ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୂର୍ବତନ ସାଂସଦ ଶ୍ରୀ ସି ଜଙ୍ଗା ରେଡ୍ଡୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି

प्रविष्टि तिथि: 05 FEB 2022 12:07PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ସାଂସଦ ଶ୍ରୀ ସି ଜଙ୍ଗା ରେଡ୍ଡୀଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶ୍ରୀ ସି ଜଙ୍ଗା ରେଡ୍ଡୀ ଗାରୁ ତାଙ୍କ ଜୀବନକୁ ଜନସେବାରେ ଉତ୍ସର୍ଗ କରିଥିଲେ । ଜନ ସଂଘ ଏବଂ ବିଜେପିକୁ ସଫଳତାର ନୂତନ ଶିଖରକୁ ଆଣିବା ପାଇଁ ହୋଇଥିବା ଉଦ୍ୟମର ସେ ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲେ । ସେ ଅନେକ ଲୋକଙ୍କ ହୃଦୟରେ ଏବଂ ମନରେ ଏକ ସ୍ଥାନ ସୃଷ୍ଟି କରିଥିଲେ । ତାଙ୍କର ମୃତ୍ୟୁରେ ଦୁଃଖିତ ।

ଶ୍ରୀ ସି ଜଙ୍ଗା ରେଡ୍ଡୀ ଗାରୁ ଦଳର ଯାତ୍ରାପଥର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ବିଜେପି ପାଇଁ ଏକ ପ୍ରଭାବଶାଳୀ ସ୍ୱର ଥିଲେ । ତାଙ୍କ ପୁଅ ସହ କଥା ହୋଇ ସମବେଦନା ଜଣାଇଛି । ଓମ୍ ଶାନ୍ତି ।”

HS


(रिलीज़ आईडी: 1795751) आगंतुक पटल : 204
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam