ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶିଷ୍ଟ ପ୍ରତ୍ନତତ୍ୱବିତ୍‍ ଥିରୁ ଆର ନାଗାସ୍ୱାମୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 23 JAN 2022 8:59PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ପ୍ରତ୍ନତତ୍ୱବିତ୍‍ ଥିରୁ ଆର ନାଗାସ୍ୱାମୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ତାମିଲନାଡୁର ଉଜ୍ୱଳ ସଂସ୍କୃତିକୁ ଲୋକପ୍ରିୟ କରିବାରେ ତାଙ୍କର ଅବଦାନକୁ ମନେ ପକାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

“ତାମିଲନାଡୁର ଉଜ୍ୱଳ ସଂସ୍କୃତିକୁ ଲୋକପ୍ରିୟ କରିବାରେ ଥିରୁ ଆର ନାଗାସ୍ୱାମୀଙ୍କ ଅବଦାନକୁ ଆଗାମୀ ପୀଢି କେବେବି ଭୁଲି ପାରିବେ ନାହିଁ । ଇତିହାସ, ଲିପିବିଦ୍ୟା ଏବଂ ପ୍ରତ୍ନତତ୍ୱ ପ୍ରତି ତାଙ୍କର ଉତ୍ସାହ ଉଲ୍ଲେଖନୀୟ ଥିଲା । ତାଙ୍କର ଦେହାନ୍ତ ହେତୁ ଅତ୍ୟନ୍ତ ଦୁଃଖିତ । ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ସମବେଦନା । ଓମ୍ ଶାନ୍ତି ।”

HS


(ରିଲିଜ ଆଡି: 1792078) ପରିଦର୍ଶକ କାଉଣ୍ଟର : 225