାଯ୍ୟ କରିପାରନ୍ତି ନାହିଁ । ଏଭଳି କାଳଖଣ୍ଡରେ , ଏଭଳି ସଂକଟର ଘଡ଼ିରେ ସେଥିରୁ ବାହାରକୁ ମୁକୁଳିବା ଏବଂ ମୋର ଏହି ପ୍ରସଙ୍ଗରେ ଅଟଳ ବିହାରୀ ବାଜପେୟୀଜୀଙ୍କର ଗୋଟିଏ କବିତାର ଦୁଇଧାଡ଼ି ମନେପଡ଼ୁଛି ଯାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିବ । ଅଟଳଜୀ ଲେଖିଥିଲେ – ବ୍ୟାପ୍ତ ହୁଆ ବର୍ବର ଅନ୍ଧିୟାରୀ, କିନ୍ତୁ ଚୀର କର ତମ କି ଛାତି, ଚମକା ହିନ୍ଦୁସ୍ତାନ ହମାରା । ଶତ –ଶତ ଆଘାତୋଁ କୌ ସହକର, ଜୀବିତ ହିନ୍ଦୁସ୍ତାନ ହମାରା । ଜଗ କେ ମସ୍ତକ ପର ରୋଲି ସା, ଶୋଭିତ ଶୋଭିତ ହିନ୍ଦୁସ୍ତାନ ହମାରା । ଅଟଳଜୀଙ୍କର ଏହି ଶବ୍ଦ ଆଜିର ଏହି କାଳଖଣ୍ଡରେ ଭାରତର ସାମର୍ଥ୍ୟର ପରିଚୟ ପ୍ରଦାନ କରେ ।

 

ଆଦରଣୀୟ ସଭାପତିଜୀ,

ଏହି କରୋନା କାଳଖଣ୍ଡରେସମସ୍ତ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଗତିରୋଧ ମଧ୍ୟରେ ଆଗକୁ ଅଗ୍ରସର ହେବା ନିମନ୍ତେ ପୂର୍ଣ୍ଣ ରୂପରେ ପ୍ରୟାସ କରାଯାଇଛି । କିନ୍ତୁ ଏଥିରେ କିଛି କ୍ଷେତ୍ର ଏଭଳି ଥିଲା ଯେଉଁଥିପାଇଁ ବିଶେଷ ଦୃଷ୍ଟି ମଧ୍ୟ ପ୍ରଦାନ କରାଯାଇଛି । କାରଣ ସେଥିସହିତ ବ୍ୟାପକ ଜନହିତ ଜଡ଼ିତ ଏବଂ ଯୁବାପିଢ଼ି ନିମନ୍ତେ ତାହା ଆବଶ୍ୟକ ଥିଲା । କରୋନା କାଳଖଣ୍ଡରେ ଯେଉଁସବୁ ବିଶେଷ କ୍ଷେତ୍ର ଉପରେ ଫୋକସ୍‌ କରାଯାଇଥିଲା, ସେସବୁ ମଧ୍ୟରୁ ମୁଁ କେବଳ ଦୁଇଟି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଅବଶ୍ୟ ଚାହିଁବି । ଏକ ଏମଏସଏମଇ ସେକ୍ଟର, ସବୁଠାରୁ ଅଧିକ ରୋଜଗାର ସୁଯୋଗ ସୃଷ୍ଟି କରୁଥିବା ଏକ କ୍ଷେତ୍ର ଭାବେ ସୁପରିଚିତ । ଏହାକୁ ଆମେ ସୁନିଶ୍ଚିତ କରିଛୁ । ଏହିଭଳି ଭାବେ ଜମିବାଡ଼ି କ୍ଷେତ୍ର, ଏଥିରେ ବି କୌଣସି ପ୍ରକାର ପ୍ରତିବନ୍ଧକ ଯେଭଳି ନଆସେ, ତାହା ମଧ୍ୟ ସୁନିଶ୍ଚିତକ କରିଛୁ ଏବଂ ଏହାର କାରଣ ମଧ୍ୟ ମୁଁ ବର୍ଣ୍ଣନା କରିଛି । ବମ୍ଫର ଖାଦ୍ୟଶସ୍ୟ ଉତ୍ପାଦନ ହେଲା, ସରକାର ମଧ୍ୟ ରେକର୍ଡ଼ ପରିମାଣର କ୍ରୟ କଲେ । ମହାମାରୀ ସତ୍ତ୍ୱେ ଗହମ, ଧାନର କ୍ରୟର ନୂତନ ରେକର୍ଡ଼ ସ୍ଥାପିତ ହେଲା । କୃଷକମାନଙ୍କୁ ଅଧିକ ଏମଏସପି ମିଳିଲା ଏବଂ ସେମାନେ ଏଥିରୁ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣର ସ୍କିମ୍‌ ଅଧିନରେ ଫାଇଦା ପାଇଲେ । ଏହି ଅର୍ଥ ସିଧାସଳଖ ଭାବେ ସେମାନଙ୍କ ବ୍ୟାଙ୍କ୍‌ ଜମାଖାତାରେ ଜମା ହେଲା । ମୁଁ ତ ପଞ୍ଜାବର ଲୋକମାନଙ୍କର ଅନେକ ଭିଡ଼ିଓ ଦେଖିଛି । କାରଣ ପଞ୍ଜାବରେ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ସୁବିଧା ହନ୍ତାନ୍ତରଣ ନିମନ୍ତେ ଅର୍ଥ ପ୍ରଦାନ କରାଯାଇଥିଲା । ସେଠାକାର ଚାଷୀମାନେ କହିଲେ, ସାହେବ, ମୋ କ୍ଷେତ ତ ଏତିକି ବଡ଼ ଆକାରର, ଆମର ମେହନତ ଏତିକି ଥିଲା, କିନ୍ତୁ ମୋ ଜମାଖାତାରେ ଏକାଥରକେ ଏତେ ଟଙ୍କା ଆସିଛି, ଜୀବନରେ ପ୍ରଥମ ଥର ପାଇଁ ଏଭଳି ହୋଇପାରିଛି । ଏହା ଦ୍ୱାରା ସଂକଟର ସମୟରେ କୃଷକମାନଙ୍କ ପାଖକୁ କିପରି ଭାବେ ସୁବିଧା ଉପଲବ୍ଧ କରାଯାଇଥିଲା, କିପରି ଭାବେ ଏଭଳି ପଦକ୍ଷେପ ଦ୍ୱାରା ଏତେ ବଡ଼ କ୍ଷେତ୍ରକୁ ଭଣ୍ଡାରଣ ଏବଂ ରୋକରୁ ଆମେ ବଞ୍ଚାଇ ପାରିଥିଲୁ । ଏହିଭଳି ଭାବେ ଏମଏସଏମଇ କ୍ଷେତ୍ର, ଏହା ସେହିଭଳି ଏକ କ୍ଷେତ୍ର ଭାବେ ଥିଲା ଯାହାକୁ ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ରୁ ସର୍ବାଧିକ ଲାଭ ମିଳିପାରିଛି । ଭିନ୍ନ ଭିନ୍ନ ମନ୍ତ୍ରଣାଳୟ ଯେଉଁସବୁ ପିଏଲଆଇ ସ୍କିମ୍‌ର ଶୁଭାରମ୍ଭ କରିଥିଲେ, ତାହାଦ୍ୱାରା ଉତ୍ପାଦନକୁ ଶକ୍ତି ମିଳିଥିଲା । ଭାରତ ଏବେ ପ୍ରମୁଖ ମୋବାଇଲ୍‌ ଉତ୍ପାଦନକାରୀ ରାଷ୍ଟ୍ରରେ ପରିଣତ ହୋଇସାରିଛି ଏବଂ ରପ୍ତାନୀରେ ବି ଏହାର ଯୋଗଦାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅଟୋମୋବାଇଲ୍‌ ଏବଂ ବ୍ୟାଟେରୀ, ଏହି କ୍ଷେତ୍ରରେ ମଧ୍ୟ ପିଏଲଆଇ ଯୋଜନା ଉତ୍ସାହଜନକ ପରିଣାମ ଦେବା ଆରମ୍ଭ କରିଛି । ଯେତେବେଳେ ଏତେ ବଡ଼ ସ୍ତରରେ ଉତ୍ପାଦନ ଏବଂ ତାହା ପୁଣି ଅଧିକତର ଏମଏସଏମଇ କ୍ଷେତ୍ର ଦ୍ୱାରା ସଂପାଦିତ ହେଉଛି, ତ ଏହା ସ୍ୱାଭାବିକ ଯେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ଅର୍ଡର ବି ମିଳିବ, ଏହାର ଅଧିକ ଅବସର ସୃଷ୍ଟି ହୋଇପାରିବ । ଏହି ସତକଥା ତ ଏହା ଯେ ଇଞ୍ଜିନିୟରିଂ ସାମଗ୍ରୀ ଯାହା ଅଧିକ ମାତ୍ରାରେ ଏମଏସଏମଇ ସେକ୍ଟର ଦ୍ୱାରା ଉତ୍ପାଦିତ ହୋଇଥାଏ ବର୍ତ୍ତମାନ ସମୟରେ ରପ୍ତାନି କ୍ଷେତ୍ରରେ ଯେଉଁ ପରିସଂଖ୍ୟାନ ସୃଷ୍ଟି ହେଉଛି, ସେଥିରୁ ଇଞ୍ଜିନିୟରିଂ ସାମଗ୍ରୀର ବହୁତ ବଡ଼ ଯୋଗଦାନ ରହିଛି । ଏହା ଭାରତର ଲୋକମାନଙ୍କ କୌଶଳକୁ ଏବଂ ଭାରତର ଏମଏସଏମଇ କ୍ଷେତ୍ରର ଶକ୍ତିକୁ ମଧ୍ୟ ପ୍ରଦର୍ଶିତ କରୁଛି । ଆମର ପ୍ରତିରକ୍ଷା ଉତ୍ପାଦନ ଶିଳ୍ପକୁ ଆମେ ଯଦି ଲକ୍ଷ୍ୟ କରିବା, ଉତ୍ତର ପ୍ରଦେଶ ଏବଂ ତାମିଲନାଡ଼ୁରେ ପ୍ରତିରକ୍ଷା କରିଡ଼ୋର ଗଠନ କରାଯାଇଛି । ବୁଝାମଣା ପତ୍ର ଯାହାକି ସ୍ୱାକ୍ଷରିତ ହେଉଛି, ଯେଉଁଭଳି ଭାବେ ଲୋକମାନେ ଏହି କ୍ଷେତ୍ରକୁ ଆସୁଛନ୍ତି, ଏମଏସଏମଇ କ୍ଷେତ୍ରର ଲୋକ ଏଥିରେ ଆସିବାରେ ଲାଗିଛନ୍ତି, ପ୍ରତିରକ୍ଷା କ୍ଷେତ୍ରକୁ ଏହା ନିଜସ୍ୱ ଭାବେ ଏକ ଉତ୍ସାହଜନକ ସ୍ଥିତି ଯେ ଦେଶର ଲୋକମାନଙ୍କ ଭିତରେ ଏହି ସାମର୍ଥ୍ୟ ରହିଛି ଏବଂ ଦେଶକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର କରିବା ନିମନ୍ତେ ଆମର ଏମଏସଏମଇ କ୍ଷେତ୍ରର ଲୋକ ବେଶ୍‌ ସାହସର ସହିତ କାର୍ଯ୍ୟ କରୁଛନ୍ତି, ଆଗକୁ ଆସୁଛନ୍ତି ।

 

ଆଦରଣୀୟ ସଭାପତିଜୀ,

ଓସସସସ

ଏମଏସଏମଇ, କିଛି ଜିଇଏମ, ଏମାନଙ୍କ ମାଧ୍ୟମରେ ସରକାର ଯେଉଁସବୁ ସାମଗ୍ରୀ କ୍ରୟ କରୁଥିଲେ, ତାହାର ଏକ ବହୁତ ବଡ଼ ମାଧ୍ୟମ ପାଲଟି ଯାଇଛି ଏବଂ ସେହି ପ୍ଲାଟଫର୍ମ କାରଣରୁ ଆଜି ବହୁତ ବଡ଼ ସୁବିଧା ଉପଲବ୍ଧ ହୋଇପାରିଛି । ଏହିଭଳି ଭାବେ ଆମେ ଗୋଟିଏ ବହୁତ ବଡ଼ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ଗ୍ରହଣ କରିଛୁ ଏବଂ ଏହା ନିର୍ଣ୍ଣୟ କରାଯାଇଛି ଯେ ସରକାର ୨୦୦ କୋଟିରୁ, ୨୦୦ କୋଟି ପର୍ଯ୍ୟନ୍ତ ଯେଉଁ ଟେଣ୍ଡର ହେବ ସେସବୁ ଟେଣ୍ଡର ଗ୍ଲୋବାଲ୍‌ ଟେଣ୍ଡର କରାଯିବ ନାହିଁ । ସେଥିରୁ ଭାରତର ଲୋକଙ୍କୁ ହିଁ ଅବସର ପ୍ରଦାନ କରାଯିବ ଏବଂ ଏହି କାରଣରୁ ଆମର ଏମଏସଏମଇ କ୍ଷେତ୍ରକୁ ଏବଂ ଆମର ରୋଜଗାର କ୍ଷେତ୍ରକୁ ସବୁଠାରୁ ଅଧିକ ବଳ ମିଳିପାରିବ ।

 

ଆଦରଣୀୟ ସଭାପତିଜୀ,

ଏହି ସଦନରେ ମୁଁ ଆଦରଣୀୟ ସଦସ୍ୟମାନଙ୍କୁ ରୋଜଗାର ସମ୍ବନ୍ଧରେ ବି କିଛି ମହତ୍ତ୍ୱପୂର୍ଣ୍ଣ କଥା ଉଠାଇ ସୂଚୀତ କରିବାକୁ ଚାହେଁ । କିଛି ଲୋକ ମଧ୍ୟ ଏ ସଂପର୍କରେ ପରାମର୍ଶ ଦେଇଛନ୍ତି । କେତେ ସଂଖ୍ୟକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି, ଏହା ଜାଣିବା ସକାଶେ ଇପିଏଫଓ ପେ’ରୋଲ୍‌, ଏହି ଇପିଏଫଓ ପେ’ରୋଲ ସବୁଠାରୁ ବିଶ୍ୱସନୀୟ ମାଧ୍ୟମ ବୋଲି ବିବେଚିତ ହୋଇଥାଏ । ୨୦୨୧ ମସିହାରେ ହାରାହାରି ଏକ କୋଟି କୋଡ଼ିଏ ଲକ୍ଷ ନୂତନ ଇପିଏଫଓ ପେ’ରୋଲ ସହି ଜଡ଼ିତ ଏବଂ ଏକଥା ମଧ୍ୟ ଆମେମାନେ ଭୁଲିଯିବା ଉଚିତ ନୁହେଁ, ଏସବୁ ଫର୍ମାଲ କର୍ମସଂସ୍ଥାନ, ମୁଁ ଇନଫର୍ମାଲ କର୍ମନିଯୁକ୍ତି କଥା ଏଠାରେ କହୁନାହିଁ, ଫର୍ମାଲ ଜମ୍‌ କଥା କହୁଛି । ଏବଂ ସେଥିରୁ ୬୦-୬୫ ଲକ୍ଷ ୧୮–୨୫ ବର୍ଷ ଆୟୁବର୍ଗର ଯୁବକଯୁବତୀମାନେ ପାଇପାରିଛନ୍ତି । ଏହାର ଅର୍ଥ ହେଲା ଏହା ଯେ ବୟସ ଦୃଷ୍ଟିରୁ ସେମାନଙ୍କର ଏହା ପ୍ରଥମ ଚାକିରି । ଅର୍ଥାତ୍‌ ପ୍ରଥମ ଥର ପାଇଁ ଜମ୍‌ ମାର୍କେଟରେ ସେମାନଙ୍କର ପ୍ରବେଶ ଘଟିଛି । 

 

ଆଦରଣୀୟ ସଭାପତିଜୀ,

ରିପୋର୍ଟ ସୂଚୀତ କରେ ଯେ କରୋନାର ପୂର୍ବାବସ୍ଥା ତୁଳନାରେ କୋଭିଡ଼ି ରେଷ୍ଟ୍ରିକ୍‌ସନ୍‌ ଖୋଲିବା ପରେ ହାୟାରିଂ ଦୁଇଗୁଣ ବୃଦ୍ଧିପାଇଛି । ନାସକମ୍‌ର ରିପୋର୍ଟ ଅନୁସରାରେ ମଧ୍ୟ ଏହି ଧାରାର ଆଲୋଚନା କରାଯାଇଛି । ଏହା ଅନୁସାରେ ୨୦୧୭ ମସିହା ପରେ, ପ୍ରତ୍ୟକ୍ଷ ଅପ୍ରତ୍ୟକ୍ଷ କେବଳ ନାସକମ୍‌ର କହିବା କଥା, ୨୭ ଲକ୍ଷ ଆଇଟି କର୍ମନିଯୁକ୍ତି ଏବଂ ଏହା କେମଳ କୁଶଳୀ କର୍ମୀ ଦୃଷ୍ଟିରୁ ନୁହେଁ, ଏହା ଉପର ସ୍ତରର ଲୋକଙ୍କ ପାଇଁ ହୋଇଥାଏ ଯାହାଙ୍କୁ ରୋଜଗାର ମିଳିଛି । ଉତ୍ପାଦନ ବୃଦ୍ଧି ପାଇବା କାରଣରୁ ଭାରତର ବୈଶ୍ୱିକ ରପ୍ତାନି ମଧ୍ୟ ବଢ଼ିଛି ଏବଂ ଏହାର ଲାଭ ରୋଜଗାର କ୍ଷେତ୍ର ଉପରେ ସିଧାସଳଖ ଭାବେ ପଡ଼ିଛି ।

 

ଆଦରଣୀୟ ସଭାପତିଜୀ,

୨୦୨୧ ବର୍ଷରେ, ଅର୍ଥାତ୍ ,ଗୋଟିଏ ବର୍ଷରେ ଭାରତରେ ଯେତିକି ୟୁନିକର୍ଣ୍ଣ ସୃଷ୍ଟି ହୋଇଛନ୍ତି, ତାହା ପୂର୍ବବର୍ଷମାନଙ୍କରେ ଗଠିତ ହୋଇଥିବା ୟୁନିକର୍ଣ୍ଣମାନଙ୍କ ମୋଟ ସଂଖ୍ୟା ତୁଳନାରେ ସୁଦ୍ଧା ଢ଼େର୍ ବେଶୀ । ଏବଂ ଏସବୁକୁ ରୋଜଗାରର ଗଣତିରେ ଯଦି ଅଣାନଯିବ, ତେବେ ପୁଣି ରୋଜଗାରରେ ଅଧିକତର ରାଜନୀତିକ ଚର୍ଚ୍ଚା ହେଉଛି ବୋଲି ବୁଝିବାକୁ ପଡ଼ିବ ।

