ଅର୍ଥ ମନ୍ତ୍ରଣାଳୟ
‘ଅମୃତ କାଳ’ ସମୟରେ ବିକାଶର ଅଗ୍ରଦୂତ ନାରୀ ଶକ୍ତି
୨ ଲକ୍ଷ ଅଙ୍ଗନୱାଡିକୁ ନୂତନ ପିଢ଼ି ‘ସକ୍ଷମ ଅଙ୍ଗନୱାଡି’ ରୂପରେ ବିକଶିତ କରାଯିବ
प्रविष्टि तिथि:
01 FEB 2022 1:06PM by PIB Bhubaneshwar
କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ୍ ୨୦୨୨- ୨୩କୁ ଉପସ୍ଥାପିତ କରିବା ସମୟରେ କହିଥିଲେ ଯେ ନାରୀ ଶକ୍ତିକୁ ଦେଶର ଉଜ୍ଜ୍ୱଳ ଭବିଷ୍ୟତର ଅଗ୍ରଦୂତ ଭାବରେ ଚିହ୍ନଟ କରାଯାଇଛି ଏବଂ ଅମୃତ କାଳ, ଅର୍ଥାତ୍ ଇଣ୍ଡିଆ ୧୦୦ ବର୍ଷରେ ଉପନୀତ ହେବାର ଦୀର୍ଘ ୨୫ ବର୍ଷର ଅବଧି ମଧ୍ୟରେ ମହିଳାଙ୍କ ନେତୃତ୍ୱରେ ବିକାଶ ଘଟିବାକୁ ଆଶା ରଖାଯାଇଛି । ମାନନୀୟ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଦିବସ ଅବସରରେ ତାଙ୍କର ସମ୍ବୋଧନ କାଳରେ ଇଣ୍ଡିଆ ୧୦୦ରେ ଏହି ଭିଜନ୍/ ଦୃଷ୍ଟିକୋଣ ସମ୍ପର୍କରେ ଉଲ୍ଲେଖ କରିଥିଲେ ।
ନାରୀ ଶକ୍ତିର ଗୁରୁତ୍ୱକୁ ସ୍ୱୀକାର କରିବା ସହିତ ସରକାର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ଯୋଜନାଗୁଡିକୁ ପୁନଃସଂସ୍କାରିତ କରିଛନ୍ତି । ସେହି ଅନୁସାରେ ମହିଳା ଏବଂ ଶିଶୁମାନଙ୍କୁ ସମନ୍ୱିତ ଲାଭ ପ୍ରଦାନ କରିବା ନିମନ୍ତେ ତିନିଟି ଯୋଜନା, ଯଥା ମିଶନ ବାତ୍ସଲ୍ୟ, ସକ୍ଷମ ଅଙ୍ଗନୱାଡି ଏବଂ ପୋଷଣ ୨.୦କୁ ନିକଟରେ ଆରମ୍ଭ କରାଯାଇଛି ।

ସକ୍ଷମ ଅଙ୍ଗନୱାଡି ନୂତନ ପିଢ଼ିର ଅଙ୍ଗନୱାଡି ଅଟେ, ଯାହା ଶିଶୁ ମାନଙ୍କର ପ୍ରାରମ୍ଭିକ ବିକାଶ ନିମନ୍ତେ ଉନ୍ନତ ଭିତିଭୂମି ସୁବିଧା ସୁଯୋଗ ପ୍ରଦାନ ଏବଂ ଶବ୍ଦ- ଦୃଶ୍ୟ ସହାୟତା ସାମଗ୍ରୀର ଉପଲବ୍ଧତା, ସ୍ୱଚ୍ଛ ଶକ୍ତିସମ୍ପନ୍ନ ତଥା ଉତମ ବାତାବରଣ ପ୍ରଦାନ କରିଥାଏ । କେନ୍ଦ୍ର ଅର୍ଥ ମନ୍ତ୍ରୀ ୨ ଲକ୍ଷ ଅଙ୍ଗନୱାଡିକୁ ସକ୍ଷମ ଅଙ୍ଗନୱାଡି ରୂପରେ ସମୁନ୍ନତ କରିବା ନିମନ୍ତେ ଘୋଷଣା କରିଛନ୍ତି ।
****
SSP
(रिलीज़ आईडी: 1794513)
आगंतुक पटल : 359
इस विज्ञप्ति को इन भाषाओं में पढ़ें:
Manipuri
,
Tamil
,
English
,
Urdu
,
हिन्दी
,
Marathi
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam