ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜାନୁଆରୀ ୨୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ‘ଆଜାଦୀ କା ଅମୃତ ମହୋତ୍ସବ ସେ ସ୍ୱର୍ଣ୍ଣିମ ଭାରତ କେ ଓର’ ଜାତୀୟ ଉଦଘାଟନୀ ସମାରୋହରେ ଦେବେ ଦୀକ୍ଷାନ୍ତ ଭାଷଣ
ପ୍ରଧାନମନ୍ତ୍ରୀ ବ୍ରହ୍ମାକୁମାରୀଙ୍କ ସାତଟି କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିବେ
प्रविष्टि तिथि:
19 JAN 2022 12:59PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ସକାଳ ୧୦ଟା ୩୦ ମିନିଟରେ ‘ଆଜାଦୀ କା ଅମୃତ ମହୋତ୍ସବ ସେ ସ୍ୱର୍ଣ୍ଣିମ ଭାରତ କେ ଓର’ ଜାତୀୟ ଉଦଘାଟନୀ ସମାରୋହରେ ଭିଡିଓ କନଫରେନ୍ସିଂ ଜରିଆରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ । ଏଥିରେ ବ୍ରହ୍ମାକୁମାରୀଙ୍କ ଦ୍ୱାରା ଆଜାଦୀ କା ଅମୃତ ମହୋତ୍ସବରେ ବର୍ଷେ ବ୍ୟାପୀ କରାଯାଇଥିବା ୩୦ରୁ ଅଧିକ ଅଭିଯାନ ଓ ୧୫ ହଜାରରୁ ଅଧିକ କାର୍ଯ୍ୟକ୍ରମ ସମାରୋହର ପ୍ରଦର୍ଶନ ମଧ୍ୟ ହେବ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ବ୍ରହ୍ମାକୁମାରୀଙ୍କ ମାନଙ୍କ ଦ୍ୱାରା ସାତଟି କାର୍ଯ୍ୟକ୍ରମର ପତାକା ଦେଖାଇ ଶୁଭାରମ୍ଭ କରିବେ । ସେଗୁଡିକ ହେଲା ମୋ ଭାରତ ସୁସ୍ଥ ଭାରତ, ଆତ୍ମ ନିର୍ଭର ଭାରତ, ଆତ୍ମ ନିର୍ଭରଶୀଳ କୃଷକ, ମହିଳା: ଭାରତର ଧ୍ୱଜାବାହୀ, ଶାନ୍ତିବସ ଅଭିଯାନର ଶକ୍ତି, ଅଣଦେଖା ଭାରତ ସାଇକେଲ ଶୋଭାଯାତ୍ରା, ମିଳିତ ଭାରତ ମୋଟର ବାଇକ ଅଭିଯାନ ଓ ସ୍ୱଚ୍ଛ ଭାରତ ଅଭିଯାନରେ ସବୁଜିମା କାର୍ଯ୍ୟକ୍ରମ ।
ମୋ ସୁସ୍ଥ ଭାରତ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକତା, ସୁଧାର ଓ ପୌଷ୍ଟିକତା ସମ୍ପର୍କରେ ମେଡିକାଲ କଲେଜ ଓ ହସ୍ପିଟାଲରେ ବହୁବିଧା କାର୍ଯ୍ୟକ୍ରମ ରହିବ । ଏଗୁଡିକ ମଧ୍ୟରେ ମେଡିକାଲ ଶିବିର ଆୟୋଜନ, କର୍କଟ ରୋଗ ନିରୂପଣ, ଡାକ୍ତର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କ ନିମନ୍ତେ ସମ୍ମିଳନୀ, ଆତ୍ମନିର୍ଭର ଭାରତ ଅଧୀନରେ ଆତ୍ମନିର୍ଭରଶୀଳ କୃଷକ, ୭୫ଟି କୃଷକ ସଶକ୍ତିକରଣ ଅଭିଯାନ, ୭୫ଟି କୃଷକ ସମ୍ମିଳନୀ, ୭୫ଟି ସ୍ଥାୟୀ ଓ ନିରନ୍ତର ଯୋଗ କୃଷି ତାଲିମ କାର୍ଯ୍ୟକ୍ରମ ଓ କୃଷକମାନଙ୍କ କଲ୍ୟାଣ ପାଇଁ ବହୁବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମହିଳା ଧ୍ୱଜାବାହିକା କାର୍ଯ୍ୟକ୍ରମ ଅଧୀନରେ ମହିଳା ଓ ବାଳିକା ସଶକ୍ତିକରଣ ଜରିଆରେ ସାମାଜିକ ଅବସ୍ଥାନ୍ତର ।
ଶାନ୍ତିବସ ଯାତ୍ରା ଅଭିଯାନ ଶକ୍ତି ଅଧୀନରେ ୭୫ଟି ସହର ଓ ତହସିଲରେ ଆସେ ଯୁବ ସମାଜର ସଂସ୍କାର ସଂକ୍ରାନ୍ତ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଅଣଦେଖା ଭାରତ ସାଇକେଲ ଶୋଭାଯାତ୍ରା ବିଭିନ୍ନ ଐତିହ୍ୟ ସ୍ଥଳୀ ମଧ୍ୟରେ ଅନୁଷ୍ଠିତ ହୋଇ ଐତିହ୍ୟ ଓ ପରିବେଶ ସନ୍ତୁଳନ ନେଇ ବାର୍ତ୍ତା ଦେବ । ମିଳିତ ଭାରତ ମୋଟର ବାଇକ ଅଭିଯାନ ମାଉଣ୍ଟ ଆବୁଠାରୁ ଦିଲ୍ଲୀ ମଧ୍ୟରେ ବିଭିନ୍ନ ସହର ପରିକ୍ରମା କରିବା, ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ମାସିକ ସଫେଇ ଅଭିଯାନ, ଗୋଷ୍ଠୀ ସଫେଇ ଓ ସଚେତନତା ଅଭିଯାନ ଅନୁଷ୍ଠିତ ହେବ ।
ଏହି ଅବସରରେ ଆଜାଦୀ କେ ଅମ୍ରିତ ମହୋତ୍ସବ ସମର୍ପିତ ତଥା ଗ୍ରାମୀ ପୁରସ୍କାର ବିଜେତା ଶ୍ରୀ ରିକୀ କେଜଙ୍କ ଦ୍ୱାରା ପ୍ରୟୋଜିତ ଏକ ସଂଗୀତ ମଧ୍ୟ ଉନ୍ମୋଚିତ ହେବ ।
ବ୍ରହ୍ମାକୁମାରୀ ଏକ ବିଶ୍ୱବ୍ୟାପୀ ଆଧ୍ୟାତ୍ମିକ ଆନ୍ଦୋଳନ ଯାହାକି ବ୍ୟକ୍ତିଗତ ଓ ବିଶ୍ୱ ଅବସ୍ଥାନ୍ତର ପାଇଁ ଉତ୍ସର୍ଗୀକୃତ । ଭାରତରେ ୧୯୩୭ ମସିହାରେ ସ୍ଥାପିତ ବ୍ରହ୍ମାକୁମାରୀ ଶାଖା ବିଶ୍ୱର ୧୩୦ଟି ଦେଶରେ ରହିଛି । ବ୍ରହ୍ମାକୁମାରୀ ପ୍ରତିଷ୍ଠାତା ପିତାଶ୍ରୀ ପ୍ରଜାପତି ବ୍ରହ୍ମାଙ୍କ ୫୩ତମ ଆରୋହଣ ବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି ।
SM/DD
(रिलीज़ आईडी: 1791006)
आगंतुक पटल : 237
इस विज्ञप्ति को इन भाषाओं में पढ़ें:
Malayalam
,
Marathi
,
Tamil
,
Assamese
,
English
,
Urdu
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Telugu
,
Kannada