 

ଆଦରଣୀୟ ସଭାପତିଜୀ,

କିଛି ମାନନୀୟ ସଦସ୍ୟଗଣ ଦରବୃଦ୍ଧି ସଂପର୍କରେ ଗୃହରେ ଆଲୋଚନା କରିଛିନ୍ତି । ୧୦୦ ବର୍ଷ ଭିତରେ ଆସିଥିବା ଭୟଙ୍କର ବୈଶ୍ୱିକ ମହାମାରୀ କରୋନ, ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି । ଯଦି ଦରବୃଦ୍ଧି କଥା ଆଲୋଚନା କରିବା ତ ଆମେରିକାରେ ୪୦ ବର୍ଷ ଭିତରେ ସବୁଠାରୁ ଅଧିକ ଦରବୃଦ୍ଧି ସହିତ ଆମେରିକା ଏବେ ଜୁଝି ଚାଲିଛି । ବ୍ରିଟେନରେ ୩୦ ବର୍ଷ ଭିତରେ ସବୁଠାରୁ ବଡ଼ ଦରବୃଦ୍ଧି ଯୋଗୁ ଆଜି ସେ ଦେଶ ଚିନ୍ତିତ ହୋଇପଡ଼ିଛି । ବିଶ୍ୱର ୧୯ଟି ଦେଶରେ ଯେଉଁଠାରେ ୟୁରୋ ମୁଦ୍ରା ପ୍ରଚଳିତ ରହିଛି, ସେଠାରେ ମହଙ୍ଗା ହାର ଐତିହାସିକ ଭାବେ ବୃଦ୍ଧି ପାଇ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏଭଳି ଅବସ୍ଥାରେ ସୁଦ୍ଧା ମହାମାରୀର ଚାପ ସତ୍ତ୍ୱେ ଆମେ ଦରବୃଦ୍ଧିକୁ ଗୋଟିଏ ସ୍ତରରେ ରୋକିବା ଲାଗି ବହୁତ ପ୍ରୟାସ କରାଯାଇଛି, ନିଷ୍ଠାର ସହିତ ଏହି ପ୍ରୟାସ କରାଯାଇଛି । ୨୦୧୪ ଠାରୁ ୨୦୨୦ ପର୍ଯ୍ୟନ୍ତ, ଏହି ଦର ୪-୫% ପ୍ରତିଶତର ଆଖପାଖରେ ଥିଲା । ଏହି ତୁଳନାରେ ଥରେ ୟୁପିଏ ଶାସନକାଳ ଉପରେ ଦୃଷ୍ଟିପାତ କରନ୍ତୁ । ଆପଣମାନେ ଜାଣିପାରିବେ ଯେ ଦରବୃଦ୍ଧି କିପରି ହୋଇଥାଏ । ୟୁପିଏ ଶାସନ କାଳରେ ଦରବୃଦ୍ଧି ଡ଼ବଲ ଡ଼ିଜିଟ୍ ଛୁଇଁଥିଲା । ଆଜି ଆମେ ବିଶ୍ୱର ଏକମାତ୍ର ବୃହତ୍ ଅର୍ଥନୀତି ଯିଏ ହାଇ ଗ୍ରୋଥ୍ ଏବଂ ମିଡ଼ିୟମ୍ ଇନଫ୍ଲେସନ୍ ଅନୁଭବ କରୁଛୁ । ବିଶ୍ୱର ଅବଶିଷ୍ଟ ଅର୍ଥନୀତି ଆଡ଼କୁ ଦେଖନ୍ତୁ, ସେଠାରେ ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧି ତ ଶିଥିଳ ହୋଇଯାଇଛି, ପୁଣି ଦରବୃଦ୍ଧି ଦଶନ୍ଧି ଦଶନ୍ଧି ମଧ୍ୟରେ ରେକର୍ଡ଼ ଭଙ୍ଗ କରିବାରେ ଲାଗିଛି ।

 

ଆଦରଣୀୟ ସଭାପତିଜୀ,

ଏହି ସଦନରେ କିଛି ସାଥୀ ଭାରତର ନିରାଶାଜନକ ସ୍ୱରୂପ ଉପସ୍ଥାପନ କରିଛନ୍ତି ଏବଂ ଏଭଳି ସ୍ଥିତି ଉପସ୍ଥାପନ କରିବାରେ ସେମାନେ ଆନନ୍ଦ ଅନୁଭବ କରୁଥିବା କରି ପ୍ରତୀୟମାନ ହେଉଥିଲା । ମୁଁ ଯେତେବେଳେ ଏହି ପ୍ରକାର ନିରାଶାକୁ ଦେଖେ ସେତେବେଳେ ମୋତେ ଲାଗେ ଯେ ସାର୍ବଜନିକ ଜୀବନରେ, ହ୍ରାସ ବୃଦ୍ଧି ଆସିଥାଏ । ଜୟ ପରାଜୟ ଲାଗି ରହିବା ସ୍ୱାଭାବିକ । ଏଥିରେ ଆକ୍ରାନ୍ତ ହୋଇ ରହିଥିବା ବ୍ୟକ୍ତିଗତ ଜୀବନର ନିରାଶା ଅନ୍ତତଃ ପକ୍ଷେ ଦେଶ ଉପରେ ଆମେ ଥାପିବା ଅନୁଚିତ । ମୁଁ ଜାଣେନା, କିନ୍ତୁ ଆମର ଏଠାରେ ଗୁଜରାଟରେ ଗୋଟିଏ ଆପ୍ତବାକ୍ୟ ରହିଛି, ଶରଦ ରାଓ ଜାଣିଥିବେ ସେମାନଙ୍କର ସେଠାରେ ମହାରାଷ୍ଟ୍ରରେ ବି ଥିବ । କୁହାଯାଏ ଯେ ଯେତେବେଳେ ସବୁଜିମା ଭରିଯାଏ, କ୍ଷେତରେ ଯେତେବେଳେ ସବୁଜ ଶସ୍ୟରେ ଭରପୂର ହୋଇଯାଏ ଏବଂ କେହି ଯଦି ସେଭଳି ସବୁଜିମାକୁ ଦେଖିଥିବ ଏବଂ ସେହି ସମୟରେ ଆକସ୍ମିକ ଭାବେ ଯଦି ତାଙ୍କର ଆଖି ଚାଲିଯାଇଥିବ, ତେବେ ଜୀବନରେ ମଧ୍ୟ ସେହିଭଳି ସବୁଜିମାଭରା ଚିତ୍ର ଭରିଯିବ । ସେହିଭଳି ଦୁଃଖଦୁର୍ଦ୍ଦଶା ୨୦୧୩ ପର୍ଯ୍ୟନ୍ତ ଯେଉଁ ଦୁର୍ଦ୍ଦଶା ଭିତରେ ଗୁଜରିବାକୁ ହୋଇଥିଲା ଏବଂ ୨୦୧୪ରେ ଯେତେବେଳେ ଅଚାନକ ଦେଶର ଜନତା ଯେଉଁ ଆଲୋକକୁ ଦେଖିଲେ, ସେଥିରେ ଯାହାଙ୍କର ଆଖି ସେହି ଦୃଶ୍ୟକୁ ନଦେଖିଛି, ସେମାନଙ୍କୁ ଆଖି ପୁରୁଣା ଦୃଶ୍ୟ ଆଡ଼କୁ ହିଁ ଚାଲିଯିବ ।

 

ଆଦରଣୀୟ ସଭାପତିଜୀ,

ଆମର ଏଠାରେ ଶାସ୍ତ୍ରରେ କୁହାଯାଇଛି : ମହାଜନେ ଯେନ ଗତଃ ଓ ପନ୍ଥା । ଅର୍ଥାତ୍, ମହାନ ଲୋକମାନେ, ବଡ଼ ବଡ଼ ଲୋକମାନେ ଯେଉଁ ପଥରେ ଯାଆନ୍ତି, ସେହି ମାର୍ଗ ଅନୁକରଣୀୟ ହୋଇଥାଏ ।

 

ଆଦରଣୀୟ ସଭାପତିଜୀ,

ଏହି ସଦନରେ ଗୋଟିଏ କଥା ମୁଁ କହିବାକୁ ଚାହେଁ, ଏଠାରେ କୌଣସି ବି ସଦସ୍ୟ ଯେକୌଣସି ଦିଗରେ ବସିଥା’ନ୍ତୁ ନା କାହିଁକି, ଏଠାରେ ହେଉ, ସେଠାରେ ହେଉ, କେଉଁଠାରେ ବି ହୋଇଥାଉ, କିନ୍ତୁ ଜନ ପ୍ରତିନିଧି ନିଜ ନିଜ କ୍ଷେତ୍ର ଦୃଷ୍ଟିରୁ ବଡ଼ ହୋଇଥାଉ କିମ୍ବା ଛୋଟର ନେତା ହୋଇଥାନ୍ତୁ, ନେତୃତ୍ୱ ସେହି କରିଥାନ୍ତି ଯାହା ସେମାନଙ୍କର କମାଣ୍ଡ ଏରିଆ ହୋଇଥିବ । ଏପଟର ଲୋକ ସେପଟକୁ ଦେଖନ୍ତି, ତାଙ୍କର କଥାକୁ ଅନୁସରଣ କରନ୍ତି । ଏବଂ ଏହା ମଧ୍ୟ ଚିନ୍ତା କରିବା ଅନୁଚିତ ଯେ ଆମେ କ୍ଷମତାରେ ରହିଛୁ, ତେଣୁ ନେତା ହୋଇ ଏଠାରେ ବସିପଡ଼ିଛୁ, ଆରେ, ଆରେ କ’ଣ ହୋଇଗଲା ? ଏପରି କଦାପି ନୁହେଁ । ଆପଣମାନେ ଯେଉଁଠାରେ ବି ଥାଆନ୍ତୁ, ଯଦି ଆପଣ ଜନ ପ୍ରତିନିଧି ହୋଇଥିବେ, ଆପଣ ବାସ୍ତବ ଅର୍ଥରେ ନେତା ଏବଂ ନେତା ଯଦି ଏଭଳି ଭାବେ ଚିନ୍ତା କରିବେ, ଏଭଳି ନିରାଶାରେ ଭାବନାକୁ ଭରପୂର କରିବେ ତେବେ କ’ଣ ହେବ ଭାଇ ? କ’ଣ ଏଠାରେ ହିଁ ବସିଲେ ଦେଶ ପାଇଁ ଚିନ୍ତା କରିପାରିବାଟ୍ଟ ନିଜ କ୍ଷେତ୍ରର ଲୋକମାନଙ୍କର ନୁହେଁ. . . ଏପରି କ’ଣ କେବେ ହୋଇଥାଏ ?

କାହାଠାରୁ ଯଦି ଶିଖିବା ନାହିଁ ତ ଶରଦ ରାଓଙ୍କ ଠାରୁ ଶିଖନ୍ତୁ । ମୁଁ ଦେଖିଛି ଶରଦ ରାଓଜୀ ଏହି ପରିଣତ ବୟସରେ ସୁଦ୍ଧା ଅନେକ ବେମାରୀରେ ଥାଇ ସୁଦ୍ଧା ନିଜ କ୍ଷେତ୍ରର ଲୋକମାନଙ୍କୁ ପ୍ରେରଣା ଦେଇ ଆସୁଛନ୍ତି । ଆମକୁ ନିରାଶ ହେବାର କୌଣସି ଆବଶ୍ୟକତା ନାହିଁ ଭାଇ, କାରଣ ଆପଣମାନେ ଯଦି ନିରାଶ ହେବେ ତା’ହେଲେ ଆପଣମାନଙ୍କର ଯେଉଁ ନିର୍ବାଚନ କ୍ଷେତ୍ର.. ତାହା କମ୍ ହୋଇଥାଇପାରେ, କିନ୍ତୁ ଯାହା ବି ଅଛି, ଏହା ଆମ ସମସ୍ତଙ୍କ ଦାୟିତ୍ୱ. . . ଖଡ଼ଗେଜୀ, ଆପଣ ବି ଅଧିରଞ୍ଜନଜୀଙ୍କ ଭଳି ଭୁଲ କରୁଛନ୍ତି । ଆପଣ ଟିକେ ପଛକୁ ଦେଖନ୍ତୁ, ଜୟରାମଜୀ ପଛକୁ ଯାଇ ଦୁଇ ତିନିଜଣ ଲୋକଙ୍କୁ ପ୍ରସ୍ତୁତ କରୁଛନ୍ତି ଏହି କାମ ସକାଶେ । ଆପଣ ନିଜ ପ୍ରତିଷ୍ଠାରେ ରହନ୍ତୁ, ପଛରେ ରହିଛି, ବ୍ୟବସ୍ଥା ରହିଛି, ଜୟରାମଜୀ ବାହାରକୁ ଯାଇ ସୂଚନା ନେଇ ଆସନ୍ତୁ, ବୁଝାଉଥିଲେ । ଏବେ କିଛି ସମୟ ଭିତରେ ଆରମ୍ଭ ହେବାକୁ ଯାଉଛି । ଆପଣ ଜଣେ ସମ୍ମାନନୀୟ ନେତା ।

 

ଆଦରଣୀୟ ସଭାପତିଜୀ,

କ୍ଷମତା ଯାହାର ବି ହୋଇଥାଉ, କ୍ଷମତାରେ ଯିଏ ବି ଥାଉ, କିନ୍ତୁ ଦେଶର ସାମର୍ଥ୍ୟକୁ କମ୍ କରିବା ଭଳି ଚିତ୍ର ନଆଙ୍କିବା ଉଚିତ । ଆମେ ଦେଶର ସାମର୍ଥ୍ୟ ଉପରେ ପୂର୍ଣ୍ଣ ବିଶ୍ୱାସର ସହିତ ସ୍ୱଚ୍ଛ ମନରେ ଗୌରବ ଗାନ କରିବା ଉଚିତ । ଦେଶ ପାଇଁ ଏହା ବହୁତ ଆବଶ୍ୟକ ।

 

ଆଦରଣୀୟ ସଭାପତିଜୀ,

ସଦନରେ ଆମର ଜଣେ ସାଥୀ କହିଛନ୍ତି, ‘ଟିକାକରଣ କିଛି ଗୋଟିଏ ବଡ଼ ଘଟଣା ନୁହେଁ” । ମୁଁ ଏକଥା ଦେଖି ଆଶ୍ଚର୍ଯ୍ୟ ହେଲି । କିଛି ଲୋକଙ୍କ ପାଇଁ ଭାରତର ଏଭଳି ବିରାଟ ଉପଲବ୍ଧି, ଉପଲବ୍ଧି ଭଳି ପ୍ରତୀୟମାନ ହୁଏନାହିଁ ! ଜଣେ ସାଥୀ ଏକଥା ମଧ୍ୟ କହିଛନ୍ତି ଯେ ଟିକାକରଣ ପାଇଁ ଅଯଥାରେ ଅର୍ଥ ବ୍ୟୟ କରାଯାଉଛି । ଦେଶ ଏକଥା ଶୁଣିବ ତ କିପରି ଲାଗିବ ? ଲୋକମାନେ କ’ଣ ଅନୁଭବ କରିବେ ?

 

ଆଦରଣୀୟ ସଭାପତିଜୀ,

ଏହି ସଦନରେ ଜଣେ ସାଥୀ କହିଲେ ଯେ “ଟିକାକରଣ କିଛି ବଡ଼ କଥା ନୁହେଁ ।” ମୁଁ ଏକଥା ଶୁଣି ବିସ୍ମିତ ହେଲି । କିଛି ଲୋକ ଭାରତର ଏଭଳି ବିରାଟ ଉପଲବ୍ଧି, ଉପଲବ୍ଧିକୁ ଉପଲବ୍ଧି ବୋଲି ଭାବୁନାହାନ୍ତି । ଜଣେ ସାଥୀ ଏକଥା ମଧ୍ୟ କହିଲେ ଯେ ଟିକାକରଣ ଉପରେ ଅଯଥାରେ ଅର୍ଥ ଶ୍ରାଦ୍ଧ କରାଯାଉଛି । ଏକଥା ଦେଶ ଶୁଣିବ ତ କିପରି ଲାଗିବ ଲୋକମାନଙ୍କୁ ?

