ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ସାଧାରଣତନ୍ତ୍ର ଦିବସ, ୨୦୨୨ ଉପଲକ୍ଷେ ପୁଲିସ ସାହସିକତା ପଦକ/ସେବା ପଦକ ଘୋଷଣା

Posted On: 25 JAN 2022 10:50AM by PIB Bhubaneshwar

ସାଧାରଣତନ୍ତ୍ର ଦିବସ-୨୦୨୨ ଅବସରରେ ଦେଶର ୯୩୯ ଜଣ ପୁଲିସ କର୍ମଚାରୀଙ୍କୁ ସାହସିକତା ଓ ସେବା ପଦକରେ ସମ୍ମାନିତ କରାଯିବ। ୧୮୯ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ସାହସିକତା ପାଇଁ ପୁଲିସ ପଦକରେ ସମ୍ମାନିତ ହେବେ। ଅନ୍ୟପକ୍ଷରେ ୮୮ ଜଣ ପୁଲିସ କର୍ମୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକରେ ସମ୍ମାନିତ କରାଯିବ। ସେହିପରି ୬୬୨ ଜଣ ପୁଲିସ କର୍ମୀ ପ୍ରଶଂସନୀୟ ସେବା ପଦକରେ ସମ୍ମାନିତ ହେବେ।

ସାହସିକତା ପୁରସ୍କାର ପାଇବାକୁ ଥିବା ୧୮୯ ଜଣ ପୁଲିସ କର୍ମୀଙ୍କ ମଧ୍ୟରୁ ୧୩୪ ଜଣ ଜମ୍ମୁ ଓ କଶ୍ମୀର କ୍ଷେତ୍ରରେ ସାହସିକ କାର୍ଯ୍ୟ ପାଇଁ ସମ୍ମାନିତ ହେବେ। ସେହିପରି ବାମପନ୍ଥୀ ଉଗ୍ରବାଦ ପ୍ରବଣ ଅଞ୍ଚଳରେ ସାହସିକ କାର୍ଯ୍ୟ ପାଇଁ ୪୭ ଜଣ ଏବଂ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରରେ କାର୍ଯ୍ୟରତ ଜଣେ ପୁଲିସ କର୍ମୀଙ୍କୁ ସମ୍ମାନିତ କରାଯିବ। ସାହସିକତା ପୁରସ୍କାର ସମ୍ମାନିତ ହେବାକୁ ଥିବା ପୁଲିସ କର୍ମୀଙ୍କ ମଧ୍ୟରୁ ୧୧୫ ଜଣ ଜମ୍ମୁ ଓ କଶ୍ମୀର ପୁଲିସର କର୍ମଚାରୀ ହୋଇଥିବା ବେଳେ ୩୦ ଜଣ ସିଆରପିଏଫ, ୩ଜଣ ଆଇଟିବିପି, ୨ ଜଣ ବିଏସଏଫ, ୩ ଜଣ ଏସଏସବି, ୧୦ ଜଣ ଛତିଶଗଡ଼ ପୁଲିସ, ୯ ଜଣ ଓଡ଼ିଶା ପୁଲିସ ଏବଂ ୭ ଜଣ ମହାରାଷ୍ଟ୍ର ପୁଲିସର କର୍ମଚାରୀ ରହିଛନ୍ତି।

ଓଡ଼ିଶାରୁ ୯ଜଣଙ୍କୁ ସାହସିକତା ପୁଲିସ ପଦକ, ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ଏବଂ ୧୧ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପୁଲିସ ପଦକ ପ୍ରଦାନ କରାଯିବ। ସେମାନଙ୍କର ତାଲିକା ନିମ୍ନରେ ଦିଆଯାଇଛି:

 

ସାହସିକତା ପାଇଁ ପୁଲିସ ପଦକ

ଓଏପିଏଫ ଯବାନ ସ୍ବର୍ଗତ ଜୟରାମ କାବାସି (ମରଣୋତ୍ତର)

ପୁଲିସ ଅଧିକ୍ଷକ ଶ୍ରୀ ହୃଷିକେଶ ଦ୍ୟାନଦେଓ ଖିଲାରୀ, ଆଇପିଏସ

ଓଏପିଏଫ ଯବାନ ଶ୍ରୀ ରାମୁ ଦୁରୁଆ

କନେଷ୍ଟବଳ ଶ୍ରୀ ବନ୍ଧୁ ହନ୍ତାଳ

କନେଷ୍ଟବଳ ଶ୍ରୀ ଘେନୁ ହନ୍ତାଳ

ହାବିଲଦାର ଶ୍ରୀ ପ୍ରବୀଣ ଥାପା

ହାବିଲଦାର ଶ୍ରୀ ରାଜେଶ ବିଶ୍ବକର୍ମା

କନେଷ୍ଟବଳ ଶ୍ରୀ ଜୀବନ ଶାହୀ

କନେଷ୍ଟବଳ ଶ୍ରୀ ଔଷଧିନାଥ ବେହେରା

 

ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ

ଭୁବନେଶ୍ବରର ଅତିରିକ୍ତ ଉପ ଆରକ୍ଷୀ ଆୟୁକ୍ତ (ଏଡିସିପି) ଶ୍ରୀ ପ୍ରାଣକୃଷ୍ଣ ରାଉତ

କଟକର କନେଷ୍ଟବଳ ଶ୍ରୀ ପ୍ରଦୀପ କୁମାର ମହାନ୍ତି

 

ପ୍ରଶଂସନୀୟ ସେବା ପାଇଁ ପୁଲିସ ପଦକ

ଶ୍ରୀ ସଞ୍ଜୟ କୁମାର କୌଶଳ, ପୁଲିସ ଆଇଜି, ଭିଜିଲାନ୍ସ ନିର୍ଦ୍ଦେଶାଳୟ, କଟକ

ଶ୍ରୀ କମଳ ଲୋଚନ ଭୂୟାଁ, ଉପ ଆରକ୍ଷୀ ଅଧିକ୍ଷକ (ଡିଏସପି), ଡିଆଇବି, ଭଦ୍ରକ

ଶ୍ରୀମତୀ ସୁଜାତା ଖଣ୍ଡୁଆଳ, ଉପ ଆରକ୍ଷୀ ଅଧିକ୍ଷକ (ଡିଏସପି), ଭିଜିଲାନ୍ସ ନିର୍ଦ୍ଦେଶାଳୟ, କଟକ

ଶ୍ରୀ ରଘୁନାଥ ପ୍ରସାଦ ନାୟକ, ଉପ ଆରକ୍ଷୀ ଅଧିକ୍ଷକ (ଡିଏସପି), ସ୍ବତନ୍ତ୍ର ଶାଖା, କଟକ

ଶ୍ରୀ ଅରୁଣ କୁମାର ସ୍ବାଇଁ, ସହାୟକ ଆରକ୍ଷୀ ଆୟୁକ୍ତ (ଏସିପି), ୟୁପିଡି, ଭୁବନେଶ୍ବର

ଶ୍ରୀ ଶେଖ୍‌ ଆତାଉଲ୍ଲା, ଡ୍ରାଇଭର ହାବିଲଦାର, ଭିଜିଲାନ୍ସ ନିର୍ଦ୍ଦେଶାଳୟ, କଟକ

ଶ୍ରୀ କୃତିବାସ ପଣ୍ଡା, ସହାୟକ ଉପ ପୁଲିସ ନିରୀକ୍ଷକ, କଟକ

ଶ୍ରୀ ମଧୁସୂଦନ ବେହେରା ଉପ ପୁଲିସ ନିରୀକ୍ଷକ, ସମ୍ବଲପୁର

ଶ୍ରୀ ପୱଲ ଦୟାଲ ବା, ଉପ କମାଣ୍ଡାଣ୍ଟ, ଏସଓଜି, ଭୁବନେଶ୍ବର

ଶ୍ରୀ ଅଜୟ କୁମାର ମିଶ୍ର, ଉପ ଆରକ୍ଷୀ ଅଧିକ୍ଷକ (ଡିଏସପି) ଛତ୍ରପୁର, ଗଞ୍ଜାମ

ଶ୍ରୀ ମାଇଲି ମୋହନ, କନଷ୍ଟେବଳ, ବ୍ରହ୍ମପୁର

 

ତଳେ ପଦକ ବିଜେତାମାନଙ୍କର ତାଲିକା ସଂଲଗ୍ନ କରାଯାଇଛି:

 

କ୍ରଂନଂ

ସମ୍ମାନ

ପୁଲିସ କର୍ମୀଙ୍କ ସଂଖ୍ୟା

ତାଲିକା

1.

ସାହସିକତା ପାଇଁ ପୁଲିସ ପଦକ (PMG)

189

List-I

2.

ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ

88

List-II

3.

ପ୍ରଶଂସନୀୟ ସେବା ପାଇଁ ପୁଲିସ ପଦକ

662

List-III

4.

ପୁଲିସ ଅଧିକାରୀମାନଙ୍କୁ ଦିଆଯିବାକୁ ଥିବା ପଦକର ରାଜ୍ୟ ୱାରୀ/ବାହିନୀ ୱାରୀ ତାଲିକା

ତାଲିକା ଅନୁଯାୟୀ

List-IV

 

Click here to view List-I

Click here to view List-II

Click here to view List-III

Click here to view List-IV

 

******

P.S.



(Release ID: 1792422) Visitor Counter : 279