 

ଆଦରଣୀୟ ସଭାପତିଜୀ,

କରୋନା ଯେଉଁଦିନଠାରୁ ମାନବ ଜାତି ଉପରେ ସଂକଟ ସୃଷ୍ଟି କରିବା ଆରମ୍ଭ କରିଛି, ସରକାର ଦେଶ ଏବଂ ଦୁନିଆର ସମସ୍ତ ଉପଲବ୍ଧି ସବୁପ୍ରକାର ସଂସାଧନ ଜୁଟାଇବା ସକାଶେ ସକଳ ପ୍ରକାର ପ୍ରୟାସ କରିଆସିଛି । ଆମର ଦେଶର ନାଗରିକମାନଙ୍କ ରକ୍ଷା କରିବା ନିମନ୍ତେ ଯେତେ ପ୍ରକାର ସାମର୍ଥ୍ୟ ଥିଲା, ଜ୍ଞାନ ଥିଲା, ଶକ୍ତି ଥିଲା ଏବଂ ସମସ୍ତଙ୍କୁ ସାଥିରେ ନେଇ ଆଗକୁ ଚାଲିବାକୁ ଆମେ ପ୍ରୟାସ କରିଆସିଛୁ । ଯେତେଦିନ ପର୍ଯ୍ୟନ୍ତ ଏ ମହାମାରୀ ରହିବ, ସେପର୍ଯ୍ୟନ୍ତ ସରକାର ଦରିଦ୍ର ଠାରୁ ଦରିଦ୍ରତମ ପରିବାରଙ୍କ ଜୀବନ ବଞ୍ଚାଇବା ସକାଶେ ଯେତେ ଅର୍ଥ ବ୍ୟୟ କରିବାକୁ ପଡ଼ିବ, ତାହା ଖର୍ଚ୍ଚ କରିବା ସକାଶେ ପ୍ରତିବଦ୍ଧ । କିନ୍ତୁ କିଛି ଦଳର ବଡ଼ ବଡ଼ ନେତାମାନେ ବିଗତ ଦୁଇବର୍ଷ ଭିତରେ, ଯେଉଁଭଳି ଅପରିପକ୍ୱତା ପ୍ରଦର୍ଶନ କରିଛନ୍ତି ସେଥିରୁ ଦେଶକୁ ବି ଢ଼େର୍ ନିରାଶ ହେବାକୁ ପଡ଼ିଛି । ଆମେ ଦେଖିଛୁ ଯେ କିପରି ରାଜନୈତିକ ସ୍ୱାର୍ଥ ପାଇଁ ଖେଳ ଖେଳାଯାଉଛି । ଭାରତୀୟ ଟିକା ବିରୁଦ୍ଧରେ ଅପବାଦ ପ୍ରସାର କରାଯାଉଛି । ସାମାନ୍ୟ ଚିନ୍ତା କରନ୍ତୁ, ଯିଏ ପ୍ରଥମେ ଆପଣଙ୍କୁ କହିଥିଲେ, ଆଜି ଯାହା ହେଉଛି, ତାକୁ ସେଥିସହ ସାମାନ୍ୟ ମିଳାଇ ଦେଖନ୍ତୁ, ହୋଇପାରେ ସୁଧାରର ସମ୍ଭାବନା ହୋଇଥିଲେ କିଛି କାମରେ ଆସିବ ।

 

ଆଦରଣୀୟ ସଭାପତିଜୀ,

ଦେଶର ଜନତା ସଚେତନ ଅଛନ୍ତି । ଏବଂ ମୁଁ ଦେଶର ଜନତାଙ୍କୁ ଅଭିନନ୍ଦନ ଜଣାଉଛି ଯେ ସେମାନଙ୍କର ପ୍ରତ୍ୟେକ ଛୋଟ ମୋଟ ନେତାମାନେ ଏଭଳି ଭୁଲ କରିଥିଲେ ସୁଦ୍ଧା ସେମାନେ ଏଭଳି ସଂକଟର ଘଡ଼ିରେ ଏଭଳି କଥାକୁ କାନରେ ପୂରାଇ ନଥିଲେ ଏବଂ ଟିକା ସପକ୍ଷରେ ପୂର୍ଣ୍ଣ ମାତ୍ରାରେ ଠିଆ ହୋଇଥିଲେ । ଯଦି ଏପରି ହୋଇନଥାନ୍ତା ତା’ହେଲେ ବହୁତ ବଡ଼ ବିପଦ ଉଭା ହୋଇଥାନ୍ତା । କିନ୍ତୁ ଭଲ ହେଲା ଦେଶର ଜନତା କିଛି ନେତାଙ୍କ ଠାରୁ ସୁଦ୍ଧା ଆଗକୁ ଆଗେଇଗଲେ ଏବଂ ଏହା ଦେଶପାଇଁ ଶୁଭଙ୍କର ହେଲା ।

 

ମାନନୀୟ ସଭାପତିଜୀ,

ଏହି ସମଗ୍ର କରୋନା କାଳଖଣ୍ଡରେ ଏକ ପ୍ରକାର ସଂଘୀୟ ଢାଂଚାର ଉତ୍ତମ ଉଦାହରଣ ଦେଖିବାକୁ ମିଳିଲା ବୋଲି ମୁଡ କହିପାରିବି । ୨୩ ଥର ବୋଧହୁଏ କୌଣସି ଜଣେ ପ୍ରଧାନମନ୍ତ୍ରୀଙ୍କୁ ଗୋଟିଏ କାର୍ଯ୍ୟକାଳ ଭିତରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଏତେଥର ବୈଠକ କରିବାର ଅବସର ପୂର୍ବରୁ କେବେ ଆସିନଥିଲା । ମୁଖ୍ୟମନ୍ତ୍ରୀମାନଙ୍କ ସହିତ ୨୩ ଥର ମିଟିଂ କରାଯାଇଥିଲା ଏବଂ ବିସ୍ତାରିତ ଭାବେ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀମାନଙ୍କ ପରାମର୍ଶ ଏବଂ ଭାରତ ସରକାରଙ୍କ ପାଖରେ ଯାହା ସୂଚନା ଥିଲା, ତାହାକୁ ମିଳାଇ ମିଶାଇ. .. କାରଣ ଏହି ସଦନରେ ରାଜ୍ୟମାନଙ୍କ ସହିତ ଜଡ଼ିତ ବରିଷ୍ଠ ନେତାମାନେ ଏଠାରେ ବସିଛନ୍ତି, ଏବଂ ସେଇଥିପାଇଁ ମୁଁ ଏହା କହିବାକୁ ଚାହେଁ, ଏହା ନିଜସ୍ୱ ଭାବେ ଏକ ବହୁତ ବଡ଼ ଘଟଣା । ୨୩ ଥର ମିଟିଂ କରାଯିବାର ଏହି କାଳଖଣ୍ଡରେ ଏବଂ ବିସ୍ତାରିତ ଚର୍ଚ୍ଚା କରି ରଣନୀତି ପ୍ରସ୍ତୁତ କରିବା ଏବଂ ସମସ୍ତଙ୍କୁ ଅନ୍ ବୋର୍ଡ ନେଇ ଚାଲିବା ଏବଂ ତାହା କେନ୍ଦ୍ର ସରକାର ହୋଇଥାନ୍ତୁ, ରାଜ୍ୟ ସରକାର ହୋଇଥାନ୍ତୁ ଅବା ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ହୋଇଥାନ୍ତୁ, ସମସ୍ତଙ୍କୁ ଏକଜୁଟ କରିବାର ପ୍ରୟାସ କରାଯାଇଥିଲା । ଆମେ କାହାରି ଯୋଗଦାନକୁ କମ୍ ବୋଲି ଆଙ୍କିବାର ନୁହେଁ । ଆମେ ତ ଏହାକୁ ଦେଶର ଶକ୍ତି ବୋଲି ବିବେଚନା କରୁ ।

 

କିନ୍ତୁ ଆଦରଣୀୟ ସଭାପତିଜୀ,

ତଥାପି ଆତ୍ମଚିନ୍ତନ କରିବାର ଆବଶ୍ୟକତା ରହିଛି କିଛି ଲୋକଙ୍କୁ । ଯେତେବେଳେ କରୋନା ସଂପର୍କରେ ସର୍ବଦଳୀୟ ବୈଠକ ଡକାଗଲା, ସରକାରଙ୍କ ତରଫରୁ ବିସ୍ତାରିତ ଭାବେ ପ୍ରୋଜେକ୍ସନ ଦେବାର ଥିଲା ଏବଂ ଗୋଟିଏ ପଟେ ପ୍ରୟାସ କରାଗଲା ଯେ କିଛି ଦଳ ବୈଠକରେ ସାମିଲ ନହୁଅନ୍ତୁ, ସେମାନଙ୍କୁ ବୁଝାଇବା ଲାଗି ପ୍ରୟାସ କରାଗଲା ଏବଂ ସେମାନେ ନିଜେ ବି ଏହି ବୈଠକକୁ ଆସିଲେ ନାହିଁ । ଅଲ୍ ପାର୍ଟି ମିଟିଂକୁ ବହିଷ୍କାର କଲେ । ଏବଂ ମୁଁ ଶରଦ ରାଓଜୀଙ୍କ ନିକଟରେ କୃତଜ୍ଞତା ବ୍ୟକ୍ତ କରିବାକୁ ଚାହିଁବି । ଶରଦ ରାଓଜୀ କହିଥିଲେ, ଦେଖଭାଇ, ଏହା କୌଣସି ୟୁପିଏର ସିଦ୍ଧାନ୍ତ ନୁହେଁ । ମୁଁ ଯେଉଁ ଯେଉଁମାନଙ୍କୁ କହିପାରିବି, ମୁଁ ଅବଶ୍ୟ କହିବି ଏବଂ ଶରଦ ରାଓଜୀ ଆସିଲେ, ବାକି ଟିଏମସି ସହିତ ସମସ୍ତ ଦଳର ଲୋକ ଆସିଲେ ଏବଂ ସେମାନେ ନିଜର ବହୁମୂଲ୍ୟ ପରାମର୍ଶ ମଧ୍ୟ ଦେଲେ । ଏ ସଂକଟ ଦେଶର ମୁଣ୍ଡ ଉପରେ ଥିଲା, ମାନବ ସମାଜ ଉପରେ ଥିଲା । ତାହାକୁ ସୁଦ୍ଧା ଆପଣମାନେ ବହିଷ୍କାର କଲେ, ଜଣାନାହିଁ ଆପଣମାନେ କେଉଁଠାରୁ ଓ କାହାଠାରୁ ଏଭଳି ପରାମର୍ଶ ନେଉଛନ୍ତି, ଏହା ଆପଣମାଙ୍କର ମଧ୍ୟ କ୍ଷତି କରୁଛି । ଦେଶ ରୋକିଲା ନାହିଁ, ଦେଶ ଆଗକୁ ଚାଲିଲା । ଆପଣମାନେ ସେଠାରେ ଅଟକିଗଲେ ଏବଂ ସମସ୍ତେ ଆଶ୍ଚର୍ଯ୍ୟ ହେଲେ, ସବୁ ଲୋକ . . . ଆପଣ ତା’ପର ଦିନର ସମ୍ବାଦପତ୍ର ଦେଖିନିଅନ୍ତୁ, କିପରି ଭାବେ ଆପଣମାନଙ୍କୁ ସମାଲୋଚନା ହୋଇଥିଲା, କାହିଁକି ଏଭଳି କଲେ ? ଏତେ ବଡ଼ କାମ, କିନ୍ତୁ ...

 

ଆଦରଣୀୟ ସଭାପତିଜୀ,

ଆମେ ସାମଗ୍ରିକ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଆରୋପ କରୁଛୁ । ଆଧୁନିକ ଚିକିତ୍ସା ପରମ୍ପରା, ଭାରତୀୟ ଚିକିତ୍ସା ପଦ୍ଧତି, ଭଭୟ ଆୟୁଷ ମନ୍ତ୍ରଣାଳୟ ମଧ୍ୟମ ସେତେବେଳେ ଢେର୍ କାର୍ଯ୍ୟ କରିଥିଲା । ସଦନରେ ବେଳେବେଳେ ଏଭଳି ମନ୍ତ୍ରଣାଳୟମାନଙ୍କର ଚର୍ଚ୍ଚା ହୋଇନଥାଏ । କିନ୍ତୁ ଏହା ଦେଖିବା କଥା, ଆଜି ବିଶ୍ୱରେ ଆମର ଆନ୍ଧ୍ର, ତେଲଙ୍ଗାନାର ଲୋକମାନେ ବତେଇବେ, ଆମର ହଳଦୀର ରପ୍ତାନୀ ଯାହାକି ବୃଦ୍ଧି ପାଉଛି, ତାହା ଏହି କରୋନା ହିଁ ଲୋକମାନଙ୍କୁ ଭାରତୀୟ ଉପଚାର ପଦ୍ଧତି ପ୍ରତି ଆକର୍ଷିତ କରିଥିଲା, ଏହାର ପରିଣାମ ଥିଲା । ବିଶ୍ୱର ଲୋକମାନେ ଆଜି କରୋନା କାଳଖଣ୍ଡରେ ଭାରତ ନିଜର ଫାର୍ମା ଉଦ୍ୟୋଗକୁ ବି ସଶକ୍ତ କରିପାରିଛି । ବିଗତ ସାତବର୍ଷ ଭିତରେ ଆମର ଯେଉଁ ଆୟୁଷର ଉତ୍ପାଦନ ହୋଇଛି ଏହାର ରପ୍ତାନୀ ବହୁତ ବଢ଼ିଛି ଏବଂ ନୂଆ ନୂଆ ଲକ୍ଷ୍ୟସ୍ଥଳରେ ପହଞ୍ଚୁଛି । ଏହାର ଅର୍ଥ ଯେ ଭାରତର ଯେଉଁ ପାରମ୍ପରିକ ଔଷଧ ରହିଛି ତାହା ବିଶ୍ୱରେ ନିଜର ଏକ ପରିଚୟ ସୃଷ୍ଟି କରିଛି । ମୁଁ ଚାହୁଁଛି ଯେ ଆମେ ସବୁ ଲୋକ, ଯେଉଁଠି ଯେଉଁଠି ଆମର ପରିଚୟ ରହିଛି, ଏହି କଥା ଉପରେ ଜୋର ଦିଅନ୍ତୁ, କାରଣ ଏହି କ୍ଷେତ୍ର ଆମର ଚାପିହୋଇ ରହିଛି । ଯଦି ଆମେ ଏହାକୁ .. ଏବଂ ଏଭଳି ସମୟରେ ସ୍ୱୀକୃତ କରିପାରିବା.. ତା’ହେଲେ ହୋଇପାରେ ଯେ ଭାରତର ଯେଉଁ ପାରମ୍ପରିକ ଔଷଧୀୟ ପରମ୍ପରା ରହିଛି, ଶକ୍ତି ରହିଛି, ତାହା ସାରା ବିଶ୍ୱରେ ପହଞ୍ଚିବ ଏବଂ କାମ କରିବ ।

 

ଆଦରଣୀୟ ସଭାପତିଜୀ,

ଆୟୁଷ୍ମାନ ଭାରତ ଅଧୀନରେ ୮୦ ହଜାରରୁ ଅଧିକ ସ୍ୱାସ୍ଥ୍ୟ ଏବଂ ନିରାମୟ କେନ୍ଦ୍ର ଆଜି ଦେଶବ୍ୟାପୀ କାର୍ଯ୍ୟରତ ରହିଛି ଏବଂ ପ୍ରତ୍ୟେକ ପ୍ରକାର ଆଧୁନିକରୁ ଅତ୍ୟାଧୁନିକ ସେବା ଯୋଗାଇ ଦେବା ନିମନ୍ତେ ସେଗୁଡ଼ିକୁ ସୁସଜ୍ଜିତ କରାଯାଉଛି । ଏହିସବୁ କେନ୍ଦ୍ର ଗାଁ ଏବଂ ଘର ନିକଟରେ ମାଗଣାରେ ପରୀକ୍ଷା ସମେତ ଉତ୍ତର ପ୍ରାଥମିକ ସ୍ୱାସ୍ଥ୍ୟସେବାର ସୁବିଧା ପ୍ରଦାନ କରୁଛି । ଏହି କେନ୍ଦ୍ର କ୍ୟାନସର, ଡାଇବେଟିସ୍ ଏବଂ ଅନ୍ୟାନ୍ୟ ଗମ୍ଭୀର ବେମାରୀକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରିବାରେ ସହାୟକ ହୋଇପାରୁଛି । ୮୦ ହଜାର କେନ୍ଦ୍ର ସ୍ଥାପନ କରାଯାଇଛି ଏବଂ ଏହାକୁ ଆମେ ଆହୁରି ବଢ଼ାଇବା ଦିଗରେ କ୍ଷିପ୍ର ବେଗରେ କାର୍ଯ୍ୟ କରୁଛୁ । ଅର୍ଥାତ୍, ମହତ୍ତ୍ୱପୂର୍ଣ୍ଣ ବେମାରୀ ଗମ୍ଭୀର ବେମାରୀର ସ୍ଥାନୀୟ ସ୍ତରରେ ସହାୟତା ମିଳିବାର ସମ୍ଭାବନା ରହିଛି ।

 

ଆଦରଣୀୟ ସଭାପତିଜୀ,

ଏମିତିରେ ତ ପ୍ରାଚୀନ ପରମ୍ପରା ଏଭଳି ଥିଲା ଯେ ବଜେଟ ପୂର୍ବରୁ କିଛି ଟିକସ ଲଗେଇଦିଅ ଯାହା ଫଳରେ ବଜେଟରେ ଚର୍ଚ୍ଚା ହୋଇପାରିବନାହିଁ । ବଜେଟରେ ତାହା ଦର୍ଶାଯିବ ନାହିଁ ଏବଂ ସେହିଦିନ ସେୟାର ବଜାର ଯେମିତି ତଳକୁ ଖସିଯିବ ନାହିଁ । ଆମେ କିନ୍ତୁ ଏଭଳି କିଛି କରିନାହୁଁ । ଆମେ ବରଂ ଏହାର ବିପରୀତ କଥାଟି କରିଛୁ । ଆମେ ବଜେଟ ପୂର୍ବରୁ ୬୪ ହଜାର କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ଅଧୀନରେ କ୍ରିଟିକାଲ ହେଲଥ ଇନଫ୍ରାଷ୍ଟ୍ରକଚର୍ (ଜଟିଳ ସ୍ୱାସ୍ଥ୍ୟ ସଂସାଧ) ନିର୍ମାଣ ନିମନ୍ତେ ରାଜ୍ୟମାନଙ୍କ ମଧ୍ୟରେ ବଣ୍ଟନ କରିଛୁ । ଯଦି ଏହି କଥାକୁ ଆମେ ବଜେଟରେ ରଖିଥାନ୍ତୁ ଏବଂ ମହୁତ ବଡ଼ ବଜେଟ ଓ ତାହା ବେଶ୍ ସୁନ୍ଦର ବୋଲି ଦେଖାଇଥାନ୍ତି, ତାହା କେବଳ ଦେଖାଇବାକୁ ଉତ୍ତମ ଭଳି ଲାଗିଥାନ୍ତା । କିନ୍ତୁ ଆମେ ସେହି ମୋହରେ ରହିବା ପରିବର୍ତ୍ତେ କରୋନା ସମୟରେ ଏହାର ତତ୍କାଳ ବ୍ୟବସ୍ଥା କରିବା ନିମନ୍ତେ ଆମେ ପୂର୍ବରୁ ଏପରି କରିଥିଲୁ ଏବଂ ୬୪ ହଜାର କୋଟି ଟଙ୍କା ଆମେ ଏହି କାମ ନିମନ୍ତେ ପ୍ରଦାନ କରିଛୁ ।

 

ଆଦରଣୀୟ ସଭାପତିଜୀ,

ଚଳିତ ଥର ଖଡଗୋଜୀ ବଡ଼ ବିଶେଷ ବକ୍ତବ୍ୟ ଉପସ୍ଥାପନ କରୁଥିଲେ ଏବଂ କହୁଥିଲେ, ମୋତେ ତ କହୁଥିଲେ ଯେ ମୁଁ ଏହା ଉପରେ କହେଁ, ଏପଟ ସେପଟ ହୋଇ ନକହେଁ, କିନ୍ତୁ ସେ କ’ଣ କହିବେ – ତାଙ୍କର ବି ଥରେ ପରଖି ନେବା ଉଚିତ ହେବ । ସଦନରେ କୁହାଯାଇଛି ଯେ କଂଗ୍ରେସ ଭାରତର ଭିତ୍ତିଭୂମି ସ୍ଥାପନ କରିଥିଲା ଏବଂ ଭାଜପାବାଲାଏ କେବଳ ସେଥିରେ ପତାକା ପୋତିଦେଲେ ।

 

ଆଦରଣୀୟ ସଭାପତିଜୀ,

ଏହା ସଦନରେ ଏଭଳି ହସ ପରିହାସରେ କହିବା ଭଳି କଥା ନୁହେଁ । ଏହା ସେହି ଗମ୍ଭୀର ଚିନ୍ତାଧାରାର ପରିଣାମ ଏବଂ ତାହାହିଁ ଦେଶପାଇଁ ବେଶ୍ ଭୟଙ୍କର । ଏବଂ ତାହା ହେଉଛି, କିଛି ଲୋକ ଏହା ବିଶ୍ୱାସ କରନ୍ତି ଯେ ଭାରତ ୧୯୪୭ରେ ଜନ୍ମ ନେଲା । ଏବେ ସେହି କାରଣରୁ ହିଁ ଏଭଳି ସମସ୍ୟା ଉତ୍ପନ୍ନ ହୋଇଛି । ଏବଂ ଏହି ଚିନ୍ତାଧାରାର ପରିଣାମ ହେଉଛି ଏଇଆ ଯେ ଭାରତରେ ବିଗତ ୭୫ ବର୍ଷରେ ଯାହାଙ୍କୁ କାର୍ଯ୍ୟ କରିବା ନିମନ୍ତେ ୫୦ ବର୍ଷ ଧରି ସୁଯୋଗ ମିଳିଥିଲା ସେମାନଙ୍କ ନୀତି ଉପରେ ମଧ୍ୟ ଏହି ମାନସିକତାର ପ୍ରଭାବ ରହିଛି ଏବଂ ଏହି କାରଣରୁ କେତେକ ବିକୃତି ସୃଷ୍ଟି ହୋଇଛି । 

ଏହି ଗଣତନ୍ତ୍ର ଆପଣମାନଙ୍କ ଦୟାରୁ ସୃଷ୍ଟି ହୋଇନାହିଁ ଏବଂ ଆପଣମାନଙ୍କୁ ୧୯୭୫ରେ ଗଣତନ୍ତ୍ରର ଗଳା ଚିପିବାବାଲା ଗୌରବର କଥା କହିବା ଅନୁଚିତ ।

 

ଆଦରଣୀୟ ସଭାପତିଜୀ,

ଏହା ଛୋଟ ବୟସରେ ଜନ୍ମନେଇଛି, ଏଭଳି ଯେଉଁ ଚିନ୍ତା କରୁଥିବା ଲୋକ ସେମାନଙ୍କୁ ଗୋଟିଏ କଥା ବିଶ୍ୱ ସମ୍ମୁଖରେ ଗାଇ ବଜାଇ କହିବା ଉଚିତ ଥିଲା, ସେମାନେ କହିବାରୁ ପଛେଇ ଗଲେ । ଆମେ ଗର୍ବର ସହିତ କହିବା ଉଚିତ ଥିଲା ଯେ ଭାରତ, ମଦର ଇଣ୍ଡିଆ, ଗଣତନ୍ତ୍ରର ଜନ୍ମଦାତ୍ରୀ । ଗଣତନ୍ତ୍ର, ଆଲୋଚନା, ଏହା ଭାରତରେ ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଛି । ଏବଂ କଂଗ୍ରେସର ସମସ୍ୟା ଏହା ଯେ ବଂଶବାଦ ସାମ୍ନାରେ ସେମାନେ କିଛି ଚିନ୍ତା ହିଁ କରିବା ଥିଲା ସେମାନଙ୍କ ପାଇଁ ବଡ଼ ସମସ୍ୟା । ଏବଂ ଦଳ ଭିତରେ, ଯେଉଁ ଗଣତନ୍ତ୍ରର କଥା କରୁଥିଲେ ତାହାକୁ ନା ସେମାନେ ସାମାନ୍ୟତମ ବୁଝିଲେ । ଭାରତର ଲୋକତନ୍ତ୍ରକୁ ସବୁଠାରୁ ବଡ଼ ବିପଦ ପରିବାରବାଦୀ ପାର୍ଟିମାନଙ୍କ ଠାରୁ ରହିଛି, ଏହି ସତ୍ୟକୁ ଗ୍ରହଣ କରିବାକୁ ପଡ଼ିବ । ଦଳ ଭିତରେ ବି ଯେତେବେଳେ କୌଣସି ଗୋଟିଏ ପରିବାର ସର୍ବୋପରି ହୋଇଥାଏ, ସେତେବେଳେ ସବୁଠାରୁ ପ୍ରଥମ ବିପଦ ଟ୍ୟାଲେଣ୍ଟକୁ ହୋଇଥାଏ । ଦେଶ ଏହି କଥା ଏହି ଚିନ୍ତାଧାରା ଯୋଗୁ ବହୁବର୍ଷ ପର୍ଯ୍ୟନ୍ତ କ୍ଷତି ସହ୍ୟ କରିଆସିଛି । ମୁଁ ଚାହୁଁଛି ଯେ ସମସ୍ତ ରାଜନୈତିକ ଦଳ ଲୋକତାନ୍ତ୍ରିକ ଆଦର୍ଶକୁ ଏବଂ ମୂଲ୍ୟବୋଧକୁ ନିଜର ଦଳ ଭିତରେ ବି ବିକଶିତ କରନ୍ତୁ, ଏଥିପ୍ରତି ସମର୍ପିତ ହୁଅନ୍ତୁ । ଏବଂ ଭାରତର ସବୁଠାରୁ ପୁରାତନ ଦଳ ହିସାବରେ କଂଗ୍ରେସ ଏହି ଦାୟିତ୍ୱ ଅଧିକ ଭାବେ ଉଠାଉ । 

 

ଆଦରଣୀୟ ସଭାପତିଜୀ,  

ଏଠାରେ କୁହାଯାଇଛି ଯେ କଂଗ୍ରେସ ଦଳ ନଥିଲେ କ’ଣ ହୋଇଥାନ୍ତା । ଇଣ୍ଡିଆ ଇଜ୍ ଇନ୍ଦିରା, ଇନ୍ଦିରା ଇଜ୍ ଇଣ୍ଡିଆ, ଏହି ଚିନ୍ତାଧାରାର ପରିଣାମ ହେଉଛି ଏଇଆ ।

 

ଆଦରଣୀୟ ସଭାପତିଜୀ,

ମୁଁ ଏକଥା ସୂଚୀତ କରିବାକୁ ଚାହିଁବି ଯେ କୁହାଯାଇଛି – ମୁଁ ଚିନ୍ତାକରୁଛି ଯେ କଂଗ୍ରେସ ନହୋଇଥିଲେ କ’ଣ ହୋଇଥାନ୍ତା ? କାରଣ ମହାତ୍ମା ଗାନ୍ଧୀଙ୍କ ଇଚ୍ଛା ଥିଲା, କାରଣ ମହାତ୍ମା ଗାନ୍ଧୀଙ୍କୁ ଉତ୍ତମ ରୂପେ ଜଣାଥିଲା ଯେ ଏହା ରହିଲେ ଭବିଷ୍ୟତରେ କ’ଣ କ’ଣ ହେବାକୁ ଯାଉଛି । ଏବଂ ସେ କହିଥିଲେ ପ୍ରଥମେ ହିଁ ଏହାକୁ ଭାଙ୍ଗିଦିଅ, ଏହାକୁ ନଷ୍ଟ କରିଦିଅ । ମହାତ୍ମା ଗାନ୍ଧୀ ଏକଥା କହିଥିଲେ । କିନ୍ତୁ ଯଦି ନ ହୋଇଥାନ୍ତା, ମହାତ୍ମା ଗାନ୍ଧୀଙ୍କ ଇଚ୍ଛାନୁସାରେ ଯଦି ହୋଇଥାନ୍ତା, ଯଦି ମହାତ୍ମା ଗାନ୍ଧୀଙ୍କ ଇଚ୍ଛା ଅନୁସାରେ କଂଗ୍ରେସ ରହିନଥାନ୍ତା, ତା’ହେଲେ କ’ଣ ହୋଇଥାନ୍ତା – ଲୋକତନ୍ତ୍ର ପରିବାରବାଦ ଠାରୁ ମୁକ୍ତ ହୋଇଥାନ୍ତା, ଭାରତ ବିଦେଶୀ ସଷମା ପରିବର୍ତ୍ତେ ସ୍ୱଦେଶୀ ସଂକଳ୍ପର ମାର୍ଗରେ ଚାଲିପାରିଥାନ୍ତା । ଯଦି କଂଗ୍ରେସ ହୋଇନଥାନ୍ତା, ଜରୁରି ପରିସ୍ଥିତିର କଳଙ୍କ ହୋଇନଥାନ୍ତା । ଯଦି କଂଗ୍ରେସ ନଥାନ୍ତା, ତେବେ ଦଶନ୍ଧି ଦଶନ୍ଧି ପର୍ଯ୍ୟନ୍ତ ଦୁର୍ନୀତିକୁ ସଂସ୍ଥାଗତ ବନେଇ ରଖାଯାଇ ନଥାନ୍ତା । ଯଦି କଂଗ୍ରେସ ନଥାନ୍ତା, ତେବେ ଜାତିବାଦ ଏବଂ କ୍ଷେତ୍ରବାଦର ଖାଇ ଏତେ ଗଭୀର ହୋଇନଥାନ୍ତା । ଯଦି କଂଗ୍ରେସ ନଥାନ୍ତା, ତେବେ ଶିଖମାନଙ୍କ ନରସଂହାର ହୋଇନଥାନ୍ତା, ବର୍ଷ ବର୍ଷ ଧରି ପଞ୍ଜାବ ଆତଙ୍କର ନିଆଁରେ ଜଳିନଥାନ୍ତା । ଯଦି କଂଗ୍ରେସ ନଥାନ୍ତା, ତେବେ କଶ୍ମୀରର ପଣ୍ଡିତମାନଙ୍କୁ କଶ୍ମୀର ଛାଡ଼ିବାର ଦୁର୍ଯୋଗ ଆସିନଥାନ୍ତା । ଯଦି କଂଗ୍ରେସ ନଥାନ୍ତା, ତେବେ କନ୍ୟାଙ୍କୁ ତନ୍ଦୁର ଭାଟିରେ ଜଳାଇବା ଭଳି ଘଟଣା ଘଟିନଥାନ୍ତା । ଯଦି କଂଗ୍ରେସ ନଥାନ୍ତା, ତେବେ ଦେଶର ସାଧାରଣ ଜନତାଙ୍କୁ ବାସଗୃହ, ସଡ଼କ, ବିଜୁଳି, ପାଣି, ଶୌଚାଳୟ ଭଳି ମୌଳିକ ସୁବିଧା ନିମନ୍ତେ ଏତେ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିନଥାନ୍ତା । 

 

ଆଦରଣୀୟ ସଭାପତିଜୀ, 

ମୁଁ ଏମିତି ଗଣି ଚାଲିଥିବି, ଗଣି ଚାଲିଥିବି ।

ଆଦରଣୀୟ ସଭାପତିଜୀ,

କଂଗ୍ରେସ ଯେବେଠାରୁ କ୍ଷମତାକୁ ଆସିଛି, ଦେଶକୁ ବିକାଶ ହେବାକୁ ନେଇନାହିଁ । ଏବେ ଯେତେବେଳେ ସେମାନେ ବିପକ୍ଷରେ ଅଛନ୍ତି, ସେତେବେଳେ ଦେଶର ବିକାଶରେ ବାଧା ଉପୁଜାଉଛନ୍ତି । ଏବେ କଂଗ୍ରେସକୁ ‘ରାଷ୍ଟ୍ର’ ଉପରେ ମଧ୍ୟ ଆପତ୍ତି ଆସୁଛି । ‘ରାଷ୍ଟ୍ର’ ଉପରେ ଆପତ୍ତି । ଯଦି ‘ରାଷ୍ଟ୍ର’ ଏହାର କଳ୍ପନା ଅଣ-ସାମ୍ବିଧାନିକ ତେବେ ଆପଣଙ୍କ ପାର୍ଟିର ନାମ ଭାରତୀୟ ଜାତୀୟ କଂଗ୍ରେସ କାହିଁକି ରଖାଗଲା ? ଏବେ ଆପଣଙ୍କ ମନକୁ ନୂଆ ଚିନ୍ତା ଆସିଛି ତ ଭାରତୀୟ ଜାତୀୟ କଂଗ୍ରେସ ନାମ ବଦଳାଇ ଦିଅନ୍ତୁ ଏବଂ ଆପଣ ତାହାକୁ କଂଗ୍ରେସ ମହାସଂଘ କରିଦିଅନ୍ତୁ, ନିଜୂ ପୂର୍ବଜମାନଙ୍କର ଭୁଲକୁ ଥରେ ସୁଧାରି ଦିଅନ୍ତୁ ।

 

ଆଦରଣୀୟ ସଭାପତିଜୀ,

ଏଠାରେ ସଂଘୀୟ ବ୍ୟବସ୍ଥାକୁ ନେଇ ମଧ୍ୟ କଂଗ୍ରେସ, ଡିଏମସି ଏବଂ ବାମଦଳ ସହିତ ଅନେକ ସାଥୀ ବଡ଼ ବଡ଼ କଥା ଆଲୋଚନା କରିଛନ୍ତି । ଏକଥା ମଧ୍ୟ ଜରୁରି କାରଣ ରାଷ୍ଟ୍ରର ଏହା ହେଉଛି ବରିଷ୍ଠ ନେତାମାନଙ୍କ ସଦନ । କିନ୍ତୁ ସମସ୍ତ ସାଥୀମାନଙ୍କୁ. . . 

 

ଆଦରଣୀୟ ସଭାପତିଜୀ,

ଧନ୍ୟବାଦ ଆଦରଣୀୟ ସଭାପତିଜୀ । ଲୋକତନ୍ତ୍ରରେ କେବଳ ଶୁଣାଇବାକୁ ହୋଇନଥାଏ, ଶୁଣିବା ବି ଲୋକତନ୍ତ୍ରର ଏକ ଅଂଶ । କିନ୍ତୁ ବର୍ଷ ବର୍ଷ ପର୍ଯ୍ୟନ୍ତ ଉପଦେଶ ଦେଉଥିବା ଅଭ୍ୟାସ ରଖିଛନ୍ତି । ସେଥିପାଇଁ ଆପଣମାନଙ୍କୁ ଶୁଣିବାରେ ଟିକେ ମୁସ୍କିଲ ହେଉଛି ।

 

ଆଦରଣୀୟ ସଭାପତିଜୀ,

ସଂଘବାଦକୁ ନେଇ କଂଗ୍ରେସ, ଟିଏମସି ଏବଂ ବାମଦଳଙ୍କ ସହିତ ଅନେକ ସାଥୀ ଏଠାରେ ଅନେକ ଚିନ୍ତାଧାରା ପ୍ରସ୍ତୁତ କରିଛନ୍ତି ଏବଂ ଏକଥା ମଧ୍ୟ ବେଶ୍ ସ୍ୱାଭାବିକ ଓ ଏହି ସଦନରେ ଏହାର ଚର୍ଚ୍ଚା ହେବା ମଧ୍ୟ ଆହୁରି ସ୍ୱାଭାବିକ । କାରଣ ଏଠାରେ ରାଜ୍ୟମାନଙ୍କର ବରିଷ୍ଠ ନେତାମାନଙ୍କର ମାର୍ଗଦର୍ଶନ ଆମକୁ ଏହି ସଦନରେ ପ୍ରାପ୍ତ ହୋଇଥାଏ । କିନ୍ତୁ ଯେତେବେଳେ ସେମାନେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିଥାନ୍ତି ସେତେବେଳେ ମୁଁ ଆଜି ସମସ୍ତଙ୍କୁ ନିବେଦନ କରିବି ଯେ ଆମ ମନରେ ସଂଘବାଦ ସଂପର୍କରେ ଯାହାକିଛି ଭାବନା ରହିଛି, ବିଚାର ରହିଛି, କେତେବେଳେ ବାବାସାହେବ ଆମ୍ବେଦକରଙ୍କ ଆବଶ୍ୟକ ପଡ଼ିବ, ବାବା ସାହେବ ଆମ୍ବେଦକରଙ୍କ କଥାକୁ ମଧ୍ୟ ସ୍ମରଣ କରିବା ଉଚିତ । ବାବା ସାହେବ ଆମ୍ବେଦକରଜୀ ସମ୍ବିଧାନ ସଭାରେ କ’ଣ କହିଥିଲେ ତାହାକୁ ମୁଁ ଏଠାରେ ଉଦ୍ଧାର କରୁଛି ଏବଂ ବାବା ସାହେବ ଆମ୍ବେଦକର କହିଥିଲେ,

“ଏହା ଫେଡେରେସନର ଏକ ସଂଘ, କାରଣ ଏହା ଅତୁଟ । ପ୍ରଶାସନିକ ସୁବିଧା ହେତୁ ଦେଶ ଏବଂ ଲୋକମାନଙ୍କୁ ବିଭିନ୍ନ ରାଜ୍ୟରେ ବିଭାଜିତ କରାଯାଇପାରେ । ପ୍ରଶାସନ ନିମନ୍ତେ ବିଭିନ୍ନ ରାଜ୍ୟମାନଙ୍କରେ ବିଭକ୍ତ କରାଯାଇପାରେ, କିନ୍ତୁ ଦେଶ ଅଭିନ୍ନ ରୂପେ ଏକ ଅଟେ ।’

ସେ ପ୍ରଶାସନିକ ବ୍ୟବସ୍ଥାମାନ ଏବଂ ‘ରାଷ୍ଟ୍ର’ର କଳ୍ପନାକୁ ସ୍ପଷ୍ଟ କରିଛନ୍ତି । ଏକଥା ବାବା ସାହେବ ସମ୍ବିଧାନ ସଭାରେ ହିଁ କହିଛନ୍ତି । ମୁଁ ବୁଝୁଛି, ସଂଘବାଦକୁ ବୁଝିବା ନିମନ୍ତେ ବାବା ସାହେବ ଆମ୍ବେଦକର ଏତେ ଗହନ ବିଚାରରୁ ଅଧିକ କଥା ମୁଁ ବୁଝୁଛି ଯେ ମାର୍ଗଦର୍ଶନ ନିମନ୍ତେ କୌଣସି କଥାର ଆବଶ୍ୟକତା ହିଁ ନାହିଁ । କିନ୍ତୁ ବିଶେଷଦା ଏହା ଯେ ଆମ ଦେଶର କ’ଣ ଅବସ୍ଥା ହୋଇଛି । ସଂଘବାଦ ସଂପର୍କରେ ଏତେ ବଡ଼ ବଡ଼ ଭାଷଣମାନ ଦିଆଯାଉଛି, ଏତେ ଏତେ ଉପଦେଶ ପ୍ରଦାନ କରାଯାଉଛି । ଆମେ କ’ଣ ସେ ଦିନକୁ ଭୁଲିଗଲେଣି ଯେତେବେଳେ ବିମାନବନ୍ଦରରେ ଛୋଟମୋଟ କଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ହଟେଇ ଦିଆଯାଉଥିଲା । ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଟି ଆଞ୍ଜେୟାଙ୍କ ସହିତ କ’ଣ ହୋଇଥିଲା, ସେକଥା ଏ ସଦନରେ ଉପସ୍ଥିତ ଥିବା ଅନେକ ନେତାଙ୍କୁ ଅବଶ୍ୟ ଜ୍ଞାତ ଅଛି । ପ୍ରଧାନମନ୍ତ୍ରୀଙ୍କ ସୁପୁତ୍ରଙ୍କୁ ବିମାନ ବନ୍ଦରରେ ତାଙ୍କର ବ୍ୟବସ୍ଥା ପସନ୍ଦ ହୋଇନଥିଲା ତ ତାଙ୍କୁ ପଦରୁ ବରଖାସ୍ତ କରିଦିଆଯାଇଥିଲା । ସେ ଆନ୍ଧ୍ର ପ୍ରଦେଶର କୋଟି କୋଟି ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଇଥିଲେ । ଏହିଭଳି ଭାବେ କର୍ଣ୍ଣାଟକର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୀରେନ୍ଦ୍ର ପାଟିଲଜୀଙ୍କୁ ମଧ୍ୟ ଅପମାନିତ କରାଯାଇ କ୍ଷମତାରୁ ଅନ୍ତର କରାଯାଇଥିଲା । ତାହା ପୁଣି କେତେବେଳେ, ଯେତେବେଳେ ସେ ଅସୁସ୍ଥ ଥିଲେ । ଆମର ଚିନ୍ତାଧାରା କଂଗ୍ରେସ ପରି ସଂକୀର୍ଣ୍ଣ ନୁହେଁ । ଆମେ ସଂକୀର୍ଣ୍ଣ ଚିନ୍ତାଧାରା ସହିତ କାମ କରିବା ଲୋକ ନୋହୁ । ଆମର ଚିନ୍ତାଧାରାରେ ରାଷ୍ଟ୍ରୀୟ ଲକ୍ଷ୍ୟ, ରାଷ୍ଟ୍ରୀୟ ଟାରଗେଟ ଏବଂ କ୍ଷେତ୍ରୀୟ ଆକାଂକ୍ଷା, ସେସବୁ ଭିତରେ ଆମେ କୌଣସି ପ୍ରକାର ବିବାଦ ଦେଖୁନା । ଆମେ ମାନୁଛୁ ଯେ କ୍ଷେତ୍ରୀୟ ଆକାଂକ୍ଷାକୁ ସେତିକି ସମ୍ମାନର ସହିତ ସମାଧାନ କରାଯିବା ଉଚିତ, ସସସ୍ୟାବଳୀଗୁଡ଼ିକର ସମାଧାନ କରାଯିବା ଆବଶ୍ୟକ । ଭାରତର ପ୍ରଗତି ମଧ୍ୟ ସେତିକିବେଳେ ହୋଇପାରିବ ଯେତେବେଳେ ଦେଶର ବିକାଶକୁ ଧ୍ୟାନରେ ରଖି କ୍ଷେତ୍ରୀୟ ଆକାଂକ୍ଷାକୁ ପୂରଣ କରାଯିବ । ଏହା ଆମର ଦାୟିତ୍ୱ, ଯେତେବେଳେ ଆମେ ଏହି କଥା କହୁ ସେତେବେଳେ ଦେଶ ଆଗକୁ ବଢ଼ିପାରିବ । କିନ୍ତୁ ଏଥିରେ ଏହା ମଧ୍ୟ ସର୍ତ୍ତ ରହିଛି ଯେ ଯେତେବେଳେ ରାଜ୍ୟ ପ୍ରଗତି କରେ, ସେତେବେଳେ ଦେଶର ମଧ୍ୟ ଉନ୍ନତି ଘଟିଥାଏ । ଯଦି ରାଜ୍ୟ ପ୍ରଗତି ନକରେ ଏବଂ ଦେଶର ପ୍ରଗତି ନିମନ୍ତେ ଆମେ ଚିନ୍ତା କରି ଚାଲିଥାଏ ତାହା କଦାପି ସମ୍ଭବପର ହେବନାହିଁ । ଏବଂ ଏଇଥିପାଇଁ ପ୍ରଥମ ସର୍ତ୍ତ ହେଉଛି ରାଜ୍ୟ ପ୍ରଗତି କରିବା ଆବଶ୍ୟକ ଏବଂ ସେତେବେଳେ ଦେଶର ଉନ୍ନତି ସମ୍ଭବପର ହୋଇପାରିବ । ଯେତେବେଳେ ଦେଶ ପ୍ରତି କରିବ, ଦେଶ ସମୃଦ୍ଧ ହେବ, ଦେଶ ଭିତରେ ସମୃଦ୍ଧି ଆସିବ, ଏହି ଚିନ୍ତାଧାରାର ସହିତ ଆମକୁ ଚାଲିବାକୁ ପଡ଼ିବ । ମୁଁ ତ ଏକଥା ମଧ୍ୟ ଜାଣେ, ମୁଁ ଯେତେବେଳେ ଗୁଜରାଟରେ ଥିଲି, ମୋ ଉପରେ କି ପ୍ରକାର ଜୁଲୁମ କରାଯାଇଥିଲା ଦିଲ୍ଲୀ ସରକାରଙ୍କ ଦ୍ୱାରା । ଇତିହାସ ଏହାର ସାକ୍ଷୀ ଅଛି । କ’ଣ କ’ଣ ମୋ ଉପରେ ହୋଇନଥିଲା । ଗୁଜରାଟ ସହିତ କ’ଣ କ’ଣ ହୋଇନଥିଲା । କିନ୍ତୁ ସେହି କାଳଖଣ୍ଡରେ ମୁଁ ମଧ୍ୟ ପ୍ରତିଦିନ ଆପଣମାନେ ମୋର ରେକର୍ଡ ଦେଖନ୍ତୁ, ମୁଖ୍ୟମନ୍ତ୍ରୀ ଭାବେ ମୁଁ ସଦାବେଳେ ଗୋଟିଏ କଥା କହୁଥିଲି ଯେ ଗୁଜରାଟର ମନ୍ତ୍ର କ’ଣ ? ଦେଶର ବିକାଶରେ ଗୁଜରାଟର ବିକାଶ । ସଦାବେଳେ ଦିଲ୍ଲୀରେ କେଉଁ ସରକାର ଅଛି ତାହା ଚିନ୍ତା କରି ଚାଲୁନଥିଲି । ଦେଶର ବିକାଶରେ ଗୁଜରାଟର ବିକାଶ ଏବଂ ଏହା ସଂଘବାଦ ବ୍ୟବସ୍ଥାରେ ଆମ ସମସ୍ତଙ୍କ ଦାୟିତ୍ୱ ଏହା ଯେ ଆମେ ଦେଶର ବିକାଶ ନିମନ୍ତେ ନିଜ ନିଜ ରାଜ୍ୟମାନଙ୍କ ବିକାଶ କରିବା ଯଦ୍ୱାରା ଉଭୟ ମିଳିମିଶି ଦେଶକୁ ନୂତନ ଶୀର୍ଷରେ ପହଞ୍ଚାଇପାରିବ ଏବଂ ଏହି ଉପାୟ ହିଁ ଉଚିତ ଉପାୟ । ସଦାସର୍ବଦା ଏହି ମାର୍ଗରେ ଚାଲିବା ହିଁ ଆମପାଇଁ ଜରୁରି । ଏହା ଅତି ଦୁଃଖଦ ଘଟଣା ଯେଉଁମାନଙ୍କୁ ଦଶନ୍ଧି ଦଶନ୍ଧି ଧରି ଶାସନ ପରିଚାଳନା କରିବାର ସୁଯୋଗ ମିଳିଥିଲା ଏବଂ ସେମାନେ ରାଜ୍ୟମାନଙ୍କ ସହିତ କି କି ପ୍ରକାର ଦମନ ଆଚରଣ କରିଥିଲେ । ସମସ୍ତେ ଏଠାରେ ବସିଛନ୍ତି, ଭୁକ୍ତଭୋଗୀ ଲୋକ ବସିଛନ୍ତି । କି କି ପ୍ରକାର ଦମନମୂଳକ ଆଚରଣ ସେମାନଙ୍କୁ ଭୋଗ କରିବାକୁ ପଡ଼ିଛି । ପାଖାପାଖି ଶହେ ଥର ରାଷ୍ଟ୍ରପତି ଶାସନ ଆଣି ରାଜ୍ୟ ସରକାର, ନିର୍ଦ୍ଦିଷ୍ଟ ଭାବେ କିଛି ରାଜ୍ୟ ସରକାରଙ୍କୁ ହଟାଇ ଦିଆଯାଇଥିଲା । ଆପଣ କେଉଁ ମୁହଁରେ ଆଜି ଏକଥା କହୁଛନ୍ତି ? ଏବଂ ଏଇଥିପାଇଁ ଲୋକତନ୍ତ୍ରକୁ ମଧ୍ୟ ଆପଣ ସମ୍ମାନ କରୁନାହାନ୍ତି । ଏବଂ ସେ କିପ୍ରକାର ପ୍ରଧାନମନ୍ତ୍ରୀ ଯିଏ ନିଜ କାଳଖଣ୍ଡରେ ୫୦ ସରକାରଙ୍କୁ ହଟାଇଥିଲେ, ରାଜ୍ୟର ୫୦ ସରକାରଙ୍କୁ ।

 

ଆଦରଣୀୟ ସଭାପତିଜୀ,

ଏହିସବୁ ପ୍ରସଙ୍ଗର ଜବାବ ପ୍ରତ୍ୟେକ ଭାରତୀୟ ଜାଣିଛନ୍ତି ଏବଂ ଏହାର ଶାସ୍ତି ଆଜି ସେମାନଙ୍କୁ ଭୋଗିବାକୁ ପଡ଼ୁଛି ।

 

ଆଦରଣୀୟ ସଭାପତିଜୀ,

କଂଗ୍ରେସର ଯେଉଁ ହାଇକମାଣ୍ଡ ଅଛନ୍ତି ତାଙ୍କର ନୀତି ତିନି ପ୍ରକାର କାମକୁ ନେଇ ଚାଲିଥାଏ । ଏକ - ପ୍ରଥମେ ଡିସ୍କ୍ରେଡିଟ୍ କର, ତା’ପରେ ଡିଷ୍ଟାବିଲାଇଜ୍ କର ଏବଂ ଶେଷରେ ଡିସମିସ୍ କର । ଏହିଭଳି ଭାବେ ଅବିଶ୍ୱାସ ସୃଷ୍ଟିକର, ଅସ୍ଥିର କର, ଏବଂ ପରିଶେଷରେ ବରଖାସ୍ତ କର । ଏହି କଥାକୁ ନେଇ ସେ ଚାଲିଛନ୍ତି ।

 

ଆପଣମାନେ କୁହନ୍ତୁ, ଆଦରଣୀୟ ସଭାପତିଜୀ,

ମୁଁ ଆଜି ସୂଚାଇବାକୁ ଚାହେଁ ଯେ ଫାରୁଖ ଅବଦୁଲ୍ଲାଜୀଙ୍କ ସରକାରକୁ କିଏ ଅସ୍ଥିର କରିଥିଲା ? ଚୌଧୁରୀ ଦେବୀଲାଲଜୀଙ୍କ ସରକାରକୁ କିଏ ଅସ୍ଥିର କରିଥିଲା ? ଚୌଧୁରୀ ଚରଣ ସିଂହଜୀଙ୍କ ସରକାରକୁ କିଏ ଅସ୍ଥିର କରିଥିଲା ? ପଞ୍ଜାବରେ ସର୍ଦ୍ଦାର ବାଦଲ ସିଂହଙ୍କ ସରକାରକୁ କିଏ ବରଖାସ୍ତ କରିଥିଲା ? ମମହାରାଷ୍ଟ୍ରରେ ବାଲା ସାହେବ ଠାକରେଙ୍କ ବଦନାମ କରିବା ପାଇଁ କିଏ ଡାର୍ଟି ଟ୍ରିକ୍ସର ଉପଯୋଗ କରିଥିଲା ? କର୍ଣ୍ଣାଟକରେ ରାମକୃଷ୍ଣ ହେଗଡେ ଏବଂ ଏସ ଆର ବୋମ୍ମାଇଙ୍କ ସରକାରକୁ କିଏ ଭାଙ୍ଗିଥିଲା ? ୧୯୫୦ ଦଶକରେ କେରଳରେ ନିର୍ବାଚିତ କମ୍ୟୁନିଷ୍ଟ ସରକାରଙ୍କୁ କିଏ ଭୁଶୁଡ଼ାଇଥିଲା ? ସେହି କାଳଖଣ୍ଡରେ ୫୦ ବର୍ଷ ପୂର୍ବେ । ତାମିଲନାଡ଼ୁରେ ଜରୁରୀ ପରିସ୍ଥିତିବେଳେ କରୁଣାନିଧିଜୀଙ୍କ ସରକାରକୁ କିଏ ଭୁଶୁଡ଼ାଇଥିଲା ? ୧୯୮୦ରେ ଏମ ଜି ଆରଙ୍କ ସରକାରକୁ କିଏ ଡିସମିସ୍ କରିଥିଲା ? ଆନ୍ଧ୍ର ପ୍ରଦେଶରେ ଏନ ଟି ଆରଙ୍କ ସରକାରକୁ କିଏ ଅସ୍ଥିର କରିବାର ପ୍ରୟାସ କରିଥିଲା ? ଏବଂ ତାହା ପୁଣି ଯେତେବେଳେ ସେ ବେମାର ଥିଲେ । ତାହା କେଉଁ ଦଳ ଥିଲା ଯିଏ ମୁଲାୟମ ସିଂହଜୀ ଯାଦବଙ୍କୁ କେବଳ ଏଇଥିଲାଗି ହଇରାଣ କରିଥିଲେ କାରଣ ମୁଲାୟମ ସିଂହଜୀ କେନ୍ଦ୍ର ସରକାରଙ୍କ କଥାରେ ସହମତ ହୋଇନଥିଲେ । କଂଗ୍ରେସ ଦଳ ନିଜ ନେତାମାନଙ୍କୁ ମଧ୍ୟ ଛାଡ଼ିନାହିଁ । ଆନ୍ଧ୍ର ପ୍ରଦେଶରେ କଂଗ୍ରେସ ସରକାର, ଉଚିତ ଭୂମିକା ନିର୍ବାହ କଲା, ତାଙ୍କ ସହିତ କ’ଣ ହେଲା ? ଯେଉଁ କଂଗ୍ରେସ ଏଠାରେ ସରକାରରେ ବସିବାକୁ ଏହାକୁ ମଉକା ଦେଇଥିଲା ତା’ରି ସହିତ କି ପ୍ରକାର ଆଚରଣ କଲା ? ଏହା ଖୁବ୍ ଲଜ୍ଜାଜନକ ଢଙ୍ଗରେ ଆନ୍ଧ୍ର ପ୍ରଦେଶକୁ ବିଭାଜିତ କଲା । ମାଇକ ସୁଦ୍ଧା ବନ୍ଦ୍ କରିଦିଆଗଲା । ଲଙ୍କାଗୁଣ୍ଡ ସ୍ପ୍ରେ କରାଗଲା । କୌଣସି ପ୍ରକାର ଆଲୋଚନା କରାଗଲାନାହିଁ । ଏଭଳି ଆଚରଣ ଓ ଉପାୟ କ’ଣ ଠିକ୍ ? ଏହା କ’ଣ ଲୋକତନ୍ତ୍ରରେ ଅଛି ? ଅଟଳଜୀଙ୍କ ସରକାର ବି ତିନୋଟି ନୂଆ ରାଜ୍ୟ ଗଠନ କରିଥିଲେ । ନୂଆ ରାଜ୍ୟ ସୃଷ୍ଟି କରିବାକୁ ଆମେ ବିରୋଧ କରୁନାହୁଁ । ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଉତ୍ତରାଖଣ୍ଡ । କିନ୍ତୁ ସେତେବେଳେ ତ ଏହାକୁ ନେଇ କୌଣସି ପ୍ରକାର ତୋଫାନ ସୃଷ୍ଟି ହୋଇନଥିଲା । ଶାନ୍ତିପୂର୍ଣ୍ଣ ଭାବେ ସମସ୍ତ ପ୍ରକାର ସିଦ୍ଧାନ୍ତ ନିଆଯାଇଥିଲା । ସମସ୍ତେ ମିଳିମିଶି ଏକତ୍ର ବସି ଏହି ନିଷ୍ପତ୍ତି ଗ୍ରହଣ କରିଥିଲେ । ଆନ୍ଧ୍ର, ତେଲଙ୍ଗାନା କ୍ଷେତ୍ରରେ ମଧ୍ୟ ଏହା ହୋଇପାରିଥାନ୍ତା । ଆମେ ତେଲଙ୍ଗାନାର ବିରୋଧୀ ନୋହୁ । ସାଥିହୋଇ ଏହି କାର୍ଯ୍ୟ କରାଯାଇପାରିଥାନ୍ତା । କିନ୍ତୁ ଆପଣଙ୍କ ଅହଂକାର, କ୍ଷମତାର ନିଶା, ତାହା ଦେଶ ଭିତରେ ଏଭଳି କଟୁତା ସୃଷ୍ଟି କରିଥିଲା । ଏବଂ ଆଜି ସୁଦ୍ଧା ତେଲଙ୍ଗାନା ଓ ଆନ୍ଧ୍ର ଭିତରେ ସେହି କଟୁତାର ବୀଜ ଯୋଗୁ ତେଲଙ୍ଗାନାର କ୍ଷତି କରୁଛି, ଆନ୍ଧ୍ରର ବି କ୍ଷତି କରୁଛି । ଏବଂ ଆପଣଙ୍କୁ ମଧ୍ୟ ଏଥିରୁ କୌଣସି ପ୍ରକାର ରାଜନୈତିକ ଫାଇଦା ମିଳୁନାହିଁ । ଏବଂ ଆମେ ସବୁକଥା ବୁଝିପାରୁଛୁ ।

 

ଆଦରଣୀୟ ସଭାପତିଜୀ,

ଆମେମାନେ ସହଭାଗୀ ସଂଘୀୟ ବ୍ୟବସ୍ଥା ସହିତ ଏକ ନୂଆ ପରିବର୍ତ୍ତନ ଦିଗରେ ଅଗ୍ରସର ହେଉଛୁ ଏବଂ ଆମେ ସହଭାଗୀ ପ୍ରତିଯୋଗୀ ସଂଘୀୟ ବ୍ୟବସ୍ଥା କଥା କହୁଛୁ । ଆମର ରାଜ୍ୟମାନଙ୍କ ଭିତରେ ବିକାଶର ସ୍ପର୍ଦ୍ଧା ପ୍ରସଙ୍ଗ ହୋଇଥାଉ, ପ୍ରଗତିର ହୋଇଥାଉ, ଆମେ ସଦାବେଳେ ଆଗକୁ ବଢ଼ିବାର ପ୍ରୟାସ କରୁଛୁ । ଯେଉଁ ଦଳ ହୋଇଥାଉ, ଯିଏ ବି କ୍ଷମତାରେ ଥାଉ । ଏହାକୁ ପ୍ରୋତ୍ସାହନ ଯୋଗାଣ ଆମର କର୍ତ୍ତବ୍ୟ ଏବଂ ଆମେ ତାହା ଦେଇଚାଲିଛୁ ।

 

ଆଦରଣୀୟ ସଭାପତିଜୀ,

ମୁଁ ଆଜି ଗୋଟିଏ ଉଦାହରଣ ଦେବାକୁ ଚାହେଁ । ଜିଏସଟି ପରିଷଦର ଗଠନ ସ୍ୱୟଂ ଭାରରେ ସଶକ୍ତ ସଂଘୀୟ ବ୍ୟବସ୍ଥା ନିମନ୍ତେ ଏକ ଉତ୍ତମ ଢାଂଚାର ନମୁନା । ରାଜସ୍ୱର ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ଜିଏସଟି ପରିଷଦରେ ନିଆଯାଇଥାଏ । ରାଜ୍ୟମାନଙ୍କର ଅର୍ଥମନ୍ତ୍ରୀମାନେ ଏବଂ ଭାରତର ଅର୍ଥମନ୍ତ୍ରୀ ସମସ୍ତେ ସମାନ ଟେବୁଲରେ ବସି ଏହି ସିଦ୍ଧାନ୍ତ ଗ୍ରହଣ କରିଥାନ୍ତି । ସେଥିରେ କେହି ବଡ଼ ନୁହେଁ କି କେହି ଛୋଟ ନୁହେଁ । କେହି ଆଗରେ ନୁହେଁ କି କେହି ପଛରେ ନୁହେଁ । ସମସ୍ତେ ଏକତ୍ର ମିଳିମିଶି ଏହାକୁ ଦେଖନ୍ତି । ଏବଂ ଦେଶକୁ ଗର୍ବ କରିବା ଆବଶ୍ୟକ, ଏହି ସଦନକୁ ଅଧିକ ଗର୍ବ ହେବା ଉଚିତ ଯେ ଜିଏସଟିର ସମସ୍ତ ନିର୍ଣ୍ଣୟ, ଶହ ଶହ ନିର୍ଣ୍ଣୟ ନିଆଯାଇଛି । ସକଳ ପ୍ରକାର ନିର୍ଣ୍ଣୟ ସର୍ବସମ୍ମତ ଭାବେ ଗ୍ରହଣ କରାଯାଇଛି । ସବୁ ରାଜ୍ୟର ଅର୍ଥମନ୍ତ୍ରୀମାନେ ଏବଂ ଭାରତର ଅର୍ଥ ମନ୍ତ୍ରୀ ମିଳିମିଶି ଏହା କରିଛନ୍ତି । ଏହାଠାରୁ ବଡ଼ ସଂଘୀୟ ବ୍ୟବସ୍ଥାର ଉତ୍ତମ ସ୍ୱରୂପ କ’ଣ ହୋଇପାରେ ? ଏହାକୁ ନେଇ କିଏ ଭଲା ଗର୍ବ ଅନୁଭବ ନକରିବ ? କିନ୍ତୁ ଆମେ ଏହାକୁ ନେଇ ସୁଦ୍ଧା ଗର୍ବ ଅନୁଭବ କରୁନା । 

 

ଆଦରଣୀୟ ସଭାପତିଜୀ,

ମୁଁ ଆଉ ଗୋଟିଏ ଉଦାହରଣ ଦେବାକୁ ଚାହୁଁଛି । ସଂଘୀୟ ବ୍ୟବସ୍ଥାର । ଆମେ ଦେଖିଲୁ ଯେ ଯେପରି ସମାଜିକ ନ୍ୟାୟ । ଏହା ଦେଶ ପାଇଁ ଖୁବ୍ ଅନିବାର୍ଯ୍ୟ ହେଉଥିଲା । ନହେଲେ ଦେଶ ଆଗକୁ ଆଗେଇ ପାରିବନାହିଁ । ଏମିତିରେ ଦେଖିଲେ କ୍ଷେତ୍ରୀୟ ନ୍ୟାୟିକ ବ୍ୟବସ୍ଥା ମଧ୍ୟ ସେତିକି ଜରୁରି । ଯଦି କୌଣସି କ୍ଷେତ୍ର ବିକାଶ ଦିଗରେ ପଛରେ ପଡ଼ିଯିବ ତା’ହେଲେ ଦେଶ ଆଗକୁ ପ୍ରଗତି କରିପାରିବନାହିଁ । ସେଇଥିପାଇଁ ଆମେ ଗୋଟିଏ ଯୋଜନା ପ୍ରସ୍ତୁତ କଲୁ । ତାହା ହେଉଛି ଆକାଂକ୍ଷା ଜିଲ୍ଲା - ଆସ୍ପିରେସନାଲ ଡିଷ୍ଟ୍ରିକ୍ଟ । ଦେଶରେ ଏଭଳି ୧୦୦ଟି ବଛାବଛା ଜିଲ୍ଲା, ଭିନ୍ନ ଭିନ୍ନ ମାପଦଣ୍ଡ ଆଧାରରେ ସେସବୁ ଚୟନ କରାଯାଇଥିଲା । ରାଜ୍ୟମାନଙ୍କ ସହିତ ପରାମର୍ଶ କରି ବଛାଯାଇଥିଲା । ସେହି ଯେଉଁ ଶହେ ଜିଲ୍ଲା ରହିଛି ସେମାନେ ରାଜ୍ୟମାନଙ୍କର ଅନ୍ୟ ଯେଉଁସବୁ ଆଭରେଜ୍ ଜିଲ୍ଲା ରହିଛି ସେମାନଙ୍କ ସହିତ ବରାବର କରିବା ହେଲା ଏହାର ମୂଳ ଲକ୍ଷ୍ୟ । ତାହାହେଲେ ବୋଝ କମ୍ ହୋଇଯିବ । ଏବଂ ଏଭଳି କାର୍ଯ୍ୟ ଆମେ କରିଥିଲୁ ଏବଂ ଆଜି ମୁଁ ବେଶ୍ ଖୁସିର ସହିତ ଏହା କହୁଛି । ବଡ଼ ଗୌରବର ସହିତ ଏହା ପ୍ରକାଶ କରୁଛି । ଯୋଜନାର ବିଚାର ଭାରତ ସରକାର କରିଥାନ୍ତୁ ପଛକେ କିନ୍ତୁ ଗୋଟିଏ ରାଜ୍ୟକୁ ଛାଡ଼ି ଦେଶର ସମସ୍ତ ରାଜ୍ୟ ଏହାକୁ ଆପଣାଇଲେ । ଶହେରୁ ଅଧିକ ଜିଲ୍ଲାର ସ୍ଥିତିକୁ ବଦଳାଇବା ସକାଶେ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଆଜି ମିଳିମିଶି କାର୍ଯ୍ୟ କରୁଛନ୍ତି । ସେଥିରେ ସମସ୍ତ ଦଳର ସରକାର ଶାସନ କରୁଥିବା ରାଜ୍ୟ ଅଛନ୍ତି । ଏମିତି ନୁହେଁ ଯେ ତାହା ଭାରତୀୟ ଜନତା ପାର୍ଟି ଶାସିତ ରାଜ୍ୟବାଲା ସରକାର । ସମସ୍ତେ ମିଳିମିଶି ଏଭଳି ଉତ୍ତମ ପରିଣାମ ଦେଇଛନ୍ତି ଯେ ଖୁବ୍ କମ୍ ସମୟ ଭିତରେ ଆକାଂକ୍ଷୀ ଜିଲ୍ଲା ଅନେକ ମାପଦଣ୍ଡରେ ନିଜ ରାଜ୍ୟର ଆଭରେଜ୍ ଠାରୁ ବି ଆଗକୁ ଆଗେଇ ଯାଇଛି । ଏବଂ ମୁଁ ଏହା ବୁଝେ ଯେ ଉତ୍ତମରୁ ଆହୁରି ଉତ୍ତମ କାମ ସେଠାରେ ଚାଲିଛି । ଏବଂ ମୁଁ ଆପଣମାନଙ୍କୁ କହିବାକୁ ଚାହେଁ ଯେ କିଛି ଆକାଂକ୍ଷୀ ଜିଲ୍ଳା ଯେଉଁମାନେ ଆକାଂକ୍ଷୀ ସେମାନଙ୍କର ଜନଧନ ଆକାଉଣ୍ଟ୍ ପୂର୍ବ ତୁଳନାରେ ଚାରିଗୁଣ ଅଧିକ ଜନଧନ ଆକାଉଣ୍ଟ୍ ଖୋଲିବା କାର୍ଯ୍ୟ ସଂପାଦନ କରିଛନ୍ତି । ପ୍ରତି ପରିବାରେ ଶୌଚାଳୟ ଉପଲବ୍ଧ ହେଉ, ବିଜୁଳି ମିଳୁ, ସେଥିପାଇଁ ମଧ୍ୟ ଉତ୍ତମ କାମ ଏହିସବୁ ଆକାଂକ୍ଷୀ ଜିଲ୍ଲାରେ ସବୁ ରାଜ୍ୟ କାମ କରୁଛନ୍ତି । ମୋର ହୃଦବୋଧ ହେଉଛି ଏହା ହେଉଛି ସଂଘୀୟ ଢାଂଚାର ଉତ୍ତମ ଉଦାହରଣ । ଏବଂ ଏହା ଦ୍ୱାରା ଦେଶର ପ୍ରଗତି ନିମନ୍ତେ ସଂଘୀୟ ଢାଂଚାର ଶକ୍ତିକୁ ଉପଯୋଗ କରିବା ଏହା ହେଉଛି ପ୍ରକୃଷ୍ଟ ଉଦାହରଣ ।

 

ଆଦରଣୀୟ ସଭାପତିଜୀ,

ମୁଁ ଆଜି ଆର୍ଥିକ ସହାୟତା କିଭଳି ହୋଇଥାଏ ତାହାର ଆଉ ଗୋଟିଏ କଥା ସୂଚାଇବାକୁ ଚାହେଁ । ରାଜ୍ୟମାନଙ୍କୁ କିଭଳି ଆର୍ଥିକ ସହାୟତା ମିଳିଥାଏ, କେଉଁ ଉପାୟରେ, ନୀତିରେ କେମିତି ପରିବର୍ତ୍ତନ ଆଣିବା ଦ୍ୱାରା ପ୍ରଗତି ସାଧିତ ହୋଇଥାଏ, ତାହାର ଉଦାହରଣ ଉପସ୍ଥାପନ କରିବାକୁ ଚାହେଁ । ଏମିତି ଏକ ସମୟ ଥିଲା ଯେତେବେଳେ ଆମର ପ୍ରାକୃତିକ ସଂସାଧନ କେବଳ କିଛି ଲୋକଙ୍କ ତହବିଲ ଭରିବାରେ ଉପଯୋଗ ହେଉଥିଲା । ସେମାନଙ୍କ କାମରେ ଆସୁଥିଲା । ଏଭଳି ଦୁର୍ଦ୍ଦଶ ଆମେ ଦେଖିଛେ ଏବଂ ତାହାର ବହୁତ ଚର୍ଚ୍ଚା ମଧ୍ୟ ଚାଲିଆସିଛି । ଏବେ ସଂପଦ ରାଷ୍ଟ୍ରର ତହବିଲକୁ ଯାଉଛି । ସେଥିରେ ଭରାଯାଉଛି । ଆମେ କୋଇଲା ଏବଂ ଖଣି କ୍ଷେତ୍ରରେ ସଂସ୍କାର ଆଣିଲୁ । ୨୦୦୦ ମସିହାରେ ଆମେ ପାରଦର୍ଶୀ ପ୍ରକ୍ରିୟାର ସହିତ ଖଣିଜ ସଂସାଧନକୁ ଅକ୍ସନ କରିଥିଲୁ । ଆମେ ସଂସ୍କାରର ପ୍ରକ୍ରିୟା ଜାରି ରଖିୁ । ଯେମିତି ବୈଧ ଲାଇସେନ୍ସର ବିନା ଚାର୍ଜରେ ୫୦ ପ୍ରତିଶତ ଟ୍ରାନ୍ସଫର ପୋବେସନର ଓପନ୍ ମାର୍କେଟରେ ସେଲ୍ଫ ବିକ୍ରି । ପୂର୍ବରୁ ଅପରେସନାଲାଇଜେସନ ଉପରେ ୫୦ ପ୍ରତିଶତ ରିବେଟ୍ । ବିଗତ ଏକ ବର୍ଷ ମମଧ୍ୟରେ ଖଣିଜ ରାଜସ୍ୱ ହାରାହାରି ୧୪ ହଜାର କୋଟି ଟଙ୍କାରୁ ବୃଦ୍ଧି ପାଇଁ ପାଖାପାଖି ୩୫ ହଜାର କୋଟି ଟଙ୍କାରେ ପହଞ୍ଚିଛି । ନିଲାମୀରୁ ଯେତିକି ରାଜସ୍ୱ ମିଳିଛି ତାହା ରାଜ୍ୟ ସରକାରଙ୍କୁ ମିଳିଛି । ଏଭଳି ନିର୍ଣ୍ଣୟ କରାଯିବାର ସବୁଠାରୁ ବଡ଼ କଥାଟି ହେଲା ଏହି ସୁଧାର ଯାହାକି ଲାଗୁ କରାଯାଇଛି ଏହା ଦ୍ୱାରା ରାଜ୍ୟର ହିଁ ଉପକାର ସାଧିତ ହୋଇଛି ଏବଂ ରାଜ୍ୟର ଶୁଭ ହେବା ଦ୍ୱାରା ହିଁ ଦେଶର ହିତ ହୋଇପାରିଛି । ସହଭାଗୀ ସଂଘୀୟ ବ୍ୟବସ୍ଥାର ଏତେବଡ଼ ନିର୍ଣ୍ଣୟ ଏବଂ ଓଡ଼ିଶା ଏହା ଉପରେ ସଂସ୍କାର ବ୍ୟବସ୍ଥା ଲାଗୁ କରିବାରେ ଅଗ୍ରଣୀ ରାଜ୍ୟ ହୋଇଛି । ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଜୀଙ୍କୁ ଅଭିନନ୍ଦନ ଜଣାଉଛି ଯେ ତାଙ୍କ ସରକାର ସମସ୍ତ ସଂସ୍କାରକୁ କାନ୍ଧରେ କାନ୍ଧ ମିଳାଇ ମିଳିମିଶି କାର୍ଯ୍ୟ କରିଛନ୍ତି ।

 

ଆଦରଣୀୟ ସଭାପତିଜୀ,

ଏଠାରେ ଏହା ମଧ୍ୟ ଆଲୋଚନା ହୋଇଛି ଯେ ଆମେ ଇତିହାସକୁ ବଦଳାଇ ଦେବାର ପ୍ରୟାସ କରୁଛୁ । ଅନେକ ଥର କୁହାଯାଇଛି । ବାହାରେ ବି ଏହା କୁହାଯାଉଛି ଏବଂ କିଛି ଲୋକ ଲେଖୁଛନ୍ତି ମଧ୍ୟ । ମୁଁ ଦେଖୁଛି ଯେ କଂଗ୍ରେସ ଏକ ପ୍ରକାର ଅର୍ବାନ ନକ୍ସଲଙ୍କ ଫାଶରେ ପସିଯାଇଛି । ସେମାନଙ୍କର ପୂରା ଚିନ୍ତନର ଢଙ୍ଗ ଅର୍ବାନ ନକ୍ସଲ କବ୍ଜା କରିନେଇଥିବା ପରି ଲାଗେ । ଏଇଥିପାଇଁ ସେମାନଙ୍କର ସମଗ୍ର ଚିନ୍ତନ ଗତିବିଧି ବିଧ୍ୱଂସକ ପାଲଟି ଯାଇଛି ଏବଂ ଦେଶ ପାଇଁ ଏହା ଚିନ୍ତାର ବିଷୟ । ଗମ୍ଭୀରତାର ସହ ଚିନ୍ତା କରିବାର ବିଷୟ । ଅର୍ବାନ୍ ନକ୍ସଲ ଅତି ଚତୁରତାର ସହିତ କଂଗ୍ରେସର ଏହି ଦୁର୍ଦ୍ଦଶାର ଫାଇଦା ଉଠାଇ ସେମାନଙ୍କ ମନକୁ ପୂର୍ଣ୍ଣ ରୂପେ ଆୟତ୍ତ କରିନେଇଛନ୍ତି । ସେମାନଙ୍କର ବିଚାର ପ୍ରବାହକୁ କବଜା କରି ନେଇଛନ୍ତି । ଏବଂ ଏହି କାରଣରୁ ବାରମ୍ବାର କହୁଛନ୍ତି ଯେ ଇତିହାସ ବଦଳୁଛି ।

 

ଆଦରଣୀୟ ସଭାପତିଜୀ,

ଆମେ କେବଳ କିଛି ଲୋକଙ୍କ ସ୍ମୃତିକୁ ଠିକ୍ କରିବାକୁ ଚାହୁଁଛୁ । ସେମାନଙ୍କର ମେମୋରୀ ପାୱାରକୁ ସାମାନ୍ୟ ବଢ଼ାଇବାକୁ ଚାହୁଁଛୁ । ଆମେ କୌଣସି ଇତିହାସକୁ ବଦଳାଉନାହୁଁ । କିଛି ଲୋକଙ୍କ ଇତିହାସ କିଛି ବର୍ଷରେ ହିଁ ଆରମ୍ଭ ହୋଇଥାଏ । ଆମେ ଯଦି ସେମାନଙ୍କୁ ତାହା ପଛକୁ ନେଇଯାଉଛୁ ଏବଂ ଆଉ କିଛି କରୁନାହୁଁ । ଯଦି ସେମାନଙ୍କୁ ୫୦ ବର୍ଷର ଇତିହାସକୁ ପଢ଼ିବାରେ ମଜା ଆସୁଛି ତ ସେମାନଙ୍କୁ ୧୦୦ ବର୍ଷ ପର୍ଯ୍ୟନ୍ତ ଆମେ ନେଇଯିବାକୁ ଚାହୁଁଛୁ । କାହାକୁ ୧୦୦ବର୍ଷର ଇତିହାସ ଦେଖି ମଜା ଆସୁଛି ତ ଆମେ ସେମାନଙ୍କୁ ୨୦୦ ବର୍ଷର ଇତିହାସ ପର୍ଯ୍ୟନ୍ତ ନେଇଯାଉଛୁ । ଆଉ କାହାକୁ ୨୦୦ ବର୍ଷରେ ମଜା ଆସୁଛି ତ ସେମାନଙ୍କୁ ୩୦୦ ବର୍ଷ ଯାଏଁ ନେଇଯାଉଛୁ । ଏବେ ୩୦୦-୩୫୦ ପର୍ଯ୍ୟନ୍ତ ନେଇଗଲେ ଛତ୍ରପତି ଶିବାଜୀଙ୍କ ନାମ ଆସିବ ହିଁ ଆସିବ । ଆମେ ତ କେବଳ ସେମାନଙ୍କ ମେମୋରୀକୁ ସତେଜ କରିବାକୁ ଚାହୁଁଛୁ । ଆମେ ଇତିହାସକୁ ବଦଳାଉନାହୁଁ । କିଛି ଲୋକଙ୍କ ଇତିହାସ କେବଳ ସେମାନଙ୍କ ପରିବାର ଭିତରେ ହିଁ ସୀମିତ । ଆମେ ସେମାନଙ୍କ ପାଇଁ କ’ଣ କରିବୁ ? ଏବଂ ଇତିହାସ ତ ବିଶାଳ । ବଡ଼ ପ୍ରସଙ୍ଗ । ହଁ, ଏଥିରେ ଉତ୍ଥାନ ପତନ ଅବଶ୍ୟ ରହିଛି । ଆମେ ଇତିହାସର ଦୀର୍ଘକାଳୀନ କାଳଖଣ୍ଡକୁ ସ୍ମରଣ କରାଇ ଦେବାକୁ ପୟାସ କରୁଛୁ ମାତ୍ର । କାରଣ ଗୌରବପୂର୍ଣ୍ଣ ଇତିହାସକୁ ଭୁଲାଇ ଦେବା ଏହି ଦେଶର ଭବିଷ୍ୟତ ନିମନ୍ତେ ଉଚିତ ହେବନାହିଁ । ଏହା ଆମର ଦାୟିତ୍ୱ ବୋଲି ଆବେ ଭାବୁଛୁ । ଏବଂ ଏହି ଇତିହାସ ଦ୍ୱାରା ଶିକ୍ଷାପ୍ରାପ୍ତ ହୋଇ ଆମେ ଆଗାମୀ ୨୫ ବର୍ଷରେ ଦେଶରକୁ ନୂତନ ଶୀର୍ଷକୁ ନେଇଯିବାର ଏକ ବିଶ୍ୱାସ ଆମ ମନରେ ସୃଷ୍ଟି କରିଛୁ । ମୁଁ ଭାବୁଛି ଯେ ଅମୃତ ମହୋତ୍ସବ କାଳଖଣ୍ଡ ଏବେ ଏହି ଦିଗରେ ବୃଦ୍ଧି ପାଇବାକୁ ଯାଉଛି । ଏହି ଅମୃତ କାଳଖଣ୍ଡରେ ଆମର କନ୍ୟା, ଆମର ଯୁବା, ଆମର କୃଷକ, ଆମର ଗାଁ, ଆମର ଦଳିତ, ଆମର ଆଦିବାସୀ, ଆମର ନିଷ୍ପେସିତ, ସମାଜର ପ୍ରତ୍ୟେକ ବର୍ଗଙ୍କର ଯୋଗଦାନ ରହିବା ଉଚିତ । ସେମାନଙ୍କର ଭାଗୀଦାରୀ ହେଉ । ସେମାନଙ୍କୁ ସାଥୀରେ ନେଇ ଆମେ ଆଗକୁ ବଢ଼ିବା ଆବଶ୍ୟକ । ବେଳେବେଳେ ଆମେ ୧୮୫୭ର ସ୍ୱତନ୍ତ୍ରତା ସଂଗ୍ରାମ ଆଡ଼େ ଦୃଷ୍ଟି ନିକ୍ଷେପ କରିବା ଉଚିତ । ଆଦିବାସୀ କ୍ଷେତ୍ର ୧୮୫୭ର ସ୍ୱତନ୍ତ୍ରତା ସଂଗ୍ରାମରେ ଯେଉଁଭଳି ଯୋଗଦାନ କରିଥିଲେ । ଆମକୁ ଏ ସଂପର୍କରେ କେତେବେଳେ କିଛି ପଢ଼ିବାକୁ ମିଳେନାହିଁ । ଏଭଳି ମହାନ୍ ସ୍ୱର୍ଣ୍ଣିମ ପୃଷ୍ଠାକୁ ଆମେ କିଭଳି ଭୁଲିପାରିବୁ ? ଆମେ ଏହିସବୁ କଥାକୁ ସ୍ମରଣ କରିବାର ପ୍ରୟାସ ହିଁ କରୁଛୁ । ଆମର ପ୍ରୟାସ ଏହା ଯେ ଦେଶ ଆତ୍ମବିଶ୍ୱାସରେ ଭରପୂର ହେଉ, ଦେଶ ଆଗକୁ ବଢ଼ୁ ।

 

ଆଦରଣୀୟ ସଭାପତିଜୀ,

ମହିଳାମାନଙ୍କ ସଶକ୍ତିକରଣ ମଧ୍ୟ ଆମମାନଙ୍କ ନିମନ୍ତେ ପ୍ରାଥମିକତା ବହନ କରେ । ଭାରତ ଭଳି ଦେଶ ୫୦ ପ୍ରତିଶତ ଜନସଂଖ୍ୟା ଆମର ବିକାଶ ଯାତ୍ରାରେ ଯେଉଁମାନେ ସମସ୍ତଙ୍କର ପ୍ରୟାସର ବିଷୟ । ସେହି ସମସ୍ତଙ୍କ ପ୍ରୟାସରେ ସବୁଠାରୁ ବଡ଼ ଭାଗୀଦାରୀ ଆମର ମାତାମାନଙ୍କର- ଭଉଣୀମାନଙ୍କର । ଦେଶର ୫୦ ପ୍ରତିଶତ ଜନସଂଖ୍ୟା ଏବଂ ସେଥିପାଇଁ ଭାରତର ସମାଜର ବିଶେଷଦା ରହିଛି, ପରମ୍ପରାରେ ସୁଧାର ଆଣୁଛି । ପରିବର୍ତ୍ତନ ବି କରୁଛି । ଏହା ଏକ ଜୀବନ୍ତ ସମାଜ । ପ୍ରତି ଯୁଗରେ ଏଭଳି ମହାପୁରୁଷ ମୁଣ୍ଡ ଟେକିଥାନ୍ତି ଯେଉଁମାନେ ଆମ ସମାଜକୁ କଳ୍ମଷରୁ ମୁକ୍ତ କରିବାର ପ୍ରୟାସ କରିଥାନ୍ତି । ଆଜି ଆମେ ଏକଥା ଜାଣିଛେ ଯେ ମହିଳାମାନଙ୍କ ସମ୍ବନ୍ଧରେ ସୁଦ୍ଧା ଭାରତରେ ଆଜି କୌଣସି ପ୍ରକାର ଚିନ୍ତନ ହେବାର ଆବଶ୍ୟକତା ନାହିଁ । ପୂର୍ବରୁ ଆମେ ସେମାନଙ୍କ ସମ୍ପର୍କରେ ଚିନ୍ତିତ ଥିଲୁ । ସେମାନଙ୍କ ସଶକ୍ତିକରଣକୁ ଆମେ ପ୍ରାଥମିକତା ପ୍ରଦାନ କରୁଛୁ । ଯଦି ଆମେ ସେମାନଙ୍କର ପ୍ରସୂତିକାଳୀନ ଛୁଟି ଅବଧି ବଢ଼ାଇଛୁ ତ ଏକପ୍ରକାର ମହିଳାମାନଙ୍କୁ ସଶକ୍ତ କରିବା ଏବଂ ପରିବାରକୁ ସଶକ୍ତ କରିବା ଦିଗରେ ଆମେ ପ୍ରୟାସ କରିଛୁ । ଏବଂ ଏହି ଦିଗରେ ଆମେ କାର୍ଯ୍ୟ କରୁଛୁ । ବେଟୀ ବଚାଓ – ବେଟୀ ପଢ଼ାଓ, ଆଜି ଏହାର ପରିଣାମ ହୋଇଛି ଯେ ଲିଙ୍ଗଗତ ଅନୁପାତରେ ଆମର ଏଠାରେ ଯେଉଁ ଅସନ୍ତୁଳନ ଥିଲା ସେଥିରେ ଢେର୍ ଉତ୍ତମ ସ୍ଥିତିରେ ଆମେ ପହଞ୍ଚି ସାରିଛୁ । ଏବେ ଯେଉଁ ରିପୋର୍ଟମାନ ଆସୁଛି ସେଥିରେ ଆଜି ଆମର କିଛି ସ୍ଥାନରେ ତ ଆମର ଏଠାରେ ପୁରୁଷମାନଙ୍କ ତୁଳନାରେ ମାତା- ଭଉଣୀମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହା ବଡ଼ ଆନନ୍ଦର କଥା, ବଡ଼ ଗୌରବର କଥା । ଯେଉଁ ଖରାପ ଦିନ ଆମେ ଦେଖିଥିଲୁ ସେଥିରୁ ଆମେ ବାହାରକୁ ଆସିସାରିଛୁ । ସେଥିପାଇଁ ଆମେ ପ୍ରୟାସ କରିବା ଆବଶ୍ୟକ । ଆଜି ଏନସିସିରେ ଆମର କନ୍ୟାମାନେ ସାମିଲ ହୋଇଛନ୍ତି । ସେନାରେ ଆମର ବାଳିକାମାନେ ସାମିଲ ହୋଇଛନ୍ତି, ବାୟୁସେନାରେ କନ୍ୟାମାନେ ସାମିଲ ହୋଇଛନ୍ତି । ଆମର ନୌସେନାରେ ଆମର କନ୍ୟାମାନେ ସାମିଲ ହୋଇଛନ୍ତି । ତିନି ତଲାକର କ୍ରୂରପନ୍ଥାକୁ ଆମେ ସମାପ୍ତ କରିଦେଇଛୁ । ମୁଁ ଯେତିକି ଜାଣିଛି, ମୋତେ ମାତାମାନଙ୍କ – ଭଉଣୀମାନଙ୍କ ଆଶୀର୍ବାଦ ମିଳିଛି । କାରଣ ତିନି ତଲାକ ପ୍ରଥା ଯେତେବେଳେ ସମାପ୍ତ ହେଲା ସେବେଠାରୁ କେବଳ କନ୍ୟାମାନଙ୍କୁ ନ୍ୟାୟ ମିଳିପାରିଲା, ତାହା ନୁହେଁ । ସେହି ପିତାଙ୍କୁ ବି ନ୍ୟାୟ ମିଳୁଛି, ସେହି ଭାଇକୁ ମଧ୍ୟ ନ୍ୟାୟ ମିଳୁଛି, ଯାହାଙ୍କ କନ୍ୟା ତିନି ତଲାକ କାରଣରୁ ବାପଘରକୁ ଫେରିଆସୁଛି । ଯାହାର ଭଉଣୀ ତିନି ତଲାକ କାରଣରୁ ଘରକୁ ଲେଉଟୁଛି । ତେଣୁ ଏହା ସମଗ୍ର ସମାଜ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ । ଏହା କେବଳ କୌଣସି ମହିଳାଙ୍କ ପାଇଁ ଏବଂ ପୁରୁଷଙ୍କ ବିରୁଦ୍ଧରେ ନୁହେଁ । ଏହା ମୁସଲମାନ ପୁରୁଷମାନଙ୍କ ନିମନ୍ତେ ସେତିକି ଉପଯୋଗୀ ମଧ୍ୟ । କାରଣ ସେମାନେ ବି ସେମାନେ ବି କୌଣସି ଜଣେ କନ୍ୟାର ପିତା, ସେମାନେ ବି କୌଣସି ଜଣେ କନ୍ୟାର ଭାଇ । ସେହି କାରଣରୁ ଏହି ଆଇନ ସେମାନଙ୍କର ମଧ୍ୟ ଉପକାର କରୁଛି, ସେମାନଙ୍କୁ ସୁରକ୍ଷା ପ୍ରଦାନ କରୁଛି । ଆଉ ସେଥିପାଇଁ କିଛି କାରଣରୁ ଲୋକମାନେ କହିପାରୁଥାନ୍ତୁ ଅବା ନଥାନ୍ତୁ କିନ୍ତୁ ଏହି କଥାକୁ ନେଇ ସବୁଲୋକ ଗୌରବାନ୍ୱିତ ଏବଂ ଆନନ୍ଦିତ । କଶ୍ମୀରରେ ଆମେ ୩୭୦ ଧାରାକୁ ହଟାଇଲୁ ଏବଂ ସେଠାକାର ମାତା- ଭଉଣୀମାନଙ୍କୁ ସଶକ୍ତ କରାଯାଇପାରିଲା । ସେମାନଙ୍କ ନିକଟରେ ଯେଉଁ ଅଧିକାର ନଥିଲା ସେହିସବୁ ଅଧିକାର ଆମେ ସେମାନଙ୍କୁ ପ୍ରଦାନ କଲୁ । ସେହି କାରଣରୁ ଏବେ ସେମାନଙ୍କର କ୍ଷମତା ବୃଦ୍ଧି ପାଇଛି । ଆଜି ସେମାନଙ୍କର ବିବାହର ବୟସରେ କେଉଁ କାରଣରୁ ଆଜିର ଯୁଗରେ ପୁରୁଷ ଏବଂ ମହିଳାମାନଙ୍କ ଭିତରେ ପ୍ରଭେଦ ରହିବା ଆବଶ୍ୟକ ? କ’ଣ ଆବଶ୍ୟକ ପୁତ୍ର- କନ୍ୟାଙ୍କ ବିବାହ ବୟସ ହେବନାହିଁ ? ଏହି ଦିଗରେ ଆମେ ଆଗକୁ ବଢ଼ିଛୁ । ମୋର ବିଶ୍ୱାସ ଯେ ଆଜି କିଛି ସମୟ ପରେ ଏହି ସଦନରେ ଏହି ପ୍ରସଙ୍ଗ ଉପରେ ଉଚିତ ନିର୍ଣ୍ଣୟ ନେଇ ଆମର ମାତା – ଭଉଣୀମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରାଯିବ ।

 

ଆଦରଣୀୟ ସଭାପତିଜୀ,

ଚଳିତ ବର୍ଷ ଗୋଆର ୬୦ ବର୍ଷର ମହତ୍ତ୍ୱପୂର୍ଣ୍ଣ କାଳଖଣ୍ଡର ବର୍ଷ । ଗୋଆ ମୁକ୍ତିକୁ ୬୦ ବର୍ଷ ପୂରଣ ହୋଇଛି । ଆଜି ଥରେ ଏହି ଚିତ୍ରକୁ କହିବାକୁ ଚାହୁଁଛି । ଆମର କଂଗ୍ରେସର ମିତ୍ରମାନେ ଏଠାରେ ମଧ୍ୟ ଅଛନ୍ତି ଏବଂ ସେମାନେ ନିଶ୍ଚୟ ଏକଥା ଶୁଣୁଥିବେ । ଗୋଆର ଲୋକ ଅବଶ୍ୟ ଶୁଣୁଥିବେ ମୋର କଥା । ଯଦି ସର୍ଦ୍ଦାର ସାହେବ ଯେଉଁ ପ୍ରକାର ସର୍ଦ୍ଦାର ପଟେଲ ହାଇଦ୍ରାବାଦ ଲାଗି ରଣନୀତି ବନେଇଥିଲେ, ପ୍ରୟାସ ନେଇଥିଲେ, ଯେଉଁ ପ୍ରକାର ସର୍ଦ୍ଦାର ପଟେଲ ଜୁନାଗଡ଼ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ, ପଦକ୍ଷେପ ନେଇଥିଲେ । ଯଦି ସର୍ଦ୍ଦାର ସାହେବଙ୍କ ଠାରୁ ପ୍ରେରଣା ନେଇ ଗୋଆଲାଗି ସେହିଭଳି ରଣନୀତି ପ୍ରସ୍ତୁତ କରାଯାଇଥାନ୍ତା, ତେବେ ଗୋଆକୁ ଭାରତ ସ୍ୱାଧୀନତା ପ୍ରାପ୍ତ ହେବର ୧୫ ବର୍ଷ ପର୍ଯ୍ୟନ୍ତ ଗୋଲାମୀରେ ରହିବାକୁ ପଡ଼ିନଥାନ୍ତା । ଭାରତର ସ୍ୱାଧୀନତା ପ୍ରାପ୍ତିର ୧୫ ବର୍ଷ ପରେ ଗୋଆ ମୁକ୍ତ ହେଲା ଏବଂ ସେହି ସମୟରେ ୬୦ବର୍ଷ ପୂର୍ବର ସମ୍ବାଦପତ୍ର ସେହି ସମୟର ଗଣମାଧ୍ୟମ ରିପୋର୍ଟ ଏହା ସୂଚୀତ କରେ ଯେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଅନ୍ତରାଷ୍ଟ୍ରୀୟ ଛବିର କ’ଣ ହେବ ? ତାହା ତାଙ୍କ ପାଇଁ ସେତେବେଳେ ବଡ଼ ଚିନ୍ତାର ବିଷୟ ଥିଲା । ପଣ୍ଡିତ ନେହରୁଙ୍କର । ଯଦି ବିଶ୍ୱରେ ତାଙ୍କର ମର୍ଯ୍ୟାଦା ବିଗିଡ଼ିଯିବ ତା’ହେଲେ ? ଏବଂ ସେଇଥିପାଇଁ ତାଙ୍କୁ ଲାଗୁଥିଲା ଯେ ଗୋଆର ଔପନିବେଶବାଦୀ ସରକାର ଉପରେ ଆକ୍ରମଣ କରିବା ଦ୍ୱାରା ତାଙ୍କର ଯେଉଁ ବିଶ୍ୱସ୍ତରୀୟ ନେତାର ଭାବମୂର୍ତ୍ତି ରହିଛି, ଶାନ୍ତିପ୍ରିୟ ନେତାର ଛବି ରହିଛି ତାହା ଧୂଳିସାତ୍ ହୋଇଯିବ । ଗୋଆର ଯାହା ହେବ ହେଉ । ଗୋଆକୁ ଯାହା ଭୋଗିବାର ପଡ଼ୁଛି ସେମାନେ ଭୋଗନ୍ତୁ । ମୋର ଭାବମୂର୍ତ୍ତିକୁ କଦାପି ଆଞ୍ଚ ଆସିବାକୁ ଦେବିନାହିଁ ଏବଂ ସେଇଥିପାଇଁ ଯେତେବେଳେ ସେଠାରେ ସତ୍ୟାଗ୍ରହୀମାନଙ୍କ ଉପରେ ଗୁଳି ଚାଲିଥିଲା, ବିଦେଶୀ ସରକାର ଗୁଳି ବର୍ଷଣ କରିଚାଲିଥିଲେ, ଭାରତର ଅଂଗ, ଭାରତର ହିଁ ମୋର ଭାଇ- ଭଉଣୀମାନେ ସେଠାରେ ଗୁଳି ଖାଇଚାଲିଥିଲେ । ଆଉ ସେତେବେଳେ ଆମର ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୁଁ ସେଠାକୁ ସେନା ପଠାଇବିନାହିଁ । ମୁଁ ସେନା ଦେବିନାହିଁ । ସତ୍ୟାଗ୍ରହୀମାନଙ୍କୁ ସାହାଯ୍ୟ କରିବା ସକାଶେ ସେ ମନା କରିଦେଇଥିଲେ । ଗୋଆ ସହିତ କଂଗ୍ରେସ କରିଥିବା ଏହା ଏକ ଜୁଲୁମ ଥିଲା । ସେଥିପାଇଁ ଗୋଆକୁ ଆଉ ୧୫ ବର୍ଷର ଗୋଲାମୀର ଜଞ୍ଜିରରେ ବାନ୍ଧି ରଖାଯାଇଥିଲା । ଗୋଆର ଅନେକ ବୀରପୁତ୍ରଙ୍କୁ ବଳିଦାନ ଦେବାକୁ ପଡ଼ିଥିଲା । 

ଲାଠି ଗୁଳି ଖାଇବା ଜୀବନ ବଞ୍ଚିବାକୁ ପଡ଼ିଲା । ଏଭଳି ଅବସ୍ଥା ସୃଷ୍ଟି କରିଥିଲେ ନେହରୁଜୀ । ୧୫ ଅଗଷ୍ଟ ୧୯୫୫କୁ ପଣ୍ଡିତ ନେହରୁ ଲାଲକିଲ୍ଲା ଠାରୁ ଯାହା କହିଥିଲେ ମୁଁ ତାଙ୍କରି କଥାକୁ ଏଠାରେ ଉଦ୍ଧାର କରିବାକୁ ଚାହେଁ । ଠିକ୍ ହୋଇଥାନ୍ତା କଂଗ୍ରେସ ଦଳର ବନ୍ଧୁମାନେ ଏଠାରେ ଯଦି ଉପସ୍ଥିତ ରହିଥାନ୍ତେ । ତା’ହେଲେ ନେହରୁଜୀଙ୍କ ନାମ ଶୁଣି କମ୍ ସେ କମ୍ ସେମାନଙ୍କର ଦିନ ଭଲରେ ଯାଇଥାନ୍ତି । ସେଥିପାଇଁ ସେମାନଙ୍କର ଶୋଷ ମେଣ୍ଟାଇବା ନିମନ୍ତେ ମୁଁ ବାରମ୍ବାର ନେହରୁଜୀଙ୍କୁ ମଧ୍ୟ ସ୍ମରଣ କରୁଛି ଆଜିକାଲି । ନେହରୁଜୀ କହିଥିଲେ, ଲାଲକିଲ୍ଲାରୁ କହିଥିଲେ, ମୁଁ ତାଙ୍କ ଉକ୍ତିକୁ ଉଦ୍ଧାର କରୁଛି । କେହି ଭ୍ରାନ୍ତିରେ ନରହନ୍ତୁ, ଭାଷାକୁ ଦେଖନ୍ତୁ । କେହି ଭ୍ରମରେ ନରହନ୍ତୁ ଯେ ଆମେ ଏଠାରେ ସେନା କାର୍ଯ୍ୟନୁଷ୍ଠାନ କରିବୁ । ଗୋଆ ଆଖପାଖରେ କୌଣସି ସେନା ନାହାନ୍ତି । ଭିତରର ଲୋକ ଚାହାନ୍ତି ଯେ କୌଣସି ହଟ୍ଟଗୋଳ ନକରି ଏଭଳି ଅବସ୍ଥା ସୃଷ୍ଟି କରନ୍ତୁ ଯେ ଆମେ ସେଠାକୁ ସେନା ପ୍ରେରଣ କରିବାକୁ ବାଧ୍ୟ ହେଉ । ଆମେ ସେଠାକୁ ସେନା ପଠାଇବୁନାହିଁ, ଆମେ ସେହି ସମସ୍ୟାକୁ ଶାନ୍ତିର ସହ ସମାଧାନ କରିବୁ, ଏକଥା ସବୁ ଲୋକ ଭଲଭାବେ ବୁଝିନିଅନ୍ତୁ । ଏହି ହୁଂକାର ୧୫ ଅଗଷ୍ଟକୁ ଗୋଆବାସୀଙ୍କ ଆକାଂକ୍ଷା ବିରୋଧରେ କଂଗ୍ରେସ ନେତାଙ୍କର ବୟାନ ଥିଲା । ପଣ୍ଡିତଜୀ ହିଁ ଆଗକୁ କହିଥିଲେ ଯେଉଁ ଲୋକ ସେଠାକୁ ଯାଉଛନ୍ତି । ଲୋହିଆଜୀଙ୍କ ସମେତ ସବୁ ଲୋକ ସେଠାରେ ସତ୍ୟାଗ୍ରହ କରୁଥିଲେ, ଆନ୍ଦୋଳନ କରୁଥିଲେ । ଦେଶର ସତ୍ୟାଗ୍ରହୀ ସେଠାକୁ ଯାଉଥିଲେ । ଆମର କର୍ଣ୍ଣାଟକର ଜଗନ୍ନାଥ ରାଜ ଯୋଶୀଙ୍କ ନେତୃତ୍ୱରେ ସେଠାରେ ସତ୍ୟାଗ୍ରହ ହେଉଥିଲା । ପଣ୍ଡିତ ନେହରୁଜୀ କ’ଣ କହିଥିଲେ ? ଯେଉଁ ଲୋକ ସେଠାକୁ ଯାଉଥିଲେ ସେମାନେ ସେଠାକୁ ଯିବାଲାଗି ବଧେଇ । ତାଙ୍କ ଉପହାସକୁ ଦେଖନ୍ତୁ । ଦେଶ ନିଜର ସ୍ୱାଧୀନତା ଲାଗି ଲଢ଼ିଥିବା ମୋର ଦେଶବାସୀଙ୍କ ନିମନ୍ତେ କିପରି ଭାଷା, କେତେ ଅହଂକାର । ଯେଉଁ ଲୋକ ସେଠାକୁ ଯାଉଛନ୍ତି ସେମାନେ କିନ୍ତୁ ଏକଥା ସ୍ମରଣ ରଖିବା ଉଚିତ ଯେ ନିଜକୁ ସତ୍ୟାଗ୍ରହୀ କହୁଛନ୍ତି ତ ସତ୍ୟାଗ୍ରହର ନିୟମ, ସିଦ୍ଧାନ୍ତ ଏବଂ ରାସ୍ତା ମଧ୍ୟ ସ୍ମରଣ ରଖନ୍ତୁ । ସତ୍ୟାଗ୍ରହୀଙ୍କ ପଛରେ ସେନା ଚାଲେନାହିଁ ଏବଂ ନା ଥାଏ ସେନାବାହିନୀର ହୁଂକାର । ଅସହାୟ ଭାବେ ଛାଡ଼ିଦେଲେ ମୋରି ଦେଶର ନାଗରିକଙ୍କୁ ଯେଉଁମାନେ ଗୋଆ ସହିତ ଠିଆ ହୋଇଥିଲେ । ଗୋଆର ଜନତା କଂଗ୍ରେସର ଏଇ ରବୟାକୁ କଦାପି ଭୁଲି ପାରିବେନାହିଁ । 

 

ଆଦରଣୀୟ ସଭାପତିଜୀ,

ଆମକୁ ଏଠାରେ ମତପୋଷଣର ସ୍ୱାଧୀନତା ଉପରେ ବଡ଼ ବଡ଼ ଭାଷଣ ଦିଆଗଲା । ଆଗାମୀ ଦିନ କଥା ଆମକୁ ବୁଝାଯାଉଛି । ମୁଁ ଆଜି ଆଉ ଗୋଟିଏ ଘଟଣା ସଂପର୍କରେ ସୂଚୀତ କରିବାକୁ ଚାହୁଁଛି । ସେହି ଘଟଣାଟି ମଧ୍ୟ ଗୋଆ ସହିତ ଜଡ଼ିତ ଗୋଟିଏ ଘଟଣା । ଗୋଆର ଜଣେ ସମ୍ମାନୀୟ, ଗୋଆ ମାଟିର ଏକ ସନ୍ତାନଙ୍କ କଥା । ଅଭିବ୍ୟକ୍ତି ସମ୍ବନ୍ଧରେ କ’ଣ ହୋଇଥିଲା, କିପରି ହୋଇଥିଲା, ଏହି ଉଦାହରଣ ମୁଁ ଏଠାରେ ଦେବାକୁ ଚାହୁଁଛି । ବ୍ୟକ୍ତି ସ୍ୱତନ୍ତ୍ରଣାର କଥା କରୁଥିବା ଲୋକମାନଙ୍କ ଇତିହାସ ମୁଁ ଆଜି ଖୋଲିବାକୁ ଚାହୁଁଛି । କ’ଣ କରିଥିଲେ, ଲତା ମଙ୍ଗେଶକରଜୀଙ୍କ ନିଧନ ଯୋଗୁ ଆଜି ସମଗ୍ର ଦେଶ ଦୁଃଖୀ । ଦେଶ ପାଇଁ ବହୁତ ବଡ଼ କ୍ଷତି । କିନ୍ତୁ ଲତା ମଙ୍ଗେଶକରଜୀ ପରିବାର ସେଇ ଗୋଆର । କିନ୍ତୁ ତାଙ୍କ ପରିବାର ସହିତ କିପରି ଆଚରଣ କରାଯାଇଥିଲା । ଏକଥା ବି ଦେଶ ଜାଣିବା ଉଚିତ । ଲତା ମଙ୍ଗେଶକରଜୀଙ୍କ ସାନ ଭାଇ ପଣ୍ଡିତ ହୃଦୟନାଥ ମଙ୍ଗେଶକରଜୀ । ଗୋଆର ଗୌରବପୂର୍ଣ୍ଣ ସନ୍ତାନ । ଗୋଆ ମାଟିର ପୁଅ । ତାଙ୍କୁ ଅଲ୍ ଇଣ୍ଡିଆ ରେଡ଼ିଓରୁ ବିତାଡ଼ିତ କରାଯାଇଥିଲା । ସେ ଅଲ୍ ଇଣ୍ଡିଆ ରେଡ଼ିଓରେ କାମ କରୁଥିଲେ । ତାଙ୍କର ଦୋଷ କ’ଣ ଥିଲା ? ତାଙ୍କର ଦୋଷ ଏଇଆ ଯେ ସେ ବୀର ସାବରକରଙ୍କର ଏକ ଦେଶଭକ୍ତିଭରା କବିତାକୁ ଅଲ୍ ଇଣ୍ଡିଆ ରେଡ଼ିଓରେ ପ୍ରସ୍ତୁତ କରିଥିଲେ । ଏବେ ଲକ୍ଷ୍ୟ କରନ୍ତୁ ହୃଦୟନାଥଜୀ ଗୋଟିଏ ସାକ୍ଷାତକାରରେ କ’ଣ କହିଥିଲେ । ତାଙ୍କର ଏହି ସାକ୍ଷାତକାର ସମସ୍ତଙ୍କ ନିକଟରେ ଉପଲବ୍ଧ । ସେ ସେହି ସାକ୍ଷାତକାରରେ କହିଥିଲେ, ଯେତେବେଳେ ସେ ସାବରକରଜୀଙ୍କ ସହିତ ସାକ୍ଷାତ କଲେ ଓ କହିଲେ ଯେ ମୁଁ ଆପଣଙ୍କ ଗୀତକୁ ଗୀତଗାଇ ଉପସ୍ଥାପନ କରିବାକୁ ଚାହୁଁଛି ତ ସାବରକରଜୀ ତାଙ୍କୁ କହିଲେ- ତୁମେ କ’ଣ ଜେଲରେ ପଶିବାକୁ ଚାହୁଁଛ ? ମୋ କବିତାକୁ ଗାଇ ଜେଲରେ ଭର୍ତ୍ତି ହେବାକୁ ଚାହୁଁଛ କି ? ସେତେବେଳେ ହୃଦୟନାଥଜୀ ତାଙ୍କର ଦେଶଭକ୍ତିଭରା କବିତାକୁ ସଙ୍ଗୀତବଦ୍ଧ କଲେ । ଆଠଦିନ ଭିତରେ ତାଙ୍କୁ ଆକାଶବାଣୀରୁ ବିତାଡ଼ିତ କରିଦିଆଗଲା । ଏଇଆ ଆପଣମାନଙ୍କ ଭାବ ବ୍ୟକ୍ତ କରିବାର ସ୍ୱାଧୀନତା ? ସ୍ୱାଧୀନତାର ଏହି ମିଛ କଥା ଦେଶ ସାମ୍ନାରେ ଆପଣମାନେ ରଖିଛନ୍ତି ? କଂଗ୍ରେସ ସରକାର ଅମଳରେ କି ପ୍ରକାର ଜୁଲୁମ ହୋଇଥିଲା ତାହା କେବଳ ହୃଦୟନାଥ ମଙ୍ଗେଶକରଜୀ ଗୋଆର ସୁପୁତ୍ରଙ୍କ ସହିତ ହୋଇନଥିଲା । ଏହାର ସୂଚୀ ବେଶ୍ ଲମ୍ବା । ମଜରୁ ସୁଲତାନପୁରୀଜୀଙ୍କୁ ପଣ୍ଡିତ ନେହରୁଙ୍କ ଆଲୋଚନା କରିବା ନିମନ୍ତେ ଏକ ବର୍ଷ ସକାଶେ ଜେଲରେ ଠୁଙ୍କି ଦିଆଯାଇଥିଲା । ନେହରୁଜୀଙ୍କ ରବୟାର ଆଲୋଚନା କରିବା ନିମନ୍ତେ ପ୍ରଫେସର ଧର୍ମପାଲଜୀଙ୍କ ମଧ୍ୟ ଜେଲରେ ଭର୍ତ୍ତି କରିଦିଆଯାଇଥିଲା । ପ୍ରସିଦ୍ଧ ସଙ୍ଗୀତକାର କିଶୋର କୁମାରଜୀଙ୍କୁ ଏମର୍ଜେନ୍ସିବେଳେ ଇନ୍ଦିରାଜୀଙ୍କ ସାମ୍ନାରେ ନତମସ୍ତକ ନହେବା କାରଣରୁ, ଏମର୍ଜେନ୍ସି ସପକ୍ଷରେ ଗୀତ ନବୋଲିବା ଅଭିଯୋଗରେ ତାଙ୍କୁ ଆପାତ କାଳରେ ମଧ୍ୟ ବିତାଡ଼ିତ କରିଦିଆଯାଇଥିଲା । ଆମକୁ ସବୁକଥା ଜଣା ଯେ ଏକ ବିଶେଷ ପରିବାର ବିରୁଦ୍ଧରେ ଯଦି କେହି କିଛି ଅଳ୍ପବହୁତ ବି ସ୍ୱର ଉଠାଇଲା ତେବେ କଥା ସରିଲା । ଯଦି ସାମାନ୍ୟ ଆଖି ଉପରକୁ କଲା ତ କ’ଣ ହେଉଥିଲା ? ସୀତାରାମ କେଶରୀଙ୍କୁ ଆମେ ସମସ୍ତେ ଭଲଭାବେ ଜାଣୁ । ତାଙ୍କ ପ୍ରତି କ’ଣ ହେଲା ସେକଥା ଆମକୁ ଜଣାଅଛି ।

 

ଆଦରଣୀୟ ସଭାପତିଜୀ,

ମୋର ସଦନର ସଦସ୍ୟମାନଙ୍କୁ ସମସ୍ତଙ୍କୁ ଏକ ପ୍ରାର୍ଥନା ଯେ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଉପରେ ଭରସା ରଖନ୍ତୁ । ୧୩୦ କୋଟି ଦେଶବାସୀଙ୍କ ସାମଥ୍ୟ ଉପରେ ଆମେ ଭରସା କରିବା ଉଚିତ । ଆମକୁ ବିରାଟ ଲକ୍ଷ୍ୟକୁ ନେଇ ଏହି ସାମଥ୍ୟ ଆଧାରରେ ଦେଶକୁ ନୂତନ ଶୀର୍ଷରେ ପହଞ୍ଚାଇବାକୁ କୃତସଂକଳ୍ପ ହେବା ଉଚିତ ।

 

ଆଦରଣୀୟ ସଭାପତିଜୀ,

ଆମେ ମୋର – ତୋର ନିଜର - ପରର ଭଳି ପରମ୍ପରାକୁ ଶେଷ କରିବାକୁ ପଡ଼ିବ । ସହମତ ଭାବରେ ଗୋଟିଏ ଲକ୍ଷ୍ୟ ଏବଂ ଏକତ୍ର ମିଶି ଚାଲିବାକୁ ହେବ । ଏହା ହେଉଛି ଦେଶପାଇଁ ସମୟର ଆହ୍ୱାନ । ଏକ ସ୍ୱର୍ଣ୍ଣିମ କାଳରେ ସମଗ୍ର ବିଶ୍ୱ ଭାରତ ଆଡ଼କୁ ବଡ଼ ଆଶାର ବଡ଼ ଗର୍ବର ସହିତ ଦେଖୁଛି । ଏଭଳି ସମୟର ସୁଯୋଗକୁ ଆମେ କଦାପି ହାତରୁ ଖସିଯିବାକୁ ଦେବାନାହିଁ । ଦେଶବାସୀଙ୍କ କଲ୍ୟାଣ ନିମନ୍ତେ ଏହାଠାରୁ ବଳି ବଡ଼ କୌଣସି ଅବସର ଆସିବନାହିଁ । ଏହି ସୁଯୋଗକୁ ଆମକୁ ଧରିରଖିବାକୁ ହେବ ଏବଂ ଆଗାମୀ ୨୫ ବର୍ଷର ଯାତ୍ରା ଆମକୁ କେଉଁଠୁ ନେଇ କେଉଁଠାରେ ପହଞ୍ଚାପାରିବ । ଆମର ଦେଶ ନିମନ୍ତେ ଆମର ପରମ୍ପରା ନିମନ୍ତେ ଆମେ ଗୌରବ ଅନୁଭବ କରିବା ଏବଂ ସଭାପତିଜୀ, ଆମେ ବଡ଼ ବିଶ୍ୱାସର ସହିତ ମିଳିମିଶି ଆଗକୁ ଚାଲିବାକୁ ହେବ । ଆମର ଏଠାରେ ତ ଶାସ୍ତ୍ରରେ କୁହାଯାଇଛି । ସମ ଗଚ୍ଛଧ୍ୱଂ ସମ ବଦଧ୍ୱମ୍ ସଂ ବୌ ମନାଂସି ଜାନତାମ୍ । ଅର୍ଥାତ, ଆମେ ସାଥୀ ହୋଇ ଚାଲିବା, ସାଥି ହୋଇ ଚର୍ଚ୍ଚା କରିବା, ମିଳିମିଶି ପ୍ରତ୍ୟେକ କାର୍ଯ୍ୟ କରିବା । ଏହି ଆହ୍ୱାନର ସହିତ ମୁଁ ରାଷ୍ଟ୍ରପତିଜୀଙ୍କ ଅଭିଭାଷଣକୁ ଅନୁମୋଦନ କରୁଛି । ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ଏବଂ ସମସ୍ତ ଆଦରଣୀୟ ସଦସ୍ୟ ଯେଉଁ ସହଯୋଗ କରିଛନ୍ତି, ନିଜ ନିଜ ବିଚାର ରଖିଛନ୍ତି, ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି । ବହୁତ ବହୁତ ଧନ୍ୟବାଦ ।

 

********************

SS/DD


(Release ID: 1797875) Visitor Counter : 355